India vs Ireland 2nd T20 Match - The Sakala

ଆଜି ଭାରତ ଓ ଆୟର୍ଲାଣ୍ଡ ଦ୍ୱିତୀୟ ଟି-୨୦ ମୁକାବିଲା
ଡବ୍‍ଲିନ୍‍: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‍ର ଦ୍ୱିତୀୟ ତଥା ଶେଷ ମୁକାବିଲା ଏଠାରେ ମଙ୍ଗଳବାର ଖେଳାଯିବ। ଏହା ପୂର୍ବରୁ ରବିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‍ରେ ଭାରତ ୭ ୱିକେଟରେ ସହଜ ବିଜୟ ହାସଲ କରିଥିଲା। ଦ୍ୱିତୀୟ ମ୍ୟାଚ୍‍ରେ ମଧ୍ୟ ଭାରତ ଅନୁରୂପ ବିଜୟ ଆଶା ରଖିଛି। ଏହା ସହ ଦୁଇଟି ଯାକ ମ୍ୟାଚ୍‍ ଜିତି ଭାରତ ସିରିଜ୍‍ ସ୍ୱିପ୍‍ କରିବା ଲକ୍ଷ୍ୟରେ ରହିଛି। ଦ୍ୱିତୀୟ ମ୍ୟାଚ୍‍ରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଯୁବ ଖେଳାଳିଙ୍କଠାରୁ ଉନ୍ନତ ଖେଳ ଆଶା କରୁଛନ୍ତି। ବିଶେଷ କରି ଡେବ୍ୟୁ କରିଥିବା ଉମ୍ରାନ ମଲ୍ଲିକ ଗୋଟିଏ ଓଭରରେ ୧୪ ରନ୍‍ ଦେଇଥିଲେ। ତାଙ୍କଠାରୁ ଅଧିକ ଉନ୍ନତ ଖେଳ ବାହାରିଲେ ଭାରତକୁ ଫାଇଦା ମିଳିବ ବୋଲି ଟିମ୍‍ ମ୍ୟାନେଜ୍‍ମେଣ୍ଟ ଆଶା କରୁଛି। ପ୍ରଥମ ମ୍ୟାଚ୍‍ରେ ଖେଳିବାକୁ ମନୋନୀତ ହେବା ପରେ ଯୁବ ଓପନର ଋତୁରାଜ ଗାଏକ୍ୱାଡଙ୍କ ମାଂସପେସୀରେ ଆଘାତ ଲାଗିଥିଲା। ତାଙ୍କ ପରିବର୍ତ୍ତେ ପ୍ରଥମ ମ୍ୟାଚ୍‍ରେ ଦୀପକ ହୁଦା ଇନିଂସ ଓପନ କରି ୪୭ ରନ୍‍ରେ ଅପରାଜିତ ରହିଥିଲେ। ଏଣୁ ଦ୍ୱିତୀୟ ମ୍ୟାଚ୍‍ରେ ଋତୁରାଜଙ୍କ ସ୍ଥାନରେ ଜଣେ ଅନ୍ୟ ଖେଳାଳିଙ୍କୁ ସାମିଲ କରାଯିବ। ଦଳରେ ଅନ୍ୟ କୌଣସି ଖେଳାଳି ବଦଳିବାର ଆଶା କମ୍‍ ରହିଛି।

ପ୍ରଥମ ମ୍ୟାଚ୍‍ରେ ଆୟର୍ଲାଣ୍ଡର ହ୍ୟାରି ଟେକ୍ଟର ଯେପରି ବ୍ୟାଟିଂ କଲେ ତାହା ଭାରତୀୟ ଶିବିରର ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେ ମାତ୍ର ୩୩ ବଲ୍‍ ଖେଳି ୬ ଚୌକା ଓ ୩ ଛକା ବଳରେ ୬୪ ରନ୍‍ କରି ଅପରାଜିତ ରହିଥିଲେ। ଏହି ସ୍କୋର ବଳରେ ଆୟର୍ଲାଣ୍ଡ ୪ ୱିକେଟରେ ୧୦୮ ରନ କରିଥିଲା। ଟେକ୍ଟରଙ୍କ ଇନିଂସ ଯୋଗୁଁ ଏହା ସମ୍ଭବ ହୋଇଥିଲା। ସେ ଯଦି ଭାରତ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍‍ରେ ଏଭଳି ଖେଳ ପ୍ରଦର୍ଶନ କରନ୍ତି ତେବେ ଆସନ୍ତାବର୍ଷ ଆଇପିଏଲ୍‍ରେ ଭଲ କଣ୍ଟ୍ରାକ୍ଟ ମିଳିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ଭୁବନେଶ୍ୱର କୁମାର ଓ ପ୍ଲେୟର ଅଫ୍‍ ଦି ମ୍ୟାଚ ଯୁଜବେନ୍ଦ୍ର ଚହଲ ଭଲ ବୋଲିଂ କରିଥିବାରୁ ଭାରତ ଏହି ମ୍ୟାଚ୍‍କୁ ସହଜରେ ଜିତିନେଇଥିଲା। ବ୍ୟାଟିଂରେ ହୁଦାଙ୍କ ଅପରାଜିତ ୪୭ ରନ୍‍ ସହ ଇଶାନ କିସାନ ୨୬ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ୍‍ କରିବା ଫଳରେ ଦଳ ୯.୨ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ପ୍ରତିଦ୍ୱନ୍ଦ୍ୱୀ କ୍ରେଗ୍‍ ୟଙ୍ଗ୍‍ଙ୍କୁ ଦୁଇଟି ୱିକେଟ ମିଳିଥିଲା।

ଏହି ପ୍ରଦର୍ଶନରୁ ଭାରତ ଟେକ୍ଟରଙ୍କୁ ଟାର୍ଗେଟ କରି ଖେଳିବ ବୋଲି ଆଶା କରାଯାଉଛି। ଦଳର ବୋଲିଂ ଶକ୍ତିଶାଳୀ ଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ଭାରତକୁ ଅଡୁଆରେ ପକାଇଛି। ତାଙ୍କ ବ୍ୟାଟିଂ ଆୟର୍ଲାଣ୍ଡକୁ ଏକ ଅଲଗା ବିଶ୍ୱାସ ଦେଇଛି। ଏହାକୁ କିପରି ମୁକାବିଲା କରାଯିବ ତାହା ଉପରେ ଆମେ ଏକ ସ୍ୱତନ୍ତ୍ର ଯୋଜନା କରିଛୁ ବୋଲି ଭାରତୀୟ ଅଧିନାୟକ ହାର୍ଦ୍ଦିକ କହିଛନ୍ତି। ଆମେ ତାଙ୍କ ଖେଳ ସମ୍ପର୍କରେ ବେଶ ଅବଗତ ଅଛୁ। ସେହିପରି କ୍ରେଗ୍‍ ୟଙ୍ଗ୍‍ଙ୍କ ବୋଲିଂ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଛି। ସୂର୍ଯ୍ୟ କୁମାର ଦଳକୁ ଫେରିବା ପରେ ମାତ୍ର ଗୋଟିଏ ବଲରେ ଆଉଟ ହୋଇଥିଲେ। ତାଙ୍କୁ ୟଙ୍ଗ ଏଲ୍‍ବିଡବ୍ଲ୍ୟୁ ଆଉଟ କରିଥିଲେ। ଏପରି ଯଦି ଆଉ ଜଣେ କିମ୍ବା ଦୁଇ ଜଣଙ୍କଠାରୁ ଉଚ୍ଚକୋଟୀର ଖେଳ ଦେଖିବାକୁ ମିଳେ, ତେବେ ମ୍ୟାଚ୍‍ଟି ବେଶ ରୋମାଞ୍ଚକ ହେବ ବୋଲି ଆଶା କରିବା ସ୍ୱାଭାବିକ୍‍।

ଡବ୍‍ଲିନ୍‍ର ଦି ଭିଲେଜ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟି-୨୦ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଯାହା ଫଳରେ ମ୍ୟାଚ୍‍କୁ ୧୨ ଓଭର ବିଶିଷ୍ଟ କରାଯାଇଥିଲା। ଏଠାରେ ମଙ୍ଗଳବାର ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମୁକାବିଲାରେ ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ନହେଲେ ମ୍ୟାଚରେ ସମସ୍ତେ ସୁଯୋଗ ପାଇବେ। କିନ୍ତୁ ବର୍ଷା ହେଲେ ଦ୍ୱିତୀୟ ପାଳିରେ ବ୍ୟାଟିଂ କରୁଥିବା ଦଳ ଫାଇଦାରେ ରହିବ।

ଦ୍ୱିତୀୟ ଟି-୨୦ ମୁକାବିଲା

ଭେନ୍ୟୁ : ଡବ୍‍ଲିନ୍‍

ଖେଳ ଆରମ୍ଭ : ରାତି ୯ଟା

ପ୍ରସାରଣ : ସୋନି ସିକ୍ସ

ଲାଇଭ୍‍ ଷ୍ଟ୍ରିମିଂ : ସୋନି ଲିଭ୍‍