Make in Odisha - The Sakala

ଏମ୍‌‌ଏସ୍‌‌ଏମ୍‌‌ଇ କ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଏସ୍‌‌ଆର୍‌‌ଆଇଏମ୍‌‌ ଯୋଜନା
ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌‌ଏସ୍‌‌ଏମ୍‌‌ଇ) କ୍ଷେତ୍ରର ଆହୁରି ସମୃଦ୍ଧି ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ‘ଚିଫ୍‌‌ ମିନିଷ୍ଟର୍ସ ସ୍କିମ୍‌‌ ଫର ରିମ୍ବର୍ସମେଣ୍ଟ ଅଫ୍‌‌ ଇଣ୍ଟ୍ରେଷ୍ଟ ଟୁ ଏମ୍‌‌ଏସ୍‌‌ଏମଇ (ସିଏମ୍‌‌-ଏସ୍‌‌ଆରଆଇଏମ୍‌‌) ଯୋଜନା। ଏହି ଯୋଜନା ଅଧିନରେ ଉତ୍ପାଦନ ଆରମ୍ଭ କରିଥିବା ଏମ୍‌‌ଏସ୍‌‌ଏମ୍‌‌ଇ ୟୁନିଟ୍‌‌ଗୁଡ଼ିକୁ ସରକାର ଚାରିଟି ବର୍ଗରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ଆଜି ଏ ସମ୍ପର୍କରେ ଏମ୍‌‌ଏସ୍‌‌ଏମ୍‌‌ଇ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୨୦୨୦ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଉତ୍ପାଦନ ଆରମ୍ଭ କରିଥିବା ୟୁନିଟ୍‌‌ ଗୁଡିକ ଆର୍ଥିକ ପ୍ରୋତ୍ସାହନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।

କାର୍ଯ୍ୟଶୈଳୀ ପୁଞ୍ଜିଋଣ ଉପରେ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୧୦୦% ଅର୍ଥ ଫେରସ୍ତ ଦିଆଯିବ। ସେହିପରି ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଋଣ କରିଥିବା ଏମ୍‌‌ଏସ୍‌‌ଏମ୍‌‌ଇ ୟୁନିଟ୍‌‌ଗୁଡ଼ିକୁ ସରକାର ୭୫% ଅର୍ଥ ଫେରସ୍ତ ଦେବେ। ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ଋଣକରି କାମ ଆରମ୍ଭ କରିଥିବା କମ୍ପାନୀଙ୍କୁ ୫୦% ଏବଂ ୧ କୋଟିରୁ ୩ କୋଟି ଟଙ୍କା ଋଣ ଉପରେ ୨୫% ଅର୍ଥ ଫେରସ୍ତ ମିଳିବ। ଏ ସମ୍ପର୍କରେ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରିକରାଯିବ ବୋଲି କୁହାଯାଇଛି। ଏମ୍‌‌ଏସ୍‌‌ଏମ୍‌‌ଇ ୟୁନିଟ୍‌‌ଗୁଡ଼ିକୁ ବ୍ୟାଙ୍କ ଋଣ ଉପରେ ସବ୍‌‌ସିଡି ପ୍ରଦାନ କରିବା ପାଇଁ ଗତ ବଜେଟ ଅଧିବେସନରେ ଅର୍ଥ ମନ୍ତ୍ରୀ ଘୋଷଣା କରିଥିଲେ। ଏହି କ୍ରମରେ ସେମାନଙ୍କୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ (ୱାର୍କିଂ କ୍ୟାପିଟାଲ) ଉପରେ ୨୫%ରୁ ୧୦୦% ପର୍ଯ୍ୟନ୍ତ ସବ୍‌‌ସିଡି ମିଳିବ ବେଲି କୁହାଯାଇ ଥିଲା। ଏବାବଦରେ ରାଜ୍ୟ ସରକାର ଏମ୍‌‌ଏସ୍‌‌ଏମ୍‌‌ଇ ୟୁନିଟ୍‌‌କୁ ୧୫୦ କୋଟିରୁ ୨୦୦ କୋଟି ଟଙ୍କା ଦେବେ।

ବୃହତ ଶିଳ୍ପାନୁଷ୍ଠାନ ତୁଳନାରେ ଏମ୍‌‌ଏସ୍‌‌ଏମ୍‌‌ଇ କ୍ଷେତ୍ର ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ। ଦେଶ ଓ ରାଜ୍ୟର ଆର୍ଥିକ ବିକାଶରେ ଏମ୍‌‌ଏସ୍‌‌ଏମ୍‌‌ଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ମହତ୍ୱାକାଂକ୍ଷୀ ପଦକ୍ଷେପ ନେଇଛନ୍ତି। ଗତବର୍ଷ ଡିସେମ୍ବରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌‌ ବୈଠକରେ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ବିକାଶ ନୀତି-୨୦୨୨କୁ ଅନୁମୋଦନ କରାଯାଇଛି। ଏହି ନୀତି ଏମ୍‌‌ଏସ୍‌‌ଏମ୍‌‌ଇର ପ୍ରଗତି ନିମନ୍ତେ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଘୋଷଣା କରୁଛି ଯାହା ଏହି ଉଦ୍ୟୋଗର ଅଭିବୃଦ୍ଧି କରିବା ସହିତ ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧିରେ ସହାୟକ ହେବ। ସେହିପରି ରପ୍ତାନିକୁ ପ୍ରୋତ୍ସାହନ ଦେବା ଲାଗି ବିଭାଗ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି), ଭୁବନେଶ୍ୱର ଏବଂ ଫେଡେରେସନ୍‌‌ ଅଫ୍‌‌ ଇଣ୍ଡିଆନ୍‌‌ ଏକ୍ସପୋର୍ଟ ଅର୍ଗାନାଇଜେସନ୍‌‌ (ଏଫ୍‌‌ଆଇଇଓ) ସହିତ ରାଜ୍ୟ ସରକାର କାମ କରୁଚନ୍ତି। ସାଧାରଣତଃ ରପ୍ତାନି ପୂର୍ବରୁ ଉତ୍ପାଦ ପରୀକ୍ଷଣ, ଦେଶ ଅନୁସାରେ ପ୍ରମାଣପତ୍ର ଯୋଗାଡ଼ ଆଦି କାର୍ଯ୍ୟ ପାଇଁ ଏମ୍‌‌ଏସ୍‌‌ଏମଇ ୟୁନିଟ୍‌‌ ନିଜ ପକେଟରୁ ଖର୍ଚ୍ଚ କରୁଥିବା ୭/୮ ପ୍ରକାର ଖର୍ଚ୍ଚ ରାଜ୍ୟ ସରକାର ଭରଣା କରିବେ। ୨୦୨୨-୨୩ ଆର୍ଥିକ ବର୍ଷରେ ୪୪୪ଟି ଏମ୍‌‌ଏସ୍‌‌ଏମଇ ୟୁନିଟ୍‌‌କୁ ସରକାର ୪୯ କୋଟି ଟଙ୍କା ସହାୟତା ଦେଇଥିବା ବେଳେ ୨୦୧୭-୧୮ରୁ ଏପର୍ଯ୍ୟନ୍ତ ୨୫୦୦ ୟୁନିଟ୍‌‌କୁ ୨୮୦ କୋଟି ଟଙ୍କା ସହାୟତା ଦିଆଯାଇଛି। ଅପରପକ୍ଷେ ରାଜ୍ୟ ସରକାର ଷ୍ଟାର୍ଟଅପ୍‌‌ ସଂସ୍ଥାଙ୍କୁ ସହାୟତା ବାବଦରେ ୧୮.୬୩ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟରେ ଉତ୍ତମ ଗମନାଗମନ ଓ ପରିବହନ ବ୍ୟବସ୍ଥା ଉପରେ ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଆମଦାନୀ ଓ ରପ୍ତାନି ଉପରେ ପଡୁଛି। ବିଭିନ୍ନ ପ୍ରକାରକ କୃଷିଜାତ ଦ୍ରବ୍ୟ, ପ୍ରସାଧନ ସାମଗ୍ରୀ, ସାମୁଦ୍ରିକ ଖାଦ୍ୟ, ହସ୍ତଶିଳ୍ପ ଓ ହସ୍ତକଳା ଭଳି ବିଭିନ୍ନ କ୍ଷେତ୍ରରୁ ରପ୍ତାନି ବୃଦ୍ଧି ପାଉଛି।

ପୁଞ୍ଜି ଆଣିବାରେ ବଡ଼ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା
ଭୁବନେଶ୍ୱର: ପୁଞ୍ଜିପତିଙ୍କୁ ଆକୃଷ୍ଠ କରିବା ଏବଂ ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟାନ୍ୱୟନ ଦିଗରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଓଡ଼ିଶା। ପୁଞ୍ଜି ଆଣିବାରେ ଓଡ଼ିଶା ଏବେ ଗୋଟିଏ ପରେ ଗୋଟିଏ ବଡ଼ ରାଜ୍ୟକୁ ପଛରେ ପକାଇବା ଆରମ୍ଭ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ପୁଞ୍ଜିନିବେଶ ପ୍ରସ୍ତାବ ପାଇବାରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ପହଞ୍ଚିଛି। ପ୍ରଥମ ଦୁଇ ସ୍ଥାନରେ ଉତ୍ତର ପ୍ରଦେଶ ଓ ଗୁଜରାଟ ଅଛନ୍ତି। ତେବେ ଓଡ଼ିଶାର ଅଭିବୃଦ୍ଧି ପ୍ରଥମ ଦୁଇ ସ୍ଥାନରେ ଥିବା ଏହି ରାଜ୍ୟମାନଙ୍କ ଠାରୁ ଢ଼େର ଆଗରେ ରହିଛି। ଓଡ଼ିଶା ପଛକୁ ମହାରାଷ୍ଟ୍ର ୪ର୍ଥ ଏବଂ କର୍ଣ୍ଣାଟକ ୫ମ ସ୍ଥାନରେ ରହିଛନ୍ତି। ୨୦୨୨-୨୩ରେ ଉତ୍ତର ପ୍ରଦେଶ, ଗୁଜରାଟ, ଓଡ଼ିଶା, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ୫୭.୨% (୨୦୧୭୦୦ କୋଟି ଟଙ୍କା) ପୁଞ୍ଜି ନିବେଶ ପ୍ରସ୍ତାବ ହାସଲ କରିଛନ୍ତି।

ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶ ୨୦୨୨ରେ ୧୨.୮% ପୁଞ୍ଜିନିବେଶ ପ୍ରସ୍ତାବ ପାଇଥିବା ବେଳେ ୨୦୨୩ରେ ୧୬.୨% ପାଇଥିଲା। ସେହିପରି ୨୦୨୨ ଓ ୨୦୨୩ରେ ଗୁଜରାଟ ଯଥାକ୍ରମେ ୧୧.୭% ଏବଂ ୧୪% ପ୍ରସ୍ତାବ ପାଇଥିଲା। ତେବେ ଓଡ଼ିଶା ୨୦୨୨ରେ ମାତ୍ର ୨.୨% ପାଇଥିବା ବେଳେ ଚଳିତ ବର୍ଷରେ ୧୧.୮% ପାଇଛି। ମହାରାଷ୍ଟ୍ର ୨୦୨୨ରେ ୧୬.୨% ଓ ୨୦୨୩ରେ ୭.୯% ଏବଂ କର୍ଣ୍ଣାଟକ ଯଥାକ୍ରମେ ୬.୯% ଓ ୭.୩% ପୁଞ୍ଜିନିବେଶ ପ୍ରସ୍ତାବ ପାଇଛି। ଶେଷ ୫ ରାଜ୍ୟ ମଧ୍ୟରେ ହରିୟାଣା, ଆସାମ, ପଶ୍ଚିମବଙ୍ଗ, କେରଳ ଏବଂ ଗୋଆ ରହିଛନ୍ତି।

ଶିଳ୍ପାୟନ ସହିତ କର୍ମନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ହେତୁ ଏହି ସୁଫଳ ମିଳିଛି। ସକାରାତ୍ମ ଶିଳ୍ପ ବାତାବରଣ, ଭିତ୍ତିଭୂମି ନିର୍ମାଣ ସହିତ ଆକର୍ଷଣୀୟ ପ୍ରୋତ୍ସାହନ ବ୍ୟବସ୍ଥା ଓଡ଼ିଶା ପ୍ରତି ନିବେଶକଙ୍କୁ ଆକୃଷ୍ଠ କରୁଛି। ପ୍ରତି ମାସରେ ପ୍ରାୟ ୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବକୁ ସରକାର ମଞ୍ଜୁରୀ ପ୍ରଦାନ କରୁଛନ୍ତି। ଶିଳ୍ପ ପାଇଁ ଭିତ୍ତିଭୂମି ନିର୍ମାଣରେ ମଧ୍ୟ ଅବହେଳା କରାଯାଉ ନାହିଁ। ଯୁବପିଢ଼ିଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏକ ନୂଆସ୍ତରକୁ ଯାଇଛି। ମେକ୍‌‌ ଇନ୍‌‌ ଓଡ଼ିଶା ଏବଂ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ନିବେଶକ ସମ୍ମିଳନୀ ଆୟୋଜନ ନୂଆ ସମ୍ଭାବନା ସୃଷ୍ଟି କରିଛି। ତେବେ ବର୍ତ୍ତମାନ ରାଜ୍ୟ ଶିଳ୍ପ ବିଭାଗ ନୂଆ ସମୟର ନୂଆ ଶିଳ୍ପକୁ ପ୍ରାଧାନ୍ୟ ଦେବା ଆରମ୍ଭ କରିଛି। ନୂତନ ଯୁଗର ଶିଳ୍ପଗୁଡିକୁ ଉତ୍ସାହିତ କରିବା ପାଇଁ ରଣନୀତିରେ ପରିବର୍ତ୍ତନ କରାଯାଇଛି ଯାହା ବୃହତ ପରିମାଣର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ବିଦ୍ୟୁତ ଯାନ ଉତ୍ପାଦନ, ସବୁଜ ଶକ୍ତି ଉପକରଣ, ଇଲେକ୍ଟ୍ରୋନିକ୍ସ, ହାର୍ଡୱେର୍‌‌ ଉତ୍ପାଦନ, ପ୍ଲାଷ୍ଟିକ୍‌‌ ଓ ରବର ଆଦି କ୍ଷେତ୍ର ଶିଳ୍ପ ବିକାଶ ଅଭିଯାନରେ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି। ବିଭିନ୍ନ ବର୍ଗର ଶିଳ୍ପଗୁଡିକରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ବ୍ୟବସ୍ଥା ଯୋଗୁ ଏହି କ୍ଷେତ୍ରଗୁଡିକ ଆଗାମୀ ବର୍ଷରେ ବୃହତ ପୁଞ୍ଜି ବିନିଯୋଗର ସମ୍ଭାବନାକୁ ଉଜାଗର କରୁଛି। ବୃହତ ଏବଂ ମଧ୍ୟମ ଶ୍ରେଣୀର ଶିଳ୍ପ ସ୍ଥାପନ ସହିତ ଆନୁଷଙ୍ଗିକ ଶିଳ୍ପ ସମୃଦ୍ଧ ହୋଇପାରିବ। ଏଥିସହ ନିଯୁକ୍ତି, ରାଜସ୍ୱ ଓ ସାମଗ୍ରିକ ଅଭିବୃଦ୍ଧି ଉପରେ ବହୁଗୁଣିତ ପ୍ରଭାବ ପକାଇବ ବୋଲି ଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି। ଶିଳ୍ପ ନୀତି ଜରିଆରେ ବିଜୁ ଏକ୍ସପ୍ରେସୱେକୁ ଅର୍ଥନୈତିକ କରିଡର ନିର୍ମାଣ କରାଯାଇଛି। ପଣ୍ୟର ସୁପରିବହନ ପାଇଁ ଓଡ଼ିଶା ଲଜିଷ୍ଟିକ୍‌‌ ନୀତି ଅଧୀନରେ ସରକାର ବ୍ୟାପକ ଭିତ୍ତିଭୂମି ସୃଷ୍ଟି କରୁଛନ୍ତି। ଆଇଟି, ଆଇଟିଇଏସ୍‌‌, ପ୍ରସାଧନ, କପଡ଼ା, ମୟନ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ଇଣ୍ଡଷ୍ଟ୍ରିର ୟୁନିଟ୍‌‌ ପିଛା ନିଯୁକ୍ତି ସଯୋଗ ଅଧିକ ରହିଥିବାରୁ, ଏ ସବୁ କ୍ଷେତ୍ରରୁ ପୁଞ୍ଜିନିବେଶକୁ ବି ଗୁରୁତ୍ୱ ଦିଆଯାଉଛି।

ଗତବର୍ଷ ଡିସେମ୍ବର ମାସରେ ଆୟୋଜିତ ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ୍‌‌ ପୁଞ୍ଜିନିବେଶ ଆଣିବାରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ସେହିପରି ଚଳିତ ବର୍ଷ ଜାପାନ୍‌‌ ଏବଂ ଦୁବାଇରେ ନିବେଶକ ସମ୍ମିଳନୀରେ ଖୋଦ୍‌‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଗତ ମାସରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ଆମେରିକାର ସିଲିକନ୍‌‌ ଭ୍ୟାଲିରେ ଆୟୋଜିତ ନିବେଶକ ମାନଙ୍କ ସହ ବୈଠକ ବେଶ୍‌‌ ଫଳପ୍ରଦ ହୋଇଛି। ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ୍‌‌ର ତୃତୀୟ ସଂସ୍କରଣ ୧୦.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ବେଳେ ୧୧ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏଥିମଧ୍ୟରୁ ପ୍ରାୟ ୪୫% ପ୍ରସ୍ତାବକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିପରି ପ୍ରତି ମାସରେ ରାଜ୍ୟ ସରକାରଙ୍କ ସିଙ୍ଗିଲ୍‌‌ ୱିଣ୍ଡୋ କ୍ଲିଅରାନ୍ସ କମିଟି ପ୍ରାୟ ୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରୁଛନ୍ତି।

‘ମେକ୍‌‌ ଇନ୍‌‌ ଓଡ଼ିଶା’ର ତୃତୀୟ ସଂସ୍କରଣ: ଜାପାନରୁ ଆସିବ ପୁଞ୍ଜି
ଭୁବନେଶ୍ୱର: ‘ମେକ୍‌‌ ଇନ୍‌‌ ଓଡ଼ିଶା’ର ତୃତୀୟ ସଂସ୍କରଣରେ ଓଡ଼ିଶାରେ ନିବେଶ ନିମନ୍ତେ ଦେଶ ବିଦେଶରୁ ଅନେକ ପ୍ରସ୍ତାବ ମିଳିଛି। ପ୍ରାୟ ୧୦ଲକ୍ଷ କୋଟିରୁ ଊର୍ଦ୍ଧ୍ବ ନିବେଶ ନିମନ୍ତେ ବିଭିନ୍ନ ନିବେଶକ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରାଜ୍ୟରେ ଶିଳ୍ପାୟନକୁ ଆହୁରି ଗତିଶୀଳ କରିବା ନିମନ୍ତେ ଶିଳ୍ପ ବିଭାଗ ପକ୍ଷରୁ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ନିବେଶକ ସମ୍ମେଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମ୍ମେଳନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର ସମ୍ଭାବନା ରହିଥିବା ସୂଚନା ମିଳିଛି। ସରକାରୀ ଭାବେ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ। ତେବେ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ, ମୁମ୍ବାଇ, ହାଇଦରାବାଦ, ଦୁବାଇ ଆଦି ସ୍ଥାନରେ ନିବେଶକ ସମ୍ମେଳନରେ ଯୋଗ ଦେଇଥିବାରୁ ଜାପାନରେ ନିବେଶକଙ୍କ ସହ ଆଲୋଚନା ନିମନ୍ତେ ସେ ଯାଇପାରନ୍ତି ବୋଲି କୁହାଯାଉଛି।

‘ମେକ୍‌‌ ଇନ୍‌‌ ଓଡ଼ିଶା’ ରାଜ୍ୟର ନିବେଶ ନିମନ୍ତେ ପ୍ରମୁଖ ମାଧ୍ୟମ ହୋଇଛି। ଗତ ଡିସେମ୍ବର ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାପାନର ବହୁ ଶିଳ୍ପ ଗୋଷ୍ଠୀର ମୁଖ୍ୟ ଓ ନିବେଶକ ଯୋଗ ଦେଇଥିଲେ। ସେହିପରି କିଛି ସପ୍ତାହ ତଳେ ଜାପାନ ରାଷ୍ଟ୍ରଦୂତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ସହ ତାଙ୍କ ଦେଶର ବାଣିଜ୍ୟିକ ସମ୍ପର୍କ ନିମନ୍ତେ ଆଗ୍ରହ ପ୍ରକାଶ କରିଥିଲେ। ତେଣୁ ପର୍ଯ୍ୟଟନ, ସାମୁଦ୍ରିକ ଖାଦ୍ୟ, ହୋଟେଲ, ପୋଷାକ ଓ ଧାତବ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଜାପାନ ପୁଞ୍ଜି ନିବେଶ କରିବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି।

ଅନୁଗୋଳରେ ଜିନ୍ଦଲ ନିର୍ମାଣ କରୁଛି ବିଶ୍ବର ସର୍ବବୃହତ ଇସ୍ପାତ କାରଖାନା
ଭୁବନେଶ୍ୱର : ଅନୁଗୋଳରେ ବିଶ୍ବର ସର୍ବବୃହତ୍ତ ଇସ୍ପାତ କାରଖାନା ନିର୍ମାଣ କରୁଛି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର। ସେଠାରେ କମ୍ପାନୀ ଏକ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ପାଇଁ କାମ ଆରମ୍ଭ କରିଥିବା ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ରେ ସୂଚନା ଦେଇଛନ୍ତି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ। ଓଡିଶାକୁ ଏକ ପ୍ରଗତିଶୀଳ ରାଜ୍ୟ ଭାବେ ବିକଶିତ କରିଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଜେଏସପି ଅନୁଗୋଳରେ ବାର୍ଷିକ ୬ ନିୟୁତ ଟନ କ୍ଷମତା ବିଶିଷ୍ଠ ଓଡିଶାର ସର୍ବବୃହତ ଇସ୍ପାତ କାରଖାନା ସ୍ଥାପନ କରିଛି।

Odisha is my second home but it is my first karmabhoomi. Odisha is India’s gateway to the world; it has tremendous potential & we are committed to its overall development.

I wish #MakeInOdisha conclave 2022 the best.

Jai Jagannath🙏#MIO22 #InvestInOdisha #JoinTheJuggernaut https://t.co/NINaUZ49ZL

— Naveen Jindal (@MPNaveenJindal) December 1, 2022

କମ୍ପାନୀ ଏହାର କ୍ଷମତାକୁ ବାର୍ଷିକ ୨୫.୨ ନିୟୁତ ଟନ୍‌କୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି, ଯାହା ଏହାକୁ ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନାରେ ପରିଣତ କରିବ। କମ୍ପାନୀ ଅଧିକ ଏମଏସଏମଇ ଏବଂ ଆନୁଷଙ୍ଗିକ ଶିଳ୍ପକୁ ଉତ୍ସାହିତ କରୁଛି ଯାହା ଦ୍ଵାରା ଅଧିକରୁ ଅଧିକ ଲୋକ ନିଯୁକ୍ତି ପାଇପାରିବେ। ସରକାରଙ୍କ ଦ୍ୱାରା ପରିଚାଳିତ ନିଲାମରେ ଜେଏସ୍‌ପି ବିଭିନ୍ନ କୋଇଲା ବ୍ଲକ ପାଇପାରିଛି ଏବଂ ବର୍ତ୍ତମାନ କୋଇଲା ଗ୍ୟାସିଫିକେସନ୍ ପରି ସ୍ୱଚ୍ଛ କୋଇଲା ପ୍ରଯୁକ୍ତିବିଦ୍ୟାରେ କମ୍ପାନୀ ଅଧିକ ପୁଞ୍ଜି ବିନିଯୋଗ କରବ ବୋଲି ଶ୍ରୀ ଜିନ୍ଦଲ ସୂଚନା ଦେଇଛନ୍ତି। ଇସ୍ପାତ ତିଆରି ପାଇଁ ଜେଏସପି ବିଶ୍ଵର ପ୍ରଥମ କୋଇଲା ଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିସାରିଛି।

ଓଡ଼ିଶାରେ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସୃଷ୍ଟି ହେବ ୪୪,୦୦୦ ନିଯୁକ୍ତି ସୁଯୋଗ, ବିଶ୍ୱର ପ୍ରମୁଖ ନିବେଶକଙ୍କ ସହ ସରକାରଙ୍କ ବୁଝାମଣାପତ୍ର ସ୍ୱାକ୍ଷର
ଭୁବନେଶ୍ୱର: ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୨୨ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଶିଳ୍ପ ପାଇଁ ଅନେକ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କରିବ। ଏହି ବିଶ୍ୱସ୍ତରୀୟ ସମାବେଶରେ ବିଶ୍ୱର କୋଣ ଅନୁକୋଣରୁ ନିବେଶକମାନେ ଯୋଗଦେଇଥିଲେ। ଏହି ଅବସରରେ ରେଲଟେଲ, ଇଣ୍ଟେଲ, ଆଡୋବେ, ଓରାକେଲ, ଗ୍ଲୋବାଲ ଫାଉଣ୍ଡରିଜ, ଏପିକ ଫାଉଣ୍ଡେସନ ଆଦି କମ୍ପାନୀମାନଙ୍କ ସହିତ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି।

An MoU was signed between the Electronics & IT Dept & @GlobalFoundries in areas like semiconductor manufacturing related curriculum design & training in top engineering schools, set up for innovation apps & development of design expertise among start-ups. #MIO2022 pic.twitter.com/G1mjUXlLoo

— E&IT Department Odisha (@EIT_Odisha) December 3, 2022

୧୦,୭୪୦ କୋଟି ଟଙ୍କାର ନିବେଶ ପାଇଁ ହୋଇଥିବା ଏହି ପ୍ରତିବଦ୍ଧତା ଏବଂ ବୁଝାମଣାପତ୍ର ଫଳରେ ରାଜ୍ୟରେ ପାଖାପାଖି ୪୪୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏହାଦ୍ୱାରା ଓଡ଼ିଶାର ଅନେକ ଶିକ୍ଷିତ ଯୁବକ ଯୁବତୀ ଲାଭପ୍ରଦ ହେବେ ବୋଲି ଆଶା ପ୍ରକାଶ ପାଇଛି। କନକ୍ଲେଭରେ ଓଡ଼ିଶାରେ ନିବେଶପାଇଁ ଉପସ୍ଥିତ ଅନେକ ନିବେଶକଙ୍କ ମଧ୍ୟରେ ବହୁ ଆଗ୍ରହ ଦେଖିବାକୁ ମିଳିଥିଲା।

An MoU was exchanged between #Odisha Govt and @Oracle_India for facilitation of Oracle Academy Programme for the identified participating institutions. It will augment efforts of State Govt towards skill building of educators which is a big step towards digital skilling. #MIO2022 pic.twitter.com/APRVXGCmsC

— E&IT Department Odisha (@EIT_Odisha) December 3, 2022

ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟରେ ବିଶ୍ୱର ପ୍ରତିଷ୍ଠିତ କମ୍ପାନୀ ଯଥା ଜୁପିଟର ସୋଲାର, ଡେଲୋଏଟ, ଆଇବିଏମ, ହାପିଏଷ୍ଟ ମାଇଣ୍ଡସ, ଆଦାନୀ ଗ୍ରୁପ, ଆର୍ନଷ୍ଟ ଆଣ୍ଡ ୟଙ୍ଗ ଏବଂ ଆରୋନ କ୍ୟାପିଟାଲ ଏହି ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ସହିତ ନିବେଶ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଓଡ଼ିଶାରେ ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ନିବେଶକମାନଙ୍କ ଉତ୍ସାହ ଏବଂ ଆଗ୍ରହ ଏକ ସମୃଦ୍ଧ ଓଡ଼ିଶାର ଆଭାସ ଦେଉଛି। ଏହାଦ୍ୱାରା ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହେବାସହିତ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଅନେକ ଶିକ୍ଷିତ ଯୁବକ ଯୁବତୀ ଲାଭପ୍ରଦ ହେବେ ବୋଲି ଆଶା ପ୍ରକାଶ ପାଇଛି।

In a first of its kind, MoU was signed between #Odisha Govt and @RailTel for setting up of a neutral submarine cable landing station in #Odisha, which will be game-changing for many associate industries viz data centre, entertainment, banking and financial sectors. #MIO2022 pic.twitter.com/HBnX2NgiBy

— E&IT Department Odisha (@EIT_Odisha) December 3, 2022

ମା’ମାନଙ୍କ ସଶକ୍ତିକରଣ ବିନା ଦେଶ ଆଗକୁ ବଢ଼଼ିପାରିବ ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମହିଳା ସଶକ୍ତିକରଣ କ୍ଷେତ୍ରରେ ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି ଓଡ଼ିଶାର ମିଶନ ଶକ୍ତି। ସବୁ ସଫଳତା ସତ୍ତ୍ବେ ଏହାକୁ ଆହୁରି ଦୃଢ଼ ଓ ଶକ୍ତିଶାଳୀ କରାଇ ନୂଆ କୀର୍ତ୍ତିମାନ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ମିଶନ ଶକ୍ତି ଅଭିଯାନ ଆଉ ଏକ ପାଦ ଆଗକୁ ବଢ଼଼ିଛି। ମା’ ମାନଙ୍କ ହାତ ମୁଠାକୁ ଆହୁରି ଟାଣ କରିବା ଲକ୍ଷ୍ୟ ନେଇ ମିଶନ ଶକ୍ତି ଜିଲ୍ଲା ଫେଡେରେସନକୁ ୧ କୋଟି ଟଙ୍କା ଓ ବ୍ଲକ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ଚଳନ୍ତି ପାଣ୍ଠି ଏବଂ ଏହା ସହିତ ମିଶନ ଶକ୍ତି ପାଇଁ ପଞ୍ଚାୟତସ୍ତରରେ ମାର୍କେଟ କମ୍ପ୍ଲେକ୍ସ, ଅଫିସ ଘର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି।

ଶନିବାର ମେକ୍‍ ଇନ୍‍ ଓଡ଼ିଶାର ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୦୧ରେ ଆରମ୍ଭ ହୋଇଥିବା ମିଶନ୍‍ ଶକ୍ତି, ଆଜି ସତୁରି ଲକ୍ଷ ସଶକ୍ତ ମା’ମାନଙ୍କର ଏକ ମହାଶକ୍ତିରେ ପରିଣତ ହୋଇଛି। ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍‍ ନୁହେଁ; ଏହା ଏକ ସାଲିସ୍‍ବିହୀନ କାର୍ଯ୍ୟକ୍ରମ। ଆମ ପାଇଁ ଏହା ଏକ ପବିତ୍ର ଦାୟିତ୍ୱ। ମୋର ଦୃଢ଼ ବିଶ୍ୱାସ ମା’ମାନଙ୍କ ସଶକ୍ତିକରଣ ବିନା କୌଣସି ପରିବାର, କୌଣସି ସମାଜ, କୌଣସି ରାଜ୍ୟ ଅବା ଦେଶ ଆଗକୁ ବଢ଼଼ି ପାରିବ ନାହିଁ। ଓଡ଼ିଶାରେ ଆମର ଛଅ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି। ଏସ୍‍ଏଚ୍‍ଜି ମାନଙ୍କୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏସ୍‍ଏମ୍‍ଇ)ରେ ରୂପାନ୍ତରିତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟରେ ଦ୍ରୁତ ଗତିରେ ଅଗ୍ରସର ହେବା ପାଇଁ ଆମେ ପ୍ରସ୍ତୁତ ରହିଛୁ।

ଏଥିପାଇଁ ଆମେ ସବୁ କିଛି କରିବା ପାଇଁ ପ୍ରସ୍ତୁତ। ମିଶନ ଶକ୍ତି ମା’ ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ଦ୍ୱାରା ଓଡ଼ିଶାର ଲକ୍ଷ ଲକ୍ଷ ମା’ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା’ମାନଙ୍କୁ ଦେବା ପାଇଁ ଓଡ଼ିଶା କ୍ୟାବିନେଟ୍‍ ନିଷ୍ପତ୍ତି ନେଇଥିଲା ଏବଂ ଏହା ଦ୍ୱାରା ପ୍ରାୟ ଏକ ଲକ୍ଷ ଏସ୍‍ଏଚ୍‍ଜି ଉପକାର ପାଉଛନ୍ତି। ମିଶନ୍‍ ଶକ୍ତି ଫେଡେରେସନ ମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ। ଏଥିପାଇଁ ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କା ଓ ପ୍ରତି ବ୍ଲକସ୍ତରରେ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ଚଳନ୍ତି ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ପଞ୍ଚାୟତ ସ୍ତରରେ ଫେଡେରେସନ୍‍ ପାଇଁ ମାର୍କେଟ୍‍ କମ୍ପେ୍ଲକ୍ସ ସହ ସ୍ୱତନ୍ତ୍ର ଅଫିସ ଗୃହ ମଧ୍ୟ ନିର୍ମାଣ କରାଯିବ। ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ତିରିଶଟି ଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ ନିର୍ମାଣ କରାଯିବ। ଓଡ଼ିଶାର ରୂପାନ୍ତରଣରେ ମା’ ମାନଙ୍କର ବଡ଼ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ୍‍ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ୍‍, ‘ମିଶନ୍‍ ଶକ୍ତି-ସ୍କେଲିଂ ଅପ୍‍’କୁ ଉନ୍ମୋଚନ କରିଥିଲେ। ସେହିପରି କଟକ ମା’ ତାରେଣୀ ଏସ୍‍ଏଚ୍‍ଜିର କବିତା ସାହୁ, ସୁନ୍ଦରଗଡ଼଼ ଦିବ୍ୟଜ୍ୟୋତି ଏସ୍‍ଏଚ୍‍ଜିର ପ୍ରେମା ଦାସ ଓ ନୂଆପଡ଼ା ବନଦୂର୍ଗା ଏସ୍‍ଏଚ୍‍ଜିର ଗାୟତ୍ରୀ ସୁନାଇଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଏସ୍‍ଏଚ୍‍ଜି ମାନଙ୍କୁ ଋଣ ଦେବାରେ ଭଲ କାମ କରିଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ୍‍ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମିଶନ୍‍ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ଭ୍ରମ୍‍ ଉଦ୍‍ବୋଧନ ଦେଇ ମା’ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ମିଶନ୍‍ ଶକ୍ତି ବିଭାଗର ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍‍ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ନିବେଶକଙ୍କ ପସନ୍ଦ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନକ୍ଳେଭରୁ ଆସିଲା ୧୦ ଲକ୍ଷ ୪୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଗ୍ରହ
ଭୁବନେଶ୍ବର : ଓଡ଼ିଶାର ସାମର୍ଥ୍ୟ ହେଉଛି ଏହାର ପ୍ରାକୃତିକ ସଂପଦ, ଦକ୍ଷ ମାନବ ସମ୍ବଳ ଓ ସ୍ଥିର ସରକାର । ଏଥିପାଇଁ ଓଡ଼ିଶା ଏବେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଭୁବନେଶ୍ବରରେ ଗତ ଚାରି ଦିନ ଧରି ଚାଲିଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୨୨ରୁ ମୋଟ୍‌ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ଆସିଛି। ଆଜି ଉଦଯାପନୀ ସନ୍ଧ୍ୟାରେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ର ଉଦ୍‌ଯାପନୀ ସନ୍ଧ୍ୟାରେ ଶନିବାର ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୧୦ ଲକ୍ଷ ୩୭ ହଜାର ୭୦୧ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି ହେବା ନେଇ ଆଶା କରାଯାଉଛି। ସେହିପରି ୭୪୧ଟି ପ୍ରସ୍ତାବ ଆସିଛି। ଏହି କନକ୍ଲେଭ ଉଭୟ ନିବେଶକ ଓ ରାଜ୍ୟ ପାଇଁ ୱିନ ୱିନ ସିଚୁଏସନ୍ ଆଣିବ। ନିବେଶକଙ୍କ ଲାଗି ଆମେ ଆବଶ୍ୟକସ୍ଥଳେ ଅଧିକ କାର୍ଯ୍ୟ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥି ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ମେକ୍‌ ଇନ୍‌ ଓଡ଼ିଶା ର ୩ୟ ସଂସ୍କରଣ ଆଶାଠୁ ଅଧିକ ସଫଳ ହୋଇଛି। ଓଡ଼ିଶାରେ ନିବେଶ କରିବାକୁ ପୁଞ୍ଜିପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି। ରାଜ୍ୟକୁ ୧୦ ଲକ୍ଷ ୪୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଗ୍ରହ ପ୍ରସ୍ତାବ ଆସିଛି। ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ହେବ । ବହୁ ପରିଶ୍ରମ କରି ଏ ନିବେଶ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବାକୁ ସମସ୍ତେ ସହଯୋଗ କରନ୍ତୁ । ମେକ ଇନ ଓଡ଼ିଶା କନକ୍ଳେଭର ଉଦଯାପନୀ ଉତ୍ସବରେ ଏମିତି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Catch the closing ceremony and spectacular cultural performances on Day 3 of #MIO2022 live, in the presence of Hon'ble Chief Minister, @Naveen_Odisha!
Tune in to https://t.co/KER8VObFpF

— Invest Odisha (@InvestInOdisha) December 3, 2022

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏ ସଂସ୍କରଣରେ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନେ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ଦେଖାଇଛନ୍ତି । ନିବେଶକମାନଙ୍କୁ ମୁଁ ପ୍ରତିଶ୍ରୁତି ଦେଉଛି, ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ । ନୂଆ ଓଡ଼ିଶା ଗଠନରେ ସେମାନେ ଭାଗିଦାର ସାଜିବେ । ଫିକିର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ କଣ୍ଟ୍ରି ପାର୍ଟନର ଜାପାନ, ନରଓ୍ବେ ଓ ଜର୍ମାନୀକୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ଏହାଦ୍ବାରା ଶିଳ୍ପ, ବାଣିଜ୍ୟ ନେଇ ଆଗକୁ ସଂପର୍କ ଅଧିକ ସୁଦୃଢ଼ ହେବ । ଏ ଅବସରରରେ ମେକ ଇନ ଓଡ଼ିଶା କନକ୍ଳେଭକୁ ସଫଳ କରାଇବାରେ ସମସ୍ତଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

Important Announcement..
Total Investment Figures#MIO2022 Valedictory Declaration

Total Investment:
Rs. 10 lakh 48 K 807 Cr
Employment Potential:
10 lakh 37K 701 persons
Proposal Received: 741 nos pic.twitter.com/PMdohOVV6Z

— I & PR Department, Odisha (@IPR_Odisha) December 3, 2022

ଏଥି ସହିତ ଆଜି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୨୨ର ଉଦ୍‌ଯାପନୀ ଅବସରରେ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବୃହତ ଶିଳ୍ପ କ୍ଷେତ୍ରରେ ସର୍ବୋତ୍ତମ ସଂସ୍ଥା ଭାବେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଗ୍ରୁପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଥିଲେ। ସେହିଭଳି ପିଏସୟୁ ବେଷ୍ଟ୍ ଷ୍ଟଲ ଭାବେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼କୁ ଏବଂ ବେଷ୍ଟ ଡିପାର୍ଟମେଂଟ ପାଭିଲିଅନ ବିଭାଗରେ ମିଶନ ଶକ୍ତି ଏବଂ ସ୍କିଲଡ଼ ଇନ ଓଡିଶାକୁ ପୁରସ୍କାର ଦିଆଯାଇଥିଲା। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଓଡ଼ିଶାର ୫୭ ଜଣ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ୧୬ ଜଣ ମହିଳା ଉଦ୍ୟୋଗୀ, ୨୩ ଜଣ କୃଷି ଓ ଖାଦ୍ୟ ସଂପର୍କୀତ ଉଦ୍ୟୋଗ, ୧୧ଟି ପ୍ଲାଷ୍ଟିକ ଶିଳ୍ପ ଏବଂ ୫ଟି ଡାଉନ୍‌ଷ୍ଟ୍ରିମ ଇଣ୍ଡଷ୍ଟ୍ରି ରହିଛି ।

ଘୋଷଣା ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ନୀତି ୨୦୨୨ : ଆଗାମୀ ଦିନରେ ୨୧ଟି ହସ୍ପିଟାଲ ଖୋଲିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର
ଭୁବନେଶ୍ବର : ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନ ଅର୍ଥାତ ଉଦଯାପନୀ ଦିବସରେ ସ୍ୱାସ୍ଥ୍ୟକ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ମେଡ଼ିସିନ ଫର୍ମାସ୍ୟୁଟିକାଲ କମ୍ପାନୀ କଡ଼ିଲା ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ଏହା ସହିତ ଅନୁଗୁଳ, ବଡ଼ବିଲ, ଝାରସୁଗୁଡା ଓ ଭଦ୍ରକରେ ପିପିପି ମୋଡ଼ରେ ହସ୍ପିଟାଲ କରିବା ପାଇଁ ୫ ସହ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ କମ୍ପାନୀ । ଏନେଇ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।

Ms Shalini Pandit, IAS, Commssioner-cum-Secretary, @HFWOdisha presented the overall goal, mission & vision of healthcare sector in Odisha. She highlighted the major achievements of the State in the health sector.

— H & FW Dept Odisha (@HFWOdisha) December 3, 2022

ଏଥି ସହିତ  ଆଜି ସ୍ୱାସ୍ଥ୍ୟ ନୀତି ୨୦୨୨ର ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିରେ ଯେଉଁ ଚାରିଟେବଲ ସଂସ୍ଥା ନିବେଶ କରିବା ପାଇଁ ଚାହିଁବେ ସେମାନଙ୍କୁ ମାଗଣାରେ ରାଜ୍ୟ ସରକାର ଜମି ଯୋଗାଇ ଦେବେ । ଯେଉଁ କମ୍ପାନୀ ନିବେଶ କରିବାକୁ ଚାହିଁବେ ସେମାନଙ୍କୁ ଶିଳ୍ପ ନୀତି ଅନୁସାରେ ସବସିଡି ରେଟରେ ଜମି ଯୋଗାଇଦେବେ ସରକାର । ପିପିଟି ମୋଡ଼ରେ ଏହି ୪ଟି ହସ୍ପିଟାଲ ସଫଳ ହେଲେ ଆଗାମୀ ଦିନରେ ୨୧ଟି ହସ୍ପିଟାଲ ଖୋଲିବାକୁ ଯୋଜନ ରଖିଛନ୍ତି ରାଜ୍ୟ ସରକାର ।

A panel discussion was held under the chairmanship of Dr BS Srinath, Trustee, Sri Shankara Cancer Foundation, Bengaluru in which leaders from healthcare & pharma industry shared their experiences of doing business in Odisha & their thought on the roadmap to achieve #Vision2025.

— H & FW Dept Odisha (@HFWOdisha) December 3, 2022

ଆମେରିକା ଓ ଅଷ୍ଟ୍ରେଲିଆ ବଜାରରେ ବିକ୍ରି ହେବ ଓଡ଼ିଶା ଏସ୍‌ଏଚ୍‌ଜି ମା’ମାନଙ୍କ ହାତତିଆରି ସାମଗ୍ରୀ : ସୁଜାତା କାର୍ତ୍ତିକେୟନ
ଭୁବନେଶ୍ବର : ମହିଳାମାନେ ଏବେ ଭିନ୍ନ ପରିଚୟରେ ପରିଚିତ ହେଉଛନ୍ତି । ପରିବାରକୁ ଗଢ଼ିବା ସହ ଏବେ ସମାଜକୁ ଗଢ଼ିବାର ଗୁରୁଦାୟିତ୍ବକୁ ନିଷ୍ଠାର ସହ ତୁଲାଉଛନ୍ତି । ମା ଭଉଣୀମାନଙ୍କୁ ଅଧିକ ସଶକ୍ତ କରିବାକୁ ଏଣିକି ବିନା ସୁଧରେ ୫ ଲକ୍ଷ ଯାଏ ଋଣ ଯୋଗାଇ ଦିଆଯିବ । ଏହା ମହିଳାମାନଙ୍କୁ ଅଧିକ ଆର୍ଥିକ ସ୍ବାଧୀନତା ଦେବ। ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ଅନୁଷ୍ଠିତ ମହିଳା ଉଦ୍ୟୋଗୀ ଅଧିବେଶରେ ଏହା କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ।

ମେକ୍‌ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ଅନୁଷ୍ଠିତ ହୋଇଥିବା ମହିଳା ଉଦ୍ୟୋଗୀ ଅଧିବେଶନରେ ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି, ମହିଳା ଏସଏଚଜିଗୁଡ଼ିକ ରାଜ୍ୟରେ ଏବେ ସରକାର ଓ ସମାଜ ମଧ୍ୟରେ ସେତୁର କାମ କରୁଛନ୍ତି । ମହିଳାମାନଙ୍କୁ ଆହୁରି ଆଗକୁ ନେବାକୁ ମିଶନଶକ୍ତି ବିଭାଗ ସଂକଳ୍ପବଦ୍ଧ । ବିଭିନ୍ନ ସଂସ୍ଥା ସହ ବିଭାଗ ପକ୍ଷରୁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ବଢ଼ିବ । ଫ୍ଲିପକାର୍ଟ ସହ ଆମର ଏମଓୟୁ ପରେ ଏଣିକି ଆମ ମହିଳାଙ୍କ ହାତ ତିଆରି ଜିନିଷ ଆମେରିକା ଓ ଅଷ୍ଟ୍ରେଲିଆ ବଜାରରେ ବିକ୍ରି ହେବ । ଆର୍ନ୍ତଜାତିକ ବଜାରରେ ପହଞ୍ଚିବ ଓଡ଼ିଶା ମହିଳାଙ୍କ ସାମଗ୍ରୀ । ମହିଳା ଏସଏଚଜିଗୁଡ଼ିକୁ ସରକାର ଅଧିକ ସହଯୋଗ ଓ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ମହିଳାଙ୍କ ବିକାଶର ଧାରା ସମଗ୍ର ଦେଶକୁ ରାସ୍ତା ଦେଖାଇବ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ।

ମିଶନ ଶକ୍ତି ମା'ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା ଉପକାର ପାଇବେ। ୫ବର୍ଷରେ ୫ ହଜାର କୋଟି ଟଙ୍କାର କାମ, ମା'ମାନଙ୍କୁ ଦେବା ପାଇଁ ଓଡିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

— I & PR Department, Odisha (@IPR_Odisha) December 3, 2022

ଅନ୍ୟପଟେ ମେକ୍‌ ଇନ୍ ଓଡିଶା କନକ୍ଲେଭର ମହିଳା ଉଦ୍ୟୋଗୀ ଅଧିବେଶରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ ଯେ ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା’ମାନଙ୍କର ଏକ ମହାଶକ୍ତି ହୋଇଛି। ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ଵ।

ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକସ୍ତରରେ ଫେଡେରେସନକୁ ୫୯ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। pic.twitter.com/OHpfRe3VjO

— I & PR Department, Odisha (@IPR_Odisha) December 3, 2022

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମୋର ଦୃଢ ବିଶ୍ବାସ, ମା’ମାନଙ୍କୁ ସଶକ୍ତ ନ କରି, କୌଣସି ପରିବାର, କୌଣସି ସାମାଜ, ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ। ଓଡ଼ିଶାରେ ଆମର ଛଅ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଏସଏଚଜିମାନଙ୍କୁ ଏସଏମଇରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ। ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡ଼ିଶାର ଲକ୍ଷ ଲକ୍ଷ ମା’ ଉପକାର ପାଇବେ।

ସେହିପରି ପଞ୍ଚାୟତସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ଯ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମହିଳାମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ତିରିଶ ଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। pic.twitter.com/U1rglr41kU

— I & PR Department, Odisha (@IPR_Odisha) December 3, 2022

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା’ମାନଙ୍କୁ ଦେବା ପାଇଁ ଓଡ଼ିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଓ ଏହାଦ୍ଵାରା ପ୍ରାୟ ଏକ ଲକ୍ଷ ଏସଏଚଜି ଲାଭ ପାଉଛନ୍ତି। ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ପଚାଶ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Hon'ble Chief Minister Naveen Patnaik felicitated heads of the 3 best SHGs from across the state, based on their annual turnover and activities undertaken at #MIO2022 today. #JoinTheJuggernaut pic.twitter.com/42A6my1lQw

— Invest Odisha (@InvestInOdisha) December 3, 2022

ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟ କୁ ସାକାର କରିବା ପାଇଁ ତିରିଶଟିଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଓଡ଼ିଶାର ରୂପାନ୍ତରଣରେ ମା’ମାନଙ୍କର ବଡ଼ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମା’ମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, ମିଶନ ଶକ୍ତି-ସ୍କେଲିଂ ଅପ୍ ଉନ୍ମୋଚନ କରିଥିଲେ ଏବଂ କଟକ ମା ତାରିଣୀ ଏସଏଚଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡ଼ା ବନଦୁର୍ଗା ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଥିଲେ।ସେହିପରି ଏସଏଚଜିମାନଙ୍କୁ ଋଣ ଦେବାରେ ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ତାଙ୍କ ଉଦବୋଧନରେ ମା ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ତୃତୀୟ ଦିନ: ୧୮୦ଟି ସଂସ୍ଥାରୁ ୧ ଲକ୍ଷ ୭୦ ହଜାର ୨୬୦ କୋଟି ୮୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ
ଭୁବନେଶ୍ବର : ‘ମେକ୍ ଇନ୍ ଓଡ଼ିଶା-୨୦୨୨’ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ଟି ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ। ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ୩୭୫ଟି ଶିଳ୍ପ ସଂସ୍ଥାରୁ ମୋଟ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏଥିପାଇଁ ପାଖାପାଖି ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଶିଳ୍ପ ସଚିବ କହିଛନ୍ତି ଯେ, କେବଳ ଆଜି ଗୋଟିଏ ଦିନରେ( ଶୁକ୍ରବାର ) ୧୮୦ଟି ସଂସ୍ଥାରୁ ୧ ଲକ୍ଷ ୭୦ ହଜାର ୨୬୦ କୋଟି ୮୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩ ଲକ୍ଷ ୭୮ ହଜାର ୪୪୬ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ଆଜି ୪୬ ମିନେରଲ ମେଟାଲ, ଡାଉନ ଷ୍ଟ୍ରିମ ଶିଳ୍ପ, ୪୩ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ୨୪ଟି ଆଇଟି, ୨୨ଟି ଶକ୍ତି ଓ ଅକ୍ଷୟ ଶକ୍ତି, ୧୭ଟି କ୍ୟାମିକାଲ୍ସ ଓ ପ୍ଲାଷ୍ଟିକ, ୧୪ଟି ଏଗ୍ରି ବିଜନେସ, ୯ଟି ବୟନ ଓ ପୋଷାକ ଶିଳ୍ପ ଏବଂ ୫ଟି ଏଗ୍ରି ମାର୍କେଟିଂ ସଂସ୍ଥା ରାଜ୍ୟରେ ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ବୋଲି ଶିଳ୍ପ ସଚିବ ସୂଚନା ଦେଇଛନ୍ତି।

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଘୋଷଣା ହୋଇଛି ରାଜ୍ୟର ନୂଆ ବୟନ ଶିଳ୍ପ ନୀତି। କଟକ ଚୌଦ୍ୱାରରେ ଟେକ୍ସଟାଇଲ୍‌ ପାର୍କ କରିବେ ରାଜ୍ୟ ସରକାର। ଏହି ସୂଚନା ଦେଇଛନ୍ତି ଶିଳ୍ପ ସଚିବ।ଏଠାରେ ପ୍ରାୟ ୮୦ଟି ସଂସ୍ଥା ନିଜର ୟୁନିଟ ପ୍ରତିଷ୍ଠା କରିପାରିବେ ବୋଲି ସେ କହିଛନ୍ତି।ନୂଆ ବୟନ ନୀତି ଅନୁସାରେ ପୁଞ୍ଜି ନିବେଶକାରୀଙ୍କୁ ୪୦ ପ୍ରତିଶତ ବା ସର୍ବାଧିକ ୫୦ କୋଟି ଯାଏ ସବ୍‌ସିଡି ଦିଆଯିବ। ଦେଶରେ ଏହା ସର୍ବାଧିକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ଦିନର ଫୋକସ୍‌ରେ ଥିଲା ଟେକ୍ସଟାଇଲ୍, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ ଓ ଫୁଡ୍ ପ୍ରୋସେସିଂ। ଇଣ୍ଡୋ ରାମା କମ୍ପାନୀ ଓଡ଼ିଶାରେ ସ୍ପିନିଂ ମିଲ୍ ବସାଇ ପ୍ରାୟ ୭ ଶହ କୋଟି ଟଙ୍କା ନିବେଶ କରିବ ବୋଲି କହିଛି।

ସେହିପରି ଜକି ବ୍ରାଣ୍ଡର ପେଜ୍‌ ଇଣ୍ଡିଆ ରାମଦାସପୁରରେ ପ୍ରକଳ୍ପ ସଂପ୍ରସାରଣ ପାଇଁ ନିବେଶ କରିବ ୪ ଶହ କୋଟି ଟଙ୍କା। ସେଠାରେ ଜକି ୫୧୦ କୋଟିର ପ୍ରକଳ୍ପ କରୁଛି। ଯାହାକି ଆସନ୍ତା ଏପ୍ରିଲରୁ କାର୍ଯ୍ୟକ୍ଷମ ହେବ। ଏମ୍ଏସ୍ଏମ୍ଇ କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ବହୁ ସଂସ୍ଥା ଆଗ୍ରହ ଦେଖାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ୱାରି ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ ଶ୍ରୀବାସ୍ତବ କହିଛନ୍ତି, ଚୀନ ପରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ ନିର୍ମାଣ ହେବ। ଏହି ସୋଲାର କମ୍ପ୍ଲେକ୍ସ ୱାରୀ ଗ୍ରୁପ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ପୁଞ୍ଜନିବେଶ ହେବ। କଂପାନି ଏଥିରେ ୧୦ ହଜାର ମେଗୱାଟର ସାଣ୍ଟ ଟୁ ମୋଡୁଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଢେଙ୍କାନାଳରେ ୯୦୦ ଏକର ଜମି ଉପରେ ଏହି ପ୍ଲାଣ୍ଟ ସ୍ଥାପନ ହେବ। ଏହା ଯୋଗୁଁ ୧୪ ହଜାର ପ୍ରତ୍ୟକ୍ଷ ଓ ପ୍ରାୟ ୨୦ରୁ ୨୫ ହଜାର ପରୋକ୍ଷ କର୍ମନିଯୁକ୍ତି ମିଳିବ।

ସେହିପରି ଏମଏସଏମଇ ସଚିବ ଶାଶ୍ବତ ମିଶ୍ର କହିଛନ୍ତି ଯେ, ଫୁଡ୍ ପ୍ରୋସେସିଂ ପଲିସି ଉନ୍ମୋଚନ ହୋଇଛି। ସରକାର ଏହି ପଲିସି ଅଧିନରେ ନିବେଶକଙ୍କୁ ୩୦% ବା ସର୍ବାଧିକ ୩.୫ କୋଟି ଟଙ୍କାର ସବସିଡି ଦେବେ। ନିବେଶକମାନେ ସ୍ଵତନ୍ତ୍ର ବର୍ଗରେ ଆଉ ୫% ରିହାତି ପାଇବେ। ସୋଲାର ପାୱାର ଭିତ୍ତିକ ଶିଳ୍ପ କଲେ ଅତିରିକ୍ତ ୫% ରିହାତି ମିଳିବ। ମେଗା ଫୁଡ ପାର୍କ ଲାଗି ୧୫ କୋଟି ଟଙ୍କା ଯାଏଁ ସବସିଡି ମିଳିବ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ୨୧ଟି ସଂସ୍ଥା ୧୪୪୩ କୋଟି ଟଙ୍କାର ନିବେଶ ଆଗ୍ରହ ଦେଖାଇଛନ୍ତି । ଏହାଯୋଗୁଁ ପାଖାପାଖି ୧୦ ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଢେଙ୍କାନାଳର ୯୦୦ ଏକର ଜମିରେ ନିର୍ମାଣ ହେବ ସୋଲାର କମ୍ପ୍ଲେକ୍ସ, ୨୫ ହଜାର କୋଟି ପୁଞ୍ଜନିବେଶ କରିବ ୱାରୀ ଗ୍ରୁପ
ଭୁବନେଶ୍ବର : ଭୁବନେଶ୍ଵରରେ ଚାଲିଥିବା ମେକ୍ ଇନ ଓଡ଼ିଶା କନକ୍ଲେଭର ଆଜି ତୃତୀୟ ଦିନ। ମେକ୍ ଇନ୍ ଓଡ଼ିଶା-୨୦୨୨ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ। ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। କଂକ୍ଲେଭରେ ଏବେ ସୁଦ୍ଧା ୩୭୫ଟି ଶିଳ୍ପ ସଂସ୍ଥା ନିକଟରୁ ସମୁଦାୟ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏଥିପାଇଁ ପାଖାପାଖି ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏନେଇ ଆଜି ଶିଳ୍ପ ସଚିବ ହେମନ୍ତ ଶର୍ମାସୂଚନା ଦେଇଛନ୍ତି।

WAAREE Group, a leading house of solar panel manufacturing has announced to invest Rs 25 Thousand Crore Rupees in #Odisha. This wil provide 14 thousand direct and 20 thousand indirect employment. #MIO2022

Pls click the link to know more: https://t.co/tUrFU9WubZ pic.twitter.com/8PA7gIn8pn

— I & PR Department, Odisha (@IPR_Odisha) December 2, 2022

ଆଜି ଫୋକସରେ ଥିଲା ଟେକ୍ସଟାଇଲ, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ ଭଳି ସେକ୍ଟର।କେବଳ ଆଜି ଗୋଟିଏ ଦିନରେ( ଶୁକ୍ରବାର ) ୧୮୦ଟି ସଂସ୍ଥାରୁ ୧ ଲକ୍ଷ ୭୦ ହଜାର ୨୬୦ କୋଟି ୮୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩ ଲକ୍ଷ ୭୮ ହଜାର ୪୪୬ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ତେବେ ଚୀନ ପରେ ଓଡ଼ିଶାରେ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ । ୱାରୀ ଗ୍ରୁପ ସ୍ଥାପନ କରିବ ଏହି ସୋଲାର କମ୍ପ୍ଲେକ୍ସ । ୨୫ ହଜାର କୋଟି ଟଙ୍କା ପୁଞ୍ଜନିବେଶ କରିବ ୱାରି ଗ୍ରୁପ ।

ୱାରି ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ ଶ୍ରୀବାସ୍ତବ କହିଛନ୍ତି, ଚୀନ ପରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ ନିର୍ମାଣ ହେବ। ଏହି ସୋଲାର କମ୍ପ୍ଲେକ୍ସ ୱାରୀ ଗ୍ରୁପ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ପୁଞ୍ଜନିବେଶ ହେବ। କଂପାନି ଏଥିରେ ୧୦ ହଜାର ମେଗୱାଟର ସାଣ୍ଟ ଟୁ ମୋଡୁଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଢେଙ୍କାନାଳରେ ୯୦୦ ଏକର ଜମି ଉପରେ ଏହି ପ୍ଲାଣ୍ଟ ସ୍ଥାପନ ହେବ। ଏହା ଯୋଗୁଁ ୧୪ ହଜାର ପ୍ରତ୍ୟକ୍ଷ ଓ ପ୍ରାୟ ୨୦ରୁ ୨୫ ହଜାର ପରୋକ୍ଷ କର୍ମନିଯୁକ୍ତି ମିଳିବ।

ଶିଳ୍ପ ସଚିବଙ୍କ ଘୋଷଣା,କଟକ-ଚୌଦ୍ୱାରରେ ରାଜ୍ୟ ସରକାର କରିବେ ଟେକ୍ସଟାଇଲ୍‌ ପାର୍କ
ଭୁବନେଶ୍ବର : କଟକ ଚୌଦ୍ୱାରରେ ହେବ ଟେକ୍ସଟାଇଲ୍‌ ପାର୍କ। ରାଜ୍ୟ ସରକାର ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବେ। ଏନେଇ ମେକ ଇନ ଓଡ଼ିଶା କନକ୍ଲେଭରେ ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ଚୌଦ୍ୱାରରେ ଥିବା ଓଟିଏମ ଲୁଗାକଳ ଠାରୁ ଇଡକୋ ଫେରାଇ ନେଇଥିବା ୫୨୧ ଏକର ଜମିରେ ଏହି ପାର୍କ ପ୍ରତିଷ୍ଠା ହେବ।

ପ୍ରତିଷ୍ଠା ହେବାକୁ ଥିବା ଟେକ୍ସଟାଇଲ ପାର୍କରେ ପ୍ରାୟ ୮୦ଟି ସଂସ୍ଥା ନିଜର ୟୁନିଟ ପ୍ରତିଷ୍ଠା କରିପାରିବେ। ଏଥିପାଇଁ ରାଜ୍ୟ ସରକାର ମେକ ଇନ ଓଡ଼ିଶା କନକ୍ଲେଭରେ ଉପଯୁକ୍ତ ନିବେଶକ ସନ୍ଧାନରେ ଅଛନ୍ତି ବୋଲି ଶିଳ୍ପ ସଚିବ ଜଣାଇଛନ୍ତି। ନୂଆ ବୟନ ନୀତି ଅନୁସାରେ ପୁଞ୍ଜି ନିବେଶକାରୀଙ୍କୁ ୪୦ ପ୍ରତିଶତ ବା ସର୍ବାଧିକ ୫୦ କୋଟି ଯାଏ ସବ୍‌ସିଡି ଦିଆଯିବ। ଦେଶରେ ଏହା ସର୍ବାଧିକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି।  ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ଦିନର ଫୋକସ୍‌ରେ ଥିଲା ଟେକ୍ସଟାଇଲ୍, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ ଓ ଫୁଡ୍ ପ୍ରୋସେସିଂ। ଇଣ୍ଡୋ ରାମା କମ୍ପାନୀ ଓଡ଼ିଶାରେ ସ୍ପିନିଂ ମିଲ୍ ବସାଇ ପ୍ରାୟ ୭ ଶହ କୋଟି ଟଙ୍କା ନିବେଶ କରିବ ବୋଲି କହିଛି।

ସେହିପରି ଜକି ବ୍ରାଣ୍ଡର ପେଜ୍‌ ଇଣ୍ଡିଆ ରାମଦାସପୁରରେ ପ୍ରକଳ୍ପ ସଂପ୍ରସାରଣ ପାଇଁ ନିବେଶ କରିବ ୪ ଶହ କୋଟି ଟଙ୍କା। ସେଠାରେ ଜକି ୫୧୦ କୋଟିର ପ୍ରକଳ୍ପ କରୁଛି। ଯାହାକି ଆସନ୍ତା ଏପ୍ରିଲରୁ କାର୍ଯ୍ୟକ୍ଷମ ହେବ। ଏମ୍ଏସ୍ଏମ୍ଇ କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ବହୁ ସଂସ୍ଥା ଆଗ୍ରହ ଦେଖାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।