Jaleswar - The Sakala

ବାଲି ଖାଦାନ ନିଲାମ ପାଇଁ ଜନଶୁଣାଣି ବେଳେ ତୁମୁଳକାଣ୍ଡ: ସପକ୍ଷ-ବିପକ୍ଷବାଦୀ ମଧ୍ୟରେ ହାତାହାତି, ବାଡ଼ାବାଡ଼ି
ବାଲେଶ୍ୱର: ଜନଶୁଣାଣି ବେଳେ ଗୋଷ୍ଠୀ ସଂଘର୍ଷ । ବାଲେଶ୍ୱର ଜଳେଶ୍ୱରରେ ବାଲିଖାଦାନ ନିଲାମ ପାଇଁ ଜନ ଶୁଣାଣି ବେଳେ ଉତ୍ତେଜନା । ସପକ୍ଷ-ବିପକ୍ଷବାଦୀ ମଧ୍ୟରେ ହାତାହାତି। ସେକସରାଇ ବାଲି ସୈରାତ ପାଇଁ ମହମ୍ମଦ ନଗର ପାଟଣା ପଞ୍ଚାୟତ ଅଫିସ୍ ପରିସରରେ ଚାଲିଥିଲା ଜନ ଶୁଣାଣି। ଜିଲ୍ଲା ପ୍ରଶାସନ ତରଫରୁ ସର୍ବସାଧାରଣ ଜନଶୁଣାଣି ଅନୁଷ୍ଠିତ ହେଉଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ପରେ ଅଧାରୁ ବନ୍ଦ ରହିଛି ଜନଶୁଣାଣି । ଏହି ଗଣ୍ଡଗୋଳରେ ୨ ଜଣ ଆହତ ହୋଇଛନ୍ତି । ଜଳେଶ୍ବର ତହସିଲ କାର୍ଯ୍ୟାଳୟରେ ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

ସ୍ତ୍ରୀକୁ ହତ୍ୟା ପାଇଁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପିଶାଚ ସ୍ୱାମୀ, ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଓ ଶଳା ଗୁରୁତର
ଜଳେଶ୍ବର : ପିଶାଚ ସ୍ବାମୀର ଉନ୍ମୁକ୍ତ କାଣ୍ଡ । ଜୀବନରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ରାକ୍ଷସ ସ୍ୱାମୀ । ଝିଅକୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଓ ଶଳା ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବାଲିଆପାଳ ଥାନା ନାରାୟଣପୁର ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଅଭିଯୁକ୍ତ ଜ୍ବାଇଁକୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ ।

ସୂଚନା ଅନୁଯାୟୀ, ନାରାୟଣପୁର ଗାଁର ରାଜେନ୍ଦ୍ର ସାମନ୍ତରାୟଙ୍କ ଝିଅ ମାଳତ୍ରୀ ଗାଁର କରୁଣାକର କବିଙ୍କୁ ୭ ବର୍ଷ ପୂର୍ବେ ବିବାହ କରିଥିଲେ । ଉଭୟଙ୍କର ୨ଟି ସନ୍ତାନ ଆଛନ୍ତି । ତେବେ ବିବାହ ପରଠାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ତେବେ ନିର୍ଯାତନା ସହି ନପାରି ଗତ ଏକ ମାସ ହେବ ମାଳତ୍ରୀ ବାପ ଘରକୁ ପଳାଇ ଆସିଥିଲେ ।

ଗତକାଲ ରାତିରେ କରୁଣାକର ଶ୍ବଶୁର ଘରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଚିତ୍କାର ଶୁଣି ଗାଁଲୋକେ ପହଞ୍ଚି ଜ୍ବାଇଁକୁ କାବୁ କରି ପୋଲିସ ଜିମା ଦେଇଥିଲେ। ଗୁରୁତରଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ସମସ୍ତଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ଅଧିକ ତଦନ୍ତ କରୁଛି ବାଲିଆପାଳ ପୋଲିସ ।

ଧର୍ମାନ୍ତରୀକରଣ ବିବାଦ; ମୃତ୍ୟୁର ୨୫ ଘଣ୍ଟା ପରେ ମଧ୍ୟ ପଡିରହିଛି ମୃତଦେହ
ଜଳେଶ୍ୱର: ଧର୍ମାନ୍ତରୀକରଣ ଯୋଗୁଁ ଉଠିପାରୁନି ଶବ । ମୃତ୍ୟୁର ୨୫ ଘଣ୍ଟା ପରେ ମଧ୍ୟ ପଡିରହିଛି ମୃତଦେହ । ଶବ ପୋତାହେବ ନା ପୋଡାହବ, ଏନେଇ ଉପୁଜିଛି ଦ୍ୱନ୍ଦ । ଧର୍ମାନ୍ତୀକରଣକୁ ବିରୋଧ ଯୋଗୁ ହୋଇ ପାରୁନି ଶବ ସତ୍କାର । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ରଙ୍ଗାମାଟିଆରେ ଦେଖିବାକୁ ମିଳିଛ ଏପରି ଘଟଣା । ସୂଚନା ଅନୁସାରେ, କାଳିକ ଗ୍ରାମ ପଞ୍ଚାୟତର ରଙ୍ଗାମାଠିଆ ଗ୍ରାମର ଚଇନା ହାଁସଦାଙ୍କ ପୁତ୍ର ଛୁଟା ହାଁସଦାଙ୍କ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ବୁଧବାର ରାତିରେ ଘଟିଥିଲା। ସେ ପାରମ୍ପରିକ ଆଦିବାସୀ ସଂପ୍ରଦାୟର ହୋଇ ମଧ୍ୟ ବିଗତ ୧୫ ବର୍ଷରୁ ଅଧିକ ଦିନ ହେବ ନିଜର ଧର୍ମ ପରିବର୍ତ୍ତନ କରିଥିଲେ। ଆଦିବାସୀ ପରମ୍ପରାର ବିଧି ବିଧାନ କ୍ଷୁର୍ଣ୍ଣ ହେବାରୁ ପାରମ୍ପରିକ ଗ୍ରାମସଭା ମୁଖ୍ୟ ମାସାଙ୍ଗ ହାଁସଦା, ମୋହନ ମାରାଣ୍ଡି, ମଣ୍ଡଳ ହାଁସଦା ଧିରାନ ସୋରେନ, ରାଜୁ ହେମରମ, ପାରିଆର ହାଁସଦା, ନାରାୟଣ ମୁର୍ମୁ ପ୍ରମୁଖ ଗ୍ରାମ ମଶାଣିରେ ଶବ ସକ୍ରାର କରାଯିବାକୁ ବାରଣ କରିଥିଲେ।

ଏନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ମୃତକଙ୍କ ପୁଅ । ତେବେ ଥାନାରୁ ଫେରି ନିଜ ବାଡିରେ କବର ଦେବା ପାଇଁ ପ୍ରଶାସନଠୁ ଅନୁମତି ପାଇଁ ଘରବାଡି ପ୍ରମାଣପତ୍ର ନକଲ ରାଜସ୍ବ ଅଧିକାରୀ ଓଲମରାକୁ ମଧ୍ୟ ପଠାଇ ଥିଲେ । ତଥାପି ଏବେ ଯାଏ ମଧ୍ୟ ଶବ ସତ୍କାର ହୋଇନଥିବା ଜଣାପଡିଛି । ସେପଟେ ଗ୍ରାମବାସୀଙ୍କ ଅଭିଯୋଗ, ଧର୍ମାାନ୍ତୀକରଣ ଯୋଗୁ ଆଦିବାସୀ ସମ୍ପ୍ରଦାୟର ସଂସ୍କାର, ଧର୍ମ, ପରମ୍ପରା ନଷ୍ଟ ହେବାରେ ଲାଗିଛି ।

ଜଳେଶ୍ୱରରେ ଭୟଙ୍କର ସଡକ ଦୁର୍ଘଟଣା: ଟ୍ରକକୁ ଧକ୍କା ଦେଲା ବସ୍, ୨ ମୃତ
ଜଳେଶ୍ୱର : ଜଳେଶ୍ୱରରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ବସ, ୨ ମୃତ । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକ ଦୁଇଜଣ ହେଲେ ମୀର ଅବଦୁଲ ରହିମ୍ (୩୯) ଓ ନୃସିଂହ କାଠୁଆ  (୪୦) । ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ବିଳମ୍ୱିତ ରାତିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟି ରାସ୍ତାରେ ଠିଆ ହୋଇଥିବାବେଳେ ପଛକୁ ଧକ୍କା ଦେଲା ବସ୍। ବସଟି ଢେଙ୍କାନାଳର  ନୃସିଂହପୁରରୁ କୋଲକାତା ଅଭିମୁଖେ ଯାଉଥିଲା । ଏହି ବସରେ ପାଖାପାଖି ୬୦ ଜଣ ଯାତ୍ରୀ ଥିବା ସୂଚନା ।  ଅଗ୍ନିଶମ ବାହିନୀ ଓ ଏନଏଚ ଆମ୍ବୁଲାନ୍ସ କର୍ମଚାରୀମାନେ ଗୁରୁତରମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ସୂଚନା ମିଳିଛି ।

ପୋଲିସ ବାବୁଙ୍କ ନାଁରେ ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ଗିରଫ ହେଲେ ପୋଲିସ ଏସଆଇ ବିଜୟ ସାହୁ
ଜଳେଶ୍ଵର: ପୁଣି ଖାକିରେ କଳଙ୍କ । ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରି ଗର୍ଭବତୀ କରି ଧୋକା ଦେଲେ ମାଲକାନଗିରି SOGର ଟ୍ରେନିଂ ପ୍ରାପ୍ତ ସବଇନ୍ସପେକଟର ବିଜୟ କୁମାର ସାହୁ । ଯୁବତୀଙ୍କ ଅଭିଯୋଗ ପରେ ଗରିଫ କଲା ବାଲିଆପାଳ ପୋଲିସ । ସବଇନ୍ସପେକଟର ବିଜୟଙ୍କ ଘର ବାଲିଆପାଳ ବ୍ଳକ୍ ବଡତାଳ ପଦା ଗାଁରେ ବୋଲି ଜଣାପଡିଛି । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ କରିବା ସହ ଗର୍ଭବତୀ କରିଛନ୍ତି ପୋଲିସ ଏସଆଇ ଜଣକ । ପରେ ବିବାହ କରିବାକୁ କଲେ ମନା କରିଥିବା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ବାବୁଙ୍କୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବଡ଼ ତାଳପଦା ଗ୍ରାମର ବିଜୟ ସାହୁ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ହେଲେ ବିଜୟ ପୋଲିସ ଚାକିରି କରିବା ପରେ ଯୁବତୀଙ୍କୁ ବିବାହ କରିବାକୁ ମନା କରିଥିଲେ । ଏହାକୁ ନେଇ ଯୁବତୀ ଜଣଙ୍କ ବାଲିଆପାଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଜୟଙ୍କୁ ଗିରଫ କରିଛି ।

ବନ୍ଧୁକ ମୁନରେ ଦୋକାନୀଙ୍କଠାରୁ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ
ଜଳେଶ୍ବର: ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା । ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ ଗହଣା ଦୋକାନୀଙ୍କୁ ଆକ୍ରମଣ କରିବା ସହ ମୁଣ୍ତରେ ବନ୍ଧୁକ ଲଗାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ଯାଗ ଲୁଟି ନେଲେ ଦୁର୍ବୁତ୍ତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଡେମ୍ବୁରିଆ ମାର୍କେଟରୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହୋଇଛି ଲୁଟ ।

ସୂଚନା ଅନୁଯାୟୀ ଜଳେଶ୍ବର ଥାନା ନାମ୍ପୋ ଫାଣ୍ତି ଅନ୍ତର୍ଗତ ସମ୍ପତିଆ ଗ୍ରାମର ଘନଶ୍ଯାମ କାମିଳାଙ୍କ ତେମ୍ବୁରିଆ ମାର୍କେଟରେ ମିନତୀ ଜୁଏଲାର୍ସ ନାମରେ ଏକ ଗହଣା ରହିଛି । ସବୁଦିନ ଭଳି ସେ ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ ନିଛାଟିଆ ରାସ୍ତାରେ ୩ଜଣ ଦୁର୍ବୁତ୍ତ ଗାଡି ଅଟକାଇବା ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଭୟଭୀତ କରାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ଯାଗ ଛଡାଇ ନେଇ ଏକ କଳା ରଙ୍ଗର ଆପାଚି ବାଇକରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ବୁତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିବା ସହ ସନ୍ଦେହରେ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

ଅଧା ରହିଗଲା ଜଗା ଦର୍ଶନ; ୨୦ ଫୁଟ ତଳକୁ ତୀର୍ଥଯାତ୍ରୀ ବସ୍‌ ଖସି ୪ ମୃତ, ୧୭ରୁ ଅଧିକ ଗୁରୁତର
ଜଳେଶ୍ଵର: ଅଧାରେ ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ । ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା । ଭାରସ୍ୟାମ ହରାଇ ୨୦ ଫୁଟ ତଳକୁ ଖସି ପଡ଼ିଲା ତୀର୍ଥ ଯାତ୍ରୀ ବସ । ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣ ମୃତ୍ୟୁବରଣ କରିଥିବାବେଳେ ୨୩ ଜଣ ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ବାଇପାସ ନିକଟରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟମାନେ ଜଳେଶ୍ଵର ହସ୍ପିଟାଲରେ ଚିକିତ୍ସିତ। NH ୬୦ ଏକତାଳି ବାଇପାସ୍ ନିକଟରେ ହୋଇଛି ଦୁର୍ଘଟଣା । ଜଳେଶ୍ଵର ପୋଲିସ, ଅଗ୍ନିଶମ ବିଭାଗର ତିନି ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ ।

ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶ ର ସିଦ୍ଧାନ୍ତ ନଗର ଜିଲ୍ଲା ଓବଲରାମ ପୁର ଜିଲ୍ଲାର ୫୭ ଜଣ ତୀର୍ଥ ଯାତ୍ରୀ କ୍ରିଷ୍ନା ନାମକ ବସ ଯୋଗେ ଗତ ୧୮ ତାରିଖ ଦିନ ତୀର୍ଥଯାତ୍ରା ପାଇଁ ବାହାରି ଥିଲେ । ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ପରେ ଗତକାଲି କଲିକତାରୁ ପୁରୀ ଅଭିମୁଖେ ଜଗା ଦର୍ଶନ ପାଇଁ ଯାଉଥିବା ବେଳେ ରାତି ପ୍ରାୟ ୧୨:୩୦ ସମୟରେ ୬୦ ନମ୍ବର ଜାତୀୟ ରାଜପଥର ଏକତାଳି ନିକଟରେ ବସଟି ଭାରସାମ୍ଯ ହରାଇ ଜାତୀୟ ରାଜପଥର ୨୦ ଫୁଟ ତଳକୁ ଓଲଟି ପଡିଥିଲା। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ଯାନ, ଜଳେଶ୍ବର ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ବସ୍ କୁ କାଟି ଚାପି ରହିଥିବା ଲୋକଙ୍କୁ ୩ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ କରିଥିଲେ । ଘଟଣା ସ୍ଥଳରୁ ଜଳେଶ୍ବର ପୋଲିସ ଏଜେଣ୍ଟ ଓ ଡ଼୍ରାଇଭର କଣ୍ଡକ୍ଟରକୁ ଅଟକ ରଖି ତଦନ୍ତ କରୁଛି ।

କାନ୍ଥ ପଡ଼ି ପୁଅର ମୃତ୍ଯୁ, ବାପାମାଆ ଗୁରୁତର
ଜଳେଶ୍ବର: କାନ୍ଥ ପଡ଼ି ପୁଅର ମୃତ୍ଯୁ ଘଟିଥିବାବେଳେ ବାପାମାଆ ଗୁରୁତର ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ପଶ୍ଚିମବାଡ଼ ଗାଁରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ଶେଖ ଆରିଫ। ଘର ତିଆରି ପାଇଁ ରାସ୍ତା କଡରେ ପଡ଼ିଥିବା ଚିପ୍ସ ଗୋଟାଉଥିବା ବେଳେ ପୁରୁଣା କାନ୍ଥଟି ପଡ଼ିଯାଇଥିଲା। ସମିର ଉଦ୍ଦିନ ତାଙ୍କ ସ୍ତ୍ରୀ ଆଶୁନା ବିବି ଏବଂ ତାଙ୍କ ପୁଅ ଆରିଫଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। କାନ୍ଥ ତଳେ ଚାପି ହୋଇ ରହିଥିବାବେଳେ ସ୍ଥାନୀୟଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ସେମାନଙ୍କୁ ଜଳେଶ୍ବର ଜିକେଭଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ସେଠାରେ ପୁଅ ସେଖ ଆରିଫର ମୃତ୍ୟୁ ହୋଇଥିବାବେଳେ ବାପାମାଆଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଜଳେଶ୍ୱରର ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତିଙ୍କ ପରଲୋକ
ଜଳେଶ୍ୱର: ପରଲୋକରେ ଜୟ ନାରାୟଣ ମହାନ୍ତି । ଜୟ ନାରାୟଣ ମହାନ୍ତି ହେଉଛନ୍ତି ଜଳେଶ୍ୱରର ପୂର୍ବତନ ବିଧାୟକ। ଜଳେଶ୍ବରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ଥିଲେ ଜୟନାରାୟଣ । ସେ ୧୯୯୫ ଓ ୨୦୦୦ ମସିହାରେ ଜଳେଶ୍ୱର ବିଧାନସଭାରୁ ବିଧାୟକ ହୋଇଥିଲେ। ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ ।  ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିିଛ। ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିବା ସୂଚନା। ତାଙ୍କ ବିୟୋଗରେ ସମଗ୍ର ଉତ୍ତର ବାଲେଶ୍ବରରେ ଶୋକର ଶାୟା ଖେଳି ଯାଇଛି ।

ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଲା ବାଇକ୍‌, ୨ ମୃତ
ଜଳେଶ୍ଵର: ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଉଲୁଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଛିଡା ହେଇଥିବା ଟ୍ରକକୁ ଧକ୍କା ଦେଇଛି ବାଇକ୍ । ଫଳରେ  ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ବିଳମ୍ବିତ ରାତିରେ କମର୍ଦ୍ଦା ବିଦ୍ୟୁତ ବିଭାଗରଟ୍ କର୍ମଚାରୀ ମାନେ କାମ ସାରି ଫେରୁଥିବା ବେଳେ ଉଲୁଡା ନିକଟରେ ଘନକୁହୁଡିରେ ଭାରସାମ୍ୟ ହରାଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

କମ୍‌‌ ପୁଞ୍ଜି ନିବେଶରେ ହାତିଆ ଘାସ ଚାଷ କରି ଆର୍ଥିକ ଲାଭବାନ ହେଉଛନ୍ତି ଜଳେଶ୍ୱର ଅଞ୍ଚଳର ବହୁ ଚାଷୀ
ରାଇବଣିଆ(ଅଶ୍ରୁମୋଚନ ଘୋଷ): ଏଣିକି ଚାଷରୁ ଶସ୍ୟ, ପନିପରିବା, ଅର୍ଥକରୀ ଫସଲ ଉତ୍ପାଦନ ପ୍ରତି ଚାଷୀ ଆକର୍ଷିତ ନ ହୋଇ ଅଧିକ ଲାଭ ପାଇବା ଲାଗି ନୂଆ ନୂଆ ଚାଷ ପଦ୍ଧତିକୁ ଆପଣାଉଛି। ଏବେ ଜଳେଶ୍ୱର ଅଞ୍ଚଳର ବହୁ ଚାଷୀ ହାତିଆ ଘାସ (ହାଇବ୍ରିଡ ସୁପର ନାପିଅର) ଚାଷ କରୁଛନ୍ତି। ଅଧିକ ଲାଭ, କମ୍‌‌ ପୁଞ୍ଜି ଓ ପରିଶ୍ରମ ତଥା ସରକାରୀ ପ୍ରୋତ୍ସାହନ ଦ୍ୱାରା ଏ ଅଞ୍ଚଳର କୃଷକମାନେ ଏଥିପ୍ରତି ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରିଛନ୍ତି।

ଚଳିତବର୍ଷ ଜଳେଶ୍ୱର ଅଞ୍ଚଳର ପ୍ରାୟ ୬୦ ଜଣ ଚାଷୀ ଏହି ଚାଷ କରି ପର୍ଯ୍ୟାୟକ୍ରମେ ଆର୍ଥିକ ଲାଭବାନ ହୋଇପାରିଛନ୍ତି। ଗୋଟିଏ ଏକର ଜମିରୁ ୨ ଲକ୍ଷ ଟଙ୍କାର ଲାଭ ମିଳୁଥିବା ବେଳେ ଅଧିକ ଲାଭ, କମ୍‌‌ ପୁଞ୍ଜି ଓ ପରିଶ୍ରମ ତଥା ସରକାରୀ ପ୍ରୋତ୍ସାହନ ଦ୍ୱାରା ଏ ଅଞ୍ଚଳର କୃଷକମାନେ ଏଥିପ୍ରତି ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଦିନକୁ ଦିନ ପାରମ୍ପରିକ ଚାଷ ଲୁପ୍ତ ହୋଇ ଆସୁଥିବା ବେଳେ ଆରମ୍ଭ ହେଉଛି ଏଭଳି ବ୍ୟବସାୟିକ ଚାଷ। ଧାନ, ପାନ ଓ ମୀନର ଅଞ୍ଚଳ କୁହାଯାଉଥିବା ଜଳେଶ୍ୱର ଅଞ୍ଚଳରେ ହାତିଆ ଘାସ ଅଧିକରୁ ଅଧିକ ଚାଷ କରାଯାଉଛି। ଏହା ଦେଖିବାକୁ ଠିକ୍‌‌ ଘାସ ପରି। ବିଭିନ୍ନ ଅଞ୍ଚଳରେ ଥିବା ଗୋଶାଳାକୁ ଏହି ଘାସ କ୍ଲିଣ୍ଟାଲ ପ୍ରତି ୪୦୦ ଟଙ୍କାରେ ବିକ୍ରି ହେଉଛି ବୋଲି ଜଳେଶ୍ୱରର ଖୁଆଡ ପଞ୍ଚାୟତର ଭୋଳ ଗାଁର ବରେନ୍ଦ୍ର ମହନ୍ତ ଓ ରଜତ ସାହୁ, ଜାମଶୁଲି ଗ୍ରାମର ମାନସ ପରିଡ଼ା, ସୀତାଡିହ ଗ୍ରାମର ମନ୍ମଥ ସାହୁ, ଗଡ଼ସାହି ବାଲିଆପାଳର ପ୍ରଦୀପ ଗିରି ପ୍ରମୁଖ କହିଛନ୍ତି।

ପ୍ରତି ଏକରକୁ ୬୦ ହଜାର ଟଙ୍କା ଖର୍ଚ୍ଚ କରି ପ୍ରାରମ୍ଭିକ ଭାବେ ୨ ଲକ୍ଷ ୬୫ ହଜାର ଟଙ୍କା ଲାଭ ମିଳୁଛି। ବର୍ଷକୁ ଗୋଟିଏ ଜମିରୁ ୫ ଥର ହାତିଆ ଘାସ କାଟି ବିକ୍ରି କରାଯାଇଥାଏ। ତେଣୁ ଏଭଳି ଚାଷ କରିବାରେ କମ୍‌‌ ଖର୍ଚ୍ଚରେ ଅଧିକ ଲାଭବାନ ହେବା ସମ୍ପର୍କରେ ସେମାନେ କହିଛନ୍ତି। ଏହି ଚାଷ ଲାଗି ଭାରତରେ ଜୟ ଚଣ୍ଡୀମାତା ବାୟୋ ଫୁଏଲ ପ୍ରାଇଭେଟ୍‌‌ ଲିମିଟେଡ ଏପରି ଚାଷକୁ ସର୍ବଭାରତୀୟସ୍ତରରେ ମୀରା କ୍ଲିନ୍‌‌ ଫୁଏଲ ଲିମିଟେଡ କମ୍ପାନୀ ଜରିଆରେ ପ୍ରୋତ୍ସାହିତ କରୁଛି। ବାଲେଶ୍ୱରସ୍ଥିତ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ରାଉତଙ୍କ ମତ ଅନୁଯାୟୀ, ଏ ଅଞ୍ଚଳରେ ୫ହଜାର ଚାଷୀ ଏପରି ଚାଷ ଆରମ୍ଭ କରିବାକୁ ଯାଉଛନ୍ତି। ତେଣୁ ଆଗାମୀ ଦିନରେ ଜଳେଶ୍ୱରରେ କମ୍ପାନୀ ପକ୍ଷରୁ ଏକ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। କମ୍ପାନୀ ଏହି ଘାସରୁ ବାୟୋ ଫୁଏଲ୍‌‌, ମିଥାନଲ, ବାୟୋ ସିଏନଜି, ବାୟୋ ଫଟିଲାଇଜର ଓ ବାୟୋ କୋଲ ପ୍ରସ୍ତୁତ କରିବ। ପ୍ରଥମ ପର୍ଯ୍ୟାୟରେ ଏହି କାରଖାନାରେ ୨୫୦ ଜଣ ନିଯୁକ୍ତି ପାଇବେ ବୋଲି ଶ୍ରୀ ରାଉତ କହିଛନ୍ତି।

ପିକ୍‌ଅପ୍‌ ଭ୍ୟାନକୁ ଧକ୍କା ଦେଲା ଆମ୍ବୁଲାନ୍ସ, ୫ ଗୁରୁତର
ଜଳେଶ୍ବର: ପିକ୍‌ଅପ୍‌ ଭ୍ୟାନକୁ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ମ୍ବୁଲାନ୍ସର ଡ୍ରାଇଭର ଓ ହେଲପର ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ତି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା।

ସୂଚନା ଅନୁସାରେ, ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳରୁ ରୋଗୀ ନେଇ ଆମ୍ବୁଲାନ୍ସ ବାଲେଶ୍ବର ହସ୍ପିଟାଲକୁ ଯାଉଥିଲା । ଏହି ସମୟରେ ମିରିଗୁମୁଣ୍ତି ଛକ ନିକଟରେ ଏକ ପିକଅପ ଭ୍ଯାନ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସଟି ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ରୂପ୍ସା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଅନ୍ଯ ଏକ ଆମ୍ବୁଲାନ୍ସ ସାହାଯ୍ଯରେ ବାଲେଶ୍ବର ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି।