Teliashila - The Sakala

ଦୀଘା ମୁହାଣରେ ୧୩ଲକ୍ଷ ଟଙ୍କାରେ ବିକ୍ରି ହେଲା ୫୫କିଲୋର ତେଲିଆଶୀଳା ମାଛ
ଚନ୍ଦନେଶ୍ୱର: ଶଙ୍କର ପ୍ରଜାତିର ଏକ ସ୍ତ୍ରୀ ତେଲିଆଶୀଳା ମାଛ ୧୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଦୀଘା ମୁହାଣରେ ବିଶାଳକାୟ ଏଇ ମାଛକୁ ଦେଖିବା ପାଇଁ କାର୍ତ୍ତିକ ବେରାଙ୍କ ମାଛ ଅଡ଼ତରେ ଲୋକଙ୍କ ଲମ୍ବା ଲାଇନ ଲାଗି ଯାଇଥିଲା। ୩ ଘଣ୍ଟା ଧରି ଦରଦାମ ପର୍ବ ପରିଶେଷରେ ୨୬ ହଜାର ଟଙ୍କା କିଲୋ ଦରରେ ମୋଟ ୧୩ଲକ୍ଷ ଟଙ୍କାରେ ମାଛଟିକୁ କିଣି ନେଇଛନ୍ତି ଏସଏଫଟି ନାମକ ଏକ ସଂସ୍ଥା। ମାଛଟି ଶଙ୍କର ପ୍ରଜାତିର ତେଲିଆ ଶୀଳା ବୋଲି ସ୍ଥାନୀୟ ମତ୍ସ୍ୟଜୀବୀମାନେ ସୂଚନା ଦେଇଛନ୍ତି। ଏଇ ପ୍ରଜାତିର ମାଛ ସ୍ତ୍ରୀ, ପୁରୁଷ ବ୍ୟତୀତ ଉଭୟ ଲିଙ୍ଗର ମଧ୍ୟ ହୋଇଥାଏ। ଉଭୟ ଲିଙ୍ଗ ବିଶିଷ୍ଟ ତେଲିଆ ମାଛର ସ୍ଥାନୀୟ ନାମ ଖଚ୍ଚଡ଼ ଶୀଳା। ଏହି ମାଛ ପେଟରେ ସବୁଠୁ ଅଧିକ ପଟକା ଥାଏ ସେଥିଲାଗି ଏମାଛର ମୂଲ୍ୟ ଅଧିକ ହୋଇଥାଏ।

ବ୍ୟବସାୟୀ ସୂତ୍ରରୁ ପ୍ରକାଶ, ଏଇ ମାଛର ପଟକା ଔଷଧ ତିଆରି କାମରେ ଲାଗେ ସେଥିପାଇଁ ପ୍ରଚୁର ଦାମରେ ବିଦେଶୀ ଔଷଧ କମ୍ପାନୀ ତରଫରୁ କିଣା ଯାଇଥାଏ। ଖଚ୍ଚର ଶୀଳା ତୁଳନାରେ ସ୍ତ୍ରୀ ଓ ପୁରୁଷ ମାଛରେ ପଟକାର ପରିମାଣ କମ ହୁଏ। ସେଇ କାରଣରୁ ଖଚ୍ଚଡ଼ ଶୀଳା ହିଁ ଅତ୍ୟନ୍ତ ଦାମି। ଏହି ଦିନର ୧୩ ଲକ୍ଷ ଦାମି ଶିଳାଟି ଅବଶ୍ୟ ସ୍ତ୍ରୀ ମାଛ ଥିଲା। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ନଇନା ବାସିନ୍ଦା ଶିବାଜୀ କବିର ମାଛଟିକୁ ନିଲାମ ପାଇଁ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ନେଇ ଆସିଥିଲେ।ମାଛର ଓଜନ ମୋଟ ୫୫ କିଲୋ ବୋଲି ଜଣା ପଡ଼ିଛି। ବଲ୍ଲମ କିଲୋପ୍ରତି ୫ଶତାଂଶ ଅତିରିକ୍ତ ଓଜନ ଏବଂ ଅଣ୍ଡା ପାଇଁ ୫ କିଲୋ ବାଦ ଦେଇ ମାଛଟିର ଓଜନ ମୋଟ ୫୦ କିଲୋ। ଅଡ଼ତଦାର କାର୍ତ୍ତିକ ବେରା ସୂଚନା ଦେଇଛନ୍ତି, ଏଇ ମାଛଟି ସ୍ତ୍ରୀ ମାଛ ଥିଲା। ପେଟରେ ଅଣ୍ଡା ଥିବା କାରଣରୁ ପଟକାର ପରିମାଣ କମ ରହିଛି। ୬ଦିନ ପୂର୍ବରୁ ପୁରୁଷ ୩୦ କିଲୋ ଓଜନର ଗୋଟିଏ ତେଲିଆ ଶୀଳା ମାଛ ୯ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଦୀଘା ଫିଶାରମ୍ୟାନ ଏଣ୍ଡ ଫିଶ ଟ୍ରେଡାର୍ସ ଏସୋସିଏସନର ଅନ୍ୟତମ କାର୍ଯ୍ଯକର୍ତ୍ତା ଓ ସ୍ଥାନୀୟ ଅଡ଼ତଦାର ନବ କୁମାର ପଇଡ଼ା କହିଛନ୍ତି, ଏହି ମାଛ ବର୍ଷରେ ଦୁଇ ଚାରିଟା ଉଠେ। ଯାହା ଜାଲରେ ପଡ଼ିଥାଏ ତାର କପାଳ ଖୋଲି ଥାଏ।