ratha Yatra 2022 - The Sakala

ଜନ୍ମବେଦୀରେ ମହାପ୍ରଭୁ, ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଜନ୍ମବେଦୀରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିବ ଆଡ଼ପ ଅବଢା । ଅନ୍ୟପଟେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗ ମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । କଳା, ଧଳା, ନାଲି, ହଳଦିଆ, ହରିତାଳ ପ୍ରିୟଙ୍ଗୁ, କସ୍ତୁରୀରେ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି ।

ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଶୃଙ୍ଖଳିତ ରଥଯାତ୍ରା ପରେ ଗତକାଲି ଶ୍ରୀବିଗ୍ରହ ମାନଙ୍କ ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଯାଇଥିଲା । ରଥ ଉପରେ ଦୈନଦିନ ନୀତି ଶେଷ ପରେ ଚାରମାଳ ବନ୍ଧାଯାଇ ଦଇତାପତି ଓ ଅନ୍ୟ ସେବକଙ୍କ ଦ୍ବାରା ଜନ୍ମ ବେଦିକୁ ବିଜେ ନୀତି କରାଯାଇଥିଲା ।

ଆଜିଠୁ ରତ୍ନସିଂହାସନରେ ଦର୍ଶନ ଦେବେ କାଳିଆ ସାଆନ୍ତ : ମିଳିବ ନୀଳାଚଳ ଅବଢ଼ା, ଶ୍ରୀମନ୍ଦିରରେ ଲାଗିବ ଗହଳ ଚହଳ
ପୁରୀ : ଶେଷରେ ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରିନାଥ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଅର୍ଥାତ୍‍ ୨୯ ଦିନ ଧରି ଖାଲିପଡ଼ିଥିବା ରତ୍ନବେଦି ଚତୁର୍ଦ୍ଧାବିଗ୍ରହଙ୍କ ଅବସ୍ଥାନ ପରେ ପୁଣି ପୂରିଉଠିଛି। ଏହାସହିତ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳିତବର୍ଷ ଘୋଷଯାତ୍ରା ପରିସମାପ୍ତି ଘଟିଛି। ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦିକୁ ବିଜେ କରିଛନ୍ତି କାଳିଆ ସାଆନ୍ତ। ବୁଧବାରଠାରୁ ପୁଣି ବଡ଼ଦେଉଳରେ ଆରମ୍ଭ ହେବ ଦାରୁଦିଅଁଙ୍କ ଲୀଳାଖେଳା। ଚଳଚଞ୍ଚଳ ହେବ ରୋଷଶାଳା, ବାହାରିବ ନୀଳାଚଳ ଅବଢ଼ା। ଭକ୍ତ ପାଇବେ ମହାପ୍ରସାଦ, ଆଉ ଶ୍ରୀମନ୍ଦିରରେ ଲାଗିବ ଗହଳ ଚହଳ।

ଜୁଲାଇ ୧ ତାରିଖରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ାରେ ଶ୍ରୀମନ୍ଦିର ଅଭିମୁଖେ ବାହାରି ସିଂହଦ୍ୱାରରେ ପହଞ୍ଚିଥିଲେ ଦାରୁଦେବତା। ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ଚତୁର୍ଦ୍ଦଶୀ ତିଥିରେ ରତ୍ନସିଂହାସନକୁ ବିଜେ କରିଛନ୍ତି ଦାରୁବିଗ୍ରହ। ମଙ୍ଗଳବାର ସକାଳ ୬ଟା ୫୦ ମଧ୍ୟରେ ତିନିରଥରେ ମଙ୍ଗଳ ଆଳତି ହୋଇଥିଲା। ଅବକାଶ, ଗୋପାଳ ବଲ୍ଲଭ ଓ ସକାଳଧୂପ ପୂର୍ବାହ୍ନ ୧୧ଟା ୫ ସୁଦ୍ଧା ଶେଷ ହୋଇଥିଲା। ଗୋଟିଏ ପରେ ଗୋଟିଏ ନୀତି ତ୍ୱରିତ ଗଡ଼ି ଚାଲିଥିଲା। ଅପରାହ୍ନ ୧ଟା ୨୦ ସୁଦ୍ଧା ମଧ୍ୟାହ୍ନ ଧୂପ ବଢ଼ିଥିଲା। ନୀତି ଏଭଳି ତ୍ୱରାନ୍ୱିତ ହୋଇଥିଲା ଯେ, ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟା ଧୂପ ନୀତି ଅପରାହ୍ନ ୨ଟା ୪୦ରେ ସରିଥିଲା। ଅପରାହ୍ନ ୧ଟା ୪୫ରେ ସନ୍ଧ୍ୟା ଆଳତି ଏବଂ ୨ଟା ୪୦ରେ ତିନିରଥରେ ସନ୍ଧ୍ୟା ଧୂପ ନୀତି ବଢ଼ିଥିଲା। ଏହାପରେ କୋଠ ସୁଅାଁସିଆମାନେ ଠାକୁରଙ୍କ ବିଜେ ପାଇଁ ରତ୍ନସିଂହାସନରେ ଚାର ବାନ୍ଧିଥିଲେ।

ବଡ଼ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀ ଶ୍ରୀମନ୍ଦିରରେ ପହଞ୍ଚି ରତ୍ନସିଂହାସନ ମାଜଣା କରିଥିଲେ। ମଠ ପକ୍ଷରୁ ରତ୍ନସିଂହାସନ ଉପରେ କନକମୁଣ୍ଡି ଚାନ୍ଦୁଆ ବନ୍ଧା ଯାଇଥିଲା। ଏତଦ୍‍ବ୍ୟତୀତ ନୀଳଚକ୍ରରେ ମଠ ପ୍ରଦତ୍ତ ପତିତପାବନ ବାନା ଚୁନରା ସେବକ ବାନ୍ଧିଥିଲେ। ଏପଟେ ଅପରାହ୍ନ ୪ଟା ୧୦ ସୁଦ୍ଧା ତିନିରଥରେ ଚାରମାଳ ବନ୍ଧା ସରିଥିଲା। ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରସ୍ତ ଅପରାହ୍ନ ୫ଟା ୫୫ରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ବାଜିଥିଲା ବିଜେ କାହାଳୀ। ପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ମୁଦିରସ୍ତ। ଏହାପରେ ଡୋରଲାଗି ହୋଇ ସନ୍ଧ୍ୟା ୬ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ହରିବୋଲ, ହୁଳହୁଳି ଓ ଜୟଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର।

ନନ୍ଦିଘୋଷ ରଥରୁ ମଦନମୋହନ ଓ ତାଳଧ୍ୱଜ ରଥରୁ ରାମ, କୃଷ୍ଣଙ୍କୁ ମହାଜନ ସେବକମାନେ ହାତରେ ଦକ୍ଷିଣୀ ଘରକୁ ବିଜେ କରାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି। ଗୋଟି ପହଣ୍ଡିରେ ରଥରୁ ନୀଳକନ୍ଦର ଅଭିମୁଖେ ବାହାରିଥିଲେ ଠାକୁର। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ସାଢେ ୬ଟାରେ ହୋଇଥିଲା। ସେବକମାନେ ସୁଦର୍ଶନଙ୍କୁ ରତ୍ନସିଂହାସନରେ ବିଜେ କରାଇବା ପରେ ସନ୍ଧ୍ୟା ୭ଟା ୫ରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ରଥ ସିଂହାସନରୁ ଓହ୍ଲାଇବା ପରେ ଚାରମାଳ ଆରମ୍ଭରେ ଠାକୁରଙ୍କ ଶ୍ରୀମସ୍ତକରେ ଟାହିଆ ଲାଗି କରାଯାଇଥିଲା। ପତିମହାପାତ୍ର ବନ୍ଦାପନା ସାରିବା ପରେ ପଣା ଭୋଗ ହୋଇ ସୁସଜ୍ଜିତ ଟାହିଆ ହଲାଇ ବଡ଼ଠାକୁର ରତ୍ନବେଦୀ ଅଭିମୁଖେ ଯାଇଥିଲେ। ଏହାପରେ ରାତି ୮ଟା ୫୦ରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ଶେଷରେ ରାତି ୯ଟା ୪୫ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଟାହିଆ ଧାରଣ କରିବା ପରେ ଝୁଲି ଝୁଲି ରଥ ତଳକୁ ଓହ୍ଲାଇଥିଲେ ମହାପ୍ରଭୁ।

କାଳିଆ ସାଆନ୍ତ ରଥରୁ ଓହ୍ଲାଉଥିବା ଦେଖି ଲକ୍ଷ୍ମୀ ସାଆନ୍ତାଣୀ ଚାହାଣୀ ମଣ୍ଡପକୁ ବିଜେ କରିଥିଲେ। ଭେଟ ମଣ୍ଡପରୁ ଭିତରଚ୍ଛ ମହାପାତ୍ର ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ସହ ଭେଟ କରାଇଥିଲେ। ଏହାପରେ ଶ୍ରୀଜଗନ୍ନାଥ ରତ୍ନସିଂହାସନ ଅଭିମୁଖେ ବାହାରିଥିଲେ। କିନ୍ତୁ ବିବାହ ପରେ ମହାପ୍ରଭୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଭାଇଭଉଣୀଙ୍କୁ ସାଥୀରେ ଧରି ଘୋଷଯାତ୍ରାରେ ପଳାଇଥିବାରୁ ମନଉଣା କରିଥିଲେ ଲକ୍ଷ୍ମୀ ସାଆନ୍ତାଣୀ। ତେଣୁ ଅଭିମାନରେ ସିଂହଦ୍ୱାରକୁ ବନ୍ଦ କରିଦେଇଥିଲେ। କିଛି ସମୟ ପରେ ସିଂହଦ୍ୱାର ଖୋଲି ଭିତରକୁ ପଳାଇଥିଲେ ମହାଲକ୍ଷ୍ମୀ। ଏହାପରେ ଶ୍ରୀମନ୍ଦିର ଭିତରକୁ ବିଜେ କରିଥିଲେ ମହାପ୍ରଭୁ। କିନ୍ତୁ ସେତେବେଳେ ଜୟ ବିଜୟ ଦ୍ୱାର ବନ୍ଦ ରହିଥିଲା। ସେଠାରେ ବଚନିକା ସରିବା ପରେ ଶ୍ରୀଜଗନ୍ନାଥଙ୍କର ଭଣ୍ଡାର ଘର ନିକଟରେ ଲକ୍ଷ୍ମୀଙ୍କ ସହିତ ଭେଟ ହୋଇଥିଲା। ସେଠାରେ ବିବାହର ଗଇଁଠାଳ ଫିଟାଯାଇଥିଲା। ଏହି ନୀତିକୁ ଭିତରଚ୍ଛ ମହାପାତ୍ର ସମ୍ପାଦନ କରିଥିଲେ। ଏହାପରେ ସେଠାରେ ବନ୍ଦାପନା ଏବଂ ରସଗୋଲା ଭୋଗ ହୋଇଥିଲା। ଅର୍ଥାତ୍‍ କାଳିଆ ସାଆନ୍ତ ରସଗୋଲା ଖୁଆଇ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ କରିଥିଲେ। ଘଷାବିଡ଼ିଆ ଓ ମଣୋହି ପରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥିଲେ।

୧୨ ଦିନର ଲୀଳାଖେଳା ସାରି ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ‘ନୀଳାଦ୍ରିବିଜେ’। ଶ୍ରୀଗୁଣ୍ଡିଚା ମନ୍ଦିରରେ ରହଣି ପରେ ବାହୁଡ଼ା ଦଶମୀ ଦିନ ଠାକୁରମାନେ ଶ୍ରୀମନ୍ଦିର ସିଂହଦ୍ବାରକୁ ଫେରିଛନ୍ତି। ୧୨ ଦିନର ଲୀଳାଖେଳା ସାରି ଆଜି ରତ୍ନସିଂହାସନକୁ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।  ପ୍ରଥମେ ବଡଭାଇ ବଳଦେବ ବଡ ଦେଉଳକୁ ଯାଇଥିଲେ। ପରେ ସେବାୟତଙ୍କ କାନ୍ଧରେ ହଲିଝୁଲି  ସୁନାମୁହିଁ ଭଉଣୀ ସୁଭଦ୍ରା ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ସଭା ଶେଷରେ ରତ୍ନବେଦୀକୁ ଫେରିଥିଲେ ପ୍ରଭୁ ଜଗନ୍ନାଥ।

ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ପ୍ରଭୁ ଜଗନ୍ନାଥ, ଭାଇ ଓ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଚାଲିଯାଇଥିଲେ। ଯାହାକୁ ନେଇ ମା’ ଲକ୍ଷ୍ମୀ କାଳିଆ ଠାକୁରଙ୍କ ଉପରେ ଅଭିମାନ କରିଥିଲେ । ଜଗନ୍ନାଥ ବଡ଼ଦେଉଳକୁ ଫେରୁଥିବା ଜାଣି ମା’ ଲକ୍ଷ୍ମୀ ଠାକୁରାଣୀ ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରି ଦେଇଥିଲେ। ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଲାଗି ମହାପ୍ରଭୁଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଇଥିଲା।  ନୀଳାଦ୍ରୀ ବିଜେ ଅବସରରେ ବଡ଼ଦାଣ୍ଡ ଉଛୁଳିପଡୁଛି। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କର ଭିଡ଼ ଲାଗି ରହିଛି। ଭକ୍ତମାନେ ଆଜି ମହାପ୍ରଭୁଙ୍କୁ ରସଗୋଲା ଭୋଗ ଅର୍ପଣ କରି ନିଜକୁ ଧନ୍ୟ ମଣୁଛନ୍ତି।

ବ୍ରହ୍ମତାଳଧ୍ୱଜ ରଥରେ ଶ୍ରୀବଳଦେବଜୀଉଙ୍କ ରଘୁନାଥ ବେଶ ଦର୍ଶନ କଲେ ଭକ୍ତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ସିଦ୍ଧ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ମାଉସୀ ମା’ଙ୍କ ମନ୍ଦିରରୁ ଫେରି ସୋମବାର ଚକଡା ଲାଗିଥିଲା । ମଙ୍ଗଳବାର ରଥ ଉପରେ ଶ୍ରୀଜୀୟୁମାନଙ୍କ ରଘୁନାଥ ବେଶ ସମ୍ପନ୍ନ କରାଯାଇଛି । ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ହଜାର ହଜାର ଭକ୍ତ ମହା ଆନନ୍ଦିତ ହୋଇଛନ୍ତି । ଏହି ବେଶରେ ଶ୍ରୀଜୀଉମାନଙ୍କ ମସ୍ତକରେ ଚାନ୍ଦି ମୁକୁଟ ଶୋଭାପାଉଥିଲା । ଏହି ମୁକୁଟ ଓ ଆଭୂଷଣକୁ ପୁରୀ ବାଲିଘାଇରେ ଥିବା ହରିହରାନନ୍ଦ ଗୁରୁକୂଳ ଆଶ୍ରମର ମୁଖ୍ୟ ପ୍ରଜ୍ଞାନାନନ୍ଦଜୀ ମହାରାଜ ଚଳିତ ବର୍ଷ ଦାନ କରିଥିବା ଶ୍ରୀଜୀଉଙ୍କ ଦେବୋତ୍ତରସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ଠାରୁ ସୂଚନା ମିଳିଛି। ଏଥିସହ ଚାନ୍ଦିରେ ତିଆରି ଅନ୍ୟାନ୍ୟ ଆଭୂଷଣ ମଧ୍ୟ ଶ୍ରୀଜୀଉ ପରିଧାନ କରିଥିଲେ। ଏହି ଅବସରରେ ସିଦ୍ଧ ଶ୍ରୀବଳଦେବଜୀଉ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ରଥ ଉପରେ ସମ୍ପନ୍ନ କରାଯାଇଥିଲା।

ଶ୍ରୀଜୀଉମାନଙ୍କୁ ରଥ ଉପରେ ଅପରାହ୍ନ ଗୋଟାଏ ସମୟରେ ଶ୍ରୀରଘୁନାଥ ବେଶ କରାଯାଇଥିବା ବେଳେ ସନ୍ଧ୍ୟା ୬ଟାରେ ବେଶ ଓଳାଗି କରାଯାଇଥିଲା । ଏହାପରେ ମହାଲକ୍ଷ୍ମୀ ଚାହାଣି ମଣ୍ଡପକୁ ଆସିଥିଲେ। ସେଠାରେ ଆଳତୀ କରାଯିବା ପରେ ମହାଲକ୍ଷ୍ମୀ ରଥ ଚାରିକଡେ ବୁଲି ମନ୍ଦିରକୁ ଫେରି ଯାଇଥିଲେ। ଏହାପରେ ଅଧର ପଣା ନୀତି ସମ୍ପନ୍ନ ହୋଇଥିଲା । ପରମ୍ପରା ଅନୁଯାୟୀ ଅତୃପ୍ତ ଆତ୍ମାମାନେ ବର୍ଷ ସାରା ଏହି ପଣା ପାଇବା ପାଇଁ ଅପେକ୍ଷା କରିଥାନ୍ତି। ଏହି ପଣା ପାଇବା ପରେ ସେମାନଙ୍କ ଆତ୍ମା ଶାନ୍ତି ପାଇଥାଏ। ତେଣୁ ଅଧର ପଣା ଠାକୁରଙ୍କୁ ସମର୍ପଣ କରାଯିବା ପରେ ତାହାକୁ ରଥ ଉପରେ ଢାଳି ଦିଆଯାଇଥିଲା । ଠାକୁରଙ୍କ ରଥ ନିର୍ମାଣରେ ନିୟୋଜିତ ସେବକ ଓ ମନ୍ଦିର କର୍ମଚାରୀମାନଙ୍କୁ ସିରିପା ବଣ୍ଟନ କରାଯାଇଥିଲା । ଏହାପରେ ଶ୍ରୀଜୀଉମାନଙ୍କୁ ପହଣ୍ଡି ବିଜେ କରାଯାଇ ରତ୍ନ ସିଂହାସନକୁ ବିଜେ କରାଯାଇଥିଲା।

ସରିଲା ମହାପ୍ରଭୁଙ୍କ ଅଧରପଣା ନୀତି, ତୃପ୍ତ ହେଲେ ଚଣ୍ଡିଚାମୁଣ୍ଡା ଏବଂ ଅଶରୀରି
ପୁରୀ: ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ ଉପରେ ସୋମବାର ଅଧରପଣା ନୀତି ସମ୍ପନ୍ନ ହୋଇଛି। ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହୋଇଛି ସୁସ୍ୱାଦୁ ଓ ସୁବାସିତ ପଣା । ୩ପ୍ରତି ଠାକୁରଙ୍କ ପାଖରେ ୩ ହାଣ୍ଡି ଲେଖାଏ ପଣା ଭୋଗ ହୋଇଛି । ତେବେ ଏହି ପଣା ରଥ ଉପରେ ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥ ତଳକୁ ବୋହିଯାଏ । ଏହାକୁ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି। ରଥରେ ଠାକୁରଙ୍କ ମଧ୍ୟାହ୍ନ ଧୂପ ନୀତି ବଢିବା ପରେ ଅଧରପଣା ନୀତି ହୋଇଥିଲା। । ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିିଲିଥିଲା। ହରିବୋଲ ଧ୍ୱନିରେ ବଡଦାଣ୍ଡ କମ୍ପି ଉଠିଥିଲା।

ସୂଚନାଯୋଗ୍ୟ, ବାହୁଡା ଯାତ୍ରା ପରେ ଅର୍ଥାତ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ସିଂହଦ୍ୱାରଠାରେ ତିନି ରଥ ଉପରେ ସୁନାବେଶ ପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇଥାଏ । ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ଯନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ।

ଶରଧାବାଲିରେ ଗଡିଲା ୩ ରଥ : ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ତ
ପୁରୀ : ଆରମ୍ଭ ହେଲା ରଥ ଟଣା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ମହାବାହୁ । ଶରଧାବାଲିରୁ ବାହାରିଛି ୩ ରଥ। ଗଜପତି ମହାରାଜ ଛେରାପହଁରା କରିବା ପରେ ପ୍ରଥମେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷରେ ବିଜେ କରି ଆସୁଛନ୍ତି କାଳିଆ ଠାକୁର । ଶ୍ରୀମନ୍ଦିର ଅଭିମୁଖେ ୩ ଠାକୁରଙ୍କ ରଥଟଣା ଆରମ୍ଭ ହୋଇଛି । ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ୩ ଠାକୁରଙ୍କୁ ରଥରେ ଦର୍ଶନ କରି ଭାବ ବିହ୍ୱଳ ହୋଇପଡୁଛନ୍ତି ଭକ୍ତ ।

ଏ ଦୁର୍ଲଭ ଦର୍ଶନ ବର୍ଷକରେ ଥରେ ଦେଖିବାକୁ ମିଳିଥାଏ । ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ସ୍ବଚକ୍ଷୁରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବଡ଼ ଦାଣ୍ଡରେ ପାଦ ରଖି ରଥ ଦଉଡିକୁ ଛୁଇଁ ଦେଲେ ସବୁ ପାପ ଧୋଇ ହୋଇଯାଏ । ଦାରୁ ବ୍ରହ୍ମଙ୍କ ଦର୍ଶନ ପାଇ ଭକ୍ତ ଆତ୍ମ ତୃପ୍ତି ହୋଇଛି । ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ଏବେ ପହଣ୍ଡି ସରିବାର ନୀତି ସମ୍ପର୍ଣ୍ଣ ହୋଇ ରଥ ଟଣା ଆରମ୍ଭ ହୋଇଛି ।

ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଶନିବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୫ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହେବ। ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହେବ। ସକାଳ ୭ଟାରେ ଦଇତାପତି ସେବକମାନେ ସେନାପଟା ଲାଗି ପାଇଁ ପ୍ରବେଶ କରିବେ। ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ରଥ ଉପରେ ଅପରାହ୍ଣ ୧ଟାରୁ ସାଢ଼େ ୨ଟା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଶେଷ ହେବ। ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ୟ୍ୟ ସମ୍ପନ୍ନ ହେବ। ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବା ସ୍ଥିରୀକୃତ ହୋଇଥିଲା। ହେଲେ ଏହା ପୂର୍ବରୁ ରଥଟଣା ଆରମ୍ଭ ହୋଇଯାଇଛି।

ଆଜିଠୁ ଜନ୍ମବେଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ
ପୁରୀ: ଜନ୍ମବେଦିରେ ମହାପ୍ରଭୁ । ଆଡ଼ପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂରତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିବ ଆଡ଼ପ ଅବଢା । ସକାଳୁ ଦ୍ବାରଫିଟା ଯିବା ପରେ ଭିତର ଶୋଧ, ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି କରାଯାଇ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହେବ। ପରେ ଗୋପାଳ ବହ୍ଲବ ପୂଜା, ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ହେବା ସହ ଯାତ୍ରାଙ୍ଗୀ ମହାସ୍ନାନ ଆଦି ନୀତି କରାଯାଇ ରାତ୍ରୀରେ ବଡ଼ ସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହେବ।

ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି । ଗତ ଦୁଇବର୍ଷ ଧରି ଭକ୍ତ ଏହି ଦର୍ଶନରେ ବଞ୍ଚିତ ଥିଲେ । ଏଥର ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି । ଆଡ଼ପ ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।

ଶରଧା ବାଲିରେ ତିନି ରଥ: ମହାପ୍ରଭୁଙ୍କୁ ରଥରେ ଦେଖି ଭାବବିହ୍ବଳ ହେଲେ ଭକ୍ତ
ଭୁବନେଶ୍ବର: ଶରଧା ବାଲିରେ ତିନି ରଥ। ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧା ବାଲିରେ ପହଞ୍ଚିଥିଲା। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଧିରେଧିରେ ଆସି ଶରଧା ବାଲିରେ ପହଞ୍ଚିଥିଲା। ମହାପ୍ରଭୁଙ୍କୁ ରଥାରୂଢରେ ଦେଖି ଭକ୍ତମାନେ ଭାବ ବିହ୍ବଳ ହୋଇଯାଇଥିଲେ। ଜୟ ଜଗନ୍ନାଥ … ଜୟ ଜଗନ୍ନାଥ  ଧ୍ବନିରେ କମ୍ପୁଥିଲା ସାରା ପୁରୀ ସହର। ରଥକୁ ଭକ୍ତମାନେ ଟାଣି ନେଇଥିଲେ। କୋରନା ପାଇଁ ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା।

ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଆରମ୍ଭ ହୋଇଥିଲା। ରଥରେ ଅଶ୍ୱ ଯୋଖା ହେବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ତାଳଧ୍ୱଜ ରଥ ମାଉସୀ ମା’ ଅଭିମୁଖେ ଗଡିଥିଲା । ରଥ ଗଡିବା ଆରମ୍ଭ ହେବା ମାତ୍ରେ ବଡଦାଣ୍ଡ ହରିବୋଲ ଓ ହୁଳହୁଳି ପ୍ରକମ୍ପିତ ହୋଇ ଉଠୁଥିଲା।

ପ୍ରଥମେ ବଡଭାଇ ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥଟଣା ଯିବା ପରେ ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ରଥଟଣା ହୋଇଥିଲା। ଏହାପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଥିଲା । ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣି ନେଇଥିଲେ । ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ।

ବଡ ଦାଣ୍ଡରେ ରଥ ଟାଣିଲେ ମୁଖ୍ଯମନ୍ତ୍ରୀ
ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ଦୁଇ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଭକ୍ତଙ୍କୁ ଅନୁମତି ମିଳିଥିବାରୁ ଜନସମୁଦ୍ରରେ ପରିଣତ ହୋଇଛି ବଡ଼ଦାଣ୍ଡ । ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପୁରୀ ଯାଇ ରଥ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ମଧ୍ୟ ରଥ ଟାଣିଛନ୍ତି ।

ଏଥିସହ ଆଜି ପୁରୀ ଗସ୍ତରେ ଯାଇ ପ୍ରଥମେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପଟେ ନିର୍ମିତ ମଡେଲ ପ୍ୟାଚ୍‌ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଦ୍ୱାର ନିକଟରେ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବରିଷ୍ଠ ଅଧିକାରୀଙ୍କ ସହ ଏହି ନିର୍ମାଣ କାମକୁ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ପୂର୍ଣ୍ଣ ଉତ୍କଳୀୟ ଢାଞ୍ଚାରେ ଖଣ୍‌ଡୋଲାଇଟ୍‌ ପଥରରେ କାମ ହୋଇଛି । ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିବା ଏହି ସ୍ଥାନ ସମସ୍ତଙ୍କୁ ବିମୋହିତ କରୁଛି । ସ୍ଥାନୀୟ ଲୋକ ମଧ୍ୟ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ନିଶ୍ଚିତ ଭାବେ ଚିତାକର୍ଷକ ହେବ ବୋଲି କହିଛନ୍ତି।

ବଡ଼ ଭାଇ ଓ ଭଉଣୀଙ୍କ ପରେ ବଡ଼ଦାଣ୍ଡରେ ଗଡ଼ିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ
ପୁରୀ : ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିବା ପରେ ଏବେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଛି। ଏହି ରଥକୁ ଭକ୍ତମାନେ ଟାଣି ନେଉଛନ୍ତି। ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି। ଏଣେ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।

ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କରିଛନ୍ତି କଳାଠାକୁର।ଘଣ୍ଟକାହାଳୀ ସହ ମୃର୍ଦ୍ଦଳର ତାଳେ ତାଳେ ଆଗେଇଚାଲିଛି ନଟିଆ ଠାକୁରଙ୍କ ରଥ ନନ୍ଦିଘୋଷ ।ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଜନସମୁଦ୍ର ସୃଷ୍ଟି କରିଛି ବଡଦାଣ୍ଡରେ । ଆଜି ଭକ୍ତ ଭଗବାନଙ୍କ ମଧ୍ୟରେ ଚାଲିଛି ଅପୂର୍ବ ମିଳନ । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମହାପ୍ରଭୁ । ଶ୍ରଦ୍ଧାର ଦଉଡିରେ ତିନି ଠାକୁରଙ୍କ ରଥକୁ ଟାଣି ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଆରମ୍ଭ ହୋଇଥିଲା। ରଥରେ ଅଶ୍ୱ ଯୋଖା ହେବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ତାଳଧ୍ୱଜ ରଥ ମାଉସୀ ମା’ ଅଭିମୁଖେ ଗଡିଛି । ଡାହୁକ ରଥ ଉପରେ ଛିଡା ହୋଇ ଲମ୍ବା ବେତ ଧରି ଭକ୍ତ ମାନଙ୍କୁ ରଥ ଟାଣିବାକୁ ଉତ୍ସାହିକ କରୁଛନ୍ତି । ରଥ ଗଡିବା ଆରମ୍ଭ ହେବା ମାତ୍ରେ ବଡଦାଣ୍ଡ ହରିବୋଲ ଓ ହୁଳହୁଳି ପ୍ରକମ୍ପିତ ହୋଇ ଉଠିଛି।ପ୍ରଥମେ ବଡଭାଇ ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥଟଣା ଯିବା ପରେ ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ରଥଟଣା ହୋଇଥିଲା। ଏହାପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଛି ।ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାନ୍ତି । ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ ।ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା ଯିବେ କାଳିଆ ଠାକୁର । ଗୁଣ୍ଡିଚା ମନ୍ଦିରରେ ଚାଲିବ ତିନି ଠାକୁରଙ୍କ ଲୀଳାଖେଳା ।

ଏହା ପୂର୍ବରୁ ଶଙ୍କରାଚାର୍ଯ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ‘ଛେରାପହଁରା’ କରିଥିଲେ। ଗଜପତି ମହରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଞ୍ଚିବା ପରେ ରାଜାବେଶରେ ରଥ ଉପରେ ଛେରାପହଁରା ନୀତି କରିଥିଲେ। ପରମ୍ପରା ଅନୁଯାୟୀ ସେ ପ୍ରଥମେ ତାଳଧ୍ବଜ ରଥରେ ଛେରାପହଁରା ସଂପନ୍ନ କରିଥିଲେ। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ସୁବାସିତ ଜଳ ସିଞ୍ଚନ କରି ରଥକୁ ସୁବର୍ଣ୍ଣ ସମାର୍ଜନୀରେ ପରିଷ୍କୃତ କରିଥିଲେ।

ବଡ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ବଡଦାଣ୍ଡରେ ଗଡିଲା ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ
ପୁରୀ : ସିଂହଦ୍ୱାର ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଡ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା ପରେ ଏବେ ବଡ଼ଦାଣ୍ଡରେ ଗଡିଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଛି । ରଥରେ ଅଶ୍ୱ ଯୋଖା ହେବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଛି । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ତାଳଧ୍ୱଜ ରଥ ମାଉସୀ ମା’ ଅଭିମୁଖେ ଗଡିଛି । ଡାହୁକ ରଥ ଉପରେ ଛିଡା ହୋଇ ଲମ୍ବା ବେତ ଧରି ଭକ୍ତ ମାନଙ୍କୁ ରଥ ଟାଣିବାକୁ ଉତ୍ସାହିକ କରୁଛନ୍ତି । ରଥ ଗଡିବା ଆରମ୍ଭ ହେବା ମାତ୍ରେ ବଡଦାଣ୍ଡ ହରିବୋଲ ଓ ହୁଳହୁଳି ପ୍ରକମ୍ପିତ ହୋଇ ଉଠିଛି।

ପ୍ରଥମେ ବଡଭାଇ ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥଟଣା ଯିବା ପରେ ଆରମ୍ଭ ହୋଇଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ ।ଏହାପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହେବ।ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାନ୍ତି । ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ ।ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା ଯିବେ କାଳିଆ ଠାକୁର । ଗୁଣ୍ଡିଚା ମନ୍ଦିରରେ ଚାଲିବ ତିନି ଠାକୁରଙ୍କ ଲୀଳାଖେଳା ।

ଏହା ପୂର୍ବରୁ ଶଙ୍କରାଚାର୍ଯ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ‘ଛେରାପହଁରା’ କରିଥିଲେ। ଗଜପତି ମହରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଞ୍ଚିବା ପରେ ରାଜାବେଶରେ ରଥ ଉପରେ ଛେରାପହଁରା ନୀତି କରିଥିଲେ। ପରମ୍ପରା ଅନୁଯାୟୀ ସେ ପ୍ରଥମେ ତାଳଧ୍ବଜ ରଥରେ ଛେରାପହଁରା ସଂପନ୍ନ କରିଥିଲେ। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ସୁବାସିତ ଜଳ ସିଞ୍ଚନ କରି ରଥକୁ ସୁବର୍ଣ୍ଣ ସମାର୍ଜନୀରେ ପରିଷ୍କୃତ କରିଥିଲେ।

ଆରମ୍ଭ ହେଲା ରଥଟଣା : ବଡ଼ଦାଣ୍ଡରେ ଗଡିଲା ବଡ଼ଠାକୁର ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ
ପୁରୀ : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଆରମ୍ଭ ହେଲା ରଥଟଣା। ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଲେ ବଡ ଠାକୁର । ସିଂହଦ୍ୱାର ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ । ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଛି । ରଥରେ ଅଶ୍ୱ ଯୋଖା ହେବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଛି । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ତାଳଧ୍ୱଜ ରଥ ମାଉସୀ ମା’ ଅଭିମୁଖେ ଗଡିଛି । ଡାହୁକ ରଥ ଉପରେ ଛିଡା ହୋଇ ଳମ୍ବା ବେତ ଧରି ଭକ୍ତ ମାନଙ୍କୁ ରଥ ଟାଣିବାକୁ ଉତ୍ସାହିକ କରୁଛନ୍ତି । ରଥ ଗଡିବା ଆରମ୍ଭ ହେବା ମାତ୍ରେ ବଡଦାଣ୍ଡ ହରିବୋଲ ଓ ହୁଳହୁଳି ପ୍ରକମ୍ପିତ ହୋଇ ଉଠିଛି।

ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଟଣାଯାଏ । ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାନ୍ତି। ଡାହୁକ ରଥ ଉପରେ ଠିଆ ହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତଜନଙ୍କୁ ଆମୋଦିତ କରିଥାନ୍ତି । ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାନ୍ତି । ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଯିବ। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା ଯିବେ କାଳିଆ ଠାକୁର । ଗୁଣ୍ଡିଚା ମନ୍ଦିରରେ ଚାଲିବ ତିନି ଠାକୁରଙ୍କ ଲୀଳାଖେଳା ।

ଏହା ପୂର୍ବରୁ ଶଙ୍କରାଚାର୍ଯ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ‘ଛେରାପହଁରା’ କରିଥିଲେ। ଗଜପତି ମହରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଞ୍ଚିବା ପରେ ରାଜାବେଶରେ ରଥ ଉପରେ ଛେରାପହଁରା ନୀତି କରିଥିଲେ। ପରମ୍ପରା ଅନୁଯାୟୀ ସେ ପ୍ରଥମେ ତାଳଧ୍ବଜ ରଥରେ ଛେରାପହଁରା ସଂପନ୍ନ କରିଥିଲେ। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ସୁବାସିତ ଜଳ ସିଞ୍ଚନ କରି ରଥକୁ ସୁବର୍ଣ୍ଣ ସମାର୍ଜନୀରେ ପରିଷ୍କୃତ କରିଥିଲେ। ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଓ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସମାପନ ହେବା ପରେ ରଥଟଣା ଆରମ୍ଭ ହୋଇଛି।