Mass Education Minister - The Sakala

ବିଳମ୍ୱରେ ସ୍କୁଲ ଯାଉଥିବା ୨ ଶିକ୍ଷୟିତ୍ରୀଙ୍କୁ ରାସ୍ତାରେ ଅଟକାଇଲେ ମନ୍ତ୍ରୀ, ଅଚାନକ ସ୍କୁଲ ଗସ୍ତ କରି ୮ ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ଦେଲେ ନିର୍ଦ୍ଦେଶ
ପିପିଲି : ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବିଭିନ୍ନ ଜିଲ୍ଲା ବୁଲି ମନ୍ତ୍ରୀ ସ୍କୁଲ ଗୁଡିକ ପରିଦର୍ଶନ କରିବା ସହ ପିଲାଙ୍କ ଶିକ୍ଷାକୁ ଅନୁଧ୍ୟାନ କରୁଛନ୍ତି। ଗତ ଦୁଇ ଦିନ ତଳେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିବା ପିଲାମାନଙ୍କୁ ପାଠ ପଢିବା ବିଷୟରେ ପଚାରିବୁଝିଥିଲେ। ତୃତୀୟ ଶ୍ରେଣୀ ପିଲା ପଣିକିଆ କହି ନପାରିବାରୁ ବାଲେଶ୍ବର ମଠସାହି ମହାବୀର ନୋଡାଲ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଓ ଶ୍ରେଣୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ।

ଏହି କ୍ରମରେ ଆଜି ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିମାପଡା ଗ୍ରସ୍ତରେ ଯାଉଥିବା ବେଳେ ପିପିଲି ଟୋଲ ଗେଟ ନିକଟରେ ଦିନ ୧୦.୨୦ ସମୟରେ ରେ ଦୁଇଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଥିବାର ଦେଖିଥିଲେ। ଏତେ ଡେରିରେ ଦୁଇ ଶିକ୍ଷୟତ୍ରୀ ସ୍କୁଲ ଯାଉଥିବା ଜାଣି ତାଙ୍କୁ ରାସ୍ତାରେ ଅଟକାଇ ଏତେ ଲେଟ ରେ କାହିଁକି ସ୍କୁଲ ଯାଉଥିବା କଥା ପଚାରିଥିଲେ । ଶିକ୍ଷୟତ୍ରୀ ଦୁହେଁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ପରେ ମନ୍ତ୍ରୀ ପିପିଲି ନିମାପଡା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲ ଅଚାନକ ଗ୍ରସ୍ତ କରିଥିଲେ। ଦିନ ୧୦.୨୩ରେ ମଧ୍ୟ ପିଲାମାନେ ହତାରେ ଏଣେ ତେଣେ ବୁଲୁଥିବାର ଦେଖିଥିଲେ । ଶିକ୍ଷକ ମାନେ ଅଫିସ ଭିତରେ ଏକାଠି ବସି କଥା ହଉଥିବାର ଓ ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ବାହାରି ଥିବାର ଦେଖିଥିଲେ। ମନ୍ତ୍ରୀ ସ୍କୁଲକୁ ଆସିବା ଦେଖି ପ୍ରଧାନଶିକ୍ଷକ ଅଟକି ଯାଇଥିଲେ। ତେବେ କ୍ଲାସ କଣ ପାଇଁ ଆରମ୍ଭ ହୋଇନି। ପିଲାମାରେ କାହିଁକି ବୁଲୁଛନ୍ତି ପଚାରିବା ସହ ସ୍କୁଲ କାଗଜ ପତ୍ର ଯାଞ୍ଚ କରିଥିଲେ ମନ୍ତ୍ରୀ। ତେବେ ସ୍କୁଲର କାଗଜ ପତ୍ରରେ ମଧ୍ୟ ଅନିଯମୀୟତା ଦେଖିବାକୁ ପାଇଥିଲେ।

ଏପରି ଅବ୍ୟବସ୍ଥା ସହ ସ୍କୁଲକୁ ଡେରିରେ ଆସିବା , କ୍ଲାସ ନକରି ଅଫିସରେ ବସିରହିବା ଏବଂ ସ୍କୁଲର କାଗଜ ପତ୍ରରେ ମଧ୍ୟ ଅନିଯମୀୟତା ପାଇଁ DEO ଓ BEOଙ୍କୁ ଫୋନ କରି ଏହି ସ୍କୁଲର ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶlଅ ନୋଟିସ ଜାରି କରିବା ସହ ଦରମା ବନ୍ଦ ନୋଟିସ କରିବାକୁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ।

ସୂଚନାଯୋଗ୍ୟ ମନ୍ତ୍ରୀ ଗତ ଦୁଇ ଦିନତଳେ ବାଲେଶ୍ଵର ଜିଲ୍ଲା ଗସ୍ତରେ ଆସି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ।  ସ୍କୁଲରେ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ତଦାରଖ କରିବା ସହ ପିଲାଙ୍କୁ କିଭଳି ଶିକ୍ଷାଦାନ ଦିଆଯାଉଛି ତଦାରଖ କରୁଛନ୍ତି ମନ୍ତ୍ରୀ । ଏହି କ୍ରମରେ ସେ ହଠାତ ମଠସାହି ମହାବୀର ନୋଡାଲ ସ୍କୁଲରେ ପହଞ୍ଚିଥିଲେ। ସେଠାରେ ପିଲାଙ୍କୁ ପାଠ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିବା ସହ ତୃତୀୟ ଶ୍ରେଣୀ ପିଲାକୁ ପଣିକିଆ ପଚାରିଥିଲେ । ସନ୍ତୋଷ ଜନକ ଉତ୍ତର ନପାଇବାରୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।