Dr. Sandip Mishra - The Sakala

ଷ୍ଟେଜ୍‍-୩ରେ ବି ଭଲ ହୋଇପାରିବ କର୍କଟ ରୋଗ : ଟ୍ୟୁମର ଦମନକାରୀ ଜିନ୍‍ ଆବିଷ୍କାର ଏବଂ ଔଷଧ ଉଦ୍ଭାବନ କଲେ ଓଡ଼ିଆ ବୈଜ୍ଞାନିକ
ଭୁବନେଶ୍ୱର : ସମଗ୍ର ବିଶ୍ୱରେ ଉଦ୍‍ବେଗଜନକ ସ୍ଥିତି ଆଡ଼କୁ ଗତି କରୁଥିବା ସ୍ତନ କର୍କଟ ରୋଗର ନିଦାନ ଓ ଚିକିତ୍ସା କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ଜଣେ ଓଡ଼ିଆ ବୈଜ୍ଞାନିକ। ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍)ର ସିନିୟର୍‍ ମଲିକ୍ୟୁଲାର୍‍ ଅଙ୍କୋଲୋଜିଷ୍ଟ ଡା. ସନ୍ଦୀପ ମିଶ୍ର ସ୍ତନ କର୍କଟର ଟ୍ୟୁମର ଦମନକାରୀ ଜିନ୍‍ ଆବିଷ୍କାର କରିଛନ୍ତି। ସେହିପରି ସ୍ତନ କର୍କଟ ରୋଗରୁ ସୁରକ୍ଷା ଦେଉଥିବା ଔଷଧ ଉଦ୍ଭାବନ ମଧ୍ୟ ହୋଇଛି ଏବଂ ଏହା ମାନବ ପରୀକ୍ଷଣ ନିମନ୍ତେ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ଲାଭ କରିଛି। ସମଗ୍ର ଦେଶରେ ଏପରି ସଫଳତା ହାସଲରେ ଡା. ମିଶ୍ର ପ୍ରଥମ ବୈଜ୍ଞାନିକର ମାନ୍ୟତା ପାଇଛନ୍ତି।

ଡାକ୍ତର ମିଶ୍ର ସ୍ତନ କର୍କଟ ରୋଗୀଙ୍କ ପାଇଁ ଔଷଧ ଉଦ୍ଭାବନ କରିବା ସହିତ ଏହାର କାରଣ ସମ୍ପର୍କରେ ଦୀର୍ଘ ୨୦ ବର୍ଷ ହେଲା ଗବେଷଣା ଚଳାଇଛନ୍ତି। ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ, ବାଇରାକ୍‍ ପକ୍ଷରୁ ଗବେଷଣା ପାଇଁ ପାଣ୍ଠି ଯୋଗାଇ ଦେଇଛି। ନିକଟରେ ଡା. ମିଶ୍ର ସ୍ତନ କର୍କଟର ସଫଳ ଚିକିତ୍ସା ପାଇଁ ଡିଜେଡ୍‍ଏନ୍‍ଇପିଏ ଓ ଏମ୍‍ଏଲ୍‍ଏନ୍‍୪୯୨୪ ଔଷଧ ଆବିଷ୍କାର କରିଛନ୍ତି। ଲ୍ୟାବ୍‍ରେ ମୂଷା ଉପରେ ଏହି ଔଷଧର ପରୀକ୍ଷଣ ସଫଳ ହେବା ପରେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଏମ୍ସ, ଭୁବନେଶ୍ୱର ସହିତ ମିଳିତ ଭାବେ ମାନବ ପରୀକ୍ଷଣ ଆରମ୍ଭ ହେବ। ଏଥିସହ ସର୍ବ ଭାରତୀୟ ସ୍ତରରେ ମଧ୍ୟ ଔଷଧର ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି। ଏହି ପରୀକ୍ଷଣ ସଫଳ ହେଲେ ଏକ ମାରାତ୍ମକ ବ୍ୟାଧିର ସହଜ ଉପଚାର ପାଇଁ ପଥ ପରିଷ୍କାର ହେବ।

ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଔଷଧ ବଜାରରେ ଅପେକ୍ଷାକୃତ କମ୍‍ ମୂଲ୍ୟରେ ଉପଲବ୍ଧ ହେବ ଏବଂ ଏହାକୁ କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହେବ। ଔଷଧ ଏବଂ ଜିନ୍‍ର ଆବିଷ୍କାର ସମ୍ପର୍କରେ ନେଚର୍‍ ଗ୍ରୁପ୍‍ ଅଫ୍‍ ଜର୍ଣ୍ଣାଲ ଏବଂ ଅନ୍ୟ ଖ୍ୟାତନାମା ବିଜ୍ଞାନ ପତ୍ରିକାରେ ସନ୍ଦର୍ଭ ପ୍ରକାଶ ପାଇଛି। ଡାକ୍ତର ମିଶ୍ର କହିଛନ୍ତି, ଦୀର୍ଘ ଦିନ ହେଲା ସ୍ତନ କର୍କଟ ଏବଂ ଏହାର ଔଷଧ ନେଇ ଗବେଷଣା ଚାଲିଥିଲା। ଆବିଷ୍କାର ହୋଇଥିବା ଦୁଇ ଔଷଧ ମଧ୍ୟରୁ ଗୋଟିଏର ମାନବ ପରୀକ୍ଷଣ ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ଔଷଧ ଦ୍ୱାରା ଷ୍ଟେଜ୍‍-୩ରେ ଥିବା ସ୍ତନ କର୍କଟ ରୋଗର ସଫଳ ଚିକିତ୍ସା ହୋଇପାରିବ। ସ୍ତନ କର୍କଟର ମୁଖ୍ୟ ଉପାଦାନ କୁହାଯାଉ ଥିବା ଟ୍ୟୁମର୍‍ ଦମନକାରୀ ଅଣୁ ଯଥା ଇଆରଆରବି ଏବଂ ଏମ୍‍ଆଇସିଓଏ ଉପରେ ଅଧ୍ୟୟନ କରାଯାଇଛି। ସ୍ତନ କର୍କଟରେ ଟ୍ୟୁମର ଦମନକାରୀ ଜିନ୍‍ ଆବିଷ୍କାରକୁ ବିଶ୍ୱର ବିଭିନ୍ନ ଖ୍ୟାତନାମା ଗବେଷଣା ସଂସ୍ଥାଙ୍କ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଛି।

ଖୁବ୍‍ ଶୀଘ୍ର ସଫଳ ମାନବ ପରୀକ୍ଷଣ ପରେ ବଜାରରେ ଏହା ଉପଲବ୍ଧ ହେବ ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି। ଗତ ୧୭ ତାରିଖରେ ଡ଼ ମିଶ୍ର ଦୁବାଇ ସରକାରଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ମଲିକ୍ୟୁଲାର୍‍ ଅଙ୍କୋଲୋଜି-୨୦୨୨ ସମ୍ମିଳନୀରେ ଯୋଗ ଦେଇ ନିଜ ଆବିଷ୍କାର ସମ୍ପର୍କରେ ସନ୍ଦର୍ଭ ଉପସ୍ଥାପନ କରିଛନ୍ତି। ଡା. ମିଶ୍ରଙ୍କୁ ୟୁଏଇ ଇଣ୍ଡୋ ବିଜେ କେନେଡି ଡିଷ୍ଟିଙ୍ଗୁଇସ୍‍ଡ୍‍ ରିସର୍ଚ୍ଚ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଏହା ପୂର୍ବରୁ ଡ଼ ମିଶ୍ର ଆମେରିକାର ଟେକ୍ସାସ୍‍ ସ୍ଥିତ ୟୁଟି ଏନ୍‍ଡି ଆଣ୍ଡରସନ୍‍ କ୍ୟାନସର୍‍ ସେଣ୍ଟରରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି। ଏଥିସହ ସେ ନେଚର୍‍ ସ୍ପ୍ରିଞ୍ଜର ଗ୍ରୁପ୍‍ ଅଫ୍‍ ଜର୍ଣ୍ଣାଲ ଏବଂ ଅନ୍ୟ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତନାମା ପତ୍ରିକାରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏପରିକି ଡା. ମିଶ୍ରଙ୍କୁ ବିଭିନ୍ନ ଦେଶରୁ କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତାବ ଆସିଛି। କିନ୍ତୁ ସେ ଓଡ଼ିଶାରେ ନିଜ ଗବେଷଣା ଜାରି ରଖିବେ ବୋଲି କହିଛନ୍ତି।