Bada khabar - The Sakala

‘ବଡ଼ ଖବର’ ଅଫିସରେ ଇଓଡବ୍ଲ୍ୟୁ, ଠକେଇ ଅଭିଯୋଗରେ ଚାଲିଛି ଯାଞ୍ଚ
ଭୁବନେଶ୍ବର : ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ଅଫିସରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ଠକେଇ ଓ ଜାଲିଆତି ଅଭିଯୋଗରେ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ନୋଟିସ୍‌ ଜାରି କରିବା ସହ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ହାଜର ହୋଇନଥିଲେ। ଏହାପରେ ଗତକାଲି ତାଙ୍କ ବାସଭବନ ଉପରେ EOW ଚଢ଼ାଉ କରିଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ଫେରାର ହୋଇଯାଇଥିଲେ । ଏହାପରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ପକ୍ଷରୁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ତାଙ୍କ ନମ୍ବରକୁ କଲ୍‌ ଯାଉନଥିବା EOW ପକ୍ଷରୁ କୁହାଯାଇଛି। ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ସହ ଯୋଗାଯୋଗ ସମ୍ଭବ ନହେବାରୁ ଆଜି ଅପରାହ୍ନରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)ର ଏକ ପାଞ୍ଚ ଜଣିଆ ଟିମ୍‌ ବଡ଼ଗଡ଼ ଟଙ୍କପାଣି ରୋଡ୍‌ ସ୍ଥିତ ‘ବଡ଼ ଖବର’ ଅଫିସରେ ଚଢାଉ କରିଛି।

ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ହୋଇଛି ଠକେଇ ଅଭିଯୋଗ । ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ୱଲା ଏ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି EOW ଗତ ୨୩ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ମୁତାବକ, ବଡ଼ଗଡ଼ ଟଙ୍କପାଣିରେ ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ । ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ କୋଟିଏ ୪୭ ହଜାର ୭୦ ଟଙ୍କାର ଚୁକ୍ତି ହୋଇଥିଲା । ଏଥିପାଇଁ ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ତାଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ୨୦୨୦ ଅକ୍ଟୋବର ୨୧ ପରଠାରୁ ଗଗନଦୀପଙ୍କ ସଂସ୍ଥା ଭିଏଲ୍ କାର୍ଗୋ ଜରିଆରେ ନିର୍ଦ୍ଧାରିତ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲେ । ୬ ମାସ ମଧ୍ୟରେ ବାକି ଥିବା ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଯନ୍ତ୍ରାଂଶ ଲଗାଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇନଥିଲେ । ୨୦ ମାସ ବିତିବା ପରେ ଗଗନଦୀପ ବାଧ୍ୟ ହୋଇ EOWର ଦ୍ୱାରସ୍ଥ ହୋଇଥିଲେ ।

ଅନ୍ୟପଟେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେଦୁ ଦାଶଙ୍କ ନାମରେ ଆଜି ଆଉ ଏକ ଠକେଇ ଅଭିଯୋଗ ହୋଇଛି। ଘର ଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି । ଘର ମାଲିକ ବିଶ୍ୱଜିତ ସାହୁ ବଡ଼ଗଡ଼ ଥାନାରେ ଦେଇଛନ୍ତି ଏତଲା । ୬ ମାସର ୫ ଲକ୍ଷ ଟଙ୍କା ଭଡ଼ା ଦେଇ ନଥିବା ଅଭିଯୋଗ ହୋଇଛି । ଏନେଇ ଘର ମାଲିକ ବିଶ୍ୱଜିତ ଟଙ୍କା ମାଗିବାରୁ ଅର୍ଦ୍ଧେନ୍ଦୁ ଦାସ ଗାଳି ଗୁଲଜ କରିବା ସହ ଓ ଧମକ ଦେଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଛି ବଡ଼ଗଡ଼ ଥାନା ପୋଲିସ । ଦେଇଥିବା ଏତଲାରେ ଭଡ଼ା ଘରକୁ ଠିକସେ ରକ୍ଷଣାବେକ୍ଷଣ ହେଉନଥିବା ଦର୍ଶାଯାଇଛି । ବିନା ଅନୁମତିରେ ଘର କାନ୍ଥ ଖୋଲିବା ସହ ବିଭିନ୍ନ ସ୍ଥାନରେ ପାନ ଛେପ ପକାଯାଉଛି । ଏନେଇ ବାରମ୍ବାର ଜଣାଇଲେ ଥିଲେ ଘର ମାଲିକ । ପ୍ରତି ବଦଳରେ ଅର୍ଦ୍ଧେନ୍ଦୁ ଦାସ ଘର ମାଲିକ ବିଶ୍ୱଜିତଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ସେହିପରି ବକେୟା ଟଙ୍କା ସହ ଘର ଛାଡ଼ିବାକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା କହିଛନ୍ତି ଘର ମାଲିକ । ତେଣୁ ଯଥାଶୀଘ୍ର ବାକି ଥିବା ଘର ଭଡ଼ା ପ୍ରଦାନ କରିବାକୁ ଏତଲାରେ ଦର୍ଶାଇଛନ୍ତି ବିଶ୍ୱଜିତ୍ । ପୂର୍ବରୁ ଇଓଡବ୍ଲୁ ଓ କଟକ ପୁରୀଘାଟ ଥାନାରେ ଦୁଇଟି ଠକେଇ ଅଭିଯୋଗ ହୋଇଛି ।

‘ବଡ଼ ଖବର’ ମୁଖ୍ୟ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲ୍ୟୁର ନୋଟିସ, ଜାଲ ଦସ୍ତାବିଜ୍‍ ଦେଇ ୯୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ଭୁବନେଶ୍ୱର : ଠକେଇ ଓ ଜାଲିଆତି ଅଭିଯୋଗରେ ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନୋଟିସ କରିଛି ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ତାଙ୍କୁ ଇଓଡ଼ବ୍ଲ୍ୟୁ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେ ଯଦି ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଶ୍ରୀ ଦାସଙ୍କ ବିରୋଧରେ ଦିଲ୍ଲୀର ସଲ୍ୟୁସନ ବ୍ରଡ୍‍କାଷ୍ଟର ମାଲିକ ଗଗନଦୀପ ସିଂ ଚାୱାଲା ୨୨ ତାରିଖରେ ଇଓଡବ୍ଲ୍ୟୁରେ ଠକେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଟଙ୍କପାଣିରୋଡ଼ରେ ନ୍ୟୁଜ ଚାନେଲ ‘ବଡ଼ ଖବର’ କାର୍ଯ୍ୟାଳୟ ନିମନ୍ତେ ବିଭିନ୍ନ ଯନ୍ତ୍ରାଂଶ ପାଇଁ ୨୦୨୦ ମସିହାରେ ଦିଲ୍ଲୀ ତୁଗଲକ୍‍ବାଦରେ ଥିବା ସଲ୍ୟୁସନ୍‍ ବ୍ରଡ୍‍କାଷ୍ଟ ପ୍ରୋପାଇଟର୍‍ ସଂସ୍ଥାର ମାଲିକ ଗଗନଦୀପ ସହିତ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ। ବଡ଼ ଖବର ଷ୍ଟୁଡିଓ ପାଇଁ ୧.୪୭ କୋଟି ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ନିମନ୍ତେ ୧୦ ଲକ୍ଷ ଟଙ୍କାର ଚେକ୍‍ ମଧ୍ୟ ଦେଇଥିଲେ। ଏହି ସମୟରେ ସେ କିଛି ଜିଏସ୍‍ଟି ଓ ଅନ୍ୟାନ୍ୟ ଦସ୍ତାବିଜ ଦେଇଥିଲେ। ଚୁକ୍ତି ଅନୁସାରେ ୨୦୨୦ ଅକ୍ଟୋବର ମାସରେ ଗଗନଦୀପ ସଂସ୍ଥା ଭିଏଲ୍‍ କାର୍ଗୋ ଜରିଆରେ ଉପରୋକ୍ତ ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲେ।ବଡ଼ ଖବର ସଂସ୍ଥାର କୀର୍ତ୍ତି ଚନ୍ଦନ ରାୟ ଏହାକୁ ଗ୍ରହଣ କରିଥିଲେ।

୬ ମାସ ମଧ୍ୟରେ ବାକିଥିବା ୯୨ଲକ୍ଷ ୪୭ ହଜାର ୭୦ ଟଙ୍କା ପୈଠ କରିବାକୁ ଅର୍ଦ୍ଧେନ୍ଦୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଏହି ଯନ୍ତ୍ରାଂଶ ସବୁ ଷ୍ଟୁଡ଼ିଓ ଓ ଅଫିସରେ ଲଗାଯାଇଥିଲା। ମାତ୍ର ଏହାପରେ ବକେୟା ଅର୍ଥ ତାଙ୍କୁ ମିଳି ନ ଥିଲା। ଏନେଇ ଗଗନଦୀପ ବାରମ୍ଭାର ଭୁବନେଶ୍ୱର ଆସି ବଡ଼ ଖବର ଅଫିସ୍‍କୁ ଯାଇଥିଲେ ମଧ୍ୟ ବିଭିନ୍ନ ବାହାନା ଦେଖାଇ ଅର୍ଦ୍ଧେନ୍ଦୁ ଟଙ୍କା ଦେବାକୁ ସକ୍ଷମ ହୋଇ ନ ଥିଲେ।

ବାରମ୍ବାର ଟଙ୍କା ପାଇଁ ନିରାଶ ହେବା ପରେ ଗଗନଦୀପ ଇଓଡ଼ବ୍ଲ୍ୟୁରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ କେସ୍‍ ନଂ-୧୨/୨୨ରେ ଏକ ମାମଲା ରୁଜୁ କରିଛି। ଏଥିସହ ତାଙ୍କ ନାମରେ ଦଫା ୧୨୦(ବି), ୪୦୬, ୪୨୦, ୪୬୭, ୪୬୮ ଏବଂ ୪୭୧ ଆଧାରରେ ତଦନ୍ତ ଆରମ୍ଭ କରିଛି। ଯଦି ଠକେଇ ସମ୍ପର୍କରେ ପ୍ରମାଣ ମିଳିବ ତେବେ ତାଙ୍କୁ ଗିରଫ କରାଯିବ ବୋଲି ଇଓଡବ୍ଲ୍ୟୁର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।