India Win - The Sakala
ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ T20 ଜିତି ସିରିଜ ହାତେଇଲା ଭାରତ, ୩-୧ରେ ଆଗୁଆ ଟିମ୍ ଇଣ୍ଡିଆ
ରାୟପୁର: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ବିଶ୍ବକପର ପ୍ରତିଶୋଧ ଟି-୨୦ ସିରିଜରେ । ଚତୁର୍ଥ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଲା ଭାରତ । ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୩-୧ରେ ଆଗୁଆ ରହିବା ସହ ସିରିଜ ହାତେଇଛି ଭାରତ । ଭାରତ ପକ୍ଷରୁ ରଖାଯାଇଥିବା ୧୭୫ ରନ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୪ ରନ କରିପାରିଥିଲା । ଅକ୍ଷର ପଟେଲ (୩/୧୬) ଓ ରବି ବିଷ୍ଣୋଇ (୧/୧୭)ଙ୍କ ଯାଦୁକରୀ ବୋଲିଂ ବଳରେ ଏଠାରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌‌ରେ ଭାରତ ୨୦ ରନ୍‌‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହା ଫଳରେ ୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜ୍‌‌ରେ ଆଉ ଗୋଟିଏ ମ୍ୟାଚ୍‌‌ ବାକିଥାଇ ଭାରତ ୩-୧ରେ ଆଗୁଆ ସିରିଜ୍‌‌ କବ୍‌‌ଜା କରିଛି। ସିରିଜ୍‌‌ର ୫ମ ତଥା ଶେଷ ମ୍ୟାଚ୍‌‌ ବେଙ୍ଗାଲୁରୁରେ ଡିସେମ୍ବର ୩ ତାରିଖରେ ଖେଳାଯିବ। ଏହି ମ୍ୟାଚ୍‌‌ରେ ୪ ଓଭର ବୋଲିଂ କରି ୧୬ ରନ୍‌‌ ବିନିମୟରେ ୩ଟି ୱିକେଟ ନେଇଥିବା ଭାରତର ବାମହାତୀ ସ୍ପିନର ଅକ୍ଷର ପଟେଲ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଭାରତ ସର୍ବାଧିକ ୧୩୬ଟି ମ୍ୟାଚ୍‌ ଜିତି ବିଶ୍ବ ରେକର୍ଡ କରିଛି ।
ରାୟପୁରର ସହୀଦ୍‌‌ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌‌ରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟରେ ୧୭୪ ରନ୍‌‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ସମାନ ସଂଖ୍ୟକ ଓଭର ଖେଳି ୭ ୱିକେଟରେ ୧୫୪ ରନ୍‌‌ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ମାଥ୍ୟୁ ୱେଡ୍‌‌ ସର୍ବାଧିକ ୩୬*, ଟ୍ରାଭିସ୍‌‌ ହେଡ୍‌‌ ୩୧, ମାଥ୍ୟୁ ସର୍ଟ ୨୨, ଟିମ୍‌‌ ଡେଭିଡ୍‌‌ ଓ ବେନ୍‌‌ ମ୍ୟାକଡର୍ମଟ ୧୯ ରନ୍‌‌ ଲେଖାଏଁ କରିଥିଲେ। ଭାରତ ପକ୍ଷରୁ ଅକ୍ଷରଙ୍କ ବ୍ୟତୀତ ଦୀପକ ଚହର ସବୁଠାରୁ ଅଧିକ ୪୪ ରନ୍‌‌ ଦେଇ ୨ଟି ୱିକେଟ ପାଇଥିଲେ। ଅଷ୍ଟ୍ରେଲିଆ ପାଳିରେ ଦୁଇ ସ୍ପିନର ଅକ୍ଷର ଓ ରବି ମିଳିତଭାବେ ୮ ଓଭର ବୋଲିଂ କରି ମାତ୍ର ୩୩ ରନ୍‌‌ ବ୍ୟୟ କରିବା ଫଳରେ ଏହି ମ୍ୟାଚ ଭାରତ ସପକ୍ଷରେ ଯାଇଥିଲା। ରବି ଓ ଆଭେଷ ଖାନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।
କଲମ୍ବୋ: ଏସିଆ କପ ସୁପର ଫୋରରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ । ପାକିସ୍ତାନକୁ ୨୨୮ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଅପରାଜିତ ଶତକୀୟ ପାଳି ପରେ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଭାରତ ଏସିଆ କପ୍‌ର ସୁପର-୪ ମ୍ୟାଚ୍‌ରେ ପାକିସ୍ତାନକୁ ୨୨୮ ରନ୍‌ରେ ହରାଇ ଦେଇଛି ।
କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୫୬ ରନ୍ କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ଏବଂ କେଏଲ୍ ରାହୁଲ ଶତକୀୟ ଇନିଂସ ଖେଳିଥିଲେ । ବିରାଟ କୋହଲି ୯୪ ଟି ବଲରେ ୧୨୨ ରନ୍ ଏବଂ କେଏଲ୍ ରାହୁଲ ୧୦୬ଟି ବଲରେ ୧୧ରନ୍ କରି ଅପରାଜିତ ରହିଥିଲେ । ଜବାବରେ ପାକିସ୍ତାନ ୩୨ ଓଭରରେ ୧୨୮/୮ ରନ୍ ହିଁ କରିବାରେ ସକ୍ଷମ ହୋଇଥିଲା । ପାକିସ୍ତାନର ଦୁଇଜଣ ବ୍ୟାଟର ଆହତ କାରଣରୁ ପଡ଼ିଆକୁ ଓହ୍ଲାଇପାରିନଥିଲେ । କେବଳ ୮ ଜଣ ହିଁ ବ୍ୟାଟିଂ କରିଥିଲେ । ସେଥିପାଇଁ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା । ପାକିସ୍ତାନକୁ ନିଜ ଦିନିକିଆ ଇତିହାସରେ ଦ୍ୱିତୀୟଥର ସବୁଠୁ ବଡ଼ ପରାଜୟ ମିଳିଛି । ଦଳକୁ ଏହା ପୂର୍ବରୁ ୨୦୦୯ରେ କରାଚୀ ଷ୍ଟାଡିୟମରେ ଶ୍ରୀଲଙ୍କା ୨୩୪ରନରେ ପରାଜିତ କରିଥିଲା ।
୩୫୭ରନର ବଡ଼ ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ ଖରାପ ରହିଥିଲା । ଦଳ ୫ମ ଓଭର ଖେଳ ଚାଲୁଥିବାବେଳେ ଇମାମ-ଉଲ-ହକଙ୍କ ୱିକେଟ୍ ହରାଇଥିଲା । ଇମାମ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । ଓଭର ବଢିବା ସହ ଦଳୀୟ ସ୍ଥିତି ଶୋଚନୀୟ ହେବାରେ ଲାଗିଥିଲା । କୌଣସି ବି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିବାରେ ସଫଳ ହୋଇନଥିଲେ । ପାକିସ୍ତାନ ପକ୍ଷରୁ ଫଖର ଜମନ ସର୍ବାଧିକ ୨୭ ରନ୍ କରିଥିଲେ । ଦଳ ୩୨ ଓଭରରେ ୮ ୱିକେଟ୍ ହରାଇ ୧୨୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୫ ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଜଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲାଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ।
ଏସିଆ କପ ଜିତିଲା ଭାରତୀୟ ମହିଳା ଦଳ, ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇ ଭାରତ ଚମ୍ପିଆନ
ଢାକା: କମାଲ କଲେ ଭାରତୀୟ ମହିଳା କ୍ରିକେଟ ଦଳ । ଏସିଆ କପରେ ବାଜିମାତ କଲା ମହିଳା ଟିମ । ସପ୍ତମ ଥର ଏସିଆ କପ୍‌ ଟାଇଟଲ ହାତେଇଲା ଭାରତୀୟ ମହିଳା ଦଳ । ଏସିଆ କପର ଫାଇନାଲ ମ୍ୟାଚରେ ଭରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଚମ୍ପିଆନ ହୋଇଛି । ଶ୍ରୀଲଙ୍କା ଦେଇଥିବା ୬୬ ରନର ସହଜ ବିଜୟ ଲକ୍ଷ୍ୟକୁ ୮ ଓ୍ବିକେଟ୍‌ ବାକିଥାଇ ଜିତିନେଇଛି ଭାରତ ।
ବାଂଲାଦେଶରେ ଚଳିତ ଥର ଟି-୨୦ ଫର୍ମାଟରେ ମହିଳା ଏସିଆ କପ ଆୟୋଜନ କରାଯାଇଥିଲା।  ଏସିଆ କପର ଫାଇନାଲରେ ଭାରତ ଆଜି ଶ୍ରୀଲଙ୍କାକୁ ଏକତରଫା ଭାବେ ୮ ୱିକେଟରେ ହରାଇ ଟ୍ରଫି କବଜା କରିଛି। ବୋଲିଂରେ ଭାରତର ରେଣୁକା ସିଂହ ଠାକୁର ଦମଦାର ପ୍ରଦର୍ଶନ କରିଥିଲେ। ତାଙ୍କ ଘାତକ ବୋଲିଂ ଯୋଗୁ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୬୫ ରନ କରିଥିଲା। ଏହାର ଜବାବରେ ଭାରତ ୬୯ ବଲ ପୂର୍ବରୁ ବିଜୟ ହାସଲ କରି ନେଇଛି। ଜିତିବା ପାଇଁ ୭୦ ବଲରେ ୧ ରନ ଦରକାର ଥିବା ବେଳେ ମନ୍ଧାନା ବିଶାଳ ଛକା ମାରି ମ୍ୟାଚ୍‌ ଶେଷ କରିଛନ୍ତି।
ସୂଚନାଯୋଗ୍ୟ, ମହିଳା ଏସିଆ କପର ଏଯାଏ ୮ଟି ସଂସ୍କରଣ ଅନୁଷ୍ଠିତ ହୋଇଛି। ୮ଟି ଯାକ ସଂସ୍କରଣରେ ଭାରତୀୟ ମହିଳା ଦଳ ଫାଇନାଲକୁ ଯାଇଛି ଓ ୭ଥର ଚାମ୍ପିୟନ ହୋଇଛି। କେବଳ ୨୦୧୮ରେ ଦଳ ଫାଇନାଲକୁ ଯାଇଥିଲେ ମଧ୍ୟ ବାଂଲାଦେଶ ଠାରୁ ହାରି ଯାଇଥିଲା। ଏହାବାଦ ଦଳ ଆଉ କେବେ ବି ଏସିଆ କପ ଫାଇନାଲରେ ହାରି ନାହିଁ।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ, ୩ ରନରେ ଜିତିଲା ଟିମ୍ ଇଣ୍ଡିଆ
ପୋର୍ଟ ଅଫ୍‍ ସ୍ପେନ୍‍: ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ ।  କୁଇନ୍ସ ପାର୍କ ଓଭାଲରେ ଶୁକ୍ରବାର ଖେଳା ଯାଇଥିବା ହାଇ ସ୍କୋରିଂ ମ୍ୟାଚରେ ଭାରତ ୩ ରନ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ବିଜୟ ହାସଲ କରିଛି । ଏହି ବିଜୟ ସହ ଟିମ୍ ଇଣ୍ଡିଆ ୧-୦ରେ ସିରିଜ ଅଗ୍ରଣୀ ହାସଲ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଅଧିନାୟକ ଶିଖର ଧାୱନ, ଶୁଭମନ ଗିଲ ଓ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍‌ ହରାଇ ୩୦୮ ରନ୍‌ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ ୬ ୱିକେଟ୍‌ ହରାଇ ୩୦୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।
୩୦୯ ରନ୍ ଜବାବରେ ଓ୍ବେଷ୍ଟଇଣ୍ଡିଜ୍ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ସହ ମ୍ୟାଚକୁ ଶେଷ ବଲ୍ ପର୍ଯ୍ୟନ୍ତ ଟାଣିଥିଲା । ଶେଷ ଦୁଇ ଓଭରରେ ଦଳ ବିଜୟ ପାଇଁ ୨୭ ରନ୍ ଆବଶ୍ୟକ କରୁଥିଲା। ବ୍ୟାଟିଂ କରୁଥିଲେ ଅକୀଲ ହୁସେନ ଓ ରୋମାରିୟ ସେଫର୍ଡ । ୪୯ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ୧୨ ରନ୍ ଦେଇଥିଲେ। ଅନ୍ତିମ ଓଭର ପ୍ରଥମ ବୋଲିଂ କରିଥିଲେ ମହମ୍ମଦ ସିରାଜ । ୬ ବଲରେ ଇଣ୍ଡିଜ ୧୫ ରନ୍ ଆବଶ୍ୟକ କରୁଥ୍ ବାବେଳେ ସିରାଜ ୧୧ ରନ୍ ବ୍ୟୟ କରି ଭାରତକୁ ବିଜୟୀ କରାଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ, ସର୍ଦୁଲ ଠାକୁର ଓ ଚହଲ ପ୍ରତ୍ୟେକ ୨ଟି କରି ୱିକେଟ୍ ହାସଲ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ କାଇଲ ମେୟର୍ସ ସର୍ବାଧିକ ୭୫ ରନ୍ କରିଥିବା ବେଳେ ବ୍ରାଣ୍ଡନ କିଙ୍ଗ୍ ୫୪ ଓ ସାମର ବ୍ରୁକ୍‌ ୪୭ ରନ୍ କରିଥିଲେ।
ପୂର୍ବରୁ ଘରୋଇ ଅଧୂନାୟକ ନିକୋଲାସ ପୁରାନ ଟସ୍ ଜିତିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଭେଟେରାନ ଶିଖର ଧାୱନଙ୍କ ସହ ଓପନିଂ କରି ଯୁବ ତାରକା ଶୁଭମନ ଗିଲ ବେଶ୍ ଭଲ ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍‌ରେ ଦୁହେଁ ୧୧୯ ରନ୍‌ର ଭାଗିଦାରୀ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ତାଳମେଳର ଅଭାବ ଯୋଗୁ ଗିଲ୍ ରନ୍ ଆଉଟ୍ ହୋଇଥିଲେ । ସେ ୬୪ ରନ୍ କରିଥିଲେ। ଧାୱନ ଆକର୍ଷଣୀୟ ପ୍ରଦର୍ଶନ ସହ ଶତକୀୟ ଇନିଂସ ଦିଗରେ ଅଗ୍ରସର ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ଶେଷରେ ସେ ମାତ୍ର ୩ ରନ୍‌ରୁ ଶତକରୁ ବଞ୍ଚିତ ହୋଇଥିଲେ। ୯୯ ବଲରୁ ଧାନ ୯୭ ରନ୍ ସଂଗ୍ରହ କରିଥିଲେ । ଏଥିରେ ୧୦ଟି ଚୌକା ଓ ୩ଟି ଛକା ସାମିଲ ରହିଥିଲା। ଶ୍ରେୟାସ ୫୪ ରନ୍ କରି ପାଭିଲିୟନ ଫେରିଥିଲେ। ସୂର୍ଯ୍ୟକୁମାର ଯାଦବ (୧୩) ବଡ଼ ଇନିଂସ ଖେଳିବାରେ ବିଫଳ ରହିଥିଲେ। ସଞ୍ଜୁ ସାମସନ (୧୨) ମଧ୍ୟ ଦଳକୁ ନିରାଶ କରିଥିଲେ। ପରେ ଦୀପକ ହୁଡା (୨୭) ଓ ଅକ୍ଷର ପଟେଲ (୨୧) ଦାୟିତ୍ଵପୂର୍ଣ୍ଣ ପ୍ରଦର୍ଶନ ଯୋଗୁ ଦଳ ୭/୩୦୮ ରନ୍‌ରେ ପହଞ୍ଚିଥିଲା। ସର୍ଦୁଲ ଠାକୁର ୭ ଓ ମହମ୍ମଦ ସିରାଜ ୧ ରନ୍ କରି ଅପରାଜିତ ରହିଥିଲେ। ଇଣ୍ଡିକ ପକ୍ଷରୁ ଆଲଜରି ଯୋଶେଫ୍ ଓ ଗୁଡାକେଶ ମୋତି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦: ଆୟର୍ଲାଣ୍ଡକୁ ୭ ୱିକେଟରେ ହରାଇଲା ଭାରତ
ଡବ୍‍ଲିନ(ଏଜେନ୍ସି): ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟ୍‍ରେ ବିଜୟୀ ହୋଇଛି। ୧୨ ଓଭର ବିଶିଷ୍ଟ ଏହି ମ୍ୟାଚରେ ଆୟର୍ଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୧୦୯ ରନର ଲକ୍ଷ୍ୟକୁ ପିଛା କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଭାରତ ୯.୨ ଓଭରରେ ୩ ୱିକେଟ୍‍ ହରାଇ ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଓପନିଂ ଆସିଥିବା ଦୀପକ ହୁଦା ସର୍ବାଧିକ ୪୭*(୨୯ ବଲ, ୬ ଚୌକା, ୨ ଛକା) ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଶାନ କିସାନ ୨୬, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିପାରି ନ ଥିଲେ। ଦୁଇ ମ୍ୟାଚ୍‍ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‍ ମଙ୍ଗଳବାର ଏଠାରେ ଖେଳାଯିବ।
ଡବ୍‍ଲିନ୍‍ର ଦି ଭିଲେଜ୍‍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‍ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଫଳରେ ରାତି ୯ଟା ପରିବର୍ତ୍ତେ ୧୧ଟା ୨୦ରେ ଖେଳ ଆରମ୍ଭ ହୋଇଥିଲା ଏବଂ ମ୍ୟାଚକୁ ୧୨ ଓଭରବିଶିଷ୍ଟ କରାଯାଇଥିଲା। ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‍ ଜିତି ଘରୋଇ ଆୟର୍ଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ପାଣ୍ଡ୍ୟାଙ୍କ ନିଷ୍ପତ୍ତିକୁ ଯଥାର୍ଥ ପ୍ରତିପାଦିତ କରି ଭାରତୀୟ ବୋଲର ୪ ଓଭରରେ ୨୨ ରନ ମଧ୍ୟରେ ଆୟର୍ଲାଣ୍ଡର ପଲ୍‍ ଷ୍ଟର୍ଲିଂ (୪ ରନ), ଅଧିନାୟକ ଆଣ୍ଡ୍ରି ବଲବିର୍ଣ୍ଣି (୦) ଓ ଗାରେଥ୍‍ ଡେଲାନୀ (୮ ରନ)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ତେବେ ବ୍ୟାଟିଂକ୍ରମର ୪ର୍ଥ ସ୍ଥାନରେ ଆସିଥିବା ହ୍ୟାରୀ ଟେକ୍ଟର ୬୪ ରନର ଦ୍ରୁତ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିବାରୁ ଆୟର୍ଲାଣ୍ଡ ୧୨ ଓଭରରେ ୪ ୱିକେଟ୍‍ ହରାଇ ୧୦୮ ରନର ଏକ ସମ୍ମାନଜନକ ସ୍କୋର କରିପାରିଥିଲା। ଟେକ୍ଟର ତାଙ୍କ ୩୩ ବଲ୍‍ ଇନିଂସରେ ୬ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱିକେଟ୍‍କିପର ଲୋର୍କାନ ଟକର ୧୮ ଓ ଜର୍ଜ ଡକ୍‍ରେଲ ୪* ରନ କରିଥିଲେ। ବୋଲିଂରେ ଅଧିନାୟକ ପାଣ୍ଡ୍ୟାଙ୍କ ସମେତ ଭୁବନେଶ୍ୱର କୁମାର, ଅଭେସ ଖାନ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ୱିକେଟ୍‍ ଅକ୍ତିଆର କରିଥିଲେ। ଜମ୍ମୁ-କଶ୍ମୀର ଏକ୍ସପ୍ରେସ ଭାବେ ପରିଚିତ ଆଇପିଏଲ୍‍ ତାରକା ଉମ୍ରାନ ମଲିକ ଏହି ମ୍ୟାଚ୍‍ ଖେଳି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଟି-୨୦ ପଦାର୍ପଣ କରିବାରେ ସେ ଭାରତର ୯୮ତମ ଖେଳାଳି ହୋଇଛନ୍ତି। ସାଥୀ ଦ୍ରୁତ ବୋଲର ଭୁବନେଶ୍ୱର ଉମ୍ରାନଙ୍କୁ କ୍ୟାପ୍‍ ପ୍ରଦାନ କରିଥିଲେ। ଆଇପିଏଲ୍‍ରେ ୧୫୦ରୁ ଊର୍ଦ୍ଧ୍ବ କିମି ବେଗରେ ବୋଲିଂ କରି ଚର୍ଚ୍ଚାକୁ ଆସିଥିବା ଉମ୍ରାନ କିନ୍ତୁ ଏହି ମ୍ୟାଚରେ ଗୋଟିଏ ଓଭର ବୋଲିଂ କରି ୧୪ ରନ ବ୍ୟୟ କରିଥିଲେ ମଧ୍ୟ ୱିକେଟ୍‍ ପାଇ ନ ଥିଲେ।