Drugs Addicted - The Sakala

ବେଆଇନ ନିଶାଦ୍ରବ୍ୟ କାରବାର ଉପରେ ଲାଗିବ ଅଙ୍କୁଶ, ନିଶା ଖାଇ ଧରାପଡ଼ିଲେ ବହିଷ୍କାର ହେବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ରାଜ୍ୟରେ ବେଆଇନ୍‌‌ ନିଶାଦ୍ରବ୍ୟ କାରବାର ଓ ଚୋରାଚାଲାଣ ରୋକିବା ସମ୍ପର୍କରେ ୩ୟ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ନିଶାଦ୍ରବ୍ୟ ଏବଂ ମାନସିକ ସ୍ତରରେ ମାରାତ୍ମକ ପ୍ରଭାବ ପକାଉଥିବା ଏଭଳି ପଦାର୍ଥର ଉତ୍ପାଦନ, କ୍ରୟ, ବିକ୍ରୟ ଓ କାରବାର ସମ୍ପର୍କିତ ଥିବା ଜାତୀୟ ଆଇନ୍‌‌ର କଡାକଡି ଅନୁପାଳନ ସମ୍ପର୍କରେ ପଦକ୍ଷେପ ନେବା ଳାଗି ବୈଠକରେ ବ୍ୟାପକ ଆଲୋଚନା ହୋଇଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ବେଆଇନ୍‌‌ ନିଶା ଦ୍ରବ୍ୟ କାରବାର ଓ ନିଶାସେବନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଉପ ମହା ନିର୍ଦ୍ଦେଶିକା ମୋନିକା କେ ବାତ୍ରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ରେଲୱେ କୋଷ୍ଟାଲ ସିକ୍ୟୁରିଟି ଏଡି.ଜି ଦୟାଲ ଗଙ୍ଗୱାର, ରାଜ୍ୟ ପୁଲିସ୍‌‌ ପ୍ରଶାସନ, ଗୃହ ବିଭାଗ , ଅବକାରୀ ବିଭାଗ ସମେତ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ବିଭାଗ ଆଦି ସୃଂକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ସୀମା ସୁରକ୍ଷାବଳ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ରାଜ୍ୟରେ ୧୦ ରୁ ଅଧିକ ଜିଲ୍ଲାରେ ଗଞ୍ଜେଇ ଚାଷ କରାଯାଉଥିଲା। ସେଥିରୁ ଅଧିକାଂଶ ପାହାଡିଆ,ଜଙ୍ଗଲ ଓ ନକ୍ସଲ ପ୍ରଭାବିତ ଅଞ୍ଚଳ। ଏବେ ରାଜ୍ୟରେ ନକ୍ସଲ ଉପଦ୍ରୁତ ଅଞ୍ଚଳ କମୁଥିବା ଫଳରେ ଅଣ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗଞ୍ଜେଇ ଚାଷ ପ୍ରାୟତଃ ନାହିଁ। ବ୍ରାଉନ୍‌‌ ସୁଗର (ହେରୋଇନ୍‌‌) ମୁଖ୍ୟତଃ ପଶ୍ଚିମ ବଙ୍ଗ(ମୁର୍ଶିଦାବାଦ, ନଦିଆ, ବର୍ଦ୍ଧମାନ ଜିଲ୍ଲା)ରୁ କୋଲକତା ଓ ବାଲେଶ୍ୱର ଦେଇ ଉପକୂଳ ଜିଲ୍ଲାକୁ ଆସୁଛି। ନିଶାଯୁକ୍ତ କଫ୍‌‌ ସିରପ ମୁଖ୍ୟତଃ ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସମ୍ୱଲପୁର ଓ ବରଗଡ଼ ଆଦି ଜିଲ୍ଲାକୁ ଆସିଥାଏ। ଗତ ୩ ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଗଞ୍ଜେଇ ଚାଷକୁ ନଷ୍ଟ କରଯାଇଛି।

ସେହିପରି ରାଜ୍ୟ ଓ ଆନ୍ତଃ ରାଜ୍ୟରେ କିଛି ବର୍ଷ ଧରି ନିଶା ଔଷଧ କାରବାର କରୁଥିବା କ୍ଷେତ୍ରରେ ରେକର୍ଡ ସଂଖ୍ୟକ ମାମଲା ପଞ୍ଜୀକୃତ ହେବା ସହ ନିଶା ଦ୍ରବ୍ୟ ଜବତ କର।।ଇଛି। ୨୦୧୮ ମସିହାରେ ୬୦୧ ମାମଲା ପଂଜୀକୃତ ହୋଇଥିବା ବେଳେ ୫୨୩ କ୍ୱିଣ୍ଟାଲ ନିଶାଦ୍ରବ୍ୟ ଜବଦ କରାଯାଇ ୭୭୪ ଜଣଙ୍କୁ ଗିରଫ କରାଯାଇଛି। ଚଳିତ ବର୍ଷ ଏପ୍ରିଲ ମାସ ଶେଷ ସୁଦ୍ଧା ୧୧୨୫ ଟି ମାମଲା ପଞ୍ଜୀକୃତ କରାଯାଇ ୮୭୯ କ୍ୱିଣ୍ଟାଲ ନିଶାଦ୍ରବ୍ୟ ଜବତ ସହ ୧୪୦୫ ଜଣଙ୍କୁ ଗିରଫ କର।।ଇଅଛି। ବ୍ରାଉନ୍‌‌ ସୁଗର ମାମଲାରେ ୨୦୧୮ ରେ ୫୫ ଜଣଙ୍କୁ ଗିରଫ କର।।ଇଥିବା ବେଳେ ୨୦୨୩ ରେ ୩୦୧ ଜଣଙ୍କୁ ଗିରଫ କରାଯାଇଛି। କମ୍ପ୍ୟୁଟରୀକୃତ ଡାଟାବେସ ଜରିଆରେ ତଥ୍ୟ ପରସ୍ପରକୁ ପ୍ରେରଣ ସହିତ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ନିୟମିତ ସମନ୍ୱୟ ବୈଠକ କରାଯାଉଛି। ନିର୍ଦ୍ଦିଷ୍ଟ ଜିଲ୍ଲା ଭିତ୍ତିରେ ଆକ୍ସନ ପ୍ଲାନ୍‌‌ ପ୍ରସ୍ତୁତି ସମ୍ପର୍କରେ ଗୃହ ବିଭାଗ, ଅବକାରୀ ବିଭାଗ, କୃଷି, ଜଙ୍ଗଲ ବିଭାଗ ଏ ସମ୍ପର୍କରେ ସ୍ୱତନ୍ତ୍ର ପ୍ରସ୍ତୁତି କରିବା ଆଲୋଚନା କରାଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସ୍ୱାଭିମାନ ଅଞ୍ଚଳରେ ଲୋକମାନଙ୍କୁ ଜୀବିକା ନିର୍ବାହ ପାଇଁ ଔଷଧୀୟ ଲେମ୍ୱୁ ଘାଷ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଥିବା ପ୍ରକାଶ କରିଥିଲେ।

ପଞ୍ଚାୟତିରାଜ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂଦ ବିଭାଗ, ମିଶନ ଶକ୍ତି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆଦି ବିଭାଗ ଏହି ଯୋଜନାରେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ। କଲେଜରେ ପଢ଼଼ୁଥିବା ଛାତ୍ର ଛାତ୍ରୀମାନେ ଏକାଧିକ ଥର ନିଶା ସେବନ କରି ଧରା ପଡ଼ିଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ବହିଷ୍କାର ପାଇଁ ପଦକ୍ଷେ ନିଆଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ସେହିରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ନିଶା ଦ୍ରବ୍ୟ ବ୍ୟବହାର ନ କରିବା ସମ୍ପର୍କରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ।

ନିଶା କବଳରେ ରାଜଧାନୀର ଲକ୍ଷେ ଯୁବକଯୁବତୀ: ମାଳମାଳ କାର୍ଯ୍ୟକ୍ରମ ସତ୍ତ୍ୱେ ଫଳ ଘର ଶୂନ
ଭୁବନେଶ୍ୱର: ନିଶା ଏବେ ସାମାଜିକ ବ୍ୟଧି ଭାବେ କାୟା ବିସ୍ତାର କରିଚାଲିଛି। ପାନ, ବିଡି, ସିଗାରେଟ୍‍ ପରେ ବ୍ରାଉନସୁଗର, ଗଞ୍ଜେଇ, ଇ-ସିଗାରେଟ, ଡେନ୍‍ଡ୍ରାଇଟ୍‍ ଓ କୋକେନ୍‍ ଭଳି ମାରାତ୍ମକ ନିଶା ପ୍ରେମରେ ପଡ଼ିଛନ୍ତି ନିଶାଡ଼ି। ରାଜଧାନୀରେ ଦିନକୁ ଦିନ ନିଶା କାରବାର ବଢ଼଼ିଗଲାଣି। ହାତ ପାହାନ୍ତାରେ ଏସବୁ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଏଣୁ ନିଶା କାରବାର ସହ ସେବନକାରୀଙ୍କ ସଂଖ୍ୟା ସବୁଆଡେ ମାଡ଼ିଗଲାଣି। ତେବେ ଏଭଳି ମାରାତ୍ମକ ନିଶାରେ ଅଧିକ ମତୁଆଲା ହେଉଛନ୍ତି ଯୁବପିଢ଼ି। ନିଶା ଉପରେ ନିୟନ୍ତ୍ରଣ ନ ଥିବାରୁ ବିଗିଡ଼ିଗଲାଣି ସ୍ଥିତି। ନିଶା କାରବାର ହଟାଇବା ସହ ନିଶାମୁକ୍ତ ଓଡ଼ିଶା ଗଢ଼ି ତୋଳିବାକୁ କେବଳ ମାମଲା ଯୋଜନା ଅବା କାର୍ଯ୍ୟକ୍ରମ କରାଯାଉଛି। ତେବେ ବିଶ୍ୱ ତମାଖୁ ବର୍ଜନ ଓ ନିଶା ନିବାରଣ ଦିବସ ଆସିଲେ ସଭା, ସମିତି, ରାଲି ଓ ଧାରଣା ଆଦି ଗୋଟିଏ ଦିନ ପାଳନ କରାଯାଇଥାଏ। ହେଲେ ପରେ ସବୁ ବନ୍ଦ ହୋଇଯାଇଥାଏ। ତେବେ ଯଥା ପୂର୍ବଂ ତଥାପରଂ ନାରାରେ ସେଭଳି ନିଶା କାରବାର ଜାରି ରହିଥାଏ।

ସେହିପରି ନିଶା ନିବାରଣ ଲାଗି ସରକାରଙ୍କ ପକ୍ଷରୁ ପାଣ୍ଠି ମିଳୁଛି। ମାତ୍ର ଆଖିଦୃଶିଆ ସଚେତନତା କରାଯାଉନି। ଏପିରିକି କୋଟ୍‍ପା ଆଇନ୍‍ ଅନୁଯାୟୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ପରିସର ତଥା ୧୦୦ ମିଟର ପରିଧି ଭିତରେ ତମାଖୁ ବିକ୍ରି କରିବା ଉପରେ କଟକଣା ରହିଛି। କିନ୍ତୁ ଏହି ଆଇନ୍‍କୁ କେହି ପାଳନ କରୁନାହାନ୍ତି। ଖୁଲମଖୁଲା ବିକ୍ରି କରାଯାଉଛି। ଆଉ ଛାତ୍ରଛାତ୍ରୀ ଏହାକୁ ସେବନ କରି ପଥଭ୍ରଷ୍ଟ ହେଉଛନ୍ତି। ତେବେ ନିଶାଭ୍ୟାସ କମିଲେ ଅପରାଧ ପ୍ରବଣତାରେ ଅଙ୍କୁଶ ଲାଗିବ ବୋଲି କୁହାଯାଇଛି।

ରାଜଧାନୀରେ ଥିବା ଯୁବପିଢ଼ିଙ୍କ ମଧ୍ୟରୁ ୨୭ ପ୍ରତିଶତ ଏବେ ନିଶାଗ୍ରସ୍ତ। ଅର୍ଥାତ୍‍ ସ୍ମାର୍ଟସିଟିରେ ରହୁଥିବା ୪ଲକ୍ଷ ଯୁବପିଢ଼ିଙ୍କ ମଧ୍ୟରୁ ଲକ୍ଷେରୁ ଅଧିକ ଏବେ ନିଶାମାୟାରେ ବାୟା। ସେମାନେ ବ୍ରାଉନସୁଗର ଭଳି ଜୀବନ ବରବାଦ୍‍ ହେବା ଭଳି ନିଶାରେ ପଡ଼ିଛନ୍ତି। ତେବେ ସେଥିରୁ କଲେଜ ପଢ଼଼ୁଆ, ଅଧାରୁ ପାଠ ଛାଡିଥିବା ଯୁବପିଢ଼ି ଅଧିକ। ସେହିପରି ବସ୍ତିରେ ରହୁଥିବା ମଧ୍ୟ ଯୁବପିଢ଼ି ନିଶାରେ ମାୟାଜାଲରେ ଫସିଯାଇଛନ୍ତି। ବସ୍ତିରେ କାର୍ଯ୍ୟ କରୁଥିବା କିଛି ସାମାଜିକ ଅନୁଷ୍ଠାନ ଏବଂ ନିଶାର ଭୟବହତା ବିଷୟରେ କାର୍ଯ୍ୟ କରୁଥିବା ସଂସ୍ଥା ଓ ପୁଲିସ କର୍ମଚାରୀଙ୍କୁ ନେଇ ସର୍ଭେ କରାଯାଇଥିଲା। ସେମାନେ ଶିକ୍ଷାନୁଷ୍ଠାନ, ବସ୍ତି ଓ ନିଶା ନିବାରଣ କେନ୍ଦ୍ରକୁ ତଥ୍ୟ ଆଣି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହି ବିସ୍ଫୋରକ ରିପୋର୍ଟ ଦେଖିବା ପରେ ଚିନ୍ତାରେ ପଡ଼ିଯାଇଥିଲା କମିସନରେଟ ପୁଲିସ।

ତମାଖୁ ସେବନରେ ୫୧.୬ ପୁରୁଷ ଓ ୨୬ % ମହିଳା

ଭାରତ ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ତମାଖୁ ଓ ନିଶା ସେବନରେ ଢ଼େର୍‍ ଆଗରେ ରହିଛନ୍ତି। ତମାଖୁ ସେବନ କରିବା ପୁରୁଷଙ୍କ ହାର ଓଡ଼ିଶାରେ ୫୧.୬ ରହିଛି। ସେଥିରୁ ସହରାଞ୍ଚଳ ପୁରୁଷ ସଂଖ୍ୟା ୪୦.୫ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୫୪.୧ ପ୍ରତିଶତ ରହିଛି। ସେହିପରି ରାଜ୍ୟରେ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରନ୍ତି। ସେଥିରୁ ସହରାଞ୍ଚଳରେ ମହିଳାଙ୍କ ସଂଖ୍ୟା ୧୬.୬ ପ୍ରତିଶତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୨୮ ପ୍ରତିଶତ ମହିଳା ତମାଖୁ ସେବନ କରନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ ୪.୩ ପ୍ରତିଶତ ମହିଳା ମଦ ପିଅନ୍ତି। ସେଥିରୁ ସହରାଞ୍ଚଳର ୧.୪ ପ୍ରତିଶତ ମହିଳା ଥିବା ବେଳେ ଗ୍ରାମାଞ୍ଚଳର ୪.୯ ପ୍ରତିଶତ ମହିଳା ମଦ ପିଉଛନ୍ତି। ସେପରି ରାଜ୍ୟର ୨୮.୮ ପ୍ରତିଶତ ପୁରୁଷ ମଦ ପିଉଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସହରାଞ୍ଚଳର ପୁରୁଷଙ୍କ ସଂଖ୍ୟା ୨୨.୭ ହୋଇଥିବା ବେଳେ ଗ୍ରାମାଞ୍ଚଳର ପୁରୁଷ ସଂଖ୍ୟା ରହିଛି ୩୦.୨ ପ୍ରତିଶତ। ସେପଟେ ପୁରୁଷ ହୁଅନ୍ତି କି ମହିଳା ନିଶା ଓ ତମାଖୁ ସେବନ କରୁଛନ୍ତି। ଏଣୁ କର୍କଟ, ପକ୍ଷାଘାତ, ହୃଦରୋଗ ଭଳି ବହୁ ରୋଗରେ ଝୁଜୁଛନ୍ତି। ସୂଚନାଯୋଗ୍ୟ ଯେ, ୧୯୮୭ ମସିହାରୁ ଜୁନ୍‍ ୨୬ ତାରିଖକୁ ବିଶ୍ୱ ଡ୍ରଗ୍‍ ଦିବସ ଭାବେ ପାଳନ କରାଯାଉଛି।

ନିଶା ସେବନରେ କିଶୋର ଆଗରେ

ରାଜ୍ୟର ୪୫.୬ ପ୍ରତିଶତ କିଶୋର (୧୨-୧୯ ବର୍ଷ ବୟସ୍କ) ନିଶା ସେବନ କରୁଥିବା ବେଳେ ୫୪.୪ ପ୍ରତିଶତ କିଶୋର/କିଶୋରୀ କୌଣସି ତମାଖୁ ସେବନ କରୁନାହାନ୍ତି। ୮୭୮ ଜଣ କିଶୋର ଓ ୯୮୦ ଜଣ କିଶୋରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତ କିଶୋର ସିଗାରେଟ୍‍, ବିଡ଼ି ଓ ଗଞ୍ଜେଇ ଭଳି ଧୂଆଁ ଜାତୀୟ ତମାଖୁ ସେବନ କରୁଥିବା ବେଳେ ଉଭୟ କିଶୋରକିଶୋରୀଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୭ ପ୍ରତିଶତ ରହିଥିଲା। ସେହିପରି ୪୨ ପ୍ରତିଶତ କଶୋର/କିଶୋରୀ ଧୂଆଁ ବିହୀନ ତମାଖୁ ସେବନ କରୁଥିବାବେଳେ ୧୭ ପ୍ରତିଶତ ଖଇନି ସେବନ କରୁଥିଲେ। ଗୁଟଖା ଖାଉଥିବା କିଶୋରଙ୍କ ସଂଖ୍ୟା ସବୁଠୁ ଅଧିକ ରହିଥିଲା।

ବାଟକୁ ଆଣୁଛି ଡ୍ରିମ୍ସ

ଦିନେ ନିଶାଦ୍ରବ୍ୟ ଅପରାଧ ରାସ୍ତାକୁ ଟାଣି ନେଇଥିଲା। ଭୁଲରେ ହେଉ ଅବା କୁ-ସଙ୍ଗତରେ ପଡ଼ି ନିଶାର ଶିକାର ହୋଇଥିଲେ। କିନ୍ତୁ ସେହି ନିଶା ଠାରୁ ଦୂରେଇ ଆସିବା ସେମାନଙ୍କୁ ବଞ୍ଚିବାର ନୂଆ ଦୁନିଆ ଦେଖାଇଥିଲା କମିସନରେଟ ପୁଲିସ ନୂଆ ଯୋଜନା ‘ଡ୍ରିମ୍ସ’। ଫେବୃଆରୀରେ ଆରମ୍ଭ ହୋଇଥିବା ଏହି ପାଇଲଟ୍‍ ପ୍ରକଳ୍ପରେ ୫୦ ଜଣଙ୍କୁ ଯୋଡ଼ା ଯାଇଥିଲା। ସେମାନଙ୍କୁ ନିଶା କବଳରୁ ମୁକ୍ତ କରିବା ସହ ଥଇଥାନ କରାଯାଇଥିଲା । ନିଶାରୁ ନିବୃତ ରହିବାକୁ ଏମାନଙ୍କୁ ବିଶେଷଜ୍ଞଙ୍କ ଦ୍ୱାରା କାଉନସେଲିଂ ଦିଆଯାଉଥିଲା। ଆଧାତ୍ମିକ, ଯୋଗ, ନୃତ୍ୟ, ଚେସ୍‍ ଓ ଭଳି ବିଭିନ୍ନ ଖେଳ ମାଧ୍ୟମରେ ଯୁବକଙ୍କ ମନଙ୍କୁ ପରିବର୍ତ୍ତନା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୦ଜଣ ଥଇଥାନ କେନ୍ଦ୍ରରୁ ବାହାରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନୂଆ ଜୀବନ ଆରମ୍ଭ କରିଛନ୍ତି। ସେମାନଙ୍କୁ ଏକାଧିକ ସଂସ୍ଥାରେ ନିଯୁକ୍ତ ଦିଆଯିବା ସହ ସ୍ୱାବଲମ୍ବୀ କରାଯାଇଛି।