IND Vs IRE - The Sakala

ବିଜୟରୁ ଭାରତର ବିଶ୍ୱକପ ଅଭିଯାନ ଆରମ୍ଭ, ୮ ୱିକେଟରେ ଆୟର୍ଲ୍ୟାଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ
ନ୍ୟୁୟର୍କ: ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ। ଦମଦାର ବିଜୟ ସହ ଆମେରିକା-ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଏକତରଫା ଭାବେ ଆୟର୍ଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି।

ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ। ଦମଦାର ବିଜୟ ସହ ଆମେରିକା-ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌‌ରେ ଦଳ ଏକତରଫା ଭାବେ ଆୟର୍ଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ମାତ୍ର ୯୬ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ ଆଗରେ ୯୭ ରନର ଲକ୍ଷ୍ୟ ଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୧୨.୨ ଓଭରରେ ମାତ୍ର ୨ଟି ୱିକେଟ୍‌‌ରେ ବିଜୟ ଲକ୍ଷ୍ୟ ୯୭ ରନ୍‌‌ କରିଛି। ଏହି ମ୍ୟାଚରେ ରୋହିତ ଶର୍ମା ୩୭ଟି ବଲ୍‌‌ ଖେଲି ୪ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଏଥି ସହିତ ଭାରତ ଚଳିତ ଟୁର୍ଣ୍ଣାମେଂଟର ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବୋଲରମାନେ କମାଲ କରି ଆୟର୍ଲ୍ୟାଣ୍ଡକୁ କେବଳ ୧୬ ଓଭରରେ ୯୬ ରନରେ ଅଲଆଉଟ କରି ଦେଇଥିଲେ। ୯୭ ରନର ଟାର୍ଗେଟକୁ ଟିମ ଇଣ୍ଡିଆ, ଅଧିନାୟକ ରୋହିତ ଶର୍ମାଙ୍କ ଅପରାଜିତ ୫୨ ରନ ବଳରେ ଅତି ସହଜରେ ହାସଲ କରି ନେଇଛି।

ବୁଧବାର ମ୍ୟାଚରେ ଯୁବ ବ୍ୟାଟର ଋଷଭ ପନ୍ତ ବ୍ୟକ୍ତିଗତ ଭାବେ ଅପରାଜିତ ୩୬ ରନ୍‌‌ ସଂଗ୍ରହ କରିଥିଲେ। ସେ ୨୬ଟି ବଲ୍‌‌ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ବିରାଟ କୋହଲି ‌୧ ରନ୍‌‌ ଓ ସୂର୍ଯ୍ୟକୁମାର ଯାଦବ ୨ ରନ୍‌‌ ସଂଗ୍ରହ କରି ପାଭିଲିଅନ୍‌‌‌ ଫେରିଯାଇଥିଲେ।

ନ୍ୟୁୟର୍କସ୍ଥିତ ନସାଉ କାଉଂଟି ଅନ୍ତର୍ଜାତୀୟ କ୍ରିକେଟ୍‌‌ ଷ୍ଟାଡିୟମରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ଭାରତୀୟ ବୋଲରମାନେ ଆୟର୍ଲାଣ୍ଡର ବ୍ୟାଟ୍ସମାନଙ୍କୁ ଚାପରେ ରଖିଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ୱିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ୱିକେଟ ନେଇଥିଲେ । ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଆସନ୍ତା ୯ତାରିଖ ଭାରତ ତାର ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ନୁୟର୍କ ପଡ଼ିଆରେ ଭେଟିବ। ଚଳିତ ବିଶ୍ୱକପ୍‌ରେ ନୂଆ ଓପନିଂ କମ୍ବିନେସବ ସହ ମୈଦାନରେ ଦମ ଦେଖାଉଛି ଟିମ୍‌ ଇଣ୍ଡିଆ।

ଆଜି ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦, ସିରିଜ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଡବ୍ଲିନ୍‌‌: ସ୍ଥାନୀୟ ମାଲାହାଇଡ୍‌‌ରେ ଭାରତ ଓ ଘରୋଇ ଆୟର୍ଲାଣ୍ଡ ରବିବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‌‌ରେ ମୁହାଁମୁହିଁ ହେବେ। ପ୍ରଥମ ଟି-୨୦ରେ ଭାରତ ଡିଏଲଏସ୍‌ ପ୍ରଣାଳୀରେ ୨ ରନରେ ବିଜୟୀ ହୋଇ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ତେଣୁ ଦ୍ୱିତୀୟ ମୁକାବିଲା ଜିତି ଭାରତ ଆଗୁଆ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଆୟର୍ଲାଣ୍ଡ ଘରୋଇ ପରିବେଶରୁ ଫାଇଦା ଉଠାଇ ଏହି ମ୍ୟାଚ୍‌‌ ଜିତି ସିରିଜ ବଞ୍ଚାଇବାକୁ ଉଦ୍ୟମ କରିବ। ଫଳରେ ଏହି ମ୍ୟାଚ୍‌‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିବ।

ଯୁବ ଖେଳାଳିଙ୍କ ନେଇ ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌‌ରେ ଜବରଦସ୍ତ ବୋଲିଂ କରିଥିଲା ଓ ପ୍ରତିପକ୍ଷ ଦଳକୁ ବଡ଼ ସ୍କୋର ହାସଲ କରିବାକୁ ସୁଯୋଗ ଦେଇ ନଥିଲା। ବର୍ଷା କାରଣରୁ ମ୍ୟାଚ୍‌‌ ବନ୍ଦ ହେବା ଫଳରେ ଭାରତ ବିଜୟୀ ଘୋଷିତ ହୋଇଥିଲା। ଫଳରେ ଭାରତୀୟ ଯୁବ ବ୍ୟାଟରମାନେ ବ୍ୟାଟିଂ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ପାଇ ନଥିଲେ। ଏଥର ପାଗ ଭଲ ରହିଲେ ମଧ୍ୟକ୍ରମ ବ୍ୟାଟରମାନେ ଭଲ ବ୍ୟାଟିଂ କରିବାର ସୁଯୋଗ ପାଇବେ। ଶିବମ୍‌‌ ଦୁବେ, ଋତୁରାଜ ଗାଏକ୍ୱାଡ ଓ ରିଙ୍କୁ ସିଂ ମିଳିଥିବା ସୁଯୋଗର ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି। ରୋହିତ ଶର୍ମା, ବିରାଟ କୋହଲି, ଶୁବମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତି ଏହି ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ବୋଲିଂରେ ଆଘାତ ସମସ୍ୟାରୁ ମୁକୁଳି ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌‌ରା ପ୍ରଥମ ଓଭରରେ ୨ ୱିକେଟ ନେଇ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୪ ଓଭର ବୋଲିଂ କରି ସେ ୨୪ ରନ ବ୍ୟୟ କରି ୨ ୱିକେଟ ଅକ୍ତିଆର କରିଥିଲେ। ସେ ମଧ୍ୟ ୯ଟି ଡଟ୍‌‌ ବଲ୍‌‌ ପକାଇଥିଲେ। ଟି-୨୦ ପଦାର୍ପଣ କରିଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହ ସେ ମିଶି ଭଲ ବୋଲିଂ କରିଥିଲେ। ତାଙ୍କ ଫିଟ୍‌‌ନେସ୍‌‌ ଉପରେ ସମସ୍ତଙ୍କ ନଜର ରହିଛି। ଅଲରାଉଣ୍ଡର ୱାସିଂଟନ ସୁନ୍ଦର ମଧ୍ୟ ଆଘାତ ସମସ୍ୟା ପାଇଁ ଦଳରେ ସ୍ଥାନ ପକ୍କା କରିପାରି ନାହାନ୍ତି। ତେଣୁ ବୋଲିଂରେ ସେ ବୁମ୍‌‌ରାଙ୍କୁ ଉପଯୁକ୍ତ ସହଯୋଗ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରିବେ। ପାଣ୍ଡ୍ୟାଙ୍କ ଅନୁପସ୍ଥିତରେ ସେ ନିଜର ଅଲରାଉଣ୍ଡ ଦକ୍ଷତାକୁ ପ୍ରମାଣ କରିବାର ସୁଯୋଗ ପାଇବେ। ଡବ୍ଲିନ୍‌‌ର ମେଘୁଆ ପାଗରେ ଟସ୍‌‌ର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି। ପ୍ରଥମ ମ୍ୟାଚ୍‌‌ରେ ଭାରତ ଭାଗ୍ୟଶାଳୀ ଥିଲା।

ଅପରପକ୍ଷରେ ଘରୋଇ ଦଳ ବ୍ୟାଟିଂ ଦକ୍ଷତାକୁ ନେଇ ଚିନ୍ତିତ ରହିଛି। ପ୍ରଥମ ଓଭରରେ ୨ ୱିକେଟ ହରାଇ ଆୟର୍ଲାଣ୍ଡ ବ୍ୟାକ୍‌‌ଫୁଟ୍‌‌କୁ ଚାଲିଯାଇଥିଲା। ସାରା ମ୍ୟାଚ୍‌‌ରେ ଆୟର୍ଲାଣ୍ଡ ବ୍ୟାଟରମାନେ ସଂଘର୍ଷ କରିଥିବା ଦେଖାଯାଇଥିଲା। ତେଣୁ ଦ୍ୱିତୀୟ ମ୍ୟାଚ୍‌‌ରେ ଘରୋଇ ଦଳ ଉନ୍ନତ ବ୍ୟାଟିଂ କରିବାକୁ ପ୍ରୟାସ କରିବ। ଅବଶ୍ୟ ବୋଲିଂରେ କ୍ରେଗ ୟଙ୍ଗ କ୍ରମାଗତ ଦୁଇ ୱିକେଟ ନେଇ ଭାରତକୁ ସମସ୍ୟାରେ ପକାଇଥିଲେ। ଭାରତକୁ ହରାଇବାକୁ ହେଲେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି ଘରୋଇ ଦଳର ମ୍ୟାନେଜେମେଣ୍ଟ ହୃଦୟଙ୍ଗମ କରିଥିବ। ଆଗକୁ ଏସିଆ କପ୍‌‌ ଓ ବିଶ୍ୱକପ୍‌‌ ଖେଳାଯିବାର କର୍ଯ୍ୟକ୍ରମ ରହିଛି। ତେଣୁ ଏହି ସିରିଜ ବୁମ୍‌‌ରାଙ୍କ ପାଇଁ ବିଶେଷ ଭାବେ ଗୁରୁତ୍ୱ ବହନ କରୁଛି। ଭାରତକୁ ବିଜୟୀ କରାଇବା ସହ ବୁମ୍‌‌ରା ନିଜର ଫିଟ୍‌‌ନେସ, ଫର୍ମକୁ ପ୍ରମାଣିତ କରିବାର ଆବଶ୍ୟକତା ରହିଛି। ତେଣୁ ବୁମ୍‌‌ରାଙ୍କ ଉପରେ କେବଳ ଚୟନକର୍ତ୍ତା ନୁହଁ ସମସ୍ତଙ୍କ ନଜର ରହିଛି। ଘରୋଇ ଦଳରେ ଆଣ୍ଡ୍ର୍ୟୁ ବଲବିର୍ଣ୍ଣି, ଜୋଶୁଆ ଲିଟଲ, କ୍ରେଗ ୟଙ୍ଗ ଓ ଜର୍ଜ ଡେକରେଲ୍‌‌ଙ୍କ ଭଳି ମ୍ୟାଚ୍‌‌ ୱିନର ରହିଛନ୍ତି। ତେଣୁ ଭାରତ ଆୟର୍ଲାଣ୍ଡକୁ ଆଦୌ ହାଲ୍‌‌କା ଭାବେ ନେବନାହିଁ।

ଭାରତୀୟ ଦଳ : ଯଶପ୍ରୀତ ବୁମ୍‌‌ରା (ଅଧିନାୟକ), ଋତୁରାଜ ଗାଏକ୍ୱାଡ (ଉପ- ଅଧିନାୟକ), ଅର୍ଶଦୀପ ସିଂ, ଆଭେସ ଖାନ, ଶିବମ ଦୁବେ, ଯଶସ୍ୱୀ ଜୟସ୍ୱାଲ, ମୁକେଶ କୁମାର, ପ୍ରସିଦ୍ଧ କ୍ରିଷ୍ଣା, ରବି ବିଷ୍ଣୋଇ, ସଞ୍ଜୁ ସାମସନ, ଶାହବାଜ ଅହମ୍ମଦ, ଜିତେଶ ଶର୍ମା, ରିଙ୍କୁ ସିଂ, ତିଳକ ବର୍ମା ଓ ୱାସିଂଟନ ସୁନ୍ଦର।

ଆୟର୍ଲାଣ୍ଡ ଦଳ: ପଲ ଷ୍ଟିର୍ଲିଂ (ଅଧିନାୟକ), ରସ୍‌‌ ଆଡେର, ମାର୍କ ଆଡେର, ଆଣ୍ଡ୍ରିଉ ବଲବିର୍ଣ୍ଣି, କର୍ଟିସ କାମ୍ପର, ଗାରେଥ ଡେଲାନି, ଜର୍ଜ ଡକରେଲ, ଫିଅନ ହାଣ୍ଡ, ଜୋଶୁଆ ଲିଟିଲ, ବେରି ମ୍ୟାକାର୍ଥି, ହାରୀ ଟେକ୍ଟର, ଲୋରକାନ ଟକ୍କର, ଥିସ ଭାନ ଓଏରକମ୍‌‌, ବେନ ହ୍ୱାଇଟ୍‌‌ ଓ କ୍ରେଗ ୟଙ୍ଗ୍‌‌।

ଆଜିଠୁ ଭାରତ-ଆୟର୍ଲାଣ୍ଡ ଟି-୨୦ ସିରିଜ୍; ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଯୁବ ଟିମଙ୍କୁ ନେଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
ଡବଲିନ୍: ଭାରତ-ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଆଜିଠାରୁ ଡଲବିନ ସ୍ଥିତ ଦ ଭିଲେଜ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜ୍ ଲାଗି ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ)ର ସଫଳ ତଥା ଭାରତର ନୂଆ ପିଢିର ଖେଳାଳିଙ୍କୁ ନେଇ ପଡିଆକୁ ଓଲ୍ହାଇବ ବୁମରା ବାହିନୀ । ଦଳର ସବୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଯୁବ ବାହିନୀଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ରହିଛି । ଆହତ କାରଣରୁ ଦୀର୍ଘ ୧୧ ମାସ ଧରି ପଡିଆ ବାହାରେ ରହିବା ପରେ ବୁମରା ଭାରତର ନେତୃତ୍ୱ ନେଇ ଫେରିବାକୁ ଯାଉଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଦିନିକିଆ ବିଶ୍ୱକପ ପୂର୍ବରୁ ବୁମରାଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ଫିଟନେସ ଓ ଲୟର ବଡ ପରୀକ୍ଷା ହେବ ।

ଭାରତୀୟ ଦଳରେ ଆଇପିଏଲ ତାରକା ଋତୁରାଜ ଗାଏକୱାଡ, ରିଙ୍କୁ ସିଂ ଏବଂ ଜିତେଶ ଶର୍ମା ଅଛନ୍ତି । କିନ୍ତୁ ସମସ୍ତଙ୍କ ନଜର ବୁମରାଙ୍କ ଉପରେ ରହିବ। ଦୁଇ ମାସ ପରେ ଭାରତରେ ଆରମ୍ଭ ହେଉଥିବା ଦିନିକିଆ ବିଶ୍ୱକପରେ ଏହି ଦ୍ରୁତ ବୋଲର ଭାରତୀୟ ଦଳର ରଣନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଗତ ବର୍ଷ ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ୨୯ ବର୍ଷୀୟ ବୁମରାଙ୍କ ଅଣ୍ଟାରେ ଷ୍ଟ୍ରେସ୍ ଫ୍ରାକଚର ହୋଇଥିଲା । ଏହା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।

ଅନ୍ୟପକ୍ଷରେ, ଆଣ୍ଡ୍ରିୟୁ ବାଲବର୍ଣ୍ଣିଙ୍କ ନେତୃତ୍ଵରେ ଆୟର୍ଲାଣ୍ଡ ଦଳରେ ହ୍ୟାରି ଟେକ୍ଟର, ଲୋରକାନ୍ ଟକର୍, ବାମହାତୀ ସ୍ପିନର ଜର୍ଜ ଡକ୍ରେଲଙ୍କ ଭଳି ଦକ୍ଷ ଖେଳାଳି ଅଛନ୍ତି। ତେବେ ଏପର୍ଯ୍ୟନ୍ତ ଭାରତ ବିପକ୍ଷରେ ଆୟର୍ଲାଣ୍ଡ ଗୋଟିଏ ବି ମ୍ୟାଚ୍ ଜିତିପାରି ନାହିଁ। ସେମାନଙ୍କର ବାମହାତୀ ଦ୍ରୁତ ବୋଲର ଜୋଶ ଲିଟିଲ ଗତ ବର୍ଷ ଆଇପିଏଲରେ ଗୁଜରାଟ ଟାଇଟାନ୍ସ ପାଇଁ ଖେଳିଥିଲେ।

ଆଜି ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
ଡବ୍‍ଲିନ୍‍(ଏଜେନ୍ସି): ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ୨ ମ୍ୟାଚ୍‍ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜ୍‍ ଏଠାରେ ରବିବାରଠାରୁ ଆରମ୍ଭ ହେବ। ଏଠାରେ ରବିବାର ସିରିଜ୍‍ର ପ୍ରଥମ ମ୍ୟାଚ୍‍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଭାରତର ଷ୍ଟାର ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଏବଂ ଅନ୍ୟମାନଙ୍କୁ ବାଦ୍‍ ଦେଇ ଏହି ସିରିଜ୍‍ ଅନୁଷ୍ଠିତ ହେବାକୁ ଯାଉଛି। ଏପରିକି ଘରୋଇ ମାଟିରେ ଦଳର ନେତୃତ୍ୱ ନେଇଥିବା ଋଷଭ ପନ୍ତ୍‍ ଓ ପ୍ରମୁଖ ଖେଳାଳି ଶ୍ରେୟାସ ଆୟର ମଧ୍ୟ ଏହି ଟିମ୍‍ରେ ନାହାନ୍ତି। ଏ ସମସ୍ତ ଖେଳାଳି ଏବେ ଇଂଲଣ୍ଡ ସହ ଟେଷ୍ଟ ମ୍ୟାଚ୍‍ ଖେଳିବାକୁ ଲିସେଷ୍ଟରରେ ଅଭ୍ୟାସ ମ୍ୟାଚ୍‍ ଖେଳୁଛନ୍ତି। ଏମାନଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଉଛନ୍ତି। ଚଳିତବର୍ଷ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ ରେ ପ୍ରଥମ ପଦାର୍ପଣ କରି ନିଜ ଟିମ୍‍ ଗୁଜରାଟ ଟାଇଟନ୍ସକୁ ଚାମ୍ପିଅନ୍‍ କରାଇଥିଲେ। ହାର୍ଦ୍ଦିକ ଟିମ୍‍ର ନେତୃତ୍ୱ ନେଇଥିଲେ ଓ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ନିଜ ଦଳକୁ ଚାମ୍ପିଅନ୍‍ କରାଇଥିଲେ। ଯାହା ଫଳରେ ତାଙ୍କ ଉପରେ ଜାତୀୟ ଚୟନକର୍ତ୍ତା ଭରସା ରଖି ଦଳର ନେତୃତ୍ୱ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ତାଙ୍କଠାରୁ କିଛି ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ବୋଲିଂରେ ସେ ବିଶେଷ ପ୍ରଭାବ ବିସ୍ତାର କରିପାରି ନଥିବାରୁ ଏଥିଲାଗି ସେ ନିଜକୁ ପ୍ରସ୍ତୁତ କରିନେଇଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍‍ରେ ଭାରତୀୟ ଦଳ ଯେପରି ପ୍ରତ୍ୟାବର୍ତ୍ତନ କରିଥିଲା, ତାହାକୁ ନେଇ ଦଳର ଆତ୍ମବିଶ୍ୱାସ ଢ଼େର ବୃଦ୍ଧି ପାଇଛି। ଦଳର ଦୁଇ ଓପନର କିସାନ ଓ ଗାଏକ୍ୱାଡଙ୍କ ଭଲ ଫର୍ମରେ ଅଛନ୍ତି ଓ ଏମାନଙ୍କ ସହ ଟପ୍‍ ଅର୍ଡର କ୍ଲିକ୍‍ କଲେ ଭାରତକୁ ମ୍ୟାଚ୍‍ ଜିତିବା ସହଜ ହେବ। ଫିଟ୍‍ ହେବା ପରେ ସୂର୍ଯ୍ୟକୁମାର ଯାଦବ ଦଳରେ ସାମିଲ ହୋଇଛନ୍ତି। ସେ ଓ ଦୀନେଶ କାର୍ତ୍ତିକଙ୍କ ବ୍ୟାଟ ଠିକ୍‍ଠାକ୍‍ ଚାଲିଲେ ବିଶ୍ୱର କୌଣସି ବୋଲର ଏମାନଙ୍କୁ ଅଟକାଇବା କଷ୍ଟକର। ଅଧିନାୟକ ହାର୍ଦ୍ଦିକ ଓ ସୁଯୋଗ ପାଇଲେ ନବାଗତ ରାହୁଲ ତ୍ରିପାଠୀ ମଧ୍ୟ କମାଲ ଦେଖାଇବେ। ଦୁଇ ସ୍ପିନର ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ବିଦେଶ ପିଚ୍‍ରେ କିପରି ପ୍ରଦର୍ଶନ କରିବେ ତାହା ଭାରତ ଲାଗି ଏକ ଚ୍ୟାଲେଞ୍ଜ। ଡବ୍‍ଲିନ୍‍ ପିଚ୍‍ ଫାଷ୍ଟ ବୋଲରଙ୍କୁ ସୁହାଇଥାଏ। ଏ କ୍ଷେତ୍ରରେ ଭାରତ ଢ଼େର ଆଗରେ ରହିଛି। ଉପଅଧିନାୟକ ଭୁବନେଶ୍ୱର କୁମାରଙ୍କ ନେତୃତ୍ୱରେ ହର୍ଷଲ ପଟେଲ, ଆଭେଶ ଖାନ୍‍, ଅର୍ଶଦୀପ ସିଂ ଓ ଏକ୍ସପ୍ରେସ୍‍ ବୋଲର ଉମରାନ ମଲିକ୍‍ଙ୍କୁ ନେଇ ବେଶ ଦୃଢ଼। ଏଣୁ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବାକୁ ଭାରତର ଏହି ଦଳ ନିକଟରେ ସମସ୍ତ ପ୍ରକାର ସାମର୍ଥ୍ୟ ରହିଛି। ଭ୍ରମଣକାରୀ ଦଳ ଦୁଇଟିଯାକ ମ୍ୟାଚ୍‍ରେ ବିଜୟୀ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ରାହୁଲ ଦ୍ରାବିଡ୍‍ଙ୍କ ଅନୁପସ୍ଥିତିରେ ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ୍‍ ଲକ୍ଷ୍ମଣ ଦଳର କୋଚ୍‍ ଦାୟିତ୍ୱ ନେଇଛନ୍ତି। ଅନ୍ୟ ସପୋର୍ଟ ଷ୍ଟାଫ୍‍ଙ୍କସହ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ମଧ୍ୟ ଦଳ ସହ ଡବ୍‍ଲିନ୍‍ରେ ଅବସ୍ଥାନ କରୁଛନ୍ତି।

ଅନ୍ୟପକ୍ଷରେ ଗତ ୩ ବର୍ଷ ହେଲା ଆୟର୍ଲାଣ୍ଡ ଟି-୨୦ ଫର୍ମାଟରେ ସେପରି କିଛି ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରିନାହିଁ। ଏହି ଦଳରେ ମଧ୍ୟ ପ୍ରତିଭାବାନ ଖେଳାଳିଙ୍କ ଅଭାବ ରହିଛି। ଯାହା ଫଳରେ ଦଳରେ ସିନିଅର ଖେଳାଳିଙ୍କ ଉପସ୍ଥିତି ଦୀର୍ଘଦିନ ହେଲା ରହିଛି। ଅଧିନାୟକ ଆଣ୍ଡ୍ର୍ୟୁ ବଲବିର୍ଣ୍ଣିଙ୍କ ମତରେ ଏବେ ଭାରତର ଯେଉ ପ୍ରକାର ଦଳ ସହ ଖେଳିବ, ସେମାନେ ଶକ୍ତିଶାଳୀ ବୋଲି ଭାବିବାକୁ ହେବ। ଆମେ ଏହି ଶକ୍ତିଶାଳୀ ଦଳ ସହ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି ବଲବିର୍ଣ୍ଣି କହିଛନ୍ତି।

ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଭୁବନେଶ୍ୱର କୁମାର, ଇଶାନ କିସାନ, ଋତୁରାଜ ଗାଏକ୍ୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ (ୱିକେଟକିପର), ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ହର୍ଷଲ ପଟେଲ, ଆଭେଶ ଖାନ୍‍, ଅର୍ଶଦୀପ ସିଂ, ଉମ୍ରାନ ମଲିକ୍‍।

ଆୟର୍ଲାଣ୍ଡ ଦଳ: ଆଣ୍ଡ୍ର୍ୟୁ ବଲବିର୍ଣ୍ଣି (ଅଧିନାୟକ), ହ୍ୟାରି ଟେକ୍ଟର, ଜର୍ଜ ଡକ୍‍ରେଲ, ଗାରେଥ ଡେଲାନୀ, ପଲ ଷ୍ଟର୍ଲିଂ, କର୍ଟିସ କାମ୍ଫର, ଷ୍ଟିଫେନ ଡୋହେନୀ, ଲୋର୍କାନ ଟକର, ମାର୍କ ଆଦେଆର, କୋନୋର ଓଲଫର୍ଟ, ଜୋଶୁଆ ଲିଟଲ, ଆଣ୍ଡି ମ୍ୟାକ୍‍ବ୍ରାଇନ୍‍, ବ୍ୟାରୀ କ୍ୟାକ୍‍କାର୍ଥି, କ୍ରେଗ୍‍ ୟଙ୍ଗ୍‍।