Rath Jatra - The Sakala

ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ
ପୁରୀ: ଆସନ୍ତା ଜୁନ୍‌ ୨୯ରେ ସ୍ନାନଯାତ୍ରା। ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡ଼ିବେ। ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧା ବିଗ୍ରହ। ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୧୬ରେ ରଥଯାତ୍ରା ଓ ୨୪ରେ ହେବ ବାହୁଡ଼ାଯାତ୍ରା। ଏହା ପରଦିନ ଅର୍ଥାତ୍‌ ଜୁଲାଇ ୨୫ରେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଦାରୁବିଗ୍ରହ। ସେହିପରି, ନଭେମ୍ବର ୨୧ରୁ ଆରମ୍ଭ ହେବ ପଞ୍ଚକ। ଏଥର ପଞ୍ଚକ ପାଞ୍ଚଦିନ ପରିବର୍ତ୍ତେ ୪ଦିନ ପଡୁଛି। ଦ୍ୱାଦଶୀ ତିଥି କ୍ଷୟ ହେଉଥିବା ଯୋଗୁଁ ଏ ବର୍ଷ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ହେବ ନାହିଁ। ଏମିତି, ୨୦୨୬-୨୭ ବର୍ଷର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ କରିବା ସହ ତିଥି, ବାର ଓ ତାରିଖ ଉପରେ ମୋହର ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ।

୨୦୨୬-୨୭ ବର୍ଷର ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି, ଏପ୍ରିଲ ୨୦ରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଆରମ୍ଭ, ଏପ୍ରିଲ ୩୦ରେ ନୃସିଂହ ଜନ୍ମ, ଜୁଲାଇ ୧୪ରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଜୁଲାଇ ୨୦ରେ ହେରାପଞ୍ଚମୀ, ଜୁଲାଇ ୨୩ରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୨୬ରେ ଅଧରପଣା, ଜୁଲାଇ ୨୭ରେ ନୀଳାଦ୍ରିବଜେ କରିବେ ମହାପ୍ରଭୁ। ସେହିପରି, ଅଗଷ୍ଟ ୧୨ରେ ଚିତାଲାଗି ଅମାବାସ୍ୟା, ଅଗଷ୍ଟ ୨୩ରେ ଝୁଲଣ ଯାତ୍ରା ଆରମ୍ଭ, ସେପ୍ଟେମ୍ବର ୨ରେ ରାହୁରେଖା ଲାଗି, ସେପ୍ଟେମ୍ବର ୪ରେ ଜନ୍ମାଷ୍ଟମୀ, ସେପ୍ଟେମ୍ବର ୫ରେ ନନ୍ଦୋତ୍ସବ, ସେପ୍ଟେମ୍ବର ୬ରେ ବଣଭୋଜି ବେଶ, ସେପ୍ଟେମ୍ବର ୭ରେ କାଳୀୟଦଳନ, ସେପ୍ଟେମ୍ବର ୮ରେ ପ୍ରଳମ୍ବାସୁର ବଧ, ସେପ୍ଟେମ୍ବର ୧୧ରେ ସାତପୁରୀ ଅମାବାସ୍ୟା, ସେପ୍ଟେମ୍ବର ୧୪ରେ ଗଣେଶ ଚତୁର୍ଥୀ, ସେପ୍ଟେମ୍ବର ୨୩ରେ ବାମନ ଜନ୍ମ ଓ ସୁନିଅାଁ, ସେପ୍ଟେମ୍ବର ୨୪ରେ ବଳିବାମନ ବେଶ, ଅକ୍ଟୋବର ୩ରେ ଷୋଡ଼ଶଦିନାତ୍ମକ ପୂଜା ଆରମ୍ଭ, ଅକ୍ଟୋବର ୧୦ରେ ମହାଳୟା ଅମାବାସ୍ୟା, ଅକ୍ଟୋବର ୧୭ରେ ମହାସପ୍ତମୀ, ଅକ୍ଟୋବର ୧୮ରେ ମହାଷ୍ଟମୀ, ଅକ୍ଟୋବର ୧୯ରେ ମହାନବମୀ, ଅକ୍ଟୋବ  ୨୧ରେ ଦଶହରା, ଅକ୍ଟୋବର ୨୨ରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଓ ବାଳଧୂପ ଆରମ୍ଭ, ଅକ୍ଟୋବର ୨୬ରେ କୁମାର ପୂର୍ଣ୍ଣିମା, ନଭେମ୍ବର ୯ରେ ଦୀପାବଳି ଅମାବାସ୍ୟା, ନଭେମ୍ବର ୨୪ରେ କାର୍ତ୍ତିକ ପୂର୍ଣ୍ଣିମା ଓ ଶ୍ରୀଜିଉଙ୍କ ରାଜାଧିରାଜ ବେଶ, ଡିସେମ୍ବର ୮ରେ ଦେବ ଦୀପାବଳି ଆରମ୍ଭ, ଡିସେମ୍ବର ୧୬ ଧନୁ ସଂକ୍ରାନ୍ତି ଓ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହେବ।

ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ
ପୁରୀ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ । ବିଧି ଅନୁସାରେ ରାମ ନବମୀରୁ  ଚିରଟ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳା ଆସିବା ପରେ ପୂଜା କରାଯାଇ ଖପୁରିଆ ସରକାରୀ ସମିଲରେ ଚିରଟ ଆରମ୍ଭ ହେଲା । ପ୍ରଥମେ ତିନିଟି ଧଉରା କାଠ ଚିରଟ କରାଯିବା ପରେ ପର୍ଯ୍ୟାୟ କ୍ରମେ ଅନ୍ୟ କାଠ ଚିରଟ କରାଯିବ । ଚିରଟ ସମୟରେ ପୁରୀ ମନ୍ଦିର ପ୍ରଶାସନର ଅଧିକାରୀ ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇ ଥିବା ମହାରଣା ସେବାୟତ ମାନେ ଉପସ୍ଥିତ ଥିଲେ । ଗତ ସରସ୍ବତୀ ପୂଜାରେ ରଥକାଠ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି ।

ସେବାୟତ ବେଶରେ ରଥ ଉପରେ ଅଣସେବାୟତ; ଭାଇରାଲ ହେଲା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁ ଫଟୋ ଉଠାଇବା ସହ କରିଥିବା ରିଲ୍ସ
ପୁରୀ: ରଥ ଉପରେ ଅଣ ସେବାୟତଙ୍କ ରିଲ୍ । ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାବେଳେ  ସେବାୟତ ବେଶରେ ରଥ ଉପରକୁ ଚଢିଛନ୍ତି ଅଣସେବାୟତ । ରଥରେ ରଢ଼ି ରିଲ୍ ତିଆରି କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି ଜଣେ ଅଣ ସେବାୟତ । ଏହି ରିଲ୍ ଏବଂ କିଛି ଫଟୋ ଭାଇରାଲ ହୋଇଛି । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଛୁଇଁବା ସହ ତାଙ୍କ ନିକଟରେ ବସି ଫଟୋ ବି ଉଠାଇଛନ୍ତି । କେବଳ ସେତିକି ନୁହେଁ ସେହି ଫଟୋକୁ ସେମାନେ ସୋସିଆଲ ମିଡିଆରେ ବି ଅପଲୋଡ କରିଛନ୍ତି । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି ।

ଗତ ରଥଯାତ୍ରାରେ ସେବାୟତ ବେଶରେ ବହୁ ଅଣ ସେବାୟତ ମହାପ୍ରଭୁଙ୍କ ରଥ ଉପରେ ଚଢିଥିବା ନଜରକୁ ଆସିଛି । ରଥ ଉପରେ ଏହି ଅଣସେବାୟତ ଚଢି ଫଟୋ ସହିତ ରିଲ୍ କରିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡ଼ିଛି । ଏପରିକି ଶ୍ରୀଅଙ୍ଗକୁ ଛୁଇଁବା ସହ ଶ୍ରୀବିଗ୍ରହଙ୍କ ପାଖରେ ବସି ଫୋଟୋ ଓ ରିଲ୍ ମଧ୍ୟ କରିଥିବା ନଜରକୁ ଆସିଛି । ଏମାନେ ସେବାୟତ କି ନୁହେଁ ତାହା ସନ୍ଦେହ ଜାତ ହୋଇଥିବା ବେଳେ ଏହି ଫଟୋ ଓ ଭିଡ଼ିଓକୁ ନେଇ ତର୍ଜମାର ଆବଶ୍ୟକତା ରହିଛି ।

ରଥ ଉପରକୁ କିଭଳି ଗଲେ ଆଉ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା ଅଧିକାରୀ କଣ ସୁରକ୍ଷା ରକ୍ଷା କରୁଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ କି ସେବାୟତ ମାନଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ଦିଆଯାଇନଥିବା ବେଳେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି ।

ସୁନାବେଶରେ ଶ୍ରୀଜିଉ; ସ୍ଵର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରଥାରୁଢ଼ ତିନି ଠାକୁର
ପୁରୀ: ସୁନାବେଶରେ ଝଟକୁଛନ୍ତି ରଥାରୁଢ଼ ଠାକୁର । ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ସଜେଇ ହୋଇ ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଆଉ ତିନିଠାକୁରଙ୍କ ଏହି ସୁନାବେଶକୁ ଦେଖିବାକୁ ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର । ସୁନାବେଶରେ ଶ୍ରୀଜୀଉଙ୍କ ଟିକିଏ ଝଲକ ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ । ଜୟ ଜଗନ୍ନାଥ ଧ୍ୱନୀରେ କମ୍ପୁଛି ବଡ଼ଦାଣ୍ଡ । ସୁନାବେଶ ଦେଖି ଆତ୍ମ ବିଭୋର ହେଉଛନ୍ତି ଭକ୍ତ ।

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ସର୍ବମୋଟ ୫ଥର ସୁନାବେଶ ହୋଇଥାଏ । ବର୍ଷସାରା କରାଯାଉଥିବା ସୁନାବେଶ ମଧ୍ୟରୁ ରଥ ଉପରେ କରାଯାଉଥିବା ସୁନାବେଶ ସବୁଠୁ ବଡ଼ । ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଶ୍ରୀବିଗ୍ରହମାନେ ମାଘପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଏବଂ ଦଶହରା ଅବସରରେ ରାଜରାଜେଶ୍ବର ବେଶ ବା ସୁନାବେଶରେ ଦର୍ଶନ ଦେଇଥାନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ଶ୍ରୀମନ୍ଦିର ଭିତରେ ଯେହେତୁ ସବୁବର୍ଗର ଭକ୍ତ ଦର୍ଶନ କରିପାରନ୍ତି ନାହିଁ ତେଣୁ ରଥଯାତ୍ରା ସମୟରେ ରଥ ଉପରେ ଶ୍ରୀଜିଉମାନଙ୍କର ଏହି ଦୁର୍ଲଭ ଓ ଆକର୍ଷଣୀୟ ସୁନାବେଶ କରାଯାଏ । ଯାହାକୁ ସମସ୍ତେ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।

ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଡାଉ ବେଶ ମଧ୍ୟ କୁହାଯାଏ। ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା ଶୁଣିବାକୁ ମିଳେ। ତେବେ ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନା ଓ ରୁପା ଅଳଙ୍କାର ବାହାର କରାଯାଇଛି । ବହୁବିଧ ରତ୍ନଅଳଙ୍କାର ଲାଗି ହୋଇ ରଥ ଉପରେ ଝଲସୁଛନ୍ତି ଦାରୁଦିଅଁ।

ହେରାପଞ୍ଚମୀରେ ମହାପ୍ରଭୁଙ୍କ ମାନବୀୟ ଲୀଳା: ନନ୍ଦିଘୋଷ ରଥ ଭାଙ୍ଗିଲେ ଲକ୍ଷ୍ମୀ ଠାକୁରାଣୀ, ଆଜି ତିନିରଥର ଦକ୍ଷିଣ ମୋଡ଼
ପୁରୀ: ନବଦିନାତ୍ମକ ଯାତ୍ରାରେ ଆସି ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଜନ୍ମବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ରଥଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ଦାରୁବିଗ୍ରହଙ୍କ ମାନବୀୟ ଲୀଳାର ଏହା ଏକ ଅଂଶ। ଶନିବାର ବିଳମ୍ବିତ ରାତିରେ ଗୁଣ୍ଡିଚା ମନ୍ଦିରରେ ଏହି ନୀତି ସମ୍ପନ୍ନ ହୋଇଛି।

ମହାପ୍ରଭୁ ଏବଂ ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କ ବିବାହ ସରିଥିଲା। ହେଲେ ଗଇଁଠାଳ ଫିଟି ନ ଥିଲା। ଅର୍ଥାତ୍‌‌ ବିବାହ କର୍ମ ଅଧାରେ ରହିଛି। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପଡ଼ିଲେ। ବିଭିନ୍ନ ପଥି ସେବନ କରି ଆରୋଗ୍ୟ ଲାଭ କଲେ। ଦ୍ୱିତୀୟା ତିଥିରେ ମହାପ୍ରଭୁ ଲକ୍ଷ୍ମୀଙ୍କୁ ସାକ୍ଷାତ୍‌‌ ନ କରି ଭାଇଭଉଣୀଙ୍କୁ ସାଥୀରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି। ବିରହ ବେଦନାରେ ଥିବା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଫେରାଇ ନେବା ଲାଗି ଆସିଥିଲେ। ମହାପ୍ରଭୁ ଦର୍ଶନ ଦେଲେ, କିନ୍ତୁ ମହାଲକ୍ଷ୍ମୀଙ୍କ ଫେରିବା ଅନୁରୋଧକୁ ରଖିଲେ ନାହିଁ। ଏଥିରେ ରୋଷ କରି ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର କିଛି ଅଂଶକୁ ଭାଙ୍ଗି ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ। ଫେରିବା ସମୟରେ ପନ୍ତି ଭୋଗ ଗ୍ରହଣ କରିଥିଲେ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ପୂର୍ବରୁ ଲକ୍ଷ୍ମୀ ଠାକୁରାଣୀଙ୍କ ମାଜଣା ହୋଇଥିଲା। ଏହାପରେ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହୋଇ ଘଣ୍ଟ, ଛତା, କାହାଳୀ ସହିତ ପଟୁଆରରେ ଶ୍ରୀଗୁଣ୍ଡିଚା ଅଭିମୁଖେ ବାହାରିଥିଲେ। ନନ୍ଦିଘୋଷ ରଥ ନିକଟରେ ଲକ୍ଷ୍ମୀ ଠାକୁରାଣୀ ପହଞ୍ଚିବା ପରେ ପତି ମହାପାତ୍ର ବନ୍ଦାପନା, ଚାମର ଆଲଟ, ଘଷା ବିଡ଼ିଆ ଓ ଦହିପଟି ମଣୋହୀ କରିଥିଲେ। ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ଜଗମୋହନକୁ ବିଜେ କରି ଜୟ ବିଜୟ ଦ୍ୱାର ନିକଟକୁ ଆସିଥିଲେ। ପତିମହାପାତ୍ର ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହିତ ଫେରି ନ ଥିଲେ। ଏହାପରେ ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରି ନାକଚଣା ଦ୍ୱାର ଦେଇ ନନ୍ଦିଘୋଷ ରଥ ନିକଟକୁ ଯାଇଥିଲେ। ସେଠାରେ ରଥର କିଛି ଅଂଶ ଭାଙ୍ଗିଥିଲେ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହି ମହାନ ନୀତିକୁ ଭକ୍ତମାନେ ଦର୍ଶନ କରିଥିଲେ।

ଅନ୍ୟପଟେ ଆସନ୍ତା ୨୮ ତାରିଖରେ ବାହୁଡ଼ା ଯାତ୍ରା। ଏଥିପାଇଁ ଆଜି ତିନିରଥର ହେବ ଦକ୍ଷିଣ ମୋଡ଼। ଅର୍ଥାତ୍‌‌ ତିନିରଥଙ୍କୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌‌ ଦ୍ୱାରା ଶନିବାର ତିନିରଥର ଯାଞ୍ଚ କରାଯାଇଛି। ଯାହା ବି କିଛି ମରାମତି ଦରକାର ଥିଲା ତାହା ଶେଷ ହୋଇଛି। ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ତେବେ ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେବ ବୋଲି ସ୍ଥିର କରାଯାଇଛି।

ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା; ସିଂହଦ୍ୱାର ସମ୍ମୁଖରେ ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ
ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଆସିବେ ମହାବାହୁ କାଳିଆ ସାଆନ୍ତ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାପ୍ରଭୁ । ଭାଇଭଉଣୀଙ୍କୁ ସାଥୀରେ ନେଇ ସିଂହଦ୍ୱାର ସମ୍ମୁଖରେ ଅପେକ୍ଷାରତ ତିନି ରଥରେ ବିରାଜିବେ କାଳିଆଠାକୁର । ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ବଡ ଦାଣ୍ଡରେ ରଥ, ପଥ ପ୍ରସ୍ତୁତ । ରଥାରୂଢ଼ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ହେବ ଜନ ସମୁଦ୍ର ।

ଆଜି ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି ତିନି ରଥ । ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ଆଜ୍ଞାମାଳ ଆସିବା ପରେ ତିନି ରଥରେ ବିଜେ କରାଯାଇଥିଲା । ପୂଜାପାଠ ଓ ରୀତିନୀତି ଶେଷ ହେବା ପରେ ରଥଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ତିନି ରଥକୁ ଅଣାଯାଇଛି । ଭକ୍ତ ଓ ଦାୟିତ୍ବରେ ଥିବା ସୁରକ୍ଷାକର୍ମୀମାନେ ଗୋଟିଏ ପରେ ଗୋଟିଏ ରଥକୁ ଟାଣି ନେଇଥିଲେ । ଏବେ ସିଂହଦ୍ବାର ସମ୍ମୁଖରେ ଉଭା ହୋଇଛନ୍ତି ନନ୍ଦିଘୋଷ, ଦେବ ଦଳନ ଓ ତାଳଧ୍ବଜ ।

ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ସୂଚନା ଅନୁସାରେ, ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୯ଟାରେ ଶ୍ରୀଜିଉମାନଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ । ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍‌ଣ ୪ଟାରେ ଗଡ଼ିବା ଆରମ୍ଭ କରିବ ।

ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ; ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ସରିଲା ଘୋଷଯାତ୍ରା। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ ନୀତି ହେବ । ୧୨ ଦିନର ଲୀଳାଖେଳା ଶେଷ ପରେ ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ । ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିଯିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହେବ ରଥାରୁଢ ଚତୁର୍ଦ୍ଧାମୂରତିଙ୍କ ଗୋଟି ପହଣ୍ଡି । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏନେଇ ଶ୍ରୀମନ୍ଦିର ପ୍ରବେଶ ବେଳେ ଜଗନ୍ନାଥଙ୍କ ବାଟ ଓଗାଳିବେ ମା’ ଲକ୍ଷ୍ମୀ । ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରିଦେବା ପରେ ସେଠାରେ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ବଚନିକା ଅନୁଷ୍ଠିତ ହେବ । ଏହି ବଚନିକାରେ ମହାଲକ୍ଷ୍ମୀ ମାନଭଞ୍ଜନ ପାଇଁ ଭିତର ମହାପାତ୍ର ରସଗୋଲା ଭୋଗ କରିବେ । ଜଗନ୍ନାଥ ରସଗୋଲା ଖୁଆଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ସୋମବାର ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ରଥାରୁଢ ଠାକୁରଙ୍କ ସମ୍ମୁଖରେ ଭଙ୍ଗାଯାଇଛି ୯ଟି ଅଧରପଣା ହାଣ୍ଡି। ମହାପ୍ରଭୁଙ୍କ ଏହି ଅନନ୍ୟ ନୀତି ଦେଖିବାକୁ ସିଂହଦ୍ୱାର ସମ୍ମୁଖରେ ଜମିଥିଲା ଭକ୍ତଙ୍କ ପ୍ରବଳ ଭିଡ଼। ତେବେ ଧାର୍ଯ୍ୟ ସମୟ ରାତି ୮ଟା ମଧ୍ୟରେ ଏହି ନୀତି ସରିବାକୁ ସମୟ ନିର୍ଘଣ୍ଟ ହୋଇଥିଲା। ମାତ୍ର ୧ ଘଣ୍ଟା ବିଳମ୍ବରେ ଶେଷ ହୋଇଥିଲା ଅଧରପଣା ନୀତି। ରାତି ୯ଟାରେ ଶେଷରେ ନନ୍ଦିଘୋଷ ରଥରେ ଭାଙ୍ଗିଥିଲା ଅଧରହାଣ୍ଡି।

ସୋମବାର ଆଷାଢ ଶୁକ୍ଳ ଦ୍ୱାଦଶୀ। ତିନିରଥରେ ମଧ୍ୟାହ୍ନ ଧୂପ ବଢିବା ପରେ ଆରମ୍ଭ ହୋଇଥିଲା ଅଧରପଣା ପାଇଁ ପ୍ରସ୍ତୁତି। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ଗରାରେ ଜଳ ଆଣି ରଥ ଉପରେ ରହିଥିବା ପିତ୍ତଳ ହଣ୍ଡାରେ ଭର୍ତ୍ତି କରିଥିଲେ। ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ପାଇଁ ଅଣାଯାଇଥିବା ଛେନା, ଛାଚି, ସର, କଦଳୀ, ଗୋଲମରିଚ, କର୍ପୁର, ଜାଇଫଳ ରଥ ଉପରେ ରଖାଯାଇଥିଲା। ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚତାର ମାଟିରେ ନିର୍ମିତ ତିନୋଟି ଲେଖାଏ ହାଣ୍ଡି ପ୍ରତି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଖାଯାଇଥିଲା। ଭୋଗ ପୂର୍ବରୁ ଶ୍ରୀଅଧର ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଛା ଟେରା ବନ୍ଧା ଯାଇଥିଲା। ଏହାପରେ ମହାସୁଆରମାନେ ଛେନା, ଛାଚି, ସର, କଦଳୀ, ଗୋଲମରିଚ, ଜାଇଫଳ ଆଦି ପକାଇ ଅଧରପଣା ପ୍ରସ୍ତୁତ କରିଥିଲେ। ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା ଶେଷ କରିବା ପରେ ଅଧର ହାଣ୍ଡିକୁ ଭଙ୍ଗାଯାଇଥିଲା। ହାଣ୍ଡି ଭାଙ୍ଗିବା ପରେ ପଣା ସବୁ ରଥ ତଳକୁ ବୋହିଯାଇଥିଲା। ଏହି ପଣାକୁ ଦେବଦେବୀ, ଭୂତପ୍ରେତ, କିନ୍ନର, ରାକ୍ଷସମାନେ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି। ରାତି ୮ଟା ସୁଦ୍ଧା ଅଧରପଣା ନୀତି ଶେଷ ହେବାକୁ ଥିବାବେଳେ ରାତି ୯ଟାରେ ସରିଥିଲା। ଅଧରହାଣ୍ଡି ଖରାପ ପଡିବାରୁ ତାଳଧ୍ୱଜ ରଥରୁ ୨ଟି ଏବଂ ନନ୍ଦିଘୋଷ ରଥରୁ ଗୋଟିଏ ହାଣ୍ଡିକୁ ବଦଳା ଯାଇଥିଲା। ତେବେ ପ୍ରଥମେ ଦେବଦଳନ ରଥରେ ରାତି ୮ଟା ୪୫ରେ ଅଧରପଣା ହାଣ୍ଡି ଭଙ୍ଗାଯାଇଥିଲା। ଏହାପରେ ତାଳଧ୍ୱଜ ରଥରେ ରାତି ୮ଟା ୫୦ରେ ଏବଂ ଶେଷରେ ନନ୍ଦିଘୋଷ ରଥରେ ରାତି ୯ଟାରେ ଅଧରପଣା ହାଣ୍ଡି ଭଙ୍ଗାଯାଇଥିଲା। ଏହି ନୀତି ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ବଡ଼ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥିଲେ।

କାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ବାଲେଶ୍ଵରର ଯୁବ ବ୍ୟବସାୟ ପ୍ରତୀକ ପଣ୍ଡା ତିଆରି କଲେ ବାଉଁଶ ପାତିଆରେ ତିନି ରଥ
ବାଲେଶ୍ଵର: ଆସନ୍ତାକାଲି ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଳରେ ପାଳିତ ହେବ ରଥଯାତ୍ରା। ଭକ୍ତ ଟାଣିବେ ରଥ। ତେବେ ରଥଯାତ୍ରାକୁ ଦୃଷ୍ଟିରେ ରଖି ବାଲେଶ୍ଵରର ଯୁବ ବ୍ୟବସାୟ ପ୍ରତୀକ ପଣ୍ଡା ଏକ ଭିନ୍ନ ଓ ଆକର୍ଷଣୀୟ ରଥ ପ୍ରସ୍ତୁତି କରିଛନ୍ତି। ବାଉଁଶ ଶିଳ୍ପରୁ ଅନୁପ୍ରାଣିତ ହୋଇ ପ୍ରତୀକ ବାଉଁଶରେ ବେଶ ଆକର୍ଷଣୀୟ ତିନି ରଥ ତିଆରି କରିଛନ୍ତି।  ସମ୍ପୂର୍ଣ୍ଣ ବାଉଁଶ ପାତିଆରେ ପ୍ରସ୍ତୁତ ଗୋଟିଏ ରଥର ଉଚ୍ଚତା ଏକ ଫୁଟ୍, ଆଉ ଏକ ୧୦ ଇଞ୍ଚ୍ ଏବଂ ଆଉ ଗୋଟିଏ ୯ ଇଞ୍ଚ୍ ର ରଥ ପ୍ରସ୍ତୁତ କରିଛନ୍ତି ପ୍ରତୀକ। ୭ ଦିନ ଭିତରେ ବାଉଁଶ ପାତିଆ, କରତ ଗୁଣ୍ଡରେ ପ୍ରସ୍ତୁତ ହୋଇଛି ତିନି ରଥ। ପୁରୀ ରଥରେ ଯାହା ଯାହା ସାମଗ୍ରୀ ଲାଗିଥାଏ ତାହା ଏହି ରଥରେ ମଧ୍ୟ ଲଗାଯାଇଥିବା ପ୍ରତୀକ କହିଛନ୍ତି। ଠାକୁର ମଧ୍ୟ କାଠ ଅର୍ଥାତ ବାଉଁଶରେ ପୁଟି(କରତ ଗୁଣ୍ଡ) ଦେଇ ଆକାର ଦିଆଯାଇଛି।

ଗତବର୍ଷ କାଗଜରେ ରଥ ପ୍ରସ୍ତୁତ କରି ପ୍ରଶଂସା ସାଉଁଟିଥିବା ପ୍ରତୀକ ଚଳିତ ବର୍ଷ ବାଉଁଶରେ ରଥ ଏବଂ କାଠରେ ପ୍ରଭୁଙ୍କ ପ୍ରତିମା ତିଆରି କରିଛନ୍ତି। ଯାହା ଆସନ୍ତାକାଲି ପୂଜା ସହ ପ୍ରଦର୍ଶିତ କରାଯିବ। ବାଲେଶ୍ଵର ସହର ସୁନ୍ଦରୀ ଗ୍ରାମର ଅଜିତ କୁମାର ପଣ୍ଡା ଓ ସମିତା ପଣ୍ଡାଙ୍କ ପୁଅ ପ୍ରତୀକ(୨୮)। ବ୍ୟବସାୟ କରୁଥିବା ପ୍ରତୀକଙ୍କ କଳା ପ୍ରତି ରହିଛି ଦୁର୍ବଳତା। ଚିତ୍ର ଆଙ୍କିବା ସହ ଅନେକ କାରୁକାର୍ଯ୍ୟ ଓ ହସ୍ତଶିଳ୍ପ କାମ କରି ସଫଳ ହୋଇଛନ୍ତି। ଏମିତିକି ତାଙ୍କ ହାତ ତିଆରି ଟେରାକୋଟା କାମ ବିଦେଶକୁ ମଧ୍ୟ ଯାଇଛି। ନିକଟରେ ତାଙ୍କ ହାତ ତିଆରି ଟେରାକୋଟା କାମ ପ୍ୟାରିସକୁ ଯାଇଛି। ତେବେ ଏବର୍ଷ ତିଆରି କରିଥିବା ବାଉଁଶ ରଥ ସୁନ୍ଦରୀ ଗ୍ରାମବାସୀ ତଥା ଭକ୍ତଙ୍କ ପାଇଁ ସେ ଗ୍ରାମରେ ପ୍ରଦର୍ଶନୀ କରିବେ ବୋଲି ପ୍ରତୀକ କହିଛନ୍ତି।

ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ପ୍ରସ୍ତୁତି; ମୁତୟନ ହେବେ ୧୮୦ ପ୍ଲାଟୁନ ଫୋର୍ସ
ପୁରୀ: ଆଉମାତ୍ର ୪ଟା ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ବଡ଼ଦାଣ୍ଡରେ ଗଡ଼଼ିବ ତିନିରଥ। ତେବେ ଶୃଙ୍ଖଳିତ ଏବଂ ସୁରକ୍ଷିତ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଚଳାଇଛନ୍ତି। ବସୁଛି ଘନ ଘନ ବୈଠକ। ଯେହେତୁ ଦୁଇବର୍ଷ ପରେ ରଥଯାତ୍ରାରେ ଶ୍ରଦ୍ଧାଳୁ ସାମିଲ ହେବାକୁ ଯାଉଛନ୍ତି ତେଣୁ ନିଶ୍ଚିତ ସଂଖ୍ୟା ଅଧିକ ରହିବ। ଏହାକୁ ନଜରରେ ରଖି ବିଭିନ୍ନ ବିଭାଗ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛି। ବିଶେଷକରି ଭକ୍ତ, ପର୍ଯ୍ୟଟକମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରି ଭଲ ଅନୁଭୂତି ନେଇ ଫେରିବେ ତା’ ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଶନିବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‍ପି ଡ. କନୱର ବିଶାଲ ସିଂ ରଥଯାତ୍ରାକୁ ନେଇ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭକ୍ତଙ୍କୁ ନଜରରେ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ଏଥର ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୧,୦୦୦ ଅଧିକାରୀ, ୧୮ ଜଣ କମାଣ୍ଡାଣ୍ଟଙ୍କ ସମେତ ତଦାରଖ ପାଇଁ ଅନ୍ୟ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି। ମୁଖ୍ୟତଃ ମନ୍ଦିର ଭିତରେ, ରଥ ଟଣା, ଗହଳି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ପ୍ଲାନ କରାଯାଇଛି।

ପାର୍କିଂ ସ୍ଥଳଗୁଡ଼ିକରେ ଭକ୍ତମାନେ ଯେପରି ଶୋଷଣ ନ ହେବେ ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସବୁ ପାର୍କିଂ ସ୍ଥଳରେ ପୁଲିସ, ପୌରସଂସ୍ଥା କର୍ମଚାରୀ ରହିବେ। ଅଟୋ ମହାସଂଘ ସହ ବୈଠକ କରାଯାଇ ଭଡ଼ା ତାଲିକା ସ୍ଥିର କରାଯାଇଛି। ଏହି ତାଲିକା ବିଭିନ୍ନ ସ୍ଥାନରେ ଡିସ୍‍ପ୍ଲେ କରାଯାଇଛି। ପର୍ଯ୍ୟଟକଙ୍କୁ ସହଯୋଗ ଯୋଗାଇଦେବା ଲାଗି ଟୁରିଷ୍ଟ ହେଲ୍‍ପ ଲାଇନ ନମ୍ବର ଷ୍ଟିକର ବିଭିନ୍ନ ଜାଗାରେ ମରାଯାଇଛି। ସେହିପରି ବସ୍‍ ସଂଘ ଏବଂ ଅଟୋ ସଂଘଙ୍କ ସହ ଆଲୋଚନା ହୋଇଛି। କୌଣସି ଯାତ୍ରୀ, ପର୍ଯ୍ୟଟକ ଯେପରି ଶୋଷଣ ନ ହେବେ ତା’ ଉପରେ ଧ୍ୟାନ ଦିଆଯାଉଛି। ସହରବାସୀ, ବୃଦ୍ଧାବୃଦ୍ଧ ଓ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସାଙ୍ଗକୁ ସମୁଦ୍ର କୂଳରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି। ସମନ୍ୱିତ ନିୟନ୍ତ୍ରଣ କକ୍ଷ ମଧ୍ୟ ଖୋଲାଯିବ। ଯେଉଁଠାରେ ପ୍ରଶାସନ ଏବଂ ପୁଲିସ ଅଧିକାରୀ ଉପସ୍ଥିତ ରହିବେ। ଖୁବ୍‍ଶୀଘ୍ର ଏହାର ନମ୍ବର ସର୍ବସାଧାରଣରେ ଜାରି କରାଯିବ। ବିଶେଷକରି ପୁରୀବାସୀଙ୍କଠାରୁ ପୂର୍ବଭଳି ସହଯୋଗ କାମନା କରୁଛୁ। ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ଏହି ମହାପର୍ବ ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପନ୍ନ ହେବ ବୋଲି କହିଛନ୍ତି ଏସ୍‍ପି।

ରଥଯାତ୍ରା ଦିନ ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବ। ତେଣୁ ଆମ୍ବୁଲାନ୍ସ ତଥା କୌଣସି ଜରୁରୀ ପରିସ୍ଥିତି ପାଇଁ ବଡ଼ଦାଣ୍ଡରେ ଗ୍ରୀନ କରିଡ଼ର ବ୍ୟବସ୍ଥା କରାଯାଉଛି। ପର୍ଯ୍ୟାପ୍ତ ପୁଲିସ ଫୋର୍ସ, ସ୍ୱେଚ୍ଛାସେବୀ, ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନର ସ୍ୱତନ୍ତ୍ର ଟିମ୍‍ ରହିବେ। ୨୮ ତାରିଖ ସକାଳେ ଏହାର ରିହର୍ସାଲ କରାଯିବ ବୋଲି ଏସ୍‍ପି କହିଛନ୍ତି। ସେହିପରି ସିସିଟିଭି ଲଗାଇବା କାମ ଚାଲିଛି। ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡରେ ସିସିଟିଭି ଲଗାଯାଉଛି। ୫୦ରୁ ଅଧିକ ସିସିଟିଭି କ୍ୟାମେରା ସଂସ୍ଥାପନ କାର୍ଯ୍ୟ ଚାଲିଛି। ୨/୪ ଦିନ ମଧ୍ୟରେ ଏହା ଶେଷ ହୋଇଯିବ ବୋଲି ଏସ୍‍ପି ଡ. ସିଂ ସୂଚନା ଦେଇଛନ୍ତି।