Space - The Sakala

ଆକାଶରେ ମହାଜାଗତିକ ବିସ୍ମୟ: ଆଜିଠୁ ଏକ ମାସ ଯାଏଁ ରାତିରେ ସବୁଠାରୁ ଉଜ୍ଜ୍ୱଳ ଦିଶିବ 'ବୃହସ୍ପତି', ଖାଲି ଆଖିରେ ଦେଖିହେବ
ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଚଳିତ ସପ୍ତାହ ଶେଷରେ ଆକାଶରେ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ। ସୌରମଣ୍ଡଳର ସବୁଠାରୁ ବଡ଼ ଗ୍ରହ ବୃହସ୍ପତି ଆଜି ଅର୍ଥାତ୍ ଜାନୁଆରୀ ୧୦ ତାରିଖ (ଶନିବାର) ପୃଥିବୀର ଖୁବ୍ ନିକଟତର ହେବାକୁ ଯାଉଛି। ଏହି ସମୟରେ ପୃଥିବୀ, ସୂର୍ଯ୍ୟ ଏବଂ ବୃହସ୍ପତି ମଧ୍ୟରେ ଏକ ସରଳରେଖାରେ ରହିବ, ଫଳରେ ବୃହସ୍ପତି ସୂର୍ଯ୍ୟଙ୍କ ଠିକ୍ ବିପରୀତ ଦିଗରେ ରହିବ। ଏହାଦ୍ୱାରା ଗ୍ରହଟି ବର୍ଷର ସବୁଠାରୁ ଉଜ୍ଜ୍ୱଳ ଏବଂ ବଡ଼ ଦେଖାଯିବ। ଯେଉଁଥିପାଇଁ ଆଜିଠାରୁ ଆକାଶରେ 'ବୃହସ୍ପତି' ଅଧିକ ଉଜ୍ଜ୍ବଳ ଓ ବଡ଼ ଦେଖାଯିବ । ଆଜିଠାରୁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ମହାଜାଗତିକ ଦୃଶ୍ୟ ରାତି ସାରା ଖାଲି ଆଖିରେ ଦେଖିବାକୁ ମିଳିବ ।

ମହାକାଶ ବିଜ୍ଞାନୀଙ୍କ ଅନୁଯାୟୀ, ଆଜି ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ସହିତ ବୃହସ୍ପତି ପୂର୍ବ ଆକାଶରେ ଉଦିତ ହେବ ଏବଂ ସାରା ରାତି ଆକାଶରେ ଜେମିନି ନକ୍ଷତ୍ରମଣ୍ଡଳୀ ନିକଟରେ ଉଜ୍ଜ୍ୱଳ ଭାବେ ଚମକିବ। ଏହାର ଉଜ୍ଜ୍ୱଳତା -୨.୭ ମ୍ୟାଗ୍ନିଚ୍ୟୁଡ୍ ରହିବ, ଯାହା ଅନ୍ୟ ସମସ୍ତ ତାରା ଅପେକ୍ଷା ଅଧିକ ତେଜୀୟାନ ଦେଖାଯିବ। ବୃହସ୍ପତି ରାତି ଅଧରେ ଆକାଶର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବ ଏବଂ ଭୋର ସମୟରେ ଅସ୍ତ ହେବ। ଏହାକୁ 'ଗ୍ରହମାନଙ୍କର ରାଜା' ବୋଲି କୁହାଯାଏ ।

ଏହି ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ କୌଣସି ଦାମୀ ଯନ୍ତ୍ରପାତିର ଆବଶ୍ୟକତା ନାହିଁ। କେବଳ ଖାଲି ଆଖିରେ ମଧ୍ୟ ଆପଣ ପରିଷ୍କାର ଆକାଶରେ ଏହି ଉଜ୍ଜ୍ୱଳ ଗ୍ରହକୁ ଦେଖିପାରିବେ। ତେବେ ଯଦି ଆପଣଙ୍କ ପାଖରେ ସାଧାରଣ ବାଇନୋକୁଲାର ଅଛି, ତେବେ ଆପଣ ବୃହସ୍ପତିର ଚାରୋଟି ମୁଖ୍ୟ ଉପଗ୍ରହ – ଆୟୋ, ୟୁରୋପା, ଗାନିମେଡ ଏବଂ କାଲିଷ୍ଟୋକୁ ଏକ ଛୋଟ ବିନ୍ଦୁ ଭଳି ଗ୍ରହ ଚାରିପାଖରେ ଧାଡି ବାନ୍ଧିଥିବାର ଦେଖିପାରିବେ। ଏହା ବ୍ୟତୀତ ଏକ ଛୋଟ ଟେଲିସ୍କୋପ ସାହାଯ୍ୟରେ ଗ୍ରହର 'ଗ୍ରେଟ୍ ରେଡ୍ ସ୍ପଟ୍' ଏବଂ ଏହାର ବାୟୁମଣ୍ଡଳୀୟ ପଟିମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଇପାରେ।

ବୃହସ୍ପତି ବ୍ୟତୀତ ସନ୍ଧ୍ୟା ଆକାଶର ଦକ୍ଷିଣ-ପଶ୍ଚିମ ଦିଗରେ ଶନି ଗ୍ରହ ମଧ୍ୟ ଦୃଶ୍ୟମାନ ହେବ, ଯଦିଓ ଏହା ଟିକିଏ କମ ଉଜ୍ଜ୍ୱଳ ଦିଶିବ। ବୃହସ୍ପତିର ଏହି 'ଅପୋଜିସନ୍' ସ୍ଥିତି ପରେ ମଧ୍ୟ ଜାନୁଆରୀ ଏବଂ ଫେବୃଆରୀ ମାସରେ ଏହା ସନ୍ଧ୍ୟା ଆକାଶରେ ଭଲ ଭାବରେ ଦେଖାଯିବ। ପରବର୍ତ୍ତୀ ସମୟରେ ୨୦୨୭ ମସିହା ଫେବୃଆରୀ ୬ ତାରିଖରେ ପୁଣିଥରେ ବୃହସ୍ପତିର ପରବର୍ତ୍ତୀ ଅପୋଜିସନ୍ ଅନୁଷ୍ଠିତ ହେବ।

ଆକାଶ ନୀଳ କିନ୍ତୁ ମହାକାଶ କାହିଁକି କଳା? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ...
ନୂଆଦିଲ୍ଲୀ: ଆମେ ପ୍ରତିଦିନ ନୀଳ ଆକାଶ ଦେଖୁ। ହେଲେ ଆପଣ କେବେ ଭାବିଛନ୍ତି କି ଦିନବେଳା ଆକାଶ କାହିଁକି ନୀଳ ଦେଖାଯାଏ, ସନ୍ଧ୍ୟାରେ ନାଲି ଏବଂ ମହାକାଶ କାହିଁକି ସର୍ବଦା କଳା ରହିଥାଏ? ଏହି ସବୁ ପ୍ରଶ୍ନର ଉତ୍ତର ଆମ ପୃଥିବୀର ବାୟୁମଣ୍ଡଳ ସହ ଜଡିତ। ବାୟୁମଣ୍ଡଳରେ ଥିବା କ୍ଷୁଦ୍ର କଣିକା ଏବଂ ସୂର୍ଯ୍ୟକିରଣର ପ୍ରଭାବ ଯୋଗୁଁ ଆମେ ଆକାଶରେ ବିଭିନ୍ନ ରଙ୍ଗ ଦେଖିବାକୁ ପାଉ। ଆସନ୍ତୁ ଜାଣିବା ଏହା ପଛର ପ୍ରକୃତ ବୈଜ୍ଞାନିକ କାରଣ।

ଆକାଶ କାହିଁକି ନୀଳ ଦେଖାଯାଏ?

ପୃଥିବୀର ବାୟୁମଣ୍ଡଳ ଯୋଗୁଁ ଆକାଶର ରଙ୍ଗ ନୀଳ ଦେଖାଯାଏ। ବାୟୁମଣ୍ଡଳରେ ବିଭିନ୍ନ ଗ୍ୟାସ ଏବଂ ଧୂଳିକଣା ଭରି ରହିଥାଏ। ସୂର୍ଯ୍ୟକିରଣ ଯେତେବେଳେ ବାୟୁମଣ୍ଡଳରେ ପ୍ରବେଶ କରେ, ସେତେବେଳେ ଏହା ବିଭିନ୍ନ ଦିଗରେ ବିଚ୍ଛୁରିତ ହୁଏ। ବିଜ୍ଞାନ ଅନୁଯାୟୀ, ନୀଳ ରଙ୍ଗର ତରଙ୍ଗ ଦୈର୍ଘ୍ୟ (Wavelength) କମ ହୋଇଥିବାରୁ ଏହା ଅନ୍ୟ ରଙ୍ଗ ତୁଳନାରେ ଅଧିକ ବିଚ୍ଛୁରିତ ହୋଇଥାଏ। ଫଳରେ ଚାରିଆଡେ ନୀଳ ରଙ୍ଗ ଖେଳେଇ ହୋଇଯାଏ ଏବଂ ଆମକୁ ସବୁ ଦିଗରୁ ଆକାଶ ନୀଳ ଦେଖାଯାଏ।

ସୂର୍ଯ୍ୟାସ୍ତ ବେଳେ କାହିଁକି ନାଲି ଦିଶେ?

ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଦିଗ୍‌ବଳୟ ନିକଟରେ ଥାଆନ୍ତି। ଏହି ସମୟରେ ସୂର୍ଯ୍ୟକିରଣକୁ ଆମ ପାଖରେ ପହଞ୍ଚିବା ପାଇଁ ବାୟୁମଣ୍ଡଳର ଏକ ମୋଟା ସ୍ତର ଦେଇ ଗତି କରିବାକୁ ପଡେ। ଏତେ ଦୀର୍ଘ ପଥ ଅତିକ୍ରମ କରିବା ବେଳେ ନୀଳ ରଙ୍ଗ ସମ୍ପୂର୍ଣ୍ଣ ବିଚ୍ଛୁରିତ ହୋଇ ଦୂରେଇ ଯାଏ। କିନ୍ତୁ ନାଲି ଏବଂ କମଳା ରଙ୍ଗର ତରଙ୍ଗ ଦୈର୍ଘ୍ୟ ଅଧିକ ହୋଇଥିବାରୁ ଏହା ଆମ ଆଖି ପର୍ଯ୍ୟନ୍ତ ପହଞ୍ଚି ପାରେ। ତେଣୁ ସୂର୍ଯ୍ୟାସ୍ତ ସମୟରେ ଆକାଶ ସୁନେଲି କିମ୍ବା ନାଲି ରଙ୍ଗର ଦେଖାଯାଏ। ବାୟୁମଣ୍ଡଳରେ ଥିବା ଧୂଳି ଓ ଧୂଆଁ ଏହି ନାଲି ରଙ୍ଗକୁ ଆହୁରି ଗାଢ କରିଦିଏ।

ମହାକାଶ କାହିଁକି ଅନ୍ଧକାରମୟ?

ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ ସୂର୍ଯ୍ୟ ଥାଇ ମଧ୍ୟ ମହାକାଶ କାହିଁକି କଳା ଦେଖାଯାଏ। ଏହାର ଉତ୍ତର ହେଉଛି, ମହାକାଶରେ କୌଣସି ବାୟୁମଣ୍ଡଳ ନାହିଁ। ସେଠାରେ ଆଲୋକକୁ ବିଚ୍ଛୁରିତ କରିବା ପାଇଁ କୌଣସି କଣିକା କିମ୍ବା ଅଣୁ ଉପସ୍ଥିତ ନଥାଏ। ଯେହେତୁ ସେଠାରେ ଆଲୋକର ବିଚ୍ଛୁରଣ ଘଟେ ନାହିଁ, ତେଣୁ ସୂର୍ଯ୍ୟ ଥାଇ ମଧ୍ୟ ମହାକାଶ ସର୍ବଦା ଅନ୍ଧକାରମୟ କିମ୍ବା କଳା ଦେଖାଯାଏ।

ଅନ୍ୟ ଗ୍ରହରେ ଆକାଶର ରଙ୍ଗ

ପୃଥିବୀ ପରି ଅନ୍ୟ ଗ୍ରହମାନଙ୍କର ବାୟୁମଣ୍ଡଳ ଭିନ୍ନ ହୋଇଥିବାରୁ ସେଠାରେ ଆକାଶର ରଙ୍ଗ ମଧ୍ୟ ଅଲଗା ହୋଇଥାଏ। ଉଦାହରଣ ସ୍ୱରୂପ, ମଙ୍ଗଳ ଗ୍ରହରେ ବାୟୁମଣ୍ଡଳ ପତଳା ଏବଂ ସେଠାରେ ଧୂଳିକଣା ଅଧିକ। ତେଣୁ ମଙ୍ଗଳ ଗ୍ରହରେ ଦିନବେଳା ଆକାଶ କମଳା ବା ନାଲି ଦେଖାଯାଏ ଏବଂ ସୂର୍ଯ୍ୟାସ୍ତ ସମୟରେ ଏହା ନୀଳ ରଙ୍ଗର ଦେଖାଯାଏ, ଯାହା ପୃଥିବୀର ଠିକ୍ ବିପରୀତ।

ତୃତୀୟଥର ପାଇଁ ମହାକାଶକୁ ଯାଇ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସ
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସ ପୁଣିଥରେ ମହାକାଶକୁ ଯାତ୍ରା କରି ଇତିହାସ ସୃଷ୍ଟି କରିଛନ୍ତି। ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଅନ୍ତରୀକ୍ଷ ଅଭିମୁଖେ ଉଡ଼ାଣ ଭରିଛନ୍ତି ସୁନୀତା। କୌଣସି ମହାକାଶ ଯାନର ପ୍ରଥମ ଅଭିଯାନରେ ମହାକାଶକୁ ଯାଇଥିବା ସେ ପ୍ରଥମ ମହିଳା ହୋଇଛନ୍ତି। ସେ ବୁଧବାର ୮ଟା ୨୨ରେ ଫ୍ଲୋରିଡାର କେପ୍‌ କାନଭେରଲା ସ୍ପେସ୍‌ ଫୋର୍ସ ଷ୍ଟେସନର ୪୧ ନଂ ଲଞ୍ଚପ୍ୟାଡ୍‌ରୁ ବୋଇଂ ଷ୍ଟାରଲାଇନର ମହାକାଶଯାନରେ ମହାକାଶ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲେ। ଏହା ସୁନିତାଙ୍କ ତୃତୀୟ ମହାକାଶ ଯାତ୍ରା। ତୃତୀୟ ପ୍ରୟାସରେ ଏହି ଯାନ ସଫଳ ହୋଇଛି। ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଂ ଅଭିଯାନକୁ ୨ ଥର ସ୍ଥଗିତ ରଖାଯାଇଥିଲା। ଏହା ସଠିକ୍‌ କକ୍ଷରେ ପହଞ୍ଚି ଯାଇଛି। ଦିନକ ପରେ ଏହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ସହ ଯୋଡ଼ି ହୋଇଯିବ। ଏବେ ଆମେରିକାର ୩ଟି ମହାକାଶ ଯାନ ବୋଇଂ ଷ୍ଟାରଲାଇନର, ସ୍ପେସ୍‌ ଏକ୍ସର କ୍ର୍ୟୁ ଡ୍ରାଗନ ଏବଂ ଆଇଏସଏସ ରହିଛି।

୫୯ ବର୍ଷୀୟା ସୁନୀତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା। ଏହା ପୂର୍ବରୁ ସେ ଦୁଇ ଥର ମହାକାଶକୁ ଯାତ୍ରା କରି ସାରିଛନ୍ତି। ସେ ୨୦୦୬ ଡିସେମ୍ବର ୯ରେ ‘ଡିସକଭରୀ’ ମହାକାଶ ଯାନରେ ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିଥିଲେ। ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର ଅନେକ ଦିନ ଧରି ରହିଥିଲେ। ଏହି ସମୟରେ ସେ ଚାରିଥର ଆଇଏସଏସରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ। ପୁଣି ୨୦୧୨ ଜୁଲାଇ ୧୫ରେ କାଜାଖସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ।

ମହାକାଶର ଅଦ୍ଭୂତ ଦୃଶ୍ୟ ରେକର୍ଡ କଲେ ବୈଜ୍ଞାନିକ; ବୃହସ୍ପତି ଆକାରର ବିଶାଳ ଗ୍ରହକୁ ଗିଳିଦେଲା ତାରା
କେମ୍ବ୍ରିଜ: ପ୍ରଥମ ଥର ପାଇଁ ମହାକାଶରେ ଏକ ଅଦ୍ଭୁତ ଦୃଶ୍ୟକୁ ଦେଖିବାକୁ ମିଳିଛି। ଏକ ଗ୍ରହକୁ ତାରା ଗିଳିଦେଇଛି। ଏହି ତାରାର ଆକାର ପ୍ରାୟ ସୂର୍ଯ୍ୟଙ୍କ ପରି ଏବଂ ଗ୍ରହଟି ବୃହସ୍ପତି ଆକାରର ଗ୍ୟାସ ପିଣ୍ଡ ସଦୃଶ ଥିଲା। ଏହି ବିରଳ ମହାଜାଗତିକ ଦୃଶ୍ୟକୁ ହାଭାର୍ଡ ୟୁନିଭର୍ସିଟି ଏବଂ କାଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ବୈଜ୍ଞାନିକଙ୍କ ଟିମ୍‌ ଦେଖିଛନ୍ତି। ଟିମ୍‌ ପକ୍ଷରୁ କୁହାଯାଇଛି ଯେ ଏହି ଦୃଶ୍ୟ ଅତ୍ୟନ୍ତ ଭୟାନକ ଥିଲା। ଏହି ପ୍ରକ୍ରିୟା ବିଷୟରେ ତଥ୍ୟ ହାସଲ କରିବା ଗୁରୁତ୍ବପୂର୍ଣ୍ଣ ଥିଲା। ଦିନେ ସୂର୍ଯ୍ୟ ଆମ ପୃଥିବୀ ଏବଂ ଏହା ଆଗରେ ଥିବା ତିନି ଗ୍ରହକୁ ଗିଳିଦେବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ବୈଜ୍ଞାନିକଙ୍କ ଅନୁଯାୟୀ ପୂର୍ବରୁ କେବେ ତାରା ଗ୍ରହକୁ ଗିଳୁଥିବାର ଦୃଶ୍ୟ ଦେଖାଯାଇ ନାହିଁ। ଏମ୍‌ଆଇଟିରେ ଏହା ଉପରେ ଗବେଷଣା କରୁଥିବା କିସଲେ ଡେ କହିଛନ୍ତି ଯେ ଦିନେ ସୂର୍ଯ୍ୟ ସମ୍ପୂର୍ଣ୍ଣ ସୌରମଣ୍ଡଳକୁ ଗିଳିଦେବ ବୋଲି ଆମେ ପଢିଆସୁଛୁ। ୫ ଅରବ ବର୍ଷ ପରେ ଏପରି ହେବ। ସେ ସମୟରେ କିଛି କ୍ଷଣରେ ପୃଥିବୀ ଧ୍ବଂସ ହୋଇଯିବ। ଏବେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ୨୦୨୦ରେ ତାରା ଗ୍ରହକୁ ଗିଳି ଦେଇଥିଲା। ଏହାକୁ ବୁଝିବା ପାଇଁ ବୈଜ୍ଞାନିକଙ୍କୁ ତିନି ବର୍ଷ ଲାଗିଥିଲା। ଗ୍ରହକୁ ଗିଳିଥିବା ତାରା ସୂର୍ଯ୍ୟ ଭଳି ୧୦ ଅରବ ବର୍ଷ ତଳର ଥିଲା। ପୃଥିବୀଠାରୁ ୧୨ ହଜାର ଆଲୋକ ବର୍ଷ ଦୂରରେ ଥିବା ଏକ୍ବିଲା ନାମକ ତାରାମଣ୍ଡଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।

ମହାକାଶରେ ୫ ଗ୍ରହଙ୍କ ବିରଳ ସଂଯୋଗ; ୨୦୪୦ ପର୍ଯ୍ୟନ୍ତ ଆଉ ଦେଖିବାକୁ ମିଳିବନି ଏଭଳି ଦୃଶ୍ୟ
ନୂଆଦିଲ୍ଲୀ: ମହାକାଶରେ ଏକାଠି ହେବାକୁ ଯାଉଛନ୍ତି ୫ ଗ୍ରହ। ଶୁକ୍ରବାର ଠାରୁ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ବୁଧ,ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଏକାଠି ଗୋଟିଏ ରେଖାରେ ଏକାଠି ହେବେ। ପୃଥିବୀ ପୃଷ୍ଠରୁ ଏହି ଗ୍ରହମାନଙ୍କର ପୁଞ୍ଜ ଦେଖି ହେବ। ବୈଜ୍ଞାନିକମାନଙ୍କ ମତ ଅନୁସାରେ ଏଭଳି ବିରଳ ଘଟଣା ସବୁବେଳେ ଘଟେ ନାହିଁ। ପୂର୍ବରୁ ୨୦୦୪ରେ ୫ ଗ୍ରହ ଏକାଠି ହୋଇଥିଲେ। ଚଳିତବର୍ଷ ପୁଣିଥରେ ଏହି ଦୃଶ୍ୟ ଦେଖିବାକୁ ମିଳିବ। ଆଗକୁ ୨୦୪୦ ପର୍ଯ୍ୟନ୍ତ ଆଉ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଆକାଶରେ ଗ୍ରହଗୁଡ଼ିକ ଏକାଠି ହେଲାପରି ଦେଖାଗଲେ ବି ଏମାନଙ୍କ ମଧ୍ୟରେ ନିୟୁତ ନିୟୁତ କିମି ଦୂରତ୍ୱ ରହିଥାଏ। ତେବେ କେବଳ ସୂର୍ଯ୍ୟ ଚାରି ପାଖରେ ନିଜ ନିଜ କକ୍ଷରେ ଏଗୁଡିକ ଗୋଟିଏ ସରଳ ରେଖାରେ ଏକାଠି ହେବେ। ଆଜି ଠାରୁ ଆରମ୍ଭ ହେବାକୁ ଥିବା ଏହି ଦୃଶ୍ୟ ସୋମବାର ପର୍ଯ୍ୟନ୍ତ ଚାଲିବ। ତେବେ ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ସମୟରେ ଏହି ଦୃଶ୍ୟ ଦେଖିହେବ। ଉତ୍ତର ଗୋଲାର୍ଦ୍ଧରେ ରହୁଥିବା ଲୋକମାନେ ଏହି ବିରଳ ଦୃଶ୍ୟକୁ ସୂର୍ଯ୍ୟୋଦୟର ୪୫ ରୁ ୯୦ ମିନିଟ ପୂର୍ବରୁ ଦେଖିପାରିବେ ବୋଲି ବୈଜ୍ଞାନିକମାନେ କହିଛନ୍ତି।