Sweety - The Sakala

ଭୁବନେଶ୍ୱର ରେଳ ଷ୍ଟେସନରୁ ନିଖୋଜ ସ୍ୱିଟି ପୁରୁଷବନ୍ଧୁଙ୍କ ସହ ହାୱଡ଼ାରୁ ଠାବ; ସିସିଟିଭିରୁ ମିଳିଲା ସୁରାକ
ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣା ଉପରୁ ଉଠିଲା ପରଦା । ପଶ୍ଚିମବଙ୍ଗ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜ୍‌ରୁ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଠାବ କରିଛି ଜିଆରପି । ଏବେ ସେମାନେ ଚିତ୍ତପୁର ଟାଉନ୍‌ରେ ଥିବା ଜଣାପଡ଼ିଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସ ସହାୟତା ନେଇଛି ଜିଆରିପି ।

ସୂଚନାଯୋଗ୍ୟ, ବୁଧବାର ଦିନ ସୁଇଟ୍‌ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଯୋଗେ କୋଲାକାତାରୁ ଭୁବନେଶ୍ଵର ଆସିଥିଲେ । ରାତି ପ୍ରାୟ ୮ଟାରେ ସେ ଭୁବନେଶ୍ଵର ରେଳଷ୍ଟେସନ୍ରେ ଓହ୍ଲାଇଥିଲେ । ପ୍ଲାଟଫର୍ମ ୬ରେ ଥାଇ ସେ ମା’ଙ୍କୁ ଫୋନ୍‌ କରି ଭୁବନେଶ୍ଵରରେ ପହଞ୍ଚିବା ଜଣାଇଥିଲେ । ପ୍ରାୟ ଅଧ ଘଣ୍ଟା ପରେ ସେ ହଷ୍ଟେଲରେ ପହଞ୍ଚିଲେଣି କି ନାହିଁ ବୁଝିବା ପାଇଁ ମା’ ତାଙ୍କୁ ଫୋନ୍‌ କରିଥିଲେ । ହେଲେ ଫୋନ୍‌ ସୁଇଚ ଅଫ୍‌ ଥିଲା । ପରିବାର ଲୋକେ ଆଶଙ୍କା କରି ସ୍ୱିଟିଙ୍କ ବାପା ରାଜଧାନୀରେ ରହୁଥିବା ବନ୍ଧୁ ସୁରେଶ ପଣ୍ଡାକୁ ଘଟଣା ବିଷୟରେ କହିଥିଲେ । ସୁରେଶ ଭୁବନେଶ୍ଵର ରେଳବାଇ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୋଲିସ ପ୍ଲାଟଫର୍ମରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା । ସିସିଟିଭି ଯାଞ୍ଚ ସମୟରେ ଜଣାପଡିଥିଲା, ସ୍ୱିଟି ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇବା ପରେ ଜଣେ ଯୁବକଙ୍କ ସହ କଥା ହୋଇ ଚାଲି ଚାଲି ୧ ନମ୍ବର ପ୍ଲାଟ୍‌ଫର୍ମ ପଟେ ବାହାରକୁ ଆସିଛନ୍ତି । ବାହାରେ ସେ ଯୁବକଙ୍କ ସହ ଠିଆ ହୋଇ କିଛି ସମୟ କଥା ହେଲା ପରେ ଫୋନ୍‌ ବନ୍ଦ କରି ପକେଟ୍‌ରେ ସେଠାରୁ ଚାଲି ଯାଇଥିଲେ। ଆଜି ପଶ୍ଚିମବଙ୍ଗ ହାୱଡ଼ା ଷ୍ଟେସନର ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁ ସୁରାକ ପାଇଛି ଜିଆରପି ।ପରେ ପରେ ସେମାନଙ୍କୁ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା । ଏବେ ସେମାନେ ଚିତ୍ତପୁର ଟାଉନରେ ଥିବା ଜଣାପଡ଼ିଛି ।