Sesha Kishan - The Sakala

ଶେଷ କିଶାନଙ୍କୁ ଦେଖି ଭାବବିହ୍ୱଳ ହେଲେ ନବୀନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‍ଙ୍କୁ ଭେଟିଛନ୍ତି ଓଡ଼ିଶାର ଯୁବ ବୈଜ୍ଞାନିକ ଶେଷ କିଶାନ। ମୁଖ୍ୟମନ୍ତ୍ରୀଙ୍କ ରୋମ୍‍ ଗସ୍ତ ବେଳେ ଶ୍ରୀ କିଶାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ୪ ବର୍ଷ ତଳର ସ୍ମୃତିକୁ ରୋମନ୍ଥନ କରିଛନ୍ତି। ଜର୍ମାନୀରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଶ୍ରୀ କିଶାନଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଆନନ୍ଦବ୍ୟକ୍ତ କରିବା ସହ ଭାବବିହ୍ୱଳ ହୋଇ ପଡ଼ିଛନ୍ତି। ତାଙ୍କ ଆଖି ଆନନ୍ଦାଶ୍ରୁରେ ଛଳଛଳ ହୋଇ ଯାଇଥିଲା। ଗତ ୨୦୧୮ ମସିହାରେ ରାଜ୍ୟ ସଚିବାଳୟରେ ଶ୍ରୀ କିଶାନ ନିଜର ସଂଘର୍ଷ କାହାଣୀ ଅଧିକାରୀମାନଙ୍କୁ ଶୁଣାଇଥିଲେ। ପିଲାଦିନୁ ମା’ଙ୍କୁ ହରାଇଥିବା ଶ୍ରୀ କିଶାନ ନିଜର ଜୀବନ ଜଣେ ଦିନ ମଜୁରିଆ ଭାବରେ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ।

୨୦୧୨ରେ ନାଇଜର ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଶ୍ରେଷ୍ଠ ୧୬ତମ ସ୍ଥାନ ଦଖଲ କରିଥିଲେ ମଧ୍ୟ ନିଜ ବାପାଙ୍କ ମୃତ୍ୟୁ ଯୋଗୁଁ ସେ ସେହି ବର୍ଷ ନାମ ଲେଖାଇ ପାରି ନ ଥିଲେ। ପର ବର୍ଷ ପୁଣି ଥରେ ଭଲ ର‍୍ୟାଙ୍କ ସହ ନାଇଜରରେ ନାମ ଲେଖାଇଥିଲେ। ୨୦୧୮ ମସିହାରେ ସେ ଗବେଷଣା ପାଇଁ ଜର୍ମାନର ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ କାହାଣୀ କହିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିବା ସହ ରାଜ୍ୟ ସରକାର ତାଙ୍କ ସହିତ ସବୁବେଳେ ରହିବେ ବୋଲି ପ୍ରତିଶୃତି ଦେଇଥିଲେ। “ବିଜୁବାବୁ ଥିଲେ ଶେଷଙ୍କ ପାଇଁ ଗର୍ବ କରିଥାନ୍ତେ” ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଇତିମଧ୍ୟରେ ଜର୍ମାନୀରେ ଜଣେ ବୈଜ୍ଞାନିକ ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି ଶେଷ କିଶାନ। କମ୍‍ ଖର୍ଚ୍ଚ କରି ଲୋକମାନେ କେମିତି ଔଷଧ ପାଇପାରିବେ ସେ ନେଇ ଶେଷ ଗବେଷଣା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଭେଟିବା ପରେ ଶେଷ ଏହାକୁ ଏକ ବିଶେଷ ମୁହୂର୍ତ୍ତ କହିବା ସହିତ ଓଡ଼ିଶାର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି ବୋଲି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି। ନବୀନ ତାଙ୍କର ପିତୃତୂଲ୍ୟ ଏବଂ ତାଙ୍କ ଅନୁପ୍ରେରଣା ଚିରଦିନ ଅଭୁଲା ହୋଇ ରହିବ ବୋଲି ସେ ଉଲ୍ଲେଖ କରିବା ସହ ତାଙ୍କଠାରୁ ପାଇଥିବା ଆଇଫୋନ୍‍ଟିକୁ ସାଇତି ରଖିଛନ୍ତି ବୋଲି ଶେଷ କହିଛନ୍ତି।