Puri Parikrama project - The Sakala
ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଓ ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅନୁଷ୍ଠିତ ହେବ ତ୍ରିଦିନାତ୍ମକ ଯଜ୍ଞ
ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଓ ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅନୁଷ୍ଠିତ ହେବ ତ୍ରିଦିନାତ୍ମକ ଯଜ୍ଞ। ଆସନ୍ତା ୧୫, ୧୬ ଓ ୧୭ ତାରିଖ ଯଜ୍ଞ ମନ୍ତ୍ର ଧ୍ୱନିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୃଷ୍ଟିହେବ ଆଧ୍ୟାତ୍ମିକ ପରିବେଶ। ଏହି ଯଜ୍ଞକର୍ମାଦିର ପ୍ରାରମ୍ଭିକ ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଶ୍ରୀନଅରରେ ଯଜ୍ଞର କର୍ତ୍ତା ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟବରଣ କରିବା ସହ ଗୁଆ ଟେକିଛନ୍ତି। ଏଥିସହ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଛି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ହେବ ଯଜ୍ଞ। ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ଯଜ୍ଞସ୍ଥଳ ନିରୂପଣ କରାଯାଇଛି। ବିଦ୍ୱାନ, ପଣ୍ଡିତ, ଗବେଷକ, ଦେଉଳ ପୁରୋହିତଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ସ୍ଥାନ ଚିହ୍ନଟରେ ସାମିଲ ଥିଲେ । ତେବେ କାହିଁକି ଐଶାନ୍ୟ କୋଣରେ ହେଉଛି ଏହି ଯଜ୍ଞ ? ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଐଶାନ୍ୟ କୋଣ ହେଉଛି ଦେବତାଙ୍କ କୋଣ । ପ୍ରତ୍ୟେକ ଘରର ଐଶାନ୍ୟ କୋଣରେ ହିଁ ଈଶାଣ (ଗୃହ ଦେବତା)ରହିଥାନ୍ତି । ଶ୍ରୀମନ୍ଦିରର ସେହି କୋଣରେ ଐଶାନେଶ୍ୱର ମହାଦେବ ବିରାଜମାନ କରୁଛନ୍ତି। ଦେବତାଙ୍କ କାର୍ଯ୍ୟ ଐଶାନ୍ୟ କୋଣରେ ବିଧେୟ ଓ ଶାସ୍ତ୍ର ସମ୍ମତ। ତେଣୁ ସେହି ଐଶାନ୍ୟ କୋଣରେ ପ୍ରତିଷ୍ଠା ଏବଂ ଯଜ୍ଞାଦି କର୍ମ ଅନୁଷ୍ଠିତ ହେଉଛି। ଇନ୍ଦ୍ରାଦି ଦେବତାଙ୍କୁ ପ୍ରୀତ କରିବା ପାଇଁ ଯଜ୍ଞ କରାଯାଇଥାଏ।
ପରିକ୍ରମା ଲୋକାର୍ପଣ ଉତ୍ସବ ପାଇଁ ହେବାକୁ ଥିବା ତ୍ରିଦିନାତ୍ମକ ଯଜ୍ଞ ନିମନ୍ତେ ଆଚାର୍ଯ୍ୟ ବରଣ ସରିଛି। ୧୫ ତାରିଖରୁ ‘ହୟୋଶ୍ରୀର୍ଷୋକ୍ତ’ ମନ୍ତ୍ରରେ ଗୁଞ୍ଜରିତ ହେବ ବଡ଼ଦେଉଳ ଅଞ୍ଚଳ। ପ୍ରତିଦିନ ୧୦୦୦ ଲେଖାଏଁ ତିନିଦିନରେ ୩୦୦୦ ଆହୁତି ଦିଆଯିବ। ଶ୍ରୀକ୍ଷେତ୍ରର ସମସ୍ତ ଦେବାଦେବୀଙ୍କ ନାମରେ ମଧ୍ୟରେ ଆହୁତି ପ୍ରଦାନ କରାଯିବ। ନୃସିଂହ ମନ୍ତ୍ର, ଚତୁର୍ଦ୍ଧାବିଗ୍ରହ ମନ୍ତ୍ର ଓ ବାସୁପୂଜା ମନ୍ତ୍ରରେ ପୂଜାର୍ଚ୍ଚନା ହେବ।
୫୦ କିଲୋ ଘିଅ, ୫ କ୍ବିଣ୍ଟାଲ କାଠ
ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ଅବସରରେ ହେବାକୁ ଥିବା ଯଜ୍ଞରେ ୫ କ୍ୱିଣ୍ଟାଲ କାଠ ବ୍ୟବହାର ହେବ। ସେହିପରି ୫୦ ସେର (କିଲୋ) ଶୁଦ୍ଧ ଘିଅରେ ଆହୁତି ପ୍ରଦାନ କରାଯିବ। ଏହି ଯଜ୍ଞନିମନ୍ତେ ବାହାରୁ କାଠ କିଣାଯିବ ନାହିଁ, ରଥଭଙ୍ଗାରୁ ବାହାରିଥିବା କାଠରେ ହୋମଯଜ୍ଞ ହେବ। ତିନିଦିନ ଧରି ଶ୍ରୀମନ୍ଦିର ଐଶାନ୍ୟ କୋଣରେ ହେବାକୁ ଥିବା ଯଜ୍ଞରେ କମ୍ପିବ ଶ୍ରୀମନ୍ଦିର ସଂଲଗ୍ନ ଅଞ୍ଚଳ । ଶ୍ରଦ୍ଧାଳୁମାନେ ପାଇବେ ଏକ ନିଆରା ଆଧ୍ୟାତ୍ମିକ ଅନୁଭୂତି।
ବାସ୍ତୁଶାସ୍ତ୍ର ଆଧାରିତ ଯଜ୍ଞମଣ୍ଡପ
ଶ୍ରୀମନ୍ଦିର ଐଶାନ୍ୟ କୋଣ ଅର୍ଥାତ୍‌ ଲଙ୍ଗୁଳି ମଠ ନିକଟରେ ବାସ୍ତୁଶାସ୍ତ୍ର ଅନୁଯାୟୀ ଯଜ୍ଞମଣ୍ଡପ ନିର୍ମାଣ କରାଯାଇଛି। ମଣ୍ଡପର ଲମ୍ବ ୨୪ ଫୁଟ ୩ ଇଞ୍ଚ ଏବଂ ପ୍ରସ୍ଥ ୨୪ ଫୁଟ ୩ ଇଞ୍ଚ ରହିଛି । ବର୍ଗାକାର ଏହି ଯଜ୍ଞମଣ୍ଡପ କଞ୍ଚାଇଟା, ବାଲି, ମାଟି ଏବଂ ଗୋବରରେ ନିର୍ମାଣ ହୋଇଛି। ପ୍ରଥମେ ବାଲି ପକାଯାଇ ତା’ ଉପରେ ଇଟା ଯୋଡେଇ କରାଯାଇଛି। ଏହାପରେ ମାଟି ଓ ଗୋବର ପ୍ରଲେପ ଦିଆଯାଇଛି। ଏହା ଉପରେ ଯଜ୍ଞ କୁଣ୍ଡ ନିର୍ମାଣ ହୋଇଛି। ଯଜ୍ଞମଣ୍ଡପ ପୃଷ୍ଠ ଭାଗରୁ ପ୍ରଥମ ଚାଳିର ଉଚ୍ଚତା ୧୨ ଫୁଟ ରହିଥିବା ବେଳେ ଦ୍ୱିତୀୟ ଚାଳିର ଉଚ୍ଚତା ୨୪ ଫୁଟ ରହିଛି। ପ୍ରଥମ ଚାଳିଠାରୁ ଦ୍ୱିତୀୟ ଚାଳିର ଆକାର କ୍ରମଶଃ ଛୋଟ କରାଯାଇଛି। ଏହା ଅଗ୍ରଭାଗରେ ଓଲଟ ଶୁଆ ସହିତ କଳସ ପେଣ୍ଡି ଲଗାଯାଇଛି, ଯାହାଫଳରେ ଯଜ୍ଞମଣ୍ଡପର ଉପରି ଭାଗ ଆହୁରି ଆକର୍ଷଣୀୟ ଲାଗୁଛି। ମଣ୍ଡପ ଉପରି ଭାଗ ବାଉଁଶ ଏବଂ ଛଣରେ ତିଆରି ହୋଇଛି। ଯଜ୍ଞମଣ୍ଡପର ଚାରିପାଶ୍ୱର୍ରେ ଚାରି ଦ୍ୱାର ରହିଛି।
ଅଙ୍କୁରାରୋପଣ ଗୃହ
ଯଜ୍ଞମଣ୍ଡପ ପାଖାପାଖି ଅଙ୍କୁରାରୋପଣ ଗୃହ ତିଆରି କରାଯାଇଛି। ଏହା ମଧ୍ୟ ସେହିଭଳି ବାଉଁଶ, ନଡ଼ାରେ ନିର୍ମାଣ ହୋଇଛି। ଏହା ମଧ୍ୟ ଦେଖିବା ପାଇଁ ଠିକ୍‌ ବର୍ଗାକାର ଭଳି। ଏହାର ଲମ୍ବ ୧୦ ଫୁଟ ଏବଂ ଚଉଡ଼ା ମଧ୍ୟ ୧୦ ଫୁଟ ରହିଛି। ଏହି ଘରକୁ ବାଉଁଶ ତାଟିରେ ଆବଦ୍ଧ କରାଯାଇଥିବା ବେଳେ ଏହି ଘର ମଧ୍ୟରେ ଅଙ୍କୁରାରୋପଣ କାର୍ଯ୍ୟ ସମ୍ପନ୍ନ ହେବ। ଯଜ୍ଞମଣ୍ଡପ ଏବଂ ଅଙ୍କୁରୋରୋପଣ ଗୃହ ନିର୍ମାଣରେ ମୁଖ୍ୟତଃ ଇଟା, ବାଲି, ମାଟି, ଗୋବର, ବାଉଁଶ, କାଠ, ଛଣ ବ୍ୟବହାର କରାଯାଇଛି। ବାଲିକୁ ପୋତେଇ ପାଇଁ ବ୍ୟବହାର କରାଯାଇଥିବା ବେଳେ ମାଟି, ଗୋବରର ଲେପ ଦିଆଯାଇଛି । ଉପରି ଭାଗରେ ବାଉଁଶ, କାଠ ଲାଗିଥିବା ବେଳେ ଛଣରେ ଛପର କରାଯାଇଛି।
ଚିତା ଓ ପୁଷ୍ପସଜ୍ଜିତ ମଣ୍ଡପ
ଓଡ଼ିଆ ଘରର ପାରମ୍ପରିକ ଝୋଟି ଚିତାରେ ବେଶ୍‌ ଝଲସୁଛି ଯଜ୍ଞ ମଣ୍ଡପ। ଗେରୁଆ ରଙ୍ଗ ଉପରେ ଧଳା ରଙ୍ଗର ଝୋଟିଚିତା ବେଶ୍‌ ଆକର୍ଷଣୀୟ ଦେଖାଯାଉଛି। ଏଥିରେ କଳସ, ହଂସ ସହିତ ଡାଳି, ଫୁଲର ଚିତ୍ର କରାଯାଇଛି। ଯଜ୍ଞମଣ୍ଡପ ଚତୁଃପାର୍ଶ୍ବରେ ଝୋଟିଚିତା ଅଙ୍କା ଯାଇଥିବା ବେଳେ ଅଙ୍କୁରାରୋପଣ ଗୃହ ଚାରିପାଖେ ମଧ୍ୟ ସମାନ ଭାବେ ଝୋଟିଚିତା ଝଲସୁଛି। ରଙ୍ଗ ବେରଙ୍ଗର ଫୁଲରେ ସଜେଇ ହୋଇଛି ଯଜ୍ଞମଣ୍ଡପ ଏବଂ ଅଙ୍କୁରାରୋପଣ ଗୃହ, ଯାହାକି ବେଶ୍‌ ଆକର୍ଷଣୀୟ ଦେଖାଯାଉଛି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁମାନେ କିଛି ସମୟ ଅଟକି ଏହି ଯଜ୍ଞମଣ୍ଡପ ଏବଂ ଅଙ୍କୁରାରୋପଣ ଗୃହକୁ ଦେଖିବା ସହ ଫୁଲର ସାଜସଜ୍ଜାକୁ ମଧ୍ୟ ଦେଉଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଫୁଲ ସାଜସଜ୍ଜା କରାଯାଇଛି। ଗେଣ୍ଡୁ, ଗୋଲାପ ସାଙ୍ଗକୁ ଅନ୍ୟାନ୍ୟ ଫୁଲରେ ମାଳ କରାଯାଇ ଏହାକୁ ବିଭିନ୍ନ ଢଙ୍ଗରେ ସଜାଯାଇଛି।
୪୮ ଶ୍ରୋତ୍ରୀୟ ବ୍ରାହ୍ମଣ କରିବେ ଯଜ୍ଞ
ତିନିଦିନ ଧରି ହେବାକୁ ଥିବା ଯଜ୍ଞରେ ୪୮ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହେବେ। ଏହି ବ୍ରାହ୍ମଣମାନଙ୍କୁ ଶୁକ୍ରବାର ଶ୍ରୀନଅରରେ ବରଣ କରିଛନ୍ତି ଗଜପତି ମହାରାଜା । କିଏ କେଉଁ ଦାୟିତ୍ୱ ତୁଲାଇବେ ତାହାର ମଧ୍ୟ ତାଲିକା ପ୍ରସ୍ତୁତ ହୋଇଯାଇଛି। ନିଜ ନିଜ ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ବ୍ରାହ୍ମଣମାନଙ୍କୁ ବରଣ ସମୟରେ ପରାମର୍ଶ ଦିଆଯାଇଛି।
ବେଦପାଠ କରିବେ ୬୦ ବେଦପାଠୀ
ଯଜ୍ଞମଣ୍ଡପ ଭଳି ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ପାଇଁ ସ୍ୱତନ୍ତ୍ର ଭାବେ ମଣ୍ଡପ ପ୍ରସ୍ତୁତ କରାଯାଇଛି । ପୂର୍ବ ଦ୍ୱାରରେ ଋକ୍‌ବେଦ, ପଶ୍ଚିମ ଦ୍ୱାରରେ ସାମ୍‌ ବେଦ, ଉତ୍ତର ଦ୍ୱାରରେ ଅଥର୍ବ ବେଦ ଏବଂ ଦକ୍ଷିଣ ଦ୍ୱାରରେ ଯର୍ଜୁବେଦ ପାରାୟଣ ପାଇଁ ମଣ୍ଡପ ତିଆରି ହୋଇଛି। ପୂର୍ବଦ୍ୱାରରେ ୧୨ ଫୁଟ ଲମ୍ବ ଓ ୧୨ ଫୁଟ ଚଉଡ଼ାର ମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ଦକ୍ଷିଣ ଦ୍ୱାରରେ ୧୫ ଫୁଟ ଲମ୍ବ ୧୪ ଫୁଟ ଓସାର, ପଶ୍ଚିମ ଦ୍ୱାରରେ ୧୨ ଫୁଟ ଲମ୍ବ ଏବଂ ୧୨ ଫୁଟ ଓସାର ଏବଂ ଉତ୍ତର ଦ୍ୱାରରେ ୧୫ ଫୁଟ ଲମ୍ବ ୧୪ ଫୁଟ ଓସାର ମଣ୍ଡପ ତିଆରି କରାଯାଇଛି।ଏହି ମଣ୍ଡପରେ ବସି ବେଦପାଠ କରିବେ ୬୦ ବେଦ ପାଠୀ।
ବର୍ଗାକାର ଯଜ୍ଞପିଣ୍ଡି ଓ ଯଜ୍ଞକୁଣ୍ଡ
ଯଜ୍ଞକୁଣ୍ଡର ପିଣ୍ଡିର ଲମ୍ବ ୮ ଫୁଟ ୧ ଇଞ୍ଚ ଏବଂ ଚଉଡ଼ା ମଧ୍ୟ ୮ ଫୁଟ ୧ ଇଞ୍ଚ ରହିଛି । ଯେଉଁଥିରେ ହୋମ କରାଯିବ ସେହି କୁଣ୍ଡର ଲମ୍ବ ଏବଂ ଓସାର ୧୮ ଇଞ୍ଚ ଲେଖାଏ ରହିଛି। ଏହାର ଗଭୀର ୩ ଫୁଟ ୯ ଇଞ୍ଚ ରହିଛି । ସେହିପରି ଯଜ୍ଞ ମଣ୍ଡପର ୪ ପାଶ୍ୱର୍ରେ ଗୋଟିଏ ଲେଖାଏଁ ଛୋଟ ଯଜ୍ଞକୁଣ୍ଡ ରହିଛି। ଏହାର ଲମ୍ବ ଏବଂ ଚଉଡ଼ା ୧୫ ଇଞ୍ଚ ଲେଖାଏଁ ରହିଥିବା ବେଳେ ଗଭୀର ୨ ଫୁଟ ୩ ଇଞ୍ଚ ଲେଖାଏ ରହିଛି। ସେହିପରି ପ୍ରତି କୋଣରେ ଗୋଟିଏ ଲେଖାଏ ୪ଟି ସମତଳ ପିଣ୍ଡି ରହିଛି। ଏ ସବୁର ଲମ୍ବ ୨୫ ଇଞ୍ଚ ଏବଂ ପ୍ରସ୍ଥ ୨୫ ଇଞ୍ଚ ରହିଛି। ଯଜ୍ଞମଣ୍ଡପରେ ସମୁଦାୟ ୫ଟି ଯଜ୍ଞକୁଣ୍ଡ ରହିଛି। ଏହିସବୁ କୁଣ୍ଡ ତିନିଥାକିଆ ବିଶିଷ୍ଟ। ମଝିରେ ଗୋଟିଏ ବଡ଼ ଯଜ୍ଞକୁଣ୍ଡ ରହିଥିବା ବେଳେ ଯଜ୍ଞମଣ୍ଡପର ଚାରିପାଶ୍ୱର୍ରେ ଗୋଟିଏ ଲେଖାଏ ଛୋଟ ଯଜ୍ଞକୁଣ୍ଡ ରହିଛି। ତଳ ଥାକକୁ କଳାରଙ୍ଗ, ମଝି ଗେରୁ ଏବଂ ଉପର ଧଳାରଙ୍ଗ ଦିଆଯାଇଛି।
ପୁଲିସ୍‌-ଆମ୍ବୁଲାନ୍ସ ୨୪ ଘଣ୍ଟା ସଜାଗ
ଆଜି ଯଜ୍ଞ ମଣ୍ଡପରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଆଗାମୀ ଦିନରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବାକୁ ଥିବାରୁ ପୁରୀ ର କୋଣ ଅନୁକୋଣ ରେ ପୁଲିସ ତନ୍ନ ତନ୍ନ କରି ଜଗି ରହିଛି। ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ସବୁ କାର୍ଯ୍ୟ ଯେମିତି ସମାପନ ହୋଇ ପାରିବ ସେଥି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ,ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ଭକ୍ତ ଓ ଭଗବାନଙ୍କ ଏ ମହା ମିଳନରେ ଟିକେ ବି ଅସୁବିଧା ନ ହେବା ପାଇଁ ନିଜେ ଜିଲ୍ଲାପାଳ ସମର୍ଥ ବର୍ମା ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଓଡ଼ିଶା ପୁଲିସ, ଆଇଆରବି ଭଳି ପୁଲିସ ଫୋର୍ସ ମୁତୟନ ଅଛନ୍ତି। ଟିକିନିଖି ଯାଞ୍ଚ କରୁଛନ୍ତି ସେମାନେ। ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି।ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ମଧ୍ୟ ବରିଷ୍ଠ ଲୋକଙ୍କୁ ସହାୟତା ଯୋଗାଉଛି। ପୁଲିସ ଛାଉଣି ମଧ୍ୟେ ସ୍ଥାନେ ସ୍ଥାନେ ଗଢ଼ି ଉଠିଛି ପୁଲିସ ର ସେବା ରେ । ଭକ୍ତର କିଛି ଅସୁବିଧା ହେଲେ ପ୍ରାଥମିକ ଚିକିତ୍ସା ପାଇଁ ମଧ୍ୟ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଯାଇଛି ରାଜ୍ୟ ସରକାର , ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ। ଶୌଚ,ଗାଡ଼ି ପାର୍କିଂ, ଜୋତା ରଖିବା ସ୍ଥାନ ଓ ପାନୀୟର ମଧ୍ୟ ବ୍ୟବସ୍ଥା କରାଯାଇଛି। ତାହା ସହ ଧାଡ଼ି ବ୍ୟବସ୍ଥାରେ ଦର୍ଶନ ପାଇଁ ଏସି ଟନେଲର ବ୍ୟବସ୍ଥା ରହିଛି।
ଗଣମାଧ୍ୟମ ପାଇଁ ମିଡିଆ ଗ୍ୟାଲେରୀ
ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଟିକି ନିକି ଖବର ଭକ୍ତ ଦେଖିବ। ଦେଶ,ବିଦେଶ ଓ ରାଜ୍ୟର ସରକାରୀ ବେସରକରୀ ଗଣମାଧ୍ୟମ ସଂସ୍ଥା ଏଥିପାଇଁ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତିଟି ଦୃଶ୍ୟକୁ ସେମାନେ କ୍ୟାମେରାରେ କଏଦ୍ କରି ବିଶ୍ଵରେ ଜଗନାଥଙ୍କ ଗୁଣଗାନ କରୁଛନ୍ତି।ସେମାନଙ୍କ ପ୍ରସାରଣ ରେ ଯେମିତି ଅସୁବିଧା ହେବନି ସେଥି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ମିଡିଆ ଗ୍ୟାଲେରୀ ଖୋଲା ହୋଇଛି। ସେଠି ସେମାନେ ରହି ଏହି କାମକୁ ସୁରୁଖୁରୁରେ ତୁଲାଇ ପାରିବେ। ଫଳରେ ସବୁ ପରିକ୍ରମା ପ୍ରକଳ୍ପର ସବୁ କାମ ଖବରକାଗଜ, ଟେଲିଭିଜ ଓ ଅନ୍ୟ ଗଣମାଧ୍ୟମ ସହାୟତାରେ ଭକ୍ତଙ୍କ ପାଖରେ ସହଜରେ ପହଞ୍ଚି ପାରିବ । ତାହା ଦ୍ଵାରା ଲୋକେ ପୁରୀ ନ ଆସି ବି ଉପକୃତ ହେବେ।
ଯଜ୍ଞର ଶାସ୍ତ୍ରୀୟତା
ବେଦରେ ଯଜ୍ଞ ସମ୍ବନ୍ଧରେ କୁହାଯାଇଛି ଯେ – ଯଜ୍ଞ ହିଁ ସମସ୍ତ ଭୂବନର କେନ୍ଦ୍ର ଅଟେ ( ଅୟଂଯଜ୍ଞା ଭୁବନସ୍ୟ ନାଭିଃ ଶୁକ୍ଳ- ଯଜୁର୍ବେଦ – ୨୩/୧୧ ଏବଂ ଯଜ୍ଞୋ ବିଶ୍ବସ୍ୟ ଭୁବନସ୍ୟ ନାଭିଃ – ଅଥର୍ବବେଦ-୯ା୧୦ା୧୪)। ଯଜ୍ଞ ହିଁ ପୃଥିବୀକୁ ଧାରଣ କରିଛି (ଯଜ୍ଞାଃ ପୃଥିବୀଂ ଧାରୟନ୍ତି)। ଯଜ୍ଞ ସାକ୍ଷାତ ଭବବାନଙ୍କ ସ୍ବରୂପ। କାଳିକା ପୁରାଣେ ଅନୁସାରେ (୩୧/୪୦) – ସର୍ବଂ ଯଜ୍ଞମୟଂ ଜଗତ୍‌। ଅର୍ଥାତ୍ ଏହି ସମ୍ପୂର୍ଣ୍ଣ ଜଗତ୍‌ ଯଜ୍ଞମୟ, ସମସ୍ତ କର୍ମ ଯଜ୍ଞମୟ ଏବଂ ଭବନ, ସ୍ବାଧ୍ୟାୟ, ଅଧ୍ୟୟନ, ସନ୍ଧ୍ୟା ତର୍ପଣ ଆଦି ସଂସ୍କାର ଯଜ୍ଞରୂପ ଅଟନ୍ତିି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯଜ୍ଞର ବ୍ୟାପ୍ତି ରହିଛ। ଶ୍ରୀମଦ୍‌ ଭଗତବତ୍‌ଗୀତା( ୪/୨୮)ରେ ଭଗବାନ ଦ୍ରବ୍ୟ ଯଜ୍ଞ, ତପୋଯଜ୍ଞ, ଯୋଗଯଜ୍ଞ ତଥା ସ୍ବାଧ୍ୟାୟ ଯଜ୍ଞାଦିର ଉଲ୍ଲେଖ କରି ସେ ସବୁକୁ ଯଜ୍ଞର ରୂପ ଦେଇଛନ୍ତି(ଦ୍ରବ୍ୟଯଜ୍ଞାସ୍ତପୋଜଜ୍ଞା ଯୋଗଯଜ୍ଞାସ୍ତଥାରେ, ସ୍ବାଧ୍ୟାୟଜ୍ଞାନଯଜ୍ଞାଶ୍ଚ ଯତୟଃ ସଂଶିତବ୍ରତାଃ) ଛାନ୍ଦୋଗ୍ୟୋପନିଷଦ୍‌ (୫ା୭) ରେ ଉଲ୍ଲେଖ ଅଛି- ହେ ଗୌତମ। ପୁରୁଷ ହିଁ ଅଗ୍ନି, ତା’ର ବାଣୀ ସମିଧ, ପ୍ରାଣ ଧୂମ, ଜିହ୍ବା ଜ୍ବାଳା, ଚକ୍ଷୁ ଅଙ୍ଗାର, କାନ ସ୍ଫୁଲିଙ୍ଗ, ସେହି ଅଗ୍ନରେ ଦେବଗଣ ଅନ୍ନର ହୋମ କରନ୍ତି । ସେହି ଆହୁତିରୁ ରେତ ରୂପକ ଶକ୍ତିପୁଞ୍ଜ ଉତ୍ପନ୍ନ ହୁଏ। ମୁଣ୍ଡୋନିପନିଷ(୧ା୨ା୭)ରେ ଯଜ୍ଞକୁ ସଂସାର ସାଗରକୁ ପାର (ମୁକ୍ତ) ହେବା ପାଇଁ ପ୍ଲବ ଅର୍ଥାତ୍‌ ନୌକା କୁହାଯାଇଛି(ପ୍ଲବ ହ୍ୟେତେ ଅଦୃତା ଯଜ୍ଞରୂପାଃ)
ଏହିପରି ଯେତେବଳେ ସାଂସାରିକ ସମସ୍ତ କାର୍ଯ୍ୟ ଯଜ୍ଞ ଅଟନ୍ତି, ତେଣୁ ଯଜ୍ଞଗୁଡ଼ିରେ ଅନୁଷ୍ଠାନ ସବିଧି ଓ ସନିୟମ କରିବା ଉଚିତ୍‌, ଯଦ୍ବାରା ଯଜ୍ଞ ମାନବମାତ୍ର ନିମିତ୍ତ କଲ୍ୟାଣକାରୀ ହେବ । ଜଗନିୟନ୍ତା ଜଗନ୍ନାଥ ମଧ୍ୟ ଯଜ୍ଞସ୍ବରୂପରେ ହିଁ ପୂର୍ଣ୍ଣ ପ୍ରକାଶମାନ ହୋଇ ଯଜ୍ଞପରାୟଣ ପୁରୁଷଙ୍କ ଦ୍ବାରା ପୂଜିତ ହୋଇ ‘ଯଜ୍ଞପୁରୁଷ’ ଭାବେ ଅଭିହିତ ହୁଅନ୍ତି – ଯଜ୍ଞୋ ବୈ ପୁରୁଷଃ ଯଜ୍ଞୋ ବୈ ବିଷ୍ଣୁ।(ଶତପଥ ବ୍ରାହ୍ମଣ)। ଯେଉଁ କର୍ମ ବିଶେଷରେ ଦେବତା, ହୃବନୀୟ ଦ୍ରବ୍ୟ, ବେଦମନ୍ତ୍ର, ଋତିଜ ଏବଂ ଦକ୍ଷିଣା – ଏହି ପାଞ୍ଚୋଟିର ସଂଯୋଗ ଥାଏ ତାହାକୁ ଯଜ୍ଞ କହନ୍ତି। ପୂର୍ବ ମୀମାଂସରେ ଯଜ୍ଞାଦିକୁ ଧର୍ମ ଶ୍ରେଣୀଭୁକ୍ତ କରାଯାଇଛି – ଯାଗାଦି ରେବ ଧର୍ମଃ।
ରାଜର୍ଷି ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ବାରା ସହସ୍ର ଅଶ୍ବମେଧ ଯାଗ ପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆବିର୍ଭାବ ପରେ ଦେବତାମାନେ ସ୍ତୁତି କରି କହିଛନ୍ତି
ତ୍ବମେବ ଯଜ୍ଞୋ ଯଜ୍ଞାଂଶସ୍ତ୍ବଂ ଯଜ୍ଞେଶଃ ପରାତ୍ପରଃ, ଶଦ୍ଦବ୍ରହ୍ମଂପରଂ ତ୍ବଂ ହି ଶଦ୍ଦବ୍ରହ୍ମାସି ବିଶ୍ବରାଟ୍‌ (ପୁରୁଷୋତ୍ତମ ମାହାତ୍ମ୍ୟ – (୨୪/୧୫)
ଅର୍ଥାତ ଆପଣ ଯଜ୍ଞ, ଯଜ୍ଞର ଅଙ୍ଗ ତଥା ପରାପିର ଯଜ୍ଞେଶ୍ବର ଅଟନ୍ତି। ଆପଣ ଶବ୍ଦବ୍ରହ୍ମ (ବେଦରାଶିରେ) ଗୋଚର ତଥା ସ୍ବୟଂ ଶଦ୍ଦବ୍ରହ୍ମ ଓ ବିଶ୍ବସମ୍ରାଟ ଅଟନ୍ତି ।
ଋଗ୍‌ବେଦୀୟ ପୁରୁଷସୂକ୍ତରେ କୁହାଯାଇଛି-
ଯଜ୍ଞେନ ଯଜ୍ଞମୟଜନ୍ତ ଦେବାସ୍ତାନି ଧର୍ମାଣି ପ୍ରଥମାନ୍ୟାସ୍‌ନ, ତେହିନାକଂ ମହିମାନଃ ସଚନ୍ତ ଯତ୍ର ପୂର୍ବେସାଧ୍ୟାଃ ସନ୍ତି ଦେବାଃ
ଅର୍ଥାତ ଦେବତାମାନେ ଯଜ୍ଞ ଦ୍ବାରା ଯଜ୍ଞସ୍ବରୁପ ପରମପୁରୁଷଙ୍କ ଯଜନ (ଆରାଧନା) କଲେି ଏହି ଯଜ୍ଞରୁ ସର୍ବପ୍ରଥମେ ଧର୍ମ ଉତ୍ପନ୍ନ ହେଲେ , ଧର୍ମାଚରଣ ଦ୍ବାରା ମହାନ ମହିମାଯୁକ୍ତ ହୋଇ ଦେବତାମାନେ ସ୍ବର୍ଗଲୋକ ଗମନ କଲେ ଯେଉଁଠାରେ ପ୍ରାଚୀନ ସାଧ୍ୟ ଦେବତା ନିବାସ କରନ୍ତି।
ଯଜ୍ଞକର୍ତ୍ତାଙ୍କ ଚରମଲକ୍ଷ୍ୟ ହେଲା-ଯଜ୍ଞ ପୁରୁଷଙ୍କ ପରମଧାମର ପ୍ରାପ୍ତି(ଯଦ୍‌ ଗତ୍ବା ନ ନିବର୍ତ୍ତନ୍ତେ ତଦ୍‌ଧାମ ପରମଂ ମମ)। ସେଠାରେ ପହଞ୍ଚିବା ପରେ ଆଉ ଫେରିବାକୁ ହୁଏ ନାହିଁ, ପରମପୁରୁଷଙ୍କ ସହ ଏକାତ୍ମୟ ସ୍ଥାପିତ ହୋଇଯାଏ।
ଯଜ୍ଞରୂପ ଜଗନ୍ନାଥ
ଶ୍ରୀମନ୍ଦିର ଗରୁଡ଼ସ୍ତମ୍ଭ ଉପରେ ଚିତ୍ରିତ ଯଜ୍ଞ ଜଗନ୍ନାଥ। ଏହି ମୂର୍ତ୍ତିକୁ ଯଜ୍ଞ ନୃସିଂହ ମୂର୍ତ୍ତି ମଧ୍ୟ କୁହାଯାଏ । କାରଣ ଦେବର୍ଷି ନାରଦଙ୍କ ନିର୍ଦ୍ଦେଶରେ ରାଜା ଇନ୍ଦ୍ରଦ୍ୟୁମ୍ନ ଯେଉଁ ଯଜ୍ଞ କରିଥିଲେ ସେହି ଯଜ୍ଞାନଳ ଶିଖା ମଧ୍ୟରେ ନୃସିଂହ ରୂପୀ ଜଗନ୍ନାଥଙ୍କ ସହିତ ଶେଷଦେବ ଅନନ୍ତ ଏବଂ ସୁଭଦ୍ରାରୂପୀ ଲକ୍ଷ୍ମୀଙ୍କୁ ଗୋଟିଏ ଚକ୍ରର ନିମି ମଧ୍ୟରେ ଦର୍ଶନ କରିଥିଲେ । ସହସ୍ରଫଣାଯୁକ୍ତ ଶେଷଦେବ ବଳଭଦ୍ରଙ୍କ କୋଳରେ ନୃସିଂହ ରୂପୀ ଜଗନ୍ନାଥ ଏବଂ ତାଙ୍କ କୋଳରେ ସୁଭଦ୍ରାରୂପିଣୀ ଲକ୍ଷ୍ମୀ ବିରାଜିତା । ଏଠରେ ଶ୍ରୀଜଗନ୍ନାଥ ଚତୁର୍ଭୁଜ ବିଶିଷ୍ଟ ଏବଂ ଶଙ୍ଖଚକ୍ରଗଦାପଦ୍ମ ଧାରଣ କରିଛନ୍ତି । ପୁନଃ ସତ୍ୟଯୁଗର ପ୍ରଥମ ଜ୍ୟେଷ୍ଠମାସର ଅମାବାସ୍ୟା ତିଥରେ ସ୍ବୟଂଭୁବ ମନୁ ଏକ ଯଜ୍ଞ କରିଥିଲେ । ସେହି ଯଜ୍ଞବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ୟେଷ୍ଠପୂର୍ଣ୍ଣିମା ଦିନ ଅବତୀର୍ଣ୍ଣ ହୋଇଥିଲେ। ସୁତରାଂ ଜ୍ୟେଷ୍ଠମାସର ପୂର୍ଣ୍ଣିମା ହେଉଛି ମହାପ୍ରଭୁଙ୍କ ଜନ୍ମବାସର । (ସ୍ନାନପୂର୍ଣ୍ଣିମା)
ମହାପ୍ରଭୁ ରାଜର୍ଷି ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ –
କୃତସ୍ୟ ପ୍ରଥମେ ଜ୍ୟେଷ୍ଠ ଦର୍ଶେତି କ୍ରତୁସଂସ୍ଥିତି, ଜ୍ୟୋଷ୍ଟ୍ୟାମହଂ ଚାବତୀର୍ଣ୍ଣସ୍ତତ୍‌ ପୁଣ୍ୟଜନ୍ମ ବାସରମ୍‌। (ସତ୍ୟଯୁଗରେ ପ୍ରଥମ ଜ୍ୟୋଷ୍ଠମାସର ଗ୍ରୀଷ୍ମଋତୁରେ ଜ୍ୟେଷ୍ଠ ପୂଣ୍ଣିମା ଦିନ ମୁଁ ଅବତୀର୍ଣ୍ଣ ହୋଇଅଛି । ଏଣୁ ଦିବସଟି ମୋର ପୂଣ୍ୟତିଥି। )
ଡ. ଶ୍ରୀନିବାସ ଆଚାର୍ଯ୍ୟ
୯୮୬୧୪୪୪୬୫୫
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା
ପୁରୀ: ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ୪୪ ପ୍ଲାଟୁନ ପୁଲିସ ଫୋର୍ସ ସମେତ ବରିଷ୍ଠ ଅଧିକାରୀ ମୃତୟନ ହେବେ। ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁଲିସ ମୃତୟନ ରହିବେ। କେବଳ ୧୭ ତାରିଖ ଦିନ ପାଇଁ ପୁଲିସର ଅଧିକ ୨୦ ପ୍ଲାଟୁନ ଫୋର୍ସ ସମେତ ସ୍ୱତନ୍ତ୍ର ସୁରକ୍ଷା କରାଯିବ। ପୁରା ସହର ସିସିଟିଭିର ତୀକ୍ଷ୍ଣ ନଜରରେ ରହିବ। ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ମଧ୍ୟ ପୁଲିସ ବ୍ୟବସ୍ଥା ରହିବ। ଯଜ୍ଞସ୍ଥଳୀରେ କଡା ସୁରକ୍ଷା ବ୍ୟବସ୍ଥା ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ନେଇ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି।
ମହାପ୍ରଭୁ ଜଗନ୍ନାଥ କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା। ଯାହାଙ୍କ ଦର୍ଶନ ଓ କରୁଣା ପାଇବା ପାଇଁ ପ୍ରତିଟି ଭକ୍ତର ମନ ହୋଇଉଠେ ବ୍ୟଗ୍ର। ତାଙ୍କ ମନ୍ଦିର ହେଉଛି ବଡଦେଉଳ ଓ ତାଙ୍କ ରାସ୍ତା ନା ବଡ଼ଦାଣ୍ଡ। ତାଙ୍କ ମାହାତ୍ମର ଗୁଣଗାନ କରେ ନୀଳଚକ୍ର। ସେଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଆଜି ସାକାର ହେବାକୁ ଯାଉଛି। ଶ୍ରୀମନ୍ଦିର ଆହୁରି ଅଧିକ ସଜେଇ ହେଉଛି। ପରିକ୍ରମା ପ୍ରକଳ୍ପ ମେଘନାଦ ପ୍ରାଚୀର ସୁସଜ୍ଜିତ ରୂପରେ ନବକଳେବର ପାଇଛି। ଏହାକୁ ନେଇ ‘ସକାଳ’ର ସ୍ବତନ୍ତ୍ର ପ୍ରସ୍ତୁତି ମେଘ ବି ଦେଖିବ ମେଘନାଦ ପ୍ରାଚୀର….
ବିଶେଷତ୍ବ
ମୁଖ୍ୟ ମନ୍ଦିର ନିର୍ମାଣର ପରବର୍ତ୍ତୀ କାଳରେ ମରହଟ୍ଟା ଶାସନ ଅମଳରେ ଏହି ପ୍ରାଚୀର ନିର୍ମାଣ ହୋଇଥିବାର ଜଣାଯାଏ। ଅନ୍ୟ ଏକ ତଥ୍ୟ ଅନୁସାରେ ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମେଘନାଦ ପାଚେରିର ନିର୍ମାଣ କରାଇଥିଲେ।
ମେଘନାଦ ପ୍ରାଚୀରର ମହିମା ଅକ୍ଷୁର୍ଣ୍ଣ ରଖିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ତାଙ୍କ ଐତିହାସିକ ରାୟରେ, ଏହି ପାଚେରୀ ନିକଟରେ ଏହାଠାରୁ ଉଚ୍ଚ ଆଉ କୌଣସି ନିର୍ମାଣ କାର୍ଯ୍ୟ ନ କରିବାକୁ ଆଦେଶ ଦେଇଛନ୍ତି। ଜଗନ୍ନାଥ ବରୁଣଙ୍କ କନ୍ୟା ଲକ୍ଷ୍ମୀଙ୍କୁ ବିବାହ ପରେ ଶ୍ୱଶୁର ବରୁଣ ଅର୍ଥାତ ସାଗରଦେବତାଙ୍କ ସହ ମତାନ୍ତର ହୋଇଥିଲା। ଜଗନ୍ନାଥ ସାଗର କୂଳରେ ମନ୍ଦିର ତୋଲାଇ ରହିଥିବାରୁ ସମୁଦ୍ରଗର୍ଜନ ମନ୍ଦିର ଭିତରକୁ ନପଶିବା ପାଇଁ ମେଘନାଦ ପ୍ରାଚୀର ନିର୍ମାଣ କରାଇଥିଲେ ।
ମେଘନାଦ ପ୍ରାଚୀର
ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଦ୍ବାର ଓ ଦୁଇଟି ବଡ଼ କେନ୍ଦ୍ରିତ ପାଚେରି ରହିଛି। ସଂଯୋଗ ବସତଃ ଏହା ରାଜ୍ୟର ଗୋଟିଏ ହିଁ ମନ୍ଦିର ଯାହାର ବାହାର ପାର୍ଶ୍ୱ ଓ ଭିତର ପାର୍ଶ୍ୱରେ ଚାରିଟି ଲେଖାଏଁ ଦ୍ୱାର ରହିଛି। ଶ୍ରୀ ମନ୍ଦିର ବାହାର ପାର୍ଶ୍ବରେ ଥିବା ପାଚେରିକୁ କୁହାଯାଏ ମେଘନାଦ ପ୍ରାଚୀର। ଯାହାର ଲମ୍ବା ପୂର୍ବରୁ ପଶ୍ଚିମ ଦିଗ ଯାଏ ୬୫୦ ଫୁଟ୍ ଥିବାବେଳେ ଉତ୍ତରରୁ ଦକ୍ଷିଣକୁ ଚଉଡ଼ା ୬୪୪ ଫୁଟ ଅଟେ। ଏହାର ଉଚ୍ଚତା ରହିଛି ୨୦ ଫୁଟ ଓ ପ୍ରସ୍ଥ ଅଟେ ୬ ଫୁଟ। କୁରୁମା ପାଚେରିର ଉଚ୍ଚତା ମେଘନାଦ ପାଚେରିର ଉଚ୍ଚତା ସହ ପ୍ରାୟ ସମାନ। ମାତ୍ର ଏହାର ମୋଟା ମେଘନାଦ ପ୍ରାଚୀରଠୁ କମ୍ ମାନେ ୫ ଫୁଟ୍। ମୂଳତଃ ରାଜା ଇନ୍ଦ୍ରଦ୍ୟୁମ୍ନ କେବଳ ଶ୍ରୀମନ୍ଦିରର ହିଁ ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ରାଜା ଓ ଶାସକମାନେ ମେଘନାଦ ପ୍ରାଚୀର, ମୁଖଶାଳା, ନାଟ ମଣ୍ଡପ ଓ ଅନ୍ୟ ସମ୍ପତ୍ତିକୁ ଶ୍ରୀ ମନ୍ଦିର ସହ ଜଡ଼ି ଥିଲେ।
ଅଭିଲେଖରେ ମେଘନାଦ ପାଚେରି
ଅଭିଲେଖ ଅନୁସାରେ ୧୧ ଶହ ଶତାବ୍ଦୀ ସମୟରେ ରାଜା ଚୋଡ଼ଗଙ୍ଗ ଦେବଙ୍କ ଶାସନ କାଳ ସମୟରେ ପୁରୀ ସହରକୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିବା ପାଇଁ ବହୁ ଗୁଡ଼ିଏ କୋଟା (କିଲ୍ଲା), ଦୁର୍ଗ ଓ ଜଗଘର (ବ୍ୟାୟାମ ଶାଳାର ନିର୍ମାଣ କରିଥିଲେ। ଆଉ ସେହି ସମୟରେ ମେଘନାଦ ପାଚେରି ର ନିର୍ମାଣ ହୋଇ ନ ଥିଲା। ଯାହା ଏବେ ଶ୍ରୀ ମନ୍ଦିରକୁ ଚାରି ପାର୍ଶ୍ବରୁ ଘେରି ରହିଛି। ଜାଗାଘର ଗୁଡ଼ିକର ଦାୟିତ୍ବରେ ଥିବା ଲୋକଙ୍କ କର୍ତ୍ତବ୍ୟ ଥିଲା ସେମାନେ ଶ୍ରୀ ମନ୍ଦିରକୁ କେମିତି ଶତ୍ରୁ କବଳରୁ ରକ୍ଷା କରିବେ। ବଳରାମ ଦାଶଙ୍କ ଲକ୍ଷ୍ମୀପୁରାଣରେ ଉଲ୍ଲେଖ ଅଛି ବରୁଣ , ସମୁଦ୍ରର ସ୍ବର ଓ ଗର୍ଜନରୁ ଶ୍ରୀ ମନ୍ଦିରକୁ ରକ୍ଷା କରିବା ପାଇଁ ଏହାର ନିର୍ମାଣ କରାଯାଇଥିଲା।
ନବୀନଙ୍କ ରୂପାନ୍ତରଣରେ ମେଘନାଦ
ମେଘନାଦ ପ୍ରାଚୀରକୁ ଲାଗିରହିଥିବା ନିର୍ମାଣ ଉଚ୍ଛେଦକୁ ନେଇ ଅନେକ କଳ୍ପନାଜଳ୍ପନା ମୁଣ୍ଡ ଟେକିଥିଲା। ମାତ୍ର ଶେଷରେ ନବୀନଙ୍କ ବିକାଶ ନକ୍ସାରେ ଏହା ସାମିଲ ହୋଇଥିଲା। ବିକାଶକୁ ବିରୋଧୀ ବି ସ୍ବାଗତ କରିଥିଲେ। ସେଦିନ ଥିଲା ୨୦୧୯ ମସିହା ୧୯ ତାରିଖ । ଭଙ୍ଗା ଯାଇଥିଲା ପାଚେରୀ କଡ଼ରେ ଥିବା ସରକାରୀ ଓ ବେସରକାରୀ କୋଠା। ଶ୍ରୀମନ୍ଦିର ସୁରକ୍ଷା ଓ ସୋନ୍ଦର୍ଯ୍ୟକରଣ ପାଇଁ ୭୫ ମିଟର ସୁରକ୍ଷା ଜୋନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଜମି ଅଧିଗ୍ରହଣ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜସ୍ବ ବିଭାଗ ଏହାର ସାମାଜିକ ପ୍ରଭାବ ନିର୍ଦ୍ଧାରଣ ବା ଏଏସ୍ଆଇ ସର୍ବେକ୍ଷଣ ପାଇଁ ଅଧି ସୂଚନା ପ୍ରକାଶ କରିଥିଲା। ପ୍ରାୟ ୧୫.୧୯୧ ଏକର ଜମି ଅଧିଗ୍ରହଣ ପାଇଁ ନିଷ୍ପତ୍ତି ହୋଇଥିଲା। ଯେଉଁଥିରେ ୧୨.୫୪୪୫ ଏକର ଜମି ଘରୋଇ ଓ ୨.୬୪୬୫ ଏକର ଜମି ସରକାରୀ ଜମି ଥିଲା। ଲୋକେ ମଧ୍ୟ ସ୍ୱେଚ୍ଛାକୃତ ଭାବରେ ଏହି କାର୍ଯ୍ୟରେ ଅକୁଣ୍ଠ ସାହାଯ୍ୟ କରିଥିଲେ। ରାଜ୍ୟ ସରକାର ଜମି ହରାଇଥିବା ଲୋକଙ୍କ ଥଇଥାନ ଓ ପୁନର୍ବାସ କରିଥିଲେ। ସଂପୃକ୍ତ ପରିବାର ଗୁଡ଼ିକର ଜମି ଓ ସେଥିରେ ନିର୍ମାଣ ହୋଇଥିବା କୋଟା ବାବଦରେ ୨ କୋଟି ୧୪ ଲକ୍ଷ ୮୩୫୦ ଟଙ୍କା ଡବଲ ହିସାବରେ ପ୍ରଦାନ କରିଛନ୍ତି। ଉକ୍ତ ପରିବାର ଗୁଡ଼ିକର ୨୦ ଜଣ ସଦସ୍ୟଙ୍କୁ ଥଇଥାନ ଓ ପୁନର୍ବାସ ଯୋଜନାରେ ଏକକାଳୀନ ସାହାଯ୍ୟ ରାଶି ୩୦ ଲକ୍ଷ ଲେଖାଏ ମୋଟ ୬ କୋଟି ଓ ଅଧିକ ୧୦ ପ୍ରତିଶତ ହିସାବରେ ମୋଟ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଯାହାର ମିଠା ଫଳସ୍ବରୂପ ସାରା ବିଶ୍ବ ଦେଖୁଛି ବିଶ୍ବ ଐତିହ୍ୟ ବହନ କରୁଥିବା ମେଘନାଦ ପାଚେରୀ। ଆସନ୍ତା ୧୭ ତାରିଖ ପରେ ସାରା ବିଶ୍ବ ଦେଖିବ ନବୀନଙ୍କ ବିକାଶ ନକ୍ସାର ପରିକ୍ରମା ପ୍ରକଳ୍ପ। ସବୁଦିନ ପାଇଁ ଇତିହାସର ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବବାସୀଙ୍କୁ ଏ ଭେଟି।
ବିଶ୍ବ ଦେଖିବ ମେଘନାଦ ପାଚେରି
ରାଜ୍ୟ ସରକରଙ୍କ ସହଯୋଗ ଓ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀ ମନ୍ଦିର ପ୍ରଶାସନର ସହାୟତା ବଳରେ ବିଶ୍ବ ଆଉ ଅଳ୍ପ ଦିନ ମଧ୍ୟରେ ନୂଆ ମେଘନାଦ ପାଚେରୀ ଦେଖିବ । ମନ୍ଦିର ଚତୁଃପାର୍ଶ୍ବରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଦିବ୍ୟ ଅନୁଭୂତି ପ୍ରଦାନ କରିବା ପାଇଁ ମେଘନାଦ ପ୍ରାଚୀରକୁ ଲାଗି ଥିବା ୭୫ ମିଟର ପରିଧିକୁ ବିକଶିତ କରାଯାଇଛି। ପାଚେରୀ ର ସୋନ୍ଦର୍ଯ୍ୟକରଣ କାମରେ ଖଣ୍ଡେ ଲାଇଟ୍ ପଥର, କୁଣ୍ଡ , କାଠ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଥିବା ବୃକ୍ଷର ବ୍ୟବହାର ହେଉଛି। ୮୦୦ କୋଟି ଟଙ୍କାର ରାଜ୍ୟ ସରକାରଙ୍କ ଏହି ପରିକ୍ରମା ପ୍ରକଳ୍ପରେ ମେଘନାଦ ପାଚେରୀ ସାମିଲ ହୋଇ ବିକଶିତ ହୋଇଛି। ଯାହା ବିଶ୍ବ ପାଇଁ ସୃଷ୍ଟି କରିବ ଏକ ସୂର୍ଣ୍ଣିମ ଅଧ୍ୟାୟ।
ସୁନୀଳାବ୍ଧିକୂଳେଽସିତାହାର୍ଯ୍ୟଚୂଳେ
ସୁରତ୍ନପ୍ରସୂତେ ସ୍ଥିତଂ ଧାମ୍ନି ପୂତେ
ସଭଦ୍ରାବଳାରିଂ ବିନଷ୍ଟାଖିଳାରିଂ
ସନାଦପ୍ରମେୟଂ ଜଗନ୍ନାଥମୀଡେ
ଦାରୁବ୍ରହ୍ମରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସନାତନ ଧର୍ମାବଲମ୍ବୀମାନଙ୍କର ପରମାରାଧ୍ୟ ଦେବତା ଓ ଅବତାରୀ ପୁରୁଷର ସାର୍ଥକ ବିଗ୍ରହ। ସେ ସର୍ବ ସମ୍ପ୍ରଦାୟ ମତବାଦ ସମନ୍ୱୟର ମହାନ ପ୍ରତୀକ। ସମଗ୍ର ଭାରତ ବର୍ଷରେ ପରମ ପବିତ୍ର ଶ୍ରୀପୁରୁଷୋତ୍ତମ କ୍ଷେତ୍ର କେବଳ ମୁଖ୍ୟତୀର୍ଥ ରୂପେ ନୁହେଁ, ପରଂବ୍ରହ୍ମରୂପୀ ଶ୍ରୀବିଗ୍ରହଙ୍କର ଶ୍ରୀମନ୍ଦିରରେ ଅବସ୍ଥିତ ଯୋଗୁଁ ଏକ ବିଶିଷ୍ଟ ପୁଣ୍ୟକ୍ଷେତ୍ର ରୂପେ ଅତ୍ୟନ୍ତ ସୁପରିଚିତ। ତେଣୁ ପ୍ରାଚୀନ ସମୟରୁ ଏଠାକୁ ଭାରତବର୍ଷର ବିଭିନ୍ନ ଅଞ୍ଚଳରୁ ବହୁ ପ୍ରସିଦ୍ଧ ସାଧକ, ଆଚାର୍ଯ୍ୟ, ସନ୍ଥ, ସାଧୁ, ପଣ୍ଡିତମାନେ ଏହି ପୁଣ୍ୟ କ୍ଷେତ୍ରରେ ସାମୟିକ ଅବସ୍ଥାନ କରୁଥିଲେ। ଆଦିଶଙ୍କର, ରାମାନୁଜ, ବଲ୍ଲଭାଚାର୍ଯ୍ୟ, ବିଷ୍ଣୁସ୍ୱାମୀ, ନାନକ, କବୀର, ଜୟଦେବ, ଶ୍ରୀଚୈତନ୍ୟ ଆଦି ବହୁ ଦର୍ଶକ ଶାସ୍ତ୍ରଜ୍ଞ ପଣ୍ଡିତମାନେ ବୈଦିକ ରୀତିରେ ନିଜ ନିଜର ଗବେଷଣାତ୍ମକ ମତବାଦ ସର୍ବସମ୍ମୁଖରେ ଉପସ୍ଥାପନା କରିବା ସଂଗେ ସଂଗେ ତାଙ୍କ ଶିଷ୍ୟ ଓ ପ୍ରଶିଷ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ମଠମାନ ସୃଷ୍ଟି କରିଥିଲେ। ଶ୍ରୀନୀଳାଚଳ ଧାମରେ ଦୀର୍ଘ ଏକହଜାର ବର୍ଷ ପୂର୍ବରୁ ଓଡ଼ିଶାର ଧର୍ମ ଓ ସଂସ୍କୃତିର ଇତିହାସରେ ଏହି ମଠମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଅଦ୍ୟାବଧି ସନାତନ ଧର୍ମର ବିଭିନ୍ନ ବୈଷ୍ଣବ ସମ୍ପ୍ରଦାୟମାନଙ୍କର ଶତାଧିକ ମଠ ଏହି ପରମ ପବିତ୍ର ଶ୍ରୀକ୍ଷେତ୍ରରେ ବିଦ୍ୟମାନ।
ପୁରୀ ଜିଲ୍ଲା ଗେଜେଟିୟରର ଉଲ୍ଲେଖ ପ୍ରକାରେ ଶ୍ରୀଜଗନ୍ନାଥ ଧାମରେ ଶତାଧିକ ମଠ ସ୍ଥାପନର ମୂଳ ଉଦ୍ଦେଶ୍ୟ ଥିଲା ହିନ୍ଦୁ ଧର୍ମ ତଥା ଜଗନ୍ନାଥ ଚେତନା ଦର୍ଶନର ପ୍ରଚାର ଓ ପ୍ରସାର, ଜଗନ୍ନାଥ ଦର୍ଶନ ପାଇଁ ବିଦେଶାଗତ ସାଧୁ, ସନ୍ନ୍ୟାସୀ, ତୀର୍ଥଯାତ୍ରୀଙ୍କ ପାଇଁ ଆଶ୍ରୟ ପ୍ରଦାନ, ଗରୀବ, ମେଧାବୀ ଛାତ୍ରମାନଙ୍କ ରହଣୀ ଓ ପ୍ରସାଦିର ସୁବନ୍ଦୋବସ୍ତ ଇତ୍ୟାଦି। ଏଥିରୁ ଅନୁମିତ ହୁଏ ଯେ, ତତ୍‌କାଳୀନ ଧର୍ମ, ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରସାର ଆଦି କାର୍ଯ୍ୟରେ ଏହି ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକ ସହାୟତା କରୁଥିଲେ। ଓଡ଼ିଶା ତଥା ଭାରତର ବିଭିନ୍ନ ଅଞ୍ଚଳରୁ ଭିନ୍ନ ଭିନ୍ନ ଭାଷାଭାଷୀ ବ୍ୟକ୍ତିମାନଙ୍କ ମଧ୍ୟରେ ସୁମ୍ପର୍କ ସ୍ଥାପନ ଦିଗରେ ଶ୍ରୀକ୍ଷେତ୍ର ଧାମରେ ଥିବା ମଠମାନଙ୍କର ମୁଖ୍ୟ ଭୂମିକା ରହିଥିଲା। ସାଧୁ, ସନ୍ଥ, ତୀର୍ଥଯାତ୍ରୀ ଉକ୍ରଳକୁ ଆଗମନ ପୂର୍ବକ ଶ୍ରୀକ୍ଷେତ୍ରସ୍ଥିତ ମଠମାନଙ୍କରେ ଉତ୍ତମ ଆତିଥେୟତା ଗ୍ରହଣ କରି ଉକ୍ରଳ ତଥା ଜଗନ୍ନାଥ କ୍ଷେତ୍ରର ଭୂୟସୀ ପ୍ରଶଂସା କରୁଥିଲେ।
‘ପ୍ରାଚୀନ ଉକ୍ରଳ’ ପୁସ୍ତକରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବଙ୍କ ସମୟରେ ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ଅନେକ ମଠ ସ୍ଥାପିତ ହୋଇଥିଲା। ଏମାନଙ୍କ ମଠାଧାରୀମାନେ ପରମେଶ୍ୱରଙ୍କ ଭୋଗ ନିଯୋଗ ଯାତ୍ରୀମାନଙ୍କ କଥା ବୁଝିବା ଦାୟିତ୍ୱ ନ୍ୟସ୍ତ ଥିଲା। ସନ୍ନ୍ୟାସୀ ୫୨ ମଠ ମଧ୍ୟରେ ଆନ୍ଧ୍ରର୧୨ , ମହାରାଷ୍ଟ୍ରର ୮, ଦ୍ରାବିଡ଼ ୮, କନୌଜ ୫, ହେଙ୍ଗୁଳ ୩, ଓଡ଼ିଆ ୧୪, ଗୌଡ଼ୀୟ ୫, ଏକାଦଶୀ ୩, ମନୋଦଣ୍ଡୀ ୧୫, ତ୍ରିଦଣ୍ଡୀ ୭ ମଠ ରହିଥିଲା। ପରବର୍ତ୍ତୀ ସମୟରେ ଅନେକ ମଠ ସ୍ଥାପିତ ହୋଇ ଏହା ଶତାଧିକରେ ପହଞ୍ଚିଥିଲା।
ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ମଠମାନଙ୍କ ମଧ୍ୟରେ ଶ୍ରୀଶଙ୍କର ସମ୍ପ୍ରଦାୟର ଗୋବର୍ଦ୍ଧନ ମଠ, ଶଙ୍କରାନନ୍ଦ, ଗୋପାଳତୀର୍ଥ, ଶିବତୀର୍ଥ, ମହୀପ୍ରକାଶ ମଠ ଇତ୍ୟାଦି ଅନ୍ୟତମ। ସେହିପରି ଶ୍ରୀରାମାନୁଜ ସମ୍ପ୍ରଦାୟର ଏମାର, ରାଘବ ଦାସ, ଉତ୍ତରପାଶ୍ୱର୍, ଦକ୍ଷିଣ ପାଶ୍ୱର୍, ରେବାସା, କଟକୀ, ଭେଙ୍କଟାଚାରୀ, ପଣ୍ଡିତ, ସିଦ୍ଧ, ଜିୟରସ୍ୱାମୀ, ସମାଧି, ତ୍ରିମାଳୀ ମଠ। ଶ୍ରୀରାମାନନ୍ଦୀୀ ସମ୍ପ୍ରଦାୟର ବଡ଼ଛତା, ଛାଉଣୀ, ବଳରାମ କୋଟ, ସାନଛତା, ପାପୁଡ଼ିଆ, ବଳଗଣ୍ଡିଛତା, ଦଶାବତାର, କାପୁଡ଼ିଆ, ଘୁମୁସର, ନୂଆ ସୁନ୍ଦରରାମ, ନେବଳ ଦାସ, ବଡ଼ସନ୍ଥ, କୌଶଲ୍ୟା ଦାସ, ପଞ୍ଜାବୀ, ଜେଜେରାମ, ପୁରୁଣାନହର ଛତା ମଠ ଆଦି ଅନ୍ୟତମ। ପଞ୍ଚ ରାମାନନ୍ଦୀ ସମ୍ପ୍ରଦାୟର ଦିଗମ୍ବର ଆଖେଡ଼ା (ବଡ଼ଆଖେଡ଼ା), ନିର୍ମୋହୀ ଆଖେଡ଼ା, ହାତୀ ଆଖେଡ଼ା, ବାଘ ଆଖେଡ଼ା, ଖାକୀ ଆଖେଡ଼ା; ନିମ୍ବାର୍କ ସମ୍ପ୍ରଦାୟର ଶ୍ରୀରାଧାବଲ୍ଲଭ ମଠ, ରାମଜୀ, ଚିକିଟି, ଦୁଃଖିଶ୍ୟାମଛତା; ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟର ଶ୍ରୀଜଗନ୍ନାଥବଲ୍ଲଭ ମଠ, ଶ୍ରୀବିଷ୍ଣୁସ୍ୱାମୀ ଆଖେଡ଼ା; ବ୍ରହ୍ମ ମାଧ୍ୱ ଗୌରେଶ୍ୱର (ଗୌଡ଼ୀୟ) ସମ୍ପ୍ରଦାୟର ଶ୍ରୀରାଧାକାନ୍ତ ମଠ, ସିଦ୍ଧବକୁଳ ମଠ, ଗଙ୍ଗାମାତା ମଠ, କୁଞ୍ଜ, ସାନତରଳା, ବଡ଼ତରଳା, ରାଣୀ, ହରିଦାସ ଠାକୁର ସମାଧି ମଠ, ରାଧାଶ୍ୟାମ, ଗୋପାଳ ଜୀଉ, ରାଧାକିଶୋର ଜୀଉ, ଖଜୁରିଆ, କଣାସ, ସାତାସନ, ବିଶାଖା, ନନ୍ଦିନୀ, ହାବେଳୀ, ନାଗା, ସୁରଙ୍ଗୀ, ସଚ୍ଚୀନନ୍ଦନ ଦାସ, ପୌଣ୍ଣମାସୀ, ଗୋପାଳ ଗୋସାଇଁ ମଠ ଆଦି ଅନ୍ତର୍ଭୁକ୍ତ। ଅତିବଡ଼ି ସମ୍ପ୍ରଦାୟର ବଡ଼ ଓଡ଼ିଆ ମଠ, ସାତଲହଡ଼ି ମଠ, ପଦ୍ମଚରଣ ଦାସ, ଅନନ୍ତ ସମ୍ପ୍ରଦାୟର ହାତୀଗୁରୁଦେବ ମଠ, କବୀର ସମ୍ପ୍ରଦାୟର କବୀର ଚୌରାମଠ, ଉଦାସୀନ ସମ୍ପ୍ରଦାୟର ବାଉଳି ମଠ, ମଙ୍ଗ ମଠ, ସ୍ମାର୍ତ୍ତ ସମ୍ପ୍ରଦାୟର ଦର୍ପ ନାରାୟଣ ମଠ, ସୁନା ଗୋସ୍ୱାମୀ ମଠ, ଦଶନାମୀ ସମ୍ପ୍ରଦାୟର ଲକ୍ଷ୍ମୀଭଦ୍ର (ଲଙ୍ଗୁଳି) ମଠ, ମାଧବାଚାର୍ଯ୍ୟ ସମ୍ପ୍ରଦାୟର ସିଦ୍ଧ ବ୍ରହ୍ମଚାରୀ ମଠ, ବଲ୍ଲଭାଚାର୍ଯ୍ୟ ସମ୍ପ୍ରଦାୟର ମହାପ୍ରଭୁଜୀକୀ ବୈଠକ, ଉକ୍ରଳୀୟ ବୈଷ୍ଣବ ସମ୍ପ୍ରଦାୟର ଶିଶୁ ମଠ ଇତ୍ୟାଦି ଉଲ୍ଲେଖନୀୟ ଅଟେ।
ଐତିହାସିକମାନଙ୍କ ମତାନୁଯାୟୀ, ଶ୍ରୀକ୍ଷେତ୍ର ଧାମରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରଥମେ ଗୋବର୍ଦ୍ଧନ ମଠ ପ୍ରତିଷ୍ଠିତ ହୋଇଥିଲା। ଏହି ମଠ ବା ପୀଠର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ ପଦ୍ମପାଦାଚାର୍ଯ୍ୟ। ଏହା ପୂର୍ବରୁ ପୁରୁଷୋତ୍ତମ କ୍ଷେତ୍ରରେ କେତେକ ପ୍ରାଚୀନ ଆଶ୍ରମ ଯଥା କଣ୍ଡୁ, ଭୃଗୁ, ମାର୍କଣ୍ଡେୟ, ଅଙ୍ଗୀରା ଆଶ୍ରମ ଆଦି ପ୍ରତିଷ୍ଠିତ ହୋଇଥିବା ଜଣାଯାଏ। ଶଙ୍କରାଚାର୍ଯ୍ୟଙ୍କ ପରେ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ଆଚାର୍ଯ୍ୟ ରାମାନୁଜ ଶ୍ରୀକ୍ଷେତ୍ରରେ ଅବସ୍ଥାନ ପୂର୍ବକ ଶ୍ରୀମନ୍ଦିରରେ ଶ୍ରୀଲକ୍ଷ୍ମୀ ପୂଜାର ପ୍ରଚଳନ କରାଇବା ସଂଗେ ସଂଗେ ଶ୍ରୀସମ୍ପ୍ରଦାୟର ପ୍ରଚାର କରିଥିଲେ। ସେହି ସମୟରେ ସ୍ୱର୍ଗଦ୍ୱାର ନିକଟରେ ‘ରାମାନୁଜ କୋଟ’ ନାମରେ ଏକ ମଠ ସ୍ଥାପିତ ହୋଇଥିଲା। ପରେ ତାଙ୍କ ପ୍ରିୟ ଶିଷ୍ୟମାନଙ୍କ ଦ୍ୱାରା ରାମାନୁଜ ଓ ରାମାନନ୍ଦୀ ସମ୍ପ୍ରଦାୟର କେତେକ ମଠ ଶ୍ରୀକ୍ଷେତ୍ରରେ ସ୍ଥାପିତ ହୋଇଥିଲା।
ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଅନ୍ୟାନ୍ୟ ମଠ ସମେତ ରାଧାକାନ୍ତ, ବଡ଼ ଓଡ଼ିଆ, ସାତ ଲହଡ଼ି ଇତ୍ୟାଦି ମଠ ଶ୍ରୀଚୈତନ୍ୟ, ଅତିବଡ଼ି ଜଗନ୍ନାଥ ଦାସଙ୍କ ଭଳି ମହାମନୀଷୀଙ୍କ ଦ୍ୱାରା ସ୍ଥାପିତ ହୋଇଥିବାର ପ୍ରମାଣ ମିଳୁଛି। ବିଶେଷକରି ଓଡ଼ିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସ ବଡ଼ ଓଡ଼ିଆ ମଠରେ ଅବସ୍ଥାନ କରି ଓଡ଼ିଶାର ସାହିତ୍ୟ, ଧର୍ମ, ସଂସ୍କୃତିର ପ୍ରଚାରରେ ନିମଗ୍ନ ରହିଥିଲେ। ସେହିପରି କବି ଜୟଦେବ ଶ୍ରୀମନ୍ଦିର ସମ୍ମୁଖସ୍ଥିତ ବର୍ତ୍ତମାନର ରାଧାବଲ୍ଲଭ ମଠ ବିଜେସ୍ଥଳୀରେ ସାମୟିକ ଅବସ୍ଥାନ କରିଥିବାର ଜନଶ୍ରୁତି ରହିଛି। ଭୋଇ ବଂଶର ରାଜାମାନଙ୍କ ପୃଷ୍ଠପୋଷକତାରେ ସପ୍ତଦଶ ଶତାବ୍ଦୀଠାରୁ ଅଷ୍ଟାଦଶ ଶତାବ୍ଦୀ ଶେଷ ଭାଗ ମଧ୍ୟରେ ଅନେକ ନୂତନ ମଠ ସ୍ଥାପିତ ହୋଇ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି, ସେବାପୂଜା ଓ ଯାନିଯାତ୍ରାଦି ସହିତ ସଂଶ୍ଳିଷ୍ଟ ହୋଇଥିବାର ଜଣାଯାଏ। ତଦାନନ୍ତୀନ ରାଜା, ମହାରାଜା, ଜମିଦାର, ମରହଟ୍ଟା ଶାସନର ଉଚ୍ଚ ପଦାଧିକାରୀମାନେ ସେମାନଙ୍କ ପ୍ରଚଣ୍ଡ ଜ୍ଞାନ, ପାଣ୍ଡିତ୍ୟ ଓ ଧର୍ମ ପ୍ରଚାରରେ ବିମୁଗ୍ଧ ହୋଇ ବହୁ ପରିମାଣରେ ଅମୃତ ମଣୋହି ସମ୍ପତ୍ତି ତାହାଙ୍କ ମାରଫତରେ ଦାନ କରିଥିଲେ। ଏହିପରି ମଠାନୁଷ୍ଠାନଗୁଡ଼ିକ କ୍ରମେ କ୍ରମେ ସମ୍ପତ୍ତିଶାଳୀ ଓ ସମୃଦ୍ଧିଶାଳୀ ହୋଇଥିଲା।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉପାସନାରେ ବିଭିନ୍ନ ମଠାନୁଷ୍ଠାନ ସ୍ୱତନ୍ତ୍ର ଭାବେ ଅଂଶ ଗ୍ରହଣ କରିଥିବାର ପରମ୍ପରା ବହୁ ପ୍ରାଚୀନ ସମୟରୁ ଚାଲି ଆସୁଅଛି। ଶ୍ରୀଜଗନ୍ନାଥ ମନ୍ଦିର ସ୍ୱତ୍ତ୍ୱଲିପିରୁ ସଂଗୃହୀତ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିର ରୋଷଶାଳାରେ ତତ୍‌କାଳୀନ ଗଜପତି ମହାରାଜାମାନଙ୍କ ସମୟରେ ମୋଟ୍‌ ୮୯ ଗୋଟି ଚୁଲି ବିଭିନ୍ନ ମଠ ମାରଫତରେ ରହିଥିଲା। ଏପରିକି ଶ୍ରୀମନ୍ଦିର ପରିସରରେ କେତେକ ମଠକୁ ସରଘର, ରାଧାବଲ୍ଲଭ ମନ୍ଦିର, ପାଦପଦ୍ମ ସେବା ଇତ୍ୟାଦି ମିଳିଥିବା ଜଣାଯାଏ। ସେହିପରି କେତେକ ନିର୍ଦ୍ଦିଷ୍ଟ ମଠର ମଠାଧୀଶମାନଙ୍କୁ ଶ୍ରୀମନ୍ଦିରରେ ଶାଢ଼ୀ ବନ୍ଧାଯାଇ ସେବା କରିବାର ଅନୁମତି ଦିଆଯିବାର ପରମ୍ପରା ରହିଛି।
ଶ୍ରୀମନ୍ଦିରର ଆଧ୍ୟାତ୍ମିକ ଚେତନାର ଏକ ମୁଖ୍ୟ ଅଙ୍ଗ ରୂପେ ମଠଗୁଡ଼ିକ ପରିଗଣିତ ହେଉଥିଲେ। ମଠାଧୀଶମାନେ ତାଙ୍କର ପବିତ୍ର ଜୀବନଯାପନ ସମେତ ବ୍ରହ୍ମଚର୍ଯ୍ୟ ଧାରଣ, ଶାସ୍ତ୍ରାଲୋଚନା, ଧର୍ମୋପଦେଶ, ଦେବସେବା ଯୋଗୁଁ ସମାଜରେ ଆଦର୍ଶ ଗୁରୁ ରୂପେ ଅଭିହିତ ହେଉଥିଲେ। ମଠ ସଂସ୍କୃତି ଯୋଗୁଁ ସନାତନ ଧର୍ମ ଓ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ସମ୍ଭବ ହୋଇପାରିଛି।
୧୭ ମଠର ସୌନ୍ଦର୍ଯ୍ୟକରଣ
ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌ଘାଟନ ପୂର୍ବରୁ ଏହା ପରିସରସ୍ଥ ୧୭ଟି ମଠ ମଙ୍ଗୁ ମଠ, ଛାଉଣୀ ମଠ, ବଡ଼ଛତା ମଠ, ଲଙ୍ଗୁଳି ମଠ, ନରସିଂହ ଆଚାରି ମଠ, ବଡ଼ ଆଖଡା ମଠ, ଉତ୍ତର ପାଶ୍ୱର୍ ମଠ, ଦକ୍ଷିଣ ପାଶ୍ୱର୍ ମଠ, ରେବେସା ମଠ, ତ୍ରିମାଳୀ ମଠ, ତୋରାଣୀ ଛତ୍ର ମଠ, ପଞ୍ଜାବୀ ମଠ, ରାଧାବଲ୍ଲଭୀ ମଠ, କଟକୀ ମଠ, ସାନଝାଡୁ ମଠ, ବଳରାମ କୋଟ, ଶଙ୍ଖଚକ୍ର ମଠର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣକୁ ପୂର୍ଣ୍ଣାଙ୍ଗ ରୂପ ଦେବା ଲାଗି କାମ ଆଗେଇ ଚାଲିଛି। ଏହାଛଡା କପାଳମୋଚନ ମନ୍ଦିର, ଭଗବତୀ ଓ ବୁଢୀ ମା’ ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯାଉଛି। ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ଏହି କାମ ହେଉଛି ।
ବିଶ୍ୱ ଦେଖିବ ଉତ୍କଳୀୟ କଳା-ସ୍ଥାପତ୍ୟ
ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ୧୭ ତାରିଖରେ ଭବ୍ୟ ଲୋକାର୍ପଣ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଯାହା କିଛି କାମ ବାକି ଅଛି, ତାକୁ ଶେଷ କରିବା ଲାଗି ଦିନରାତି ଏକ କରିଦେଇଛନ୍ତି ଶ୍ରମିକ, ତତ୍ୱାବଧାରକ। ପରିକ୍ରମା ପ୍ରକଳ୍ପ ସହ ଜଡ଼ିତ ପ୍ରତ୍ୟେକ କାର୍ଯ୍ୟକୁ ଅତି ନିଖୁଣତାର ସହ ସମ୍ପନ୍ନ କରାଯାଉଛି। ପ୍ରକଳ୍ପ ପରିସରରେ ଥିବା ବିଭିନ୍ନ ମଠ ଏବଂ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାମ ଜାରି ରହିଛି। ଉତ୍କଳୀୟ କଳା, ସଂସ୍କୃତି ଓ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଝଲସିବ ଏହି ମଠ ଓ ମନ୍ଦିର। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ଲକ୍ଷ୍ୟରେ ଦ୍ରୁତଗତିରେ ଚାଲିଛି କାମ। ବଡ଼ଦେଉଳ ଚତୁଃପାଶ୍ୱର୍କୁ ଦିଆଯାଉଛି ନୂଆରୂପ ।
ମହାପ୍ରଭୁଙ୍କ ଉପାସନାରେ ମଠ
ବିଭିନ୍ନ ବୈଷ୍ଣବ ସମ୍ପ୍ରଦାୟର ଶତାଧିକ ମଠ ଏହି ପରମ ପବିତ୍ର ଶ୍ରୀକ୍ଷେତ୍ରରେ ବିଦ୍ୟମାନ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉପାସନାରେ ବିଭିନ୍ନ ମଠାନୁଷ୍ଠାନ ସ୍ୱତନ୍ତ୍ର ଭାବେ ଅଂଶଗ୍ରହଣ କରିଥିବାର ପରମ୍ପରା ବହୁ ପ୍ରାଚୀନ ସମୟରୁ ଚାଲିଆସୁଅଛି । ତନ୍ମଧ୍ୟରେ ଶ୍ରୀମନ୍ଦିରର ଅଣସର ପିଣ୍ଡି, ଜଗମୋହନ ଓ ନାଟମଣ୍ଡପକୁ ପ୍ରତ୍ୟହ ମାର୍ଜନ କରିବା ସେବା, ରଥଯାତ୍ରା ସମୟରେ ରତ୍ନସିଂହାସନ ମାର୍ଜନା, ତ୍ରିମୁଣ୍ଡି ଚାନ୍ଦୁଆ ଯୋଗାଇବା, ଦୈନିକ ମହାପ୍ରଭୁମାନଙ୍କ ଧୂପ ପୂଜା ସମୟରେ ଉପଚାର, ଚାମର ଓ ଆଲଟ ସେବା, ଅବକାଶ ସମୟରେ ମଶାଲ ଯୋଗାଇବା, ବଲ୍ଲଭ ସାମଗ୍ରୀ, ଖଟଣୀ ଭୋଗ କରାଇବା, ବିଭିନ୍ନ ପର୍ବପର୍ବାଣିରେ ଅନୁଷ୍ଠିତ ବେଶ ସାମଗ୍ରୀ ଯଥା ପଦ୍ମବେଶ, ଗଜାନନ ବେଶ, ନବାଙ୍କ ବେଶ ଯୋଗାଇବା, ମହନଭୋଗ କରାଇବା, ପନ୍ତୀ ଭୋଗ ଓ ଅନ୍ୟାନ୍ୟ ସେବା ପ୍ରଦାନ ଇତ୍ୟାଦି ଅନ୍ୟତମ ।
ଜଗନ୍ନାଥ ସଂସ୍କୃତି, ପରମ୍ପରାକୁ ଗୁରୁତ୍ୱ
ମଠଗୁଡ଼ିକର ଶହ ଶହ ବର୍ଷର ପୁରୁଣା ପ୍ଲାଷ୍ଟର ଛଡାଯାଇ ନୂଆ ଖଣ୍ଡେଲାଇଟ୍‌ ପଥର ଲଗାଯାଉଛି । ପ୍ରକଳ୍ପ ବାହାରେ ବିଭିନ୍ନ ସାଇଜରେ ପଥରକୁ ପ୍ରଥମେ କଟାଯାଉଛି । ପରେ ଶିଳ୍ପୀମାନେ ଲାଗିବାକୁ ଥିବା ସ୍ଥାନକୁ ଦେଖି ଏହାକୁ ବିଭିନ୍ନ ଆକୃତି ଦେଇ ଲଗାଉଛନ୍ତି । ଏଥିସହ ପଥରର ସିଂହ ମୂର୍ତ୍ତି, ଖଣ୍ଡେଲାଇଟ ପଥର ଚଟାଣ, ପ୍ରବେଶ ପଥ ଦ୍ୱାରକୁ ବର୍ମାଟିକ କାଠରେ ଆକର୍ଷଣୀୟ ଭାବେ ଲଗାଯାଉଛି । ସେହିପରି ମଠଗୁଡ଼ିକର ଯେଉଁଠି ଦୁର୍ବଳ ସ୍ଥାନ ରହିଛି ତାହାର ମଧ୍ୟ ମରାମତି କରାଯାଇ ସୁଦୃଢ଼ କରାଯାଉଛି । କଳିଙ୍ଗ ସ୍ଥାପତ୍ୟ ଶୈଳୀ ଏବଂ ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଉପରେ ଆଧାରିତ ଡିଜାଇନ ଅନୁସାରେ ନବୀକରଣ କାର୍ଯ୍ୟ ଚାଲିଛି । ଏହି ସୌନ୍ଦର୍ଯ୍ୟକରଣ କାମ ଶେଷ ହେଲେ ମଠଗୁଡିକ ଅତ୍ୟନ୍ତ ସୁନ୍ଦର ଦେଖାଯିବା ସହ ପରିକ୍ରମା ପ୍ରକଳ୍ପର ଶୋଭା ବର୍ଦ୍ଧନ କରିବ । ଏହାଦ୍ୱାରା ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ନୂଆ ଅନୁଭୂତି ପାଇବେ। ଅପରପକ୍ଷେ ଠିକଣା ସମୟରେ ଯେପରି କାମ ସରିବ ସେଥିପାଇଁ ବିଭିନ୍ନ ସମୟରେ ଅଧିକାରୀମାନେ ବୁଲି ଅନୁଧ୍ୟାନ କରୁଛନ୍ତି । ‘୫-ଟି’ ତଥା ‘ମୋ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅନେକଥର ମଠ ପୁନରୁଦ୍ଧାର କାମ ବୁଲି ଦେଖିଛନ୍ତି । ଏହି ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାମ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ନିର୍ମାଣକାରୀ ସଂସ୍ଥା ଓବିସିସି ଦ୍ରୁତଗତିରେ କାମ ଚଳାଇଛି ।
‘ପରିକ୍ରମା’ ଶୋଭା ବଢ଼ାଇବ ମଠ: ମହନ୍ତ ରାମାନୁଜ
ଏ ସମ୍ପର୍କରେ ଉତ୍ତର ପାଶ୍ୱର୍ ମଠ ମହନ୍ତ ନାରାୟଣ ରାମାନୁଜ ଦାସ କହିଛନ୍ତି, ମହାପ୍ରଭୁଙ୍କ କାମ ପାଇଁ ଆମେ ମଠ ଜାଗା ପ୍ରଦାନ କରିଛୁ । ପରିକ୍ରମା ପ୍ରକଳ୍ପ ମଧ୍ୟରେ ଥିବା ମଠଗୁଡ଼ିକର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏହା ସମ୍ପୂର୍ଣ୍ଣ ହେଲେ ମଠଗୁଡ଼ିକ ନୂଆରୂପରେ ଝଲସିବ । ଏଥିସହ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ମଠ ସଂସ୍କୃତିକୁ ନେଇ ସେମାନେ ନୂଆ ଅନୁଭୂତି ସାଉଣ୍ଟିବେ ବୋଲି ମହନ୍ତ ଶ୍ରୀ ଦାସ ମତ ଦେଇଛନ୍ତି । ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମଠଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇ ଦ୍ରୁତଗତିରେ କାମ ଚାଲିଛି । ମଠଗୁଡ଼ିକର ଉନ୍ନତିକରଣ ସମ୍ପୂର୍ଣ୍ଣ ହେଲେ ପରିକ୍ରମା ପ୍ରକଳ୍ପର ଶୋଭା ଆହୁରି ବୃଦ୍ଧି ପାଇବ ।
ପ୍ରତିଶ୍ରୁତି ପୂରା କରୁଛନ୍ତି ରାଜ୍ୟ ସରକାର
ମେଘନାଦ ପାଚେରି କଡରୁ ୭୫ ମିଟର ପରିଧି ମଧ୍ୟରେ ତିଆରି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରକଳ୍ପ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ବଡ଼ଦେଉଳ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଭକ୍ତଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପ ଲାଗି ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଅନେକ ମଠ ଏବଂ ମନ୍ଦିରର ଜମି ଅଧିଗ୍ରହଣ ହୋଇଥିଲା । ପ୍ରାୟ ୧୭ଟି ମଠ ଓ ମନ୍ଦିରର ବିଜେସ୍ଥଳୀକୁ ସୁରକ୍ଷିତ ରଖି ଅନ୍ୟକାର୍ଯ୍ୟରେ ବ୍ୟବହୃତ ଓ ଅବ୍ୟବହୃତ ଅଂଶକୁ ଉଚ୍ଛେଦ କରାଯାଇଥିଲା। ଏହା ସହିତ ଏହି ମଠ, ମନ୍ଦିର ଜମିକୁ ଅଧିଗ୍ରହଣ କରିବା ବେଳେ ଏ ସବୁର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ସରକାରଙ୍କ ଘୋଷଣା ଏବେ କାର୍ଯ୍ୟକାରୀ ହୋଇଛି। ସେହି ଧାର୍ମିକ ପୀଠଗୁଡ଼ିକୁ ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ କରୁଛନ୍ତି ସରକାର । ଯେଉଁଥିପାଇଁ ପ୍ରକଳ୍ପ ପରିସର ମଠ ଏବଂ ମନ୍ଦିରର ପୁନରୁଦ୍ଧାର କାମ ଜାରି ରହିଛି ।
ଶ୍ରୀକ୍ଷେତ୍ରରେ ମଠ କାହିଁକି?
ଦାରୁବ୍ରହ୍ମରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସନାତନ ଧର୍ମାବଲମ୍ବୀଙ୍କର ପରମ ଆରାଧ୍ୟ ଦେବତା । ସେ ସର୍ବ ସମ୍ପ୍ରଦାୟ ମତବାଦ ସମନ୍ୱୟର ମହାନ୍‌ ପ୍ରତୀକ । ପରମ ପାବନ ଭୂତି ଶ୍ରୀକ୍ଷେତ୍ର କେବଳ ମୁଖ୍ୟତୀର୍ଥ ରୂପେ ନୁହେଁ, ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀ ବଡ଼ଦେଉଳ ଯୋଗୁ ପୁଣ୍ୟକ୍ଷେତ୍ର ରୂପେ ସୁପରିଚିତ । ତେଣୁ ଅତ୍ୟନ୍ତ ପ୍ରାଚୀନ ସମୟରୁ ଏଠାକୁ ଭାରତ ବର୍ଷର ବିଭିନ୍ନ ଅଞ୍ଚଳରୁ ବହୁ ପ୍ରସିଦ୍ଧ ସାଧକ, ଆଚାର୍ଯ୍ୟ, ସନ୍ଥ, ସାଧୁ, ପଣ୍ଡିତମାନଙ୍କର ଆଗମନ ପୂର୍ବକ ଏହି ପୁଣ୍ୟ କ୍ଷେତ୍ରରେ ସାମୟିକ ଅବସ୍ଥାନ କରୁଥିଲେ । ଆଦିଶଙ୍କର, ରାମାନୁଜ, ବଲ୍ଲଭାଚାର୍ଯ୍ୟ, ବିଷ୍ଣୁସ୍ୱାମୀ, ନାନକ, କବୀର, ଜୟଦେବ, ଶ୍ରୀଚୈତନ୍ୟ ଆଦି ବହୁ ଦର୍ଶନ ଶାସ୍ତ୍ରଜ୍ଞ ପଣ୍ଡିତମାନେ ବୈଦିକ ରୀତିରେ ନିଜ ନିଜର ଗବେଷଣାତ୍ମକ ମତବାଦ ସର୍ବ ସମ୍ମୁଖରେ ଉପସ୍ଥାପନା କରିବା ସଙ୍ଗେ ସଙ୍ଗେ ତାଙ୍କର ଶିଷ୍ୟ ଓ ପ୍ରଶିଷ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ମଠ ମାନ ସୃଷ୍ଟି କରିଥିଲେ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରାଯାଇଛି । ଶଙ୍କରାଚାର୍ଯ୍ୟଙ୍କୁ ଛତିଶଗଡ଼ ରାୟପୁରରେ ନିମନ୍ତ୍ରଣ କରିଛନ୍ତି ଗଜପତି ମହାରାଜ । ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ ଜଣାଇଛନ୍ତି ପୁରୀ ଗଜପତି । ଆସନ୍ତା ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ଭବ୍ୟ ଆୟୋଜନ ହେଉଛି । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାର ଶହ ଶହ ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରାଯିବା ସହିତ ପ୍ରମୁଖ ଧାର୍ମିକସ୍ଥଳୀର ଦେବଦେବୀ ଓ ଶ୍ରୀଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରାଯାଇଛି  । ଆଜି ରାୟପୁରରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଲୋକାର୍ପଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି ପୁରୀ ଗଜପତି ମହାରାଜ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ପ୍ରଦର୍ଶିତ ହେବ ମହାପ୍ରଭୁଙ୍କ ବେଶ ଓ ଲୀଳା
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ମହାପ୍ରଭୁଙ୍କ ବେଶ, ଲୀଳା, ଦୈନନ୍ଦିନ ବ୍ୟବହାର କରୁଥିବା ସାମଗ୍ରୀ, ଶ୍ରୀମନ୍ଦିରରେ ବ୍ୟବହୃତ ହାଣ୍ଡିକୁଡ଼ୁଆ ଏବଂ ରଥ ନିର୍ମାଣ ସମ୍ପର୍କରେ ଶ୍ରଦ୍ଧାଳୁଙ୍କୁ ଅବଗତ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଦର୍ଶିତ ହେବାକୁ ଥିବା ଠାକୁରଙ୍କର ବିଭିନ୍ନ ବେଶ, ଲୀଳା, ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଲାଗି କମିଟିମାନ ଗଢ଼ା ଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀକୁ ଆସିଥିବା ଅଧିକାରୀ ବିନୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପ୍ରମୁଖଙ୍କୁ ନେଇ ଭିନ୍ନଭିନ୍ନ କମିଟି ଗଠନ କରାଯାଇଛି। ଆଲୋଚନା ଅନୁଯାୟୀ, ଲୋକାର୍ପଣ ଉତ୍ସବ ଅବସରରେ ଜଗନ୍ନାଥ ବଲ୍ଲଭ ପରିସରରେ ବିଭିନ୍ନ ପ୍ରଦର୍ଶନୀ କରାଯିବ। ମହାପ୍ରଭୁଙ୍କ ବିଭିନ୍ନ ଲୀଳାକୁ ବାହାରୁ ଆସୁଥିବା ନିମନ୍ତ୍ରିତ ଅତିଥି ଓ ଭକ୍ତ ଦେଖିପାରିବେ। ମହାପ୍ରଭୁଙ୍କର ଅନେକ ଭକ୍ତ ଯେପରିକି ଭକ୍ତ ସାଲବେଗ, ଦାସିଆବାଉରୀ ପ୍ରମୁଖ ରହିଛନ୍ତି, ଯେଉଁମାନଙ୍କ ପାଇଁ ମହାପ୍ରଭୁ ନିଜେ ଅଲୌକିକତା ଦେଖାଇଛନ୍ତି। ଏ ସବୁର ପ୍ରଦର୍ଶନ କରାଯିବ। ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୈନନ୍ଦିନ ନୀତିରେ ବ୍ୟବହୃତ ହେଉଥିବା ଜିନିଷାଦି ଯେପରିକି ଥାଳି, ଘଣ୍ଟି, ଗଡ଼ୁ, ଦର୍ପଣ ଇତ୍ୟାଦି ମଧ୍ୟ ପ୍ରଦର୍ଶିତ ହେବ। ମହାପ୍ରଭୁ ଦୈନନ୍ଦିନ ବିଭିନ୍ନ ପ୍ରକାର ବସ୍ତ୍ର ପରିଧାନ କରନ୍ତି। ସେହିପରି ଶ୍ରୀମନ୍ଦିରରେ ବ୍ୟବହୃତ ହାଣ୍ଡି, କୁଡ଼ୁଆ, ରଥ ନିର୍ମାଣ; ଏସବୁ ବିଷୟରେ ଯେପରି ବାହାରୁ ଆସୁଥିବା ସନ୍ଥ, ବିଦ୍ୱାନ, ବିଶିଷ୍ଟ ବ୍ୟକ୍ତି ଏବଂ ଶ୍ରଦ୍ଧାଳୁ ଅବଗତ ହେବେ, ସେ ସବୁକୁ ପ୍ରଦର୍ଶନ ପାଇଁ ଯୋଜନା ରହିଛି। କିନ୍ତୁ ଠାକୁରଙ୍କର କୌଣସି ଗୋପନୀୟ ଜିନିଷ ପ୍ରଦର୍ଶନ କରାଯିବ ନାହିଁ। ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦେଲେ ସେବାୟତ
ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୭ ତାରିଖରେ ଓଡ଼ିଶା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେବ ସ୍ୱର୍ଣ୍ଣିମ ଫର୍ଦ୍ଦ। ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ। ଏଥିପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଧାର୍ମିକ କାର୍ଯ୍ୟରେ ସାରା ଦେଶକୁ ସାମିଲ କରିବା ନିମନ୍ତେ ଖସଡ଼ା ପ୍ରସ୍ତୁତ ହୋଇଛି। ଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମର ପୀଠାଧୀଶ୍ୱର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇ ସାରିଛି। ଆଜି ସକାଳୁ ନିମନ୍ତ୍ରଣ ବାର୍ତ୍ତା ଓ ପତ୍ର ନେଇ ଏକ ଟିମ୍‌ ପ୍ରଥମେ ଏକାମ୍ର କ୍ଷେତ୍ରାଧିପତି ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ଭୁବନେଶ୍ୱରରେ ପହଞ୍ଚିଥିଲେ। ଆଜି ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଭୁ ଲିଙ୍ଗରାଜଙ୍କୁ ଦିଆଯାଇଛି। ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ସେବାୟତ ପ୍ରତିନିଧି ଟିମ୍ । ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଗୋଟେ ଚାଉଳ ଗୋଟେ ଗୁଆ ପ୍ରଦାନ କରାଯାଇଛି।
ରାଜ୍ୟ ମଧ୍ୟରେ ପ୍ରମୁଖ ଧାର୍ମିକ ପୀଠ ଓ ଜଗନ୍ନାଥମନ୍ଦିରଗୁଡ଼ିକୁ ନିମନ୍ତ୍ରଣ ନିମନ୍ତେ ୧୩ଟି ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ଜଣେ ନୋଡାଲ୍‌ ଅଫିସର ଓ ୩ ଜଣ ଲେଖାଏଁ ସେବାୟତ ରହିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ପ୍ରମୁଖ ଧାର୍ମିକ ପୀଠ, ପ୍ରମୁଖ ଜଗନ୍ନାଥ ମନ୍ଦିର, ପ୍ରଭୁ ଜଗନ୍ନାଥଙ୍କ ଲୀଳାଶ୍ରୀକ୍ଷେତ୍ର, ନବକଳେବର ଦାରୁକ୍ଷେତ୍ରରେ ଏହି ପ୍ରତିନିଧିଦଳ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ। ଅନୁରୂପ ଭାବରେ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରମୁଖ ଧାର୍ମିକ ପୀଠ ଓ ଧର୍ମଗୁରୁଙ୍କୁ ନିମନ୍ତ୍ରଣ ନିମନ୍ତେ ୧୭ଟି ଟିମ୍‌ରେ ୮୫ ଜଣ ସଦସ୍ୟ ରହିଛନ୍ତି। ଏହି ପ୍ରତିନିଧିମଣ୍ଡଳୀ ନୂଆଦିଲ୍ଲୀ, ମୁମ୍ବାଇ, ନାସିକ୍‌, ଜାମ୍ମୁ, କାଠମାଣ୍ଡୁ, ବିଶାଖାପାଟଣା, ଥିରୁଅନନ୍ତପୁରମ୍‌, ବିଜୟୱାଡ଼ା, ଚେନ୍ନଇ, ମଦୁରାଇ, ଡେରାଡ଼ୁନ୍‌, ଅହମ୍ମଦାବାଦ, ବନାରସ, ଇନ୍ଦୋର, କୋଲକାତା, ବେଙ୍ଗାଲୁରୁ ଆଦି ସହରକୁ ଯାତ୍ରା କରିବେ। ସେଠାରୁ ସମ୍ପୃକ୍ତ ଅଞ୍ଚଳର ଧାର୍ମିକ ପୀଠଗୁଡ଼ିକୁ ଯାତ୍ରା କରି ନିମନ୍ତ୍ରଣପତ୍ର ଦେବେ। ନିମନ୍ତ୍ରଣପତ୍ର ସହିତ ମନ୍ଦିର ପ୍ରଶାସନର ଚିଠି, ଭୋଗ ପେଡ଼ି ଓ ଓଲାଗି ବାନା ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଆଜି ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ କରାଗଲା ନିମନ୍ତ୍ରଣ
ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ଓଡ଼ିଶା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେବ ସ୍ୱର୍ଣ୍ଣିମ ଫର୍ଦ୍ଦ। ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ। ଏଥିପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଧାର୍ମିକ କାର୍ଯ୍ୟରେ ସାରା ଦେଶକୁ ସାମିଲ କରିବା ନିମନ୍ତେ ଖସଡ଼ା ପ୍ରସ୍ତୁତ ହୋଇଛି। ଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମର ପୀଠାଧୀଶ୍ୱର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇ ସାରିଛି। ଏହି କ୍ରମରେ ମାର୍ଗଶିର ପୂର୍ଣ୍ଣିମା ଅର୍ଥାତ ଆଜି ଠାରୁ ଦେଶର ପ୍ରମୁଖ ଦେବପୀଠଗୁଡ଼ିକୁ ନିମନ୍ତ୍ରଣ ନିମନ୍ତେ ୩୦ଟି ଟିମ୍‌ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତ୍ରା ଆରମ୍ଭ କରିବେ।
ରାଜ୍ୟ ମଧ୍ୟରେ ପ୍ରମୁଖ ଧାର୍ମିକ ପୀଠ ଓ ଜଗନ୍ନାଥମନ୍ଦିରଗୁଡ଼ିକୁ ନିମନ୍ତ୍ରଣ ନିମନ୍ତେ ୧୩ଟି ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ଜଣେ ନୋଡାଲ୍‌ ଅଫିସର ଓ ୩ ଜଣ ଲେଖାଏଁ ସେବାୟତ ରହିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ପ୍ରମୁଖ ଧାର୍ମିକ ପୀଠ, ପ୍ରମୁଖ ଜଗନ୍ନାଥ ମନ୍ଦିର, ପ୍ରଭୁ ଜଗନ୍ନାଥଙ୍କ ଲୀଳାଶ୍ରୀକ୍ଷେତ୍ର, ନବକଳେବର ଦାରୁକ୍ଷେତ୍ରରେ ଏହି ପ୍ରତିନିଧିଦଳ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ।
ଅନୁରୂପ ଭାବରେ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରମୁଖ ଧାର୍ମିକ ପୀଠ ଓ ଧର୍ମଗୁରୁଙ୍କୁ ନିମନ୍ତ୍ରଣ ନିମନ୍ତେ ୧୭ଟି ଟିମ୍‌ରେ ୮୫ ଜଣ ସଦସ୍ୟ ରହିଛନ୍ତି। ଏହି ପ୍ରତିନିଧିମଣ୍ଡଳୀ ନୂଆଦିଲ୍ଲୀ, ମୁମ୍ବାଇ, ନାସିକ୍‌, ଜାମ୍ମୁ, କାଠମାଣ୍ଡୁ, ବିଶାଖାପାଟଣା, ଥିରୁଅନନ୍ତପୁରମ୍‌, ବିଜୟୱାଡ଼ା, ଚେନ୍ନଇ, ମଦୁରାଇ, ଡେରାଡ଼ୁନ୍‌, ଅହମ୍ମଦାବାଦ, ବନାରସ, ଇନ୍ଦୋର, କୋଲକାତା, ବେଙ୍ଗାଲୁରୁ ଆଦି ସହରକୁ ଯାତ୍ରା କରିବେ। ସେଠାରୁ ସମ୍ପୃକ୍ତ ଅଞ୍ଚଳର ଧାର୍ମିକ ପୀଠଗୁଡ଼ିକୁ ଯାତ୍ରା କରି ନିମନ୍ତ୍ରଣପତ୍ର ଦେବେ। ନିମନ୍ତ୍ରଣପତ୍ର ସହିତ ମନ୍ଦିର ପ୍ରଶାସନର ଚିଠି, ଭୋଗ ପେଡ଼ି ଓ ଓଲାଗି ବାନା ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
ମଙ୍ଗଳବାର ସକାଳୁ ନିମନ୍ତ୍ରଣ ବାର୍ତ୍ତା ଓ ପତ୍ର ନେଇ ଏହି ଟିମ୍‌ଗୁଡ଼ିକ ପ୍ରଥମେ ଏକାମ୍ର କ୍ଷେତ୍ରାଧିପତି ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ଭୁବନେଶ୍ୱରରେ ପହଞ୍ଚିଥିଲେ। ଆଜି ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଭୁ ଲିଙ୍ଗରାଜଙ୍କୁ ଦିଆଯାଇଛି। ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ। ଏହାପରେ ପ୍ରତ୍ୟେକ ଟିମ୍‌ ନିଜନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିବେ।
‘୯ ମାସରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’, ଓବିସିସିକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ପୁରୀରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଏକାଧିକ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟ ଗୁଡ଼ିକ ଯେପରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମାପ୍ତ ହେବ, ସେଥିପ୍ରତି ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଗୁରୁବାର ଶ୍ରୀ ମହାପାତ୍ର ପୁରୀ ଗସ୍ତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ। ସାମଗ୍ରିକ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୯ ମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୩୩୧.୨୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତୃଣମୂଳସ୍ତରରେ ସମସ୍ତ କାର୍ଯ୍ୟ ଅଗ୍ରଗତି ଉଲ୍ଲେଖନୀୟ। ମନ୍ଦିର ୩ ପାର୍ଶ୍ବଃର ବାହାର ରାସ୍ତା, ୬ଟି ଶୌଚାଳୟ, ୩ ସେଲ୍ଟର ପ୍ୟାଭିଲିୟନ, ମିନି କ୍ଲକ ରୁମ୍‍ ଏବଂ ଇଲେକ୍ଟିକ୍‍ ରୁମ୍‍ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ୫ଟି ଜୋନରେ ବିଭିକ୍ତ କରାଯାଇଛି। ଏଗୁଡିକ ହେଉଛି-ବଫର ନୋ ଏଣ୍ଟ୍ରି ଜୋନ୍‍, ଇନର ପ୍ରଦକ୍ଷିଣ ପାଥ, ଲ୍ୟାଣ୍ଡସ୍କେପ୍‍ ଜୋନ୍‍, ଆଉଟର ପ୍ରଦକ୍ଷଣ ଜୋନ୍‍ ଏବଂ ପବ୍ଲିକ କନଭିଏନ୍ସ।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ତ୍ୱରାନ୍ୱିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ପୁରୀ ପରିକ୍ରିମା ପ୍ରକଳ୍ପ ଦ୍ୱାରା ଶ୍ରଦ୍ଧାଳୁ ସହଜରେ ମନ୍ଦିର ଚତୁପାର୍ଶ୍ୱ ପରିଭ୍ରମଣ କରିବାରେ ସୁବିଧା ହେବ । ଐତିହ୍ୟ କରିଡର ନିର୍ମାଣକୁ ରାଜ୍ୟ ସରକାର ଫୋକସ ଦେଇଛନ୍ତି । 5T ସଚିବ ଭିକେ ପାଣ୍ଡିୟାନ ବିଭିନ୍ନ ସମୟରେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ମଧ୍ୟ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ମୁଖ୍ୟ ଶାସନ ସଚିବ ପୁରୀ ଗସ୍ତ କରିଥିବାବେଳେ ରଥଯାତ୍ରା ସୁରୁକ୍ଷୁରରେ ହେବା ନେଇ ସମୀକ୍ଷା କରିଥିଲେ । ଅନ୍ୟପଟେ ପରିକ୍ରମା ପ୍ରକଳ୍ପକୁ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅର୍ଥାତ ଆଉ ୯ ମାସ ମଧ୍ୟରେ ବହୁ ପ୍ରତିକ୍ଷୀତ ପ୍ରକଳ୍ପ କାର୍ଯ୍ୟକୁ ସାରିବାକୁ ଉକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ।