Rainfall - The Sakala

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା, ୧୩ରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା
ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ପରେ ରାଜ୍ୟରେ ପୁଣି ବର୍ଷା ବଢ଼ିବ। ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା ରହିଛି। ଏହି ଘୂର୍ଣ୍ଣବଳୟ ଅଧିକ ସକ୍ରିୟ ହେବା ପାଇଁ ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ରହିଥିବା ବେଳେ ଏହି ଘୂର୍ଣ୍ଣିବଳୟ ଦ୍ୱାରା ମୌସୁମୀ ନିମ୍ନଚାପ ରେଖା ମଧ୍ୟ ବଙ୍ଗୋପସାଗର ଉପରେ ରହିବାର ସମ୍ଭାବନା ରହିଛି। ଏହାଦ୍ୱାରା ରାଜ୍ୟରେ ପୁଣି ଥରେ  ବର୍ଷା ବଢ଼ିବା ନେଇ ଆକଳନ କରାଯାଉଛି। ଗତ ଲଘୁଚାପ ପ୍ରଭାବରେ ରାଜ୍ୟରେ ହୋଇଥିବା ଭଲ ବର୍ଷା ଯୋଗୁଁ ବର୍ତ୍ତମାନ ଅନେକ ସ୍ଥାନରେ ଚାଷ କାମ ଆଗଉଛି। ଏହାସହିତ ରାଜ୍ୟରେ ହାରାହାରି ବର୍ଷା ମଧ୍ୟ ଏବେ ସ୍ୱାଭାବିକ ତୁଳନାରେ ଅଧିକ ରହିଛି। ୧୩ ପରେ ପୁଣି ଥରେ ବର୍ଷା ବଢ଼ିଲେ ଏହାକୁ ଆହୁରି ବଳ ମିଳିବ ବୋଲି ଆଶା ରହିଛି।

ଅନ୍ୟପଟେ ରାଜ୍ୟରେ ଏବେ କିଛି କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ କାଁ ଭାଁ ବର୍ଷା ହେଉଛି। ଏହି ଧାରା ଆସନ୍ତା ୩-୪ ଦିନ ଜାରି ରହିବ। ଏହି କ୍ରମରେ ଶୁକ୍ରବାର କେନ୍ଦୁଝର, ବାଲେଶ୍ୱର ଭଦ୍ରକ, ଅନୁଗୁଳ, ବୌଦ୍ଧ, ସୁନ୍ଦରଗଡ଼, ସମ୍ୱଲପୁର ଝାରସୁଗୁଡା, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହିପରି ୧୩ରୁ ବର୍ଷାର ପରିମାଣ ବଢ଼ିବା ଆଶଙ୍କା ଥିବାରୁ ସେହିଦିନ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଏବେଠାରୁ ଜଳ ସମ୍ପଦ ବିଭାଗ ସଜାଗ ହୋଇଛି। ଜୁଲାଇ ୧୩ ପରେ ବର୍ଷା ବଢ଼ିବାର ଥିବାରୁ ଏହା ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ସାରିବାକୁ ଯୋଜନା କରାଯାଇଛି। ଏହି କ୍ରମରେ ହୀରାକୁଦ ଡ୍ୟାମରୁ ପର୍ଯ୍ୟାୟକ୍ରମେ ଗେଟ୍‌ ଖୋଲାଯାଉଛି। ଆଗୁଆ ଜଳ ନିଷ୍କାସନ କରି ଆଗାମୀ ବର୍ଷା ଜଳକୁ ସଂରକ୍ଷଣ କରିବା ସହ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଏଡ଼ାଇବା ପାଇଁ ଯୋଜନା କରିଛି ଜଳ ସମ୍ପଦ ବିଭାଗ।

ସକ୍ରିୟ ହେବ ମୌସୁମୀ: ୪୮ ଘଣ୍ଟାରେ ସାରା ଓଡ଼ିଶାକୁ ଛୁଇଁବ
ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ସକ୍ରିୟ ହେବାକୁ ପାଗ ଅନୁକୂଳ ହେଉଛି। ମୌସୁମୀ ନିମ୍ନଚାପ ରେଖା ସ୍ୱାଭାବିକ ଅବସ୍ଥାକୁ ଫେରଥିବାରୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହି କ୍ରମରେ ସୋମବାର ରାଜ୍ୟର କେତେକ ଜିଲ୍ଲାକୁ ମୌସୁମୀ ଅଗ୍ରସର ହୋଇଥିବା ବେଳେ ସକାଳୁ ବିିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ମୌସୁମୀ ସକ୍ରିୟ ହେଉଥିବା ଯୋଗୁଁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାକୁ ମୌସୁମୀ ଛୁଇଁଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଅନ୍ୟପଟେ ମୌସୁମୀ ବାୟୁ ଅଗ୍ରସର ହେବା ସହ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା ହେବା ନେଇ ଆକଳନ କରାଯାଇଛି।  ଆସନ୍ତା ୩ ଦିନ ପାଇଁ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ବର୍ଷା ଜନିତ ଚେତାବନୀ ଜାରି କରିଛି। ମଙ୍ଗଳବାର ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ବେଳେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ଭାରି ବର୍ଷା ହେବା ସହ ବାକି ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଭାରି ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ବାକି ସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର  ଆକଳନ କରିିଛି।

ମୌସୁମୀ ସକ୍ରିୟ ହେବା ଦ୍ୱାରା ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ଓ ମେଘୁଆ ପାଗ ଲାଗି ରହିଛି। ଭୁବନେଶ୍ୱରରେ ଦିନ ତମାମ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ହୋଇଛି। ଏହା ସହିତ ଗତ ୩୬ ଘଣ୍ଟାରେ ସୋନପୁରରେ ସର୍ବାଧିକ ୭୧.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪୨ ମିମି, କୋରାପୁଟ ୨୯, ଛତ୍ରପୁର ୧୭ ଓ ଚାନ୍ଦବାଲିରେ ୧୬ ମିମି ବର୍ଷା ରେକର୍ଡ କରାଯାଇଛି।

ଖରାରୁ ମିଳିଲା ଆଶ୍ବସ୍ତି, ଆଜି ରାଜ୍ୟର ୯ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା
ଭୁବନେଶ୍ୱର: ବିସ୍ତୃତ ଭାବେ ନହେଲେ ମଧ୍ୟ ଶୁକ୍ରବାର ରାଜ୍ୟର କେତେକ ସ୍ଥାନରେ ମୌସୁମୀ ଜନିତ ବର୍ଷା ହୋଇଛି। ଏହି ବର୍ଷା ଆସନ୍ତା ୨୪ ତାରିଖ ଯାଏଁ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

କେନ୍ଦ୍ର ପ୍ରଦତ୍ତ ସୂଚନା ଅନୁଯାୟୀ, ଆଜି ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ୫୦ରୁ ୬୦ କି.ମି ବେଗରେ ପବନ ବହିବା ସହ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡରେ ମଧ୍ୟ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ।

ଅପରପକ୍ଷେ କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରବିବାର ମଧ୍ୟ ୩୦ଟି ଯାକ ଜିଲ୍ଲାରେ ବର୍ଷା ସହ ପବନ ସମ୍ଭାବନା ରହିଥିବା ବେଳେ କୋରାପୁଟ ଜିଲ୍ଲାରେ ପ୍ରବମ୍ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି ଅପରାହ୍ଣରେ ଦ୍ବୈତନଗରୀ କଟକ ଓ ଭୁବନେଶ୍ବରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ରଜ ପରେ ଆଗକୁ ବଢ଼ିବ ମୌସୁମୀ, ୨୦ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସହ ପବନ ସମ୍ଭାବନା
ଭୁବନେଶ୍ୱର: ଉତ୍ତର ଉପକୂଳ ଅଞ୍ଚଳ ଦେଇ ଗତ ଶୁକ୍ରବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ କରିଥିଲେ ହେଁ ଏହାର ପ୍ରଭାବ ସେପରି ଅନୁଭୂତ ହେଉନାହିଁ। ଓଡ଼ିଶା ଆକାଶରେ ବର୍ଷା ପ୍ରାୟତଃ ଗାଏବ ରହିଛି। ତେବେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌୟୁମୀ ବାୟୁ ଓଡ଼ିଶାର ଅଧିକ ଅଞ୍ଚଳକୁ ଅଗ୍ରସର ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡା, କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୫୦ରୁ ୬୦ କିମି ବେଗରେ ପବନ ସହ ଏକାଧିକ ସ୍ଥାନରେ ବର୍ଷା ଓ ବିଜୁଳି ହୋଇପାରେ। ସେଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏତଦ୍‌ବ୍ୟତୀତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ, ଦେବଗଡ, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ସହ ବର୍ଷା ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ, ଅନୁଗୋଳ, ଢେଙ୍କାନାଳ,  କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ ଖୋର୍ଦ୍ଧା ଓ ନୟାଗଡରେ ୪୦ରୁ ୫୦ କିମି ବେଗରେ ପବନ ସହ ବର୍ଷା ସମ୍ଭାବନା ଆକଳନ କରାଯାଇଛି। ଆସନ୍ତା ୨୦ ତାରିଖ ଦିନ ରାଜ୍ୟବ୍ୟାପୀ ବିଭିନ୍ନ ଜିଲ୍ଲାରେ ପବନ ସହ ବର୍ଷା ସମ୍ଭାବନା ରହିଥିବା ନେଇ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା
ଭୁବନେଶ୍ୱର: ଅସହ୍ୟ ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ ବର୍ଷା । କାଳବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ପବନ, ଘଡଘଡି ବଜୁଳି ସାଙ୍ଗକୁ କୁଆପଥର ବର୍ଷା ହୋଇଛି । ରାଜଧାନୀରେ ୪୦ ରୁ ୫୦ କିମି ବେଗରେ ପବନ ବୋହି କିଛି ସ୍ଥାନରେ ଗଛ ଭାଙ୍ଗି ପଡିଛି । ଜୟଦେବ ବିହାରରେ ଗଛ ପଡି ୪ରୁ ଅଧିକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।  ଭୁବନେଶ୍ୱର ବ୍ୟତୀତ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି  ।   ଏବେ ବି ଆକାଶରେ କଳାବାଦଲ ଛାଇ ହୋଇ ରହିଥିବାରୁ ପୁଣି ବର୍ଷା ଆଶଙ୍କା ରହିଛି । ସକାଳୁ ହେଉଥିବା ଅସହ୍ୟ ଗରମ ଓ ଗୁଳୁଗୁଳି ଆଶ୍ବସ୍ତି ଦେଇଛି ଏହି କାଳବୈଶାଖୀ ବର୍ଷା ।

ଏଥର ଡେରିରେ ଆସିବ ମୌସୁମୀ, ଓଡିଶାରେ ହେବ କମ୍ ବର୍ଷା
ଭୁବନେଶ୍ୱର: ଏଥର ମୌସୁମୀ ଆଗମନ ବିଳମ୍ବ ହେବ। ଚଳିତବର୍ଷ ସ୍ୱାଭାବିକ ସମୟ ପୂର୍ବରୁ ଅର୍ଥାତ ମେ’ ୨୬ରେ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଆକଳନ କରାଯାଇଥିଲା; କିନ୍ତୁ ଏହା ମେ’ ୩୦ରୁ ଜୁନ୍‌ ୩ ମଧ୍ୟରେ କେରଳ ଛୁଇଁବାର ସମ୍ଭାବନା ରହିଛି। ଯଦି ବାୟୁ ପ୍ରବାହରେ ବ୍ୟାହତ ଘଟେ, ତେବେ ମୌସୁମୀ ଆଗମନ ଆହୁରି ୨ ରୁ ୩ ଦିନ ଘୁଞ୍ଚିଯାଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ଭାରତୀୟ ମୌସୁମୀ ଆକଳନର ମାପଦଣ୍ଡ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ବାୟୁ ମଧ୍ୟ-ବାୟୁମଣ୍ଡଳ ଅର୍ଥାତ୍‌ ପ୍ରାୟ ୬୦୦ ଏଚ୍‌ପିଏ ସ୍ତର ପର୍ଯ୍ୟନ୍ତ ଗଭୀର ହେବା ଆବଶ୍ୟକ। ବର୍ତ୍ତମାନର ବାୟୁମଣ୍ଡଳର ଉପରିଭାଗ ବିଶ୍ଳେଷଣରୁ ସଙ୍କେତ ମିଳୁଛି ଯେ, ୭୦୦ ଏଚ୍‌ପିଏ ସ୍ତର ନିକଟରେ ମଧ୍ୟ ବାୟୁ ପ୍ରବାହ ବିକ୍ଷିପ୍ତ ଅବସ୍ଥାରେ ରହିଛି। ଏହା ବ୍ୟତୀତ, ଆରବ ସାଗର ଶାଖା ଏବଂ ବଙ୍ଗୋପସାଗର ଶାଖା ମଧ୍ୟରେ ଯେଉଁ ପାରସ୍ପରିକ ସମନ୍ୱୟ ରହିବା କଥା, ତାହା ଆଶା ଅପେକ୍ଷା ଦୁର୍ବଳ ରହିଛି। ଆରବ ସାଗର ଶାଖା ସକ୍ରିୟ ଥିଲେ ମଧ୍ୟ ଏହି ଦୁଇଟି କ୍ଷେତ୍ର ସମାନ୍ତରାଳ ହୋଇପାରି ନାହିଁ। ବିଭିନ୍ନ ପ୍ରତିକୂଳ କାରକ ସତ୍ତ୍ବେ ମୌସୁମୀ ଆଗମନ ସମ୍ପୂର୍ଣ୍ଣ ବିଫଳ ହେବାର କୌଣସି ବଡ଼ ସଙ୍କେତ ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅନ୍ୟପଟେ ଓଡ଼ିଶା ପରିପ୍ରେକ୍ଷୀରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବୃଦ୍ଧି ପାଉଥିବା ଆର୍ଦ୍ରତା, ଗରମ ଏବଂ ବଜ୍ରପାତ ସହ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ଥିବାବେଳେ, ପଶ୍ଚିମ ଓଡ଼ିଶାରେ ଆହୁରି କିଛି ଦିନ ପର୍ଯ୍ୟନ୍ତ ଅନ୍ତରାଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସମୁଦ୍ରରୁ ଆସୁଥିବା ଉପରିସ୍ଥ ଆର୍ଦ୍ରତା ଏବଂ ଆଭ୍ୟନ୍ତରୀଣ ଅଞ୍ଚଳର ଅତ୍ୟଧିକ ଉତ୍ତାପର ମିଶ୍ରଣ ଯୋଗୁଁ ଜୁନ୍‌ ଆରମ୍ଭରେ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ହେବ ବୋଲି ସେ କହିଛନ୍ତି। ବଙ୍ଗୋପସାଗରୀୟ ବାୟୁ ପ୍ରବାହ ବର୍ତ୍ତମାନର ଆଶା ଅପେକ୍ଷା ଅଧିକ ଦ୍ରୁତ ଗତିରେ ଶକ୍ତିଶାଳୀ ନହେଲେ, ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ସ୍ଥିର ମୌସୁମୀ ପରିସ୍ଥିତି ଜୁନ୍‌ ଦ୍ୱିତୀୟ ସପ୍ତାହ ମଧ୍ୟରେ ଅନୁଭୂତ ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅନ୍ୟପଟେ ଚଳିତଥର କମ୍ ବର୍ଷା ହେବା ସମ୍ଭାବନା । ଜୁନରୁ ସେପ୍ଟେମ୍ୱର ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଜୁନ ମାସରେ ସ୍ୱାଭାବିକଠାରୁ ୯୨ ପ୍ରତିଶତ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ସେହିପରି ଦେଶର ମଧ୍ୟ ଭାଗରେ ୯୪% କମ୍ ବର୍ଷା ହେବା ଆଶଙ୍କା ରହିଛି । ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍ ବର୍ଷା ହୋଇପାରେ । ଏବେ ଏଲ୍ -ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ହିଟ୍ ଓ୍ୱେଭ୍ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ୧୬ ତାରିଖରେ ଆଣ୍ଡାମାନ ଛୁଇଁ ସାରିଛି ମୌସୁମୀ ।

ଓଡିଶାକୁ ବାତ୍ୟା ଦ୍ଵନ୍ଦ ଭିତରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ଆସୁଛି ବଡ଼ ଲଘୁଚାପ
ଭୁବନେଶ୍ୱର: ବାତ୍ୟା ଦ୍ଵନ୍ଦ ଭିତରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ l ଆସୁଛି ବଡ଼ ଲଘୁଚାପ I ଓଡିଶାକୁ ଡରାଉଛି ବାତ୍ୟା ଭୟ I  ମେ ଓ ଅକ୍ଟୋବର ମାସ ଆସିଲେ ଓଡିଶା ଲୋକଙ୍କୁ ଘାରେ ବାତ୍ୟା ଭୟ l ବଙ୍ଗୋପସାଗରରେ ବାତ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ୁଥିବା ବେଳେ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ବ୍ୟାପିଛି। ଘୂର୍ଣ୍ଣିବଳୟଟି ଆହୁରି ଘନୀଭୂତ ହୋଇ ୧୨/୧୩ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ହେଲେ ଅବପାତ ସୃଷ୍ଟି ସମ୍ଭାବନା କମ ବୋଲି କହିଛି ପାଣିପାଗ ବିଭାଗ। ତେବେ ଲଘୁଚାପ ମଧ୍ୟ କେଉଁ ଆଡକୁ ଗତି କରିବ ତାହା ମଧ୍ୟ ଅସ୍ପଷ୍ଟ। ତଥାପି ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଉଛି।ଏପଟେ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ରାଜ୍ୟରେ ଏବେ ଟ୍ରାପ ଲାଇନ ପ୍ରଭାବ ରହିଛି। ଏହାର ପ୍ରଭାବ ୧୧ ତାରିଖ ପର୍ଯ୍ୟନ୍ତ ରହିବ। ଏହାପରେ ଏହି ଘୂର୍ଣ୍ଣିବଳୟର ଦିଗ ଜଣାପଡ଼ିବ ।

ଆସନ୍ତା ୨୪ ଘଣ୍ଟା ପାଇଁ  ୫ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ,ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲା l ସେହିପରି ପଶ୍ଚିମ ଓଡିଶା, ଅଭୟନ୍ତରୀଣ ଓ ଦକ୍ଷିଣ ଓ ଉପକୂଳ ଓଡିଶାର ୨୫ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଦେଇଛି ପାଣିପାଗ ବିଭାଗ l ଏହି ଜିଲ୍ଲାରେ କାଳ ବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ୪୦ ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି l ସେପଟେ ଆସନ୍ତା ୧୧ ତାରିଖ ଯାଏ ରାଜ୍ୟରେ ଦିନ ତାପମାତ୍ରା  ୨ ରୁ ୩ ଡିଗ୍ରୀ ଭିତରେ ବୃଦ୍ଧି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ସେହିପରି ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ ରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ଥିବାବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ରେ 20.5 ଡିଗ୍ରୀ ରେକର୍ଡ ହୋଇଛି l ସେହିପରି ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ ଜିଲ୍ଲା ସାରସକଣ ଠାରେ ସର୍ବାଧିକ ୪୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ବାଲେଶ୍ଵରରେ କାଳବୈଶାଖୀର ତାଣ୍ଡବ: ବିଜୁଳି-ଘଡ଼ଘଡ଼ି ସହ କୁଆପଥର ବର୍ଷା
ବାଲେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବାଲେଶ୍ଵର ଜିଲ୍ଲାରେ କାଳବୈଶାଖୀ ନିଜର କରାଳ ରୂପ ଦେଖାଇଛି। ଆଜି ଅପରାହ୍ନରେ ହଠାତ୍ ପାଗ ପରିବର୍ତ୍ତନ ହେବା ସହ ପ୍ରବଳ ବେଗରେ ପବନ, ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି। ଅପରାହ୍ନ ପ୍ରାୟ ୨ଟା ୩୦ମିନିଟ ସମୟ ବେଳକୁ ଆକାଶ ହଠାତ୍ କଳାହାଣ୍ଡିଆ ମେଘରେ ଢାଙ୍କି ହୋଇଯାଇଥିଲା। ଦିନ ବେଳେ ରାତିର ଭ୍ରମ ସୃଷ୍ଟି ହୋଇଥିବା ବେଳେ ପ୍ରବଳ ଗର୍ଜନ ସହ ବର୍ଷା ଆରମ୍ଭ ହୋଇଥିଲା। କୁଆପଥର ବର୍ଷାରେ ପନିପରିବା ଚାଷ ଓ ଆମ୍ବ ଫଳ ବ୍ୟାପକ ଭାବେ ନଷ୍ଟ ହୋଇଛି, ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ପକ୍କା ଘର ଭିତରେ ରହିବାକୁ ଏବଂ ଗଛ ମୂଳେ ଆଶ୍ରୟ ନନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଦିନରେ ଖରା ଆଉ ସନ୍ଧ୍ୟାରେ ଘଡଘଡି ସହ ବର୍ଷା, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି
ଭୁବନେଶ୍ୱର: ଓଡ଼ିଶା ଆକାଶରୁ ହଟୁନାହିଁ କଳାହାଣ୍ଡିଆ ମେଘ। ବୈଶାଖ ଆଗମନ ପୂର୍ବରୁ ରାଜ୍ୟରେ ଚାଲିଛି ଝମାଝମ୍‌ ବର୍ଷା। ବର୍ଷାର ପ୍ରଭାବ ବିଶେଷ ରହୁ ନ ଥିଲେ ମଧ୍ୟ ଆକଶରେ ଚକ୍‌ମକ୍‌ ବିଜୁଳି ଚମକୁଛି। ଘଡ଼ଘଡ଼ି ସାଙ୍ଗକୁ ସ୍ଥାନେ ସ୍ଥାନେ କୁଆପଥର ମାଡ଼ ଲୋକଙ୍କୁ ଭୟଭୀତ କରାଇ ଦେଉଛି। ଗଲା ୩-୪ ଦିନ ହେବ ଉପକୂଳବର୍ତ୍ତୀ ଜିଲ୍ଲା ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ସ୍ଥିତି ଲାଗି ରହିଛି। ସୋମବାର ବଲାଙ୍ଗିରରେ କୁଆପଥର ବର୍ଷା କଶ୍ମୀରର ଭ୍ରମ ସୃଷ୍ଟି କରିଛି। ଦିନ ବେଳା ଯାହା ଯେମିତି ଖରାଟିଆ ପାଗ ରହୁଛି; ହେଲେ ଅପରାହ୍ମ ପରେ ପାଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିବା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସ୍ଥିତି ସୃଷ୍ଟି ହେଉଛି। ଏହି ସମୟରେ ଅନେକ ସ୍ଥାନରେ ପବନର ବେଗ ମଧ୍ୟ ବୃଦ୍ଧି ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହୁଛି। ସାରା ରାଜ୍ୟରେ ପାଣିପାଗର ଏଭଳି ପ୍ରଭାବ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାଜ୍ୟର ୭ ଜିଲ୍ଲା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜକୁ ବଜ୍ରପାତ ସହ ବର୍ଷା ଓ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନ୍ୟପଟେ ପାଣିପାଗ ବିଶଷେଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁୁପାଳକ କହିଛନ୍ତି ଯେ ଏପ୍ରିଲ ମାସରେ ମିଶ୍ରତ ପାଣିପାଗ ସ୍ଥିତି ଜାରି ରହିବ। ସେ କହିଛନ୍ତି, ଚଳିତ ଗ୍ରୀଷ୍ମ ଋତୁରେ ମୌସୁମୀ ଆଗମନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥିତି ଦେଖିବାକୁ ମିଳିବ। ଏପ୍ରିଲ ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଏବଂ ନିର୍ଦ୍ଧାରିତ ତାପମାତ୍ରା (୩୫-୩୮ଡିଗ୍ରୀ) ରହିବାର ସମ୍ଭାବନା ଅଛି। ଉତ୍ତର ଭାରତ ଦେଇ ଗତି କରୁଥିବା ପଶ୍ଚିମା-ଝଡ଼ଗୁଡ଼ିକ ଓଡ଼ିଶାରେ କାଳବୈଶାଖୀ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଏହି ବର୍ଷା ଏକ “ବାୟୁମଣ୍ଡଳୀୟ ବଫର୍‌’ ଭାବେ କାମ କରି ପ୍ରଖର ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଦେବ। ତେବେ ମେ’ ମାସରେ ଗ୍ରୀଷ୍ମପ୍ରବାହ ଚରମ ସୀମାରେ ପହଞ୍ଚିବ। ମେ’ ମାସ ବର୍ଷର ସବୁଠାରୁ ଉତ୍ତପ୍ତ ମାସରେ ପରିଣତ ହେବ, ଯେଉଁଥିରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ। ବର୍ଷା ସ୍ୱାଭାବିକ ରହିବ, କିନ୍ତୁ ଏହା ଅତ୍ୟନ୍ତ ଅନିଶ୍ଚିତ ଏବଂ କ୍ଷଣସ୍ଥାୟୀ ହୋଇପାରେ। ଜୁନ୍‌ ମାସ ବେଳକୁ ବାୟୁମଣ୍ଡଳର ତାପମାତ୍ରାରେ କିଛିଟା ହ୍ରାସ ଆସିବ; କିନ୍ତୁ ଆର୍ଦ୍ରତା ବୃଦ୍ଧି ପାଇବାରୁ ଗୁଳୁଗୁଳି ବଢ଼ିବ। ସ୍ୱାଭାବିକ ଭାବେ ଜୁନ୍‌ ୧୦ ରୁ ୧୫ ମଧ୍ୟରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଆସନ୍ତା ୭୨ଘଣ୍ଟା କାଳବୈଶାଖୀ ବର୍ଷା! ପାଣିପାଗ ବିଭାଗ ତରଫରୁ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଗୋଟିଏ ପଟେ ଅସହ୍ୟ ତାତିରେ ସିଝୁଛି ପଶ୍ଚିମ ଓଡ଼ିଶା, ତ ଅନ୍ୟପଟେ କାଳବୈଶାଖୀ ବର୍ଷାରେ ଭିଜୁଛି ଉପକୂଳ। କେଉଁଠି ପାରଦ ୪୧ ଡିଗ୍ରୀ ଡେଇଁବ ତ କେଉଁଠି ଘଡ଼ଘଡ଼ି ସହ ବର୍ଷାର ତାଣ୍ଡବ । ଆଗାମୀ ୭୨ ଘଂଟା ପାଇଁ ପାଣିପାଗ ବିଭାଗ ଜାରି କରିଛି ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ। ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରକୋପ ଜାରି ରହିବ। ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେପଟେ କିନ୍ତୁ ପଶ୍ଚିମ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଛୁଇଁବା ନେଇ ଆଶଙ୍କା କରାଯାଉଛି। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ପାଇଁ ପାଣିପାଗ ବିଭାଗ ସତର୍କ କରାଇଛି।

କାଳବୈଶାଖୀ ପ୍ରଭାବରେ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଓ କଟକରେ କାଳବୈଶାଖୀର ତାଣ୍ତବ। ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ପବନ ଆଉ କୁଆପଥର ବର୍ଷା ହୋଇଛି । ପାହାଳ, ରସୁଲଗଡ଼ ସହ ଏକାଧିକ ଜାଗାରେ କୁଆପଥର ମାଡ଼ । ସେପଟେ କଟକରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଟ୍ବିନସିଟିରେ ଏବେ କାଳବେଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେଉଥିବାବେଳେ ରାଜ୍ୟର ୪ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ସତର୍କତା ଜାରି କରାଯାଇଛି । କଟକ, ପୁରୀ, ଖୋର୍ଦ୍ଧା ଆଉ ଜଗତସିଂହପୁର ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ୪୦ରୁ ୫୦ କିମି ବେଗରେ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଆସନ୍ତା ୨୮ତାରିଖ ଯାଏଁ କାଳବୈଶାଖୀ ବର୍ଷା, ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ ଛତିଶଗଡ଼ ପର୍ଯ୍ୟନ୍ତ ବର୍ତ୍ତମାନ ଏକ ଟ୍ରପ୍‌ ଲାଇନ୍‌ ଲମ୍ବିଛି। ଏହାର ପ୍ରଭାବରେ ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ପବନ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହେଉଛି। ବିଶେଷକରି ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ସବୁଠୁ ଅଧିକ ଅନୁଭୂତ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୮ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି।

ଆଜି ଏହାର ପ୍ରଭାବ ସାମାନ୍ୟ ହ୍ରାସ ହେବାର ଥିଲେ ମଧ୍ୟ ଶୁକ୍ରବାର ଓ ଶନିବାର ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହି ସମୟରେ ପବନର ବେଗ ୪୦ରୁ ୫୦ କିମି ବହିବା ସହ କିଛି କିଛି ସ୍ଥାନରେ କୁଆପଥର ମାଡ଼ ନେଇ ମଧ୍ୟ ପାଣିପାଗ କେନ୍ଦ୍ର କହିଛି। ଆଜି ପାଇଁ ଦକ୍ଷିଣ ଓଡିଶା ସମେତ ଉତ୍ତର ଓଡ଼ିଶାର କୋରାପୁଟ, ରାୟଗଡା, ଗଂଜାମ, ଗଜପତି, କେନ୍ଦୁଝର ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ବିଜୁଳି ଘଡଘଡି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ବର୍ଷା ବେଳେ ୫୦ କିମି ଝଟକା ପବନ ବାହିପାରେ । ଏହି ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୭ରୁ ୨୮ ମଧ୍ୟରେ ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ସମ୍ଭାବନା ରରହିଛି। ୨୭ ତାରିଖରେ ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ବଜ୍ରପାତ ସହ  ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ଥିବା ବେଳେ ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।  ସେହିପରି ଆସନ୍ତା ୨୮ ତାରିଖ ପାଇଁ ୮ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି।

ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ସୋନପୁରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୮ଟି ସ୍ଥାନରେ ବର୍ଷା ରେକର୍ଡ ହୋଇଛି । ଉତ୍ତର ଓଡ଼ିଶାରେ କାଳବୈଶାଖୀ ‌ଝଡ଼ ପ୍ରଭାବରେ ବର୍ଷା ଓ କୁଆପଥର ମାଡ଼ରେ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।