World Food Programme - The Sakala

ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ରିପୋର୍ଟ: ପ୍ରତିରାତିରେ ଭୋକିଲା ରୁହନ୍ତି ବିଶ୍ବର ୮୨ କୋଟି ଲୋକ, ଚିନ୍ତା ବଢ଼ାଉଛି ଖାଦ୍ୟ ସଙ୍କଟ,ଦରଦାମ୍‌ ବୃଦ୍ଧି
ୱାଶିଂଟନ୍‌(ଏଜେନ୍ସି): ସମ୍ପ୍ରତି ସାରା ବିଶ୍ବର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଛି। ନିକଟରେ ମିଳିତ ଜାତିସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ସୂଚନା ଦିଆଯାଇଛି। ବିଗତ କିଛି ଦଶନ୍ଧି ଧରି ବିଶ୍ବରେ ବ୍ୟାପକ ଅଭିବୃଦ୍ଧି ଘଟିଛି ଏବଂ ଆଗାମୀ ଦଶନ୍ଧିରେ ମଧ୍ୟ ଏହି ଅଭିବୃଦ୍ଧି ଜାରି ରହିବ। ଯେହେତୁ ଜନସଂଖ୍ୟା ଏବେ ୮୦୦ କୋଟି ଛୁଇଁବାକୁ ଯାଉଛି। ତେଣୁ ବିଶ୍ବରେ ବର୍ତ୍ତମାନ ଖାଦ୍ୟ ଅଭାବ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ଏବେ ବଡ଼ ଚିନ୍ତାର ବିଷୟ ବୋଲି ମିଳିତ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ ଦୈନିକ ରାତିରେ ସାରା ବିଶ୍ବରେ ପ୍ରାୟ ୮୨ କୋଟିରୁ ଅଧିକ ଲୋକ ଭୋକିଲା ରହିଥାନ୍ତି।

୨୦୧୯ଠାରୁ ଖାଦ୍ୟାଭାବର ସମ୍ମୁଖୀନ ହେଉଥିବା ଲୋକଙ୍କ ସଂଖ୍ୟା ୧୩.୫ କୋଟିରୁ ୩୪.୫ କୋଟିକୁ ବୃଦ୍ଧି ପାଇଛି। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ ୟୁଏନ୍ ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ବିଶ୍ୱ ନେତାମାନଙ୍କୁ କହିଛନ୍ତି ଯେ ପାଞ୍ଚଟି ପୃଥକ ସ୍ଥାନରେ ଲୋକମାନେ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି। ୧୯୫୦ ଦଶକଠାରୁ ବିଶ୍ବ ଜନସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଳାଗିଛି, ଯାହା ୨୦୨୦ରେ ୧%ରୁ କମ୍ ହ୍ରାସ ପାଇଛି। ମିଳିତ ଜାତିସଂଘ ଦ୍ବାରା କରାଯାଇଥିବା ସର୍ବଶେଷ ଆକଳନରୁ ଜଣାପଡିଛି ଯେ ୨୦୩୦ ସୁଦ୍ଧା ବିଶ୍ବ ଜନସଂଖ୍ୟା ୮୫୦ କୋଟିରେ ପହଞ୍ଚିବ। ୨୦୫୦ ବେଳକୁ ଏହା ୯୭୦ କୋଟିରେ ପହଞ୍ଚିଯାଇଥିବ। ୨୦୮୦ ଦଶକ ବେଳକୁ ଏହା ପ୍ରାୟ ୧୦୪୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ, ଜନସଂଖ୍ୟା ବିଭାଗ ଅନୁଯାୟୀ ଭାରତ ଆସନ୍ତା ବର୍ଷ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବରେ ଚାଇନାକୁ ଅତିକ୍ରମ କରିବ। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ରିପୋର୍ଟ ଅନୁଯାୟୀ, ସାରା ବିଶ୍ବରେ ବାର୍ଷିକ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଉତ୍ପାଦନ ହୋଇଥାଏ। ଏହାର ପରିମାଣ ପାଖାପାଖି ୪ ବିଲିୟନ ଟନ୍ ହେବ, କିନ୍ତୁ ଏହି ଉତ୍ପାଦିତ ଖାଦ୍ୟର ପ୍ରାୟ ଏକ ତୃତୀୟାଂଶ ଅର୍ଥାତ୍‌ ୧.୩ ବିଲିୟନ ଟନ୍ ଫଳ, ପନିପରିବା, ଦୁଗ୍ଧ ଏବଂ ମାଂସ ନଷ୍ଟ ହୋଇଯାଇଥାଏ। ବିଶ୍ବ ବନ୍ୟପ୍ରାଣୀ ପାଣ୍ଠିର କହିବାନୁଯାୟୀ, ପୁଷ୍ଟିକର ଖାଦ୍ୟ ପାଉ ନ ଥିବା ଲୋକଙ୍କୁ ଖାଇବାକୁ ଦେବା ପାଇଁ ଏହା ପର୍ଯ୍ୟାପ୍ତ ପରିମାଣର କ୍ୟାଲୋରୀ ହେବ।

ବିଶେଷଜ୍ଞମାନେ କହିଛନ୍ତି ଯେ ଖାଦ୍ୟ ନିରାପତ୍ତା ସମସ୍ୟା ବୃଦ୍ଧି ଘଟାଉଥିବା ଅନ୍ୟ ଦିଗଟି ହେଉଛି ଖାଦ୍ୟ ସାମଗ୍ରୀର ଅତ୍ୟଧିକ ମୂଲ୍ୟ। ଶସ୍ତା ଖାଦ୍ୟ ଖାଇବା ଦ୍ବାରା ପୁଷ୍ଟିହୀନତା ବୃଦ୍ଧି ପାଇବ ଯାହା ମହିଳା ଏବଂ ଶିଶୁମାନଙ୍କ ପାଇଁ ଅଧିକ କ୍ଷତିକାରକ। ସାଧାରଣତଃ ଖାଦ୍ୟ ମୂଲ୍ୟ ଅଧିକ ରହିଥିବାରୁ ଫଳ, ପନିପରିବା, ଦୁଗ୍ଧ ଏବଂ ମାଂସ ଭଳି ପୁଷ୍ଟିକର ଖାଦ୍ୟ ସେମାନେ ପାଇବାରୁ ବଞ୍ଚିତ ହେଉଛନ୍ତି। ଖାଦ୍ୟର ମୂଲ୍ୟ ବୃଦ୍ଧି ହେଲେ ପରିବାରମାନେ ଅଧିକ ପୁଷ୍ଟିକର ଖାଦ୍ୟ କିଣିବା ପରିବର୍ତ୍ତେ ଶସ୍ତା ମୁଖ୍ୟ ଖାଦ୍ୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟକୁ କ୍ରୟ କରିଥାନ୍ତି, ଯାହା ଫଳରେ ପୁଷ୍ଟିଯୁକ୍ତ ଖାଦ୍ୟର ଗୁଣବତ୍ତା ହ୍ରାସ ପାଇବ। ଲାନସେଟ୍ ଗ୍ଲୋବାଲ୍ ହେଲ୍‌ଥର ଏକ ରିପୋର୍ଟ ଅନୁଯାୟୀ, ପୁଷ୍ଟିହୀନତା, ବିଶେଷକରି ପିଲାମାନଙ୍କଠାରେ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। , ଏହାକୁ ଲୁକ୍କାୟିତ କ୍ଷୁଧା କୁହାଯାଇଥାଏ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ସାରା ବିଶ୍ବରେ ଖାଦ୍ୟ ସମାଗ୍ରୀ ମୂଲ୍ୟ ଢ଼େର ବଢ଼ିଯାଇଛି। ଉଭୟ ଦେଶ ଗହମ, ବାର୍ଲି, ମକା ଏବଂ ସୂର୍ଯ୍ୟମୁଖୀ ତେଲର ବିଶ୍ବରେ ବୃହତ୍‌ ଯୋଗାଣକାରୀ।

ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ହୋଇପାରିଛି : ଡବ୍ଲୁଏଫପି
ରୋମ୍‌/ଭୁବନେଶ୍ବର : ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ଉଲ୍ଲେଖନୀୟ ସଫଳତାକୁ ସ୍ବୀକୃତି ଦେଇଛି ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି) । ୧୯୯୯ ମହାବାତ୍ୟାରେ ବିପର୍ଯ୍ୟସ୍ତ ଓଡ଼ିଶା ଓ ୨୦୨୨ରେ ଆତ୍ମନିର୍ଭରଶୀଳ ଓଡ଼ିଶାକୁ ତୁଳନା କଲେ ରୂପାୟଣର ବାସ୍ତବତା ପ୍ରତୀୟମାନ ହୁଏ। ଏକ ସମୟରେ ନିଜର ସ୍ଥିତି ଓ ସ୍ଥିତାବସ୍ଥା ନିମନ୍ତେ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା ଦେଶର ୪ର୍ଥ ବୃହତ୍ତମ ଧାନ ଉତ୍ପାଦନ ରାଜ୍ୟର ମାନ୍ୟତା ପାଇଛି। ଭାରତବର୍ଷର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ଆଜି ପ୍ରମୁଖ ଅଂଶୀଦାର। ଖାଦ୍ୟଶସ୍ୟ ଉତ୍ପାଦନ, ବଣ୍ଟନ ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ସମୟକ୍ରମେ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ରାଜ୍ୟ ଢେର ଆଗରେ ରହିଛି।  ଯାହା ବିଶ୍ବର ବିଭିନ୍ନ ଦେଶ ପାଇଁ ଏକ ଉଦାହରଣ ପାଲଟିଛି।

ଆଜି ରୋମରେ ଅନୁଷ୍ଠିତ ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି ।ବିଗତ ଦୁଇ ଦଶନ୍ଧିଧରି ଓଡ଼ିଶାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ, ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ରୂପାନ୍ତରଣକୁ ଡବ୍ଲୁଏଫପି ଭୂୟସୀ ପ୍ରଶଂସା କରିବା ସହ ଓଡ଼ିଶା ଭଳି ସ୍ଥିତିରେ ଥିବା ଅନ୍ୟ ରାଷ୍ଟ୍ରଙ୍କ ପାଇଁ ଏହା ଖୁବ ଉପାଦେୟ ବୋଲି ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସଲେ କହିଛନ୍ତି । ଗତ ୨୨ବର୍ଷରେ ଓଡ଼ିଶାରେ ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ପରବର୍ତ୍ତି ପାଣିପାଗର ମୁକାବିଲା କରି ଆତ୍ମନିଯୁକ୍ତି ସୃଷ୍ଟି, କୁପୋଷଣ ଦୂର ସହ ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ସ୍ବାବଲମ୍ବୀ ହେବା, ପ୍ରାକୃତିକ ବିପର୍ଯ୍ୟୟର ସଠିକ ପରିଚାଳନା ଭଳି ଅନେକ ଦିଗରେ ଓଡ଼ିଶା ଆଗରେ ରହିଛି । ସମସ୍ତଙ୍କ ସହଭାଗୀତାରେ ରାଜ୍ୟ ଜାତିସଂଘ ଦ୍ୱାରା ସ୍ଥିରିକୃତ ନିରନ୍ତର ବିକାଶ ଲକ୍ଷ୍ୟ ଆଡ଼କୁ ବଢିଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡବ୍ଲୁଏଫପି ଏବଂ ଏହାର ସହଯୋଗୀ ସଂସ୍ଥା ଦ୍ୱାରା ସାରା ବିଶ୍ୱ ଓଡ଼ିଶାର ଅଭିଜ୍ଞତା ପହଞ୍ଚାଇବାରେ ଖୁବ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରୋମସ୍ଥିତ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟାଳୟ ପରିଦର୍ଶନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଓଡ଼ିଶା ଦୁଇ ଦଶନ୍ଧି ମଧ୍ୟରେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରି ଏବଂ ଜଳବାୟୁ ଅନୁକୂଳ ଜୀବିକା ସୃଷ୍ଟି ନିମନ୍ତେ ବିକାଶମୂଳକ କାର୍ଯ୍ୟ କରି ଓଡ଼ିଶା ଧୀରେ ଧୀରେ ନିରନ୍ତର ଓ ସମନ୍ବିତ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି କରୁଛି ବୋଲି ସେ କହିଛନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡେଭିଡ୍ ବିସଲେ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ସରକାର କରିଥିବା କାର୍ଯ୍ୟ ଆମେ ସ୍ବୀକାର କରୁଛୁ । ଓଡ଼ିଶାର ସଫଳତା କାହାଣୀକୁ ଉପଯୋଗ କରି ବିଶ୍ବର ଅନ୍ୟ ଦେଶରେ ଏହାକୁ ବ୍ୟବହାର କରି ସଫଳତା ମିଳିପାରିବ । ଓଡ଼ିଶାର ଏହି ଅଭିଜ୍ଞତାକୁ ବିଶ୍ବ ସ୍ତରରେ ଉପଯୋଗ କରିବା ଓ ଏକ ତାଲିମ କାର୍ଯ୍ୟକ୍ରମ ପ୍ରଦାନ ନିମନ୍ତେ ଓଡ଼ିଶା ସରକାର ଓ ଡବ୍ଲୁଏଫପି ମଧ୍ୟରେ ଏକ ସହଯୋଗ ପାଇଁ ଆଲୋଚନା କରାଯାଇଛି । କ୍ଷୁଧାମୁକ୍ତ ବିଶ୍ବ ପରି ଏକ ସାଧାରଣ ଲକ୍ଷ୍ୟ ହାସଲ ଲାଗି ଡବ୍ଲୁଏଫପି ଓ ଓଡ଼ିଶା ସରକାର ମିଳିତ ଭାବରେ କାର୍ଯ୍ୟକରିବାକୁ ସହମତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

୧୯୯୯ ମହାବାତ୍ୟାରେ ବିପର୍ଯ୍ୟସ୍ତ ଓଡ଼ିଶାକୁ ଆଗେଇ ନେଇ ଖାଦ୍ୟ ସୁରକ୍ଷା, ଶିଳ୍ପାନୁକୂଳ ବାତାବରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡ଼ା,କୃଷି ଓ ସାମଗ୍ରିକ ଭିତ୍ତିଭୂମିର ରୂପାନ୍ତରଣ ସହ ସନ୍ତୁଳିତ ଆର୍ଥିକ ପରିଚାଳନା ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟରୁ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାର ମୁଖ୍ୟ ବିନ୍ଧାଣୀ ନବୀନ ବିଶ୍ବକୁ ବାର୍ତ୍ତା ଦେବା ପରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡେଭିଡ୍ ବିସଲେ ପ୍ରଶଂସା କରିଛନ୍ତି। ଏଥି ସହିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଅନ୍ୟ ରାଜ୍ୟ ଓ ଦେଶକୁ ରଣକୌଶଳ ଶିଖାଇବ ଓଡ଼ିଶା । ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି ।