Raimohan Parida - The Sakala
ଆସିଲା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ; ଶ୍ୱାସରୁଦ୍ଧରୁ ମୃତ୍ୟୁ, ବେକରେ ରହିଛି କ୍ଷତ ଚିହ୍ନ
ଭୁବନେଶ୍ୱର: ଆସିଲା ଅଭିନେତା ରାଇମୋହନ ପରିଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି ରାଇମୋହନଙ୍କ ମୃତ୍ୟୁ। କମିଶନରେଟ୍‌ ପୋଲିସର ହସ୍ତଗତ ହୋଇଛି ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଗଳାରେ ରସି ଲଗାଇବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ତାଙ୍କ ବେକରେ କ୍ଷତ ଚିହ୍ନ ରହିଛି। ପୋଷ୍ଟମର୍ଟମ ସମ୍ପର୍କରେ କ୍ୟାପିଟାଲ ହସ୍‌ପିଟାଲ ପକ୍ଷରୁ ମିଳିଛି ସୂଚନା ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ମଧ୍ୟାହ୍ନରେ ରାଇମୋହନ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଭୁବନେଶ୍ୱରସ୍ଥିତ ପ୍ରାଚୀ ବିହାରରେ ଥିବା ନିଜ ବାସଭବନରୁ ମିଳିଥିଲା ରାଇମୋହନଙ୍କ ଝୁଲନ୍ତା ମୃତଦେହ । ରାଇମୋହନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? କାହିଁକି ଆତ୍ମହତ୍ୟା କଲେ ରାଇମୋହନ? ସେ କେଉଁ ପରିସ୍ଥିତିରେ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ ଖୋଳତାଡ଼ କରୁଛି ପୁଲିସ । କୌଣସି ପାରିବାରିକ ଅଶାନ୍ତି ଯୋଗୁଁ ଏଭଳି ଆତ୍ମହତ୍ୟା କଲେ କି ରାଇମୋହନ? ଏ ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରୁଛି କମିଶନରେଟ ପୁଲିସ । ତେବେ ଘଟଣା ଏବେ କେଉଁ ମୋଡ ନେଉଛି ନା ପୁଲିସକୁ କିଛି ସୁରାଗ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର । ଆଉ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଏଥିରେ ରାଇମୋହନ ଆତ୍ମହତ୍ୟାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ଗଳାରେ ରଶି ଲଗାଇବା କାରଣରୁ ଶ୍ବାସରୁଦ୍ଧା ହୋଇଥିବା ଜଣାପଡିଛି ।
ମୋବାଇଲ ଫୋନ୍‍ ଖୋଲିବ ରାଇମୋହନଙ୍କ ମୃତ୍ୟୁର ରହସ୍ୟ, ଆଜି ଆସିବ ଶବ ବ୍ୟବଚ୍ଛେଦ ରିପୋର୍ଟ
ଭୁବନେଶ୍ୱର : ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାର ଗୁମର ଫିଟୁଛି। ଆତ୍ମହତ୍ୟାକୁ ୩ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଉପରୁ ହଟୁନି ପରଦା। ଦିନ ଗଡ଼ିବା ସହ ରହସ୍ୟ ବି ବଢ଼ୁଛି। ଆଉ ସାମ୍‍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଗୁମର କଥା। ରାଇମୋହନ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ପତ୍ନୀଙ୍କୁ ଶେଷ ଫୋନ୍‍ କଲ୍‍ କରିଥିଲେ। ସେହିପରି ଗୋଟିଏ ମିନିଟ୍‍ ଲେଖାଏଁ ବ୍ୟବଧାନରେ ଦୁଇ ଝିଅ ଓ ପତ୍ନୀଙ୍କ ହ୍ୱାଟ୍ସଆପ ନମ୍ବରକୁ ରାଇମୋହନ ‘ବାଏ’ ଲେଖିଥିଲେ। ତେବେ ରାଇମୋହନଙ୍କ ମୋବାଇଲ ଫୋନ୍‍ ଆତ୍ମହତ୍ୟାର ପୂରା ରହସ୍ୟ ଖୋଲିବ ବୋଲି ଆଶା କରୁଛି ତଦନ୍ତକାରୀ ଟିମ୍‍। ଏଣୁ ଅଧିକ ଖୋଳତାଡ଼ କରିବା ଲାଗ ଟେକ୍ନିକାଲ ଏକ୍ସପର୍ଟ ଟିମ୍‍ଙ୍କୁ ତଦନ୍ତରେ ନିୟୋଜିତ କରାଯାଇଛି।
କମିସନରେଟ୍‌ ପୁଲିସ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଇମୋହନ ଆତ୍ମହତ୍ୟା କରିଥିବା ଦିନ ଅର୍ଥାତ୍‍ ଶୁକ୍ରବାର ଦିନ ୧୧ଟା ୧୭, ୧୧ଟା୧୮, ୧୧ଟା ୧୯ମିନିଟରେ ପତ୍ନୀ ଓ ଦୁଇ ଝିଅ ହ୍ୱାଟ୍ସଆପ ନମ୍ବରକୁ ‘ବାଏ’ ମେସେଜ୍‍ ଲେଖିଥିଲେ। ପରେ ୧୧ଟା ୫୭ମିନିଟ ସମୟରେ ପତ୍ନୀଙ୍କୁ ଫୋନ କରି କଥା ହୋଇଥିଲେ। ତେବେ ଜୀବନର ଶେଷ ଫୋନ କଲରେ ପତ୍ନୀଙ୍କୁ ରାଇମୋହନ କଣ କହିଥିଲେ? ଶେଷ ଫୋନ କଲରେ କେତେ ସମୟ କଥା ହୋଇଥିଲେ ? ଫୋନ କରି ପତ୍ନୀଙ୍କୁ କିଛି କହିଥିଲେ କି ? ଏସବୁ ବିଷୟରେ ଜାଣିବା ଲାଗି ରାଇମୋହନଙ୍କ ମୋବାଇଲ ଫୋନ୍‍କୁ ଜବତ କରି ସିଡ଼ିଆର ଯାଞ୍ଚ ଜାରି ରହିଛି।
ସେହିପରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ପ୍ରାଥମିକ ତଦନ୍ତ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିବା ବେଳେ ପରିବାରଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ତେବେ ପରିବାରଲୋକେ ଆତ୍ମହତ୍ୟା କରିଥିବା କାରଣ ଜାଣିବା ଲାଗି ପରିବାରଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏଣୁ ପୁଲିସ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ କରାଯାଉଥିବା ଜୋନ୍‍-୫ ଇନ୍‍ଚାର୍ଜ ଏସିପି ହିମାଂଶୁ ସ୍ୱାଇଁ ସୂଚନା ଦେଇଛନ୍ତି। ସେଭଳି ଆଗକୁ ପଡୋଶୀ ଓ ନିକଟତ୍ତର ବନ୍ଧୁଙ୍କୁ ମଧ୍ୟ ଜେରା କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୃତ୍ୟୁର କିଛିଦିନ ପୂର୍ବର ଏକ ସିସିଟିଭି ଫୁଟେଜ ସାମ୍‍ନାକୁ ଆସିଛି। ଯେଉଁଥିରେ ରାଇମୋହନ ଖାଦ୍ୟ ଆଣିବା ଲାଗି ଏକ ହୋଟେଲକୁ ଯାଇଥିଲେ। ହୋଟେଲରେ କିଛି ସମୟ ଛିଡା ହୋଇଥିଲେ। ପରେ ହସ ହସ ମୁହଁରେ ହୋଟେଲ କର୍ମଚାରୀଙ୍କ ସହ କଥା ହେବା ସହ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ ସେଲ୍‌ଫି ଉଠାଇଥିଲେ।
ଗତ ଶୁକ୍ରବାର ଦିନ ୧୨ଟା ସମୟରେ ରାଇମୋହନ ଘର ଭିତରେ ଏକ ଧୋତି ସହାୟତାରେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ସମୟରେ ସେ ଘରେ ଏକୁଟିଆ ଥିଲେ। କାରଣ ତାଙ୍କ ଗାଡ଼ି ଚାଳକ ଅଶୋକଙ୍କ ବିବାହ ଥିଲେ। ଏଣୁ ଆଶୋକଙ୍କ ବିବାହର ସାମଗ୍ରୀ କିଣିବା ଲାଗି ପତ୍ନୀ ଓ ବଡ଼ ଝିଅ କଟକକୁ ମାର୍କେଟିଂ କରିବାକୁ ଯାଇଥିଲେ। ଆଉ ସାନ ଝିଅ କଲେଜ ଯାଇଥିଲେ। ଦିନ ସାଢେ ୧୨ଟା ସମୟରେ ପୁତୁରା ପ୍ରଥମେ ଝୁଲନ୍ତା ଅବସ୍ଥାରେ ରାଇମୋହନଙ୍କୁ ଦେଖିଥିଲେ। ପରେ ୧୨ଟା ୪୫ମିନିଟରେ ପତ୍ନୀ ଓ ଝିଅ ପହଞ୍ଚିଥିଲେ। ତେବେ ସମସ୍ତେ ମିଳିମିଶି ରାଇମୋହନଙ୍କୁ ତଳକୁ ଆଣିଥିଲେ। ହେଲେ ସେତେବେଳକୁ ତାଙ୍କ ଜୀବନ ଚାଲି ଯାଇଥିଲା। ଏଥିସହିତ ରାଇମୋହନ ୧୦ ଫୁଟ୍‍ ଉଚ୍ଚାରୁ ବେକରେ ଧୋତି ଲଗାଇ ଝୁଲିପଡ଼ିଥିଲେ। ଏଣୁ ହତ୍ୟା କରାଯାଇଥିବା ଦିଗକୁ ନେଇ ବି ଖୋତଳାଡ ଜାର ରଖିଛି ପୁଲିସ।
ସେଭଳି ଏଥିମଧ୍ୟରେ ସାମ୍‍ନାକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଗତ ମେ’ ୩୦ତାରିଖରେ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ସେହିଭଳି ମୃତ୍ୟୁର ସପ୍ତାହ ତଳେ କୌଣସି କଥାକୁ ନେଇ ରାଇମୋହନ ମଞ୍ଚେଶ୍ୱର ଥାନାକୁ ଆସିଥିଲେ। ତେବେ ପରିବାର ମଧ୍ୟରେ ଅଶାନ୍ତି ଥିବାରୁ ସେ ଆତ୍ମହତ୍ୟା କରିଛନ୍ତି କି? ନା ମୃତ୍ୟୁ ପଛରେ ରହିଛି ଆଉ କିଛି କାରଣ। ଏଭଳି ଅନେକ ଦିଗକୁ ନେଇ ଅନୁସନ୍ଧାନ କରୁଛି ମଞ୍ଚେଶ୍ୱର ଥାନା ପୁଲିସ।
ରାଇମୋହନଙ୍କ ମୃତ୍ୟୁକୁ ନେଇ ବଢୁଛି ସସ୍‌ପେନ୍ସ : ଡ୍ରାଇଭର, ପୁତୁରା, ପତ୍ନୀ, ଦୁଇ ଝିଅଙ୍କ ସିଡିଆର୍‍ ଯାଞ୍ଚ କରୁଛି ପୁଲିସ
ଭୁବନେଶ୍ୱର : ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁକୁ ନେଇ ଏବେ ବି ସସ୍‍ପେନ୍ସ ଜାରିରହିଛି। ତାଙ୍କ ମୃତ୍ୟୁ ପାଇଁ ଭିନ୍ନଭିନ୍ନ କଥା ଆଲୋଚନା ହେଉଥିବା ବେଳେ ପୁଲିସ ପ୍ରକୃତ ସତ ପଦାକୁ ଆଣିବାକୁ ଚେଷ୍ଟା ଜାରିରଖିଛି। ଗତକାଲି ମଞ୍ଚେଶ୍ୱର ଥାନାର ୪ଜଣିଆ ମହିଳା ପୁଲିସ ଟିମ୍‍ ରାଇମୋହନଙ୍କ ଘରକୁ ଯାଇ ତନାଘନା କରିଥିଲେ। ରାଇମୋହନଙ୍କ ପତ୍ନୀ, ଜ୍ୱାଇଁ, ଦୁଇ ଝିଅ, ପୁତୁରା ଏବଂ ଡ୍ରାଇଭରକୁ ୨ଘଣ୍ଟା କାଳ ପୁଲିସ ପଚରାଉଚରା କରିଛି। ରାଇମୋହନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? କାହିଁକି ଆତ୍ମହତ୍ୟା କଲେ ରାଇମୋହନ? କେଉଁ ସ୍ଥିତିରେ କଲେ ଆତ୍ମହତ୍ୟ? ପୂର୍ବରୁ ପରିବାରରେ ଝଗଡ଼ା ହୋଇଥିଲା କି? ଏଭଳି ଅନେକ ପ୍ରଶ୍ନ ପରିବାର ଲୋକଙ୍କୁ ପଚରାଉଚରା କରିଛି ମହିଳା ଟିମ୍‍।
ତେବେ ପୁଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛି। ଭୁବନେଶ୍ୱର ଯୋନ-୫ ଏସିପି ଦାୟିତ୍ୱ ରେ ଥିବା ହିମାଂଶୁ ସ୍ଵାଇଁ କହିଛନ୍ତି ଯେ ବରିଷ୍ଠ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା ଘଟଣାରେ ୟୁଡ଼ି କେସ ରୁଜୁ କରି ତଦନ୍ତ କରୁଛି ପୁଲିସ। ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି। ତେବେ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। କିନ୍ତୁ ଏଯାଏଁ ପାରିବାରିକ ଅଶାନ୍ତି କଥା ସାମ୍ନାକୁ ଆସିନି। ସିଡ଼ିଆର ଯାଞ୍ଚ ଚାଲିଛି, କାହା ସହ କଥା ହୋଇଛନ୍ତି ଜଣା ପଡିବ ବୋଲି ପୁଲିସ କହିଛି।
ମୃତ୍ୟୁ ପୂର୍ବ ରାତିରେ ମନ ପସନ୍ଦର ଖାଦ୍ୟ ଖାଇବାକୁ କହିଥିଲେ
ଝିଅ କହିଛନ୍ତି ଯେ, ପୂର୍ବ ରାତିରେ ବାପା ତାଙ୍କ ମନ ପସନ୍ଦର ଖାଦ୍ୟ ଖାଇବାକୁ କହିଥିଲେ। ଝିଅ ରାତିରେ ରୋଷେଇ କରିବା ପରେ ରାଇମୋହନ ଖାଇଥିଲେ। ଦୁଇ ଜଣ ଡ୍ରାଇଭର୍‍ଙ୍କ ମଧ୍ୟରେ ଅଶୋକ ନାମକ ଡ୍ରାଇଭରକୁ ସେ ପୁଅ କରିଥିଲେ। ତେଣୁ ତାଙ୍କର ବାହାଘର ଥିବାରୁ ପରିବାର ଲୋକ କିଣାକିଣିରେ ପାଇଁ ସ୍ଥିର କରିଥିଲେ। ତେଣୁ ସକାଳ ୮ଟାରେ ସାନ ଝିଅକୁ ଜିଜିପି କଲୋନୀରେ ଥିବା କମ୍ପ୍ୟୁଟର କ୍ଲାସ୍‍ରେ ଡ୍ରାଇଭର ଛାଡ଼ିଥିଲା। ସକାଳୁ ସବୁଦିନ ରାଇମୋହନ ଚୂଡ଼ା ଖାଆନ୍ତି। କିନ୍ତୁ ସେ ଦିନ କଦଳୀ ନ ଥିବାରୁ ସେ କିଛି ଖାଇ ନ ଥିଲେ। ଏହାପରେ ଡ୍ରାଇଭର ସାନ ଝିଅକୁ ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାଡ଼ିଥିଲେ। ଶେଷରେ ସକାଳ ସାଢେ ୧୦ ଟାରେ ପତ୍ନୀ, ବଡ଼ ଝିଅ, ଜ୍ୱାଇଁ, ଅଶୋକ କଟକ କିଣାକିଣି କରିବାକୁ ଯାଇଥିଲେ।
ଏପରିକି ତାଙ୍କ ପତ୍ନୀଙ୍କୁ ୩ରୁ ୪ଥର ଫୋନ୍‍ କରି କଣ ଖାଇଲ ବୋଲି ପଚାରିଥିଲେ। ଏହାପରେ ଦିନ ୧୧ ଟା ୧୭, ୧୧ ଟା ୧୮ ଓ ୧୧ ଟା ୧୯ରେ ଦୁଇ ଝିଅ ଓ ସ୍ତ୍ରୀ ତିନିଜଣଙ୍କୁ ‘ବାଏ’ ବୋଲି ମେସେଜ କରିଥିଲେ ରାଇମୋହନ। ହେଲେ ସ୍ତ୍ରୀ ଓ ଝିଅ ମାର୍କେଟିଂ ବ୍ୟସ୍ତତା ଯୋଗୁଁ, ଏବଂ ସାନ ଝିଅ କଲେଜରେ ଥିବା ଯୋଗୁଁ କେହି ମେସେଜ୍‍ ଦେଖି ନ ଥିଲେ।  ପ୍ରଥମେ ଏହି ମେସେଜ୍‍ ତାଙ୍କ ସାନ ଝିଅ ଦେଖିବା ପରେ ବାପାକୁ ଲଗାଇଥିଲେ ମଧ୍ୟ ଉଠାଇ ନ ଥିଲେ। ସେ ତୁରନ୍ତ ମା’ଙ୍କୁ ଜଣାଇବା ପରେ ସେମାନେ ପୁତୁରାଙ୍କୁ ଘରକୁ ପଠାଇଥିଲେ। ପୁତୁରା ଘରେ ପହଞ୍ଚିବା ପରେ ଝୁଲନ୍ତା ମୃତଦେହକୁ ଦେଖିଥିଲେ।
‘ମରିଗଲେ କ’ଣ କରିବ’ ବୋଲି ଝିଅକୁ ପଚାରୁଥିଲେ
ଅନେକ ସମୟରେ ରାଇମୋହନ ତାଙ୍କ ସାନ ଝିଅକୁ ମରିଯିବାକୁ ଡରାଉଥିଲେ। ସେ ମରିଗଲେ କିପରି ରହିବ, ବ୍ୟସ୍ତ ହେବନି। ଆଦି ଅନେକ କଥା ସେ ତାଙ୍କ ସାନ ଝିଅକୁ କହୁଥିଲେ। ଯେଉଁଥି ପାଇଁ ସାନଝିଅ ବାପାଙ୍କ ଉପରେ ମଧ୍ୟ ରାଗିଥିଲେ। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ, ରାଇମୋହନ ଗତ କିଛି ଦିନ ହେବ ମାନସିକ ଚାପରେ ଥିଲେ। ହେଲେ କେଉଁ ଘଟଣାକୁ ନେଇ ମାନସିକ ଚାପରେ ଥିଲେ ତାହା ଜଣାପଡ଼ିନାହି। ପରିବାର ଲୋକଙ୍କୁ ଉତ୍ତର ପ୍ରମାଣ କରିବା ପାଇଁ ପୁଲିସ ପରିବାର ସମସ୍ତ ସଦସ୍ୟଙ୍କ ସିଡିଆର ମଗାଇଛି। ଏପରିକି ରାଇମୋହନଙ୍କ କାର୍‍ ଚଲାଉଥିବା ଦୁଇ ଡ୍ରାଇଭରଙ୍କ ସିଡିଆର ମଧ୍ୟ ପୁଲିସ ମଗାଯାଇଛି। ଏହି ସିଡିଆର୍‍ ରିପୋର୍ଟ ଆସିବା ପରେ ପୂରା ଘଟଣା ସ୍ପଷ୍ଟ ହେବ। କିଏ ରାଇମୋହନଙ୍କ ସହ ନିୟମିତ ସମ୍ପର୍କରେ ରହିଥିଲେ। କିଏ ରାଇମୋହନଙ୍କୁ ବାରମ୍ବାର ଫୋନ୍‍ କରି ମାନସିକ ଚାପ ପକାଉଥିଲେ। ଆତ୍ମହତ୍ୟା ସମୟରେ ପରିବାରର ଅନ୍ୟ ସଦସ୍ୟମାନେ କେଉଁଠିଥିଲେ। ସବୁ କିଛି ସିଡିଆର ଆସିଲେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ଅନ୍ୟପଟରେ ରବିବାର ପୁଲିସ ରାଇମୋହନଙ୍କ ପଡ଼ୋଶୀଙ୍କୁ ପଚରାଉଚରା କରିବ। ଝିଅ ପାଇଁ ରାଇମୋହନଙ୍କ ଘରେ ସୃଷ୍ଟି ହୋଇଥିବା ଅଶାନ୍ତ ସମ୍ପର୍କରେ ପଡ଼ୋଶୀ ଗଣମାଧ୍ୟମରେ ପାଟି ଖୋଲିଥିଲେ। ତେଣୁ ପୁଲିସ ପଡ଼ୋଶୀଙ୍କୁ ପଚରାଉଚରା କରିବା ପରେ ରାଇମୋହନଙ୍କ ଅଶାନ୍ତିର କାରଣ ସ୍ପଷ୍ଟ ହେବ। ଅନ୍ୟପଟରେ ପୁଲିସ ନିକଟରେ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି। ମୃତଦେହ ଉଦ୍ଧାରର ୨ଘଣ୍ଟା ପୂର୍ବରୁ ରାଇଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି ଡାକ୍ତର। ତାଙ୍କ ଶରୀରରେ କିଛିବି କ୍ଷତଚିହ୍ନ ନ ଥିବା ବେଳେ ଆତ୍ମହତ୍ୟାର କେତେକ ସଙ୍କେତ ତାଙ୍କ ଠାରେ ରହିଛି। ତେଣୁ ସମ୍ପୂର୍ଣ୍ଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ଭୁବନେଶ୍ବର : ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ କାହିଁକି କଲେ ଆତ୍ମହତ୍ୟା। ତାଙ୍କ ଆତ୍ମହତ୍ୟା ପଛର କଣ ରହିଛି କାରଣ। ରାଇଙ୍କ ମୃତ୍ୟୁ ମାମଲାକୁ ନେଇ ଏପରି ଅନେକ ରହସ୍ୟ ଲାଗିରହିଛି। ସାରା ଓଡ଼ିଶାବାସୀ ମଧ୍ୟ ତାଙ୍କ ପ୍ରିୟ କଳାକାରଙ୍କ ମୃତ୍ୟୁ କଣ ପାଇଁ ହେଲା ତାହା ଜାଣିବାକୁ ଚାହୁଁଛନ୍ତି। ଆଉ ଏହାରି ମଧ୍ୟରେ ରାଇମୋହନଙ୍କ ଆତ୍ମହତ୍ୟା ମାମଲା ଉପରୁ ପରଦା ଉଠାଇବା ପାଇଁ କମିଶନରେଟ୍‌ ପୁଲିସ ତଦନ୍ତ ପକ୍ରିୟାକୁ ଜୋରଦାର କରିଛି। ଗତକାଲି ମଞ୍ଚେଶ୍ୱର ଥାନାର ୪ଜଣିଆ ମହିଳା ପୁଲିସ ଟିମ୍‍ ରାଇମୋହନଙ୍କ ଘରକୁ ଯାଇ ତନାଘନା କରିଛନ୍ତି। ରାଇମୋହନଙ୍କ ପତ୍ନୀ, ଜ୍ୱାଇଁ, ଦୁଇ ଝିଅ, ପୁତୁରା ଏବଂ ଡ୍ରାଇଭରକୁ ୨ଘଣ୍ଟା କାଳ ପୁଲିସ ପଚରାଉଚରା କରିଥିଲା।
ତେବେ ପୁଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛି। ଭୁବନେଶ୍ୱର ଯୋନ-୫ ଏସିପି ଦାୟିତ୍ୱ ରେ ଥିବା ହିମାଂଶୁ ସ୍ଵାଇଁ କହିଛନ୍ତି ଯେ ବରିଷ୍ଠ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା ଘଟଣାରେ ୟୁଡ଼ି କେସ ରୁଜୁ କରି ତଦନ୍ତ କରୁଛି ପୁଲିସ। ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି। ତେବେ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। କିନ୍ତୁ ଏଯାଏଁ ପାରିବାରିକ ଅଶାନ୍ତି କଥା ସାମ୍ନାକୁ ଆସିନି। ସିଡ଼ିଆର ଯାଞ୍ଚ ଚାଲିଛି, କାହା ସହ କଥା ହୋଇଛନ୍ତି ଜଣା ପଡିବ ବୋଲି ପୁଲିସ କହିଛି।
ମୃତ୍ୟୁ ଦିନ ଘରେ ଏକୁଟିଆ ଥିଲେ ରାଇମୋହନ ଏଣୁ ହତ୍ୟା ଆଙ୍ଗଲକୁ ନେଇ ମଧ୍ୟ ତଦନ୍ତ କରୁଛି ପୁଲିସ। ପଡୋଶୀଙ୍କୁ ମଧ୍ୟ ପଚରାଉଚରା କରାଯିବ। ଅନ୍ୟପଟେ ରାଇମୋହନଙ୍କ ଘରେ ଥିବା ଦୁଇ ଜଣ ଡ୍ରାଇଭର୍‍ଙ୍କ ମଧ୍ୟରେ ଅଶୋକ ନାମକ ଡ୍ରାଇଭରକୁ ସେ ପୁଅ କରିଥିଲେ। ତେଣୁ ତାଙ୍କର ବାହାଘର ଥିବାରୁ ପରିବାର ଲୋକ କିଣାକିଣି ପାଇଁ ସ୍ଥିର କରିଥିଲେ। ସକାଳ ୧୦ଟାରେ ସାନ ଝିଅକୁ ଡ୍ରାଇଭର ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାଡିବା ପରେ ସାଢେ ୧୦ଟାରେ  ରାଇମୋହନଙ୍କ ପତ୍ନୀ ଓ ବଡ ଝିଅକୁ ନେଇ କଟକ ଯାଇଥିଲେ କିଣାକିଣି କରିବାକୁ । ତେବେ ଘରେ ଏକୁଟିଆ ଥିଲେ ରାଇମୋହନ। ଦିନ ୧୧ ଟା ୧୭, ୧୧ ଟା ୧୮ ଓ ୧୧ ଟା ୧୯ରେ ଦୁଇ ଝିଅ ଓ ସ୍ତ୍ରୀ ତିନିଜଣଙ୍କୁ ‘ବାଏ’ ବୋଲି ମେସେଜ କରିଥିଲେ ରାଇମୋହନ। ହେଲେ ସ୍ତ୍ରୀ ଓ ଝିଅ ମାର୍କେଟିଂ ବ୍ୟସ୍ତତା ଯୋଗୁଁ, ଏବଂ ସାନ ଝିଅ କଲେଜରେ ଥିବା ଯୋଗୁଁ କେହି ମେସେଜ୍‍ ଦେଖି ନ ଥିଲେ। ପ୍ରଥମେ ଏହି ମେସେଜ୍‍ ତାଙ୍କ ସାନ ଝିଅ ଦେଖିବା ପରେ ବାପାକୁ ଲଗାଇଥିଲେ ମଧ୍ୟ ଉଠାଇ ନ ଥିଲେ। ସେ ତୁରନ୍ତ ମା’ଙ୍କୁ ଜଣାଇବା ପରେ ସେମାନେ ପୁତୁରାଙ୍କୁ ଘରକୁ ପଠାଇଥିଲେ। ପୁତୁରା ୧୨ଟା ୩୦ ରେ ଘରେ ପହଞ୍ଚିବା ପରେ ଝୁଲନ୍ତା ମୃତଦେହକୁ ଦେଖିଥିଲେ। ୧୨ ଟା ୪୫ ରେ ପତ୍ନୀ ଓ ବଡ ଝିଅ ପହଞ୍ଚି ଥିଲେ। ଗୋଟିଏ ଧଳା ଧୋତୀରେ ରାଇମୋହନ ଝୁଲି ପଡିଥିଲେ। ପତ୍ନୀ ଓ ବଡ, ପୁତୁରା ଧଳା ଧୋତିକୁ କାଟି ମୃତଦେହକୁ ଓହ୍ଲାଇଥିଲେ। ଏବଂ ତାଙ୍କ ଛାତିକୁ ପମ୍ପିଂ କରିଥିଲେ । କିନ୍ତୁ ସେତେବେଳେକୁ ରାଇମୋହନଙ୍କ ପ୍ରାଣ ଚାଲିଯାଇଥିଲା।
ଅନ୍ୟପଟରେ ରବିବାର ପୁଲିସ ରାଇମୋହନଙ୍କ ପଡ଼ୋଶୀଙ୍କୁ ପଚରାଉଚରା କରିବ। ଝିଅ ପାଇଁ ରାଇମୋହନଙ୍କ ଘରେ ସୃଷ୍ଟି ହୋଇଥିବା ଅଶାନ୍ତ ସମ୍ପର୍କରେ ପଡ଼ୋଶୀ ଗଣମାଧ୍ୟମରେ ପାଟି ଖୋଲିଥିଲେ। ତେଣୁ ପୁଲିସ ପଡ଼ୋଶୀଙ୍କୁ ପଚରାଉଚରା କରିବା ପରେ ରାଇମୋହନଙ୍କ ଅଶାନ୍ତିର କାରଣ ସ୍ପଷ୍ଟ ହେବ। ଅନ୍ୟପଟରେ ପୁଲିସ ନିକଟରେ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି। ମୃତଦେହ ଉଦ୍ଧାରର ୨ଘଣ୍ଟା ପୂର୍ବରୁ ରାଇଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି ଡାକ୍ତର। ତାଙ୍କ ଶରୀରରେ କିଛିବି କ୍ଷତଚିହ୍ନ ନ ଥିବା ବେଳେ ଆତ୍ମହତ୍ୟାର କେତେକ ସଙ୍କେତ ତାଙ୍କ ଠାରେ ରହିଛି। ତେଣୁ ସମ୍ପୂର୍ଣ୍ଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
କାହିଁକି ଜୀବନ ହାରିଦେଲେ ରାଇମୋହନ? ବାସଭବନରେ କମିସନରେଟ ପୁଲିସର ସ୍ବତନ୍ତ୍ର ଟିମ୍ ଖୋଜୁଛି ଆତ୍ମହତ୍ୟାର କାରଣ
ଭୁବନେଶ୍ବର : ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ କାହିଁକି କଲେ ଆତ୍ମହତ୍ୟା। ତାଙ୍କ ଆତ୍ମହତ୍ୟା ପଛର କଣ ରହିଛି କାରଣ। ରାଇଙ୍କ ମୃତ୍ୟୁ ମାମଲାକୁ ନେଇ ବଢିବାରେ ଲାଗିଛି ଚର୍ଚ୍ଚା । ଆଉ ଏହାରି ମଧ୍ୟରେ ରାଇମୋହନଙ୍କ ଆତ୍ମହତ୍ୟା ମାମଲା ଉପରୁ ପରଦା ଉଠାଇବା ପାଇଁ ତଦନ୍ତ କାର୍ଯ୍ୟକୁ ଜୋରଦାର କରିଛି କମିସନରେଟ ପୁଲିସ। ଅନେକ ଲୋକଙ୍କ ଭିନ୍ନ ମତ ଏବଂ କାରଣ ଯୋଗୁଁ ଏବେ ସନ୍ଦେହ ଘେରକୁ ଆସିଛି ରାଇମୋହନଙ୍କ ମୃତ୍ୟୁ ମାମଲା ।ତେଣୁ ତଦନ୍ତ ପାଇଁ ଆଜି ଅଭିନେତାଙ୍କ ଘରେ ପହଞ୍ଚିଛି ମହିଳା ପୁଲିସ।
ମଞ୍ଚେଶ୍ୱର ଥାନା ଅଧୀନସ୍ଥ ପ୍ରାଚୀ ବିହାର ବାସଭବନରେ ମହିଳା ପୁଲିସ ପହଞ୍ଚି ତଦନ୍ତ ଚାଲୁ ରଖିଛି। ରାଇମୋହନ ଆତ୍ମହତ୍ୟା ଘଟଣାରେ କମିସନରେଟ୍‌ ପୁଲିସ ସସସ୍ପେନ୍ସ ଉପରୁ ପରଦା ହଟାଇବାକୁ ଉଦ୍ୟମ କରୁଛି। କମିସନରରେଟ ପୁଲିସର ଏକ ମହିଳା ଟିମ୍‌ ଆଜି ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପ୍ରାଚୀବିହାରସ୍ଥିତ ରାଇମୋହନ ପରିଡାଙ୍କ ବାସଭବନରେ ପହଞ୍ଚିଛନ୍ତି। ଏହି ସ୍ବତନ୍ତ୍ର ମହିଳା ଟିମ୍‌ରେ ୪ ଜଣ ସଦସ୍ୟ ଅଛନ୍ତି। ପୁଲିସ ରାଇମୋହନଙ୍କ ରହସ୍ୟମୟ ଆତ୍ମହତ୍ୟାର କାରଣ ଖୋଜୁଛି। ଏଥି ପାଇଁ ରାଇମୋହନଙ୍କ ପତ୍ନୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରୁଛି ବୋଲି ସୂଚନା ମିଳିଛି।
ରାଇମୋହନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? କାହିଁକି ଆତ୍ମହତ୍ୟା କଲେ ରାଇମୋହନ? ସେ କେଉଁ ପରିସ୍ଥିତିରେ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ ଖୋଳତାଡ଼ କରାଯିବ । କୌଣସି ପାରିବାରିକ ଅଶାନ୍ତି ଯୋଗୁଁ ଏଭଳି ଆତ୍ମହତ୍ୟା କଲେ କି ରାଇମୋହନ? ଏ ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରୁଛି କମିଶନରେଟ ପୁଲିସ ।ତେବେ ଘଟଣା ଏବେ କେଉଁ ମୋଡ ନେଉଛି ନା ପୁଲିସକୁ କିଛି ସୁରାଗ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ।
ଭୁବନେଶ୍ବର : ଦମଦାର ଅଭିନୟ ଓ ଜବରଦସ୍ତ ଡାଇଲଗ୍ ପାଇଁ ସମଗ୍ର ରାଜ୍ୟବାସୀଙ୍କ ନିକଟରେ ପରିଚିତ ଥିଲେ ରାଇମୋହନ ପରିଡା। ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ରାଇମୋହନ ପରିଡ଼ା ଯେମିତି ନିଖୁଣ ଅଭିନୟ କରୁଥିଲେ, ଯାତ୍ରା ମଞ୍ଚରେ ମଧ୍ୟ ସେ ଦର୍ଶକଙ୍କୁ ଅନୁରୂପ ଭାବେ ମତୁଆଲା କରୁଥିଲେ।ନେଗେଟିଭ୍ ଚରିତ୍ରର ତାଙ୍କର ମୃତ୍ୟୁ ଏମିତି ଯିଏ ଦେଖିବ ତାର ଲୋମ ଟାଙ୍କୁରି ଉଠିବ। ପରଦା ଉପରେ ଏଣ୍ଟ୍ରି ହେଲେ ବାଜେ ତାଳି। ବିନ୍ଦାସ, ଖୁସ୍ ମିଜାଜ୍ ଲୋକ ପ୍ରିୟ ଅଭିନେତା ରାଇମୋହନ ଆଉ ଏଇ ଦୁନିଆରେ ନାହାନ୍ତି। ଚିର ନିଦ୍ରାରେ ଶୋଇ ଯାଇଛନ୍ତି ସଭିଙ୍କ ଅତି ପ୍ରିୟ ରାଇ ଭାଇ। ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ଶୁକ୍ରବାର ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ମୃତଦେହ। ସେ ଆତ୍ମହତ୍ୟା କରିଛନ୍ତି । ତେବେ ସେ ହଠାତ୍‌ କାହିଁକି ଏପରି ଚରମ ପଦକ୍ଷେପ ଉଠାଇଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରାଇମୋହନଙ୍କ ଭଳି ବ୍ୟକ୍ତିତ୍ବ ଆତ୍ମହତ୍ୟା କରିବେ ତାହା ସହଜରେ ଗ୍ରହଣ କରି ପାରୁନାହାନ୍ତି ତାଙ୍କ ପ୍ରଶଂସକ ଏବଂ ପଡୋଶୀ। ସବୁବେଳେ ହସ ହସ ମୁହଁ ଏବଂ ଖୁସି ମିଜାସରେ ରହୁଥିବା ଲୋକଟି ଏପରି ନିଷ୍ପତ୍ତି କଣ ପାଇଁ ନେଲେ? ସେ ବହୁତ ଇଶ୍ବର ବିଶ୍ବାସୀ ଥିଲେ, ଆତ୍ମହତ୍ୟା ଭଳି ନିଷ୍ପତ୍ତିକୁ ଘୃଣା କରୁଥିଲେ । କିନ୍ତୁ ଆଜି କଣ ପାଇଁ ଏପରି କଲେ ତାହା କେହି ବୁଝି ପାରୁନାହାନ୍ତି। ତାଙ୍କ ମୃତ୍ୟୁ ପଛର କାରଣ କଣ? ଏନେଇ ପୁଲିସ ତଦନ୍ତ କରୁଥିବା ବେଳେ  ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ପାରିବାରିକ କଳହ ପାଇଁ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା କରିଥାଇ ପାରନ୍ତି । ପୁଲିସ ପାରିବାରିକ କଳହକୁ ନେଇ ତଦନ୍ତ କରୁଛି।
ସୂଚନା ଅନୁସାରେ କିଛି କାମରେ ଘରୁ ବାହାରକୁ ଯାଇଥିବା ତାଙ୍କ ପତ୍ନୀ ଓ ଝିଅଙ୍କ ମୋବାଇଲ୍କୁ ହ୍ୱାଟ୍ସଆପ୍ ମେସେଜ୍ ଆସିଲା ଗୁଡ-ବାଏ । ଏହାପରେ ତାଙ୍କ ବଡ ଝିଅ ମେସେଜର ରିପ୍ଲାଏ ଦେଇଥିଲେ ହେଲେ ରାଇମୋହନ ଆଉ ଉତ୍ତର ଦେଇ ନଥିଲେ । ତା’ପରେ କଲ ମଧ୍ୟ କରିଥିଲେ କିନ୍ତୁ ଉତ୍ତର ମିଳିନଥିଲା । ତାଙ୍କ ବଡ଼ ଝିଅ ପାଖରେ ରହୁଥିବା ପୁତୁରାଙ୍କୁ ଜଣାଇ ଥିଲେ । ସେ ଆସି ଦେଖିଥିଲେ ଯେ ଗ୍ରୀଲ ଦିଆ ଯାଇଛି ହେଲେ ଘରର କବାଟ ସବୁ ଖୋଲା ରହିଛି । ଦେଖିଲେ ରାଇମୋହନ ପରିଡା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଏହାପରେ ରାଇମୋହନଙ୍କ ବଡ଼ ଝିଅକୁ କଲ କରିଥିଲେ ଏବଂ ପୁଲିସକୁ ମଧ୍ୟ ଜଣାଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଁଚିଲା ବେଳକୁ ରାଇମୋହନଙ୍କୁ ପରିବାର ଲୋକ ଓହ୍ଲାଇ ଦେଇଛନ୍ତି । ପାଖରେ ତାଙ୍କ ବଡ଼ ଝିଅ, ସାନ ଝିଅ ଓ ପତ୍ନୀ ଉପସ୍ଥିତ ଥିଲେ ।
ଆତ୍ମହତ୍ୟା ଖବର ପାଇବା ମାତ୍ରେ ତାଙ୍କ ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେ ଜଗତର ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ରୁଣ୍ଡ ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ ପ୍ରଶ୍ନ । କ’ଣ ସତରେ ରାଇମୋହନ ସାର୍ ଆତ୍ମହତ୍ୟା କରିଛନ୍ତି ? ଏତେ ବଡ଼ ଲୋକ, ପୁଣି ଏତେ ଲୋକଙ୍କୁ ଦେଉଥିଲେ ପ୍ରେରଣା, ସେ କେମିତି ଆତ୍ମହତ୍ୟା କରିବା କଥା ଭାବି ପାରିଲେ ? ସେ ଭାରି ହସଖୁସିର ଲୋକ ଥିଲେ । ତାଙ୍କ ଆତ୍ମହତ୍ୟା ଖବର ଯିଏ ବି ଶୁଣୁଛି ସିଏ ଅବିଶ୍ୱାସ କରୁଛି ।
ଅନ୍ୟପଟେ ରାଇମୋହନ ପରିଡାଙ୍କ ପଡୋଶୀ କହିଛନ୍ତି ରାଇମୋହନ ପରିଡା ଥିଲେ ଆମ ପାଇଁ ଠିକଣା। ଯଦି କେହି ବାହାର ଲୋକ ଆମ ଘର ଖୋଜି ପଅନ୍ତି ନାହିଁ ତେବେ ରାଇମୋହନ କଥା କହିଲେ ସମସ୍ତେ ଜାଣି ପାରନ୍ତି। ପ୍ରାଚୀବିହାର ସ୍ଥିତ ଅଞ୍ଚଳରେ ସମସ୍ତଙ୍କ ଘର ସହିତ ତାଙ୍କର ଥିଲା ନିବିଡ଼ ସମ୍ପର୍କ। କେହି ତାଙ୍କର ବିରୋଧୀ ନଥିଲେ। ବାହାଘର, ବ୍ରତଘର ଓ ଅନ୍ୟାନ୍ୟ ଉତ୍ସବରେ ଯିଏ ଡାକୁ କି ନ ଡାକୁ ନିଜର ଭାବି ପହଞ୍ଚିଯାଉଥିଲେ। ସେ ସମସ୍ତଙ୍କୁ ଭଲ ପାଆନ୍ତି, ବିଶେଷ କରି ପରିବାର ଲୋକଙ୍କୁ ବହୁତ ଅଧିକ, ନିଜ ପତ୍ନୀଙ୍କୁ ଲକ୍ଷ୍ମୀ ବୋଲି କୁହନ୍ତି, ତାଙ୍କର ଦୁଇ ଝିଅ ଜୀବନ। ସେ ସର୍ବଦା ଚାହୁଁଥିଲେ ତାଙ୍କ ପରିବାର ଖୁସି। ହେଲେ ହଠାତ ଏପରି କାହିଁକି କଲେ ତାହା ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି।
ମୃତ୍ୟୁ ପରେ ବି ଅମର ରାଇମୋହନ : ହସ୍ପିଟାଲରେ ରାଇଙ୍କ ଚକ୍ଷୁଦାନ କଲେ ପରିବାର ଲୋକ
ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତର ଖ୍ୟାତନାମା ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ବି ତାଙ୍କ ଆଖି ଦୁନିଆ ଦେଖିବ। ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଆଖି ଦାନ କରିଛନ୍ତି ପରିବାର ଲୋକ। ଏବେ ରାଇଙ୍କ ଦୁଇ ଆଖି ପୁଣିଥରେ ଦୁନିଆ ଦେଖିବ। କୌଣସି ଦୃଷ୍ଟିହୀନ ଲୋକ ତାଙ୍କ ଆଖିରେ ଦୁନିଆ ଦେଖି ପାରିବ। ଯାହା ଦ୍ବାରା ମୃତ୍ୟୁ ପରେ ମଧ୍ୟ ଅମର ହୋଇ ରହିବେ ରାଇମୋହନ। ତାଙ୍କ ଦୁଇ ଆଖି ପୁଣିଥରେ ଦୁନିଆ ଦେଖିବ।
ଶୁକ୍ରବାର ମଧ୍ୟାହ୍ନରେ ରାଇମୋହନ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ପରିବାର ଲୋକ ରାଇଙ୍କ ଦୁଇ ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁ ନାଲି ନାଲି ଆଖିକୁ ଦେଖି, ଦିନେ ଦର୍ଶକ ଭୟରେ ଥରୁଥିଲେ । ଯେଉଁ ଆଖିକୁ ଦେଖି ଦର୍ଶକ ତାଙ୍କ ଅଭିନୟରେ ମତୁଆଲା ହେଉଥିଲେ । ରାଇମୋହନଙ୍କ ସେଇ ଆଖି ତାଙ୍କ ମୃତ୍ୟୁ ପରେ ବି ଜୀବିତ ରହିବ।
ସୂଚନାଯୋଗ୍ୟ ୧୯୬୩ ମସିହାରେ ରାଇମୋହନ ପରିଡ଼ା ଜନ୍ମ ହୋଇଥିଲେ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଉଦୟପୁର ଗାଁରେ। କରଞ୍ଜିଆ କଲେଜରେ ପାଠପଢ଼ା ଶେଷ କରିବା ପରେ ସେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ସେ ଏଠାରେ ନାଟକ ବିଭଗର ଛାତ୍ର ଥିଲେ। ସେ ଅଭିନୟରେ ତାଲିମ ନେଇଥିଲେ।ରାଇମୋହନ ପରିଡ଼ା ୯୦ଟି ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବା ସହିତ ୧୫ଟି ବଙ୍ଗଳା ଫିଲ୍ମରେ କାମ କରିଛନ୍ତି। ସେ ୪୦ରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ କାମ କରିଛନ୍ତି। ବିଶେଷ କରି ନେଗେଟିଭ୍ କ୍ୟାରେକ୍ଟରରେ ସେ ଛାଡ଼ି ଯାଇଛନ୍ତି ସ୍ୱତନ୍ତ୍ର ଛାପ।
୧୯୮୫ରେ ରାଇମୋହନ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୭ରେ ସେ ‘ସାଗର’ ଫିଲ୍ମରେ ପ୍ରଥମେ ନେଗେଟିଭ୍ କ୍ୟାରେକ୍ଟରେ ଅଭିନୟ କରିଥିଲେ। ‘ସତମିଛ’, ‘ରାମଲକ୍ଷ୍ମଣ’, ‘ଆସିବୁ କେବେ ସାଜି ମୋ ରାଣୀ’, ‘ନାଗପଞ୍ଚମୀ’, ’ଉଦଣ୍ଡୀସୀତା’, ‘ଦେ ମା’ ଶକ୍ତି ଦେ’, ‘ଜୟ ଶ୍ରୀରାମ’, ‘ତୁ ଥିଲେ ମୋ ଡର କାହାକୁ’, ‘ରଣଭୂମି’, ’ମେଣ୍ଟାଲ ଟୋକା’, ‘ସିଂହବାହିନୀ’, ‘କୁଳନନ୍ଦନ’, ‘କଣ୍ଢେଇ ଆଖିରେ ଲୁହ’, ‘ତୁ ଥିଲେ ମୋ ଡର କାହାକୁ’, ‘କୋଟିଏ ମଣିଷ ଗୋଟିଏ ଜଗା’ ଓ ‘ମିଷ୍ଟର ମଜ୍‌ନୁ’ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି। ଅଭିନୟ ପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।
ଆତ୍ମହତ୍ୟା ପୂର୍ବରୁ ସ୍ତ୍ରୀ ଓ ଝିଅକୁ ଶେଷ ମେସେଜ୍‌ ଦେଇଥିଲେ ରାଇମୋହନ, ‘ବାଏ’ ଲେଖି ଦୁନିଆକୁ କହିଥିଲେ ଅଲବିଦା
ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତର ଖ୍ୟାତନାମା ଅଭିନେତା ରାଇମୋହନ ପରିଡା ଆଉ ନାହାନ୍ତି । ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁରେ ଓଲିଉଡ ଓ ଯାତ୍ରା ଜଗତକୁ ଶକ୍ତ ଝଟକା ଲାଗିଛି । ତେବେ ରାଇମୋହନଙ୍କ ପରି ଜଣେ କଳାକାର କଣ ପାଇଁ ଆତ୍ମହତ୍ୟା କଲେ କାରଣ ତାଙ୍କ ପାଖରେ କାମର ଅଭାବ ନଥିଲା। ସବୁବେଳେ ହସଖୁସିରେ ରହୁଥିବା ଲୋକ କିପରି ଏବଂ କଣ ପାଇଁ ଆତ୍ମହତ୍ୟା କରିବ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ରିବାରିକ କଳହରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା କଥା ଚର୍ଚ୍ଚା ହେଉଛି।
ଏହାରି ମଧ୍ୟରେ ରାଇମୋହନ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ତାଙ୍କ ସ୍ତ୍ରୀ ଏବଂ ଝିଅକୁ ଶେଷ ମେସେଜ୍‌ କରିଥିବା କଥା ଜଣାପଡିଛି। ଆତ୍ମହତ୍ୟା ପୂର୍ବରୁ ଅଭିନେତା ରାଇମୋହନ ପରିଡ଼ା ଜୀବନର ଶେଷ ମେସେଜ୍‌ ଦେଇଥିଲେ! ଦୁଇ ଝିଅ ଓ ପତ୍ନୀଙ୍କ ନାଁ ନେଇ ମୋବାଇଲ୍‌ରେ ମେସେଜ୍‌ ଦେଇଥିଲେ। ମୋବାଇଲ୍‌ ମେସେଜରେ ସେ ‘ବାଏ’ ଲେଖିଥିଲେ। ମୋବାଇଲ୍‌ ମେସେଜ୍‌ ନେଇ ମଞ୍ଚେଶ୍ୱର ଥାନା ପୁଲିସ୍‌ ସୂଚନା ଦେଇଛି।
ଆଜି ରାଇମୋହନ ପରିଡା ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମଞ୍ଚେଶ୍ୱର ଥାନା ପୁଲିସ ଖବର ପାଇ ତାଙ୍କ ଘରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରୁଛି। କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ସେ ନେଇ ତନାଘନା କରୁଛି ଟିମ୍ । ତେବେ ଆତ୍ମହତ୍ୟା ପୂର୍ବରୁ ରାଇ ତାଙ୍କ ସ୍ତ୍ରୀ ଓ ଝିଅକୁ ଦେଇଥିବା ମେସେଜ୍‌ ବର୍ତ୍ତମାନ ରାଇଙ୍କ ଆତ୍ମହତ୍ୟାକୁ ନେଇ ସନ୍ଦେହ ସୃଷ୍ଟି କରିଛି।