Odia actor Raimohan - The Sakala

ଆଉ ଶୁଭିବନି ରାଇ ଭାଇଙ୍କ “ଏ ଜ୍ୟୋତି ମାଷ୍ଟ୍ରାଣୀ’ସଂଳାପ : ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ, ମୁଖାଗ୍ନି ଦେଲେ ସାନ ଝିଅ
ଭୁବନେଶ୍ବର : ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହୋଇଛି। ରାଇମୋହନଙ୍କ ପାର୍ଥିବ ଶରୀରରେ ତାଙ୍କର ସାନ ଝିଅ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ସଂପର୍କୀୟ, ବନ୍ଧୁବର୍ଗ ଓ ସିନେମା ଜଗତର କିଛି ଜଣାଶୁଣା ବ୍ୟକ୍ତି ଉପସ୍ଥିତ ଥିଲେ।ଏହି ସମୟରେ ସ୍ୱାର୍ଗଦ୍ୱାରରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଅଗଣିତ ସିନେ ପ୍ରେମୀଙ୍କ ଆଖିରେ ଲୁହ ଦେଇ ଅଫେରା ରାଇଜକୁ ଫେରିଯାଇଛନ୍ତି ବରିଷ୍ଠ ଓଲିଉଡ ଅଭିନେତା ତଥା ସଭିଙ୍କ ପ୍ରିୟର ଖଳନାୟକ ରାଇମୋହନ ପରିଡା। ତାଙ୍କ ମୃତ୍ୟୁ ଖବରରେ ପୂରା ଓଲିଉଡ, ଯାତ୍ରା ଜଗତ ଏବଂ ଓଡିଶାବାସୀ ସ୍ତବ୍ଧ। ରିଏଲ୍‍ ଲାଇଫ୍‍ରେ କନ୍ଧାଉଥିବା ବ୍ୟକ୍ତି ଶେଷରେ ଅନ୍ୟକୁ କନ୍ଦାଇ ଚାଲିଗଲେ। ଓଡ଼ିଶା ସିନେମା ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ଶେଷରେ ଆତ୍ମହତ୍ୟା କରିଛନ୍ତି। ମଞ୍ଚେଶ୍ୱର ଥାନା ପ୍ରାଚୀବିହାର ଉଦୟ-ପୁର ବାସଭବନରେ ଶୁକ୍ରବାର ସକାଳୁ ସେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଖାଇବାକୁ ଡାକିବାକୁ ଯାଇଥିବା ପୁତୁରା ପ୍ରଥମେ ତାଙ୍କର ଝୁଲନ୍ତା ମୃତଦେହ ଦେଖିଥିଲେ। ସେ ତୁରନ୍ତ ପାଖ ପଡୋଶୀଙ୍କୁ ଚିତ୍କାର କରି ଡାକିଥିଲେ। ପଡୋଶୀ ଆସିବା ପରେ ବେକରେ ଲାଗିଥିବା ଓଢଣିଙ୍କୁ ତୁରନ୍ତ କାଟି ତଳକୁ ଆଣିଥିଲେ। ସେ ବଞ୍ଚିଥିବା ଭାବି ତାଙ୍କ ଛାତିକୁ ପମ୍ପିଂ କରି ପ୍ରାଥମିକ ଚିକିତ୍ସା କରିଥିଲେ। ହେଲେ ତାଙ୍କର କିଛି ଶୋରଶବ୍ଧ ନମିଳିବାରୁ ମଞ୍ଚେଶ୍ୱର ଥାନା ପୁଲିସକୁ ଖବର ଦେଇଥିଲେ।

ମଞ୍ଚେଶ୍ୱର ଥାନା ପୁଲିସ ସେଠାରେ ପହଞ୍ଚିବା ପରେ ତଦନ୍ତ କରିବା ପରେ ରାଇମୋହନଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲା। ମୃତଦେହ ନିକଟରୁ ପୁଲିସ ରାଇମୋହନଙ୍କ ମୋବାଇଲ୍‍ ଫୋନ୍‍ ଏବଂ ବେକରେ ଝୁଲିଥିବା କପଡ଼ା ଜବତ କରିଛି। ପାରିବାରିକ କଳହ ରାଇମୋହନଙ୍କ ମୃତ୍ୟୁର କାରଣ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ରାଇମୋହନଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ଘର ଆଗରେ କଳାପ୍ରେମୀଙ୍କ ଭିଡ଼ ଜମିଥିଲା। ଏପରିକି ଅନେକ ନାମିଦାମୀ କଳାକାର ଏବଂ ତାଙ୍କୁ ଭଲ ପାଉଥିବା ବ୍ୟକ୍ତିମାନେ ସେଠାରେ ପହଞ୍ଚିଥିଲେ। ଏପରିକି ତାଙ୍କ ଶବ ବ୍ୟବଛେଦ ଗୃହ ନିକଟରେ ମଧ୍ୟ ସମର୍ଥକଙ୍କ ଭିଡ଼ ଜମିଥିଲା। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଛେଦ କରାଯିବା ପରେ ମୃତଦେହକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ସେଠାରୁ ତାଙ୍କ ମୃତଦେହକୁ ପ୍ରାଚୀ ବିହାର ସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ଅନେକ କଳାକାର ତାଙ୍କୁ ଶେଷ ଦର୍ଶନ କରିବା ପରେ ମୃତଦେହକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ରାଇମୋହନ ମୃତ୍ୟୁ ପୂର୍ବରୁ ୧୧.୨୦ ସମୟରେ ପତ୍ନୀ ଏବଂ ଝିଅକୁ ବାଏ ଲେଖି ଝୁଲିପଡ଼ିଥିଲେ। ପୁଲିସ ସୂଚନା ଅନୁସାରେ, ତାଙ୍କ ବଡ଼ ଝିଅ ବିବାହରକୁ କେନ୍ଦ୍ରକରି ରାଇମୋହନ୍‍ଙ୍କ ଘରେ ପାରିବାରିକ କଳହ ଲାଗୁଥିଲା। ଗତ ରଜରେ ରାଇମୋହନ୍‍ଙ୍କ ବଡ଼ ଝିଅ ଘରକୁ ଆସିଥିଲେ। ଯାହାକୁ ନେଇ ପରିବାରରେ କଳହ ଲାଗି ରହୁଥିଲା। ଗତ ଗୁରୁବାର ରାତିରେ ଝିଅ ଏବଂ ସ୍ତ୍ରୀଙ୍କ ସହ ରାଇମୋହନଙ୍କର ଝଗଡ଼଼ା ହୋଇଥିଲା ବୋଲି ପୁଲିସ ପଡୋଶୀଙ୍କୁ ପଚରାଉଚରା କରିବା ପରେ ଜାଣିବାକୁ ପାଇଛି। ଯେଉଁଥି ପାଇଁ ସକାଳୁ ରାଇମୋହନ ମାନସୀକ ଚାପରେ ଥିଲେ। ସେ ସକାଳୁ ଉଠି ସତ୍‍ସଂଘ ବିହାରରେ ଥିବା ସାଙ୍ଗମାନଙ୍କ ଖଟିକୁ ଯାଇଥିଲେ। ସେଠାରେ ଚା’ ପିଇ ଘରକୁ ଫେରିଥିଲେ। କିନ୍ତୁ ସେ ମାନସୀକ ଚାପରେ ଥିବାଭଳି ଜଣାପଡୁନଥିବା ସାଙ୍ଗମାନେ ଗଣମାଧ୍ୟମକୁ କହିଛନ୍ତି। ସେଠାକୁ ଘରକୁ ଫେରିବା ପରେ ବଡ଼ ଝିଅ ଏବଂ ପତ୍ନୀ ମାର୍କେଟିଂ କରିବାକୁ କଟକ ଯାଇଥିଲେ। ଆଉ ସାନ ଝିଅ କଲେଜ ଯାଇଥିଲେ। ଘରେ ଏକା ଥିଲେ ରାଇମୋହନ୍‍। ଏପରିକି ସେ ଶେଷଥର ପତ୍ନୀଙ୍କ ସହ କଥା ହୋଇଥିଲେ। କେଉଁଠୁ ଖାଇବ ବୋଲି ପଚାରିଥିଲେ। ଡ୍ରାଇଭର ଆସିଲେ ଖାଇବାକୁ ଯିବି ବୋଲି ରାଇମୋହନ କହିଥିଲେ। ଏହାପରେ ସେ ୧୧.୩୦ରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ। ଏନେଇ ମଞ୍ଚେଶ୍ୱର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଗତକାଲି ମଧ୍ୟ ସେ ଏକ ଫିଲ୍ମ ପାଇଁ ୩୦ ହଜାର ଟଙ୍କା ନେଇଥିଲେ।

୧୯୬୩ ମସିହାରେ ରାଇମୋହନ ପରିଡ଼ା ଜନ୍ମ ହୋଇଥିଲେ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଉଦୟପୁର ଗାଁରେ। କରଞ୍ଜିଆ କଲେଜରେ ପାଠପଡ଼ା ଶେଷ କରିବା ପରେ ସେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ସେ ଏଠାରେ ନାଟକ ବିଭଗର ଛାତ୍ର ଥିଲେ। ସେ ଅଭିନୟରେ ତାଲିମ ନେଇଥିଲେ। ରାଇମୋହନଙ୍କର ପତ୍ନୀ ଓ ୨ ଝିଅ ଅଛନ୍ତି। ଜଣେ ଝିଅ ବିବାହ କରିସାରିଛନ୍ତି। ରାଇମୋହନ ପ୍ରାଚୀ ବିହାର ଘରେ ପତ୍ନୀ ଓ ସାନ ଝିଅ ସହିତ ରହୁଥିଲେ।“ରାଇମୋହନ ପରିଡ଼ା ୯୦ଟି ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବା ସହିତ ୧୫ଟି ବଙ୍ଗଳା ଫିଲ୍ମରେ କାମ କରିଛନ୍ତି। ସେ ୪୦ରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ କାମ କରିଛନ୍ତି।

ଆତ୍ମହତ୍ୟା ପୂର୍ବରୁ ସ୍ତ୍ରୀ ଓ ଝିଅକୁ ଶେଷ ମେସେଜ୍‌ ଦେଇଥିଲେ ରାଇମୋହନ, ‘ବାଏ’ ଲେଖି ଦୁନିଆକୁ କହିଥିଲେ ଅଲବିଦା
ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତର ଖ୍ୟାତନାମା ଅଭିନେତା ରାଇମୋହନ ପରିଡା ଆଉ ନାହାନ୍ତି । ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁରେ ଓଲିଉଡ ଓ ଯାତ୍ରା ଜଗତକୁ ଶକ୍ତ ଝଟକା ଲାଗିଛି । ତେବେ ରାଇମୋହନଙ୍କ ପରି ଜଣେ କଳାକାର କଣ ପାଇଁ ଆତ୍ମହତ୍ୟା କଲେ କାରଣ ତାଙ୍କ ପାଖରେ କାମର ଅଭାବ ନଥିଲା। ସବୁବେଳେ ହସଖୁସିରେ ରହୁଥିବା ଲୋକ କିପରି ଏବଂ କଣ ପାଇଁ ଆତ୍ମହତ୍ୟା କରିବ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ରିବାରିକ କଳହରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା କଥା ଚର୍ଚ୍ଚା ହେଉଛି।

ଏହାରି ମଧ୍ୟରେ ରାଇମୋହନ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ତାଙ୍କ ସ୍ତ୍ରୀ ଏବଂ ଝିଅକୁ ଶେଷ ମେସେଜ୍‌ କରିଥିବା କଥା ଜଣାପଡିଛି। ଆତ୍ମହତ୍ୟା ପୂର୍ବରୁ ଅଭିନେତା ରାଇମୋହନ ପରିଡ଼ା ଜୀବନର ଶେଷ ମେସେଜ୍‌ ଦେଇଥିଲେ! ଦୁଇ ଝିଅ ଓ ପତ୍ନୀଙ୍କ ନାଁ ନେଇ ମୋବାଇଲ୍‌ରେ ମେସେଜ୍‌ ଦେଇଥିଲେ। ମୋବାଇଲ୍‌ ମେସେଜରେ ସେ ‘ବାଏ’ ଲେଖିଥିଲେ। ମୋବାଇଲ୍‌ ମେସେଜ୍‌ ନେଇ ମଞ୍ଚେଶ୍ୱର ଥାନା ପୁଲିସ୍‌ ସୂଚନା ଦେଇଛି।

ଆଜି ରାଇମୋହନ ପରିଡା ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମଞ୍ଚେଶ୍ୱର ଥାନା ପୁଲିସ ଖବର ପାଇ ତାଙ୍କ ଘରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରୁଛି। କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ସେ ନେଇ ତନାଘନା କରୁଛି ଟିମ୍ । ତେବେ ଆତ୍ମହତ୍ୟା ପୂର୍ବରୁ ରାଇ ତାଙ୍କ ସ୍ତ୍ରୀ ଓ ଝିଅକୁ ଦେଇଥିବା ମେସେଜ୍‌ ବର୍ତ୍ତମାନ ରାଇଙ୍କ ଆତ୍ମହତ୍ୟାକୁ ନେଇ ସନ୍ଦେହ ସୃଷ୍ଟି କରିଛି।