Headphone - The Sakala

ମହଙ୍ଗା ପଡିବ ହେଡଫୋନ ବ୍ୟବହାର; ୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ହେବେ ବଧିର
ପ୍ଯାରିସ: ବିଶ୍ବରେ ହେଡଫୋନ ବ୍ୟବହାର ବଢିବାରେ ଲାଗିଛି। କିନ୍ତୁ ଏହା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏଥିଯୋଗୁଁ ଲୋକଙ୍କୁ ଭଲ ଭାବେ ଶୁଭୁନାହିଁ। ଦୁନିଆରେ ପ୍ରାଯ ୧୫୦ କୋଟି ଲୋକ ଏହି ସମସ୍ୟାରେ ପୀଡିତ ଅଛନ୍ତି। ତେବେ ୨୦୫୦ ସୁଦ୍ଧା ବିଶ୍ବର ୨୫୦ କୋଟି ଲୋକ ବଧିର ହୋଇଯିବେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି। ହେଡଫୋନ ବ୍ୟବହାର, ଏକେଲାପଣ, ଚିନ୍ତା ଏବଂ ତୀବ୍ର ଧ୍ବନି ଯୋଗୁଁ ଏହି ସମସ୍ୟା ବୃଦ୍ଧି ପାଉଛି। ଫ୍ରାନ୍ସର ନ୍ୟାସନାଲ ହେଲଥ ଆଣ୍ଡ ମେଡିକାଲ ଇନଷ୍ଟିଚ୍ୟୁଟ ଏହା ଉପରେ ଏକ ଗବେଷଣା କରିଛି। ଏଥିରୁ ଜଣାପଡିଛି ଯେ ଦେଶର ଚାରି ଜଣରୁ ଜଣେ ବ୍ୟକ୍ତି ଶ୍ରବଣ ସମସ୍ୟାରେ ପୀଡିତ। ସେମାନେ ଧିରେ ଧିରେ କାଲା ହେବାରେ ଲାଗିଛନ୍ତି। ଦେଶର ପ୍ରାଯ ୨୫ ପ୍ରତିଶତ ଲୋକ ଏହି ସମସ୍ୟା ଭୋଗ କରୁଛନ୍ତି।

ପ୍ରଥମ ଥର ପାଇଁ ଫ୍ରାନ୍ସରେ ଏହା ଉପରେ ଗବେଷଣା କରାଯାଇଥିଲା। ଏଥିରେ ୧୮ରୁ ୭୫ ବର୍ଷ ବଯସର ୧, ୮୬, ୪୬୦ ଲୋକ ସାମିଲ ହୋଇଥିଲେ। ଗବେଷକଙ୍କ ଅନୁଯାଯୀ ହେଡଫୋନ ବ୍ୟବହାର, ଜୀବନଶୈଳୀ, ସାମାଜିକ ସଙ୍ଗରୋଧ ତଥା ଏକଲାପଣ ଏବଂ ତୀବ୍ର ଧ୍ବନି ସଂସ୍ପର୍ଶରେ ଆସିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହେଉଛି। ଗବେଷଣାରୁ ଜଣାପଡିଥିଲା ଯେ ସୁଗାର ଏବଂ ଅବସାଦ କିଛି ଲୋକଙ୍କର ଶୁଣିବାରେ ସମସ୍ୟା ରହିଛି। ଆଉ କିଛି ହେଡଫୋନ ବ୍ୟବହାର, ନିସଙ୍ଗତା, ଧ୍ବନି ପ୍ରଦୂଷଣ ଯୋଗୁଁ ବଧିର ହେବାରେ ଲାଗିଛନ୍ତି। ଏବେ ଫ୍ରାନ୍ସର ୩୭% ଲୋକ ହେଡଫୋନ ବ୍ୟବହାର କରୁଛନ୍ତି।