Rs 1 lakh per kg - The Sakala

ଆସାମର ପାଭୋଜନ୍‌ ଗୋଲ୍ଡ ଟି ସବୁଠୁ ମହଙ୍ଗା ଚା’: କିଲୋ ୧ ଲକ୍ଷ ଟଙ୍କାରେ ହେଲା ନିଲାମ
ନୂଆଦିଲ୍ଲୀ: ଆସାମରୁ ବିରଳ ଜୈବିକ ଚା ’ପାଭୋଜନ୍‌’ ଗୋଲ୍ଡ ଟି ହୋଇଛି ଦେଶର ସବୁଠୁ ମହଙ୍ଗା ଚା’। ଏହା କିଲୋ ପିଛା ରେକର୍ଡ ୧ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏହି ଚା’ରୁ କେବଳ ଏକ କିଲୋଗ୍ରାମ ଉତ୍ପାଦିତ ହୋଇଛି । ଆସାମ ଭିତ୍ତିକ ଚା’ ବ୍ରାଣ୍ଡ ‘ଐସା ଚା’ ଏହାକୁ ଜୋରହାଟ ଚା ନିଲାମ କେନ୍ଦ୍ର (ଜେଟିଏସି) ରୁ କିଣିଛି। ଆସାମର ଗୋଲାଘାଟ ଜିଲ୍ଲାରେ ଏହି ଚା’ ଉତ୍ପାଦିତ ହୋଇଛି। ଏହି ଚା’ର ପତ୍ରଗୁଡ଼ିକ ପରେ ସୁବର୍ଣ୍ଣ ରଙ୍ଗରେ ପରିଣତ ହୋଇଥାଏ।

ଏ ସମ୍ପର୍କରେ ଜୋରହାଟ ଚା ନିଲାମ କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି ଯେ, ପାଭୋଜନ୍ ଅର୍ଗାନିକ୍ ଚା ଖୁବ୍‌ ସୁସ୍ବାଦୁ। ବଗିଚାର ଦ୍ୱିତୀୟ ବ୍ୟାଚ୍ ଚା’ର ଉପର ପତ୍ରକୁ ବାହାର କରି ଏହା ପ୍ରସ୍ତୁତ କରାଯାଏ। ଏହାର ପତ୍ରଗୁଡ଼ିକ ପରେ ସୁବର୍ଣ୍ଣ ରଙ୍ଗରେ ପରିଣତ ହୋଇଥାଏ। ଏ ସମ୍ପର୍କରେ ଐସା ଚା’ର ସିଇଓ ବିଜିତ ଶର୍ମା କହିଛନ୍ତି ଯେ, ଏହି ପ୍ରକାରର ଗ୍ରାହକଙ୍କୁ ଆସାମର ସର୍ବୋତ୍ତମ ଚା ମିଶ୍ରଣ ଯୋଗାଇବାରେସାହାଯ୍ୟ କରିବ। ଆମର ଗ୍ରାହକ ସମଗ୍ର ବିଶ୍ୱରେ ରହିଛନ୍ତି, ଯେଉଁମାନେ ଏହି ବିବିଧତାର ଚା’ର ସ୍ୱାଦ ଏବଂ ମୂଲ୍ୟ ବୁଝିବେ। ଆମେ ସେମାନଙ୍କୁ ପ୍ରକୃତ ଆସାମ ଚା’ର ସ୍ୱାଦ ଯୋଗାଇଦେବା କ୍ଷେତ୍ରରେ ଆମର ମିଶନ ଜାରି ରଖିବାରେ ସକ୍ଷମ ହୋଇଛୁ। ଏହି ରେକର୍ଡ ମୂଲ୍ୟ ଆସାମ ଚା’ ଶିଳ୍ପର ହଜିଯାଇଥିବା ଖ୍ୟାତି ଫେରାଇ ଆଣିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଚାଇନାର ଦା ହୋଙ୍ଗ୍‌ ପାଓ ଚା’ର ମୂଲ୍ୟ ୯ କୋଟି ଟଙ୍କା।