Rupee - The Sakala

ରେକର୍ଡ ସ୍ତରକୁ ଖସିଲା ଟଙ୍କା ମୂଲ୍ୟ, ୧ ଡଲାର=୮୯.୬୮ ଟଙ୍କା...
ନୂଆଦିଲ୍ଲୀ: ଆମେରିକା ସହିତ ବାଣିଜ୍ୟ ଚୁକ୍ତିରେ ବିଳମ୍ବ ଏବଂ ଫେଡେରାଲ୍ ରିଜର୍ଭ ଆଡୁ ସୁଧ ହାରରେ କୌଣସି ହ୍ରାସ ସମ୍ଭାବନା ନ ଥ଄ବା ସମ୍ପର୍କିତ ରିପୋର୍ଟ ଆସିବା ପରେ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ହ୍ରାସ ଘଟିଛି। ଫଳରେ ଶୁକ୍ରବାର ଟଙ୍କା ରେକର୍ଡ ସର୍ବନିମ୍ନ ୮୯.୬୮ ସ୍ତରକୁ ଖସିଆସିଛି। ଭାରତ ଏବଂ ଆମେରିକା ଏ ପର୍ଯ୍ୟନ୍ତ ଏକ ବାଣିଜ୍ୟ ଚୁକ୍ତିରେ ପହଞ୍ଚି ନାହାଁନ୍ତି। ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ଆମେରିକା-ଭାରତ ବାଣିଜ୍ୟରେ ବାଧା ଏବଂ ଫେଡେରାଲ୍ ରିଜର୍ଭରୁ ସୁଧ ହାର ହ୍ରାସର ଆଶା ହ୍ରାସ ପାଇବା ଭାରତୀୟ ମୁଦ୍ରାକୁ ପ୍ରଭାବିତ କରୁଛି। ଆମେରିକାରୁ ଆସିଥିବା ଏହି ଆଶ୍ଚର୍ଯ୍ୟ କରିବା ଭଳି ଖବର ଭାରତୀୟ ମୁଦ୍ରାର ଗତିକୁ ବାଧା ଦେଇଛି, ଯାହାର ଫଳସ୍ୱରୂପ ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଏହାର ସର୍ବନିମ୍ନ ସ୍ତରକୁ ଖସିଆସିଛି।

ଶେଷ ଥର ପାଇଁ ଟଙ୍କା ୮୯.୩୪ ସ୍ତରରେ କାରବାର କରିଥିଲା। ଅଗଷ୍ଟ ଶେଷ ଭାଗରେ ଭାରତୀୟ ରପ୍ତାନି ଉପରେ ଆମେରିକାର ଶୁଳ୍କ ଲାଗୁ ହେବା ପରଠାରୁ ଟଙ୍କା ଚାପରେ ରହିଛି। ଚଳିତବର୍ଷ  ଟଙ୍କା ଏସିଆ ମହାଦେଶର ସବୁଠାରୁ ଦୁର୍ବଳ ମୁଦ୍ରା ମଧ୍ୟରୁ ଅନ୍ୟତମ। ବିଦେଶୀ ନିବେଶକମାନେ ଏ ପର୍ଯ୍ୟନ୍ତ ଭାରତୀୟ ଇକ୍ୱିଟିରୁ ୧୬.୫ ବିଲିୟନ ଡଲାରର ପାଣ୍ଠି ପ୍ରତ୍ୟାହାର କରିନେଇଛନ୍ତି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଯୋଗୁ  ଭାରତୀୟ ଷ୍ଟକ ବଜାର ମଧ୍ୟ ମନ୍ଥର ରହିଛି। ଟଙ୍କାର ଦୁର୍ବଳତା ମଧ୍ୟ ବଜାରରେ ଏହି ହ୍ରାସ ଆଣିଛି। ସପ୍ତାହର ଶେଷ କାରବାର ଦିବସ ଶୁକ୍ରବାର ସେନସେକ୍ସ ଏବଂ ନିଫ୍ଟି ସୂଚକାଙ୍କ ଉଭୟ ହ୍ରାସ ପାଇଛି।

ଡଲାରକୁ ଟକ୍କର ଦେବ ଭାରତୀୟ ‘ରୁପି’: ୬୪ ଦେଶ ସହ ଟଙ୍କାରେ ହୋଇପାରେ କାରବାର
ନୂଆଦିଲ୍ଲୀ: ବିଦେଶରୁ ବାଣିଜ୍ୟରେ ଡଲାରର ନିର୍ଭରଶୀଳତା ହ୍ରାସ କରିବା ପାଇଁ ଭାରତ ନେଇଥିବା ପଦକ୍ଷେପ ପ୍ରଭାବଶାଳୀ ପ୍ରମାଣିତ ହେଉଛି। ରୁଷ ସହିତ ଭାରାତୀୟ ମୁଦ୍ରା ‘ରୁପି’ ବା ଟଙ୍କାରେ ବାଣିଜ୍ୟ କାରବାର ଆରମ୍ଭ କରିବା ପରେ ଦେଶରେ ୧୭ଟି ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲାଯାଇଛି। ଜର୍ମାନୀ, ଇସ୍ରାଏଲ୍, ଜର୍ମାନୀ ଭଳି ବିକଶିତ ଦେଶ ସମେତ ୬୪ଟି ଦେଶ ଏବେ ଟଙ୍କା ମାଧ୍ୟମରେ ଭାରତ ସହ ବ୍ୟବସାୟ କାରବାର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବିଦେଶରୁ ସୁଧ ଆକର୍ଷିତ କରିବା ଏବଂ ଡଲାର ଉପରୁ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଆରବିଆଇ ୨୦୨୨ ଜୁଲାଇରେ ଏକ ବାଣିଜ୍ୟ ସମାଧାନ ବ୍ୟବସ୍ଥା ପ୍ରସ୍ତାବ ଦେଇଥିଲା।

ପ୍ରଥମ ଥର ପାଇଁ ୟୁରୋପୀୟ ସଂଘ(ଇୟୁ)ରେ ଅନ୍ତର୍ଭୁକ୍ତ ଜର୍ମାନୀ ଏସିଆର ଯେ କୌଣସି ମୁଦ୍ରା ଅର୍ଥାତ ଭାରତୀୟ ଟଙ୍କା ସହିତ ବ୍ୟବସାୟ କରିବାକୁ ଆଗକୁ ଦେଖାଇଛି। ଯଦି ଭାରତୀୟ ମୁଦ୍ରା ଟଙ୍କା ୩୦ରୁ ଅଧିକ ଦେଶ ସହିତ ବାଣିଜ୍ୟ କାରବାର କରେ, ତେବେ ଏପରି ପରିସ୍ଥିତିରେ ଏହା ଆନ୍ତର୍ଜାତୀୟ ବାଣିଜ୍ୟ ମୁଦ୍ରାର ମାନ୍ୟତା ହାସଲ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ରୁଷ ପରେ ଶ୍ରୀଲଙ୍କା ମଧ୍ୟ ଭାରତୀୟ ଟଙ୍କାରେ ବ୍ୟବସାୟ କରିବାକୁ ରାଜି ହୋଇଥିଲା। ବର୍ତ୍ତମାନ ଆଫ୍ରିକାର ଅନେକ ଦେଶ ଏବଂ ବାଂଲାଦେଶ, ନେପାଳ ଏବଂ ମିଆଁମାର ପରି ପଡୋଶୀ ଦେଶଗୁଡିକ ଟଙ୍କାରେ ଭାରତ ସହ ବାଣିଜ୍ୟ କାରବାର କରିବାକୁ ବ୍ୟବସାୟ କରିବାକୁ ଆଗ୍ରହ ଦେଖାଇ ସାରିଛନ୍ତି। ଏହି ଦେଶଗୁଡିକ ସେମାନଙ୍କର ବୈଦେଶିକ ମୁଦ୍ରା ଭଣ୍ଡାରରେ ଡଲାର ଅଭାବର ସମ୍ମୁଖୀନ ହେଉଛନ୍ତି।

ତାଜିକିସ୍ତାନ, କ୍ୟୁବା, ଲକ୍ସେମବର୍ଗ ଏବଂ ସୁଦାନ ସହ ମଧ୍ୟ ଟଙ୍କାରେ କାରବାରକୁ ନେଇ ଆଲୋଚନା ଚାଲିଛି। ଏହି ଚାରୋଟି ଦେଶ ଟଙ୍କାରେ ବାଣିଜ୍ୟ ସମାଧାନ ପାଇଁ ସ୍ୱତନ୍ତ୍ର ଭୋଷ୍ଟ୍ରୋ ଆକାଉଣ୍ଟ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଦେଶଗୁଡ଼ିକ ଭାରତରେ ଏଭଳି ଆକାଉଣ୍ଟଗୁଡିକ ପରିଚାଳନା କରୁଥିବା ବ୍ୟାଙ୍କଗୁଡ଼ିକ ସହିତ ଯୋଗାଯୋଗ କରୁଛନ୍ତି। ମରିସସ୍ ଏବଂ ଶ୍ରୀଲଙ୍କା ପାଇଁ କାରବାର କ୍ଷେତ୍ରରେ ସ୍ୱତନ୍ତ୍ର ଭୋଷ୍ଟ୍ରୋ ଆକାଉଣ୍ଟଗୁଡିକ ଆରବିଆଇ ଦ୍ୱାରା ଅନୁମୋଦନ ହୋଇସାରିଛି।

ଟଙ୍କାରେ ଆନ୍ତର୍ଜାତୀୟ ବାଣିଜ୍ୟର ସ୍ୱୀକୃତି ସହିତ ଭାରତ ଅନେକ ଦିଗରେ ଲାଭବାନ ହେବ। ଯଦି ଏହା ସଫଳ ହୁଏ, ତେବେ ଅଶୋଧିତ ତୈଳ ସହିତ ଆମଦାନୀ ହୋଇଥିବା ଅଧିକାଂଶ ଜିନିଷର ବିଲ୍‌ କେବଳ ଟଙ୍କା ମାଧ୍ୟମରେ ପ୍ରଦାନ କରାଯିବ। ଭାରତ ଏଥିପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଏହାବ୍ୟତୀତ ଅନେକ ବିଦେଶୀ କାରବାରର ପେମେଣ୍ଟ ଡଲାରରେ ଦିଆଯାଏ। ବିଗତ କିଛି ମାସ ହେବ ଡଲାର ମଜବୁତ ହେବା ଯୋଗୁ ବିଶ୍ବର ଅନେକ ଦେଶ ପାଇଁ ଆମଦାନୀ ମହଙ୍ଗା ପଡିଛି। ଭୋଷ୍ଟ୍ରୋ ଆକାଉଣ୍ଟ ଜରିଆରେ ଯେ କୌଣସି ଦେଶ ଭାରତ ସହିତ ଆମଦାନୀ କିମ୍ବା ରପ୍ତାନୀର ପେମେଣ୍ଟ ଦେବାକୁ ଟଙ୍କା ବ୍ୟବହାର କରିପାରିବେ। ଏହି ଆକାଉଣ୍ଟ୍ ମାଧ୍ୟମରେ, ଆପଣ ସାମଗ୍ରୀ ଏବଂ ସେବାଗୁଡିକର ଇନଭଏସ୍ ଅତି ସହଜରେ ପାଇପାରିବେ। ଏହା ମଧ୍ୟ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବ।

ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ
ନୂଆଦିଲ୍ଲୀ: ଦିନକୁ ଦିନ ଭାରତୀୟ ମୁଦ୍ରା ଟଙ୍କା ଅଧିକରୁ ଅଧିକ ଦୁର୍ବଳ ହେବାରେ ଲାଗିଛି। ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବିଶ୍ବ ଇକ୍ବିଟି ବଜାରରେ ହ୍ରାସ ଯୋଗୁ ବିଶ୍ବର ବହୁ ପ୍ରମୁଖ ମୁଦ୍ରା ସହ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ଘଟିବାରେ ଲାଗିଛି। ଫଳସ୍ବରୂପ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଏବେ ଏହାର ସର୍ବକାଳୀନ ରେକର୍ଡ ସ୍ତରକୁ ଖସିଆସିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧୯ ପଇସା ହ୍ରାସ ଘଟି ୭୮ ଟଙ୍କା ୩୨ ପଇସା ସ୍ତରରେ ରହିଛି। ଚଳିତବର୍ଷ ଟଙ୍କା ମୂଲ୍ୟରେ ୪ ପ୍ରତିଶତରୁ ଅଧିକ ହ୍ରାସ ଘଟିଥୁବାବେଳେ କେବଳ ଚଳିତ ସପ୍ତାହରେ ଏହା ୧ ପ୍ରତିଶତରୁ ଅଧୁକ ଖସିଛି। ମୁଦ୍ରା ମୂଲ୍ୟରେ ଏଭଳି ଅବମୂଲ୍ୟାୟନ ଯୋଗୁ ବିଶ୍ବ ବଜାରରେ ଭାରତୀୟ ମୁଦ୍ରା ଧରାଶାୟୀ ହେବାରେ ଲାଗିଛି। ତେବେ ବିଶ୍ବର ଏଭଳି ପ୍ରତିକୂଳ ଆର୍ଥିକ ପରିବେଶ ମଧ୍ୟରେ ଲାଭ ଉଠାଇଛି ଆମେରିକୀୟ ଡଲାର। ଘରୋଇ ମୁଦ୍ରା ମୂଲ୍ୟରେ ହ୍ରାସର ବଡ଼ ପ୍ରଭାବ ଦେଶର ତୈଳ ଆମଦାନୀ ବିଲ୍ ଉପରେ ପଡିବ। ଏଥିଯୋଗୁ ଦେଶର ଆମଦାନୀ ବିଲ୍‌ ବଢ଼ିବ। ଫଳସ୍ବରୂପ ଖାଉଟି ସାମଗ୍ରୀ ଉପରେ ମହଙ୍ଗା ମାଡ଼ ଆହୁରି ଜୋରଦାର ହେବ।