odishnaews - The Sakala

କରୋନା ମୁକାବିଲା ପାଇଁ ବିଏମସିର ପ୍ରସ୍ତୁତି ଆରମ୍ଭ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢିଲେ କେମିତି ହେବ ମୁକାବିଲା । କେତେ ପ୍ରସ୍ତୁତ ଅଛି ଭିତ୍ତିଭୂମି । ଗତକାଲିଠୁ ସାରା ଦେଶରେ ଚାଲିଛି ଦୁଇଦିନିଆ ମକଡ୍ରିଲ୍ । ସଂକ୍ରମଣ ରୋକିବା ଲାଗି ହେଉଛି ବ୍ଲୁପ୍ରିଣ୍ଟ । ଅକ୍ସିଜେନ, ଆଇସିୟୁ, ବେଡ, ମେଡିକାଲ ଷ୍ଟାଫ, ମେଡିସିନ ଆଦି ପ୍ରସ୍ତୁତ ରହିଛି କି ନାହିଁ ତାହାର କରାଯାଇଛି ଯାଞ୍ଚ। ଓଡିଶାରେ ବି କରାଯାଉଛି ମକଡ୍ରିଲ। ସମ୍ଭାବ୍ୟ ଲହରର ମୁକାବିଲା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି। ଅଧିକାଂଶ ସଂକ୍ରମିତ ହୋମ ଆଇସୋଲେସନରେ ରହିଛନ୍ତି। ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କୋଭିଡ ସ୍ଥିତିକୁ ନେଇ ବିଏମସିରେ ଜରୁରୀ ବୈଠକ ଡାକିଛି। ଆଜି ସବୁ ହସ୍ପିଟାଲରେ ମକଡ୍ରିଲ କରାଯାଇଛି। କୋଭିଡ ରୋଗୀ ଟିଏ ଆସିଲେ ତାକୁ କିଭଳି ବେଡକୁ ନିଆଯିବ, କିଭଳି ଚିକିତ୍ସା କରାଯିବ, କେମିତି ଅନ୍ୟମାନେ ସୁରକ୍ଷିତ ରହିବା ସହ ଚିକିତ୍ସା ଯୋଗାଇଦେବେ ସେନେଇ ଆଲୋଚନା କରାଯାଇଛି। ଆମର ସଂଖ୍ୟା କମ ଅଛି। ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମସ୍ତେ କୋଭିଡ ନିୟମ ମାନି ଚାଲନ୍ତୁ। ସତର୍କ ରୁହନ୍ତୁ, ସଚେତନ ରହିବାକୁ ବିଏମସି କମିଶନ ବିଜୟ ଅମୃତ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି।

ସେହପରି କଟକ ଏସସିବି ମେଡିକାଲ କଲେଜରେ ଖୋଲାଯାଇଛି ସ୍ବତନ୍ତ୍ର ଓ୍ବାର୍ଡ। ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଛି କୋଭିଡ ହସ୍ପିଟାଲ । ୨୦ଟି ବେଡ ଓ ୨ଟି ଆଇସିୟୁ ରଖାଯାଇଛି ପ୍ରସ୍ତୁତ । ଭିଡିଆରଏଲ ସଂଖ୍ୟା ଦେଢ଼ ହଜାରକୁ ବୃଦ୍ଧି କରାଯାଇଛି । ପର୍ଯ୍ଯାପ୍ତ ମେଡିସିନ ବି ମହଜୁଦ ରଖାଯାଇଛି ।

ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ଭାଇକୁ ହତ୍ୟାକଲା ପ୍ରେମିକ, ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାସ୍ତାରୋକ କଲେ ସ୍ଥାନୀୟଲୋକେ
ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳରେ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ହୋଇଥିବା ହତ୍ୟାକାଣ୍ଡ ଘଟଣା। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ କରିଛନ୍ତି। ଅଭିଯୁକ୍ତର ଟ୍ରକ୍ ଉତ୍ୟକ୍ତ ଲୋକେ ଜାଳି ଦେଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରୁଛି ପୁଲିସ। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି କାଳିଆପାଣି ପୁଲିସ।

ସୂଚନା ଅନୁଯାୟୀ, ଗତକାଲି ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ଭାଇକୁ ହତ୍ୟା କରିଛି ପ୍ରେମିକ । ମୃତକ ହେଲେ ବାମ୍ବିଲୋ ଗାଁର ଜିତେନ୍ଦ୍ର ମହାପାତ୍ର । ଅଭିଯୋଗ ଅନୁସାରେ ରାସୋଁଳ ଗ୍ରାମର ଶାନ୍ତନୁ ସାମଲ ମୃତ ଜିତେନ୍ଦ୍ରଙ୍କ ଭଉଣୀକୁ ପ୍ରେମ କରୁଥିଲା । ମାତ୍ର ଶାନ୍ତନୁ ବିବାହିତ ହୋଇଥିବାରୁ ଏହାକୁ ବିରୋଧ କରୁଥିଲେ ଯୁବତୀଙ୍କ ବାପା ଓ ଭାଇ । ଏଥିପାଇଁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକଲି ସନ୍ଧ୍ୟାରେ ଯୁବତୀଙ୍କ ବାପା ଓ ଭାଇ ନିଜ ଦୋକାନରେ କାମ କରୁଥିବାବେଳେ ଆକ୍ରମଣ କରିଥିଲା ଅଭିଯୁକ୍ତ । ଘଟଣାସ୍ଥଳରେ ଭାଇ ଜିତେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ବାପା ସନ୍ତୋଷ ମହାପାତ୍ର ଗୁରୁତର ହୋଇଥିଲେ । ଅଭିଯୁକ୍ତ ଶାନ୍ତନୁକୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ନୂଆମୋଡ଼ ନେଲା ଟୁଙ୍ଗୁରୁ ବିବାଦ: ଗାମୁଛା ପିନ୍ଧି ୮ ଦିନ ଥିଲେ ଗୃହବନ୍ଦୀ, ବର୍ଷା ଟୁଙ୍ଗୁରୁକୁ ଦେଲେ ଏକ ନୂଆ ମୋବାଇଲ
ଖଣ୍ଡଗିରି: କିଛିଦିନ ଲାଗି ରହିଥିବା ବିବାହିତା ମହିଳା ବର୍ଷା ଓ ଟୁଙ୍ଗୁରୁ ଭୋଳ ବିବାଦ ଭିନ୍ନ ମୋଡ଼ ନେଇଛି। ଟୁଙ୍ଗୁରୁକୁ ବିବାହ କରିବା ପାଇଁ ବର୍ଷା ଭରତପୁର ଥାନାରେ ଧାରଣା ଦେବାର ୩ ଦିନ ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଟୁଙ୍ଗୁରୁ। ବର୍ଷାଙ୍କ ସହିତ ତାଙ୍କର ଶାରୀରିକ ସମ୍ପର୍କ ନାହିଁ ବରଂ ତାଙ୍କୁ ବଦ୍‍ନାମ କରିବା ପାଇଁ ବର୍ଷା ଏଭଳି ନାଟକ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଟୁଙ୍ଗୁରୁଙ୍କ ଅଟୋ ଭଡ଼ା କରି ବର୍ଷା ଏମ୍‍ସ ଡାକ୍ତରଖାନା ଯାଇଥିଲେ ଓ ସେହିଠାରୁ ଉଭୟ ମୋବାଇଲ ନମ୍ୱର ଦିଆନିଆ ହୋଇ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲେ ମଧ୍ୟ ଶାରିରୀକ ସମ୍ପର୍କକୁ ଅସ୍ୱୀକାର କରିଛନ୍ତି ଟୁଙ୍ଗୁରୁ। ବର୍ଷା ତାଙ୍କ ସହ ବାରମ୍ୱାର ଝଗଡ଼ା କରୁଥିଲେ। ବର୍ଷା କିଛି ଦିନ ପୂର୍ବରୁ ବରମୁଣ୍ଡା ଠାରେ ତାଙ୍କୁ ମାଡ଼ ମାରିବା ସହିତ ତାଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ। ଥରେ ନୁହେଁ ବରଂ ୨/୩ ଥର ବର୍ଷା ତାଙ୍କ ମୋବାଇଲ୍‍ ଫୋନ ଭାଙ୍ଗିଛନ୍ତି ବୋଲି ଟୁଙ୍ଗୁରୁ କହିଛନ୍ତି।

ତେବେ କିଛିଦିନ ପୂର୍ବେ ବର୍ଷା ତାଙ୍କ ଘରକୁ ନେଇଥିଲେ ଓ ସେଠାରେ ତାଙ୍କ ପ୍ୟାଣ୍ଟସାର୍ଟକୁ ଲୁଚାଇ ଦେଇଥିଲେ। ଫଳରେ ସେ ବାହାରକୁ ବାହାରିପାରି ନ ଥିଲେ ଓ ଗାମୁଛା ପିନ୍ଧା ଅବସ୍ଥାରେ ଗୃହବନ୍ଦୀ କରି ରଖିଥିଲେ। ସେହିଭଳି ଖାଇବାକୁ ଦେଇଥିଲେ ସତ କିନ୍ତୁ ଘରୁ ବାହାରିବାକୁ ଦେଇ ନ ଥିଲେ ବୋଲି ଟୁଙ୍ଗୁରୁ ଅଭିଯୋଗ କରିଛନ୍ତି। ଗୃହବନ୍ଦୀ କରି ରଖିବାର ୮ମ ଦିନରେ ବର୍ଷା ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ଟୁଙ୍ଗୁରୁ ରାତି ଅଧରେ ଲୁଚି ଛପି ବର୍ଷାଙ୍କ ଘରୁ ଖସି ଯାଇଥିଲେ। ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଟୁଙ୍ଗୁରୁ ଖସିଯିବା ପରେ ବର୍ଷା ଟୁଙ୍ଗୁରଙ୍କ ଗାଁ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସିକିରିକୁ ଯାଇଥିଲେ। ଭାଇର ନିର୍ବନ୍ଧ ହୋଇଯାଇଛି ବୋଲି ଟୁଙ୍ଗୁରୁଙ୍କ ଭଉଣୀ ତାଙ୍କୁ କହିଥିଲେ। ଟୁଙ୍ଗୁରୁଙ୍କ ବିବାହ ସ୍ଥିର ହୋଇଯାଇଥିବା ଜାଣିବା ପରେ ବର୍ଷା ଗତ ୨୦ ତାରିଖରେ ଭରତପୁର ଥାନାକୁ ଆସିଥିଲେ। ଟୁଙ୍ଗୁରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ବର୍ଷା ଅଭିଯୋଗ କରିଥିଲେ। ଶଙ୍ଖା, ସିନ୍ଦୂର ଓ ଫୁଲମାଳ ଧରି ଟୁଙ୍ଗୁରୁଙ୍କୁ ବିବାହ କରିବେ ବୋଲି ଦିନତମାମ ଭରତପୁର ଥାନାରେ ବସି ରହିଥିଲେ। ତେବେ ଦୀର୍ଘ ସମୟ ଧରି ଆଲୋଚନା ପରେ ବିଳମ୍ୱିତ ରାତିରେ ଉଭୟଙ୍କ ବିବାଦରେ ଏକପ୍ରକାର ପୂର୍ଣ୍ଣଛେଦ ପଡ଼ିଥିଲା। ଟୁଙ୍ଗୁରୁଙ୍କର ଏକାଧିକ ମୋବାଇଲ ବର୍ଷା ଭାଙ୍ଗି ଥିବାରୁ ସେ ଏକ ନୂଆ ମୋବାଇଲ କିଣି ଟୁଙ୍ଗୁରୁଙ୍କୁ ଦେଇଛନ୍ତି। ଉଭୟ ଏବେ ଅଲଗା ହୋଇ ରହିଲେ ମଧ୍ୟ ଯୋଗାଯୋଗରେ ରହିବେ ବୋଲି ଥାନା ପୁଲିସ ପକ୍ଷରୁ ସ୍ଥିର କରାଯାଇଛି।