JP Nadda - The Sakala
ତାମିଲନାଡୁ ନିର୍ବାଚନ ପାଇଁ ବିଜେପିର ଇସ୍ତାହାର: ମହିଳାଙ୍କୁ ୨୦୦୦ ଟଙ୍କା, ୩ଟି ମାଗଣା ଗ୍ୟାସ ସିଲିଣ୍ଡର ସହ ଅନେକ ବଡ଼ ଘୋଷଣା
ତାମିଲନାଡୁ: ତାମିଲନାଡୁ ନିର୍ବାଚନ ପାଇଁ ବିଜେପି ନିଜର ଇସ୍ତାହାର ଘୋଷଣା କରିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଇସ୍ତାହାରରେ ଅନେକ ଲୋଭନୀୟ ଘୋଷଣା କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏହି ଅବସରରେ ରାଜ୍ୟ ପାଇଁ ଅନେକ କଲ୍ୟାଣକାରୀ ଏବଂ ଶାସନଗତ ପ୍ରତିଶ୍ରୁତି ଘୋଷଣା କରିବା ସହ କ୍ଷମତାସୀନ ଡିଏମକେ ଉପରେ କଡ଼ା ଆକ୍ରମଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତାମିଲନାଡୁ ବିଜେପି ସଭାପତି ନୈନାର ନଗେନ୍ଥ୍ରନ, ବରିଷ୍ଠ ନେତା କେ. ଅନ୍ନାମଲାଇ ଏବଂ ତାମିଲିସାଇ ସୁନ୍ଦରରାଜନ ପ୍ରମୁଖ ଉପସ୍ଥିତ ଥିଲେ।
ନିର୍ବାଚନୀ ଇସ୍ତାହାରରେ ମହିଳା ଏବଂ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ବ୍ୟାପକ ପ୍ରତିଶ୍ରୁତି ଦିଆଯାଇଛି। ବିଜେପି ଘୋଷଣା କରିଛି ଯେ ପରିବାରର ମୁଖ୍ୟ ମହିଳାଙ୍କୁ ମାସିକ ୨,୦୦୦ ଟଙ୍କା ପ୍ରଦାନ କରାଯିବ। ଏହା ସହ ବର୍ଷକୁ ୩ଟି ମାଗଣା ଏଲପିଜି ସିଲିଣ୍ଡର ଏବଂ ବର୍ଦ୍ଧିତ ଟିକସ ତଥା ଜୀବନଯାପନ ଖର୍ଚ୍ଚ ଭରଣା ପାଇଁ ପ୍ରତି ପରିବାରକୁ ଏକକାଳୀନ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ।
ଏହା ବ୍ୟତୀତ ଯୋଗ୍ୟ ମହିଳାମାନଙ୍କୁ ଇ-ସ୍କୁଟର କିଣିବା ପାଇଁ ୨୫,୦୦୦ ଟଙ୍କାର ସବସିଡି, ପ୍ରଥମ ଥର ଘର କିଣୁଥିବା ମହିଳାଙ୍କ ପାଇଁ ଷ୍ଟାମ୍ପ ଡ୍ୟୁଟିରେ ୩ ପ୍ରତିଶତ ରିହାତି ଏବଂ ଘରୋଇ ସାମଗ୍ରୀ କ୍ରୟ ନିମନ୍ତେ ୮,୦୦୦ ଟଙ୍କାର କୁପନ ଯୋଗାଇ ଦେବାକୁ ଦଳ ନିଜ ଇସ୍ତାହାରରେ ଉଲ୍ଲେଖ କରିଛି।
ଏହି ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଜେ.ପି. ନଡ୍ଡା ତାମିଲ ନବବର୍ଷ ଏବଂ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଏହି ଘୋଷଣାକୁ ଶୁଭ ବୋଲି ବର୍ଣ୍ଣନା କରିଥିଲେ। ତାମିଲନାଡୁର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରି ବିଜେପି ପାରମ୍ପରିକ ଜଲ୍ଲିକାଟ୍ଟୁ ଷଣ୍ଢ ପାଳନ କରୁଥିବା ବ୍ୟକ୍ତିଙ୍କୁ ମାସିକ ୨,୦୦୦ ଟଙ୍କା ସହାୟତା ଏବଂ କୌଣସି ପ୍ରତିଯୋଗୀଙ୍କ ମୃତ୍ୟୁ ହେଲେ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛି। ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପ୍ରମୁଖ ମନ୍ଦିରଗୁଡ଼ିକରେ ପ୍ରତିଦିନ ୨ ଘଣ୍ଟିଆ ସ୍ୱତନ୍ତ୍ର ଦର୍ଶନ ସମୟ ମଧ୍ୟ ସୁନିଶ୍ଚିତ କରାଯିବ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଶ୍ରୀ ନଡ୍ଡା ଡିଏମକେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ ଦାବି କରିଥିଲେ ଯେ ତାମିଲନାଡୁରେ ଡ୍ରଗ୍ସ ଜନିତ ଅପରାଧ ୫୧ ପ୍ରତିଶତ ବୃଦ୍ଧି ପାଇଛି। ଶାସକ ଦଳକୁ "ଦୁର୍ନୀତିର ରକ୍ଷକ" ବୋଲି ଆଖ୍ୟା ଦେଇ ସେ ଚାକିରି ଆବଣ୍ଟନ ଏବଂ ଟେଣ୍ଡରରେ ଅନିୟମିତତା ଭଳି ଅନେକ ଦୁର୍ନୀତି ବିଷୟ ଉଠାଇଥିଲେ। ଅପରାଧ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ବିଜେପି ଜିରୋ ଏଫଆଇଆର୍ ଲାଗୁ କରିବା, ଦ୍ରୁତ ବିଚାର ଅଦାଲତ ପ୍ରତିଷ୍ଠା ଏବଂ ବସ୍, ସ୍କୁଲ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୦୦ ସିସିଟିଭି କ୍ୟାମେରା ଲଗାଇବାକୁ ପ୍ରସ୍ତାବ ଦେଇଛି।
ସୂଚନାଯୋଗ୍ୟ ଯେ, ତାମିଲନାଡୁ ବିଧାନସଭା ନିର୍ବାଚନ ଏପ୍ରିଲ ୨୩ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ଫଳାଫଳ ସହ ମିଶି ମେ ୪ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ।
ଭୁବନେଶ୍ବର: ବିଜେପିରେ ମାଟିର ପୁଅ ନେତା ହେଉଛନ୍ତି, ନେତାର ପୁଅ ନୁହେଁ । ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଏପରି ବୟାନକୁ ନେଇ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଜେପି ନଡ୍ଡା ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି ସେ ସର୍ବ ପ୍ରଥମେ ନିଜ ଆଖି ପରୀକ୍ଷା କରି ନିଅନ୍ତୁ ବୋଲି କଟାକ୍ଷ କରିଛନ୍ତି ନରସିଂହ ।
ନଡ୍ଡାଙ୍କ ଆଖିକୁ ବିଜେପିରେ ପରିବାରବାଦ ଦେଖାଯାଉନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ବଲାଙ୍ଗୀର ପାଟଣାଗଡ଼ରେ କ’ଣ ପରିବାରବାଦ ନାହିଁ ? ସ୍ଵାମୀ ବିଧାୟକ, ସ୍ତ୍ରୀ ସାଂସଦ । ସେମାନେ ବିଜେପି ଦଳର ନୁହଁନ୍ତି କି ? ପୂର୍ବତନ ମୁଖ୍ୟମନ୍ତ୍ରୀ ଆର.ଏନ. ସିଂହଦେଓଙ୍କ ଏମାନେ ବଂଶଜ ନୁହଁନ୍ତି କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା କ’ଣ ବିଧାୟକ ନଥିଲେ ? ବିଜେପିରେ ତ ସବୁଠୁ ଅଧିକ ପରିବାରବାଦ ରହିଛି ଯାହା ଜଳ ଜଳ କରି ଦିଶୁଛି । ରାଜସ୍ଥାନ, ମଧ୍ୟପ୍ରଦେଶରେ ପରିବାରବାଦ ନାହିଁ କି ? ଯେଉଁମାନେ ଏବେ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବିଜେପିର କେତେଜଣ ମନ୍ତ୍ରୀ ପରିବାରବାଦ ଠାରୁ ଦୂରରେ ଅଛନ୍ତି ତାହା ନଡ୍ଡା କହିବେ କି ? ସବୁଠି ପରିବାରବାଦ ରହିଛି । ନଡ୍ଡା ଆଖି ପରୀକ୍ଷା କଲେ ଦେଖାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ।
ଜେପି ନଡ୍ଡା ରାଜ୍ୟସଭାର ନେତା ମନୋନୀତ
ନୂଆଦିଲ୍ଲୀ: ବିଜେପି ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ହେଲେ ରାଜ୍ୟସଭା ନେତା। ଆଜି ସଂସଦର ଉପର ଗୃହର ନେତା ଭାବେ ଜେପି ନଡ୍ଡାଙ୍କୁ ନିର୍ବାଚିତ କରାଯାଇଛି। ବିଜେପି ସରକାରର ତୃତୀୟ ପାଳିର କ୍ୟାବିନେଟରେ ନଡ୍ଡାଙ୍କୁ ମନ୍ତ୍ରୀ ପଦ ମିଳିଛି। ଚଳିତ ମାସ ପ୍ରାରମ୍ଭରେ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ବ୍ୟତୀତ ତାଙ୍କୁ ରସାୟନ ଓ ସାର ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ଦିଆଯାଇଛି। ବର୍ତ୍ତମାନ ସେ ରାଜ୍ୟସଭାର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ପିୟୂସ ଗୋଏଲଙ୍କ ସ୍ଥାନରେ ରାଜ୍ୟସଭାର ନେତା ଭାବେ ନଡ୍ଡାଙ୍କୁ ନିର୍ବାଚିତ କରାଯାଇଛି। ଲୋକସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି ପୀୟୂଷ ।
ଆଜିଠୁ ଲୋକସଭା ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ସାଂସଦମାନେ ଶପଥ ଗ୍ରହଣ କରିଛନ୍ତି। ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଭାବେ ଶପଥ ନେବା ପରେ ଅନ୍ୟ ସାଂସଦମାନେ ଶପଥପାଠ କରିଛନ୍ତି।
ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବିରୋଧୀ, ସୂର୍ଯ୍ୟଙ୍କୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛି ବିଜେପି: କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ବର: ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବିରୋଧୀ। ସୂର୍ଯ୍ୟଙ୍କୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛି ବିଜେପି। କିଛି ଏଭଳି କହି ଆଜି କଂଟାବାଞ୍ଜି ସଭାରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ଟିଟିଲାଗଡ, କଂଟାବାଞ୍ଜି ଓ ପାଟଣାଗଡରେ ନିର୍ବାଚନ ପ୍ରଚାର କରିଥିଲେ ପାଣ୍ଡିଆନ। ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମଧ୍ୟ ମାଗିଥିଲେ। ଆଉ ଓଡିଶା ଗସ୍ତରେ ଆସି ପଶ୍ଟିମଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପଶ୍ଟିମ ଓଡିଶାରୁ ହିଁ କଡା ଜବାବ ଦେଇଛନ୍ତି ପାଣ୍ଡିଆନ୍‌ । ସେ କହିଛନ୍ତି, ଯଦି ବିରୋଧୀ ନବୀନଙ୍କୁ ସ୍ୱଚ୍ଛ କହୁନାହାନ୍ତି ତେବେ ଏମାନେ ସ୍ୱଚ୍ଛତାର ପ୍ରକୃତ ଅର୍ଥ ଜାଣିନାହାନ୍ତି ।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କହୁଛନ୍ତି ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ନାହିଁ । ଯଦି ନବୀନ ସ୍ୱଚ୍ଛ ନୁହଁନ୍ତି ତେବେ ବିରୋଧୀ ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବୋଲି କହି ନଡ୍ଡାଙ୍କୁ କଡା ସମାଲୋଚନା କରିଛନ୍ତି ପାଣ୍ଡିଆନ। ଏହାସହ ସେ କହିଛନ୍ତି, ସୂର୍ଯ୍ୟକୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ। ନବୀନ ସୂର୍ଯ୍ୟଙ୍କ ଭଳି ସ୍ୱଚ୍ଛ ହେଲେ ବିରୋଧୀଙ୍କ ସ୍ୱଚ୍ଛତା ନାହିଁ । ବିଜେପି ଟିକେଟ ଦେଇଥିବା ଏକାଧିକ ପ୍ରାର୍ଥୀମାନଙ୍କ ନାଁରେ ଅପରାଧୀକ ମାମଲା ରହିଛି । ଏଭଳି ଲୋକଙ୍କୁ ପ୍ରାର୍ଥୀ କରି ଏମାନେ ନବୀନଙ୍କୁ ସ୍ୱଚ୍ଛତା ଶିଖାଇବେ ବୋଲି ପ୍ରଶ୍ନ କରି ସଭାମଂଚରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କାର୍ତ୍ତିକ।
ନିର୍ବାଚନ ଥିବାରୁ ବାହାରୁ ଆସି ବଡ ବଡ କଥା କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଏମାନଙ୍କୁ ଆପଣ ୨୦ ତାରିଖରେ ଉଚିତ ଜବାବ ଦେବେ ବୋଲି ଜନସାଧାରଣଙ୍କୁ ନିବେଦନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନ ସମୟରେ ବିରୋଧୀ ଦଳର ନେତା ଓ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି । ହେଲେ ସେମାନେ ଓଡିଶା କେଉଁଠି ଜାଣନ୍ତି ନାହିଁ କି ଓଡିଶାବାସୀଙ୍କୁ ଜାଣନ୍ତିନି । ପର୍ଯ୍ୟଟକ ଭଳି ଆସି ମିଛ କଥା କହି ପଳାଇବେ । ସେମାନଙ୍କ ପ୍ରତିଶ୍ରୁତିକୁ ବିଶ୍ବାସ କରନ୍ତୁନି ବୋଲି ପାଟଣାଗଡରେ କହିଛନ୍ତି ପାଣ୍ଡିଆନ। ହରିଶଙ୍କର ମନ୍ଦିରର ରୂପାନ୍ତରଣ ପାଇଁ ୨୮ କୋଟି, ବାଇପାସ ଲାଗି ୧୫୦ କୋଟି ଟଙ୍କା ଦିଆଯାଇଛି ବୋଲି ସେ କହିଛନ୍ତି ।
ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି ଜେ ପି ନଡ୍ଡା ଓ ରାହୁଲ ଗାନ୍ଧି
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ନିର୍ବାଚନୀ ପାଣିପାଗ ସରଗରମ ହେବାରେ ଲାଗିଛି। ବିଶେଷକରି ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ପ୍ରଚାରର ଶୁଭ ଶଙ୍ଖ ଫୁଙ୍କିବା ପରେ ବିରୋଧୀ ଶିବିର ଚଳଚଞ୍ଚଳ ହୋଇଉଠିଛି। ଗତ ୨୫ ତାରିଖରେ ବିଜେପିର ବରିଷ୍ଠ ନେତା ଅମିତ୍‌‌ ଶାହା ସୋନପୁରରୁ ନିର୍ବାଚନ ପ୍ରଚାର କରି ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ୍‌‌ ହୋଇ ଉଠିଥିବା ବେଳେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି। ଏହି ଦୁଇ ହେଭିୱେଟ୍‌‌ଙ୍କ ପ୍ରଚାର ରାଜ୍ୟ ରାଜନୀତି ପାଣିପାଗକୁ ଆହୁରି ଉଷ୍ମ କରିବ ବୋଲି ଆକଳନ କରୁଛନ୍ତି ରାଜନୀତିକ ସମୀକ୍ଷକ।
ସୂଚନା ଅନୁଯାୟୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ୱର ବିମାନବନ୍ଦରରେ ଅପରାହ୍ଣ ୪ଟା ୩୦ରେ ପହଞ୍ଚିବେ। ବିମାନବନ୍ଦରରୁ ସେ ସିଧାସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯିବେ। ଅପରାହ୍ଣ ସାଢ଼େ ୫ଟାରେ ନଡ୍ଡା ମୟୂରଭଞ୍ଜର ଆମ୍ୱପୁଆ ଠାରେ ଏକ ସାଧାରଣସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସନ୍ଧ୍ୟା ୬ଟା ୪୫ରେ ସେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ। ବ୍ରହ୍ମପୁରରେ ରାତ୍ରି ରହଣି କରି ଆସନ୍ତାକାଲି ସକାଳେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ଆଜି ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଦିନ ୧୧ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଟକର ସତ୍ୟଭାମାପୁର ଯିବେ। ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସତ୍ୟଭାମାପୁରରୁ ହେଲିକପ୍ଟର ଯୋଗେ ସାଲେପୁର ଯିବେ। ସେଠାରେ ସେ ଦଳ ପକ୍ଷରୁ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାପରେ ରାହୁଲ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।
ଗୋଟିଏ ଦିନରେ ଜାତୀୟ ରାଜନୀତିର ଦୁଇ ହେଭିୱେଟ ନେତା ଓଡ଼ିଶା ଆସୁଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ୍‌‌ ଉଷ୍ମତା ଭରିଯାଇଛି। ବିଶେଷକରି ବିଜେପି ଓ କଂଗ୍ରେସର ସମର୍ଥକମାନେ ଦଳୀୟ ନେତାଙ୍କ ଓଡ଼ିଶା ଆଗମନକୁ ନେଇ ବେଶ୍‌‌ ଉତ୍ସାହିତ ଅଛନ୍ତି।
ହିମାଚଳ ପ୍ରଦେଶ ରାଜ୍ୟସଭା ଆସନରୁ ଇସ୍ତଫା ଦେଲେ ଜେପି ନଡ୍ଡା
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାକୁ ରାଜ୍ୟସଭା ଅଧ୍ୟକ୍ଷ ଗ୍ରହଣ କରିଛନ୍ତି। ହିମାଚଳ ପ୍ରଦେଶରୁ ଇସ୍ତଫା ଦେଇଛନ୍ତି ଜେପି ନଡ୍ଡା । ନିକଟରେ ନଡ୍ଡା ମଧ୍ୟ ଗୁଜୁରାଟରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏଣୁ ସେ ଗୁଜରାଟରୁ ରାଜ୍ୟସଭା ସାଂସଦ ପଦ ବଜାୟ ରଖିବାକୁ ହିମାଚଳ ଆସନକୁ ଛାଡ଼ିଦେଇଛନ୍ତି ।
ନଡ୍ଡା ଗତ ଫେବୃଆରୀ ୨୦ ରେ ଗୁଜରାଟରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଫ​ଳରେ ସେ ହିମାଚଳ ପ୍ରଦେଶ ଆସନରୁ ରାଜ୍ୟସଭା ସାଂସଦ ପଦ ଛାଡ଼ିବା ଆଶା କରାଯାଉଥିଲା । ଆଶାନୁରୂପଭାବେ ସେ ଇସ୍ତଫା ଦେଇଛନ୍ତି । ତେବେ ହିମାଚଳରୁ ନଡ୍ଡାଙ୍କ କାର୍ୟ୍ୟକାଳ ଆଉ ୧୪ ଦିନ ବାକି ଥିଲା, କିନ୍ତୁ ଏହା ପୂର୍ବରୁ ନଡ୍ଡା ରାଜ୍ୟସଭା ସଭାପତିଙ୍କ ନିକଟରେ ସେ ନିଜର ଇସ୍ତଫା ପତ୍ର ଦାଖଲ କରିସାରିଛନ୍ତି।
ବଢ଼ିଲା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ଯକାଳ
ନୂଆଦିଲ୍ଲୀ: ବଢ଼ିଲା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ଯକାଳ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି ଜେପି ନଡ୍ଡାଙ୍କ ପାଇଁ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ଆଜି ଏହି ପ୍ରସ୍ତାବ ପାରିତ କରିଛି । ରାଜନାଥ ସିଂ ଏହି ପ୍ରସ୍ତାବ ରଖିଥିଲେ । ବିଜେପିର ସମସ୍ତ ସଦସ୍ୟମାନେ ଏହାକୁ ସ୍ୱୀକାର କରିଛନ୍ତି। ଜେପି ନଡ୍ଡାଙ୍କୁ ଜୁନ ୨୦୨୪ ପର୍ଯ୍ଯନ୍ତ ବିଜେପିର ଅଧ୍ୟକ୍ଷ ଭାବରେ ତାଙ୍କ କାର୍ଯ୍ଯକାଳ ବୃଦ୍ଧି କରାଯାଇଛି। ଅମିତ ଶାହ କହିଛନ୍ତି ମୋତେ ଆଶା ଓ ବିଶ୍ୱାସ ରହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ବିଜେପି ୨୦୨୪ରେ ଆହୁରି ଅଧିକ ବହୁମତରେ ବିଜୟ ହାସଲ କରିବ ।
ସେ କହିଛନ୍ତି ଯେ, ପୁଣି ଗୋଟେଥର ନରେନ୍ଦ୍ର ମୋଦି ଦେଶର ନେତୃତ୍ୱ ପ୍ରଧାନମନ୍ତ୍ରୀ ରୂପରେ କରିବେ । ଜେପି ନଡ୍ଡାଙ୍କ ତିନି ବର୍ଷିୟା କାର୍ଯ୍ଯକାଳ ଚଳିତ ବର୍ଷ ୨୦ ଜାନୁଆରୀରେ ଶେଷ ହେଉଥିଲା । ଏହା ପୂର୍ବରୁ ସେ ଜୁଲାଇ ୨୦୧୯ରେ ଦଳର କାର୍ଯ୍ଯକାରୀ ଅଧ୍ୟକ୍ଷ ହୋଇଥିଲେ । ଏହାପରେ ୨୦ ଜାନୁଆରୀ ୨୦୨୦ରେ ସେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବରେ ଦଳର କମାନ ସମ୍ଭାଳିଥିଲେ । ବିଜେପିର ସମ୍ବିଧାନ ଅନୁସାରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଲଗାତାର ତିନି ବର୍ଷ ପାଇଁ ଦୁଇଟି କାର୍ଯ୍ଯକାଳ ଦେବାର ପ୍ରାବଧାନ ରହିଛି ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ନବୀନଙ୍କ ସହ କଥା ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏସମ୍ପର୍କରେ ନବୀନ ପଟ୍ଟନାୟକଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଲୋଚନା କରିଛନ୍ତି । ଆଲୋଚନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସୂଚନା ଦେଇଛନ୍ତି । ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାନଙ୍କ ସମ୍ପର୍କରେ ଫୋନ୍ ଯୋଗେ କଥା ହୋଇଛନ୍ତି ନଡ୍ଡା । ନାମାଙ୍କନ ସମୟରେ ଉପସ୍ଥିତ ରହିବାକୁ ନବୀନଙ୍କୁ ଅନୁରୋଧ କରିଥିଲେ ।
ଅନୁରୋଧକ୍ରମେ ନବୀନ ପଟ୍ଟନାୟକ ଦୁଇ ମନ୍ତ୍ରୀଙ୍କୁ କାଲି ଦିଲ୍ଲୀ ପଠାଇବେ । ନାମାଙ୍କନ ସମୟରେ ସେମାନେ ମୁର୍ମୁଙ୍କ ସହ ଉପସ୍ଥିତ ରହିବେ  । ଆଜି କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସରକା ନାମାଙ୍କନ ପତ୍ରରେ ଦସ୍ତଖତ କରିବେ  । ଆସନ୍ତାକାଲି ନାମାଙ୍କନ ସମୟରେ ଉପସ୍ଥିତ ରହିବେ  । ସୂଚନା ଥାଉକି ଗତକାଲି ନବୀନ ପଟ୍ଟନାୟକ ଏନଡିଏ ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲା  ।