DHFL - The Sakala

ଡିଏଚ୍‌ଏଫ୍‌ଏଲ୍‌ରେ ୩୪,୬୧୫ କୋଟିର ଘୋଟାଲା, ୧୭ ବ୍ୟାଙ୍କକୁ ଲଗାଇଛନ୍ତି ଚୂନ
ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଠକେଇ ଘଟଣାରେ ମାମଲା ରୁଜୁ କରାଯାଇଛି। ରିଅଲ ଇଷ୍ଟେଟ୍‌ କମ୍ପାନୀ ଦିୱାନ୍ ହାଉସିଂ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ (ଡିଏଚ୍‌ଏଫ୍‌ଏଲ୍‌)ର ପ୍ରମୋଟରଙ୍କ ଦ୍ବାରା ଏହି ଠକେଇ ସଂଘଟିତ ହୋଇଛି। ଏଥିରେ ଅଭିଯୁକ୍ତ ୧୭ ବ୍ୟାଙ୍କକୁ ଲଗାଇଛନ୍ତି ଚୂନ। ଏହି ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଆଜି ଡିଏଚଏଫଏଲର ପୂର୍ବତନ ପ୍ରମୋଟର କପିଲ ୱଧାୱନ ଏବଂ ଧୀରଜ ୱଧାୱନଙ୍କ ବିରୋଧରେ ୩୪,୬୧୫ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିଛି। ଡିଏଚ୍‌ଏଫ୍‌ଏଲ୍‌ ମାମଲାରେ ଅଭିଯୁକ୍ତମାନେ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱାଧୀନ ୧୭ଟି ବ୍ୟାଙ୍କକୁ ନେଇ ଗଠିତ କନ୍‌ସୋର୍ଟିୟମ୍‌କୁ ୩୪,୬୧୫ କୋଟି ଟଙ୍କା ଠକିଛନ୍ତି।

ବର୍ତ୍ତମାନ ସୁଦ୍ଧା ଦେଶରେ ହୋଇଥିବା ବ୍ୟାଙ୍କ ଠକେଇ ମାମଲା ମଧ୍ୟରେ ଏହା ହେଉଛି ସବୁଠାରୁ ବଡ଼ ଘୋଟାଲା। ସିବିଆଇ ପକ୍ଷରୁ ବୁଧବାର ମୁମ୍ବାଇର ୧୨ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହାପୂର୍ବରୁ ଏବିଜି ଶିପୟାର୍ଡ ନାମରେ ୨୩ ହଜାର କୋଟିର ସବୁଠୁ ବଡ଼ ବ୍ୟାଙ୍କ ଦୁର୍ନୀତି ମାମଲା ରୁଜୁ କରାଯାଇଥିଲା। ଚଳିତବର୍ଷ ଫେବୃଆରୀ ୧୧ ରେ ବ୍ୟାଙ୍କରୁ ଆସିଥିବା ଅଭିଯୋଗ ଆଧାରରେ ସିବିଆଇ ଏହି ପଦକ୍ଷେପ ନେଇଛି। ଉଲ୍ଲେଖଯୋଗ୍ୟ ଯେ, ୟସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ସହ ଜଡିତ କଥିତ ଦୁର୍ନୀତି ମାମଲାରେ ୱଧାୱନ ଭ୍ରାତା ସିବିଆଇ ତଦନ୍ତ ପରିସରରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଡିଏଫ୍‌ଏଚ୍‌ଏଲ୍‌ ହେଉଛି ଏକ ହାଉସିଂ ଫାଇନାନ୍ସ କମ୍ପାନୀ।