Gilgit-Baltistan - The Sakala

ଚୀନ୍‌କୁ ଗିଲ୍‌ଗିଟ-ବଲ୍‌ଟିସ୍ଥାନ ବିକିପାରେ ପାକିସ୍ତାନ
ଇସଲାମାବାଦ : ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି। ଶ୍ରୀଲଙ୍କା ପରେ ଏହି ଦେଶ ଚୀନ୍‌ ଋଣଯନ୍ତାରେ ଫସିବାରେ ଲାଗିଛି। ଏହି ଋଣଭାରରୁ ମୁକୁଳିବା ପାଇଁ ପାକିସ୍ତାନ କୁଟୀଳ ଷଡଯନ୍ତ୍ର କରୁଥିବା ସୂଚନା ମିଳିଛି। ବେଆଇନ ଭାବେ କାଶ୍ମୀର ଗିଲଗିଟ-ବଲଟିସ୍ତାନକୁ ପାକିସ୍ତାନ ଚୀନ୍‌କୁ ବିକିବା ପାଇଁ ଯୋଜନା କରୁଛି। ଏହି ଖବର ଭାରତ ସରକାରଙ୍କ ସମସ୍ୟା ବଢାଇଛି।  ଏପରି ହେଲେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିପାରେ। ଏହି ଅଞ୍ଚଳ ଚୀନ୍‌କୁ ବିକିଲେ ଋଣ ପରିଶୋଧ କରିବାରେ ପାକିସ୍ତାନକୁ ଆଶ୍ବସ୍ତି ମିଳିପାରେ।

କିନ୍ତୁ ଆମେରିକା ଏହି ପଦକ୍ଷେପରେ ଅସନ୍ତୁଷ୍ଟ ହୋଇପାରେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ରୁ ପାକିସ୍ତାନକୁ ମିଳୁଥିବା ଅନୁଦାନ ମଧ୍ୟ ବନ୍ଦ ହୋଇପାରେ। ସେହିପରି ଚୀନ୍‌ ଦକ୍ଷିଣ ଏସିଆରେ ପ୍ରଭୂତ୍ବ ବଢାଇବାକୁ ପ୍ରୟାସ କରୁଛି। ଗିଲଗିଟ୍‌-ବଲଟିସ୍ତାନ ଚୀନ୍‌କୁ ଏହି ଦିଗରେ ନୂଆ ସୁଯୋଗ ଦେଇପାରେ। କାରଣ ଗିଲଗିଟ-ବଲଟିସ୍ଥାନ ଦେଇ ସିପିଇସି ପ୍ରକଳ୍ପ ଗତି କରୁଛି। ବିଶେଷଜ୍ଞଙ୍କ ଅନୁଯାୟୀ ଗିଲଗିଟ-ବଲଟିସ୍ତାନ ସଂଘର୍ଷର ନୂଆ ସ୍ଥାନ ହୋଇପାରେ। ତେବେ ଏହି ସ୍ଥାନକୁ କବ୍‌ଜା କରିବା ଚୀନ୍‌ ପକ୍ଷେ ସମ୍ଭବ ହେବନାହିଁ। ଅନ୍ତର୍ଜାତୀୟ ବିରୋଧ ସହିତ ଗିଲ୍‌ଗିଟ୍‌-ବଲଟିସ୍ତାନର ବାସିନ୍ଦା ମଧ୍ୟ ରାସ୍ତାକୁ ଓହ୍ଲାଇପାରନ୍ତି।