jagara - The Sakala

ରାତି ପାହିଲେ ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର: ରାତି ପାହିଲେ ଜାଗର। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ନେଇ ପୁଲିସର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଏହାସହ ମନ୍ଦିର ଆଖପାଖ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ୧୨ଟି ପାର୍କିଂସ୍ଥଳୀ । ଭକ୍ତଙ୍କ ପହଞ୍ଚିବା ଲାଗି ସ୍ୱତନ୍ତ୍ର ବସସେବା, ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ବ୍ୟାରିକେଡ, ବିଶୁଦ୍ଧ ପିଇବା ପାଣି, ଜରୁରି କାଳିନ ମେଡିକାଲ ଓ ଅଗ୍ନିଶମ ସେବା, ସ୍ନାନ ଶୌଚ ପାଇଁ ଶୌଚାଳୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଭଜନ ଜଣାଣ, ପ୍ରବଚନ ସାଙ୍ଗକୁ ସମସ୍ତ ଜରୁରି ସୂଚନା ପ୍ରଦାନ, ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ପୁଲିସ ମୁତୟନ ସହ ସିସି କ୍ୟାମେରା ବ୍ୟବସ୍ଥା କରାଯିବ । ତେଣୁ ଏଥିର ସୁରକ୍ଷିତ, ଶୃଙ୍ଖଳିତ ଓ ନୀତି ନିର୍ଘଣ୍ଟରେ ସମସ୍ତ କାର୍ଯ୍ୟ ହେବ ବୋଲି ପ୍ରଶାସନଠାରୁ ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ସମସ୍ତେ ଆଶାବାଦୀ ଅଛନ୍ତି ।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ନୀତି ନିର୍ଘଣ୍ଟରେ ସାମନ୍ୟ ପରିବର୍ତ୍ତନ ହୋଇଛି । ପରିବର୍ତ୍ତିତ ନୀତି ନିର୍ଘଣ୍ଟ ମୁତାବକ ମହାଶିବରାତ୍ରୀରେ ମହାଦୀପ ରାତି ୧୦ଟାରେ ଉଠିବା ପରେ ଚାରି ପ୍ରହର ପୂଜା, ହରିହର ଭେଟ, ବଡ଼ସିଂହାର ଓ ପହୁଡ ସୋମବାର ଭୋର ସାଢେ ୫ଟାରେ ସମ୍ପନ୍ନ ହେବ । ଏ ନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ମନ୍ଦିର ପ୍ରଶାସନ ଜାରି କରିଛନ୍ତି ।

ଶିବମୟ ଏକାମ୍ରକ୍ଷେତ୍ର
ଭୁବନେଶ୍ବର : ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ମହାଶିବରାତ୍ରୀ ପାଇଁ ଏକାମ୍ରକ୍ଷେତ୍ରର ପରିବେଶ ଉତ୍ସବମୁଖର ରହିଛି।  ଫୁଲରେ ସଜେଇ ହୋଇଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଭକ୍ତ ମାନେ ସକାଳୁ ପ୍ରଭୁଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି।  ମନ୍ଦିର ବେଢାରେ ସାଧାରଣ ଭକ୍ତ ଜାଗର ଦୀପ ଜାଳିବାକୁ ଅନୁମତି ମିଳିଛି । ସାମାଜିକ ଦୂରତା ଓ ମାସ୍କ ପିନ୍ଧି ୫୦ ପ୍ରତିଶତ ଭକ୍ତଙ୍କୁ ଦୀପ ଜାଳିପାରିବେ । କୋଭିଡ କଟକଣା ପାଇଁ ଭକ୍ତଙ୍କ ଥର୍ମାଲ ଟେଷ୍ଟିଂ କରି ମନ୍ଦିର ଭିତରକୁ ଛଡ଼ା ଯାଉଥିବା ବେଳେ ଭିତରକୁ ଭୋଗ କିମ୍ବା ଅନ୍ୟ ପୂଜା ସାମଗ୍ରୀ ନେଇଯିବାକୁ ବାରଣ ରହିଛି ।

କୋଭିଡ୍‍ କଟକଣା ମଧ୍ୟରେ ହିଁ ଏଠାରେ ସମସ୍ତ ପ୍ରକାର ଦର୍ଶନ ବ୍ୟବସ୍ଥା କରାଯାଇଛି। ମହାଶିବ ରାତ୍ରିରେ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କର ଯେମିତି କୌଣସି ସମସ୍ୟା ନ ହୁଏ ସେମାନଙ୍କ ପାଇଁ ବିଏମ୍‍ସି ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ପାର୍କିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଜୋତା ରଖିବା ପାଇଁ ଜୋତାଷ୍ଟାଣ୍ଡ ସୁବିଧା କରାଯାଇଛି। ପାଣି ଟ୍ୟାଙ୍କର, ସ୍ୱେଚ୍ଛାସେବୀ ଏବଂ ଆମ୍ବୁଲାନ୍ସ ସେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେହିପରି ବିଏମ୍‍ସି ତରଫରୁ ଅସ୍ଥାୟୀ ଭଜନମଣ୍ଡପର ମଧ୍ୟ ସ୍ଥାନ ନିରୂପଣ ହୋଇଛି। ପରିମଳ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମୋବାଇଲ୍‍ ଟଏଲେଟ୍‍ ରଖାଯାଇଛି ଓ ପର୍ଯ୍ୟାପ୍ତ ପରିମାଣର ଡଷ୍ଟବିନ୍‍ ରଖାଯାଇଛି।

ଜାଗର ଲାଗି ଲିଙ୍ଗରାଜ ମନ୍ଦିର ରେ  ଗୁରୁବାର ଭୋର୍‍ ୩ ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହେବ। ଭୋର ସାଢ଼େ ୩ ଟାରୁ ଦିନ ୧୧ଟା ଯାଏ ସାହାଣମେଲା ଦର୍ଶନ ହେବ। ସକାଳ ୬ ଟା ୩୦ ରେ ରୋଷହୋମ, ଦିନ ୧୧ଟାରୁ ୧୨ଟା ଛାମୁ ପରିଷ୍କାର, ଦିନ ୧୨ଟାରୁ ମଧ୍ୟାହ୍ନ ୧୨ଟା ୪୫ ଯାଏ ମହାସ୍ନାନ ଓ ବେଶ ଅନୁଷ୍ଠିତ ହେବ। ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀ ବଲ୍ଲଭ ଏବଂ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ମଧ୍ୟାହ୍ନ ୧୨ଟା ୪୫ ରୁ ଅପରାହ୍ଣ ୨ଟା ୩୦ ଯାଏ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି।

ସେହିପରି ମଧ୍ୟହ୍ନ ସାଢ଼େ ୨ଟାରୁ ୨ଟା ୪୫ ମଧ୍ୟରେ ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ସମ୍ପନ୍ନ ହେବ। ଭୋଗମଣ୍ଡପ ନୀତି ୨ଟା ୪୫ରୁ ୩ଟା ୪୫ ମଧ୍ୟରେ ହୋଇ ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ ଯାଏ ସାହଣ ମେଲା ଦର୍ଶନ ହେବ। ଛାମୁ ପରିଷ୍କାର ଅପରାହ୍ଣ ୪ ଟା ୪୫ରୁ ୫ ଟା ୧୫ ଯାଏ, ଶ୍ରୀଜିଉଙ୍କ ପହୁଡ଼ ସନ୍ଧ୍ୟା ୭ ଟାରୁ ୭ଟା ୧୦ ଯାଏ, ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ଯାଏ, ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ୮ଟା ୧୦ରୁ ୮ ଟା ୫୫ ଯାଏ ହେବ। ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ରାତି ୧୦ଟାରୁ ୧୧ ଟା ଯାଏ ସାହଣ ମେଲା ଦର୍ଶନ ହେବ। ଚାରି ପ୍ରହର ପୂଜା ରାତ୍ର ୧୧ଟା ୩୦ରୁ ୩ଟା ୩୦ ଯାଏ, ହରିହର ଭେଟ ଭୋର ୩ଟା ୩୦ରୁ ୪ଟା ୩୦ ଯାଏ ଚାଲିବ। ପୁଣି ଭୋର୍‍ ୪ଟା ୩୦ରୁ ସକାଳ ୫ଟା ୧୫ ଯାଏ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ହେବ।