cyber FRURD - The Sakala

STF କବଜାରେ ଅନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ରାକେଟ: ଗରିବ ଆଦିବାସୀଙ୍କୁ କରୁଥିଲେ ଟାର୍ଗେଟ, ସାଇବର ଠକକୁ ବିକୁଥିଲେ ଆକାଉଣ୍ଟ
ଭୁବନେଶ୍ବର: STF କବଜାରେ ଏକ ଅନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ରାକେଟ । ଏହି ରାକେଟର ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ଗିରଫ ୩ ଅଭିଯୁକ୍ତ ହେଲେ ବାଲେଶ୍ଵର ଜିଲ୍ଲାର ଏସକେ ହାପିଜୁଲ , ଏସକେ ଯାହାଙ୍ଗୀର ଓ ଅନ୍ୟଜଣେ ପଶ୍ଚିମବଙ୍ଗର ଏସକେ ଜାମୀର ଉଦିନ।

ରେଡ ବେଳେ ବିଭିନ୍ନ ପ୍ରକାର ବ୍ୟାଙ୍କ ପାସ ବୁକ, ପ୍ରି ଆକ୍ଟିଭେଟେଡ଼ SIM, ଆଧାର କାର୍ଡ ଜବତ ହୋଇଛି। ଓଡିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଏହି ରାକେଟ ସକ୍ରିୟ ଥିଲା  । ଏହି ରାକେଟର ମୁଖ୍ୟ ଥିଲା ଏସକେ ଜାମୀର ଉଦିନ । ୧୦ ରୁ୧୫ ଜଣ ଲୋକଙ୍କୁ ଚାକିରି ଦେଇ ମାସକୁ ୧୫ ହଜାର ଟଙ୍କା ଦରମା ଦେଉଥିଲା ଅଭିଯୁକ୍ତ ଏସକେ ଜାମୀର ।

ଉପାନ୍ତ ଏରିଆରେ ଯାଇ ଗରିବ ଆଦିବାସୀ ଲୋକଙ୍କଙ୍କୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇ କହୁଥିଲେ ।  ଆକାଉଣ୍ଟ ଖୋଲିଲେ ପ୍ରତି ଏକାଉଣ୍ଟ ପିଛା ୨୦୦୦ଟଙ୍କାର ଲୋଭ ଦେଖଉଥିଲେ। ଏହି ସବୁ ବ୍ୟାଙ୍କ ଆକାଉଣ୍ଟକୁ ସାଇବରଠକଙ୍କୁ ବିକ୍ରି କରିଦେଉଥିଲେ । ଆକାଉଣ୍ଟ ବିକ୍ରି କରିବା ପାଇ ଠକ ମାନେ ବ୍ୟବହାର କରୁଥିଲେ ଟେଲିଗ୍ରାମ ଚ୍ୟାନେଲ, ଫେସବୁକ ଓ ହ୍ଵାଟ୍ସଆପ । ଗୋଟିଏ ଆକାଉଣ୍ଟକୁ ସାଇବର ଠକ ମାନଙ୍କୁ ବିକ୍ରି କରି ୧୫ ରୁ ୨୦ହାଜର ପାଉଥିଲେ ।୫ହଜାରଟି ଆକାଉଣ୍ଟ ବିକ୍ରି କରା ଯାଇଥିବା ଜାଣିବାକୁ ପାଇଛି STF ।

ଏଣିକି ସାଇବର ଠକଙ୍କୁ ପାନେ ଦେବେ ସ୍କୁଲ ଛାତ୍ରଛାତ୍ରୀ
ଭୁବନେଶ୍ବର: ଏଣିକି ସାଇବର ଠକଙ୍କୁ ପାନେ ଦେବେ ସ୍କୁଲ ଛାତ୍ରଛାତ୍ରୀ ।  ଟ୍ଵିନସିଟିର ସ୍କୁଲରେ ସାଇବର ସିକ୍ୟୁରିଟି କ୍ଲବ ଖୋଲାଯିବ। କମିଶନରେଟ ପୁଲିସ ଲିଙ୍କରେ ଏହି ହ୍ବାଟସଆପ ଗ୍ରୁପ ରହିବ। ଟ୍ରାଫିକ, ନିଶା କାରବାର, ଆତ୍ମହତ୍ୟା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ। ରାଜଧାନୀର ବିଭିନ୍ନ ସ୍କୁଲରେ ଏ ନେଇ ଆଜି ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ଯକ୍ରମରେ  ସିପିଙ୍କ ସହ ଡିସିପି ଓ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥିତଥିଲେ। ପିଲାଙ୍କ ସହ ସ୍କୁଲ କର୍ମକର୍ତ୍ତାଙ୍କୁ ମଧ୍ୟ ସଚେତତନା କରାଯାଇଛି।

ସାଇବର ଜାଲରେ ମହିଳା: ପାଟ ଶାଢ଼ୀ ଦେବାକୁ କହି ୩୩ ହଜାର ଟଙ୍କାର ଚୂନ ଲଗାଇଲେ ଅଦୃଶ୍ୟ ଠକ
ଭୁବନେଶ୍ବର: ପାଟ ଶାଢ଼ୀ ଦେବାକୁ କହି ଫଶେଇ ଦେଲେ ଅଦୃଶ୍ୟ ଠକ। କେନ୍ଦୁଝର ଜିଲ୍ଲାରୁ ରହି ଅପରେଟ କରୁଥିଲେ ସାଇବର ଠକ।  ଜଣେ ମହିଳାଙ୍କୁ ପାଟ ଶାଢ଼ୀ ଦେବାକୁ କହି ୩୩ ହଜାର ଟଙ୍କା ନେଇଗଲେ ସାଇବର ଠକ। ଅନଲାଇନରେ ବିଜ୍ଞାପନ ପରେ ଶାଢ଼ୀ କିଣିବାକୁ ଯୋଗାଯୋଗ କରିଥିଲେ ମହିଳା । ଠକ ହ୍ଵାଟ୍ସଆପରେ ଶାଢୀ ଫଟୋ ପଠାଇ ମହିଳାଙ୍କ ବିଶ୍ୱାସ ଜନ୍ମାଇଥିଲେ । ପରେ କିସ୍ତି କିସ୍ତିରେ ନେଇ ଯାଇଥିଲେ ୩୩ ହଜାର ଟଙ୍କା । ମହିଳା ଜଣକ ସାଇବର ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ।

କ୍ରେଡିଟ୍ କାର୍ଡ ଭେରିଫିକେସନ ଆଳରେ ପୁଲିସ କର୍ମଚାରୀଙ୍କ ପତ୍ନୀଙ୍କୁ ଚୂନ ଲଗାଇଲେ ସାଇବର ଲୁଟେରା
ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ସାଇବର ଲୁଟେରା । ଏଥର ସାଇବାର ଠକେଇର ଶିକାର ହେଇଛନ୍ତି ପୁଲିସ କର୍ମଚାରୀଙ୍କ ପତ୍ନୀ । ତାଙ୍କ ଠାରୁ ୪୯ ହଜାର ଟଙ୍କା ଲୁଟ ନେଇଛନ୍ତି ସାଇବର ଲୁଟେରା ।

ସୂଚନା ଅନୁଯାୟୀ, ଉକ୍ତ ପୁଲିସ୍ କର୍ମଚାରୀ ଜଣଙ୍କ ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋରେ କାର୍ଯ୍ଯ କରନ୍ତି। ତାଙ୍କ ପତ୍ନୀଙ୍କୁ କ୍ରେଡିଟ୍ କାର୍ଡ ଆକ୍ଟିଭ୍ କରିବାକୁ କୁହାଯାଇଥିଲା। କ୍ରେଡିଟ୍ କାର୍ଡ ଭେରିଫିକେସନ୍ ଆଳରେ ୪୯ ହଜାର ଟଙ୍କାର ଚୂନ ଲଗାଇଛନ୍ତି ସାଇବର ଅପରାଧୀ। ଏହାପରେ ଭୁବନେଶ୍ବର ସାଇବର ଥାନାରେ ଏ ନେଇ ଉକ୍ତ ପୁଲିସ କର୍ମଚାରୀ ଲିଖିତ ଅଭିଯୋଗ କରିଛନ୍ତି ।

ବିଦେଶରେ ଚାକିରି ପ୍ରଲୋଭନ ଦେଖାଇ ୬୧ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଲେ ସାଇବର ଲୁଟେରା
ବାଲୁଗାଁ/ବାଣପୁର : ରାଜ୍ୟରେ ବାରମ୍ବାର ନୂଆ ନୂଆ ଉପାୟରେ ଲୋକଙ୍କୁ ଠକି ସର୍ବସ୍ବାନ୍ତ କରିଚାଲିଛନ୍ତି ସାଇବର ଲୁଟେରାମାନେ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳର ଜଣେ ଯୁବକଙ୍କୁ ବିଦେଶରେ ଚାକିରି କରାଇ ଦେବେ ନେଇ ବିଭିନ୍ନ ବାହାନା କରି ତିନୋଟି କିସ୍ତିରେ ଆକାଉଣ୍ଟରୁ ୬୧ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଲେ ସାଇବର ଲୁଟେରା। ଅପରପକ୍ଷରେ ବିଦେଶରେ ଚାକିରୀ ପାଇବା ଖୁସିରେ ନିଜର ବର୍ତ୍ତମାନ ଚାକିରୀ ଛାଡିଦେଇ ଯୁବକ ଏବେ ସାଇବର ଲୁଟରାଙ୍କ ଶିକାର ହୋଇଥିବାର ଜାଣିବାକୁ ପାଇ ତାଙ୍କ ପାଦ ତଳୁ ମାଟି ଖସିପଡିଛି ।

ସୁଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅନୀଲ କୁମାର ମାଝୀ (୨୮) ମୁମ୍ବାଇରେ ଅବସ୍ଥିତ ଟାଟା କମ୍ପାନୀରେ ସିଭିଲ ଇଞ୍ଜିନିଅର ଭାବେ କାର୍ଯ୍ୟରତ ଥିଲେ। ଗତ ଜୁନ ମାସ ୧୫ ତାରିଖରେ ‘ଅଲ ସଫର ଷ୍ଟିଲ ଇଞ୍ଜିନିଅରିଙ୍ଗ ଲିମିଟେଡ଼’ ନାମକ ଦୁବାଇ ସ୍ଥିତ ଏକ କମ୍ପାନୀରେ ଚାକିରି ନିମନ୍ତେ ଅଫର ଲେଟର ଅନୀଲଙ୍କ ପାଖକୁ ତାଙ୍କ ଇ-ମେଲରେ ଆସିଥିଲା। ଉକ୍ତ ଇ-ମେଲରେ ଦୁବାଇରେ ଚାକିରିର ଅଫର ଲେଟର ପାଇ ଅନୀଲ ଖୁସି ହୋଇ ସେଥିରେ ଦିଆଯାଇଥିବା କମ୍ପାନୀର ଜଣେ ଅଧିକାରୀଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ । ଟେଲିଫୋନ ମାଧ୍ୟମରେ ଅନୀଲ ସେ କମ୍ପାନୀରେ ଚାକିରି ପାଇଁ ଏକ ସାକ୍ଷାତକାର ମଧ୍ୟ ଦେଇଥିଲେ। ଜୁନ ୧୮ ତାରିଖରେ ଅନୀଲ ପ୍ରୋସେସିଙ୍ଗ ଫିସ ବାବଦକୁ ୧୦ ହଜାର ଟଙ୍କା ଡିପୋଜିଟ କରିବା ନିମନ୍ତେ ଏକ ମେଲ ପାଇ ନୂଆ ଦିଲ୍ଲୀର ଏକ ଷ୍ଟେଟ ବ୍ୟାଙ୍କ ଆକଉଣ୍ଟକୁ ନିଜ ଗୁଗୁଲ ପେ ମାଧ୍ୟମରେ ୧୦ହଜାର ଟଙ୍କା ପଠାଇଥିଲେ। ପୁଣିଥରେ ଜୁନ ୨୨ ତାରିଖରେ ଏକ ନକଲି ଭିସା ଅନିଲଙ୍କ ପାଖକୁ ମେଲରେ ପଠାଇ ୨୫ହଜାର ଟଙ୍କା ଡିପୋଜିଟ କରିବାକୁ ମେଲରେ ଲେଖିଥିଲା ସାଇବର ଲୁଟେରା। ଭିସା ପାଇ ଅନୀଲ ଖୁସି ହୋଇ ୨୫ହଜାର ଟଙ୍କା ଏବଂ ପୁଣିଥରେ ବିମାନ ଟିକେଟ ଓ ଅନ୍ୟାନ୍ୟ ଗସ୍ତ ଖର୍ଚ୍ଚ ବାବଦକୁ ୨୬ହଜାର ଟଙ୍କା ଉକ୍ତ ଆକାଉଣ୍ଟକୁ ପଠେଇଥିଲେ। ଏହିଭଳି ନିଜ ଗୁଗୁଲ ପେ ମାଧ୍ୟମରେ ୬୧ ହଜାରରୁ ଉର୍ଦ୍ଧ ଟଙ୍କା ସମ୍ପୃକ୍ତ ଆକାଉଣ୍ଟକୁ ଅନୀଲ ପଠାଇ ସାରିଛନ୍ତି। ପୁଣି ବାରମ୍ବାର ଉକ୍ତ କମ୍ପାନୀ ଅଧିକାରୀ ବିଭିନ୍ନ ବାହାନାରେ ଟଙ୍କା ମାଗିବାରୁ ଅନୀଲ ସନ୍ଦେହ କରି ଉକ୍ତ କମ୍ପାନୀର ୱେବସାଇଟ ଓ ବିଭିନ୍ନ ମାଧ୍ୟମରେ ଯାଞ୍ଚ କରି ସେହିଭଳି କୌଣସି କମ୍ପାନୀ ନ ଥିବାର ଜାଣିବାକୁ ପାଇଲେ । ସେ ଜାଣିଗଲେ ଯେ ସେ ଏକ ସାଇବର ଲୁଟେରାର ଶିକାର ହୋଇଛନ୍ତି ।

ବିଦେଶରେ ଚାକିରୀ ଲୋଭରେ ନିଜ ଟଙ୍କା ହରାଇବା ସହ ନିଜେ ଚାକିରି କରିଥିବା ମୁମ୍ବାଇର ଟାଟା କମ୍ପାନୀରୁ ମଧ୍ୟ ଇସ୍ତଫା ଦେଇ ପଳାଇ ଆସି ବର୍ତ୍ତମାନ ଅନୀଲ ଘରେ ବସି ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଶେଷରେ ଅନୀଲ ଏ ନେଇ କଟକ ସାଇବର ସେଲ ଓ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ବାଲୁଗାଁ ଏସଡ଼ିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସାଇବର୍‌ ଏକ୍ସପର୍ଟଙ୍କୁ ପାଠ ପଢ଼ାଇଲା ଠକ
ଭୁବନେଶ୍ୱର: କଟକରେ ଜଣେ ଡାକ୍ତରଙ୍କ ଠାରୁ ସାଇବର ଠକ ୭୪ ଲକ୍ଷ ଲୁଟି ନେବା ପରେ ଏହିଭଳି ଢଙ୍ଗରେ ଲୁଟିବା ପାଇଁ ବିଭିନ୍ନ ଲୋକଙ୍କୁ ଫୋନ୍‍ କରୁଛନ୍ତି ସାଇବର ଠକ। ରବିବାର ସାଇବର ଠକ ପ୍ରଶାନ୍ତ ସାହୁ ନାମକ ସାଇବର ଏକ୍ସପର୍ଟଙ୍କୁ ପାଠ ପଢ଼ାଇଛନ୍ତି।

ପ୍ରଥମେ ସାଇବର ଠକ ତାଙ୍କ ଫୋନ୍‍ ନମ୍ବରକୁ ସିମ୍‍ ବନ୍ଦ ହୋଇଯିବା ନେଇ ଏକ ମେସେଜ ପଠାଇଥିଲେ। ପ୍ରଶାନ୍ତ ଠକକୁ କଲ କରିବା ପରେ ଠକ ତାଙ୍କୁ ସିମ୍‍ ବନ୍ଦ ହୋଇଯିବା ନେଇ କହିଥିଲେ। ସିମ ଚାଲୁଥିବା ପ୍ରଶାନ୍ତ କହିବା ପରେ ଠକ କଥାକୁ ବଦଳାଇଥିଲେ। ଆପଣଙ୍କ କେୱାଇସି ଅପ୍‍ଡେଟ୍‍ ହୋଇନାହିଁ। ତେଣୁ ଖୁବ୍‍ଶୀଘ୍ର ସିମ୍‍ ବନ୍ଦ ହୋଇଯିବ ବୋଲି କହିଥିଲେ। କଭଳି ବନ୍ଦ ନ ହେବ ସେନେଇ ପ୍ରଶାନ୍ତ ପଚାରିବାରୁ ସାଇବର ଅପରାଧୀ ତାଙ୍କୁ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଏକ ଆପ୍ଲିକେସନ୍‍ ଡାଉନ୍‍ଲୋଡ୍‍ କରିବାକୁ କହିିଥିଲେ। କିନ୍ତୁ ଠକଙ୍କ ଏଭଳି ଚାଲ ବିଷୟରେ ପ୍ରଶାନ୍ତ ପୂର୍ବରୁ ଜାଣିଥିବାରୁ ସାଇବର ଠକଙ୍କ କବଳରେ ନ ପଡ଼ି ତୁରତାର ସହ ଫୋନ୍‍ କାଟି ଦେଇଥିଲେ। ଆଉ ଫୋନ୍‍ କଲ ଆସିଥିବା ନମ୍ବରକୁ ସାଇବର ସେଲ୍‌ଫକୁ ଦେଇଥିଲେ। ତେଣୁ ଏଭଳି ଢଙ୍ଗରେ ସାଇବର ଅପରାଧୀ ଲୋକଙ୍କୁ ଲୁଟିବା ପାଇଁ ଯୋଜନା କରିଛନ୍ତି।

ପ୍ରତିଦିନ ଦୁଇ ଶହରୁ ଊର୍ଦ୍ଧ୍ବ ଲୋକଙ୍କୁ ଫୋନ୍‍ କରି ଫସାଇବାକୁ ଉଦ୍ୟମ କରୁଛନ୍ତି। ଅନେକ ଲୋକେ ସାଇବର ଠକଙ୍କ ଚାଲ ବିଷୟରେ ଜାଣିପାରି ସଚେତନ ହେଉଥିବା ବେଳେ ଆଉ କେତେକ ସଚେତନ ହୋଇ ନ ଥିବାରୁ ସାଇବର ଅପରାଧୀ ତାଙ୍କ ଠାରୁ ଅର୍ଥ ଲୁଟି ନେଉଛନ୍ତି। ଯାହାର ଉଦାହରଣ ହେଉଛି ରାଜଧାନୀରେ ଗତ ଦୁଇ ମାସରେ ୨୨ଟି ଥାନାରେ ୫୫ଟି ସାଇବରଜନିତ ମାମଲା ରୁଜୁ ହୋଇଛି। ଏହି ୨୨ଟି ଥାନା ଅଞ୍ଚଳରୁ ସାଇବର ଠକ ୩୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଲେଣି। କିନ୍ତୁ ଏପର୍ଯ୍ୟନ୍ତ ପୁଲିସ କୌଣସି ବି ଗୋଟିଏ ମାମଲାରେ ଅପରାଧୀଙ୍କୁ ଗିରଫ କରିପାରିନାହିଁ। ପୁଲିସ ଏହି ସାଇବର ଠକେଇ ମାମଲାରେ କୋର୍ଟରେ ମଧ୍ୟ ଚାର୍ଜସିଟ୍‍ ଦେବାରେ ବିଳମ୍ବ କରୁଛି।

ପୁଲିସ ସାଇବର ସେଲ ଖୋଲି ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ ଅନେକ ଲୋକେ ଠକଙ୍କ ଜାଲରେ ଫସିଯାଉଛନ୍ତି। ବିଶେଷକରି ଅଧିକ ମାତ୍ରାରେ ଶିକ୍ଷିତ ଲୋକେ ହିଁ ସାଇବର ଠକେଇର ଶିକାର ହେଉଛନ୍ତି। ପୁଲିସ ଅନେକ ସାଇବର ଠକଙ୍କ ଫୋନ୍‍ ନମ୍ବର ଏବଂ ଆକାଉଣ୍ଟ ବନ୍ଦ କରୁଥିଲେ ମଧ୍ୟ ସେମାନେ ପୂର୍ଣ୍ଣବାର ସିମ୍‍ ପାଇଯାଉଛନ୍ତି। ବିଶେଷକରି ଏହି ସାଇବର ଅପରାଧୀ ରାଜଧାନୀର ବିଭିନ୍ନ ବସ୍ତିରୁ ଅପରେଟ୍‍ କରୁଥିବା ଜଣାପଡ଼ିଛି। କାରଣ ବସ୍ତି ଅଞ୍ଚଳରେ ପୁଲିସର ପ୍ରଭାବ ଏତେଟା ନ ଥାଏ। ତେଣୁ ସାଇବର ଅପରାଧୀ ବସ୍ତିକୁ ସେମାନଙ୍କ ଆଡ୍ଡା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଜଳେଶ୍ବରରୁ ସାଇବର୍ ଠକକୁ ଉଠାଇନେଲା ଦିଲ୍ଲି ପୁଲିସ
ବାଲେଶ୍ବର : ବାଲେଶ୍ବରର ଜଳେଶ୍ବରରୁ ସାଇବର ଠକକୁ ଗିରଫ ଉଠାଇନେଲା ଦିଲ୍ଲୀ ପୁଲିସ। ବସ୍ତା ବଜାରରେ ଏକ ଆଧାର କାର୍ଡ କରେସ୍କନ ଓ କିଓସ୍କ ବ୍ୟାଙ୍କ ଖୋଲି ଲୋକମାନଙ୍କ ତଥ୍ୟ ଚୋରୀ କରି ଠକୁଥିବା ଅଭିଯୋଗ ହୋଇଛି। ସୂଚନାଅନୁସାରେ ଜଳେଶ୍ବରର ସନମୌୟ ପରିଡା ବସ୍ତା ବଜାରରେ ଏକ ଆଧାର କାର୍ଡ କରେସ୍କନ ଓ କିଓସ୍କ ବ୍ୟାଙ୍କ ଖୋଲିଛନ୍ତି। ବର୍ତ୍ତମାନ ଯେକୌଣସି ସରକାରୀ କାର୍ଯ୍ୟ ପାଇଁ ଆଧାରକାର୍ଡର ଆବଶ୍ୟକତା ପଡୁିବାରୁ ଲୋକମାନେ ତାଙ୍କ ପାଖକୁ ଆଧାରକାର୍ଡ କରେକ୍ସନ ସହ ବିଭିନ୍ନ କାମ ପାଇଁ ଯାଇଥାନ୍ତି। ଆଉ ସେହି ସମୟରେ ସନମୌୟ ଗ୍ରାହକଙ୍କ ଅଙ୍ଗୁଠି ଛାପ ଓ ଆଧାର ସଂଗ୍ରହ କରି ତାକୁ ବିଭିନ୍ନ ଉପାୟରେ ବ୍ୟବହାର କରୁଥିଲେ। ଆଉ କିଛି ଦିନ ହେବ ସନମୌୟ ତାର ଦୋକାନ ବନ୍ଦ କରିଦେବା ପରେ ରଖିଥିବା ସମସ୍ତ ତଥ୍ୟକୁ ନେଇ ସାଇବର ଠକେଇ ଆରମ୍ଭ କରିଥିଲା। ଏନେଇ ବସ୍ତା, କମର୍ଦ୍ଦା ଓ ଦିଲ୍ଲୀ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଅନଲାଇନ୍ ଜରିଆରେ ଜଳେଶ୍ୱରରୁ ପୂରା ଦେଶରୁ କରୁଥିଲା ଲୁଟ୍ । ଛୋଟ କମ୍ପାନୀଠୁ ନାମୀ ଦାମୀ ବ୍ରାଣ୍ଡ । ସମସ୍ତଙ୍କୁ ଠକୁଥିଲା ସ୍ଥାନୀୟ ମାର୍କେଟରେ ଠକେଇ ଜଣା ପଡ଼ିବା ପରେ ସେ ରାଜ୍ୟ ବାହାର କମ୍ପାନୀଙ୍କୁ ଟାର୍ଗେଟ୍ କରିଥିଲା । ଇଣ୍ଟରନେଟକୁ ନକଲି ଜିଏସଟି ନମ୍ବର ଆଣି କାରବାର କରୁଥିଲା । ପ୍ରତି ପେମେଣ୍ଟ ବା କ୍ରାଇମ୍ ଲାଗି ଗୋଟିଏ ଲେଖାଏଁ ନୂଆ ସିମ୍ ବ୍ୟବହାର କରୁଥିଲା ସନମୟ । ବିଭିନ୍ନ ନାମୀଦାମୀ କମ୍ପାନୀର ପ୍ରଡକ୍ଟ ଅନଲାଇନରେ ବିଲିଂ କରୁଥିଲା ।

ଫଟୋସପ୍ ମାଧ୍ୟମରେ ବ୍ୟାଙ୍କ ପେମେଣ୍ଟର ନକଲି ଷ୍ଟେଟମେଣ୍ଟ ତିଆରି କରି କମ୍ପାନୀଙ୍କୁ ଦେଉଥିଲା । ଅନେକ କମ୍ପାନୀ ତାହାକୁ ନଦେଖି ସାମଗ୍ରୀ ଡେଲିଭରି କରି ଦିଅନ୍ତି । ସନମୟ ଲୋକଙ୍କ ଦ୍ୱାରା ବାଲେଶ୍ୱରରୁ ଜିନିଷ ନେଇ ଆସେ ।

କିଛିଦିନ ତଳେ ସନମୟ ଦିଲ୍ଲୀ ଅମର କଲୋନୀ ଅଞ୍ଚଳରେ ଥିବା ନରେଡି ଡଟ୍ ଇନ୍ ଅଟୋ ମୋବାଇଲ୍ ଇମ୍ପୋର୍ଟ, ଏକ୍ସପୋର୍ଟ ସହ ସେମିତି କରିଥିଲା । ହେଲେ, ଚାଲ୍ ଜାଣିପାରି ଥିଲା କମ୍ପାନୀ । ଏନେଇ ନରେଡ୍ ଡଟ୍ ଇନ୍ ଦିଲ୍ଲୀ ପୁଲିସକୁ ଜଣାଇବା ପରେ ବାଲେଶ୍ୱର ପୁଲିସ ପାଖରେ ଖବର ପହଞ୍ଚିଥିଲା ।

ଆଜି ସନମୌୟ ପରିଡାକୁ ଦିଲ୍ଲୀ ପୁଲିସ ଗିରଫ କରିବା ସହ ତା ନିକଟରୁ  ୧୦୦ ଟି ଆଧାର କାର୍ଡ ସହିତ ୧୦୦ ଟି ସିମ୍ କାର୍ଡ ଗୋଟେ ଲାପ୍‌ଟପ ଜବତ କରିଛି। ଲୋକମାନଙ୍କ ଆଧାର କାର୍ଡ ନେଇ ସନମୌୟ  ମୋବାଇଲ୍‌ ସିମ୍‌ କିଣୁଥିଲେ । ଏହାପରେ ଫେକ୍‌ ଆଇଡି ଖୋଲି ବିଭିନ୍ନ କମ୍ପାନିରୁ ସାମଗ୍ରୀ କିଣୁଥିଲେ। । ଅଧିକ ତଦନ୍ତ ପାଇଁ ଆଜି ତାଙ୍କୁ ଦିଲ୍ଲୀ ପୁଲିସ ରିମାଣ୍ଡରେ ନେବ ବୋଲି ଜଣାପଡିଛି।