Maharashtra Crisis - The Sakala
ଆଜି ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ ସିନ୍ଦେ
ମୁମ୍ବାଇ : ଆଜି ମହାରାଷ୍ଟ୍ର ବିଧାନସଭାରେ ହେବ ଶକ୍ତି ପରୀକ୍ଷା। ଏହାପୂର୍ବରୁ ଗତକାଲି ହୋଇଥିବା ବାଚସ୍ପତି ନିର୍ବାଚନରେ ବିଜେପି ବିଧାୟକ ରାହୁଲ ନାର୍ଭେକର ବିଜୟୀ ହୋଇଥିଲା ବେଳେ ଆଜି ସିନ୍ଦେ ସରକାର ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କୁହାଯାଉଛି। କିନ୍ତୁ ବହୁମତ ସାବ୍ୟସ୍ତ କରିବା କ୍ଷେତ୍ରରେ ଯଦି ଉଦ୍ଧବ ଗୋଷ୍ଠୀ ବିଧାୟକମାନେ ସିନ୍ଦେ ସରକାର ପ୍ରତି ସମର୍ଥନ ନ ଦିଅନ୍ତି ତେବେ ବାଚସ୍ପତି ସେମାନଙ୍କ ବିରୋଧରେ କି ପଦକ୍ଷେପ ନେବେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଦୀର୍ଘ ୧୧ ଦିନ ଧରି ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଶିବସେନାର ପ୍ରାୟ ୪୦ ବିଧାୟକ ଉଦ୍ଧବ ଗୋଷ୍ଠୀକୁ ବିରୋଧ କରି ଆସିବା ପରେ ନାଟକୀୟ ଢଙ୍ଗରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରେ ପରେ ଏକ ଦୁଇ ଦିନିଆ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇ ବାଚସ୍ପତି ନିର୍ବାଚନ ଏବଂ ବହୁମତ ସାବ୍ୟସ୍ତ କରିବାକୁ ସରକାର କାର୍ଯ୍ୟକ୍ରମ ସ୍ଥିର କରିଥିଲେ। ସେହି ଅନୁସାରେ ରବିବାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ବିଜେପି ବିଧାୟକ ରାହୁଲ ନାର୍ଭେକର ୧୬୪ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ପଦ ନିମନ୍ତେ ଶିବସେନା ପକ୍ଷରୁ ଉଦ୍ଧବଙ୍କ ବିଶ୍ୱସ୍ଥ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଥିଲା। ସାଲଭି ଶିବସେନା ସମେତ ଏନସିପି ଓ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ୧୦୭ଟି ଭୋଟ ମିଳିଛି। ବାଚସ୍ପତି ନିର୍ବାଚନ ଲାଗି ବିଧାନସଭାରେ ବାଚନିକ ଭୋଟ ହୋଇଥିଲା। ଏଥିରେ ନାର୍ଭେକରଙ୍କ ସପକ୍ଷରେ ୧୬୪ଟି ଭୋଟ ହୋଇଛି। ତେବେ ସମାଜବାଦୀ ପାର୍ଟି (ସପା), ଏଆଇଏମଆଇଏମ ବିଧାୟକମାନେ ସଦନରେ ବାଚସ୍ପତି ନିର୍ବାଚନରୁ ନିଜକୁ ଦୂରେଇ ରଖିଥିଲେ।ନିର୍ବାଚନରେ ଶିବସେନା ବିଧାୟକମାନେ ହ୍ୱିପ୍ ନମାନି ଭୋଟ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇଛି। ତେବେ ଏହି ନିର୍ବାଚନରେ ସିନ୍ଦେ ଗୋଷ୍ଠୀ ବିଜୟୀ ହୋଇଥିବାରୁ ସରକାର ପାଇଁ ଆଉ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସ୍ପଷ୍ଟ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଉଦ୍ଧବ ସରକାରରେ ବାଚସ୍ପତି ରହିଥିବା କଂଗ୍ରେସ ସଦସ୍ୟ ନାନା ପଟୋଲେ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଉପବାଚସ୍ପତି ନରହରି ଜିରୱାଲ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଥିଲେ। ଏବେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନ ସରିଥିବା ବେଳେ ସିନ୍ଦେ ସରକାରଙ୍କୁ ସଦନରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ହେବ। ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୦୬ ବିଧାୟକଙ୍କ ସମେତ ସିନ୍ଦେ ଗୋଷ୍ଠୀ ଅନ୍ତର୍ଭୁକ୍ତ ଶିବସେନା ବିଧାୟକ ଏବଂ ଛୋଟ ଓ ସ୍ବାଧୀନ ୧୦ ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି। ତେଣୁ ଆସନ୍ତାକାଲି ହେବାକୁ ଥÒବା ଶକ୍ତି ପରୀକ୍ଷାରେ ସିନ୍ଦେ ସରକାର ବିଜୟୀ ହେବେ ବୋଲି କୁହାଯାଉଛି।
ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ, ଏକନାଥ ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ: ଜୁନ୍ ୨୦ରୁ ଆରମ୍ଭ ହୋଇଥିବା ମହାରାଷ୍ଟ୍ରରେ ରାଜନୈତିକ ମାହାଡ୍ରାମାର ନୂଆ ମୋଡ ନେଇଛି। ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ । ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ। ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ନେଇ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି ଫଡ଼ନାଭିସ୍। ସେ ନୂଆ ସରକାରରେ ରହିବେ ନାହିଁ ବୋଲି ଫଡନାଭିସ୍ କହିଛନ୍ତି। ଅର୍ଥାତ୍ ଫଡ଼ନାଭିସ୍ ମନ୍ତ୍ରୀ ମଧ୍ଯ ହେବେ ନାହିଁ। ଆଜି ସନ୍ଧ୍ୟା ୭ଟା ୩୦ ମିନିଟରେ ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
ଫଡ଼ନାଭିସ୍ ଆହୁରି ମଧ୍ଯ କହିଛନ୍ତି ଯେ, ରାଜ୍ୟକୁ ବିକଳ୍ପ ସରକାର ଦିଆଯିବା ଆବଶ୍ୟକ। ମୁଁ ପୂର୍ବରୁ କହିଥିଲି ଯେ ସରକାରଙ୍କ ପତନ ପରେ ଏକ ବିକଳ୍ପ ସରକାର ଆସିବ। ତେଣୁ ଆଜି ଶିବସେନା, ବିଜେପି ଏବଂ କିଛି ଛୋଟ ଦଳ ଏକତ୍ରୀତ ହୋଇ ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏକନାଥ ସିନ୍ଦେଙ୍କୁ ବିଜେପି ସମର୍ଥନ କରିବ। ଶିନ୍ଦେଙ୍କର ଶିବସେନାର ସମର୍ଥନ ରହିଛି, ବିଜେପି ମଧ୍ୟ ତାଙ୍କୁ ସମର୍ଥନ କରିବ।
ସୂଚନା ଅନୁଯାୟୀ, ବିଦ୍ରୋହର ୧୦ ଦିନ ପରେ ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଦେ ଗୁରୁବାର ମୁମ୍ବାଇ ଫେରିଥିଲେ। ସେ ଏଠାରୁ ସିଧା ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଘରକୁ ଯାଇଥିଲେ। ସିନ୍ଦେ ଗୋଆରୁ ଏକୁଟିଆ ଆସିଛନ୍ତି। ତାଙ୍କର ୩୯ ଟି ଶିବସେନା ବିଧାୟକ ଏବଂ ସ୍ବାଧିନ ବ୍ୟକ୍ତିଙ୍କ ସମର୍ଥନ ପତ୍ର ମଧ୍ୟ ରହିଛି। ଫଡନାଭିସ୍ ଏବଂ ସିନ୍ଦେ ଏକାଠି ରାଜ ଭବନରେ ପହଞ୍ଚିଥିଲେ। ପରେ ରାଜ୍ୟପାଳଙ୍କ ସମ୍ମୁଖରେ ସରକାର ଗଠନ ପାଇଁ ନିଜର ଦାବି ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ମୁମ୍ବାଇର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକନାଥ ସିନ୍ଦେଙ୍କ ସୁରକ୍ଷାକୁ ବୃଦ୍ଧି କରିଛନ୍ତି। ତାଙ୍କୁ Z ପ୍ଲସ୍ ସୁରକ୍ଷା ଦିଆଯାଇଛି ।
ମହାରାଷ୍ଟ୍ର ରାଜନୀତି: ଆସନ୍ତାକାଲି ଉଦ୍ଧବ ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା, ସ୍ୱତନ୍ତ୍ର ଅଧିବେସନ ଡକାଇଲେ ରାଜ୍ୟପାଳ
ମୁମ୍ବାଇ: ମହାରାଷ୍ଟ୍ରର ମହାଅଘାଡି ସରକାର (ଏମ୍‌ଭିଏ)ର ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ଏହି ରାଜନୈତିକ ଅସ୍ଥିରତା ଏକ ନୂଆ ମୋଡ଼ ଆଡକୁ ଗତି କରୁଛି। ଉଦ୍ଧବ ସରକାର ବହୁମତ ସାବ୍ୟସ୍ତ କରନ୍ତୁ ବୋଲି ବିଜେପି ଦାବି ଜଣାଇଛି। ଉଦ୍ଧବଙ୍କ ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି। ତେଣୁ ସରକାର ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରନ୍ତୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ କହିଛନ୍ତି।  ଅନ୍ୟ ପଟେ ସିନ୍ଦେ ଦଳର ବିଧାୟକମାନେ ମଧ୍ୟ ଗୁଆହାଟୀରେ ହୋଟେଲ ଛାଡିଛନ୍ତି। ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଏକ ଫ୍ଲୋର ଟେଷ୍ଟ ( ବହୁମତ ସାବ୍ୟସ୍ତ) ପାଇଁ ଏକ ଚିଠି ଲେଖିଛନ୍ତି। ସେ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଥିଲେ। ଏଥିସହିତ ଫ୍ଲୋର ଟେଷ୍ଟ ମାମଲାରେ ଶିବସେନା ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇପାରିବେ ବୋଲି କୁହାଯାଉଛି।
ଅନ୍ଯପଟେ, ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଫ୍ଲୋର ଟେଷ୍ଟ ଆଇନ ଅନୁଯାୟୀ ନୁହେଁ। ସମ୍ବିଧାନକୁ ଖୋଲାଖୋଲି ଭାବେ ଖଣ୍ଡନ କରାଯାଉଛି। ଶିବସେନା ଏହା ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ସଞ୍ଜୟ କହିଛନ୍ତ ।
ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହା କୁହାଯାଉଛି ଯେ ଏହି ସମୟରେ ଏକ ଫ୍ଲୋର ଟେଷ୍ଟ ମଧ୍ୟ କରାଯିବ। ଯେଉଁଥିରେ ଉଦ୍ଧବ ଠାକରେଙ୍କୁ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ।ଏକନାଥ ସିନ୍ଦେ ଦଳର ସମସ୍ତ ବିଧାୟକ ଆସନ୍ତାକାଲି ସକାଳେ ମୁମ୍ବାଇରେ ପହଞ୍ଚିବେ। ବିଧାନସଭାର ଏହି ସ୍ୱତନ୍ତ୍ର ଅଧିବେଶନର ଭିଡିଓଗ୍ରାଫି ମଧ୍ୟ କରାଯିବ ବୋଲି ଜଣାପଡ଼ିଛି।
ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଉଭୟ ପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ, ଜୁଲାଇ ୧୧ରେ ପରବର୍ତ୍ତୀ ଶୁଣାଣି
ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ।  ଶିବସେନାର ବିଦ୍ରୋହୀମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନ ଉପରେ ଆଜି ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଶିବସେନାର ଉଦ୍ୟମ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏକନାଥ ସିନ୍ଦେ । ଏହି ଶୁଣାଣି ସମୟରେ ଆପଣମାନେ ପ୍ରଥମେ ହାଇକୋର୍ଟକୁ କାହିଁକି ଗଲେନାହିଁ ବୋଲି ସୁପ୍ରିମକୋର୍ଟ ପଚାରିବାରୁ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ବିଧାୟକଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ନୀରଜ କେ କୌଲ୍‌ କହିଥିଲେ- ମୁମ୍ବାଇରେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି।
ତେବେ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ଏବେ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ଆବେଦନକୁ ନେଇ ସୁପ୍ରିମକୋର୍ଟ ପ୍ରାୟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ସମସ୍ତ ପକ୍ଷଙ୍କୁ ପାଞ୍ଚ ଦିନ ମଧ୍ୟରେ ଦିଆଯାଇଥିବା ନୋଟିସର ଜବାବ ଦେବାକୁ କୁହାଯାଇଛି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।  ଉପବାଚସ୍ପତି, ବିଧାନସଭା ସଚିବ, କେନ୍ଦ୍ର ସରକାର, ମହାରାଷ୍ଟ୍ର ପୁଲିସ, ଶିବସେନା ବିଧାୟକ ଦଳର ନେତା ଅଜୟ ଚୌଧୁରୀ, ସୁନୀଲ ପ୍ରଭୁଙ୍କୁ ନୋଟିସରେ ପକ୍ଷ ଭୁକ୍ତ କରାଯାଇଛି।
ମହାରାଷ୍ଟ୍ର ମହାନାଟକ : ୧୫ ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ରସରକାର ଯୋଗାଇଦେଲେ Y+ ସୁରକ୍ଷା
ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତକ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଦେବେ । ଦଳର ୧୫ ଜଣ ବିଧାୟକଙ୍କୁ ମିଳିବ ଓ୍ବାଇ ପ୍ଲସ୍ ସୁରକ୍ଷା। ବିଦ୍ରୋହୀ ବିଧାୟକଙ୍କ ଘର ଓ ଅଫିସରେ ଶିବ ସୈନିକଙ୍କ ଆକ୍ରମଣ ଦୃଷ୍ଟିରୁ ସେମାନଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ତରଫରୁ କୁହାଯାଇଛି । ଏବେ ଶିବସେନା ବିଦ୍ରୋହୀ ବିଧାୟକଙ୍କ ଓ ସେମାନଙ୍କ ପରିବାରକୁ ୨୪ ଘଣ୍ଟା ଜଗିବେ ସିଆରପିଏଫ ଯବାନ । ତେବେ ଶିବସେନା ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସୁରକ୍ଷା ଯୋଗାଇବା ନେଇ ପ୍ରଶ୍ନ ଉଠିଛି । ଏହି ନିଷ୍ପତ୍ତିରୁ ବିଦ୍ରୋହୀ ବିଧାୟକଙ୍କ ବିଜେପି ଲିଙ୍କ୍ ସ୍ପଷ୍ଟ ହୋଇଛି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି ।
ସିନ୍ଦେ କ୍ୟାମ୍ପର ଆବେଦନ ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଜୁନ୍ ୨୫ ତଥା ଶନିବାର ଦିନ ଏକନାଥ ସିନ୍ଦେ ଗୋଷ୍ଠୀ କେନ୍ଦ୍ର ଗୃହ ସଚିବ ଏବଂ ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ବିଧାୟକଙ୍କ ଘରେ ସିଆରପିଏଫ୍ କର୍ମଚାରୀ ମୁତୟନ ହେବେ। କେନ୍ଦ୍ର ସରକାରଙ୍କ ପୂର୍ବରୁ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଠାରୁ ତାଙ୍କ ପରିବାର ପାଇଁ ସୁରକ୍ଷା ମାଗିଥିଲେ। ତେବେ ଏହାର ଜବାବରେ ରାଜ୍ୟ ସରକାର କହିଥିଲେ ଯେ ବିଧାୟକଙ୍କ ସୁରକ୍ଷା କୌଣସି ଭାବେ ହ୍ରାସ କରାଯାଇ ନାହିଁ। ଏହା ସହିତ ଯାହାର ଘରେ ଭଙ୍ଗାରୁଜା କରାଯାଇଥିଲା, ସେହି ବିଧାୟକମାନଙ୍କ ଘରେ ପୁଲିସ ଫୋର୍ସ ମୁତୟନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ସରକାର କହିଥିଲେ ।
ଅନ୍ୟପଟେ ଏସବୁ ଭିତରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି । ରାଜ୍ୟରେ ଶିବସେନା କର୍ମୀଙ୍କ ବିରୋଧ ପ୍ରଦର୍ଶନକୁ ପ୍ରୋତ୍ସାହିତ କରିଛନ୍ତି ସଞ୍ଜୟ ରାଉତ୍ ସେ କହିଛନ୍ତି କି, କଣ୍ଟାକୁ କଣ୍ଟାରେ କଢାଯାଏ । ସିନ୍ଦେ ଯେଭଳି ଭାବେ ଶିବସେନାକୁ ପଛରୁ ଛୁରୀ ମାରିଛନ୍ତି ତାହାର ଜବାବ ଏବେ ଶିବସୈନିକମାନେ ଦେଉଛନ୍ତି ବୋଲି ସେ କହିଛନ୍ତି । ସେହିପରି ସଞ୍ଜୟ ରାଉତ୍ ମଧ୍ୟ ଟ୍ବିଟ କରି ବିଦ୍ରୋହୀ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି । ଶିବସେନା ନେତା ସଞ୍ଜୟ ରାଉତ୍ କହିଛନ୍ତି, ଯଦି ନୂଆ ଦଳ ଗଢିବାର ଅଛି ତେବେ ନିଜ ବାପାଙ୍କ ନାଁରେ ଗଢ, ଭୋଟ ମାଗ ।ଆମ ଦଳର ଗୋଟିଏ ବାପା, ବାଲାସାହେବ ଠାକରେ । ତାଙ୍କ ନାଁ କାହିଁକି ବ୍ୟବହାର କରୁଛ । ତମର ଶହେ ବାପା, କିଏ ଦିଲ୍ଲୀରେ କିଏ ନାଗପୁରରେ ବସିଛନ୍ତି । କିନ୍ତୁ ଆମର ନିଷ୍ଠା ଓ ବିଶ୍ୱାସ ବାଲାସାହେବଙ୍କ ପ୍ରତି ରହିଛି ଏବଂ ରହିଥିବ । ଆଉ ଉଦ୍ଧବ ହେଉଛନ୍ତି ଶିବସେନାର ପ୍ରମୁଖ । ତେଣୁ ତାଙ୍କ ନେତୃତ୍ୱରେ ଶିବସେନା ଆଗକୁ ବଢିବ ।
ବାଲାସାହେବଙ୍କ ଆଦର୍ଶରେ ଚାଲୁଥିବା ଶିବସୈନିକ କେବେ ବିଶ୍ୱାସଘାତ କରେନି, ପଛରୁ ଛୁରାଘାତ କରେନି । ଯାହା ହଉଛି ହେବାକୁ ଦିଅ, ଶେଷରେ ମୁମ୍ବାଇ ତ ଆସିବାକୁ ପଡିବ ନା । ଲକ୍ଷ ଲକ୍ଷ ଶିବସୈନିକ ତୃଣମୂଳସ୍ତରରେ ଚାହିଁ ବସିଛନ୍ତି, ଇସାରାକୁ ଅପେକ୍ଷା କରିଛନ୍ତି । କିନ୍ତୁ ଆମେ ଏଯାଏଁ ସଂଯମତା ବଜାୟ ରଖିଛୁ । ବିଧାୟକ ମାନଙ୍କୁ ଜୋରଜବରଦସ୍ତି ସେଠାରେ ରଖାଯାଇଛି । କିଛି ବିଧାୟକ ଫେରିବାକୁ ଚାହୁଁଛନ୍ତି କିନ୍ତୁ ସେମାନଙ୍କୁ ଛଡା ଯାଉନାହିଁ ବୋଲି ସଞ୍ଜୟ କହିଛନ୍ତି । ଯଦି ସାହସ ଅଛି ମୁମ୍ବାଇ ଆସ, ମୁଁ ତୁମକୁ ସ୍ୱାଗତ କରିବାକୁ ଯିବି ବୋଲି ସଞ୍ଜୟ କହିଛନ୍ତି ।
ମୁମ୍ବାଇ : କାହା ପାଇଁ ମହାରାଷ୍ଟ୍ରରେ ଚାଲିଥିବା ଶକ୍ତି ସଂଗ୍ରାମ ସାଂଘାତିକ ପ୍ରମାଣିତ ହେବ, ତାହା କେବଳ ସମୟ କହିବ। କିନ୍ତୁ ଏକନାଥ ସିନ୍ଧେ କ୍ରମାଗତ ଭାବରେ ଉଦ୍ଧବ ସରକାରଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ଉଭୟ ବିଦ୍ରୋହୀ ଓ ଉଦ୍ଧବ ଠାକରେ ଶକ୍ତି ପ୍ରଦର୍ଶନରେ ଲାଗିଛନ୍ତି । ଏହାରି ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ବିଜେପି ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଗତକାଲି ରାତିରେ ଭେଟିଛନ୍ତି । ବଡୋଦରାରେ କାଲି ରାତିରେ ହୋଇଥିବା ଏହି ଭେଟଘାଟରେ ସରକାର ଗଠନ ନେଇ ଚର୍ଚ୍ଚା ହୋଇଥିଲା ବୋଲି ଜଣାପଡିଛି। ତେବେ ସବୁଠୁ ବଡ କଥା ହେଉଛି ବଡ଼ୋଦରାରେ ଦୁହେଁ ବୈଠକ କରିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସେହି ସମୟରେ ବଡୋଦରାରେ ଥିଲେ ବୋଲି ଆଲୋଚନା ହେଉଛି। ତେବେ ଅମିତ ଶାହା ଏହି ବୈଠକରେ ସାମିଲ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ।
ଗତକାଲି ଗୁପ୍ତ ଭାବେ ମହାରାଷ୍ଟ୍ରର ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ଭେଟିବା ଖବର ସାମ୍ନାକୁ ଆସିବା ପରେ ଏବେ ରାଜନୈତିକ ମହଲରେ ଆଲୋଚନା ତୀବ୍ର ହୋଇଛି ଯେ ଶିବସେନାରେ ବିଦ୍ରୋହ ହେବା ପରେ ସିନ୍ଦେ ଶୀଘ୍ର ବିଜେପିକୁ ସମର୍ଥନ କରୁଥିବା ଘୋଷଣା କରିପାରନ୍ତି। ସୂତ୍ରରୁ ପ୍ରକାଶ ଯେ ‌ସିନ୍ଦେ ଓ ଫଡନାଭିସ ବୈଠକ କରିିବା ପରେ ମହାରାଷ୍ଟ୍ରରେ ସିନ୍ଦେଙ୍କ ସମର୍ଥନରେ ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତିକୁ ଜୋରଦାର କରିଛି।
ମିଳିଥିବା ସୂଚନା ଅନୁସାରେ ଆସାମର ଗୌହାଟୀରେ ୩୮ବିଦ୍ରୋହୀ ଶିବସେନା ବିଧାୟକଙ୍କ ସହ କ୍ୟାମ୍ପ କରିଥିବା ଏକନାଥ ସିନ୍ଧେ ମଧ୍ୟ ଗୁଜୁରାଟକୁ ଯାଇ ବଡ଼ୋଦରାଠାରେ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ ଦେବେନ୍ଦ୍ର ଫଡନାଭିସ୍ ରାତି ୧୦.୩୦ରେ ବୈଠକ ପାଇଁ ମୁମ୍ବାଇ ଛାଡିଥିଲେ ଓ ଚାର୍ଟର ବିମାନରେ ବଡୋଦରାରେ ପହଞ୍ଚିଥିଲେ। ଏକନାଥ ସିନ୍ଦେ ଗୌହାଟୀରୁ ବଡ଼ୋଦରା ଅଭିମୁଖେ ଯାତ୍ରା କରିଥିଲେ।  ଏହା ପରେ ରାତି ୨ଟା ବେଳେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହା ମଧ୍ୟ ସାମ୍ନାକୁ ଆସୁଛି ଯେ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲା। ଯଦି ଏହି ତଥ୍ୟ ପକ୍କା ହୋଇଥାଏ ତେବେ ବିଜେପି ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଲାଣି।
୧୬ ବିଦ୍ରୋହୀ ବିଧାୟକଙ୍କୁ ଉପ-ବାଚସ୍ପତିଙ୍କ ନୋଟିସ୍, ୨୭ତାରିଖ ସନ୍ଧ୍ୟା ସୁଦ୍ଧା ରଖିବେ ଜବାବ୍
ମୁମ୍ବାଇ : ମହାରାଷ୍ଟ୍ର ରାଜନୀତି ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି। କେଉଁ ମୁହୁର୍ତ୍ତରେ ସେଠି କଣ ହେଉଛି ତାହା କହିବା ସମ୍ଭବ ନୁହେଁ। ମହାରାଷ୍ଟ୍ର ରାଜନୀତିରେ ଲଗାତାର ଟ୍ୱିଷ୍ଟ ଭିତରେ ଶିବସେନା ପକ୍ଷରୁ ସେନା ଭବନରେ ଜାତୀୟ କାର୍ୟ୍ୟକାରିଣୀ କମିଟି ବୈଠକ ଡକାଯାଇଥିଲା। ଅପରାହ୍ନ ୧ଟାରେ ବୈଠକ ଆରମ୍ଭ ହୋଇଥିବା ବେଳେ ଏହି ବୈଠକରେ ୧୬ଜଣ ବିଦ୍ରୋହୀ ବିଧାୟକ ଯୋଗ ଦେଇନଥିଲେ। ଏବେ ଯୋଗ ଦେଇନଥିବା ୧୬ଜଣଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଜାରି କରାଯାଇଥିବା ନୋଟିସ‌ରେ ଜୁନ୍ ୨୭ତାରିଖ ସନ୍ଧ୍ୟା ୫.୩୦ଭିତରେ ଉତ୍ତର ଦେବାକୁ କୁହାଯାଇଛି। ଯଦି କୌଣସି ବିଧାୟକ ଦିଆଯାଇଥିବା ସମୟ ମଧ୍ୟରେ ଅନୁପସ୍ଥିତିର କାରଣ ନଜଣାନ୍ତି ତେବେ ଏହା ଅନୁମାନ କରାଯିବ ଯେ ଆପଣଙ୍କର କିଛି କହିବାର ନାହିଁ ଏବଂ ନିୟମ ଅନୁଯାୟୀ ଏକ ନିଷ୍ପତ୍ତି ନିଆଯିବ ବୋଲି ନୋଟିସରେ ସ୍ପଷ୍ଟ କରାଯାଇଛି। ପାର୍ଟିର ମୁଖ୍ୟ ହ୍ୱିପ୍ ସୁନୀଲ ପ୍ରଭୁ ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିବା ନୋଟିସ୍ ଜାରି କରିଛନ୍ତି । ତା ସହିତ ଆସନ୍ତା ଜୁନ୍ ୨୭ ତାରିଖ ସନ୍ଧ୍ୟା ୫ଟା ଭିତରେ ସେମାନେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ କାହିଁକି ଅନୁପସ୍ଥିତ ରହିଲେ ସେନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେପଟେ,ମହାରାଷ୍ଟ୍ରରେ ଲାଗିରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକରେ । ‘ଯେଉଁମାନେ ଯିବାକୁ ଚାହୁଁଛନ୍ତି ସେମାନେ ବିନା ଦ୍ୱିଧାରେ ଯାଇପାରନ୍ତି, ମୁଁ ନୂଆ ଶିବସେନା ଗଢିବି’ ବୋଲି ଉଦ୍ଧବ କହିଛନ୍ତି । ଅନ୍ୟପକ୍ଷରେ ଉଦ୍ଧବ ଠାକରେ ସ୍ପଷ୍ଟ କରିଛନ୍ତି ଯେ, ସିନ୍ଦେଙ୍କ ନୂଆ ଦଳ ‘ବାଲା ସାହେବ’ ଏବଂ ‘ଶିବସେନା’ର ନାଁ ବ୍ୟବହାର କରିପାରିବେ ନାହିଁ। ମୁମ୍ବାଇରେ ଶିବସେନାର ଜାତୀୟ କାର୍ୟ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବାଲ ଠାକରେଙ୍କ ନାମ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ବାଲାସାହେବ ଠାକରେଙ୍କ ନାଁର ଅପବ୍ୟବହାର ନହେବା ପାଇଁ ଶିବସେନା ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବ ବୋଲି ସ୍ପଷ୍ଟ କରିଛି।
ସେପେଟ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଅଭିଯୋଗ କରିଛନ୍ତି ଯେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହା ବିକାଶ ଆଗାଡି ସରକାର ତାଙ୍କ ପରିବାର ତଥା ଗୁଆହାଟୀରେ ତାଙ୍କ ସହ କ୍ୟାମ୍ପ କରୁଥିବା ଅନ୍ୟ ବିଧାୟକଙ୍କ ସୁରକ୍ଷା କଭର ପ୍ରତ୍ୟାହାର କରି ନେଇଛନ୍ତି। ଯେହେତୁ ଆମେ ବର୍ତ୍ତମାନର ବିଧାୟକ ଅଟୁ, ତଥାପି, ଆମ ବାସଭବନରେ ତଥା ଆମ ପରିବାର ସଦସ୍ୟଙ୍କୁ ପ୍ରୋଟୋକଲ୍ ଅନୁଯାୟୀ ଦିଆଯାଇଥିବା ସୁରକ୍ଷା ପ୍ରତିଶୋଧର କାର‌୍ୟ୍ୟ ଭାବରେ ବେଆଇନ ତଥା ବେଆଇନ ଭାବେ ପ୍ରତ୍ୟାହାର କରାଯାଇଛି ବୋଲି କହିଛନ୍ତି। ବିଦ୍ରୋହୀ ବିଧାୟକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏମଭିଏ ମିଳିତ ମଞ୍ଚର ଗଠନକାରୀ ଦଳ ସେମାନଙ୍କ କ୍ୟାଡରଙ୍କୁ ବିଧାୟକଙ୍କ ବିରୋଧରେ ହିଂସା ପ୍ରଦର୍ଶନ କରୁଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଯଦି ବିଧାୟକଙ୍କ ପରିବାର ସଦସ୍ୟଙ୍କ ଉପରେ କୌଣସି ଅନିଷ୍ଟ ଘଟେ, ତେବେ ଏନସିପି ମୁଖ୍ୟ ଶରଦ ପାୱାର, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ସେନା ସାଂସଦ ସଞ୍ଜୟ ରାଉତଙ୍କ ସମେତ ମହା ବିକାଶ ଆଗାଡିର ବରିଷ୍ଠ ନେତାମାନେ ଦାୟୀ ରହିବେ।
ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବଙ୍କ ବାର୍ତ୍ତା : ଯାହା କରିବା କଥା କର, କିନ୍ତୁ ବାଲାସାହେବ କିମ୍ବା ଶିବସେନା ନାମକୁ ବ୍ୟବହାର କରନ୍ତୁ ନାହିଁ
ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଦୁଇ ଫାଳ ହେବା ଉପରେ ଶିବସେନା। ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶବିସେନାର ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ରହିଥିବା ବେଳେ ଆଉ ଗୋଟିଏ ଗୋଟିଏ ଗୋଷ୍ଠୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମେଳି କରିଛନ୍ତି। ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ନିଜକୁ ବାଲାସାହେବଙ୍କ ପ୍ରକୃତ ଶିବ ସୈନିକ ବୋଲି ଦାବି କରିଛନ୍ତି।
ଏଥିପାଇଁ ସେମାନେ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇ ଆଉ ଗୋଟିଏ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦଳର ନାଁ ‘ଶିବସେନା ବାଲାସାହେବ ଠାକରେ’ ରହିବ ବୋଲି ଜଣାପଡ଼ିଛି। ସାୱନ୍ତବାଡି ବିଧାୟକ ଦୀପକ କେସାରକରଙ୍କ ମତରେ ବିଦ୍ରୋହୀ ବିଧାୟକଙ୍କ ପାଖରେ ନୂଆ ଦଳ ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ରହିଛି। ସେମାନେ କେବଳ ବିଧିବଦ୍ଧ ମାନ୍ୟତା ହାସଲ ପାଇଁ ଅପେକ୍ଷା କରିଥିବା ସେ କହିଛନ୍ତି। ଏହି ନୂଆ ଦଳର ମୁଖପାତ୍ର ଭାବେ ବିଧାୟକ ଦୀପକ ନିଜେ ନିଯୁକ୍ତି ପାଇବେ ବୋଲି ମଧ୍ୟ ଜଣାପଡ଼ିଛି।
ଅନ୍ୟପଟେ ସିନ୍ଦେ ଏବେ ନିଜ ସମର୍ଥନରେ ଥିବା ବିଧ‌ାୟକଙ୍କୁ ନେଇ ନୂଆ ଦଳ ଶିବସେନା ବାଲାସାହେବ ଠାକରେ ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ନେଇ ଖବର ଆସିବା ପରେ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଉଦ୍ଧବ ଠାକରେ କହିଛନ୍ତି ଯେ ସିନ୍ଦେଙ୍କ ନୂଆ ଦଳ ‘ବାଲା ସାହେବ’ ଏବଂ ‘ଶିବସେନା’ର ନାଁ ବ୍ୟବହାର କରିପାରିବେ ନାହିଁ। ମୁମ୍ବାଇରେ ଶିବସେନାର ଜାତୀୟ କାର୍ୟ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବାଲ ଠାକରେଙ୍କ ନାମ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ବାଲାସାହେବ ଠାକରେଙ୍କ ନାଁର ଅପବ୍ୟବହାର ନହେବା ପାଇଁ ଶିବସେନା ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବ ବୋଲି ସ୍ପଷ୍ଟ କରିଛି।
ସୂଚନାଯୋଗ୍ୟ କିଛି ଦିନ ହେବ ରାଜନୈତିକ ଦଳ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆଇନଗତ ଯୁଦ୍ଧରେ ପଣିଣତ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହା ବିକାଶ ଅଘାଡି ସରକାର ଏବଂ ଶିବସେନାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଉପବାଚସ୍ପତି ନରହରୀ ଜିରୱାଲ ଅନାସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ବିଦ୍ରୋହୀ ଗୋଷ୍ଠୀକୁ ଏକ ଝଟକା ଦେଇଛି। ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ଏକନାଥ ସିନ୍ଦେଙ୍କ ସହ ଥିବା ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରିଥିବାରୁ ଏହାକୁ ଏକନାଥ ସିନ୍ଦେଙ୍କ ସମେତ ଏକାଧିକ ବିଧାୟକ ବିରୋଧ କରିଛନ୍ତି। ସେମାନେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମେଣ୍ଟରୁ ଓହରି ପୁଣି ବିଜେପି ସହ ହାତ ମିଳାଇବାକୁ ପରାମର୍ଶ ଦେଇଛନ୍ତି। ହେଲେ ଉଦ୍ଧବ ଏଥିରେ ରାଜି ହେଉ ନାହାନ୍ତି। ତେଣୁ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ପ୍ରାୟ ୪୦ ଜଣ ବିଧାୟକ ଆସାମର ଗୌହାଟୀରେ କ୍ୟାମ୍ପ କରି ରହିଛନ୍ତି। ସେମାନଙ୍କ ସହ ପ୍ରାୟ ୧୦ ଜଣ ସ୍ୱାଧୀନ ବିଧାୟକ ବି ରହିଛନ୍ତି।
ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ବିଧାୟକଙ୍କ ସଂଖ୍ୟା ୫୫। ଏହା ମଧ୍ୟରୁ ୪୦ ଜଣ ଏକନାଥଙ୍କ କ୍ୟାମ୍ପକୁ ଚାଲି ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ ଟଳମଳ ହେଉଛି। ଏକନାଥଙ୍କ ପାଖରେ ୪୦ ଜଣ ବିଧାୟକଙ୍କ ସମର୍ଥନ ଥିବାରୁ ସେ ଚାହିଁଲେ ବିଧାନସଭାରେ ନିଜର ସ୍ୱତନ୍ତ୍ର ଦଳ ଗଠନ କରିବା ସହ ଶିବସେନାର ଦଳୀୟ ଚିହ୍ନ ପାଇଁ ମଧ୍ୟ ନିର୍ବାଚନ କମିଶନଙ୍କ ପାଖରେ ଆବେଦନ କରିପାରିବେ। କାରଣ ଦଳ ବଦଳ ନିରୋଧ ଆଇନକୁ ମାତ ଦେବା ପାଇଁ ଓ ଦଳ ବିଭାଜନ ପାଇଁ ଏକନାଥ ସିନ୍ଦେଙ୍କୁ ୩୭ ଜଣ ବିଧାୟକଙ୍କ ସମର୍ଥନ ଦରକାର।
ରାଜ୍ୟପାଳଙ୍କ ପରେ କୋଭିଡ ପଜିଟିଭ୍‌ ହେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଭିସି ମାଧ୍ୟମରେ କ୍ୟାବିନେଟ୍‌ ବୈଠକରେ ଯୋଗଦେବେ
ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା ଭିତରେ ଗୋଟିଏ ପରେ ଗୋଟିଏ ରୋଚକ ଖବର ସାମ୍ନାକୁ ଆସିବାରେ ଲାଗିଛି। ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୟାରି କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ବୁଧବାର ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏଚଏନ୍ ରିଲାଏନ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି। ଆଉ ରାଜ୍ୟପାଳଙ୍କ ପରେ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସୂଚନା କଂଗ୍ରେସ ନେତା କମଲନାଥ ସ୍ପଷ୍ଟ କରିଛନ୍ତି ।
କୋଭିଡ ପଜିଟିଭ୍ ହୋଇଥିବା କାରଣରୁ ଆଜି ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭିଡିଓ କନ୍‌ଫରେନ୍‌ସିଙ୍ଗ ମାଧ୍ୟମରେ ଯୋଗବେବେ ବୋଲି ଜଣାପଡିଛି। କଂଗ୍ରେସ ନେତା କମଲ୍‌ ନାଥ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ରାଜନୈତିକ ସଙ୍କଟ ବୃଦ୍ଧି ପାଉଥିବା ବେଳେ ସେ ତାଙ୍କୁ ଭେଟିବାକୁ ଅସମର୍ଥ ହୋଇଥବା କଥା କହିଛନ୍ତି।ସେ କୋଭିଡ୍‌ ପଜିଟିଭ୍‌ ବାହାରିଛନ୍ତି। ସେଥିପାଇଁ ମୁଁ ତାଙ୍କୁ ଭେଟି ପାରିଲି ନାହିଁ। ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଫୋନ୍‌ ମାଧ୍ୟମରେ କଥାବାର୍ତ୍ତା କରିଛି। ସେ କହିଛନ୍ତି ଯେ, ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭା ଭଙ୍ଗ କରାଯିବାର ପ୍ରସ୍ତାବ ନାହିଁ ବୋଲି କଂଗ୍ରେସ ନେତା କମଲନାଥ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ଏକ ଟ୍ୱିଟ ଚର୍ଚ୍ଚାର ବିଷୟ ପାଲଟିଛି । ମହାରାଷ୍ଟ୍ରରେ ଭଙ୍ଗ ହୋଇପାରେ ବିଧାନସଭା । ବିଧାନସଭା ଭଙ୍ଗ ନେଇ ସଙ୍କେତ ଦେଇଛନ୍ତି ସଞ୍ଜୟ ରାଉତ । ଦଳୀୟ ଅନ୍ତକନ୍ଦଳ ଓ ରାଜନୈତିକ ସଙ୍କଟକୁ ନେଇ ସ୍ବୀକାର କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ଦଳ ଭିତରେ ମତଭେଦ ରହିବା ସ୍ବାଭାବିକ, ତେବେ ଏହାର ସମାଧାନ ବାହାର କରାଯିବ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।
ସପେଟେ ସରକାରରେ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ ନିକଟରେ ଟ୍ୱିଟରରୁ ମନ୍ତ୍ରୀ ବାଓ ହଟାଇଛନ୍ତି । ଏହାପରେ ସରକାର ଭଙ୍ଗ ହେବା ନେଇ ମଧ୍ୟ ଆଭାସ ମିଳୁଛି । ତେବେ ବର୍ତ୍ତମାନ ଦଳ ବଦଳ ଆଇନ ଅନୁସାରେ ଯଦି ମୋଟ ବିଧାୟକର ମଧ୍ୟରୁ ଦୁଇ-ତୃତୀୟାଂଶ ବିଧାୟକ ଅନ୍ୟ ଦଳରେ ଯୋଗଦିଅନ୍ତି ତେବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥାଏ । ଶିବସେନା ପାଖରେ ବର୍ତ୍ତମାନ ବିଧାନସଭାରେ ୫୫ ବିଧାୟକ ରହିଛନ୍ତି । ଏଥିରେ ଯଦି ଦଳବଦଳ ଆଇନରୁ ବର୍ତ୍ତିବାକୁ ବିଦ୍ରୋହୀ ଙ୍କୁ ୩୭ ବିଧାୟକଙ୍କ ଆବଶ୍ୟକତା ରହିଛି । ଯଦି ସେମାନେ ଏହି ସଂଖ୍ୟା ହାସଲ ନକରିପାରିବେ ସେମାନଙ୍କ ବିଧାୟକ ପଦ ରଦ୍ଦ ହେବା ସେପଟେ ଏକନାଥ ସିନ୍ଧେନିଜ ସପକ୍ଷରେ ୪୦ ବିଧାୟକ ରହିଥିବା ଦାବି କରୁଛନ୍ତି । ଯେଉଁମାନଙ୍କୁ ଶିବସେନା ମନାଇବାରେ ବିଫଳ ହୋଇଛି । ଏଭଳି ପରିସ୍ଥିତିରେ ଦଳ ପାଖରେ କୌଣସି ବିକଳ୍ପ ନାହିଁ । ଆଜି ଉଦ୍ଧବ ଠାକରେ ସିଏମ ପଦରୁ ଇସ୍ତଫା ଦେଇ ପାରନ୍ତି । ସେ ଅପରାହ୍ନରେ କ୍ୟାବିନେଟ ବୈଠକ ଡାକିଛନ୍ତି ଏବଂ ଏହା ପରେ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି।
ମହାରାଷ୍ଟ୍ର ମହାସଙ୍କଟ : ସିଏମ୍ ପଦରୁ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ
ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ସରକାରରଙ୍କ ପ୍ରତି ରାଜନୈତିକ ସଙ୍କଟ ଉଗ୍ର ହେବାରେ ଲାଗିଛି। ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡି (ଏମଭିଏ) ସରକାର ବିଧାନସଭା ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ କରିପାରନ୍ତି। ଶିବସେନା ସାଂସଦ ସଞ୍ଜୟ ରାଉତ ଏପରି ସଙ୍କେତ ଦେଇଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ବିଧାନସଭା ଭଙ୍ଗ ଆଡକୁ ଗତି କରୁଛି।
କିଏ ମହାରାଷ୍ଟ୍ରରେ ସରକାର କରିବା ତାହା ଏପର୍ଯ୍ୟନ୍ତ  ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହାରି ମଧ୍ୟରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ଏକ ଟ୍ୱିଟ ଚର୍ଚ୍ଚାର ବିଷୟ ପାଲଟିଛି । ମହାରାଷ୍ଟ୍ରରେ ଭଙ୍ଗ ହୋଇପାରେ ବିଧାନସଭା । ବିଧାନସଭା ଭଙ୍ଗ ନେଇ ସଙ୍କେତ ଦେଇଛନ୍ତି ସଞ୍ଜୟ ରାଉତ । ଦଳୀୟ ଅନ୍ତକନ୍ଦଳ ଓ ରାଜନୈତିକ ସଙ୍କଟକୁ ନେଇ ସ୍ବୀକାର କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ଦଳ ଭିତରେ ମତଭେଦ ରହିବା ସ୍ବାଭାବିକ, ତେବେ ଏହାର ସମାଧାନ ବାହାର କରାଯିବ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।
ଅନ୍ୟପଟେ ମହାରାଷ୍ଟ୍ର ମହାନାଟକ ମଧ୍ୟରେ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ହେଉଛି ଚର୍ଚ୍ଚା । ସମସ୍ତଙ୍କ ନଜର ସେହି କ୍ୟାବିନେଟ ବୈଠକ ଉପରେ ରହିଛି । କ୍ୟାବିନେଟ ବୈଠକ ପରେ କିଛି ଗୋଟେ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଇସ୍ତଫା ପୂର୍ବରୁ ଉଦ୍ଧବ ଠାକରେ ଶିବସେନା ଦଳର ସମସ୍ତ ସାଂସଦ ଏବଂ ବିଧାୟକଙ୍କ ସହ କଥା ହେବେ ।
ସପେଟେ ସରକାରରେ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ ନିକଟରେ ଟ୍ୱିଟରରୁ ମନ୍ତ୍ରୀ ବାଓ ହଟାଇଛନ୍ତି । ଏହାପରେ ସରକାର ଭଙ୍ଗ ହେବା ନେଇ ମଧ୍ୟ ଆଭାସ ମିଳୁଛି । ତେବେ ବର୍ତ୍ତମାନ ଦଳ ବଦଳ ଆଇନ ଅନୁସାରେ ଯଦି ମୋଟ ବିଧାୟକର ମଧ୍ୟରୁ ଦୁଇ-ତୃତୀୟାଂଶ ବିଧାୟକ ଅନ୍ୟ ଦଳରେ ଯୋଗଦିଅନ୍ତି ତେବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥାଏ । ଶିବସେନା ପାଖରେ ବର୍ତ୍ତମାନ ବିଧାନସଭାରେ ୫୫ ବିଧାୟକ ରହିଛନ୍ତି । ଏଥିରେ ଯଦି ଦଳବଦଳ ଆଇନରୁ ବର୍ତ୍ତିବାକୁ ବିଦ୍ରୋହୀ ଙ୍କୁ ୩୭ ବିଧାୟକଙ୍କ ଆବଶ୍ୟକତା ରହିଛି । ଯଦି ସେମାନେ ଏହି ସଂଖ୍ୟା ହାସଲ ନକରିପାରିବେ ସେମାନଙ୍କ ବିଧାୟକ ପଦ ରଦ୍ଦ ହେବା ସେପଟେ ଏକନାଥ ସିନ୍ଧେନିଜ ସପକ୍ଷରେ ୪୦ ବିଧାୟକ ରହିଥିବା ଦାବି କରୁଛନ୍ତି । ଯେଉଁମାନଙ୍କୁ ଶିବସେନା ମନାଇବାରେ ବିଫଳ ହୋଇଛି । ଏଭଳି ପରିସ୍ଥିତିରେ ଦଳ ପାଖରେ କୌଣସି ବିକଳ୍ପ ନାହିଁ । ଆଜି ଉଦ୍ଧବ ଠାକରେ ସିଏମ ପଦରୁ ଇସ୍ତଫା ଦେଇ ପାରନ୍ତି । ସେ ଦିନ ଗୋଟାଏରେ କ୍ୟାବିନେଟ ବୈଠକ ଡାକିଛନ୍ତି ଏବଂ ଏହା ପରେ ଇସ୍ତଫା ଦେବେ ।
ପ୍ରକୃତରେ ଏକନାଥ ସିନ୍ଧେଙ୍କ ନିକଟରେ ୪୦ ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି । ଫଳରେ ସେ ବର୍ତ୍ତମାନ ବିଜେପି ନିକଟକୁ ଯାଇପାରିବେ । ସେମାନଙ୍କର ଦୁଇ ତୃତୀୟାଂଶରୁ ଅଧିକ ବିଧାୟକ ଅଛନ୍ତି, ତେଣୁ ବିରୋଧୀ ନିୟମ ମଧ୍ୟ ଲାଗୁ ହେବ ନାହିଁ । ଏହି କାରଣରୁ ଶିବସେନା ବର୍ତ୍ତମାନ ସରକାରଙ୍କୁ ବଞ୍ଚାଇବାର ଆଶା ଛାଡିଛନ୍ତି ।