Eknath Shinde - The Sakala
ଉଦ୍ଧବ ଠାକରେଙ୍କୁ ଶକ୍ତ ଝଟକା: ଶିନ୍ଦେ ଗୋଷ୍ଠୀରେ ସାମିଲ ହେବା ପରେ ମହାରାଷ୍ଟ୍ର ବିଧାନ ପରିଷଦର ଉପସଭାପତି ହେଲେ ସଚିନ ଅହିର
ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଆଉ ଏକ ଶକ୍ତ ଝଟକା ଲାଗିଛି। ଆଦିତ୍ୟ ଠାକରେଙ୍କ ଅତ୍ୟନ୍ତ ଘନିଷ୍ଠ ତଥା ବିଶ୍ୱସ୍ତ ନେତା ଭାବେ ପରିଚିତ ଥିବା ସଚିନ ଅହିର ଦଳ ଛାଡ଼ି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। କେବଳ ସେତିକି ନୁହେଁ, ଶିନ୍ଦେ ଶିବିରରେ ଯୋଗଦେବାର ଗୋଟିଏ ଦିନ ପରେ ବୁଧବାର ତାଙ୍କୁ ମହାରାଷ୍ଟ୍ର ବିଧାନ ପରିଷଦର ଉପସଭାପତି ଭାବେ ମଧ୍ୟ ନିର୍ବାଚିତ କରାଯାଇଛି।
ବିନା ପ୍ରତିଦ୍ୱନ୍ଦ୍ୱିତାରେ ଉପସଭାପତି ନିର୍ବାଚିତ
ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସଚିନ ଅହିର ମହାଯୁତି ମେଣ୍ଟର ପ୍ରାର୍ଥୀ ଭାବେ ଉପସଭାପତି ପଦ ପାଇଁ ନିଜର ନାମାଙ୍କନ ଦାଖଲ କରିଥିଲେ। ଅନ୍ୟପକ୍ଷରେ ମହାବିକାଶ ଅଘାଡ଼ି (MVA) ପକ୍ଷରୁ ଶିବସେନା (ୟୁବିଟି) ନେତା ଜେ.ଏମ୍ ଅଭ୍ୟଙ୍କର ପ୍ରାର୍ଥୀ ହୋଇଥିଲେ। ତେବେ ଶେଷ ମୁହୂର୍ତ୍ତରେ ଉଦ୍ଧବ ଗୋଷ୍ଠୀ ନିଜ ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରିନେବାରୁ ସଚିନ ଅହିର ବିନା ପ୍ରତିଦ୍ୱନ୍ଦ୍ୱିତାରେ ଏହି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ନାମାଙ୍କନ ଦାଖଲ ସମୟରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ଏବଂ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଏକନାଥ ଶିନ୍ଦେ ଅତ୍ୟନ୍ତ ଗୋପନୀୟ ରଖିଥିଲେ।
ଉଦ୍ଧବ ସେନା ପାଇଁ ଲଗାତାର ବିପର୍ଯ୍ୟୟ
ମହାରାଷ୍ଟ୍ରରେ ଶିବସେନା ବିଭାଜନ ପରେ ଉଦ୍ଧବ ଠାକରେଙ୍କ ଦଳ ପାଇଁ ଏହା ଅନ୍ୟତମ ବଡ଼ କ୍ଷତି। କିଛି ଦିନ ପୂର୍ବରୁ ଉଦ୍ଧବ ଗୋଷ୍ଠୀର ୬ ଜଣ ଲୋକସଭା ସାଂସଦ ମଧ୍ୟ ଦଳ ଛାଡ଼ି ଶିନ୍ଦେ ଶିବିରରେ ଯୋଗ ଦେଇଥିଲେ। ଏହାକୁ ଶିନ୍ଦେ ଗୋଷ୍ଠୀ ପକ୍ଷରୁ 'ଅପରେସନ୍ ଟାଇଗର-୩' ବୋଲି କୁହାଯାଉଛି। ଏବେ ଆଦିତ୍ୟ ଠାକରେଙ୍କ 'ଡାହାଣ ହାତ' କୁହାଯାଉଥିବା ସଚିନ ଅହିରଙ୍କ ପରି ଜଣେ ପ୍ରଭାବଶାଳୀ ତଥା ଅଭିଜ୍ଞ ବିଧାନ ପରିଷଦ ସଦସ୍ୟ (MLC) ଙ୍କ ଦଳତ୍ୟାଗ ୟୁବିଟି (UBT) କ୍ୟାମ୍ପର ମନୋବଳକୁ ବହୁ ମାତ୍ରାରେ ଦୁର୍ବଳ କରିଦେଇଛି।
ଦଳବଦଳ ଆଇନରୁ ବର୍ତ୍ତିବେ ସଚିନ!
ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏକନାଥ ଶିନ୍ଦେଙ୍କ ଏହା ଏକ 'ମାଷ୍ଟରଷ୍ଟ୍ରୋକ୍' ଅଟେ। ଶିନ୍ଦେ ଗୋଷ୍ଠୀରେ ଯୋଗଦେବା ମାତ୍ରେ ସଚିନଙ୍କୁ ଉପସଭାପତି ପରି ସାମ୍ବିଧାନିକ ପଦବୀ ଦିଆଯାଇଛି, ଯାହାଫଳରେ ତାଙ୍କ ଉପରେ ଦଳବଦଳ ନିରୋଧୀ ଆଇନ କିମ୍ବା ଅଯୋଗ୍ୟ ଘୋଷଣା କାର୍ଯ୍ୟାନୁଷ୍ଠାନ ଲାଗୁ ହେବାର ସମ୍ଭାବନା ହ୍ରାସ ପାଇଛି। ପଦବୀ ଗ୍ରହଣ କରିବା ପରେ ସଚିନ ଅହିର କହିଛନ୍ତି ଯେ, ଏକନାଥ ଶିନ୍ଦେ ତାଙ୍କ ଉପରେ ଯେଉଁ ଭରସା ପ୍ରକଟ କରିଛନ୍ତି, ସେ ତାହାକୁ ନିଷ୍ଠାର ସହ ପାଳନ କରିବେ ଏବଂ ସମାଜର ସବୁ ବର୍ଗର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପ୍ରୟାସ କରିବେ।
ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା: ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ୬ ଶିବସେନା (ୟୁବିଟି) ସାଂସଦ
ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ବଡ଼ ଧରଣର ଉଲଟପାଲଟ ଦେଖିବାକୁ ମିଳିଛି। ଆଗାମୀ ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକ ଶକ୍ତ ଝଟକା ଦେଇ, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି)ର ୬ ଜଣ ସାଂସଦ ସୋମବାର ଦିନ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି। ଅନେକ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏହି ସାଂସଦମାନେ ଦଳ ପରିବର୍ତ୍ତନ କରିଛନ୍ତି, ଯାହା ସିନ୍ଦେଙ୍କ ପ୍ରଭାବକୁ ଆହୁରି ମଜବୁତ କରିଛି।
ଗତ ଜୁନ ୧୭ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଶିବସେନା (ୟୁବିଟି) ସଂସଦୀୟ ଦଳର ବୈଠକରେ ଯୋଗ ଦେଇନଥିବା ଏହି ୬ ସାଂସଦ ହେଲେ ସଞ୍ଜୟ ଦୀନା ପାଟିଲ, ସଞ୍ଜୟ ଦେଶମୁଖ, ସଞ୍ଜୟ ଯାଦବ, ଭାଉସାହେବ ୱାକଚୌରେ, ନାଗେଶ ପାଟିଲ-ଅଷ୍ଟିକର ଏବଂ ଓମପ୍ରକାଶ ରାଜେ ନିମ୍ବାଲକର। ଶିବସେନା (ୟୁବିଟି)ର ମୋଟ ୯ ଜଣ ଲୋକସଭା ସାଂସଦ ଥିବା ବେଳେ, ଦଳ ବଦଳାଇବା ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ ସଂଖ୍ୟା (୬ ଜଣ) ପୂରଣ କରିବାରେ ବିଦ୍ରୋହୀ ଗୋଷ୍ଠୀ ସଫଳ ହୋଇଛନ୍ତି।
ଏହି ୬ ସାଂସଦଙ୍କୁ ନିଜ ଦଳରେ ସ୍ୱାଗତ କରିବା ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏକନାଥ ସିନ୍ଦେ କହିଛନ୍ତି ଯେ, ଏହି ସାଂସଦମାନେ ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରକୃତ ଶିବସେନାରେ ସାମିଲ ହୋଇଛନ୍ତି। ସେ କହିଛନ୍ତି, "ଆଜି ମୋ ସାମ୍ନାରେ ଗୋଟିଏ ନୁହେଁ, ବରଂ ୬ଟି ବାଘ ଉପସ୍ଥିତ ଅଛନ୍ତି। ଏଥର ଆମେ ଛକ୍କା ମାରିଛୁ।" ୨୦୨୨ ମସିହାର ବିଦ୍ରୋହକୁ ମନେ ପକାଇ ସେ ଏହି ଘଟଣାକୁ ଦ୍ୱିତୀୟ ବିଦ୍ରୋହ ବୋଲି ଅଭିହିତ କରିଛନ୍ତି। ନୂତନ ଭାବେ ସାମିଲ ହୋଇଥିବା ସାଂସଦମାନଙ୍କ ନିର୍ବାଚନମଣ୍ଡଳୀର ବିକାଶମୂଳକ ଆବଶ୍ୟକତା ପୂରଣ କରାଯିବ ବୋଲି ସିନ୍ଦେ ପ୍ରତିଶ୍ରୁତି ଦେଇଛନ୍ତି।
ଶିବସେନା (ୟୁବିଟି)ରେ ବିଦ୍ରୋହର ଆଶଙ୍କା: ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ଦିଲ୍ଲୀରେ ଡେରା ପକାଇଲେ ସଞ୍ଜୟ ରାଉତ
ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକ ବଡ଼ ଧରଣର ଭୂକମ୍ପ ଆସିବାର ସମ୍ଭାବନା ଦେଖାଦେଇଛି। 'ଅପରେସନ୍ ଟାଇଗର୍' କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି)ରେ ବିଦ୍ରୋହର ଆଶଙ୍କା ସୃଷ୍ଟି ହୋଇଛି। ଦଳର କିଛି ସାଂସଦ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମ୍ପର୍କରେ ଥିବା ନେଇ ଖବର ପ୍ରକାଶ ପାଇବା ପରେ ଦଳ ଭିତରେ ହଟଚମଟ ସୃଷ୍ଟି ହୋଇଛି। ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଦଳକୁ 'ଡ୍ୟାମେଜ୍ କଣ୍ଟ୍ରୋଲ୍' କରିବା ପାଇଁ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୁରନ୍ତ ଦିଲ୍ଲୀ ଗସ୍ତ କରି ସେଠାରେ ଡେରା ପକାଇଛନ୍ତି।
ସାଂସଦଙ୍କ ଅନୁପସ୍ଥିତି ଓ ନୂଆ ଗୋଷ୍ଠୀ ଗଠନର ଚର୍ଚ୍ଚା
ଗତ ରବିବାର ଦିନ ମାତୋଶ୍ରୀଠାରେ ଉଦ୍ଧବ ଠାକରେ ଦଳୀୟ ସାଂସଦମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଦଳର ୯ ଜଣ ସାଂସଦଙ୍କ ମଧ୍ୟରୁ କେବଳ ୪ ଜଣ ବୈଠକରେ ଶାରୀରିକ ଭାବେ ଉପସ୍ଥିତ ଥିଲେ। ଅବଶିଷ୍ଟ ୫ ଜଣ ସାଂସଦ ଅନଲାଇନ୍ ମାଧ୍ୟମରେ ଯୋଡ଼ି ହୋଇଥିବା ଦଳ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏହାକୁ ନେଇ ଅନେକ ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସୂତ୍ର ଅନୁଯାୟୀ, କିଛି ଅସନ୍ତୁଷ୍ଟ ସାଂସଦ ନିଜର ଏକ ସ୍ୱତନ୍ତ୍ର ସଂସଦୀୟ ଗୋଷ୍ଠୀ ଗଠନ କରିବାକୁ ବିଚାର କରୁଛନ୍ତି ଏବଂ ସେମାନେ ନିକଟରେ ଶିନ୍ଦେ ଗୋଷ୍ଠୀର କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି।
'ନମ୍ବର ଗେମ୍' ଏବଂ ଶପଥ ପାଠ
ଏହି ସମଗ୍ର ବିବାଦ ମଧ୍ୟରେ ଏବେ ଏକ ନୂଆ 'ନମ୍ବର ଗେମ୍' ଦେଖିବାକୁ ମିଳିଛି। ପୂର୍ବରୁ ସାଂସଦମାନଙ୍କୁ ୧୫ କୋଟି ଟଙ୍କାର ଅଫର୍ ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଦଳରେ ବିଭାଜନ ଖବରକୁ ସଞ୍ଜୟ ରାଉତ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସମସ୍ତ ସାଂସଦ ଉଦ୍ଧବ ଠାକରେଙ୍କ ସହ ଅଛନ୍ତି। ନିକଟରେ ଅନୁଷ୍ଠିତ ବୈଠକରେ ସାଂସଦମାନେ ଦଳ ନଛାଡ଼ିବା ନେଇ ବିଭିନ୍ନ ପ୍ରକାରର ଶପଥ ନେଇଥିବା ସେ ପ୍ରକାଶ କରିଛନ୍ତି। କେହି ତୁଳଜା ଭବାନୀଙ୍କ ନାମରେ ତ କେହି ସାଇବାବା ଏବଂ ନିଜ ପିଲାମାନଙ୍କ ନାମରେ ଶପଥ ନେଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ବିଜେପି ଉପରେ ବର୍ଷିଲେ ସଞ୍ଜୟ ରାଉତ
ବିଦ୍ରୋହୀ ଗୋଷ୍ଠୀକୁ ନେଇ ଚାଲିଥିବା ରାଜନୈତିକ ଷଡ଼ଯନ୍ତ୍ର ପଛରେ ବିଜେପିର ହାତ ଥିବା ନେଇ ସଞ୍ଜୟ ରାଉତ ସିଧାସଳଖ ଆକ୍ରମଣ କରିଛନ୍ତି। ଏହାସହ "ଯାହାର ଯିବାର ଅଛି, ସେ ଯାଇପାରେ" ବୋଲି ଉଦ୍ଧବ ଠାକରେ ବୈଠକରେ କହିଥିବା ଖବରକୁ ସେ ଗୁଜବ ବୋଲି ଦର୍ଶାଇଛନ୍ତି ଏବଂ ଏହା ୪ ବର୍ଷ ତଳର କଥା ବୋଲି ସ୍ପଷ୍ଟ କରିଛନ୍ତି। ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ବିରୋଧୀମାନେ ଜାଣିଶୁଣି ଏଭଳି ଅପପ୍ରଚାର କରୁଛନ୍ତି ବୋଲି ସେ ଦାବି କରିଛନ୍ତି। ତେବେ ଲୋକସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ପୁଣି ଥରେ ସାଂସଦମାନଙ୍କର ଏହି ସମ୍ଭାବ୍ୟ 'ଦଳବଦଳ' ରାଜନୈତିକ ମାହୋଲକୁ ସରଗରମ କରିଛି।
ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର
ମହାରାଷ୍ଟ୍ର: ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର । ଦିବଂଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି । ସେ ରାଜ୍ୟ ଇତିହାସରେ ଏହି ପଦବୀ ଅଳଙ୍କୃତ କରିଥିବା ପ୍ରଥମ ମହିଳା ହୋଇପାରିଛନ୍ତି। ନିଜ ସ୍ୱାମୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗର ମାତ୍ର ତିନି ଦିନ ପରେ ସେ ଏହି ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୮ ତାରିଖରେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କର ଦେହାନ୍ତ ହୋଇଥିଲା।
ମୁମ୍ବାଇର ଲୋକ ଭବନରେ ଆୟୋଜିତ ଏକ ଗମ୍ଭୀର କାର୍ଯ୍ୟକ୍ରମରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ସୁନେତ୍ରା ପାୱାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍  ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉପସ୍ଥିତ ରହିଥିଲେ। ଏନସିପିର ସହଯୋଗୀ ଦଳର ଏହି ଶୀର୍ଷ ନେତାମାନେ ସୁନେତ୍ରାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମର୍ଥନ ପ୍ରକାଶ କରିଥିଲେ।
୬୨ ବର୍ଷୀୟା ସୁନେତ୍ରା ପାୱାର ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ଥିଲେ ମଧ୍ୟ ପ୍ରତ୍ୟକ୍ଷ ଭାବେ ସାମ୍ନାକୁ ଆସିନଥିଲେ। ୨୦୨୪ରେ ସେ ବାରାମତୀ ଆସନରୁ ନିଜର ନଣନ୍ଦ ତଥା ଏନସିପି (ଏସପି) ସାଂସଦ ସୁପ୍ରିୟା ସୁଲେଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ, କିନ୍ତୁ ପରାଜିତ ହୋଇଥିଲେ। ପରେ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା।
ଶପଥ ଗ୍ରହଣ ପୂର୍ବରୁ ଏନସିପିର ବରିଷ୍ଠ ନେତାମାନେ ଯଥା ପ୍ରଫୁଲ୍ଲ ପଟେଲ, ସୁନୀଲ ତଟକରେ ଏବଂ ଛଗନ ଭୁଜବଳ ମୁଖ୍ୟମନ୍ତ୍ରୀଙ୍କ ବାସଭବନ 'ବର୍ଷା'ରେ ପହଞ୍ଚିଥିଲେ। ସେଠାରେ ସେମାନେ ସୁନେତ୍ରା ପାୱାରଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିବା ନେଇ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିଲେ। ମୁଖ୍ୟମନ୍ତ୍ରୀ ଫଡନାଭିସ୍ ଏହି ସୁପାରିଶ ପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଇବା ପରେ ଶପଥ ଗ୍ରହଣ ପାଇଁ ବାଟ ଫିଟିଥିଲା।
ମୁମ୍ବାଇରେ ବୁଲା କୁକୁରଙ୍କ ଆତଙ୍କ: ୧ ଲକ୍ଷ ୨୮ ହଜାର ଲୋକଙ୍କୁ କାମୁଡ଼ିଛି କୁକୁର: ଏକନାଥ ସିନ୍ଦେ
ମୁମ୍ବାଇ: ମହାରାଷ୍ଟ୍ରରେ ବୁଲା କୁକୁରମାନଙ୍କ ଆତଙ୍କ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ରାଜଧାନୀ ମୁମ୍ବାଇରେ ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ ରହିଛି। କେବଳ ୨୦୨୪ ମସିହାରେ ମୁମ୍ବାଇରେ ୧.୨୮ ଲକ୍ଷ ଲୋକ କୁକୁର କାମୁଡ଼ାର ଶିକାର ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବା ପରେ ନାଗରିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଧାନସଭାରେ ଉଦବେଗ ପ୍ରକାଶ
ବିଧାନସଭା ପରିଷଦ ସଦସ୍ୟ ସୁନୀଲ ସିନ୍ଦେ, ବସନ୍ତ ଖଣ୍ଡେଲୱାଲ ଏବଂ ସନ୍ଦୀପ ଜୋଶୀଙ୍କ ସମେତ ଅନ୍ୟ ବିଧାୟକମାନେ ବୁଲା କୁକୁର ସମସ୍ୟା ନେଇ ପ୍ରଶ୍ନ ଉଠାଇଥିଲେ। ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଏବଂ ନାଗପୁରରେ ବୁଲା କୁକୁରମାନଙ୍କ ଉତ୍ପାତ ବୃଦ୍ଧି ପାଉଥିବା ନେଇ ସଦସ୍ୟମାନେ ଚିନ୍ତା ପ୍ରକାଶ କରିଥିଲେ। ଏହାର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ସିନ୍ଦେ କହିଥିଲେ ଯେ, ୨୦୨୪ ମସିହାରେ ନାଗପୁର ମ୍ୟୁନିସିପାଲ କର୍ପୋରେସନ ଅଞ୍ଚଳରେ ୯,୪୨୭ ଜଣଙ୍କୁ ବୁଲା କୁକୁର କାମୁଡ଼ିଥିବା ବେଳେ ମୁମ୍ବାଇରେ ଏହି ସଂଖ୍ୟା ୧,୨୮,୨୫୨ରେ ପହଞ୍ଚିଛି। ତେବେ କୁକୁର ସଂଖ୍ୟା କମିଥିଲେ ମଧ୍ୟ କାମୁଡ଼ା ଘଟଣା ବୃଦ୍ଧି ପାଇବା ଚିନ୍ତାର ବିଷୟ ପାଲଟିଛି। ୨୦୧୪ରେ ମୁମ୍ବାଇରେ ୯୫,୧୭୨ ବୁଲା କୁକୁର ଥିବାବେଳେ ୨୦୨୪ରେ ଏହା ୯୦,୭୫୭କୁ ଖସି ଆସିଛି।
୬ ବର୍ଷରେ ୩୦ ଲକ୍ଷ ଲୋକ ଆକ୍ରାନ୍ତ
ରାଜ୍ୟରେ କୁକୁର କାମୁଡ଼ା ପରିସଂଖ୍ୟାନ ଅତ୍ୟନ୍ତ ଭୟାବହ ରହିଛି। ଗତ ୬ ବର୍ଷ ମଧ୍ୟରେ ସମଗ୍ର ମହାରାଷ୍ଟ୍ରରେ ୩୦ ଲକ୍ଷରୁ ଅଧିକ ଲୋକ କୁକୁର କାମୁଡ଼ାର ଶିକାର ହୋଇଛନ୍ତି। ପରିସଂଖ୍ୟାନ ଅନୁଯାୟୀ, ପ୍ରତିଦିନ ହାରାହାରି ୧,୩୬୯ ଜଣ ଲୋକଙ୍କୁ କୁକୁର କାମୁଡ଼ୁଛନ୍ତି। ଏହାବ୍ୟତୀତ ୨୦୨୧ରୁ ୨୦୨୩ ମଧ୍ୟରେ ରେବିଜ୍ କାରଣରୁ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାମୁଡ଼ା ଘଟଣା ବଢୁଥିବାରୁ ଏହି ସମସ୍ୟାର ମୁକାବିଲା ପାଇଁ ସରକାର କୁକୁରମାନଙ୍କ ବନ୍ଧ୍ୟାକରଣ ଏବଂ ଟୀକାକରଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଉଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ବିଜେପିକୁ ସିନ୍ଦେଙ୍କ ଚେତାବନୀ: ମୋତେ ହାଲ୍‌କା ନିଅନି; ୨୦୨୨ରେ ବଦଳାଇ ଦେଇଥିଲି ସରକାର..
ମୁମ୍ବଇ: ମହାରାଷ୍ଟ୍ର ଶାସକ ବିଜେପି-ଶିବସେନା ମେଣ୍ଟରେ ଫାଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେନା ମୁଖ୍ୟ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କର ପ୍ରତିପକ୍ଷମାନଙ୍କ ଉଦ୍ଦେଶ୍ୟରେ ଚେତାବନୀ ଶୁଣାଇଛନ୍ତି। ସେ କହିଛନ୍ତ, ମୁଁ ହେଉଛି ସେନା ପ୍ରତିଷ୍ଠାତା ବାଲ ଠାକେରଙ୍କ ଶିଷ୍ୟ। ମୋତେ ହାଲ୍‌କା ଭାବେ ନିଅନି। ଯେଉଁମାନେ ମୋତେ ହାଲକା ଭାବେ ନେଇଥିଲେ, ୨୦୨୨ରେ ସେମାନଙ୍କ ସରକାରର ପତନ ଘଟାଇଥିଲି। ତାଙ୍କର ଏଭଳି ଚେତାବନୀ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି।
ତାଙ୍କୁ ମିଳିଥିବା ଆକ୍ରମଣ ଧମକ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ସିନ୍ଦେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। କିନ୍ତୁ ଏହାସହିତ ରାଜନୀତିକୁ ଯୋଡ଼ିବା ଲାଗି ସେ ପଛାଇ ନାହାନ୍ତି। ସେ କହିଛନ୍ତି, ମୋତେ ପୂର୍ବରୁ ଅନେକ ଧମକ ମିଳିଛି। କିନ୍ତୁ ମୁଁ ଡରିବା ଲୋକ ନୁହେଁ। ମୁଁ ହେଉଛି ଶିବ ସେନା କର୍ମୀ ଏବଂ ବାଲ୍ ଠାକରେଙ୍କ ଶିଷ୍ୟ। ତେଣୁ ମୋେତ ହାଲ୍‌କା ଭାବେ ନିଆଯିବା ଉଚିତ ନୁହେଁ। ସମସ୍ତେ ଏକଥା ବୁଝିବା ଉଚିତ। ୨୦୨୨ରେ ତାଙ୍କ ବିଦ୍ରୋହ ଯୋଗୁଁ ଉଦ୍ଧବ ଠାକ୍‌ରେ ସରକାରର ପତନ କଥା ମନେ ପକାଇ ସିନ୍ଦେ କହିଲେ, ସେମାନେ ମୋତେ ହାଲକା ଭାବେ ନେଲେ ଏବଂ ମୁଁ ସରକାର ବଦଳାଇ ଦେଇଥିଲି। ୨୦୨୪ ନିର୍ବାଚନ ପୂର୍ବରୁ ମୁଁ ଫଡ୍‌ନାଭିସଙ୍କୁ କହିଥିଲି ଯେ ବିଧାନସଭା ନିର୍ବାଚନରେ ଆମେ ୨୦୦ରୁ ଅଧିକ ଆସନ ଜିତିବୁ ଏବଂ ଆମକୁ ୨୩୨ ଆସନ ମିଳିଲା। ତେଣୁ ମୁଁ କହୁଛି ଯେ ମୋେତ କେହି ହାଲ୍‌କା ଭାବେ ନେବା ଠିକ୍ ନୁହେଁ। ଯେଉଁମାନେ ମୋତେ ବୁଝି ପାରି ନାହାନ୍ତ, ସେମାନଙ୍କ ଲାଗି ଏହା ହେଉଛି ମୋର ଚେତାବନୀ ବୋଲି ସେ କହିଛନ୍ତି। ନୂଆ ସରକାରରେ ତାଙ୍କୁ ଗୁରୁତ୍ବ ମିଳୁନଥିବାରୁ ସହଯୋଗୀ ବିଜେପି ଉଦ୍ଦେଶ୍ୟରେ ସେ ଏଭଳି ଚେତାବନୀ ଦେଇଥିବା ତାଙ୍କ କଥାରୁ ସ୍ପଷ୍ଟ ହୋଇଯାଉଛି।
ମୁଖ୍ୟମନ୍ତ୍ରୀ ଫଡ୍‌ନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ସିନ୍ଦେଙ୍କର ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ୨୦୨୨ରେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରି ସିନ୍ଦେ ବିଜେପି ସହିତ ହାତ ମିଳାଇ ସରକାର ଗଠନ କରିଥିଲେ। କମ୍ ଆସନ ସତ୍ତ୍ବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।  ବିଧାନସଭା ନିର୍ବାଚନ ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ଆଶାୟୀ ଥିଲେ। କିନ୍ତୁ ଏଥିରେ ବିଜେପି ରାଜି ନହେବାରୁ ସେ ଭୀଷଣ କ୍ଷୁବ୍ଧ ଅଛନ୍ତି। କିନ୍ତୁ ସରକାର ଗଠନ ପରେ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଫଡ୍‌ନାଭିସ ତାଙ୍କୁ ଆଉ ଗୁରୁତ୍ବ ଦେଉ ନାହାନ୍ତି। ଅନ୍ୟପକ୍ଷରେ ତାଙ୍କର ପକ୍ଷଚ୍ଛେଦନ ଆରମ୍ଭ କରିଛନ୍ତି। ସିନ୍ଦେଙ୍କୁ ଗୃହ ବିଭାଗ ତ ଦେଲେନି, ତାଙ୍କର ଅନେକ ସୁପାରିସକୁ ମଧ୍ୟ ଗ୍ରହଣ କରୁ ନାହାନ୍ତି। କେବଳ ଏତିକି ନୁହେଁ, ସିନ୍ଦେଙ୍କ ବିଧାୟକମାନଙ୍କୁ ମିଳୁଥିବା ୱାଇ-ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କାଢ଼ି ନେଇଛନ୍ତି ଫଡ୍‌ନାଭିସ। ତାଙ୍କ ସହ ଆଲୋଚନା ନକରି ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଥିବାରୁ ସିନ୍ଦେ ବିରକ୍ତି ପ୍ରକାଶ କରିଥିଲେ। ଏହାର ପ୍ରତିବାଦ ଜଣାଇ ସିନ୍ଦେ ମୁଖ୍ୟମନ୍ତ୍ରୀଙ୍କ ଅନେକ ବୈଠକକୁ ଯାଉ ନାହାନ୍ତି। ସେହିଦିନ ଠାରୁ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି।
ମହାରାଷ୍ଟ୍ରରେ ମହାମେଣ୍ଟର ଭାଗବଣ୍ଟା ଅଡ଼ୁଆ: ସିନ୍ଦେ ରୁଷିଲେ, ଗାଁକୁ ପଳେଇଲେ..
ମୁମ୍ବଇ: ଛିଡୁନି ଭାଗବଣ୍ଟା, ସରୁନି ଅଙ୍କକଷା; କ୍ଷମତା ଏବଂ ପଦକୁ ନେଇ ଚାଲିଛି ଛକାପଞ୍ଝା। ମୁମ୍ବଇଠୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ଟଣାଓଟରା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବୃହତ ବିଜୟ ସତ୍ତ୍ବେ ଶାସନ ଡୋରି କିଏ ସମ୍ଭାଳିବ ତାହାକୁ ନେଇ ‘ମହାୟୁତି ମେଣ୍ଟ’ରେ ଭାଗବଣ୍ଟା ଛିଡ଼ି ପାରୁନାହିଁ। ଫଳାଫଳ ବାହାରିବାକୁ ୮ ଦିନ ହୋଇଯାଇଥିଲେ ମଧ୍ୟ ବିଜେପି, କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନ୍‌ସିପି ମଧ୍ୟରେ ଚୌକି ବୁଝାମଣା ହୋଇପାରୁନାହିଁ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଘନଘନ ଆଲୋଚନା, ବିଚାରବିମର୍ଶ। ତିନୋଟି ଯାକ ଦଳ ମୁଖ୍ୟମନ୍ତ୍ରୀ ପଦ ହାତେଇବାକୁ କସରତ ଚଳାଇଛନ୍ତି। କିନ୍ତୁ ସର୍ବାଧିକ ଆସନରେ ବିଜୟୀ ହୋଇଥିବା ବିଜେପି ଏହାକୁ ଛାଡ଼ିବାକୁ ନାରାଜ। ତେଣୁ ସବୁ କିଛି ଅଟକି ରହିଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ବଦଳରେ ଶିବସେନା ଗୃହ ଏବଂ ଅର୍ଥ ବିଭାଗ ମାଗୁଛି। କିନ୍ତୁ ବିଜେପି ଏହି ଦୁଇ ପ୍ରମୁଖ ବିଭାଗ କାହାକୁ ଦେବାକୁ ଚାହୁଁନାହିଁ। ଏଥିଯୋଗୁଁ ମୁଖ୍ୟମନ୍ତ୍ରୀ ସିନ୍ଦେ ରୁଷି ଅଚାନକ ନିଜ ଗାଁ ସାତାରା ଚାଲି ଯାଇଛନ୍ତି ବୋଲି କୁହାଯାଉଛି। ତେଣୁ ମୁମ୍ବଇରେ ଶୁକ୍ରବାର ହେବାକୁ ଥିବା ମହାୟୁତି ବୈଠକକୁ ସ୍ଥଗିତ ରଖି ଦିଆଯାଇଛି।
ତେବେ ସିନ୍ଦେ ଫେରିବା ପରେ ରବିବାର ଏହି ବୈଠକ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ବିଜେପିର ଦୁଇ ପର୍ଯ୍ୟବେକ୍ଷକ ରବିବାର ସକାଳେ ମହାରାଷ୍ଟ୍ରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହି ଦୁଇ ଜଣ ବିଜେପି ବିଧାୟକ ଦଳ ବୈଠକରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଚୟନ କରିବେ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ। ବିଜେପି ମରାଠା ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଚୟନ ହେବା ପରେ ୫ ତାରିଖରେ ମୁମ୍ବଇର ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ ହୋଇପାରେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଭାଗ ବଣ୍ଟନକୁ ନେଇ ସିନ୍ଦେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ତାଲିକା ପ୍ରଦାନ କରିସାରିଛନ୍ତି। ସେ ନିଷ୍ପତ୍ତି ନେବା ପାଇଁ ବିଜେପିକୁ ସମୟ ଦେଇଛନ୍ତି। ଶିବସେନା ନେତା ସଞ୍ଜୟ ସିରସାଟ କହିଛନ୍ତି ଯେ ସିନ୍ଦେ ଉପ-ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ମନା କରିବେ ବୋଲି ଆଶା। ଏପରି ହେଲେ ଦଳର ଅନ୍ୟ କେହି ନେତା ଏହି ପଦ ସମ୍ଭାଳିବେ।
ଏହା ପୂର୍ବରୁ ଗୁରୁବାର ରାତିରେ ସିନ୍ଦେ, ଦେବେନ୍ଦ୍ର ଫଡନବୀସ ଏବଂ ପାୱାର ଦିଲ୍ଲୀରେ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ସିନ୍ଦେ ଏବଂ ଶାହାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସୂଚନା ଅନୁଯାୟୀ ହାଇକମାଣ୍ଡ ସିନ୍ଦେଙ୍କୁ ଉପ-ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ରମନ୍ତ୍ରୀ ପଦ ଚୟନ କରିବାକୁ କହିଛନ୍ତି।
ମୁମ୍ବାଇ: ଆଜି ଶେଷ ହେଉଛି ମହାରାଷ୍ଟ୍ର ବିଧାନସଭା ଅଧିବେଶନ କାର୍ଯ୍ୟକାଳ। ଏଥିସହ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ । ସେ ଆଜି ରାଜଭାବନରେ ପହଞ୍ଚି ନିଜ ଇସ୍ତଫା ପତ୍ର ରାଜ୍ୟପାଳ ସି.ପି. ରାଧାକ୍ରୀଷ୍ଣଙ୍କୁ ପ୍ରଦାନ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ମହାୟୁତିକର ପ୍ରମୁଖ ନେତା ଦେବେନ୍ଦ୍ର ପଡନାବିସ୍ ଏବଂ ଅଜିତ୍ ପାଓ୍ବାର ରହିଥିଲେ ।
ହେଲେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନେଇ ଛିଡୁନି ଅଙ୍କ। ବିଜେପିର ଦେବେନ୍ଦ୍ର ଫଡନବିସ ହେବେ ନା ଶିବସେନାର ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ, ଏ ଯାଏଁ ଘୋଷଣା ହୋଇପାରିନି।
ଶିବସେନାର ଦୁଇ ଗୋଷ୍ଠୀଙ୍କ ନୂଆ ନାଁ ଦେଲେ ନିର୍ବାଚନ କମିଶନ
ମୁମ୍ବଇ: ଆଗାମୀ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଶିବସେନାର ଦୁଇଟି ଦଳର ନାମ ଏବଂ ପ୍ରତୀକ ଉପରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି।  ଶିବସେନା ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ମଶାଲ ଚିହ୍ନ ମିଳିଛି। ଉଦ୍ଧବ ଗୋଷ୍ଠୀଙ୍କୁ ଶିବସେନା ଉଦ୍ଧବ ବାଲାସାହେବ ଠାକରେଙ୍କ ନାମ ମିଳିଥିବା ବେଳେ ଅନ୍ୟ ପଟେ ସିନ୍ଦେ ଦଳ ବାଲାସାହେବଚି ଶିବସେନା ନାମ ପାଇଛନ୍ତି। ଏକନାଥ ସିନ୍ଦେଙ୍କୁ ନିର୍ବାଚନ ଆୟୋଗ ୩ଟି ବିକଳ୍ପ ମାଗିଛନ୍ତି। ସେହି ଆଧାରରେ ତାଙ୍କୁ ମଧ୍ୟ କୌଣସି ଏକ ଚିହ୍ନ ଦିଆଯିବ। ତେବେ ଏକନାଥଙ୍କୁ ଏପର୍ଯ୍ୟନ୍ତ ନିର୍ବାଚନୀ ଚିହ୍ନ ଦିଆଯାଇ ନ ଥିବା କୁହାଯାଉଛି।
ନୂଆଦିଲ୍ଲୀ : ପ୍ରକୃତ ‘ଶିବସେନା’ କିଏ? କାହାକୁ ମିଳିବ ଦଳୀୟ ଚିହ୍ନ? ଏନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଛି ବଡ ଆଶ୍ଵସ୍ତି। ଏନେଇ ଉଦ୍ଧବ ଠାକରେଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି କି କିଏ ଅସଲି ଶିବସେନା ଓ କାହା ପାଖରେ ଦଳୀୟ ଚିହ୍ନ ରହିବ ତାହା ନିର୍ବାଚନ ଆୟୋଗ ସ୍ଥିର କରିବେ।
ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ଆବେଦନ ଖାରଜ କରି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମ କୋର୍ଟ ତରଫରୁ ଆଜି ନିର୍ବାଚନ ଆୟୋଗରେ ଦଳ ଉପରେ ମାଲିକାନା, ଦଳର ନାମ ଓ ଚିହ୍ନ ଉପରେ ଅଧିକାରକୁ ନେଇ ଜାରି ରହିଥିବା ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ସିଧା ସଳଖ ମନା କରିଦେଇଛନ୍ତି। କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆଜି ଉଦ୍ଧବ ଠାକରେ ଗ୍ରୁପକୁ ଝଟକା ଦେଇଥିବା ବେଳେ ସିନ୍ଦେ ଗ୍ରୁପକୁ ଆସ୍ୱସ୍ଥି ପ୍ରଦାନ କରିଛି । କୋର୍ଟ କହିଛନ୍ତି କି ଦଳୀୟ ଚିହ୍ନ ମାମଲାରେ ବିଚାର କରିବାକୁ ନିର୍ବାଚନ ଆୟୋଗଙ୍କ ପାଖରେ ସ୍ୱତନ୍ତ୍ର କ୍ଷମତା ରହିଛି।
ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାରେ ଶୁଣାଣି କରି ନିର୍ବାଚନ ଆୟୋଗଙ୍କୁ ପ୍ରକୃତ ଶିବସେନା କିଏ ଏବଂ କେଉଁ ଗୋଷ୍ଠୀକୁ ନିର୍ବାଚନୀ ଚିହ୍ନ ଦିଆଯିବ ତାର ନିଷ୍ପତ୍ତି ନେବାକୁ ଅନୁମତି ଦେଇଛନ୍ତି। ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ମାମଲାର ଶୁଣାଣି ପାଇଁ ସ୍ଵତନ୍ତ୍ର ଭାବେ ନିର୍ବାଚନ ଆୟୋଗ ରହିଛନ୍ତି।
ସୂଚନାଯୋଗ୍ୟ ଗତ ଜୁନ ୨୨ରେ ଏକନାଥଙ୍କ ନେତୃତ୍ବରେ ଅସନ୍ତୁଷ୍ଟ ବିଧାୟକ ଗୁଜୁରାଟର ସୁରତର ଏକ ହୋଟେଲକୁ ପଳାଇଯିବା ପରେ ମହାରାଷ୍ଟ୍ର ସରକାରଙ୍କ ଉପରକୁ ବିପଦ ଘନେଇ ଆସିଥିଲା । ପରେ ସିନ୍ଦେ ଗୋଷ୍ଠୀ ସୁରତ ଛାଡ଼ି ଆସାମର ରାଜଧାନୀ ଗୌହାଟୀ ପଳାଇଯାଇଥିଲେ । ଏହା ପରେ ନିଜ ସମର୍ଥନରେ ଶିବସେନାର ଅଧିକାଂଶ ବିଧାୟକଙ୍କୁ ଆଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରି ଦେଇଥିଲେ। ଏହିପରି ଭାବେ ବିଜେପି ସହ ମିଶି ଏକନାଥ ସିନ୍ଦେ ସରକାର ଗଠନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।ସରକାର ଗଠନ ପରେ ଏକନାଥ ସିନ୍ଦେ ଦାବି କରିଥିଲେ କି ସେ ହେଉଛନ୍ତି ଅସଲି ଶିବସେନା , ଦଳର ଚିହ୍ନ ଉପରେ କେବଳ ତାଙ୍କର ହକ୍ ରହିଛି । ଏନେଇ ସେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ସେପଟେ ନିଜକୁ ଅସଲି ଶିବସେନା ଓ ଦଳୀୟ ଚିହ୍ନର ହକଦାର ବୋଲି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏହାସହ ସିନ୍ଦେ ଗ୍ରୁପ ନିର୍ବାଚନ ଆୟୋଗଙ୍କ ପାଖରେ କରିଥିବା ଆବେଦନକୁ ଖାରଜ କରିବାକୁ ଉଦ୍ଧବ ଠାକରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଏହି ଆବେଦନକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି ।
ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହୁଥିବା ସିନ୍ଦେ ଗ୍ରୁପକୁ ବମ୍ବେ ହାଇକୋର୍ଟଙ୍କ ଝଟକା, ଉଦ୍ଧବ ଠାକରେଙ୍କ ବଡ଼ ବିଜୟ
ମୁମ୍ବାଇ : ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହୁଥିବା ସିନ୍ଦେ ଗ୍ରୁପକୁ ଲାଗିଛି ବଡ଼ ଝଟକା। ଆଜି ଉଦ୍ଧବ ଠାକରେଙ୍କ ଶିବସେନାକୁ କୋର୍ଟରୁ ବଡ଼ ବିଜୟ ମିଳିଛି। ଆଜି ବିମ୍ବେ ହାଇକୋର୍ଟ ଉଦ୍ଧବ ଠାକରେଙ୍କ ଶିବସେନାକୁ ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଅନୁମତି ଦେଇଛନ୍ତି। ସମାନ ଦାବି କରି ସିନ୍ଦେ ଗୋଷ୍ଠୀ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ କୋର୍ଟ ସିନ୍ଦେ ଗୋଷ୍ଠୀଙ୍କ ଆବେଦକୁ ଅଗ୍ରହ୍ୟ କରି ଦେଇଛନ୍ତି। ପ୍ରକୃତ ଶିବ ସୈନିକ କିଏ? ଏହି ବିବାଦର ସାମାଧନ ନ ହେବା ଯାଏ ସିନ୍ଦେ ଗୋଷ୍ଠୀର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି।
ବମ୍ବେ ହାଇକୋର୍ଟ ଦଶହରାରେ ଶିବାଜୀ ପାର୍କରୁ ରାଲି ବାହାର କରିବାକୁ ଉଦ୍ଧବ ଠାକରେଙ୍କ ଗ୍ରୁପକୁ ଅନୁମତି ଦେଇଛନ୍ତି । ଏହି କ୍ରମରେ ଉଦ୍ଧବ ଠାକରେଙ୍କ ଗ୍ରୁପ ଅକ୍ଟୋବର ୨ ତାରିଖରୁ ୬ ତାରିଖ ମଧ୍ୟରେ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ଶିବାଜୀ ପାର୍କରୁ ଦଶହରା ରାଲି ବାହାର କରିପାରିବେ । ଏହା ସହିତ ସିନ୍ଦେ ଦଳକୁ ଅନୁମତି ଦେବାକୁ ମନା କରାଯାଇଛି। ସେମାନଙ୍କୁ ଅନ୍ୟ କୌଣସି ସ୍ଥାନରେ ରାଲି କରିବାକୁ ପଡିବ। କୋର୍ଟ କହିଛନ୍ତି ଯେ ସରକାର ଦେଇଥିବା ୨୦୧୬ ଆଦେଶ ଅନୁଯାୟୀ ଏହି ଅନୁମତି ଦିଆଯିବ। କେବଳ ଏତିକି ନୁହେଁ, ସମଗ୍ର ରାଲିର ଭିଡିଓଗ୍ରାଫି କରାଯିବ ଏବଂ ଯଦି କୌଣସି ତ୍ରୁଟି ଦେଖାଦିଏ କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜେ, ତେବେ ଭବିଷ୍ୟତରେ ଅନୁମତି ଦେବା ଉପରେ ବିଚାର କରାଯିବ।
ସୂଚନା ଥାଉକି ଆଜକୁ ୪୦ ବର୍ଷ ହେବ ଶିବସେନା ଗ୍ରୁପ ଏହି ଶିବାଜୀ ପାର୍କରୁ ଦଶହରା ରାଲି ବାହାର କରିଥାଏ । ହେଲେ ଏବେ ଶିବସେନାର ଦୁଇଟି ଗୋଷ୍ଠୀ ହୋଇଛି । ଗୋଟିଏ ଗୋଷ୍ଠୀ ବିଜେପି ସହ ମିଶି ସରକାର ଗଠନ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ଏବେ ଉଦ୍ଧବ ଠାକରେଙ୍କ ପାଖରେ ରହିଛି । ଆଗକୁ ଦଶହରା ଆସୁଥିବାରୁ ଉଭୟ ଉଦ୍ଧବ ଗ୍ରୁପ ଓ ବିଦ୍ରୋହୀ ଏକନାଥ ସିନ୍ଦେ ଗ୍ରୁପ ଶିବାଜୀ ପାର୍କରୁ ରାଲି ବାହାର କରିବା ନେଇ ପ୍ରଥମେ ବିଏମସିରେ ଆବେଦନ କରିଥିଲେ । ହେଲେ ବିଏମସି କିଛି ନିଷ୍ପତ୍ତି ନନେଇ ପାରିବାରୁ ଉଭୟ ଗ୍ରୁପ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି କୋର୍ଟ ଏହି ମାମଲାର ଶୁଣାଣି କରି ଉଦ୍ଧବ ଠାକରେ ଗ୍ରୁପକୁ ଶିବାଜୀ ପାର୍କରୁ ରାଲି ବାହାର କରିବାକୁ ଅନୁମତି ଦେଇଥିବା ବେଳେ ଏକନାଥ ସିନ୍ଦେ ଗ୍ରୁପର ଆବେଦନକୁ ଖାରଜ କରିଦେଇଛନ୍ତି ।
ଉଲ୍ଲେଖ ଥାଉ କି ୧୯୬୬ ମସିହାରେ ଅର୍ଥାତ୍ ପ୍ରାୟ ୫୪ ବର୍ଷ ପୂର୍ବେ ସ୍ବର୍ଗତଃ ବାଲ ଠାକରେ ଶିବସେନା ଗଠନ କରିଥିଲେ। ତା’ପରେ ପ୍ରଥମ ଥର ପାଇଁ ଦଶହରା ଅବସରରେ ଶିବାଜୀ ପାର୍କରେ ଏକ ରାଲିର ଆୟୋଜନ କରାଯାଇଥିଲା। ଏହି କାରଣରୁ ଏହା ସେନାର ଏକ ପ୍ରମୁଖ ଘଟଣା ପାଲଟିଛି । ଦଳୀୟକର୍ମୀମାନେ ମଧ୍ୟ ଏହି ରାଲିକୁ ଅପେକ୍ଷା କରିଛନ୍ତି, ଯାହା ଗତ ଦୁଇ ବର୍ଷ ମଧ୍ୟରେ କରୋନାଭାଇରସ୍ ମହାମାରୀ ଦ୍ୱାରା ହୋଇପାରିନଥିଲା।
ଆଜି ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ, ମୁମ୍ବାଇରେ ପହଞ୍ଚିଲେ ସିନ୍ଦେ ଗୋଷ୍ଠୀ ବିଧାୟକ
ମୁମ୍ବାଇ : ଆସନ୍ତା ୪ ତାରିଖରେ ମହାରାଷ୍ଟ୍ରର ସିନ୍ଦେ ସରକାର ବହୁମତ ସାବ୍ୟସ୍ତ କରିବା ପୂର୍ବରୁ ରବିବାର ବାଚସ୍ପତି ନିର୍ବାଚନ ହେବ। ଏଥିପାଇଁ ଜୁଲାଇ ୩ ଏବଂ ୪ ତାରିଖ ଦୁଇ ଦିନ ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଶନିବାର ଗୋଆରୁ ଆସି ସି ସିେନ୍ଦ ଗୋଷ୍ଠୀର ବିଧାୟକମାନେ ମୁମ୍ବାଇରେ ପହଞ୍ଚିଛନ୍ତି। ଉଭୟ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରଥମେ ବିଜେପି ପକ୍ଷରୁ ରାହୁଲ ନର୍ଭେକରଙ୍କ ନାମ ଘୋଷଣା କରାଯିବା ପରେ ମହାଅଘାଡି ମେଣ୍ଟ ପକ୍ଷରୁ ଶିବସେନା ରତ୍ନଗିରି ଜିଲ୍ଲାର ରାଜାପୁର ବିଧାୟକ  ରାଜନ ସାଲଭିଙ୍କ ନାମ ଘୋଷଣା କରାଯାଇଛି। ଉଭୟ ଶନିବାର ପ୍ରାର୍ଥୀପତ୍ର ଦାକଲ କରିଛନ୍ତି।
ପ୍ରାର୍ଥିପତ୍ର ଦାଖଲ ପରେ ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ନିଜ ଦଳର ସମସ୍ତ ବିଧାୟକଙ୍କୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ହ୍ବିପ୍‌ ଜାରି କରିଛନ୍ତି। ଏଥିସହିତ ମହାଅଘାଡି ମେଣ୍ଟରେ ରହିଥିବା କଂଗ୍ରେସ ଏବଂ ଏନସିପି ବିଧାୟକମାନେ ମଧ୍ୟ ରାଜନଙ୍କ ସପକ୍ଷରେ ଭୋଟ ଦେବେ। କିନ୍ତୁ ସନ୍ଦେ ଗୋଷ୍ଠୀରେ ସାମିଲ ରହିଥିବା ଶିବସେନା ବିଧାୟକଙ୍କ ସ୍ଥିତି କ’ଣ ରହିବ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେମାନେ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ନ ଦେଲେ ଦଳ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ ତା ’ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।