presidential candidate - The Sakala
ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଓଡିଶା ଆସୁଛନ୍ତି
ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଓଡିଶା ଆସୁଛନ୍ତି । ତେବେ ଏହା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳମତ ନିର୍ବିଶେଷରେ ଓଡିଆ ଝିଅ ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ଅପିଲ କରିଛନ୍ତି । ବିଭିନ୍ନ ଦଳର ବିଧାୟକଙ୍କୁ ବିଜେଡି ନେତାମାନେ ସାକ୍ଷାତ କରି ତାଙ୍କୁ ଭୋଟ ଦେବାକୁ କହୁଛନ୍ତି । ଆଉ ସବୁଠୁ ବଡ଼ କଥା ହେଲା ଏହି ଗସ୍ତ ସମୟରେ ଦ୍ରୈାପଦୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ଭାବେ ମାନ୍ୟତା ଦେଇ ରାଜ୍ୟ ସରକାର ଅତିଥି ସତ୍କାର କରିବେ  ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ସେ ସାଢ଼େ ୧୦ଟା ବେଳେ ବିଧାନସଭାକୁ ଆସିବେ। ବିଧାନସଭାର ୫୪ ନମ୍ବର କକ୍ଷରେ ଏଥିଲାଗି ସ୍ବତନ୍ତ୍ର ଆୟୋଜନ ହେଉଛି। ଏଥିରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବେ। ତାପରେ ସେ ବିଧାନସଭାକୁ ଆସିବେ। ନିଜ ସପକ୍ଷରେ ସମର୍ଥନ ଲାଗି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି। ସେ ସବୁ ଦଳର ସମର୍ଥନ ଲାଗି ପ୍ରୟାସ ଚଳାଇଛନ୍ତି।
ବଢିଲା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା : ‘ଜେଡ୍‌ ପ୍ଲସ୍‌’ ସିକ୍ୟୁରିଟି ଯୋଗାଇଲେ କେନ୍ଦ୍ର ସରକାର
ଭୁବନେଶ୍ବର: ‘ଏନ୍‌ଡିଏ’ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି କେନ୍ଦ୍ର ସରକାର ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ଏଣିକି ୨୪ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବେ ସିଆରପିଏଫ ଯବାନ । ଆଜି ସକାଳୁ ସକାଳୁ ଯେତେବେଳେ ମନ୍ଦିର ଯିବା ପାଇଁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ ତାଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ବନ୍ଧୁକଧାରୀ ସିଆରପିଏଫ ଯବାନ ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।
‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ହେଉଛି କେନ୍ଦ୍ର ସରକାର ଯୋଗାଇ ଦେଉଥିବା ସୁରକ୍ଷା ମଧ୍ୟରେ ଦ୍ବିତୀୟ ସର୍ବୋଚ୍ଚସ୍ତରର ସୁରକ୍ଷା ବ୍ୟବସ୍ଥା। ଆଜି ସକାଳୁ ସଶସ୍ତ୍ର କମାଣ୍ଡୋମାନେ ୬୪ ବ‌ର୍ଷୀୟ ମୁର୍ମୁଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି ବୋଲି ଜଣାପଡିଛି। ଯେଉଁଥିରେ ୧୦ରୁ ଅଧିକ ଏନ୍ଏସଜି ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି । ଆଜି ରାଇରଙ୍ଗପୁର ବାସଭବନରୁ ନିକଟସ୍ଥ ମନ୍ଦିର ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଦ୍ରୌପଦୀଙ୍କ ସହ ଏହି ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା । କମାଣ୍ଡୋମାନେ କର୍ଡନ୍ କରି ଦ୍ରୋପଦୀଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଯାଇଥିଲେ । ଏହି ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ ଭାବେ ତାଙ୍କ ସହ ରହିବ। ରାଇରଙ୍ଗପୁରରୁ ଭୁବନେଶ୍ୱର ଓ ପରେ ଦିଲ୍ଲୀ ଯାଏଁ କମାଣ୍ଡୋମାନେ ତାଙ୍କୁ ସୁରକ୍ଷା ଯୋଗାଇବେ ।
ଗତକାଲି ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ସକାଳୁ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର, ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ପ୍ରଥମେ ସେ ପୂର୍ଣ୍ଣନ୍ଦେଶ୍ୱର ଶିବମନ୍ଦିର ପରିସରରେ ଓଳାଇଥିଲେ । ଏହା ପରେ ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ । ଏହି ସମୟରେ ତାଙ୍କ ସହ କମାଣ୍ଡୋମାନେ ନଜର ଆସିଥିଲେ। ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ୧୦ ଜଣ କମାଣ୍ଡୋଙ୍କୁ ମିଶାଇ ମୋଟ୍ ୧୫୦ ଜଣ ସୁରକ୍ଷାକର୍ମୀ ଥାନ୍ତି । ୫ଟି ବୁଲେଟ୍ ପ୍ରୁଫ୍ କାର୍ ବି ସୁରକ୍ଷାରେ ମୁତୟନ ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରାହୁଲ ଗାନ୍ଧି, ବ୍ୟବସାୟୀ ମୁକେଶ ଅମ୍ବାନୀ ଭଳି ବ୍ୟକ୍ତି ବିଶେଷଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଉଛି।
ମଙ୍ଗଳବାର ସନ୍ଧ୍ୟାରେ ବିଜେପି ନେତୃତ୍ବାଧୀନ ‘ଡିଏନ୍‌ଏ’ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଘୋଷଣା କରିଛି। ସେହିପରି, ବିରୋଧୀ ଦଳମାନଙ୍କର ପ୍ରାର୍ଥୀ ଭାବେ ତାଙ୍କ ସହିତ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା।ସାନ୍ତାଳ ସମ୍ପ୍ରଦାୟରେ ଜନ୍ମିତା ଦ୍ରୌପଦୀ ମୁର୍ମୁ ୧୯୯୭ ମସିହାରେ ରାଇରଙ୍ଗପୁର ନଗର ପଞ୍ଚାୟତର ଜଣେ କାଉନ୍‌ସିଲ୍‌ ଭାବେ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୦୦ ମସିହରେ ସେ ଓଡ଼ିଶା ସରକାରରେ ଜଣେ ମନ୍ତ୍ରୀ ଏବଂ ୨୦୧୫ରେ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଥିଲେ। ଯଦି ନିର୍ବାଚିତ ‌ହୁଅନ୍ତି, ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ।
ଭୁବନେଶ୍ବର : ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତୃତ୍ୱାଧିନ ଏନଡିଏ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶା ବିଜେପିର ଆଦିବାସୀ ଚେହେରା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ।
ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ପ୍ରାୟତଃ ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ୬୪ ବର୍ଷୀୟ ଶ୍ରୀମତୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଯଦି ମୁର୍ମୁ ଜିତନ୍ତି, ତା’ହେଲେ ସେ ପ୍ରଥମ ଓଡ଼ିଆ ଭାବେ ରାଷ୍ଟ୍ରପତି ହେବେ। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ସୃଷ୍ଟି କରିବେ। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ।
ବିଜେପି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରଥମ ପ୍ରତିକ୍ରିୟା ରଖି ଦ୍ରୌପଦୀ ମୁର୍ମୁ କହିଛନ୍ତି ଟିଭିରୁ ମୋ ନାଁ ଶୁଣି ଆଶ୍ଚର୍ଯ୍ୟ ହେଲି ଓ ଖୁସି ବି ହେଲି।ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ବିଜେପି ତାର ନୀତି ସ୍ପଷ୍ଟ କରିଛି। ବିଜୟ ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି। ତେବେ ଦେଶର ସର୍ବୋଚ୍ଚ ନାଗରିକ ହେବାକୁ ଯାଉଥିବା ୨୦ ଜୁନ ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ।ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ  ଜଳସେଚନ ବିଭାଗରେ କନିଷ୍ଠ ସହାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାପରେ ସେ ରାଜନୀତିକୁ ଆସିଥିଲେ।
ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଯାତ୍ରା
୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ ମସିହାରେ ପ୍ରଥମ କରି ଜଣେ କାଉନସିଲର ଭାବେ ବିଜୟୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ରହିଥିଲେ । ଏଥି ସହିତ ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ ରହିଥିଲେ। ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ। ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି । ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି ।୨୦୧୫ ମସିହାରେ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ଭିତରେ ସେ କୌଣସି ପ୍ରକାର ବିବାଦରେ ରହିନଥିଲେ। ଜଣେ ମହିଳା ଭାବେ ସେ ତାଙ୍କର କାର୍ଯ୍ୟକାଳ ସମ୍ବୁର୍ଣ୍ଣ କରିଥିଲେ। ତେଣୁ ଏନଡିଏ ଏବେ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ।