Droupadi Murmu - The Sakala

ତପ୍ତପାଣିରେ ମା' କନ୍ଧୁଣୀ ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି
ବ୍ରହ୍ମପୁର : ତପ୍ତପାଣିରେ ମା' କନ୍ଧୁଣୀ ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିବା ପରେ କାର ଯୋଗେ ତପ୍ତପାଣି ଯାଇଛନ୍ତି ରାଷ୍ଟ୍ରପତି । କଡ଼ା ସୁରକ୍ଷା ବଳୟରେ ତପ୍ତପାଣିରେ ପହଞ୍ଚି ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି। ରାସ୍ତାରେ ଯିବା ବେଳେ ରାସ୍ତାରେ ଅଟକି ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀ ମାନଙ୍କୁ ନିଜେ ଚକୋଲେଟ୍‌ ବାଣ୍ଟିଲେ।

ସୂଚନାନୁସାରେ, ଦର୍ଶନ ପରେ ରାଷ୍ଟ୍ରପତି ପୁଣି ଏହି ରାସ୍ତାରେ ବ୍ରହ୍ମପୁର ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ। ବୁଧବାର ପୂର୍ବାହ୍ଣରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳଷ୍ଟେସନରୁ ଟ୍ରେନ୍ ଯୋଗେ ଭୁବନେଶ୍ବର ଫେରିଯିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ରହ୍ମପୁର ରେଳଷ୍ଟେସନ ସମେତ ସମସ୍ତ ସଡ଼କ ପଥରେ ବ୍ଲୁ ବୁକ୍‌ ଅନୁସାରେ କଡ଼ା ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଟ୍ୱିନ୍ ସିଟିରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜିଠୁ ୫ ତାରିଖ ଯାଏଁ ୩ ଦିନିଆ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଟ୍ବିନ୍ ସିଟି ଭୁବନେଶ୍ୱର ଓ କଟକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମତୀ ମୁର୍ମୁ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିବେ। ଲୋକଭବନରେ କିଛି ସମୟ ବିତାଇବା ପରେ ସଡ଼କ ପଥରେ କଟକ ଜିଲା ଡମପଡ଼ା ତହସିଲ ଅନ୍ତର୍ଗତ ବାଆଁରା ନିକଟସ୍ଥ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ଫେରିବା ପରେ ଲୋକଭବନରେ ରାତ୍ର ରହଣି କରିବେ। ମଙ୍ଗଳବାର ଓ ବୁଧବାର ଗଞ୍ଜାମ ଜିଲା ଗସ୍ତରେ ଯିବେ ମହାମହିମ।

୪ ତାରିଖ ସକାଳେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଯିବେ। ପୂର୍ବାହ୍ନ ୧୧ଟା ୩୦ରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ସଡ଼କପଥରେ ତପ୍ତପାଣି ଯିବେ। ରାଷ୍ଟ୍ରପତି ୪ ନଂ ପ୍ଲାଟଫର୍ମରୁ ବାହାରି ଗୋସାଇଁନୂଆଗାଁ, ଅନ୍ଧପସରାରୋଡ୍‌, ହରିଡ଼ାଖଣ୍ଡି, ଦିଗପହଣ୍ଡି ରୋଡ୍‌ ହୋଇ ତପ୍ତପାଣିରେ ପହଞ୍ଚିବେ। ତପ୍ତପାଣି ଉଷ୍ମପ୍ରସ୍ରବଣ ପରିଦର୍ଶନ ପରେ ରାଷ୍ଟ୍ରପତି ଏହି ରାସ୍ତାରେ ପୁଣି ବ୍ରହ୍ମପୁର ​ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ। ରାଷ୍ଟପତିଙ୍କ ଗସ୍ତ ପାଇଁ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ତଥା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଯେଉଁ ସଡ଼କପଥରେ ଯାତ୍ରା କରିବେ ଏବଂ ଯେଉଁ ଅଞ୍ଚଳରେ ରହିବେ, ସେହି ସମସ୍ତ ଅଞ୍ଚଳକୁ ‘ନୋ-ଫ୍ଲାଇଂ-ଜୋନ୍‌ ଓ ନୋ-ଡ୍ରୋନ-ଜୋନ୍‌’ ଘୋଷଣା କରାଯାଇଛି।

ଅଗଷ୍ଟ ୩ରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଗଷ୍ଟ ୩ ରୁ ୫ ତାରିଖ ଯାଏଁ ରହିବ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଭୁବନେଶ୍ୱର ଓ କଟକରେ ରହିଛି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ। ୩ ତାରିଖରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି। ଏହାପରେ ୪ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଏୟାରପୋର୍ଟଠାରୁ ରେଲୱେ ଷ୍ଟେସନ ଏବଂ ରୁଟ୍‌ ପର୍ଯ୍ୟନ୍ତ ସବୁଠି ରହିବ କଡ଼ା ସୁରକ୍ଷା। ରୁଟ୍‌ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ DCP ରାଙ୍କର ଅଧିକାରୀଙ୍କ ସହ SP ଓ ACP ରାଙ୍କର ଅଧିକାରୀମାନେ ନିୟୋଜିତ ରହିବେ। ସୁରକ୍ଷା ବ୍ୟବସ୍ଥାର ସମସ୍ତ ଦିଗକୁ ନିଜେ ନଜରରେ ରଖିବେ ପୋଲିସ କମିଶନର ଦେବଦତ୍ତ ସିଂ। ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରୁଖୁରୁରେ ପରିଚାଳନା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ପ୍ରାୟ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ। ଏହାକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରେ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ଦେବଦତ୍ତ ସିଂ।

ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଦର୍ଶନୀରେ ଜାତୀୟ ସ୍ତରରେ ଚମକିଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍
ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ନିଜର ଅଭିନବ ଉଦ୍ଭାବନ ପ୍ରଦର୍ଶନ କରି ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛନ୍ତି ଓଡ଼ିଶାର ୩ ଟି ଷ୍ଟାର୍ଟଅପ୍। ଅଟଳ ଇନୋଭେସନ୍ ମିଶନ୍ (ଏଆଇଏମ୍) ଅଧୀନରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିଭାବାନ ଷ୍ଟାର୍ଟଅପ୍ ଏବଂ ଉଦ୍ଭାବକମାନେ ଏକାଠି ହୋଇଥିଲେ।

ଷ୍ଟାର୍ଟଅପ୍ ଓଡ଼ିଶା ଅଧୀନରେ ମନୋନୀତ ହୋଇଥିବା ଏହି ତିନୋଟି ଓଡ଼ିଆ କମ୍ପାନୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିବାର ସୁଯୋଗ ମଧ୍ୟ ମିଳିଥିଲା। ଏହି ତିନୋଟି ଷ୍ଟାର୍ଟଅପ୍ ହେଉଛି ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ନିଉରପ୍ ଟେକ୍ ସଲ୍ୟୁସନ୍ସ ଏବଂ ଅର୍ବାନ-ହାଇଫା ବାୟୋସାଇନ୍ସ। ଏହି ଷ୍ଟାର୍ଟଅପ୍ ଗୁଡ଼ିକ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ଶକ୍ତି ଏବଂ ସ୍ଥାୟୀ ସାମଗ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା ପାଇଁ ଜ୍ଞାନକୌଶଳ ଭିତ୍ତିକ ସମାଧାନ ଉପସ୍ଥାପନ କରିଥିଲେ।

ଶୀତଲ ଜେମାନେଙ୍କ ଦ୍ୱାରା ପ୍ରତିଷ୍ଠିତ ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ଶାରୀରିକ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ସହାୟକ ଜ୍ଞାନକୌଶଳ ପ୍ରଦର୍ଶନ କରିଥିଲା। ଏହି କମ୍ପାନୀ ରୂପାନ୍ତରଣକ୍ଷମ ବେଡ୍-ଚେୟାର୍ ସିଷ୍ଟମ୍ ଏବଂ ଏକ୍ସୋସ୍କେଲେଟନ୍ ଟେକ୍ନୋଲୋଜି ଭଳି ଅଟୋମେଟେଡ୍ ଏବଂ ରୋବୋଟିକ୍ ଗମନାଗମନ ସମାଧାନ ବିକଶିତ କରିଥାଏ, ଯାହା ସେମାନଙ୍କୁ ସ୍ୱାଧୀନ ଭାବେ ବଞ୍ଚିବାରେ ସାହାଯ୍ୟ କରିଥାଏ।

ସେହିପରି, ଅନୁପ ପାଇକରାୟଙ୍କ ନେତୃତ୍ୱରେ ପରିଚାଳିତ ନିଉରପ୍ ଟେକ୍ ସଲ୍ୟୁସନ୍ସ ପକ୍ଷରୁ ଚୁଲିଭ୍ (CHULIV) ନାମକ ଏକ ସ୍ୱଚ୍ଛ ରନ୍ଧନ ଉପକରଣ ପ୍ରଦର୍ଶିତ ହୋଇଥିଲା। ଏହା ଇନ୍ଧନ ଦକ୍ଷତା ବୃଦ୍ଧି କରିବା ସହ ଘର ଭିତରେ ବାୟୁ ପ୍ରଦୂଷଣ କମାଇବା ପାଇଁ ବିକଶିତ କରାଯାଇଛି। ପାରମ୍ପରିକ ରନ୍ଧନ ପ୍ରଣାଳୀ ସହ ଜଡ଼ିତ ସ୍ୱାସ୍ଥ୍ୟ ଓ ପରିବେଶ ସମସ୍ୟାର ସମାଧାନ ପାଇଁ ଏହି ଉଦ୍ଭାବନ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ, ଅଧିରାଜ ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଅର୍ବାନ-ହାଇଫା ବାୟୋସାଇନ୍ସ କୃଷି ବର୍ଜ୍ୟବସ୍ତୁରୁ ଛତୁ ଭିତ୍ତିକ ଚମଡ଼ା ବିକଳ୍ପ ଉତ୍ପାଦନ ଉପରେ ଏହାର କାର୍ଯ୍ୟ ପ୍ରଦର୍ଶନ କରିଥିଲା। ଏହି ଷ୍ଟାର୍ଟଅପ୍ ଅକ୍ଷୟ ସମ୍ପଦ ବ୍ୟବହାର କରି ସ୍ଥାୟୀ ସାମଗ୍ରୀ ସୃଷ୍ଟି କରିବା ଏବଂ ଅର୍ଥନୈତିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ରାଷ୍ଟ୍ରପତି ଭବନର ଏହି ସମ୍ମାନଜନକ ପ୍ଲାଟଫର୍ମରେ ଏହି ତିନୋଟି ସଂସ୍ଥାର ଅଂଶଗ୍ରହଣ ଜାତୀୟ ସ୍ତରରେ ଓଡ଼ିଶାର ଇନୋଭେସନ୍-ଡ୍ରାଇଭେନ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମର ବଢ଼ୁଥିବା ଶକ୍ତିକୁ ଦର୍ଶାଉଛି।

ଆଜି ଓଡ଼ିଶାରେ ପହଞ୍ଚିବେ ରାଷ୍ଟ୍ରପତି; ସଜେଇ ହେଉଛି ପାହାଡ଼ପୁର, ଅପେକ୍ଷା କରିଛି ରାଇରଙ୍ଗପୁର
ବାରିପଦା: ଆଜି ଓ ଆସନ୍ତାକାଲି ମୟୂରଭଞ୍ଜ ଲାଗି ଏକ ଐତିହାସିକ ଦିନ। ପ୍ରଥମଥର ଲାଗି ଦେଶର ଦୁଇ ରାଷ୍ଟ୍ରମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକା ସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ। ଜୁନ ୨୦ ତାରିଖ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମମାଟି ପାହାଡପୁରକୁ ଆସୁଛନ୍ତି। ତତସହିତ ଓଡ଼ିଶାରେ ନୂତନ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ସମାରୋହରେ ଉଭୟ ଯୋଗଦେବାକୁ ଥିବାବେଳେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳ ସାମିଲ ହେଉଥିବାରୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ପ୍ରଶାସନିକ ତତ୍ପରତା ସହିତ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇପଡ଼ିଛି। ଏହି କାର୍ଯ୍ୟକ୍ରମ ଲାଗି ପାହଡପୁରଠାରୁ ନେଇ ରାଇରଙ୍ଗପୁର ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର ଚାଲିଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲଗି ପୂରା ପାହାଡପୁର ସଜେଇ ହୋଇଛି।

ଆଜି ଅପରାହ୍ନ ୩.୧୫ ମିନିଟ ସମୟରେ ପ୍ରଥମେ ରାଷ୍ଟ୍ରପତି ଦାଣ୍ଡବୋଷ ଏୟାର ଷ୍ଟ୍ରିପରେ ଓହ୍ଲାଇ ସଡ଼କ ପଥରେ ଯାଇ ୩.୩୦ ମିନିଟରେ ତାଙ୍କ ରାଇରଙ୍ଗପୁର ବାସଭବନକୁ ଯାଇ ବିଶ୍ରାମ ନେବେ। ସନ୍ଧ୍ୟା ୬ଟାରୁ ୬ଟା ୩୦ମିନିଟ ପର୍ଯ୍ୟନ୍ତ ପୂର୍ବରୁ ଅନୁମତିପ୍ରାପ୍ତ ବ୍ୟକ୍ତି ବିଶେଷଜ୍ଞ ସହିତ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ୨୦ ତାରିଖରେ ତାଙ୍କ ଜନ୍ମଦିନ ଅବସରରେ ପୂର୍ବାହ୍ନ ୧୦.୨୦ ମିନିଟରେ ବାହାରି ଦାଣ୍ଡବୋଷ ଏୟାରଷ୍ଟ୍ରିଫରୁ ହେଲିକପ୍ଟରରେ ଯାଇ ସଡ଼କ ପଥରେ ଦିଘିଆବେଡା ହେଲିପ୍ୟାଡରେ ୧୦ଟା ୪୫ ମିନିଟରେ ପହଞ୍ଚି ସଡ଼କ ପଥରେ ପାହାଡପୁର ଯିବେ। ପୂର୍ବାହ୍ନ ୧୧.୫ ମିନିଟ୍‌‌ରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରି ସାଙ୍ଗରେ ନେଇ ପ୍ରଥମେ ଗାଁର ଆଦିବାସୀଙ୍କ ସାମାଜିକ ଓ ଧାର୍ମିକ କେନ୍ଦ୍ର ପାରମ୍ପରିକ ଗୋଷାଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ।

ସେଠାରୁ ଦୁହେଁ ସାନ୍ତାଳୀ ଜାହିରା ଦର୍ଶନ କରିବା ପରେ ହୋ-ମୁଣ୍ଡା ଜାହିରାକୁ ମଧ୍ୟ ଯିବେ। ସେଠାରୁ ଦିନ ୧୧ଟା ୨୫ ମିନିଟରେ ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ପରେ ଚାକିରି ପାଇଥିବା ଯୁବକ/ଯୁବତୀଙ୍କ ସହିତ ଆଲୋଚନା କରିବେ। ଶେଷରେ ରାଷ୍ଟ୍ରପତିଙ୍କ ସ୍ୱର୍ଗତ ସ୍ୱାମୀ ଓ ଦୁଇ ପୁତ୍ରଙ୍କ ସ୍ମୃତିରେ ପାହାଡପୁରଠାରେ ପ୍ରତିଷ୍ଠିତ ଏସଏଲଏସ ମେମୋରିଆଲ ସ୍କୁଲକୁ ଯାଇ ସେମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ପରେ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ସ୍ଥାନୀୟ ଲୋକଙ୍କ ସହିତ ଭାବବିନିମୟ କରିବେ। ସ୍କୁଲ ପଡ଼ିଆରେ ଆୟୋଜିତ ଏକ ଆଞ୍ଚଳିକ ହସ୍ତଶିଳ୍ପ ମେଳାକୁ ପରିଦର୍ଶନ କରିବେ ବୋଲି କହିଛନ୍ତି ଏସଏଲଏସ ସ୍କୁଲର ଉପାଧ୍ୟକ୍ଷ ମୁନା ପ୍ରତିହାରୀ। ପରେ ଦୁଇ ରାଷ୍ଟ୍ରମୁଖ୍ୟ ଦିନ ୧ଟାରେ ହେଲିକପ୍ଟର ଯୋଗେ ଦାଣ୍ଡବୋଷ ଏୟାର ଷ୍ଟ୍ରିପଠାରେ ପହଞ୍ଚିବେ। ସେଠାରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାରେ ପ୍ରାୟ ୫୦ ହଜାର ଉପସ୍ଥିତ ସାଧାରଣ ଜନତାଙ୍କୁ ଉଦବୋଧନ ଦେବା ସହିତ ଏହି ମଞ୍ଚରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଓଡ଼ିଶା ଓ ମୟୂରଭଞ୍ଜ ଜିଲ୍ଲାରେ ୫୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୪୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିମଧ୍ୟରେ ବହୁ ପ୍ରତୀକ୍ଷିତ ରେଳବାଇ ପ୍ରକଳ୍ପ, ମେଗା କୋଲ ଗ୍ୟାସିଫିକେସନ ପ୍ରକଳ୍ପର ଶୁଭ ଉଦଘାଟନ ରହିଛି।

ସେହିପରି କୁସୁମୀ ବ୍ଲକଠାରେ ଆଇଆଇଏଫଏମ ଦ୍ୱିତୀୟ କ୍ୟାମ୍ପସର ଶିଳାନ୍ୟାସ ଓ ରାଇରଙ୍ଗପୁର ବାଇଦାପୋଷିସ୍ଥ ନୂତନ ସ୍ପୋର୍ଟ୍ସ କମ୍ପେ୍ଲକ୍ସର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଇଟି ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର, ଭାରତୀୟ ସୂଚନା ପ୍ରଯୁକ୍ତି ପ୍ରତିଷ୍ଠାନ, ଆଦିବାସୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓୟୁଏଟି କ୍ୟାମ୍ପସ ଓ ଏକ ଆୟୁର୍ବେଦିକ ମେଡିକାଲ କଲେଜ ଓ ହସ୍ପିଟାଲର ଶିଳାନ୍ୟାସର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୨ଟା ସମୟରେ ପ୍ରଧାନମନ୍ତ୍ରୀ ସେଠାରୁ ଫେରିଯିବାକୁ ଥିବାବେଳେ ରାଷ୍ଟ୍ରପତି ନିଜ ରାଇରଙ୍ଗପୁର ବାସଭବନରେ ମଧ୍ୟାହ୍ନଭୋଜନ କରି ଦିନ ୩ଟା ୩୦ ମିନିଟରେ ଫେରିଯିବାର କାର୍ଯ୍ୟସୂଚୀ ରହିଛି।

ବାଦାମପାହାଡ ନିକଟ ପାହାଡ଼ପୁର ଓ ଦିଘିଆବେଡା ଠାରେ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ ହୋଇଛି। ପାହାଡ଼ପୁର ଗ୍ରାମ ସହିତ ରାଇରଙ୍ଗପୁର ସହରର ସାଜସଜ୍ଜା, ଦାଣ୍ଡବୋଷସ୍ଥ ଏୟାରଷ୍ଟ୍ରିପରେ ହେଲିପ୍ୟାଡ ନିର୍ମାଣ ସହ ସେଠାରେ ସଭାସ୍ଥଳର ନିର୍ମାଣ ଓ ସାଜସଜ୍ଜା ଆଦି କାର୍ଯ୍ୟ ପ୍ରଶାସନ ପକ୍ଷରୁ ଜୋରଦାର କରାଯାଉଛି। ସେହିପରି ଗ୍ରାମବାସୀ ମଧ୍ୟ ନିଜ ଘର କାନ୍ଥକୁ ପାରମ୍ପରିକ ଆଦିବାସୀ ଚିତ୍ରରେ ସଜାଇ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ଆଗମନକୁ ଉତ୍ସାହର ସହ ବାଟ ଚାହିଁ ବସିଛନ୍ତି।

ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତିରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଛି । ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ପରେ ଏନେଇ ସୂଚନା ମିଳିଛି । ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦ ତାରିଖରେ ମୟୂରଭଞ୍ଜ  ଜିଲ୍ଲା ରାଇରଙ୍ଗପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଯୋଗଦେବା ପାଇଁ ସ୍ୱୀକୃତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ  ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା, ସଭାରେ ଯୋଗଦେଉଥିବା ସାଧାରଣ ଲୋକଙ୍କ ପାଇଁ ସୁବିଧା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେହେତୁ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ତେଣୁ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରକାଶ କରି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରୁ ଜଣାଯାଇଛି ଯେ, ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଅବସରରେ ଓଡିଶା ପାଇଁ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ. ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ
ରାଉରକେଲା: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି । ଏୟାରପୋର୍ଟରେ ଭବ୍ୟ ସ୍ବାଗତ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଇସ୍ପାତ ସହର ରାଉରକେଲା ଗସ୍ତରେ ଅଛନ୍ତି ଦ୍ରୋପଦୀ ମୁର୍ମୁ । ରାଉରକେଲାରେ ପ୍ରାୟ ୧୫୮ କୋଟିର ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ଲାନେଟାରିୟମ୍ ଏବଂ ସାଇନ୍ସ ସେଣ୍ଟରର ଉଦଘାଟନ କରିବେ ରାଷ୍ଟ୍ରପତି । ଆଦିବାସୀ ସଂଗ୍ରହାଳୟ, ନିର୍ମଳ ମୁଣ୍ଡା ପ୍ରବେଶ ପଥର ମଧ୍ୟ ଶୁଭାରମ୍ଭ କରିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବେ ଅମରାବତୀକୁ ମିଳିଲା ବୈଧାନିକ ମାନ୍ୟତା
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଏକମାତ୍ର ତଥା ସ୍ଥାୟୀ ରାଜଧାନୀ ଭାବରେ ଅମରାବତୀକୁ ସାମ୍ବିଧାନିକ ମାନ୍ୟତା ମିଳିଛି। ସୋମବାର, ଏପ୍ରିଲ ୭ ତାରିଖରେ ଭାରତ ସରକାରଙ୍କ ପକ୍ଷରୁ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଛି। ଗତ ସପ୍ତାହରେ ସଂସଦରେ ଗୃହୀତ ହୋଇଥିବା ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୬କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେବା ପରେ ଏହି ବିଜ୍ଞପ୍ତି ଜାରି କରାଯାଇଛି।

ଗତ ଏପ୍ରିଲ ୨ ତାରିଖରେ ସଂସଦରେ ଏହି ସଂଶୋଧନ ବିଲ୍‌କୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିଥିଲା। ଲୋକସଭାରେ ପାରିତ ହେବାର ଗୋଟିଏ ଦିନ ପରେ ରାଜ୍ୟସଭାରେ ଏହାକୁ ଧ୍ୱନି ଭୋଟ୍ ମାଧ୍ୟମରେ ଗୃହୀତ କରାଯାଇଥିଲା। ଏହି ଆଇନ ପ୍ରଣୟନ ଫଳରେ ୨୦୧୪ ମସିହାରେ ରାଜ୍ୟ ବିଭାଜନ ପରେ ରାଜଧାନୀକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଏବଂ ରାଜନୈତିକ ବିବାଦର ଅନ୍ତ ଘଟିଛି। ଏହା ସହିତ ପୂର୍ବରୁ ପ୍ରସ୍ତାବିତ ତିନୋଟି ରାଜଧାନୀ ମଡେଲ୍‌କୁ ସବୁଦିନ ପାଇଁ ବାତିଲ୍ କରିଦିଆଯାଇଛି।

ସଂସଦର ଉଭୟ ଗୃହରେ ମୋଟ ୩୫ ଜଣ ସାଂସଦ ଏହି ବିଲ୍ ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କେବଳ ୱାଇଏସଆର କଂଗ୍ରେସ ପାର୍ଟି (YSRCP) ର ଦୁଇ ଜଣ ସାଂସଦଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହାକୁ ସମର୍ଥନ କରିଥିଲେ। ରାଜଧାନୀ ପାଇଁ ଜମି ଦେଇଥିବା ଚାଷୀଙ୍କ ସମସ୍ୟା ସମାଧାନ ହୋଇନଥିବା ଦର୍ଶାଇ ୱାଇଏସଆରସିପି ଏହି ବିଲ୍‌କୁ ବିରୋଧ କରିଥିଲା। ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରେ ତେଲୁଗୁ ଦେଶମ୍ ପାର୍ଟି (TDP) ସରକାର ଥିବା ବେଳେ ଅମରାବତୀର ମୂଳଦୁଆ ପଡ଼ିଥିଲା। ତେବେ ୨୦୧୯ରେ ୱାଇଏସଆରସିପି କ୍ଷମତାକୁ ଆସିବା ପରେ କାମ ବନ୍ଦ କରି ତିନୋଟି ରାଜଧାନୀ ଗଠନ ପାଇଁ ପ୍ରସ୍ତାବ ଦେଇଥିଲା। ବର୍ତ୍ତମାନ ୨୦୨୪ରେ ଏନଡିଏ ମେଣ୍ଟ ସରକାର କ୍ଷମତାକୁ ଫେରିବା ପରେ ଅମରାବତୀକୁ ଏକମାତ୍ର ରାଜଧାନୀ ଭାବେ ବିକଶିତ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଗତବର୍ଷ ଏହି ପ୍ରକଳ୍ପ କାମ ପୁନର୍ବାର ଆରମ୍ଭ ହୋଇଛି।

ବାଲେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି, ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ସାମିଲ୍
ବାଲେଶ୍ଵର: ବାଲେଶ୍ଵରରେ ପହଞ୍ଚିଲେ ମହମହିମ୍ ରାଷ୍ଟ୍ରପତି। ସମୟର ୩୦ମିନିଟ ପୂର୍ବରୁ ଆସି ହେଲିପ୍ୟାଡ଼ରେ ପହଞ୍ଚିଛନ୍ତି। ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି । ପ୍ରଥମେ ମୁଖ୍ୟ ଫାଟକ ସମ୍ମୁଖରେ ରହିଥିବା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ମାଲ୍ୟାର୍ପଣ ପ୍ରଦାନ କରିଛନ୍ତି। ସାଙ୍ଗରେ ରହିଛନ୍ତି ରାଜ୍ୟପାଳ ଡ଼ଃ ହରିବାବୁ କମ୍ବଭମପତି, କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସ ଉପସ୍ଥିତ ରହିଥିଲେ। ଏନେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଛାତ୍ର ଛାତ୍ରୀ ଓ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ ଅନେକ ଖୁସି ଅଛନ୍ତି।

ତେବେ ସମାବର୍ତ୍ତନ ଉତ୍ସବରେ କାର୍ଯ୍ୟକ୍ରମରେ ୧୫ଜଣଙ୍କୁ ସ୍ଵର୍ଣ ପଦକ ପ୍ରଦାନ, PHD ଛାତ୍ରଛାତ୍ରୀଙ୍କ ଶପଥ ପାଠ ସହ ତିନି ଜଣଙ୍କୁ ସମ୍ମାନ ଜନକ ଡକ୍ଟରେଟ ପ୍ରଦାନ କରାଯିବ। ମହାମହିମ ରାଷ୍ଟ୍ରପତିଙ୍କ ହସ୍ତରୁ ଶାନ୍ତନୁ ଆଚାର୍ଯ୍ୟ, ଅନୁରାଧା ବିଶ୍ୱାଳ ଓ ଗୋପାଳ ଚନ୍ଦ୍ର ପଣ୍ଡା ପାଇବେ ସମ୍ମାନ ଜନକ ଡକ୍ଟରେଟ। ରାଷ୍ଟ୍ରପତି ସ୍ବତନ୍ତ୍ର ଆର୍ମି ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ଆସି ସମୟର ୩୦ମିନିଟ ପୂର୍ବରୁ ଆସି ହେଲିପେଡରେ ପହଞ୍ଚିଛନ୍ତି। ଏହାପରେ ଓଡ଼ିଆ ସୁସ୍ଵାଦୁ ଖାଦ୍ୟର ମଧ୍ୟାହ୍ନ ଭୋଜନ କରିବେ। ପରବର୍ତ୍ତୀ ସମୟରେ ନୂଆ ଓଡିଟରୀୟମ ଉଦଘାଟନ ସହିତ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ଛାତ୍ର ଛାତ୍ରୀଙ୍କ ଫୋଟ ଉତ୍ତୋଳନ, ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

ଯାଜପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମା' ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି
ଯାଜପୁର: ଯାଜପୁରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମାଆ ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି । ଯାଜପୁର କୁସୁମା ନିକଟସ୍ଥ ପ୍ରଶାସନିକ ପଡ଼ିଆରେ ପ୍ରସ୍ତୁତ ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ପରେ ରାସ୍ତାରେ ଆସି ବିରଜା ମନ୍ଦିରରେ ପହଞ୍ଚିଛନ୍ତି ମହାମହିମ । ମନ୍ଦିରରେ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ନେତୃତ୍ୱରେ ପୁରୋଧା ଜ୍ଞାନ ରଞ୍ଜନ ପତି ପୂଜା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । କୁସୁମାଠାରୁ ମାଆ ବିରଜାଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ ପାଇଁ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ନାଭିଗୟାକୁ ସଂପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ କରାଯାଇଛି , ମା’ଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ୧୬ ଜଣ ବ୍ରାହ୍ମଣଙ୍କ ବ୍ୟତୀତ  ୩୨ଜଣ ସେବାୟତ ମନ୍ଦିରରେ ଉପସ୍ଥିତ ଅଛନ୍ତି । ମା’ ବିରଜାଙ୍କ ସ୍ବତନ୍ତ୍ର ବେଶ ଓ ନୀତିକାନ୍ତି କରାଯାଉଛି ।

ପୁରୋଧା ସରୋଜ କୁମାର ପତି ଓ ସହଯୋଗୀ ପିଣ୍ଡଦାନ କାର୍ଯ୍ୟକ୍ରମରେ ନିୟୋଜିତ ରହିବେ। ଏଥିସହ ୩୨ଜଣ ସେବାୟତ ମନ୍ଦିର ପରିସରରେ ମୁକ୍ତି ମଣ୍ଡପରେ ରହିବାର କାର୍ଯ୍ୟକ୍ରମ ରହିଛି। ମାଆ ବିରଜାଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରୁଛନ୍ତି ରାଷ୍ଟ୍ରପତି । ପରେ ନାଭିଗୟାରେ ପହଞ୍ଚି ପିଣ୍ଡଦାନ କରିବେ । ସେଠାରୁ ବାହାରି ଅପରାହ୍ନ ୧୨ ଟା ୪୦ରେ ବାଲେଶ୍ବର ଫକୀର ମୋହନ ବିଶ୍ବ ବିଦ୍ଯାଳୟ ପହଞ୍ଚିବେ ରାଷ୍ଟ୍ରପତି । ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସଂଧ୍ଯା ୬ଟା ସୁଦ୍ଧା ପୁରୀ ତାଳବଣିଆ ହେଲିପ୍ଯାଡରେ ପହଞ୍ଚିବେ । ପୁରୀ ଲୋକ ଭବନ ଯାଇ ରାତ୍ରୀଯାପନ କରିବେ ।

ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୫ ଜିଲ୍ଲାରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୫ଟି ଜିଲ୍ଲାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି। ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜରେ ରାଷ୍ଟ୍ରପତି ବିତାଇବେ ୬ ଦିନ। ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ ପରେ ଲୋକ ଭବନରେ ରାତ୍ରୀଯାପନ କରିବେ । ଏଥିପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଷ୍ଟ୍ରପତି ଯିବାକୁ ଥିବା ରାସ୍ତା ଗୁଡିକରେ କଟକଣା ଜାରି କରାଯାଇଛି ।

ଆସନ୍ତାକାଲି ସକାଳୁ ଯାଜପୁର ଯାଇ ୯ଟା ୫୦ରେ ଯାଜପୁର ଯାଇ ସେଠାକାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ।୧୦ଟାରେ ନାଭିଗୟାରେ ପହଞ୍ଚି ପିଣ୍ଡଦାନ କରିବେ । ସେଠାରୁ ବାହାରି ଅପରାହ୍ନ ୧୨ ଟା ୪୦ରେ ବାଲେଶ୍ବର ଫକୀର ମୋହନ ବିଶ୍ବ ବିଦ୍ୟାଳୟ ପହଞ୍ଚିବେ ରାଷ୍ଟ୍ରପତି । ବିଶ୍ବ ବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସନ୍ଧ୍ୟା ୬ଟା ସୁଦ୍ଧା ପୁରୀ ତାଳବଣିଆ ହେଲିପ୍ୟାଡ଼ରେ ପହଞ୍ଚିବେ । ପୁରୀ ଲୋକ ଭବନ ଯାଇ ରାତ୍ରୀଯାପନ କରିବେ । ୪ ତାରିଖରେ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ।

ଫେବୃଆରୀ ୪ ତାରିଖରେ ରାଇରଙ୍ଗପୁର ଗସ୍ତ କରି ମହୁଲଡିହା ହଲିଡେ ହୋମର ଉଦଘାଟନ କରିବେ । ସରକାରୀ ବାଳିକା ହାଇସ୍କୁଲ କାର୍ଯ୍ଯକ୍ରମରେ ଯୋଗ ଦେଇ ବାଇଦପୋଷିରେ ଏକ ସ୍ପୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିବେ । ରାଇରଙ୍ଗପୁର ଅତିଥି ଭବନରେ ରାତ୍ରୀ ଯାପନ ପରେ ୫ ତାରିଖରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ଦର୍ଶନ କରି ମୟୂରଭଞ୍ଜ ଶିମିଳପାଳ ଅଭୟାରଣ୍ୟ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ୬ ତାରିଖରେ ଶିମିଳିପାଳରେ ଏକ ଟ୍ରାଇବାଲ କମ୍ୟୁନିଟି ଉଦଘାଟନ ପରେ ଅଞ୍ଚଳର ଆଦିବାସୀ ମହିଳା ଓ ଯୁବକଙ୍କ ସହ ଆଲୋଚନା କରିବେ। ଏହାପରେ ସେଠାରୁ ଭୁବନେଶ୍ବର ଫେରିବେ ରାଷ୍ଟ୍ରପତି । ଭୁବନେଶ୍ବର ବ୍ଲାକ ଶ୍ବାନ ସମ୍ମିଟରେ ଯୋଗ ଦେବେ ରାଷ୍ଟ୍ରପତି । ଭୁବନେଶ୍ବର ଲୋକ ଭବନରେ ରାତ୍ରୀ ଯାପନ ପରେ ୭ ତାରିଖ ୯ଟା ୨୦ରେ ଛତିଶଗଡ଼ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଫେବ୍ରୁଆରି ୨ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ
ଭୁବନେଶ୍ୱର: ଫେବ୍ରୁଆରି ମାସରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବ୍ରୁଆରି ୨ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ୨ତାରିଖରେ ଭୁବନେଶ୍ବରରେ ପହଞ୍ଚି ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ୩ରେ ଫକୀରମୋହନ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ୪ ତାରିଖରେ ଯାଜପୁରରେ ମା’ ବିରଜାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ୫ ଓ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ ।