Draupadi Murmu presidential candidate - The Sakala
ସ୍ପଷ୍ଟବାଦୀ ଦ୍ରୌପଦୀ ମୁର୍ମୁ : ଫେରାଇ ଦେଇଥିଲେ ବିଜେପି ସରକାରଙ୍କ ବିଲ୍‍
ଭୁବନେଶ୍ବର : ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ମହାମହିମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ ଦ୍ରୌପଦୀ ମୁର୍ମୁ ।ଦେଶର ପ୍ରଥମ ନାଗରୀକ ଭାବେ ନିବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଛୁଟୁଛି ଶୁଭେଛାର ସୁଅ।ଉପ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯାଇ ଦିଲ୍ଲୀରେ ଦୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି । ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଲାଗିରହିଛି। ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ବଡକଥା ହେଉଛି ଏନଡିଏ ବାହାରୁ ମଧ୍ୟ ତାଙ୍କୁ ସମର୍ଥନ ମିଳିଛି । ୬୪ ବର୍ଷୀୟ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ୬୪ ପ୍ରତିଶତ ଭୋଟ୍ । ମୁର୍ମୁଙ୍କୁ ୨ ହଜାର ୮୨୪ଟି ପ୍ରଥମ ପସନ୍ଦ ଭୋଟ୍ ମିଳିଥିଲା, ଯାହାର ମୂଲ୍ୟ ୬ ଲକ୍ଷ ୭୬ ହଜାର ୮୦୩ । ଗୁରୁବାର ସଂଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ଆସିଯାଇଥିବା ବେଳେ ଓଡିଶାର ଏହି ଝିଅଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।ପରମ୍ପରା ଅନୁସାରେ ଆଗାମୀ ୨୫ ତାରିଖରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।
ବିଜେପି ସରକାରଙ୍କ ବିଲ୍‍ ଫେରାଇ ଦେଇଥିଲେ
ଦ୍ରୌପଦୀ ସବୁବେଳେ ସତ୍ୟନିଷ୍ଠ ଥିଲେ। ଯାହା ଠିକ୍‍ ଭାବୁଥିଲେ ତାହା ହିଁ କରୁଥିଲେ, ତାଙ୍କୁ ପ୍ରଭାବିତ କରି କୌଣସି କାର୍ଯ୍ୟ କରାଇ ନେବା କାହା ପକ୍ଷରେ ସହଜ ନ ଥିଲା। ୨୦୧୭ରେ ସେ ଝାଡ଼ଖଣ୍ଡ ରାଜ୍ୟପାଳ ଥିବାବେଳେ ତତ୍‍କାଳୀନ ରାଜ୍ୟ ବିଜେପି ସରକାର ସିଏନ୍‍ଟି-ଏସ୍‍ପିଟି ସଂଶୋଧନ ବିଲ୍‍ ବିଧାନସଭାରେ ଗୃହୀତ କରାଇଥିଲେ। ବ୍ୟବସ୍ଥା ଅନୁସାରେ ଏହି ବିଧେୟକଟିକୁ ରାଜ୍ୟପାଳଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ମାତ୍ର ଦ୍ରୌପଦୀ ତାହାକୁ ଫେରାଇ ଦେଇଥିଲେ। ଏପରିକି ଏହି ବିଲ୍‍ର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ।
ସତ୍ୟ ସହ ଠିଆ ହେଉଥିଲେ
ପିଲାଦିନରୁ ଦ୍ରୌପଦୀ ସ୍ପଷ୍ଟବାଦୀ ଥିଲେ ଓ ସତ୍ୟ ସହ ସର୍ବଦା ଠିଆ ହେଉଥିଲେ। ତାଙ୍କର ଶିକ୍ଷକ ବାସୁଦେବ ବେହେରାଙ୍କ ସୂଚନା ଅନୁସାରେ ଶ୍ରେଣୀରେ ମନିଟର୍‌ ଥÒବା ଦ୍ରୌପଦୀ କ୍ଲାସରେ ଟପ୍ପର ହେଉଥିଲେ। ସେତେବେଳର ବ୍ୟବସ୍ଥା ଅନୁସାରେ ଶ୍ରେଣୀରେ ପ୍ରଥମ ହେଉଥିବା ଛାତ୍ର ବା ଛାତ୍ରୀ କ୍ଲାସ ମନିଟର ଭାବରେ ବଛା ଯାଉଥିଲେ।
ପ୍ରତ୍ୟୁଷରୁ କରୁଥିଲେ ଧ୍ୟାନ-ଯୋଗ
ରାଇରଙ୍ଗପୁରସ୍ଥିତ ବ୍ରହ୍ମାକୁମାରୀ ସଂସ୍ଥାନର ମୁଖ୍ୟ ଭଗିନୀ ସୁପ୍ରିୟାଙ୍କ ସୂଚନା ଅନୁସାରେ ଯେତେବେଳେ ଦ୍ରୌପଦୀଙ୍କର ବଡ଼ ପୁଅର ମୃତ୍ୟୁ ଘଟିଥିଲା, ସେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସେତେବେଳେ ଭଗିନୀ ସୁପ୍ରିୟା ତାଙ୍କୁ ରାଜଯୋଗ କେନ୍ଦ୍ରକୁ ଆସି ଧ୍ୟାନ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ ନିୟମିତ ଭାବରେ ବ୍ରହ୍ମାକୁମାରୀ ସଂସ୍ଥାନ କେନ୍ଦ୍ରକୁ ଆସିବା ଆରମ୍ଭ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତି ପାଇବା ପରେ ମଧ୍ୟ ସେ ବ୍ରହ୍ମାକୁମାରୀ ଆଶ୍ରମକୁ ଆସି ଧ୍ୟାନ କରିଛନ୍ତି। ତାଙ୍କର ନିଜ ଲୋକମାନେ ଯେତେବେଳେ ହାତ ଛାଡ଼ି ଦେଲେ ସେତେବେଳେ ସେ ଅନ୍ୟମାନଙ୍କୁ ନିଜର କରି ନେଲେ। ସବୁବେଳେ ସେ ସାଥୀରେ ଏକ ଟ୍ରାନ୍ସଲାଇଟ୍‍ ଓ ଶିବବାବାଙ୍କର ଛୋଟ ବହି ରଖୁଥିଲେ। ପ୍ରତିଦିନ ପ୍ରତ୍ୟୁଷରୁ ଉଠୁଥିଲେ ଦ୍ରୌପଦୀ। ଯେତେ ବ୍ୟସ୍ତ ମଧ୍ୟରେ ରହୁଥିଲେ ମଧ୍ୟ ସେ ଭୋର ୩.୩୦ରୁ ଉଠୁଥିଲେ, ଧ୍ୟାନ ଓ ଯୋଗ କରୁଥିଲେ ବୋଲି କହିଛନ୍ତି ପାହାଡ଼ପୁର ସୁନୀତା ମାଝୀ।
ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା : ‘ପାର୍ଟି ଅପେକ୍ଷା ମାଟି ବଡ଼’ କହୁଥିବା କଂଗ୍ରେସ ନେତାଙ୍କ ଲାଗି ଆହ୍ୱାନ
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ଼୍‍ଡ଼ା ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ନେଇ ସାରା ରାଜ୍ୟରେ ସୃଷ୍ଟି ହୋଇଛି ଆନନ୍ଦ। ଜଣେ ଓଡ଼ିଆ, ବିଶେଷକରି ଆଦିବାସୀ ବର୍ଗର ଜଣେ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଆପାତତଃ ନିଶ୍ଚିିତ ହୋଇଥିବାରୁ ରାଜ୍ୟବାସୀ ବେଶ୍‍ ଉତ୍ସାହିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‍ କରି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଥିବାରୁ ବିଜେଡି ଦ୍ରୌପଦୀଙ୍କୁ ସମର୍ଥନ କରିବା ସମ୍ଭାବନା ଉଜ୍ଜ୍ୱଳ। ଏନ୍‍ଡ଼ିଏ ପ୍ରାର୍ଥୀଙ୍କ ବିଜୟ ପାଇଁ ମାତ୍ର ୧୩ ହଜାର ଭୋଟ ଆବଶ୍ୟକ ଥିବାବେଳେ କେବଳ ବିଜେଡି ସମର୍ଥନ ଦେଲେ ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ କୁହାଯାଉଛି।
ବିଜେଡ଼ିର ଲୋକସଭାରେ ୧୨, ରାଜ୍ୟସଭାରେ ୯ ସାଂସଦଙ୍କ ସହ ୧୧୩ ବିଧାୟକଙ୍କ ଭୋଟ୍‌ ରହିଛି। ଯାହା ଦ୍ରୌପଦୀଙ୍କ ବିଜୟ ପଥକୁ ସୁଗମ କରିବ। ମାତ୍ର ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ ଘୋଷଣା ପରେ ଅଡ଼ୁଆରେ ପଡ଼ିଛି ରାଜ୍ୟ କଂଗ୍ରେସ। ଜଣେ ଓଡ଼ିଆ ଓ ଆଦିବାସୀ ବର୍ଗର ମହିଳା ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସର ବିଧାୟକ ଓ ସାଂସଦ ସମର୍ଥନ କରିବେ ନା କଂଗ୍ରେସ ସହ ଅନ୍ୟ ଜାତୀୟ ଦଳକୁ ନେଇ ଗଠିତ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବେ ତାକୁ ନେଇ ଦଳୀୟ ବିଧାୟକ ଓ ସାଂସଦମାନେ ଚିନ୍ତା ପଡ଼ିଛନ୍ତି। ‘ମାଟି’ ଓ ‘ପାର୍ଟି’କୁ ନେଇ ଏବେ କଂଗ୍ରେସ ବିଧାୟକ ଓ ସାଂସଦ ଦ୍ୱିଧାଗ୍ରସ୍ତ ହୋଇଛନ୍ତି। ଦ୍ରୌପଦୀଙ୍କୁ ସମର୍ଥନ ନ କଲେ ରାଜ୍ୟରେ କଂଗ୍ରେସ ବିରୋଧରେ ମହିଳା, ଆଦିବାସୀ ବର୍ଗ ଓ ରାଜ୍ୟବାସୀଙ୍କ ମଧ୍ୟରେ ଏକ ନକରାତ୍ମକ ବାର୍ତ୍ତା ଯିବା ଆଶଙ୍କା ଥିବାରୁ କଂଗ୍ରେସ ସମସ୍ୟାରେ ପଡ଼ିଛି ବୋଲି କୁହାଯାଉଛି।
ମଙ୍ଗଳବାର କଂଗ୍ରେସ ସହ ୧୯ ବିରୋଧୀ ରାଜନୈତିକ ଦଳକୁ ନେଇ ଗଠିତ ମଞ୍ଚ ରାଷ୍ଟ୍ରପତି ପଦ ଲାଗି ଯଶୋବନ୍ତ ସିହ୍ନାଙ୍କ ନାମ ଘୋଷଣା କରିଥିଲେ। କଂଗ୍ରେସ ଏହି ବିରୋଧୀ ମେଣ୍ଟରେ ଥିବାରୁ ରାଜ୍ୟ କଂଗ୍ରେସର ୯ ବିଧାୟକ ଏବଂ ଜଣେ ଲୋକସଭା ସାଂସଦ ସ୍ୱାଭାବିକ ଭାବେ ଯଶୋବନ୍ତଙ୍କ ସପକ୍ଷରେ ମତଦାନ କରିବା ଚୂଡ଼ାନ୍ତ ମନେ ହେଉଥିଲା। ମାତ୍ର ବିଳମ୍ବିତ ସନ୍ଧ୍ୟାରେ ବିଜେପି ସଂସଦୀୟ ବୋର୍ଡ଼ ଏନ୍‍ଡ଼ିଏ ପ୍ରାର୍ଥୀ ଭାବରେ ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରି ବିରୋଧୀ ମେଣ୍ଟ ଓ କଂଗ୍ରେସକୁ ଅଡ଼ୁଆରେ ପକାଇ ଦେଇଛି। ଅନୁସୂଚୀତ ଜାତି ଓ ଜନଜାତିଙ୍କୁ ଦୀର୍ଘଦିନ ଧରି କଂଗ୍ରେସ ନିଜ ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରି ଆସିଛି। ଦେଶର ୫୪୩ ଆସନ ମଧ୍ୟରୁ ୪୭ଟି ଆସନ ଆଦିବାସୀ ବା ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଓଡ଼ିଶାର ୮ଟି ସହ ଦେଶର ୬୦ରୁ ଅଧିକ ଆସନରେ ଏହି ବର୍ଗର ଭୋଟରମାନେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଆସିଛନ୍ତି। ଓଡ଼ିଶା, ମଧ୍ୟପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ଛତିଶଗଡ଼଼଼଼ରେ ଆଦିବାସୀ ଭୋଟର ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛନ୍ତି। ପ୍ରତିଭା ପାଟିଲ ମହିଳା ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ ହେଁ ଆଦିବାସୀ ମହିଳା ଭାବରେ ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ। ଏହି ସ୍ଥିତିରେ ରାଜ୍ୟ କଂଗ୍ରେସ ରାଜ୍ୟର ଆଦିବାସୀ ବର୍ଗର ମହିଳା ଦ୍ରୌପଦୀଙ୍କୁ ସମର୍ଥନ କରିବ ନା ଦଳ ମନୋନୀତ ପ୍ରାର୍ଥୀ ଯଶୋବନ୍ତଙ୍କୁ ସମର୍ଥନ ଦେବ ତାହା ଉପରେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି।
ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୂର୍ବରୁ ଆଲୋଚନା କରିଥିବା ନେଇ ନିଜେ ନବୀନ ଟ୍ୱିଟ୍‍ କରିଛନ୍ତି। ଏହା ସହ ଦ୍ରୌପଦୀ ମହିଳା ସଶକ୍ତିକରଣର ଉଦାହରଣ ହେବେ ବୋଲି ଆଶାବ୍ୟକ୍ତ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବର ସମୟ ବୋଲି ନିଜ ଟ୍ୱିଟ୍‍ରେ ଉଲ୍ଲେଖ କରିଥିବାରୁ ଶାସକ ବିଜେଡି ଦ୍ରୌପଦୀଙ୍କୁ ସମର୍ଥନ କରିବା ଏକ ପ୍ରକାର ନିଶ୍ଚିତ ମନେ କରାଯାଉଛି। ମାତ୍ର ଏ କ୍ଷେତ୍ରରେ ରାଜ୍ୟ କଂଗ୍ରେସର ନେତାଙ୍କ ବିବଶତା ଜଳଜଳ ଦିଶୁଛି। ଦଳୀୟ ଶୃଙ୍ଖଳା ଅନୁସାରେ ରାଜ୍ୟ କଂଗ୍ରେସର ବିଧାୟକ, ସାଂସଦ ଯଶୋବନ୍ତଙ୍କୁ ସମର୍ଥନ ଦେଇପାରନ୍ତି; ମାତ୍ର ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଦଳୀୟ ହ୍ୱିପ୍‍ ବାଞ୍ଛନୀୟ ନ ଥିବାରୁ ମାଟିକୁ ସମର୍ଥନ କରିବା ନିମନ୍ତେ କଂଗ୍ରେସ ନିକଟରେ ଏକ ସୁଯୋଗ ରହିଛି। ଦ୍ରୌପଦୀଙ୍କ ପରିବର୍ତ୍ତେ ଦଳୀୟ ନିଷ୍ପତ୍ତି ଅନୁସାରେ ଯଶୋବନ୍ତଙ୍କୁ ଭୋଟ ଦେଲେ ରାଜ୍ୟରେ କଂଗ୍ରେସ ବିରୋଧରେ ଏକ ନକରାତ୍ମକ ବାର୍ତ୍ତା ଯିବା ଆଶଙ୍କା ରହିଛି।
ଓଡ଼ିଶା କଂଗ୍ରେସ ମହିଳା, ଆଦିବାସୀ ବିରୋଧୀ ବୋଲି ପ୍ରମାଣିତ ହେବା ସହ ଏହା ବିଜେଡି ଓ ବିଜେପି ପାଇଁ ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି। ପୁଣି ଜଣେ ଓଡ଼ିଆ ଭାବରେ ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦ ତାଙ୍କୁ ସମର୍ଥନ ଦେବେ ବୋଲି ଦ୍ରୌପଦୀ ଆଶା କରିଛନ୍ତି। ଏହି ସ୍ଥିତିରେ ଆଗ ମାର୍ଟି ପରେ ପାର୍ଟିର ସ୍ଲୋଗାନ ଦେଉଥିବା କଂଗ୍ରେସ ନେତାଙ୍କୁ ଦ୍ରୌପଦୀ ଅଠାକାଠିରେ ପକାଇ ଦେଇଛନ୍ତି। ରାଜ୍ୟ କଂଗ୍ରେସର ଏକମାତ୍ର ସଂସଦ ସପ୍ତଗିରି ଉଲ୍ଲାକା ନିଜେ ମଧ୍ୟ ଆଦିବାସୀ ବର୍ଗର। ତେଣୁ ସେ ନିଜ ବର୍ଗର ଓ ନିଜ ରାଜ୍ୟର ଜଣେ ଆଦିବାସୀ ମହିଳାଙ୍କୁ ଭୋଟ ଦେବେ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ତାରା ବାହିନୀପତି, ସନ୍ତୋଷ ସିଂହ ସାଲୁଜାଙ୍କ ପରି ବିଧାୟକମାନେ ବିଭିନ୍ନ ସମୟରେ ପାର୍ଟିଠାରୁ ମାଟି ବଡ଼ ବୋଲି କହୁଥିବା ଦେଖାଯାଇଛି। ତେଣୁ ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ ରାଜ୍ୟ କଂଗ୍ରେସକୁ ଏକ ଅସମଞ୍ଜସ୍ୟ ସ୍ଥିତିରେ ପକାଇ ଦେଇଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଆଗ ପାର୍ଟି ତା ପରେ ମାଟି । ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ସୁଦ୍ଧା ଭୋଟ୍ ଦେଇନପାରନ୍ତି ବୋଲି କହିଛନ୍ତି । ଯଶୱନ୍ତ ସିହ୍ନାଙ୍କୁ ଜିତାଇବା ପାଇଁ ଦଳ ନିଷ୍ପତ୍ତି ନେଇଛି । ଓଡ଼ିଆ ହେଲେ ବି ପାର୍ଟି କଥା ଶୁଣିବେ ବୋଲି କହିଛନ୍ତି ସୁର ରାଉରତାୟ ।
ବଢିଲା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା : ‘ଜେଡ୍‌ ପ୍ଲସ୍‌’ ସିକ୍ୟୁରିଟି ଯୋଗାଇଲେ କେନ୍ଦ୍ର ସରକାର
ଭୁବନେଶ୍ବର: ‘ଏନ୍‌ଡିଏ’ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି କେନ୍ଦ୍ର ସରକାର ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ଏଣିକି ୨୪ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବେ ସିଆରପିଏଫ ଯବାନ । ଆଜି ସକାଳୁ ସକାଳୁ ଯେତେବେଳେ ମନ୍ଦିର ଯିବା ପାଇଁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ ତାଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ବନ୍ଧୁକଧାରୀ ସିଆରପିଏଫ ଯବାନ ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।
‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ହେଉଛି କେନ୍ଦ୍ର ସରକାର ଯୋଗାଇ ଦେଉଥିବା ସୁରକ୍ଷା ମଧ୍ୟରେ ଦ୍ବିତୀୟ ସର୍ବୋଚ୍ଚସ୍ତରର ସୁରକ୍ଷା ବ୍ୟବସ୍ଥା। ଆଜି ସକାଳୁ ସଶସ୍ତ୍ର କମାଣ୍ଡୋମାନେ ୬୪ ବ‌ର୍ଷୀୟ ମୁର୍ମୁଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି ବୋଲି ଜଣାପଡିଛି। ଯେଉଁଥିରେ ୧୦ରୁ ଅଧିକ ଏନ୍ଏସଜି ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି । ଆଜି ରାଇରଙ୍ଗପୁର ବାସଭବନରୁ ନିକଟସ୍ଥ ମନ୍ଦିର ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଦ୍ରୌପଦୀଙ୍କ ସହ ଏହି ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା । କମାଣ୍ଡୋମାନେ କର୍ଡନ୍ କରି ଦ୍ରୋପଦୀଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଯାଇଥିଲେ । ଏହି ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ ଭାବେ ତାଙ୍କ ସହ ରହିବ। ରାଇରଙ୍ଗପୁରରୁ ଭୁବନେଶ୍ୱର ଓ ପରେ ଦିଲ୍ଲୀ ଯାଏଁ କମାଣ୍ଡୋମାନେ ତାଙ୍କୁ ସୁରକ୍ଷା ଯୋଗାଇବେ ।
ଗତକାଲି ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ସକାଳୁ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର, ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ପ୍ରଥମେ ସେ ପୂର୍ଣ୍ଣନ୍ଦେଶ୍ୱର ଶିବମନ୍ଦିର ପରିସରରେ ଓଳାଇଥିଲେ । ଏହା ପରେ ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ । ଏହି ସମୟରେ ତାଙ୍କ ସହ କମାଣ୍ଡୋମାନେ ନଜର ଆସିଥିଲେ। ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ୧୦ ଜଣ କମାଣ୍ଡୋଙ୍କୁ ମିଶାଇ ମୋଟ୍ ୧୫୦ ଜଣ ସୁରକ୍ଷାକର୍ମୀ ଥାନ୍ତି । ୫ଟି ବୁଲେଟ୍ ପ୍ରୁଫ୍ କାର୍ ବି ସୁରକ୍ଷାରେ ମୁତୟନ ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରାହୁଲ ଗାନ୍ଧି, ବ୍ୟବସାୟୀ ମୁକେଶ ଅମ୍ବାନୀ ଭଳି ବ୍ୟକ୍ତି ବିଶେଷଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଉଛି।
ମଙ୍ଗଳବାର ସନ୍ଧ୍ୟାରେ ବିଜେପି ନେତୃତ୍ବାଧୀନ ‘ଡିଏନ୍‌ଏ’ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଘୋଷଣା କରିଛି। ସେହିପରି, ବିରୋଧୀ ଦଳମାନଙ୍କର ପ୍ରାର୍ଥୀ ଭାବେ ତାଙ୍କ ସହିତ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା।ସାନ୍ତାଳ ସମ୍ପ୍ରଦାୟରେ ଜନ୍ମିତା ଦ୍ରୌପଦୀ ମୁର୍ମୁ ୧୯୯୭ ମସିହାରେ ରାଇରଙ୍ଗପୁର ନଗର ପଞ୍ଚାୟତର ଜଣେ କାଉନ୍‌ସିଲ୍‌ ଭାବେ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୦୦ ମସିହରେ ସେ ଓଡ଼ିଶା ସରକାରରେ ଜଣେ ମନ୍ତ୍ରୀ ଏବଂ ୨୦୧୫ରେ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଥିଲେ। ଯଦି ନିର୍ବାଚିତ ‌ହୁଅନ୍ତି, ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ।
ଭୁବନେଶ୍ବର : ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦ ନିମନ୍ତେ ବିଜେପି ନେତୃତ୍ୱାଧୀନ ଏନ୍‍ଡ଼ିଏ ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିଛି। ମଙ୍ଗଳବାର ସନ୍ଧ୍ୟାରେ ବିଜେପି ସଂସଦୀୟ ବୋର୍ଡ଼ ବୈଠକ ପରେ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା ବିଧିବଦ୍ଧ ଭାବରେ ଦ୍ରୌପଦୀଙ୍କ ନାମ ରାଷ୍ଟ୍ରପତି ପଦ ନିମନ୍ତେ ଚୂଡ଼ାନ୍ତ ହୋଇଥିବା ସୂଚନା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଧାନସଭା କ୍ଷେତ୍ରରୁ ୨ଥର ବିଧାୟକ ଭାବେ ନିର୍ବାଚିତ ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ପରିବହନ ଏବଂ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ପଶୁ ସମ୍ପଦ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ୨୦୧୫ ମେ ୧୮ ତାରିଖରେ ଓଡ଼ିଶାର ପ୍ରଥମ ଆଦିବାସୀ ମହିଳା ଭାବରେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବରେ ନିଯୁକ୍ତି ପାଇଥିଲେ ଓ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ୨୦୨୧ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୬୪ ବର୍ଷ ବୟସ୍କା ଦ୍ରୌପଦୀଙ୍କୁ ଏନ୍‍ଡିଏ ପ୍ରାର୍ଥୀ ଭାବରେ ମନୋନୀତ କରିବା ପରେ ସେ ଦେଶର ପ୍ରଥମ ଆଦିବାସୀ, ପ୍ରଥମ ଆଦିବାସୀ ମହିଳା ଓ ପ୍ରଥମ ଓଡ଼ିଆ ଭାବରେ ରାଷ୍ଟ୍ରପତି ପଦ ମଣ୍ଡନ କରିବା ଯଥେଷ୍ଟ ସମ୍ଭାବନା ରହିଛି। ବିଜେପି ନିକଟରେ ଆବଶ୍ୟକ ସଂଖ୍ୟକ ଭୋଟ ଥିବା ଯୋଗୁଁ ଦ୍ରୌପଦୀଙ୍କ ରାଇସିନା ଯାତ୍ରା ସୁଗମ ହେବା ମନେ କରାଯାଉଛି।
ଏମିତି କଟିଥିଲା ଦ୍ରୌପଦୀଙ୍କ ପିଲାଦିନ
୧୯୫୮ ମସିହା ଜୁନ ୨୦ ତାରିଖରେ ଓଡିଶାର ମୟୂରଭଞ୍ଜ ଜିଲ୍ଲା ବୈଦପୋଷୀ ଗାଁ ରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଗୋଟିଏ ସାନ୍ତାଳ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ପିଲା ଦିନରୁ ଦେଖିଥିଲେ ଦାରିଦ୍ର୍ୟର ତାଡ଼ନା। ବେଶ୍‌ ସଂଘର୍ଷମୟ ଥିଲା ତାଙ୍କ ପିଲା ଦିନ। ଜଙ୍ଗଲ ପାହାଡ଼ ଘେରା ଅନୁନ୍ନତ ଇଲାକାରେ କଟିଥିଲା ତାଙ୍କ ପିଲା ଦିନ। ପିଲା ଦିନରୁ ଅଭାବ ଅନଟନରେ ବଢ଼ିଥିଲେ ଦ୍ରୌପଦୀ।
ଦ୍ରୌପଦୀଙ୍କ ଶିକ୍ଷା
ମୟୂରଭଞ୍ଜ ରାଜାଙ୍କ ଦରବାରରେ ରାଜ କର୍ମଚାରୀ ଥିବା ବିରଞ୍ଜି ନାରାୟଣ ଟୁଡୁଙ୍କ ଝିଅ ଦ୍ରୌପଦୀ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପାସ୍‌ କରିଥିଲେ। ଏହାପରେ କ’ଣ କରିବେ ସେନେଇ ଚିନ୍ତାରେ ବି ଥିଲେ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିବା ନ୍ୟାୟରେ ତାଙ୍କ ଦାଦା ସ୍ବର୍ଗତ କାର୍ତ୍ତିକ ଚନ୍ଦ୍ର ମାଝୀ ସେ‌ତେବେଳେ ମନ୍ତ୍ରୀ ଥିବାରୁ ସେ ତାଙ୍କ ମାର୍ଫତରେ ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଆଦିବାସୀ ଛାତ୍ରୀ ନିବାସରେ ରହି ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ । ଭୁବନେଶ୍ୱର କ୍ୟାପିଟାଲ୍‍ ବାଳିକା ହାଇସ୍କୁଲରୁ ୧୯୭୪ ମାଟ୍ରିକ୍‍ ପାସ୍‍ କରିଥିଲେ ଏବଂ ୧୯୭୫ରୁ ୧୯୭୯ ମସିହା ଯାଏଁ ସେ ରମାଦେବୀ କଲେଜରେ ଅଧ୍ୟୟନ କରିଥିଲେ।
ପାଠ ପଢ଼ିବା ଲାଗି ତାଙ୍କ ଜୀବନ ଥିଲା ସଂଘର୍ଷମୟ। ବାପା ମାସକୁ ମାତ୍ର ୧୦ ଟଙ୍କା ପଠାଉଥିଲେ। ଶସ୍ତା ଯୁଗରେ ମଧ୍ୟ ସେତିକି ନଗଣ୍ୟ ଥିଲା । ଘୋର ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିଲେ। ସାଙ୍ଗମାନେ ଡାକିଲେ ବି ସେ କଲେଜ କ୍ୟାଣ୍ଟିନ୍‌ ଆଦୌ ଯାଉ ନ ଥିଲେ । କାରଣ ସାଙ୍ଗଙ୍କଠାରୁ ଖାଇବା ସହଜ ଥିଲା। ମାତ୍ର ଖୁଆଇବା ତାଙ୍କ ପକ୍ଷେ ଅସମ୍ଭବ ଥିଲା । ୮ ବର୍ଷ ଧରି ଭୁବନେଶ୍ବରରେ ରହି ପାଠ ପଢ଼ିଥିଲେ ମଧ୍ୟ ବଜାର ବୁଲିବା, ସିନେମା ଦେଖିବା ତାଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଥିଲା । ସେ ସମୟରେ ରବି ଟକିଜ୍‌ ଗୋଟିଏ ମାତ୍ର ସିନେମା ହଲ୍‌ ରହିଥିଲା । ଯେଉଁଠାରେ ସେ କେବଳ ‘ଗପ ହେଲେ ବି ସତ’ ସିନେମା ଦେଖିଥିଲେ ।
ମାଟ୍ରିିକ ପରେ କଲେଜ ପଢାଯାଏ ଜାଣି ନଥିଲେ ଦ୍ରୌପଦୀ
ଝାଡ଼ଖଣ୍ଡ ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଥିବା ସମୟରେ ସେ ରମାଦେବୀ ମହାବିଦ୍ୟାଳୟର ସ୍ମରଣିକାରେ ନିଜ କଲେଜ ଜୀବନ ସମ୍ପର୍କରେ ‘ସ୍ମୃତିରୁ ଖିଏ’ ଶୀର୍ଷକ ଏକ ଛୋଟ ଲେଖା ଲେଖିଥିଲେ। ଏଥିରେ ସେ ମାଟ୍ରିକ୍‍ ପାସ୍‍ ପରେ ବର୍ଷେ ପାଠ ପଢ଼଼ି ପାରି ନ ଥିବା ଉଲ୍ଲେଖ କରିଥିଲେ। କଲେଜରେ ପଢ଼଼ିବା ପାଇଁ ଆବେଦନ କରିବାକୁ ପଡ଼ିଥାଏ ବୋଲି ସେ ଜାଣି ନ ଥିଲେ ବୋଲି ଖୋଦ୍‍ ଦ୍ରୌପଦୀ ଲେଖିଥିଲେ। ସେ ପୁଣି ଲେଖିଥିଲେ ଯେ- ବର୍ଷେ ପରେ ୧୯୭୫ ମସିହାରେ ମୁଁ ରମାଦେବୀ କଲେଜରେ ନାମ ଲେଖାଇଲି। ଆଉ ଆଦିବାସୀ ଛାତ୍ରୀ ନିବାସରେ ରହିଲି। ଭୁବନେଶ୍ୱରରେ ରହି ସେ ୮ ବର୍ଷ ପାଠ ପଢ଼଼ିଛି। ତେବେ ସ୍ନାତକ ପରେ ପଢ଼଼ାରେ ଡୋରି ବନ୍ଧା ହେଲା।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ଦ୍ରୌପଦୀ ମୁର୍ମୁ ହେବେ ଦେଶର ପ୍ରଥମ ନାଗରିକ। ରାଷ୍ଟ୍ରପତି ପଦ ନିମନ୍ତେ ଏନ୍‍ଡ଼ିଏ ପକ୍ଷରୁ ଦ୍ରୌପଦୀଙ୍କ ନାମ ଘୋଷଣା ପରେ ସେ ଏକଦା ଶିକ୍ଷାଲାଭ କରୁଥିବା ରମାଦେବୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟା ଆନନ୍ଦ ଖେଳିଯାଇଛି। ଶ୍ରୀମତୀ ମୁର୍ମୁ ତତ୍‍କାଳୀନ ରମାଦେବୀ କଲେଜରୁ କଳାରେ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ। ଅଧ୍ୟୟନ ସମୟରେ ଜଣେ ମେଧାବୀ ଓ ଉତ୍ତମ ସ୍ୱଭାବର ଛାତ୍ରୀଭାବେ ପରିଚିତ ଥିଲେ।ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଦେଶର ପ୍ରଥମ ନାଗରିକ ହେବାର ସୌଭାଗ୍ୟ ଅର୍ଜନ କରିବା ଆମପାଇଁ ଏକ ଗୌରବର ମୁହୂର୍ତ୍ତ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି।
ଶିକ୍ଷକତା ଜୀବନ
ରମାଦେବୀ କଲେଜରେ ପାଠପଢ଼ା ସମାପନ ପରେ ରାଇରଙ୍ଗପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶିକ୍ଷକତା କରିଥିଲେ।
ଦ୍ରୌପଦୀଙ୍କ ଜୀବନରେ ଝଡ
ଦ୍ରୌପଦୀ ମୁର୍ମୁଙ୍କ ଜୀବନରେ ଅନେକ ଘାତପ୍ରତିଘାତ ଆସିଛି । ପ୍ରଥମେ ସେ ସ୍ୱାମୀଙ୍କୁ ହରାଇଥିଲେ । ଆଉ ପରେ ଦୁଇପୁଅ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସ୍ୱାମୀ ଓ ପୁଅଙ୍କୁ ହରାଇବା ପରେ ବି ଭାଙ୍ଗିପଡିନଥିଲେ ଏହି ଦୃଢମନା ମହିଳା । ଏକାମାତ୍ର ଝିଅ ସହ ସଂଘର୍ଷ ଜରି ରଖି ଆଗକୁ ବଢିଚାଲିଥିଲେ ।
ରାଜନୈତିକ ଜୀବନ
୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ ମସିହାରେ ପ୍ରଥମ କରି ଜଣେ କାଉନସିଲର ଭାବେ ବିଜୟୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ରହିଥିଲେ । ଏଥି ସହିତ ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ ରହିଥିଲେ। ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ। ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି । ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି ।
ଝାଡଖଣ୍ଡର ରାଜ୍ୟପାଳ
୨୦୧୫ ମସିହା ମେ ୧୮ ତାରିଖରୁ ୨୦୨୧ ମସିହା ଜୁଲାଇ ୧୨ ତାରିଖ ଯାଏ ସେ ଝାଡଖଣ୍ଡ ରାଜ୍ୟପାଳ ରହିଥିଲେ । ଝାଡଖଣ୍ଡରେ ପ୍ରଥମ ଥର ପାଇଁ ପାଞ୍ଚ ବର୍ଷ ପୂରଣ କରିଥିବା ପ୍ରଥମ ରାଜ୍ୟପାଳ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ଭିତରେ ସେ କୌଣସି ପ୍ରକାର ବିବାଦରେ ରହିନଥିଲେ। ଜଣେ ମହିଳା ଭାବେ ସେ ତାଙ୍କର କାର୍ଯ୍ୟକାଳ ସମ୍ପୁର୍ଣ୍ଣ କରିଥିଲେ। ସେ ରାଜ୍ୟପାଳ ଥିବା ସମୟରେ ଗାଁ ଗାଁ ବୁଲି ଲୋକଙ୍କ ସେବା କରିଥିଲେ । ସେ ରାଜ୍ୟପାଳ ଥିବା ସମୟରେ ୩୦୦ରୁ ଅଧିକ ବାଳିକା ବିଦ୍ୟାଳୟ, ଘରୋଇ ସ୍କୁଲ ମଧ୍ୟ ବୁଲିଥିଲେ । ଶିକ୍ଷା ବ୍ୟବସ୍ଥାରେ କଣ କମି ରହିଛି ତାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ।
ରାଜ୍ୟପାଳ ଭାବେ ୨୦୨୧ରେ ତାଙ୍କ କାର୍ଯ୍ୟକାଳ ସମାପନ ପରେ ସେ ପୁଣି ଆସି ବିଜେପିରେ ଯୋଗଦେଇଥିଲେ । କାଉଁନସିଲରୁ ରାଜ୍ୟପାଳ ହୋଇଥିବା ଦୌପଦୀ ମୁର୍ମୁଙ୍କ କୌଣସି ବଡ ରାଜନୈତିକ ପଦବୀ ପାଇଁ ଅଶା କିମ୍ବା ଅଭିଳାସ ନ ଥିଲା । ଦଳ ପ୍ରତି ସବୁବେଳେ ନିଷ୍ଠାପର ରହି ଜଣେ କର୍ମୀ ଭାବେ କାର୍ଯ୍ୟ କରିବାକୁ ଲକ୍ଷ ରହିଥିଲେ । ଯଦି ତାଙ୍କ ପାଖରେ ସେପରି କିଛି ଗୁଣ ଥିବ ଦଳ ତାଙ୍କୁ ସୁଯୋଗ ଦେବ ବୋଲି ସେ କହିଥିଲେ । ଆଉ ଆଜି ତାଙ୍କୁ ମିଳିଛି ନିଷ୍ଠାର ଫଳ ।
ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ସମସ୍ତଙ୍କର ସହଯୋଗ କାମନା କଲେ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର : ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଘୋଷଣା ହୋଇଛି ପ୍ରାର୍ଥୀଙ୍କ ନାମ। ଏନଡିଏ ମେଣ୍ଟ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିଜର ନାମ ଘୋଷଣା ପରେ ଦ୍ରୌପଦୀ ମୁର୍ମୁ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଟିଭିରୁ ମୋ ନାଁ ଶୁଣି ଆଶ୍ଚର୍ୟ୍ୟ ହେଲି ଓ ଖୁସି ବି ହେଲି । ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ବିଜେପି ତାର ନୀତି ସ୍ପଷ୍ଟ କରିଛି । ରାଷ୍ଟ୍ରପତି ପଦ ବଡ଼ ଦାୟିତ୍ୱ, ସମସ୍ତଙ୍କ ସହଯୋଗ କାମନା କରିବି । ୨୦୨୧ ମସିହା ପରଠୁ ରାଜନୈତିକ କାର୍ଯ୍ୟକ୍ରମ ଠାରୁ ଦୂରରେ ଅଛି । ରାଜନୀତିଠୁ ଦୂରରେ ରହି ଦେଶ ପାଇଁ କାମ କରିବି । ରାଷ୍ଟ୍ରପତି ଏକ ସାମ୍ବିଧାନିକ ପଦ, ସାମ୍ବିଧାନିକ ନିୟମ ଅନୁସାରେ ଆନ୍ତରିକତାର ସହିତ ପାଳନ କରିବି ଓ ତାର ଗରିମା ରକ୍ଷା କରିବି ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି।
ଦ୍ରୌପଦୀ ମୁର୍ମୁ ଆହୁରି ମଧ୍ୟ କହିଛନ୍ତି ଯେ  ଦେଶ‌ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସର୍ବପ୍ରଥମେ ଏନ୍‌ଡିଏକୁ ଧନ୍ୟବାଦ ଜଣାଉଛି। ମୁଁ ଆଶା କରିବି ସମସ୍ତେ ମୋତେ ସହଯୋଗ କରିବେ । ଭାରତର ଯେତିକି ରାଜ୍ୟ ଅଛି, ମୁଁ ସବୁ ରାଜ୍ୟକୁ ଯାଇ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିବି । ଓଡ଼ିଶା ମୋ ନିଜ ରାଜ୍ୟ ଏଣୁ ଏଠି ମୋର ଅଧିକାର ଅଛି। ତେଣୁ ଆମ ରାଜ୍ୟର ମନ୍ତ୍ରୀ ଓ ବିଧାୟକମାନଙ୍କୁ ମଧ୍ୟ ମୋତେ ସମର୍ଥନ ଜଣାଇବା ପାଇଁ ନିବେଦନ କରିବି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସହଯୋଗ ଆଶା କରିବି।
ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ଗଣମାଧ୍ୟମରୁ ମୁଁ ଜାଣିବାକୁ ପାଇଲି ଯେ, ମୋତେ ଏନ୍‌ଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଏନଡିଏ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଅଥବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୋ ସହିତ କେହି କଥା ହୋଇ ନଥିଲେ। ମୁଁ ଭାବୁଛି ‘ଏନ୍‌ଡିଏ’ର ଶ୍ଲୋଗାନ୍‌ ସବ୍‌ କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ବାସ ଆଧାରରେ ପ୍ରାର୍ଥୀ ଚୟନ ହୋଇଛି। ଦଳିତ ତଥା ଆଦିବାସୀମାନଙ୍କୁ ପ୍ରେରଣା ଦେବା, ତାଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କୁ ଆଗକୁ ବଢ଼ାଇବା ପାଇଁ ଏଭଳି ନାମ ଘୋଷଣା ହୋଇଥାଇ ପାରେ ବୋଲି ସେ କହିଛନ୍ତି।
ଦେଶରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିବେ ଦ୍ରୌପଦୀ ମୁର୍ମୁ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଓଡ଼ିଶାର ଦ୍ରୌପଦୀ ମୁର୍ମୁ ହୋଇଛନ୍ତି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ। ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳାରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ପ୍ରକୃତରେ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ସନ୍ଧ୍ୟାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସାମ୍ୱାଦିକ ସମ୍ମିଳନୀ କରି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ବିଜେପିର ସଂସଦୀୟ ବୈଠକରେ ସର୍ବସମ୍ମତିରେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଫାଇନାଲ କରାଯାଇଥିଲା।
I am sure Smt Murmu will set a shining example for women empowerment in the country.
— Naveen Patnaik (@Naveen_Odisha) June 21, 2022
ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଣେ ଓଡ଼ିଆଙ୍କୁ ଘୋଷଣା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଟ୍ବିଟ କରି କହିଛନ୍ତି ‘ ଏନଡିଏର ରାଷ୍ଟ୍ରପତି ହୋଇଥିବାରୁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ୍‌ ସେ ଏ ବାବଦର ମୋ ସହ ଆଲୋଚନା କରିଥିଲେ। ସେତେବେଳେ ମଧ୍ୟ ମୁଁ ଆନନ୍ଦିତ ହୋଇଥିଲି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବ ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । ଦେଶରେ ମହିଳା ସଶକ୍ତିକରଣ ପାଇଁ ଶ୍ରୀମତୀ ମୁର୍ମୁ ଉଜ୍ଜ୍ୱଳ ଉଦାହରଣ ହେବେ ବୋଲି ମୋର ଆଶା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ଓଡ଼ିଶାର ଦ୍ରୌପଦୀ ମୁର୍ମୁ ହେଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ। ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳାରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ବିରୋଧୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆଜି ଘୋଷଣା କରିବା ପରେ ସନ୍ଧ୍ୟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନିଜର ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସ୍ବାଗତ କରିଛନ୍ତି।
Millions of people, especially those who have experienced poverty and faced hardships, derive great strength from the life of Smt. Droupadi Murmu Ji. Her understanding of policy matters and compassionate nature will greatly benefit our country.
— Narendra Modi (@narendramodi) June 21, 2022
ପ୍ରଧାନମନ୍ତ୍ରୀ ମୋଦୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଟ୍ୱିଟ୍ କରି କହିଛନ୍ତି, “ସମାଜସେବା ବିଶେଷକରି ଗରିବ, ଦୁର୍ବଳ ବର୍ଗର ସେବା ଓ ସେମାନଙ୍କ ସଶକ୍ତିକରଣ ଦିଗରେ ଦ୍ରୌପଦୀ ମୁର୍ମୁ ନିଜର ସାରା ଜୀବନ ଉତ୍ସର୍ଗ କରିଛନ୍ତି । ତାଙ୍କର ଉତ୍ତମ ପ୍ରଶାସନିକ ଅଭିଜ୍ଞତା ରହିଛି ଓ ରାଜ୍ୟପାଳଭାବେ ତାଙ୍କର କାର୍ଯ୍ୟକାଳ ବେଶ ଉଲ୍ଲେଖନୀୟ ଥିଲା । ସେ ଆମ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ ବୋଲି ମୋର ଦୃଢ ବିଶ୍ବାସ।’’
Smt. Droupadi Murmu Ji has devoted her life to serving society and empowering the poor, downtrodden as well as the marginalised. She has rich administrative experience and had an outstanding gubernatorial tenure. I am confident she will be a great President of our nation.
— Narendra Modi (@narendramodi) June 21, 2022
“ କୋଟି କୋଟି ଲୋକ ଯେଉଁମାନେ ଦାରିଦ୍ର୍ୟ ମଧ୍ୟରେ ବଢିଛନ୍ତି ଓ କଠିନ ପରିସ୍ଥିତିର ସାମନା କରିଛନ୍ତି, ସେମାନେ ଦ୍ରୌପଦୀ ମୁର୍ମୁଙ୍କ ଜୀବନ କାହାଣୀରୁ ପ୍ରେରଣା ଓ ଶକ୍ତି ପାଆନ୍ତି । ଶାସନ ସମ୍ପର୍କରେ ତାଙ୍କର ଅଭିଜ୍ଞତା ଆମ ଦେଶ ପାଇଁ ବେଶ ଲାଭକାରୀ ହେବ ।“
ସୂଚନାଯୋଗ୍ୟ ଯେ, ଆଜି ମୁର୍ମୁଙ୍କୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ଜେ.ପି.ନଡ୍ଡା ଘୋଷଣା କରିଛନ୍ତି ।
ଭୁବନେଶ୍ବର : ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତୃତ୍ୱାଧିନ ଏନଡିଏ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶା ବିଜେପିର ଆଦିବାସୀ ଚେହେରା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ।
ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ପ୍ରାୟତଃ ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ୬୪ ବର୍ଷୀୟ ଶ୍ରୀମତୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଯଦି ମୁର୍ମୁ ଜିତନ୍ତି, ତା’ହେଲେ ସେ ପ୍ରଥମ ଓଡ଼ିଆ ଭାବେ ରାଷ୍ଟ୍ରପତି ହେବେ। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ସୃଷ୍ଟି କରିବେ। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ।
ବିଜେପି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରଥମ ପ୍ରତିକ୍ରିୟା ରଖି ଦ୍ରୌପଦୀ ମୁର୍ମୁ କହିଛନ୍ତି ଟିଭିରୁ ମୋ ନାଁ ଶୁଣି ଆଶ୍ଚର୍ଯ୍ୟ ହେଲି ଓ ଖୁସି ବି ହେଲି।ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ବିଜେପି ତାର ନୀତି ସ୍ପଷ୍ଟ କରିଛି। ବିଜୟ ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି। ତେବେ ଦେଶର ସର୍ବୋଚ୍ଚ ନାଗରିକ ହେବାକୁ ଯାଉଥିବା ୨୦ ଜୁନ ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ।ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ  ଜଳସେଚନ ବିଭାଗରେ କନିଷ୍ଠ ସହାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାପରେ ସେ ରାଜନୀତିକୁ ଆସିଥିଲେ।
ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଯାତ୍ରା
୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ ମସିହାରେ ପ୍ରଥମ କରି ଜଣେ କାଉନସିଲର ଭାବେ ବିଜୟୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ରହିଥିଲେ । ଏଥି ସହିତ ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ ରହିଥିଲେ। ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ। ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି । ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି ।୨୦୧୫ ମସିହାରେ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ଭିତରେ ସେ କୌଣସି ପ୍ରକାର ବିବାଦରେ ରହିନଥିଲେ। ଜଣେ ମହିଳା ଭାବେ ସେ ତାଙ୍କର କାର୍ଯ୍ୟକାଳ ସମ୍ବୁର୍ଣ୍ଣ କରିଥିଲେ। ତେଣୁ ଏନଡିଏ ଏବେ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ।