NDA presidential candidate - The Sakala
ବଢିଲା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା : ‘ଜେଡ୍‌ ପ୍ଲସ୍‌’ ସିକ୍ୟୁରିଟି ଯୋଗାଇଲେ କେନ୍ଦ୍ର ସରକାର
ଭୁବନେଶ୍ବର: ‘ଏନ୍‌ଡିଏ’ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି କେନ୍ଦ୍ର ସରକାର ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ଏଣିକି ୨୪ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବେ ସିଆରପିଏଫ ଯବାନ । ଆଜି ସକାଳୁ ସକାଳୁ ଯେତେବେଳେ ମନ୍ଦିର ଯିବା ପାଇଁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ ତାଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ବନ୍ଧୁକଧାରୀ ସିଆରପିଏଫ ଯବାନ ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।
‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ହେଉଛି କେନ୍ଦ୍ର ସରକାର ଯୋଗାଇ ଦେଉଥିବା ସୁରକ୍ଷା ମଧ୍ୟରେ ଦ୍ବିତୀୟ ସର୍ବୋଚ୍ଚସ୍ତରର ସୁରକ୍ଷା ବ୍ୟବସ୍ଥା। ଆଜି ସକାଳୁ ସଶସ୍ତ୍ର କମାଣ୍ଡୋମାନେ ୬୪ ବ‌ର୍ଷୀୟ ମୁର୍ମୁଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି ବୋଲି ଜଣାପଡିଛି। ଯେଉଁଥିରେ ୧୦ରୁ ଅଧିକ ଏନ୍ଏସଜି ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି । ଆଜି ରାଇରଙ୍ଗପୁର ବାସଭବନରୁ ନିକଟସ୍ଥ ମନ୍ଦିର ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଦ୍ରୌପଦୀଙ୍କ ସହ ଏହି ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା । କମାଣ୍ଡୋମାନେ କର୍ଡନ୍ କରି ଦ୍ରୋପଦୀଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଯାଇଥିଲେ । ଏହି ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ ଭାବେ ତାଙ୍କ ସହ ରହିବ। ରାଇରଙ୍ଗପୁରରୁ ଭୁବନେଶ୍ୱର ଓ ପରେ ଦିଲ୍ଲୀ ଯାଏଁ କମାଣ୍ଡୋମାନେ ତାଙ୍କୁ ସୁରକ୍ଷା ଯୋଗାଇବେ ।
ଗତକାଲି ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ସକାଳୁ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର, ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ପ୍ରଥମେ ସେ ପୂର୍ଣ୍ଣନ୍ଦେଶ୍ୱର ଶିବମନ୍ଦିର ପରିସରରେ ଓଳାଇଥିଲେ । ଏହା ପରେ ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ । ଏହି ସମୟରେ ତାଙ୍କ ସହ କମାଣ୍ଡୋମାନେ ନଜର ଆସିଥିଲେ। ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ୧୦ ଜଣ କମାଣ୍ଡୋଙ୍କୁ ମିଶାଇ ମୋଟ୍ ୧୫୦ ଜଣ ସୁରକ୍ଷାକର୍ମୀ ଥାନ୍ତି । ୫ଟି ବୁଲେଟ୍ ପ୍ରୁଫ୍ କାର୍ ବି ସୁରକ୍ଷାରେ ମୁତୟନ ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରାହୁଲ ଗାନ୍ଧି, ବ୍ୟବସାୟୀ ମୁକେଶ ଅମ୍ବାନୀ ଭଳି ବ୍ୟକ୍ତି ବିଶେଷଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଉଛି।
ମଙ୍ଗଳବାର ସନ୍ଧ୍ୟାରେ ବିଜେପି ନେତୃତ୍ବାଧୀନ ‘ଡିଏନ୍‌ଏ’ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଘୋଷଣା କରିଛି। ସେହିପରି, ବିରୋଧୀ ଦଳମାନଙ୍କର ପ୍ରାର୍ଥୀ ଭାବେ ତାଙ୍କ ସହିତ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା।ସାନ୍ତାଳ ସମ୍ପ୍ରଦାୟରେ ଜନ୍ମିତା ଦ୍ରୌପଦୀ ମୁର୍ମୁ ୧୯୯୭ ମସିହାରେ ରାଇରଙ୍ଗପୁର ନଗର ପଞ୍ଚାୟତର ଜଣେ କାଉନ୍‌ସିଲ୍‌ ଭାବେ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୦୦ ମସିହରେ ସେ ଓଡ଼ିଶା ସରକାରରେ ଜଣେ ମନ୍ତ୍ରୀ ଏବଂ ୨୦୧୫ରେ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଥିଲେ। ଯଦି ନିର୍ବାଚିତ ‌ହୁଅନ୍ତି, ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ।
ଭୁବନେଶ୍ବର : ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦ ନିମନ୍ତେ ବିଜେପି ନେତୃତ୍ୱାଧୀନ ଏନ୍‍ଡ଼ିଏ ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିଛି। ମଙ୍ଗଳବାର ସନ୍ଧ୍ୟାରେ ବିଜେପି ସଂସଦୀୟ ବୋର୍ଡ଼ ବୈଠକ ପରେ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା ବିଧିବଦ୍ଧ ଭାବରେ ଦ୍ରୌପଦୀଙ୍କ ନାମ ରାଷ୍ଟ୍ରପତି ପଦ ନିମନ୍ତେ ଚୂଡ଼ାନ୍ତ ହୋଇଥିବା ସୂଚନା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଧାନସଭା କ୍ଷେତ୍ରରୁ ୨ଥର ବିଧାୟକ ଭାବେ ନିର୍ବାଚିତ ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ପରିବହନ ଏବଂ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ପଶୁ ସମ୍ପଦ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ୨୦୧୫ ମେ ୧୮ ତାରିଖରେ ଓଡ଼ିଶାର ପ୍ରଥମ ଆଦିବାସୀ ମହିଳା ଭାବରେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବରେ ନିଯୁକ୍ତି ପାଇଥିଲେ ଓ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ୨୦୨୧ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୬୪ ବର୍ଷ ବୟସ୍କା ଦ୍ରୌପଦୀଙ୍କୁ ଏନ୍‍ଡିଏ ପ୍ରାର୍ଥୀ ଭାବରେ ମନୋନୀତ କରିବା ପରେ ସେ ଦେଶର ପ୍ରଥମ ଆଦିବାସୀ, ପ୍ରଥମ ଆଦିବାସୀ ମହିଳା ଓ ପ୍ରଥମ ଓଡ଼ିଆ ଭାବରେ ରାଷ୍ଟ୍ରପତି ପଦ ମଣ୍ଡନ କରିବା ଯଥେଷ୍ଟ ସମ୍ଭାବନା ରହିଛି। ବିଜେପି ନିକଟରେ ଆବଶ୍ୟକ ସଂଖ୍ୟକ ଭୋଟ ଥିବା ଯୋଗୁଁ ଦ୍ରୌପଦୀଙ୍କ ରାଇସିନା ଯାତ୍ରା ସୁଗମ ହେବା ମନେ କରାଯାଉଛି।
ଏମିତି କଟିଥିଲା ଦ୍ରୌପଦୀଙ୍କ ପିଲାଦିନ
୧୯୫୮ ମସିହା ଜୁନ ୨୦ ତାରିଖରେ ଓଡିଶାର ମୟୂରଭଞ୍ଜ ଜିଲ୍ଲା ବୈଦପୋଷୀ ଗାଁ ରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଗୋଟିଏ ସାନ୍ତାଳ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ପିଲା ଦିନରୁ ଦେଖିଥିଲେ ଦାରିଦ୍ର୍ୟର ତାଡ଼ନା। ବେଶ୍‌ ସଂଘର୍ଷମୟ ଥିଲା ତାଙ୍କ ପିଲା ଦିନ। ଜଙ୍ଗଲ ପାହାଡ଼ ଘେରା ଅନୁନ୍ନତ ଇଲାକାରେ କଟିଥିଲା ତାଙ୍କ ପିଲା ଦିନ। ପିଲା ଦିନରୁ ଅଭାବ ଅନଟନରେ ବଢ଼ିଥିଲେ ଦ୍ରୌପଦୀ।
ଦ୍ରୌପଦୀଙ୍କ ଶିକ୍ଷା
ମୟୂରଭଞ୍ଜ ରାଜାଙ୍କ ଦରବାରରେ ରାଜ କର୍ମଚାରୀ ଥିବା ବିରଞ୍ଜି ନାରାୟଣ ଟୁଡୁଙ୍କ ଝିଅ ଦ୍ରୌପଦୀ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପାସ୍‌ କରିଥିଲେ। ଏହାପରେ କ’ଣ କରିବେ ସେନେଇ ଚିନ୍ତାରେ ବି ଥିଲେ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିବା ନ୍ୟାୟରେ ତାଙ୍କ ଦାଦା ସ୍ବର୍ଗତ କାର୍ତ୍ତିକ ଚନ୍ଦ୍ର ମାଝୀ ସେ‌ତେବେଳେ ମନ୍ତ୍ରୀ ଥିବାରୁ ସେ ତାଙ୍କ ମାର୍ଫତରେ ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଆଦିବାସୀ ଛାତ୍ରୀ ନିବାସରେ ରହି ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ । ଭୁବନେଶ୍ୱର କ୍ୟାପିଟାଲ୍‍ ବାଳିକା ହାଇସ୍କୁଲରୁ ୧୯୭୪ ମାଟ୍ରିକ୍‍ ପାସ୍‍ କରିଥିଲେ ଏବଂ ୧୯୭୫ରୁ ୧୯୭୯ ମସିହା ଯାଏଁ ସେ ରମାଦେବୀ କଲେଜରେ ଅଧ୍ୟୟନ କରିଥିଲେ।
ପାଠ ପଢ଼ିବା ଲାଗି ତାଙ୍କ ଜୀବନ ଥିଲା ସଂଘର୍ଷମୟ। ବାପା ମାସକୁ ମାତ୍ର ୧୦ ଟଙ୍କା ପଠାଉଥିଲେ। ଶସ୍ତା ଯୁଗରେ ମଧ୍ୟ ସେତିକି ନଗଣ୍ୟ ଥିଲା । ଘୋର ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିଲେ। ସାଙ୍ଗମାନେ ଡାକିଲେ ବି ସେ କଲେଜ କ୍ୟାଣ୍ଟିନ୍‌ ଆଦୌ ଯାଉ ନ ଥିଲେ । କାରଣ ସାଙ୍ଗଙ୍କଠାରୁ ଖାଇବା ସହଜ ଥିଲା। ମାତ୍ର ଖୁଆଇବା ତାଙ୍କ ପକ୍ଷେ ଅସମ୍ଭବ ଥିଲା । ୮ ବର୍ଷ ଧରି ଭୁବନେଶ୍ବରରେ ରହି ପାଠ ପଢ଼ିଥିଲେ ମଧ୍ୟ ବଜାର ବୁଲିବା, ସିନେମା ଦେଖିବା ତାଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଥିଲା । ସେ ସମୟରେ ରବି ଟକିଜ୍‌ ଗୋଟିଏ ମାତ୍ର ସିନେମା ହଲ୍‌ ରହିଥିଲା । ଯେଉଁଠାରେ ସେ କେବଳ ‘ଗପ ହେଲେ ବି ସତ’ ସିନେମା ଦେଖିଥିଲେ ।
ମାଟ୍ରିିକ ପରେ କଲେଜ ପଢାଯାଏ ଜାଣି ନଥିଲେ ଦ୍ରୌପଦୀ
ଝାଡ଼ଖଣ୍ଡ ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଥିବା ସମୟରେ ସେ ରମାଦେବୀ ମହାବିଦ୍ୟାଳୟର ସ୍ମରଣିକାରେ ନିଜ କଲେଜ ଜୀବନ ସମ୍ପର୍କରେ ‘ସ୍ମୃତିରୁ ଖିଏ’ ଶୀର୍ଷକ ଏକ ଛୋଟ ଲେଖା ଲେଖିଥିଲେ। ଏଥିରେ ସେ ମାଟ୍ରିକ୍‍ ପାସ୍‍ ପରେ ବର୍ଷେ ପାଠ ପଢ଼଼ି ପାରି ନ ଥିବା ଉଲ୍ଲେଖ କରିଥିଲେ। କଲେଜରେ ପଢ଼଼ିବା ପାଇଁ ଆବେଦନ କରିବାକୁ ପଡ଼ିଥାଏ ବୋଲି ସେ ଜାଣି ନ ଥିଲେ ବୋଲି ଖୋଦ୍‍ ଦ୍ରୌପଦୀ ଲେଖିଥିଲେ। ସେ ପୁଣି ଲେଖିଥିଲେ ଯେ- ବର୍ଷେ ପରେ ୧୯୭୫ ମସିହାରେ ମୁଁ ରମାଦେବୀ କଲେଜରେ ନାମ ଲେଖାଇଲି। ଆଉ ଆଦିବାସୀ ଛାତ୍ରୀ ନିବାସରେ ରହିଲି। ଭୁବନେଶ୍ୱରରେ ରହି ସେ ୮ ବର୍ଷ ପାଠ ପଢ଼଼ିଛି। ତେବେ ସ୍ନାତକ ପରେ ପଢ଼଼ାରେ ଡୋରି ବନ୍ଧା ହେଲା।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ଦ୍ରୌପଦୀ ମୁର୍ମୁ ହେବେ ଦେଶର ପ୍ରଥମ ନାଗରିକ। ରାଷ୍ଟ୍ରପତି ପଦ ନିମନ୍ତେ ଏନ୍‍ଡ଼ିଏ ପକ୍ଷରୁ ଦ୍ରୌପଦୀଙ୍କ ନାମ ଘୋଷଣା ପରେ ସେ ଏକଦା ଶିକ୍ଷାଲାଭ କରୁଥିବା ରମାଦେବୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟା ଆନନ୍ଦ ଖେଳିଯାଇଛି। ଶ୍ରୀମତୀ ମୁର୍ମୁ ତତ୍‍କାଳୀନ ରମାଦେବୀ କଲେଜରୁ କଳାରେ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ। ଅଧ୍ୟୟନ ସମୟରେ ଜଣେ ମେଧାବୀ ଓ ଉତ୍ତମ ସ୍ୱଭାବର ଛାତ୍ରୀଭାବେ ପରିଚିତ ଥିଲେ।ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଦେଶର ପ୍ରଥମ ନାଗରିକ ହେବାର ସୌଭାଗ୍ୟ ଅର୍ଜନ କରିବା ଆମପାଇଁ ଏକ ଗୌରବର ମୁହୂର୍ତ୍ତ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି।
ଶିକ୍ଷକତା ଜୀବନ
ରମାଦେବୀ କଲେଜରେ ପାଠପଢ଼ା ସମାପନ ପରେ ରାଇରଙ୍ଗପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶିକ୍ଷକତା କରିଥିଲେ।
ଦ୍ରୌପଦୀଙ୍କ ଜୀବନରେ ଝଡ
ଦ୍ରୌପଦୀ ମୁର୍ମୁଙ୍କ ଜୀବନରେ ଅନେକ ଘାତପ୍ରତିଘାତ ଆସିଛି । ପ୍ରଥମେ ସେ ସ୍ୱାମୀଙ୍କୁ ହରାଇଥିଲେ । ଆଉ ପରେ ଦୁଇପୁଅ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସ୍ୱାମୀ ଓ ପୁଅଙ୍କୁ ହରାଇବା ପରେ ବି ଭାଙ୍ଗିପଡିନଥିଲେ ଏହି ଦୃଢମନା ମହିଳା । ଏକାମାତ୍ର ଝିଅ ସହ ସଂଘର୍ଷ ଜରି ରଖି ଆଗକୁ ବଢିଚାଲିଥିଲେ ।
ରାଜନୈତିକ ଜୀବନ
୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ ମସିହାରେ ପ୍ରଥମ କରି ଜଣେ କାଉନସିଲର ଭାବେ ବିଜୟୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ରହିଥିଲେ । ଏଥି ସହିତ ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ ରହିଥିଲେ। ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ। ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି । ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି ।
ଝାଡଖଣ୍ଡର ରାଜ୍ୟପାଳ
୨୦୧୫ ମସିହା ମେ ୧୮ ତାରିଖରୁ ୨୦୨୧ ମସିହା ଜୁଲାଇ ୧୨ ତାରିଖ ଯାଏ ସେ ଝାଡଖଣ୍ଡ ରାଜ୍ୟପାଳ ରହିଥିଲେ । ଝାଡଖଣ୍ଡରେ ପ୍ରଥମ ଥର ପାଇଁ ପାଞ୍ଚ ବର୍ଷ ପୂରଣ କରିଥିବା ପ୍ରଥମ ରାଜ୍ୟପାଳ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ଭିତରେ ସେ କୌଣସି ପ୍ରକାର ବିବାଦରେ ରହିନଥିଲେ। ଜଣେ ମହିଳା ଭାବେ ସେ ତାଙ୍କର କାର୍ଯ୍ୟକାଳ ସମ୍ପୁର୍ଣ୍ଣ କରିଥିଲେ। ସେ ରାଜ୍ୟପାଳ ଥିବା ସମୟରେ ଗାଁ ଗାଁ ବୁଲି ଲୋକଙ୍କ ସେବା କରିଥିଲେ । ସେ ରାଜ୍ୟପାଳ ଥିବା ସମୟରେ ୩୦୦ରୁ ଅଧିକ ବାଳିକା ବିଦ୍ୟାଳୟ, ଘରୋଇ ସ୍କୁଲ ମଧ୍ୟ ବୁଲିଥିଲେ । ଶିକ୍ଷା ବ୍ୟବସ୍ଥାରେ କଣ କମି ରହିଛି ତାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ।
ରାଜ୍ୟପାଳ ଭାବେ ୨୦୨୧ରେ ତାଙ୍କ କାର୍ଯ୍ୟକାଳ ସମାପନ ପରେ ସେ ପୁଣି ଆସି ବିଜେପିରେ ଯୋଗଦେଇଥିଲେ । କାଉଁନସିଲରୁ ରାଜ୍ୟପାଳ ହୋଇଥିବା ଦୌପଦୀ ମୁର୍ମୁଙ୍କ କୌଣସି ବଡ ରାଜନୈତିକ ପଦବୀ ପାଇଁ ଅଶା କିମ୍ବା ଅଭିଳାସ ନ ଥିଲା । ଦଳ ପ୍ରତି ସବୁବେଳେ ନିଷ୍ଠାପର ରହି ଜଣେ କର୍ମୀ ଭାବେ କାର୍ଯ୍ୟ କରିବାକୁ ଲକ୍ଷ ରହିଥିଲେ । ଯଦି ତାଙ୍କ ପାଖରେ ସେପରି କିଛି ଗୁଣ ଥିବ ଦଳ ତାଙ୍କୁ ସୁଯୋଗ ଦେବ ବୋଲି ସେ କହିଥିଲେ । ଆଉ ଆଜି ତାଙ୍କୁ ମିଳିଛି ନିଷ୍ଠାର ଫଳ ।
ଭୁବନେଶ୍ବର : ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତୃତ୍ୱାଧିନ ଏନଡିଏ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶା ବିଜେପିର ଆଦିବାସୀ ଚେହେରା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ।
ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ପ୍ରାୟତଃ ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ୬୪ ବର୍ଷୀୟ ଶ୍ରୀମତୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଯଦି ମୁର୍ମୁ ଜିତନ୍ତି, ତା’ହେଲେ ସେ ପ୍ରଥମ ଓଡ଼ିଆ ଭାବେ ରାଷ୍ଟ୍ରପତି ହେବେ। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ସୃଷ୍ଟି କରିବେ। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ।
ବିଜେପି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରଥମ ପ୍ରତିକ୍ରିୟା ରଖି ଦ୍ରୌପଦୀ ମୁର୍ମୁ କହିଛନ୍ତି ଟିଭିରୁ ମୋ ନାଁ ଶୁଣି ଆଶ୍ଚର୍ଯ୍ୟ ହେଲି ଓ ଖୁସି ବି ହେଲି।ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ବିଜେପି ତାର ନୀତି ସ୍ପଷ୍ଟ କରିଛି। ବିଜୟ ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି। ତେବେ ଦେଶର ସର୍ବୋଚ୍ଚ ନାଗରିକ ହେବାକୁ ଯାଉଥିବା ୨୦ ଜୁନ ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ।ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ  ଜଳସେଚନ ବିଭାଗରେ କନିଷ୍ଠ ସହାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାପରେ ସେ ରାଜନୀତିକୁ ଆସିଥିଲେ।
ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଯାତ୍ରା
୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ ମସିହାରେ ପ୍ରଥମ କରି ଜଣେ କାଉନସିଲର ଭାବେ ବିଜୟୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ରହିଥିଲେ । ଏଥି ସହିତ ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ ରହିଥିଲେ। ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ। ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି । ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି ।୨୦୧୫ ମସିହାରେ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ଭିତରେ ସେ କୌଣସି ପ୍ରକାର ବିବାଦରେ ରହିନଥିଲେ। ଜଣେ ମହିଳା ଭାବେ ସେ ତାଙ୍କର କାର୍ଯ୍ୟକାଳ ସମ୍ବୁର୍ଣ୍ଣ କରିଥିଲେ। ତେଣୁ ଏନଡିଏ ଏବେ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ।
ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ : ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଏନେଇ ପ୍ରେସମିଟ୍ କରି ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା।ବିଜେପି ସଂସଦୀୟ ବୈଠକରେ ଦ୍ରୌପଦୀଙ୍କ ନାଁକୁ ନେଇ ଚର୍ଚ୍ଚା ପରେ ମୋହର ଲାଗିଛି । ଓଡିଶାର ଆଦିବାସୀ ନେତ୍ରୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ଓଡିଶାର ମୟୁରଭଞ୍ଜ ଜିଲ୍ଲାରେ ଦ୍ରୌପଦୀଙ୍କ ଘର । ଝାଡଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଥିଲେ।
ଆଜି ବିରୋଧୀ ଦଳ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଆଜି ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ବୈଠକ ବସିଥିଲା । ପାର୍ଟି ମୁଖ୍ୟାଳୟରେ ସଂସଦୀୟ ବୋର୍ଡର ସଦସ୍ୟମାନେ ବିଭିନ୍ନ ନାମକୁ ନେଇ ଚର୍ଚ୍ଚା କରିଥିଲେ । ନଡ୍ଡାଙ୍କ କହିବା ମୁତାବକ ପ୍ରାୟ ୨୦ଟି ନାମକୁ ନେଇ ଚର୍ଚ୍ଚା ଆଲୋଚନା ହୋଇଥିଲା । ଆଉ ଶେଷରେ ସଂସଦୀୟ ବୋର୍ଡ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମୋହର ମାରିଥିଲା । ତେବେ ଦ୍ରୌପଦୀ ମୁର୍ମୁଙ୍କର  ସିଧାସଳଖ ଲଢ଼େଇ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ ହେବ।
ତେବେ ରାଷ୍ଟ୍ରପତି ନିର୍ବାଚନ ବିଜୟ ପାଇଁ ବିଜେପି ପାଖରେ ପ୍ରାୟତଃ ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ଶ୍ରୀମତୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଯଦି ମୁର୍ମୁ ଜିତନ୍ତି, ତା’ହେଲେ ପ୍ରଥମ ଓଡ଼ିଆ ଭାବେ ସେ ରାଷ୍ଟ୍ରପତି ହେବେ। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ। ଶ୍ରୀମତି ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପୂର୍ବରୁ ପ୍ରଥମ ଆଦିବାସୀ ମହିଳା ଭାବେ ଝାରଖଣ୍ଡର ରାଜ୍ୟପାଳ ହୋଇଥିଲେ। ୨୦୧୫ରୁ ୨୦୨୧ ଯାଏ ସେ ରାଜ୍ୟପାଳ ଭାବେ କାମ କରିଥିଲେ। ବିଜେଡି-ବିଜେପି ମେଣ୍ଟ ସରକାର ବେଳେ ସେ ଓଡ଼ିଶାରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
ସୂଚନାଯୋଗ୍ୟ ଓଡିଶାର ମୟୁରଭଞ୍ଜ ଜିଲ୍ଲାରେ ଦ୍ରୌପଦୀଙ୍କ ଘର । ଦ୍ରୌପଦୀ  ୨୦ ଜୁନ ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ। ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ  ଜଳସେଚନ ବିଭାଗରେ କନିଷ୍ଠ ସହାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ରେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।
ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ୟ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ୟ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି । ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି ।୨୦୧୫ ମସିହାରେ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ।