Draupadi Murmu - The Sakala
ଆଜି ପହଞ୍ଚିବେ ରାଷ୍ଟ୍ରପତି, ଜନ୍ମ ମାଟିକୁ ଦୁଇ ଦିନିଆ ଗସ୍ତକୁ ନେଇ ପ୍ରସ୍ତୁତି ଚୂଡାନ୍ତ
ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଅଳଙ୍କୃତ କରିବାର ଦୀର୍ଘ ୧୮ମାସ ପରେ ଦ୍ୱିତୀୟ ଥର ପାଇଁ ଆଜି ନିଜ ଜିଲ୍ଲା ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ସେଥିପାଇଁ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି। ବାରିପଦା ସମେତ କୁଳିଅଣା, ରାଇରଙ୍ଗପୁର, ପାହାଡ଼ପୁର ଓ ବାଦାମପାହାଡ଼ ଆଦି ସ୍ଥାନରେ ଚାଲିଛି ଜୋରଦାର ପ୍ରସ୍ତୁତି। ସମୟ ଯେତେ ପାଖେଇ ପାଖେଇ ଆସୁଛି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ୨୦୨୨ ଜୁନ ୨୨ତାରିଖରେ ନୂଆ ଦିଲ୍ଲୀ ଯାଇଥିଲେ। ତେବେ ଦ୍ରୌପଦୀ ମୁର୍ମୁ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିବା ପରେ ପ୍ରଥମ ଥର ମେ ୪, ୫ ଓ ୬ତାରିଖରେ ଗସ୍ତରେ ଆସିଥିଲେ। ଏଥିପରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ପାଇଁ ଦ୍ୱିତୀୟ ଥର ମୟୂରଭଞ୍ଜକୁ ଆସୁଛନ୍ତି। ଏହି ଗସ୍ତ ଅବସରରେ ସବୁଠି ଚଳଚଞ୍ଚଳତା।
ଗସ୍ତସୂଚୀ
ନଭେମ୍ବର ୨୦ତାରିଖରେ ଦିଲ୍ଲୀ ସ୍ଥିତ ପାଲାମ ଏୟାରପୋର୍ଟରୁ ଉଡାଜାହାଜ ଯୋଗେ ପଶ୍ଚିମବଙ୍ଗର ରାଜ୍ୟର କୋଲଇକୁଣ୍ଡା ବାୟୁସେନାର ଏୟାରବେଶରେ ଆସି ପହଁଚିବେ। ଏଥିପରେ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ବାରିପଦାର ରିଜର୍ଭ ପୁଲିସ ପଡିଆର ଅସ୍ଥାୟୀ ହେଲିପ୍ୟାଡରେ ୧୦:୫୫ରେ ପହଞ୍ଚିବେ। ସେଠାରୁ ବାହାରି ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ୩୬ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମରେ ୧୧ଟା ୨୫ରେ ଯୋଗ ଦେବେ। ସେଠାରୁ ବାହାରି ସଡକପଥରେ କୁଳିଅଣା ବ୍ଲକର ପାଣିଜିଆ ଠାରେ ହୋଇଥିବା ନୂତନ ଏକଲବ୍ୟ ଆବାସିକ ବିଦ୍ୟାଳୟର ୨ଟା ୩୫ମିନିଟରେ ଉଦଘାଟନ କରିବେ। ଏଥିପରେ ସେଠାରୁ ବାହାରି ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି ସାମାନ୍ୟ ବିଶ୍ରାମ ପରେ ଅପରାହ୍ନରେ ହେଲିକେପ୍ଟର ଯୋଗେ ରାଇରଙ୍ଗପୁର ଗସ୍ତ କରି ୪ଟା ୫୫ମିନିଟରେ ପହଞ୍ଚିବେ। ଏଥିପରେ ରାଇରଙ୍ଗପୁର ଡାକବଙ୍ଗଳା ଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରି ରହଣି କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୧ରେ ରାଇରଙ୍ଗପୁର ବାସଭବନରୁ ବାହାରି ନିଜ ଶାଶୁଘର ଗ୍ରାମ ପାହାଡପୁରରେ ୮:୧୫ରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବେ। ଏଥିପରେ ଏସଏଲଏସ ସ୍କୁଲ ପରିଦର୍ଶନ ସହ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିବେ। ଏଥିପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ସମୟ ଅତିବାହିତ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ।
ସେଠାରୁ ବାହାରି ନାବାର୍ଡ ଏଲ୍ ଆଣ୍ଡ ଟି କମ୍ପାନି ପକ୍ଷରୁ ପ୍ରସ୍ତୁତ କୌଶଳ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଶୁଭ ଉଦଘାଟନ କରିବେ। ସେଠାରୁ ବାହାରି ୯:୩୫ରେ ବାଦାମପାହାଡ ରେଳ ଷ୍ଟେସନରେ ପହଞ୍ଚି ନୂତନ ଭାବେ ଟାଟାନଗର- ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡ- ରାଉରକେଲା ଏକ୍ସପ୍ରେସ ଓ ସାଲିମାର- ବାଦାମପାହାଡ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ଏହା ସହିତ ବାଦାମପାହାଡ ଅମୄତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ। ପରେ ରାଇରଙ୍ଗପୁର ଡାକ ଡିଭିଜନର ଉଦଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ବାଦାମପାହାଡରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ଟ୍ରେନ ଯୋଗେ ଯାତ୍ରା କରି ପହଞ୍ଚି ଦାଣ୍ଡବୋଷ ହେଲିପ୍ୟାଡରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ।
ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର
ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ଜିଲ୍ଲାପାଳ ବିନିତ ଭରଦ୍ବାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ ହେଉଛି। ୩ଅତିରିକ୍ତ ଜିଲ୍ଲାପାଳ, ୪ଉପଜିଲ୍ଲାପାଳ ସମେତ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ ମାନେ ନିଜେ କାର୍ଯ୍ୟ ତଦାରଖ କରୁଛନ୍ତି। ଗସ୍ତର ପ୍ରସ୍ତୁତି ନେଇ  ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ମଧ୍ୟ ସରିଛି। ରାଷ୍ଟ୍ରପତିଙ୍କ ଜିଲ୍ଲା ଗସ୍ତକୁ ସମ୍ପୂର୍ଣ୍ଣ ସଫଳ କରିବା ନେଇ ଜିଲ୍ଲା ପ୍ରଶାସନ କାମନା କରିଛି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯେଭଳି କୌଣସି ତ୍ରୁଟି ନ ହୁଏ ସେଥିପ୍ରତି ପ୍ରଶାସନିକ ଅଧିକାରୀ ମାନେ ସଚେତନ ରହିଛନ୍ତି।
ସୁରକ୍ଷା ବ୍ୟବସ୍ଥା କଡାକଡି
ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ପ୍ରତିଦିନ ସୁରକ୍ଷା ବ୍ୟବସ୍ଥାର ନିଜେ ଗ୍ରାଉଣ୍ଡରେ ତଦାରଖ ସହ ସମୀକ୍ଷା କରିଛନ୍ତି। ପ୍ରତି କାର୍ଯ୍ୟକ୍ରମ ସ୍ଥଳରେ ଜଣେ ଲେଖାଏଁ ଅଭିଜ୍ଞ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ନେଇ ନିୟୋଜିତ କରାଯାଇଛି। ତୃଟିମୁକ୍ତ ଭାବେ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କିପରି ହେବ ସେନେଇ ପୁଲିସ ବିଭାଗ ସଚେତନ ରହିଛି। ସୂଚନା ଅନୁଯାୟୀ, ଜିଲ୍ଲାସାରା ବିଭିନ୍ନ ସ୍ଥାନରେ ସୁରକ୍ଷା ନିମନ୍ତେ ପାଖ ପାଖି ୪୦ ପ୍ଲାଟୁନ ଫୋର୍ସ ମୄତୟନ କରାଯାଇଛି। ପ୍ରତିଟି ଗସ୍ତ ସ୍ଥଳରେ ବରିଷ୍ଠ ପୋଲିସ ବିଭାଗର ଅଧିକାରୀ ମାନେ ଦାୟିତ୍ୱରେ ରହିଛନ୍ତି । ଅତିରିକ୍ତ ଏସପି, ଡିଏସପି, ଇନିସପେକ୍ଟର,ଏସଆଇ ପ୍ରମୁଖଙ୍କୁ ମିଶାଇ ୨୦୦ରୁ ଉର୍ଦ୍ଧ୍ବ ପୋଲିସ ଅଧିକାରୀ ନିୟୋଜିତ ରହିଛନ୍ତି।
୨ଗୋଟି ସ୍ଥାନରେ ହେଲିପ୍ୟାଡ
ହେଲିକପ୍ଟରରୁ ଅବତରଣ ପାଇଁ ଜିଲ୍ଲାର ଦୁଇ ଗୋଟି ସ୍ଥାନ ହେଲିପ୍ୟାଡ ହୋଇଛି। ବାରିପଦାର ରିଜର୍ଭ ପୁଲିସ ପଡ଼ିଆ ଓ ଦାଣ୍ଡବୋଷରେ ହେଲିପ୍ୟାଡ଼ ହୋଇଛି। ଏକ ସଙ୍ଗେ ତିନି ଗୋଟି ବାୟୁସେନାର ହେଲିକ୍ୟାପ୍ଟର ଅବତରଣ ବ୍ୟବସ୍ଥା କରାଯାଇଛି।
ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ
ପ୍ରୋଟକଲ ଅନୁଯାୟୀ ଗସ୍ତ ସ୍ଥାନ ଗୁଡିକ ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ଗୁଡିକ ଉଚ୍ଛେଦ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ବାଧା ମୁକ୍ତ ରାସ୍ତା ପାଇଁ ରାଷ୍ଟ୍ରପତିଙ୍କ ଯାତାୟାତ ରାସ୍ତାରୁ ହମ୍ପ୍ସ ଗୁଡିକ ହଟାଯିବା ସହ ରାସ୍ତା ମରାମତି କରି ସଜା ହୋଇଛି।
ବିଦ୍ୟୁତ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ପ୍ରସ୍ତୁତି
କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇଁ ଟାଟା ପାୱାର ପକ୍ଷରୁ ସତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାରିପଦାର ସହିଦ ସ୍ମୃତି ଭବନରେ ନୂତନ ଭାବେ କାର୍ଯ୍ୟକ୍ରମ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ପାଇଁ ବିଦ୍ୟୁତ କେବୁଲ ପରିବର୍ତ୍ତନ କରାଯାଇଛି। ଟାଟା ପାୱାର ପକ୍ଷରୁ  ଯନ୍ତ୍ରୀ ମାନଙ୍କ ଦ୍ଵାରା ରାଷ୍ଟ୍ରପତିଙ୍କ ପ୍ରତିଟି କାର୍ଯ୍ୟକ୍ରମ ସ୍ଥଳ ଅନୁଧ୍ୟାନ କରାଯାଇଛି। ଲୋଡ଼ ଅନୁଯାୟୀ ବିଦ୍ୟୁତ ବ୍ୟବସ୍ଥା ସହିତ ବିକଳ୍ପ ବ୍ୟବସ୍ଥା ପାଇଁ ଜେନେରେଟର ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥି ସହିତ ସହିଦ ସ୍ମୃତି ଭବନକୁ ସଂଯୋଗ କରୁଥିବା ବିଦ୍ୟୁତ ତାର ଏବଂ ଖୁଣ୍ଟି ଗୁଡିକ ଉପରେ ଥିବା ଗଛର ଡାଳ ଗୁଡିକ କଟାଯାଇଛି। ବିଦ୍ୟୁତ ବିଭାଗ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀ ହରିଶ ପଣ୍ଡା ନିଜେ ପ୍ରତି ସ୍ଥାନକୁ ଯାଇ ଅନୁଧ୍ୟାନ କରିଛନ୍ତି।
ମହାମହିମଙ୍କ ପାଇଁ ସଜେଇ ହୋଇଛି ବାରିପଦା ସହର
ରାଷ୍ଟ୍ରପତିଙ୍କ ବାରିପଦା ସହରକୁ ଆଗମନ ଅବସରରେ ବାରିପଦା ପୌରପାଳିକା ତରଫରୁ ସହର ସଜାଯାଇଛି। ସହରକୁ ସଫାସୁତୁରା ରଖାଯିବା ସହିତ ବିଭିନ୍ନ ସ୍ଥାନରେ  ସରସ ସୁନ୍ଦର କରି ଆକର୍ଷଣୀୟ ଭାବେ ସଜେଇଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯିବା ପାଇଁ ବାରିପଦା ସହର ସାରା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ହୋଡ଼ିଂରେ ଛାଇଯାଇଛି।
ବାୟୁସେନାର ଅନୁଧ୍ୟାନ ସହ କାରକ୍ୟାଡ଼ ମକଡ୍ରିଲ
ଦୁଇ ଗୋଟି ହେଲିପ୍ୟାଡରେ ତିନି ଗୋଟି ବାୟୁସେନାର ହେଲିକ୍ୟାପ୍ଟର ଅବତରଣ କରିବାକୁ ଥିବା ବେଳେ ଏହାର ବାୟୁସେନାର ଅଧିକାରୀ ମାନେ ଅନୁଧ୍ୟାନ କରିଛନ୍ତି। ଗସ୍ତ ପୂର୍ବରୁ କୋଳେଇକୁଣ୍ଡାରୁ ବାୟୁସେନାର ସତନ୍ତ୍ର ହେଲିକ୍ୟାପ୍ଟରରେ ବାୟୁସେନାର ଅଧିକାରୀ ଆସି ଅନୁଧ୍ୟାନ କରିଛନ୍ତି। ଗଛ କାଟିବା, ହେଲିପ୍ୟାଡର ସ୍ଥିତି ଆଦିର ଅନୁଧ୍ୟାନ କରିଛନ୍ତି। ଏଥି ସହିତ ରାଷ୍ଟ୍ରପତିଙ୍କ କାରକ୍ୟାଡ଼କୁ କିପରି ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରାଯିବ ସେ ନେଇ ମକଡ୍ରିଲ ମଧ୍ୟ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଆଗୁଆ ପ୍ରସ୍ତୁତି ନେଇ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ମକ୍‌ଡ୍ରିଲ୍‌ କରାଯାଇଛି।
କାର୍ଯ୍ୟକ୍ରମସ୍ଥଳ ଓ ହେଲିପ୍ୟାଡ ଯାଞ୍ଚ କଲେ ସୁରକ୍ଷା କର୍ମଚାରୀ
ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯୋଗ ଦେବାକୁ ଥିବା କାର୍ଯ୍ୟକ୍ରମସ୍ଥଳ ସହ ହେଲିପ୍ୟାଡର ସୁରକ୍ଷା ଯାଞ୍ଚ ହୋଇଛି। ସନ୍ଧାନୀ କୁକୁର ଓ ଅନ୍ୟାନ୍ୟ ମେସିନ ସାହାଯ୍ୟ ରେ ତନତନ କରି ଯାଞ୍ଚ କରଯାଇଛି। କୋଣସି ପ୍ରକାର ତ୍ରୁଟି ନହେଉ ସେନେଇ କଡାକଡି ସୁରକ୍ଷା ବଳୟ ହୋଇଛି।
ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ପାଇଁ  ସତନ୍ତ୍ର ବ୍ୟବସ୍ଥା
ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବାରିପଦା ସ୍ଥିତ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସତନ୍ତ୍ର ବ୍ୟବସ୍ଥା ହୋଇଛି। ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି ଦେଶୀ ନାଲି ଚାଉଳର ଭାତ, ହରଡ ଡାଲି, ଜହ୍ନି ତରକାରୀ, ପରିବା ସିଝା, ସୋରିଷ/ପାଳଙ୍ଗ/ବଥୁଆ ଶାଗ, ସାଲାଡ଼, ପାମ୍ପଡ, ରସ ମଲେଇ, ମିଠା ଦହି ଖାଇବେ। ଏନେଇ ‘ନମସ୍ତେ ବାରିପଦା’ ହୋଟେଲ ପକ୍ଷରୁ ସର୍କିଟ ହାଉସ ରୋଷଘରେ ଖାଦ୍ୟ ପ୍ରସ୍ତୁତି କରାଯିବ ନେଇ ହୋଟେଲର ମାଲିକ ନିଗମଜ୍ୟୋତି ପାଠୀଙ୍କ ସୁତ୍ରରୁ ଜଣାପଡିଛି ।
ଗସ୍ତକୁ ନେଇ ଜିଲ୍ଲାବାସୀ ଆନନ୍ଦ ଉଲ୍ଲାସ
ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି ସମଗ୍ର ଅଞ୍ଚଳ ଏବେ ସଜେଇ ହେଉଥିବା ବେଳେ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦଉଲ୍ଲାସ ଖେଳି ଯାଇଛି। ରାଷ୍ଟ୍ରପତିଙ୍କୁ ଜନ୍ମ ମାଟିକୁ ଆସୁଥିବାରୁ ସ୍ଥାନୀୟ ବାସିନ୍ଦା ତାଙ୍କୁ ସ୍ବାଗତ କରିବା ନେଇ ଚାହିଁ ରହିଛନ୍ତି। ରାଷ୍ଟ୍ରପତିଙ୍କୁ ଦେଖିବାକୁ ସୁଯୋଗ ପାଇବାକୁ ଯାଉଥିବା ବେଳେ ସେମାନେ ହାତଛଡା କରିବାକୁ ଚାହିଁ ନାହାଁନ୍ତି।
ଜୁଲାଇ ୨୬ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଦ୍ରୌପଦୀ ମୁର୍ମୁ
କଟକ: ଜୁଲାଇ ୨୬ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ। ଏହାସହ କଟକର ୬ଟି ସ୍ଥାନ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ମହାମହିମ ମା’ କଟକ ଚଣ୍ଡୀଙ୍କ ଦର୍ଶନ ସହିତ ଗୋରାକବର, ଏସସିବି ମେଡିକାଲ, ନେତାଜୀ ସୁବାସ ବୋଷଙ୍କ ଜନ୍ମ ସ୍ଥାନ ଓ ନ୍ୟାସନାଲ ଆଇନ ବିଶ୍ଵବିଦ୍ୟାଳୟ ଯିବାର କାଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ମ୍ୟାଡାମ ପ୍ରେସିଡେଣ୍ଟଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପରେ ୨୭ ତାରିଖରେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ହିରକ ଜୟନ୍ତୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ନିଜର ଟୁଇଟରରେ ନିଜର ଶୋକବାର୍ତ୍ତରେ ଲେଖିଛନ୍ତି, ଗଞ୍ଜାମରେ ଏକ ସଡ଼କ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।
ଗଞ୍ଜାମରେ ଏକ ସଡ଼କ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
— President of India (@rashtrapatibhvn) June 26, 2023
ମହାମହିମଙ୍କ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଶେଷଦିନ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ହେବେ ସାମିଲ
ବାରିପଦା: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ର୍ମୁର୍ମୁଙ୍କ ୩ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନ । ଅନ୍ତିମ ଦିନରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି । ସେଠାରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ଦେବାର କାର୍ଯ୍ୟକ୍ରମ କରିଛି । ଏହି ଅବସରରେ ମାଙ୍କିଡିଆ, ଲୋଧା ଆଦି କେତେକ ପ୍ରାଚୀନ ଜନଜାତିର ପ୍ରତିନିଧିଙ୍କୁ ଭେଟିବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରିବେ ସମ୍ମାନସୂଚକ ଡକ୍ଟରେଟ୍ । ପରେ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ।
ଆଜି ସକାଳ ୯ଟା ୪୦ରେ ସର୍କିଟ ହାଉସରୁ ବାହାରି ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଁଞ୍ଚିବେ। ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ୧୦ଟା ୧୫ରୁ ୧୧ଟା ପର୍ଯ୍ୟନ୍ତ ଆଦିମ ଜନଜାତି ସମ୍ପ୍ରଦାୟର ଲୋକଙ୍କ ସହ ମିଶିବେ। ପରେ ୧୧ଟା ୧୫ରୁ ୧୨ଟା ୧୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେବେ । ୧୨ଟା ୨୫ରେ ସେଠାରୁ ବାହାରି ବାରିପଦା ହେଲିପ୍ୟାଡ୍‌ରୁ କୋଲେଇକୁଣ୍ଡା ଦେଇ ପାଲମ ଏୟାରପୋର୍ଟ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତି ହେବା ପରେ ପ୍ରଥମଥର କରି ଜନ୍ମମାଟିରେ ଆସିଥିଲେ ମହାମହିମ । ନିଜ ଗାଁ ପାହାଡ଼ପୁର ଯାଇ ସ୍ବର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ଗତକାଲି ଦ୍ବିତୀୟ ଦିନରେ ରାଇରଙ୍ଗପୁରସ୍ଥିତ ଶିବମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିଦର୍ଶନ ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ସହ ଶିମିଳିପାଳ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି ।
ଭାରତକୁ ବିଶ୍ବଗୁରୁ କରିବାକୁ ନାରୀଶକ୍ତିର ଅବଦାନ ଜରୁରୀ- ରାଷ୍ଟ୍ରପତି
ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ୱାଧିନତା ସଂଗ୍ରାମୀ ରମାଦେବୀଙ୍କ ସ୍ମୃତି ଚାରଣ କରିବା ସହ ଅଧ୍ୟୟନ ବେଳର ସ୍ମୃତିକୁ ମନେ ପକାଇଛନ୍ତି ରାଷ୍ଟ୍ରପତି। କହିଛନ୍ତି ଆଜି ମୋତେ ଔପଚାରିକ ଦୃଷ୍ଟିରୁ ଭିନ୍ନ ରାସ୍ତାରେ ଆସିବାକୁ ପଡିଲା । କିନ୍ତୁ ମୁଁ ସେଦିନ ରାସ୍ତାକୁ ଭୁଲି ପାରୁନି । ସେତେବେଳେ ଡ୍ରେସକୋଡ ନ ଥିଲା । ସେତେବେଳେ ମାତ୍ର ଏକ ମହାବିଦ୍ୟାଳୟ ଥିଲା । ନିଜ ପୁରୁଣା ସ୍ମୃତିକୁ ମନେପକାଇ ଭାବବିହ୍ବଳ ହୋଇଛନ୍ତି ରାଷ୍ଟ୍ରପତି। ୪୦ ବର୍ଷ ତଳର ରମାଦେବୀରେ ପଢିବା ଦିନ ମନେ ପକାଇଛନ୍ତି ରାଷ୍ଟ୍ରପତି । ଗରିବ ଚାଷୀର ଝିଅଠାରୁ ମୁଖ୍ୟନ୍ତ୍ରୀଙ୍କ ଝିଅ , ସବୁ ଏକାଠି ପଢୁଥିଲୁ । ଏ ଅନୁଷ୍ଠାନର ଛାତ୍ରୀ ଭାବେ ମୁଁ ଗର୍ବିତ। ସେତେବେଳେ ଆର୍ଥିକ ସ୍ଥିତ ପାଇଁ କ୍ଯାଣ୍ଟିନରେ ଖାଉ ନ ଥିଲି। ବାହାର ଠେଲାରେ କିଛି ଖାଇ ମୁଁ ଚାଲିଯାଉଥିଲି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। କେବେ କେମିତି ୨୫ ପଇସାର ବାଦାମ ମିଳିଗଲେ ବଡକଥା ବୋଲି କହିଛନ୍ତି । ମୋ ଜୀବନର ଗତିପଥ ଏ ଶିକ୍ଷାନୁଷ୍ଠାନ ପ୍ରେରଣାର ଉତ୍ସ ବୋଲି ରାଷ୍ଟ୍ରପତି କହିଛନ୍ତି।
ଏଥିସହ ବର୍ତ୍ତମାନର ନାରୀଶକ୍ତିକୁ ସଶକ୍ତ ହେବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି। ଭାରତକୁ ବିଶ୍ବଗୁରୁ କରିବାକୁ ନାରୀଶକ୍ତିର ଅବଦାନ ଜରୁରୀ । ସାମର୍ଥ୍ୟର ଅଭାବ ନାହିଁ । ଆମକୁ ପ୍ରଚେଷ୍ଟା କରିବାକୁ ପଡ଼ିବ। ଜୀବନ ବିଶ୍ବବିଦ୍ୟାଳୟରେ ସଫଳ ହେବାକୁ ନିଜ ଉପରେ ଆସ୍ଥା ରଖିବା ଜରୁରୀ । ଶକ୍ତି ସାମର୍ଥ୍ୟର କସ୍ତୁରୀ ତୁମ ଭିତରେ ଅଛି, ତାକୁ ଚିହ୍ନିବା ଦରକାର ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ଯକ୍ରମରେ ୨୨ ଜଣଙ୍କୁ ସ୍ବର୍ଣ୍ଣପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଡିଲିଟ୍ ଉପାଧି ପ୍ରଦାନ କରାଯାଇଛି । ଏହାସହ ୭ ହଜାର ୪୩୦ ଜଣ ଛାତ୍ରୀଙ୍କୁବ ଡିଗ୍ରୀ ସାର୍ଟିଫିକେଟ  ପ୍ରଦାନ କରାଯାଇଛି। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସି ଜାନି, ପଦ୍ମଶ୍ରୀ ଶ୍ରୀମତୀ ସୁନିଥା କ୍ରିଷ୍ଣନ, ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତିଙ୍କୁ ଡିଲିଟ୍ ଉପାଧି ପ୍ରଦାନ କରାଯାଇଛି । ଆଜିର ଏହି ସମବର୍ତ୍ତନ କାର୍ଯ୍ଯକ୍ରମରେ ରାଷ୍ଟ୍ରପତିଙ୍କ ୩୦ଜଣ ସହପାଠୀନୀ ମଧ୍ଯ ଉପସ୍ଥିତ ରହିଥିଲେ ।
ସେହିପରି ୧୧ ତାରିଖ ସକାଳ ୯ଟାରେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ଗସ୍ତ କରିବେ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ସାରି ମହାମହିମ ବିମାନବନ୍ଦର ଯିବେ। ସେଠାରୁ ହେଲିକପ୍ଟର ଯୋଗେ କଟକ ଅଭିମୁଖେ ଯାତ୍ରା କରିବେ। କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ୱିତୀୟ ଜାତୀୟ ଧାନ କଂଗ୍ରେସକୁ ଉଦ୍‌ଘାଟନ କରିବେ। ଏଠାରୁ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟାହ୍ନ ୧୨ଟା ୫୫ମିନିଟ୍‌‌ରେ ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ।
ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ପ୍ରକୃତିର ପାର୍ବଣ ନୂଆଁଖାଇ। ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଭାଇ ଭଉଣୀ ବିଶେଷକରି ପଶ୍ଚିମା଼୍ଚଳର ଭାଇ ଭଉଣୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ସ୍ନେହ, ଶ୍ରଦ୍ଧା ଓ ସୌହାର୍ଦ୍ୟର ଅନନ୍ୟ ପର୍ବ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ବୋଲି ସେ ଆନ୍ତରିକ  କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ନୂଆଁଖାଇ ଜୁହାର ଜଣାଇଛନ୍ତି । ସମସ୍ତଙ୍କୁ ବିଶେଷ ଦିନର ଶୁଭେଚ୍ଛା ଜଣାଇବା ସହ କଟିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଚାଷୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମାଜ ପ୍ରଗତିର ନୂଆ ଉଚ୍ଚତାରେ ପହଞ୍ଚୁ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉଦ୍ଦମ ସ୍ୱାସ୍ଥ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।
ସ୍ପଷ୍ଟବାଦୀ ଦ୍ରୌପଦୀ ମୁର୍ମୁ : ଫେରାଇ ଦେଇଥିଲେ ବିଜେପି ସରକାରଙ୍କ ବିଲ୍‍
ଭୁବନେଶ୍ବର : ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ମହାମହିମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ ଦ୍ରୌପଦୀ ମୁର୍ମୁ ।ଦେଶର ପ୍ରଥମ ନାଗରୀକ ଭାବେ ନିବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଛୁଟୁଛି ଶୁଭେଛାର ସୁଅ।ଉପ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯାଇ ଦିଲ୍ଲୀରେ ଦୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି । ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଲାଗିରହିଛି। ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ବଡକଥା ହେଉଛି ଏନଡିଏ ବାହାରୁ ମଧ୍ୟ ତାଙ୍କୁ ସମର୍ଥନ ମିଳିଛି । ୬୪ ବର୍ଷୀୟ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ୬୪ ପ୍ରତିଶତ ଭୋଟ୍ । ମୁର୍ମୁଙ୍କୁ ୨ ହଜାର ୮୨୪ଟି ପ୍ରଥମ ପସନ୍ଦ ଭୋଟ୍ ମିଳିଥିଲା, ଯାହାର ମୂଲ୍ୟ ୬ ଲକ୍ଷ ୭୬ ହଜାର ୮୦୩ । ଗୁରୁବାର ସଂଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ଆସିଯାଇଥିବା ବେଳେ ଓଡିଶାର ଏହି ଝିଅଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।ପରମ୍ପରା ଅନୁସାରେ ଆଗାମୀ ୨୫ ତାରିଖରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।
ବିଜେପି ସରକାରଙ୍କ ବିଲ୍‍ ଫେରାଇ ଦେଇଥିଲେ
ଦ୍ରୌପଦୀ ସବୁବେଳେ ସତ୍ୟନିଷ୍ଠ ଥିଲେ। ଯାହା ଠିକ୍‍ ଭାବୁଥିଲେ ତାହା ହିଁ କରୁଥିଲେ, ତାଙ୍କୁ ପ୍ରଭାବିତ କରି କୌଣସି କାର୍ଯ୍ୟ କରାଇ ନେବା କାହା ପକ୍ଷରେ ସହଜ ନ ଥିଲା। ୨୦୧୭ରେ ସେ ଝାଡ଼ଖଣ୍ଡ ରାଜ୍ୟପାଳ ଥିବାବେଳେ ତତ୍‍କାଳୀନ ରାଜ୍ୟ ବିଜେପି ସରକାର ସିଏନ୍‍ଟି-ଏସ୍‍ପିଟି ସଂଶୋଧନ ବିଲ୍‍ ବିଧାନସଭାରେ ଗୃହୀତ କରାଇଥିଲେ। ବ୍ୟବସ୍ଥା ଅନୁସାରେ ଏହି ବିଧେୟକଟିକୁ ରାଜ୍ୟପାଳଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ମାତ୍ର ଦ୍ରୌପଦୀ ତାହାକୁ ଫେରାଇ ଦେଇଥିଲେ। ଏପରିକି ଏହି ବିଲ୍‍ର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ।
ସତ୍ୟ ସହ ଠିଆ ହେଉଥିଲେ
ପିଲାଦିନରୁ ଦ୍ରୌପଦୀ ସ୍ପଷ୍ଟବାଦୀ ଥିଲେ ଓ ସତ୍ୟ ସହ ସର୍ବଦା ଠିଆ ହେଉଥିଲେ। ତାଙ୍କର ଶିକ୍ଷକ ବାସୁଦେବ ବେହେରାଙ୍କ ସୂଚନା ଅନୁସାରେ ଶ୍ରେଣୀରେ ମନିଟର୍‌ ଥÒବା ଦ୍ରୌପଦୀ କ୍ଲାସରେ ଟପ୍ପର ହେଉଥିଲେ। ସେତେବେଳର ବ୍ୟବସ୍ଥା ଅନୁସାରେ ଶ୍ରେଣୀରେ ପ୍ରଥମ ହେଉଥିବା ଛାତ୍ର ବା ଛାତ୍ରୀ କ୍ଲାସ ମନିଟର ଭାବରେ ବଛା ଯାଉଥିଲେ।
ପ୍ରତ୍ୟୁଷରୁ କରୁଥିଲେ ଧ୍ୟାନ-ଯୋଗ
ରାଇରଙ୍ଗପୁରସ୍ଥିତ ବ୍ରହ୍ମାକୁମାରୀ ସଂସ୍ଥାନର ମୁଖ୍ୟ ଭଗିନୀ ସୁପ୍ରିୟାଙ୍କ ସୂଚନା ଅନୁସାରେ ଯେତେବେଳେ ଦ୍ରୌପଦୀଙ୍କର ବଡ଼ ପୁଅର ମୃତ୍ୟୁ ଘଟିଥିଲା, ସେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସେତେବେଳେ ଭଗିନୀ ସୁପ୍ରିୟା ତାଙ୍କୁ ରାଜଯୋଗ କେନ୍ଦ୍ରକୁ ଆସି ଧ୍ୟାନ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ ନିୟମିତ ଭାବରେ ବ୍ରହ୍ମାକୁମାରୀ ସଂସ୍ଥାନ କେନ୍ଦ୍ରକୁ ଆସିବା ଆରମ୍ଭ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତି ପାଇବା ପରେ ମଧ୍ୟ ସେ ବ୍ରହ୍ମାକୁମାରୀ ଆଶ୍ରମକୁ ଆସି ଧ୍ୟାନ କରିଛନ୍ତି। ତାଙ୍କର ନିଜ ଲୋକମାନେ ଯେତେବେଳେ ହାତ ଛାଡ଼ି ଦେଲେ ସେତେବେଳେ ସେ ଅନ୍ୟମାନଙ୍କୁ ନିଜର କରି ନେଲେ। ସବୁବେଳେ ସେ ସାଥୀରେ ଏକ ଟ୍ରାନ୍ସଲାଇଟ୍‍ ଓ ଶିବବାବାଙ୍କର ଛୋଟ ବହି ରଖୁଥିଲେ। ପ୍ରତିଦିନ ପ୍ରତ୍ୟୁଷରୁ ଉଠୁଥିଲେ ଦ୍ରୌପଦୀ। ଯେତେ ବ୍ୟସ୍ତ ମଧ୍ୟରେ ରହୁଥିଲେ ମଧ୍ୟ ସେ ଭୋର ୩.୩୦ରୁ ଉଠୁଥିଲେ, ଧ୍ୟାନ ଓ ଯୋଗ କରୁଥିଲେ ବୋଲି କହିଛନ୍ତି ପାହାଡ଼ପୁର ସୁନୀତା ମାଝୀ।
ଦ୍ରୌପଦୀ ମୁର୍ମୁଙ୍କ ପ୍ରେମ କାହାଣୀ : ଦ୍ରୌପଦୀଙ୍କ ବାପାଙ୍କୁ ମନାଇବାକୁ ୩ ଦିନ ଡେରା ପକାଇଥିଲେ ସ୍ବାମୀ ଶ୍ୟାମଚରଣ
ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁର ପାହାଡ଼ି ବୋହୂ ଦ୍ରୌପଦୀ ମୁର୍ମୁ ଏବେ ଦେଶର ସର୍ବୋଚ୍ଚ ପଦରେ ଅଭିଷିକ୍ତ। ଅନୁସୂଚୀତ ଜନଜାତି ବର୍ଗର ଏହି ମହିଳା ଏବେ ସାରା ଦେଶରେ ଚର୍ଚ୍ଚିତ। ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଜୀବନ ପରି ତାଙ୍କ ପ୍ରେମ ମଧ୍ୟ ସଂଘର୍ଷଭରା ରହିଥିଲା। ଦ୍ରୌପଦୀ ମୁର୍ମୁ ପ୍ରେମ ବିବାହ କରିଛନ୍ତି କିନ୍ତୁ ଏଥି ପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡିଛି। ସେ ସମୟରେ ପ୍ରେମ ବିବାହକୁ ମନା କରୁଥିବା ତାଙ୍କ ପିତାଙ୍କୁ ଏଥି ପାଇଁ ରାଜି କରାଇବା ଠୁ ବିବାହ ପର୍ଯ୍ୟନ୍ତ ବହୁ ସଂଘର୍ଷ କରିଛନ୍ତି ଦ୍ରୌପଦୀ ମୁର୍ମୁ।
ବୟାଳିଶି ବର୍ଷ ତଳର କଥା। ଆଦିବାସୀ ଅଧ୍ୟୁଷିତ ଉପରବାଡ଼ ଗାଁର ଦ୍ରୌପଦୀଙ୍କ ସହ ବିବାହ ହୋଇଥିଲା ପାହାଡ଼ପୁର ଗାଁର ଶ୍ୟାମଚରଣ ମୁର୍ମୁଙ୍କ ସହ। ସେତେବେଳେ ଦ୍ରୌପଦୀ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରେ ପାଠ ପଢ଼଼ୁଥିଲେ। ସେ ସମୟରେ ତାଙ୍କର ଦେଖା ହୋଇଥିଲା ଶ୍ୟାମଚରଣ ମୁର୍ମୁଙ୍କ ସହ। ଶ୍ୟାମଚରଣ ବି ଭୁବନେଶ୍ୱରର ଏକ କଲେଜରେ ପାଠ ପଢ଼଼ୁଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ଏହାପରେ ବିବାହ ପ୍ରସ୍ତାବ ନେଇ ଦ୍ରୌପଦୀଙ୍କ ଗାଁରେ ପହଞ୍ଚିଥିଲେ ଶ୍ୟାମଚରଣ।
ଦ୍ରୌପଦୀଙ୍କ ଭାଉଜ ଶାକ୍ୟମୁନୀଙ୍କ ସୂଚନା ଅନୁସାରେ ଶ୍ୟାମଚରଣ ଯେତେବେଳେ ବିବାହ ପ୍ରସ୍ତାବ ନେଇ ତାଙ୍କ ଘରକୁ ଆସିଥିଲେ ସେତେବେଳେ ଦ୍ରୌପଦୀଙ୍କ ପିତା ତଥା ଶାକ୍ୟମୁନିଙ୍କ ଶ୍ୱଶୁର ବିରଞ୍ଚି ନାରାୟଣ ଟୁଡ଼ୁ ଭାରି କ୍ଷୁବ୍ଧ ହୋଇଥିଲେ। ସେ ବିବାହ ନିମନ୍ତେ ଆଦୌ ରାଜି ନ ଥିଲେ। ଅନ୍ୟପଟେ ଶ୍ୟାମ ବି ନିଜ ଜିଦ୍‍ରେ ଅଟଳ ଥିଲେ। ଦ୍ରୌପଦୀଙ୍କ ବିବାହ ପ୍ରସ୍ତାବରେ ବିରଞ୍ଚି ନାରାୟଣ ରାଜି ନ ହେବା ପର୍ଯ୍ୟନ୍ତ ସେ ଗାଁ ଛାଡ଼ି ଯିବେ ନାହିଁ ବୋଲି ଯେମିତି ଶପଥ କରିଥିଲେ। ସାଥୀରେ ଥିଲେ ତାଙ୍କର ନିଜର ଦାଦା, ଜଣେ ସମ୍ପର୍କୀୟ ଦାଦା ଓ ୨ ଜଣ ନିଜ ଗାଁ ଲୋକ। ତିନିଦିନ ଧରି ସେମାନେ ଉପରବାଡ଼ରୁ ଆସି ପାହାଡ଼ପୁର ଗାଁରେ ଡେରା ପକାଇଥିଲେ।
ଏପଟେ ଦ୍ରୌପଦୀ ମଧ୍ୟ ଶ୍ୟାମଙ୍କ ଭିନ୍ନ ଅନ୍ୟ କାହାକୁ ବିବାହ କରିବେ ନାହିଁ ବୋଲ ସଫାସଫା କହିଦେଲେ। ଶେଷରେ ବାପା ବିରଞ୍ଚି ନାରାୟଣଙ୍କ ମନ ତରଳିଲା। ସେ ବିବାହ ପାଇଁ ରାଜି ହେଲେ। ତେବେ କେବଳ ଯୌତୂକ ଦେବାନେବା ବାକି ଥିଲା।ଶେଷରେ ଆଦିବାସୀ ପରମ୍ପରା ଅନୁସାରେ ଉଭୟ ପକ୍ଷ ସମ୍ମତିରେ ଗୋଟିଏ ଗାଇ, ଗୋଟିଏ ବଳଦ ଓ ୧୬ ଯୋଡ଼ା ଲୁଗା ଦେବାକୁ ସ୍ଥିର ହେଲା ଏବଂ ଏଥିରେ ଦ୍ରୌପଦୀଙ୍କ ବାପଘର ଲୋକମାନେ ରାଜି ହୋଇଗଲେ। ଦ୍ରୌପଦୀ ଓ ଶ୍ୟାମ ଉଭୟ ସାନ୍ତାଳ ସମାଜର ଥିଲେ। ଏହି ସମାଜର ନୀତି ଅନୁସାରେ ଝିଅ ଘରକୁ ପୁଅ ଘର ପକ୍ଷରୁ ଯୌତୂକ ପ୍ରଦାନର ପ୍ରଥା ରହିଥିଲା। ଏହାର କିଛିଦିନ ପରେ ଶ୍ୟାମଙ୍କ ସହ ଦ୍ରୌପଦୀଙ୍କର ବିବାହ ହେଲା। ବାହାଘର ଭୋଜିରେ ଦେଶୀ କୁକୁଡ଼ା ଝୋଳ ବି ହୋଇଥିଲା। ୧୯୮୦ ମସିହାରେ ଦ୍ରୌପଦୀଙ୍କର ବିବାହ ହୋଇଥିଲା। ମାତ୍ର ନିର୍ଦ୍ଦିଷ୍ଟ ଭାବରେ ଏହାର ତାରିଖ କେବେ ଏ କଥା ଦ୍ରୌପଦୀଙ୍କ ଗାଁ ଲୋକମାନେ ମନେ ରଖିନାହାନ୍ତି।
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଭାବେ ନିର୍ବାଚିତ, ଜାଣନ୍ତୁ ଯଶୱନ୍ତ ସିହ୍ନାଙ୍କଠାରୁ କେତେ ଭୋଟରେ ଜିତିଲେ..
ନୂଆଦିଲ୍ଲୀ: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଭାବେ ନିର୍ବାଚିତ । ବିଧିବଦ୍ଧ ରାଷ୍ଟ୍ରପତି ଘୋଷିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏନେଇ ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ସୂଚନା ଦେଇଛନ୍ତି । ମୋଟ ୪୭୫୪ ଭୋଟ ନିର୍ବାଚନ ପାଇଁ ପଡିଥିବା ବେଳେ ୪୭୦୧ ଭୋଟ ବୈଧ ହୋଇଥିଲା ଏବଂ ୫୩ ଅବୈଧ ଭୋଟ ପଡିଛି । ଏଥିରୁ ୨୮୨୪ ଖଣ୍ଡ ଭୋଟ ତାଙ୍କ ସପକ୍ଷରେ ପଡିଛି । ଏହାର ମୂଲ୍ୟ ୬ଲକ୍ଷ ୭୬ହଜାର ୮୦୩ । ସେହିଭଳି ଯଶୱନ୍ତ ସିହ୍ନାଙ୍କୁ ୧୮୭୭ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ଭୋଟର ମୂଲ୍ୟ ୩ ଲକ୍ଷ ୮୦ ହଜାର ୧୭୭ ରହିଛି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୬୪%  ଭୋଟ ପାଇଥିବାବେଳେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ୩୬% ଭୋଟ ପାଇଛନ୍ତି ।
ନୂଆଦିଲ୍ଲୀ: ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଛନ୍ତି। ପ୍ରତିପକ୍ଷ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ବଡ଼ ବ୍ୟବଧାନରେ ଦ୍ରୌପଦୀ ପରାସ୍ତ କରିଛନ୍ତି । ଓଡିଶାର ଏକ ଅଖ୍ୟାତ ପଲ୍ଲୀରୁ ଆସି ରାଷ୍ଟ୍ରପତି ହୋଇ ମୁର୍ମୁ ଇତିହାସ ସୃଷ୍ଟି କରିଛନ୍ତି । ରାଷ୍ଟ୍ରପତି ହେବା ପରେ ତାଙ୍କୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପରେ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ଯୋଡ଼ି ହୋଇଛି ଅନେକ ‘ପ୍ରଥମ’ । ସେ ଦେଶର‌ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ଓଡ଼ିଶାର ପ୍ରଥମ ମହିଳା ଭାବେ ସେ ଭାରତର ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଆସୀନ ହୋଇଛନ୍ତି । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ସହ ଦ୍ରୌପଦୀ ମୁର୍ମୁ ଏହି ପାଞ୍ଚଟି ରେକର୍ଡ କରିଛନ୍ତି ।
ପ୍ରଥମ ରେକର୍ଡ: ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଆସୀନ ହେବାରେ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପ୍ରଥମ ଆଦିବାସୀ ମହିଳା ଓ ପ୍ରଥମ ଓଡ଼ିଆ । ମୁର୍ମୁ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ସମ୍ପ୍ରଦାୟର ଏକ ଗରିବ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମୁର୍ମୁଙ୍କ ପୂର୍ବରୁ କୌଣସି ଆଦିବାସୀ ଭାରତର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ହୋଇ ନାହାଁନ୍ତି। ତେବେ କେ.ଆର ନାରାୟଣନ ଏବଂ ରାମନାଥ କୋବିନ୍ଦଙ୍କ ରୂପରେ ଭାରତକୁ ଦୁଇ ଜଣ ଦଳିତ ରାଷ୍ଟ୍ରପତି ମିଳିଥିଲେ ।
ଦ୍ୱିତୀୟ ରେକର୍ଡ: ଦ୍ରୌପଦୀ ମୁର୍ମୁ ପ୍ରଥମ ରାଷ୍ଟ୍ରପତି ଯିଏକି ଭାରତର ସ୍ୱାଧୀନତା ପରେ ଜନ୍ମ ହୋଇଛନ୍ତି । ୧୯୪୭ ମସିହାରେ ଦେଶ ସ୍ୱାଧୀନତା ପାଇବାର ପ୍ରାୟ ୧୧ ବର୍ଷ ପରେ ଦ୍ରୌପଦୀ ମୁର୍ମୁ ୨୦ ଜୁନ୍ ୧୯୫୮ରେ ଜନ୍ମଗ୍ରହଣ କରିଥିଲେ। ମୁର୍ମୁଙ୍କୁ ଛାଡ଼ି ଦେଶର ଆଉ ସମସ୍ତ ରାଷ୍ଟ୍ରପତି ୧୯୪୭ ପୂର୍ବରୁ ଜନ୍ମ ହୋଇଥିଲେ। ମୁର୍ମୁ ରାଷ୍ଟ୍ରପତି ହେବା ସହ ପ୍ରଥମ ଥର ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପଦରେ ଏପରି ବ୍ୟକ୍ତି ରହିଛନ୍ତି ଯାହାଙ୍କ ଜନ୍ମ ସ୍ୱାଧୀନୋତ୍ତର ଭାରତରେ ହୋଇଛି ।
ତୃତୀୟ ରେକର୍ଡ: ଦ୍ରୌପଦୀ ମୁର୍ମୁ ମଧ୍ୟ ସର୍ବ କନିଷ୍ଠ ରାଷ୍ଟ୍ରପତି | ଦେଶର ସର୍ବ କନିଷ୍ଠ ରାଷ୍ଟ୍ରପତି ହେବାର ରେକର୍ଡ ନୀଲମ ସଞ୍ଜୀବ ରେଡ୍ଡୀଙ୍କ ନାମରେ ଅଛି, ଯିଏ ୧୯୭୭ ମସିହାରେ ନିର୍ବିରୋଧରେ ରାଷ୍ଟ୍ରପତି ହୋଇଥିଲେ। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କଲାବେଳେ ରେଡ୍ଡୀଙ୍କ ବୟସ ୬୪ ବର୍ଷ, ୨ ମାସ ୬ ଦିନ ଥିଲା | ଅନ୍ୟପକ୍ଷରେ ଦ୍ରୌପଦୀ ମୁର୍ମୁ ଯେତେବେଳେ ଆନୁଷ୍ଠାନିକ ଭାବେ ଜୁଲାଇ ୨୫ରେ ଦାୟିତ୍ବ ଗ୍ରହଣ କରିବେ ତାଙ୍କୁ ସେତେବେଳେ ୬୪ ବର୍ଷ, ଏକ ମାସ ୮ ଦିନ ହେବ।
ଚତୁର୍ଥ ରେକର୍ଡ: ଏକଦା କାଉନସିଲର ଥିବା ଜଣେ ବ୍ୟକ୍ତି ଭାରତର ରାଷ୍ଟ୍ରପତି ହେବା ପ୍ରଥମ ଦୃଷ୍ଟାନ୍ତ । ଦ୍ରୌପଦୀ ମୁର୍ମୁ ୧୯୯୭ରେ ରାଇରଙ୍ଗପୁର କାଉନସିଲର ଭାବେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହାର ତିନି ବର୍ଷ ପରେ ୨୦୦୦ରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ | ଏଥିସହ ସେ ଓଡିଶାର ତତ୍କାଳୀନ ବିଜେଡି-ବିଜେପି ମେଣ୍ଟ ସରକାରରେ ଦୁଇଥର ମନ୍ତ୍ରୀ ରହିଥିଲେ ।
ପଞ୍ଚମ ରେକର୍ଡ: ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସହିତ ଓଡିଶାର ନାମ ମଧ୍ୟ ସେହି ସବୁ ରାଜ୍ୟ ସହ ଯୋଡ଼ି ହୋଇଯାଇଛି ଯାହାର ବାସିନ୍ଦା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ ଭାରତର ୭ ଜଣ ବ୍ୟକ୍ତି ରାଷ୍ଟ୍ରପତି ହୋଇଛନ୍ତି । ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ବିହାରର ଥିଲେ। ଦ୍ରୌପଦୀଙ୍କ ପୂର୍ବରୁ ଓଡ଼ିଶାର ବ୍ରହ୍ମପୁର ସହରରେ ଜନ୍ମ ହୋଇଥିବା ଭିଭି ଗିରି ୧୯୬୯ରେ ରାଷ୍ଟ୍ରପତି ହୋଇଥିଲେ । ତେବେ ସେ ତେଲୁଗୁ ଭାଷୀ ଥିଲେ । ଦେଶର ଚତୁର୍ଥ ରାଷ୍ଟ୍ରପତି ଭାବରେ ସେ ୧୯୬୯ ମସିହା ଅଗଷ୍ଟ ୨୪ରୁ ୧୯୭୪ ମସିହା ଅଗଷ୍ଟ ୨୪ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ। ଭିଭି ଗିରିଙ୍କ ବାପା କିନ୍ତୁ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଚିନ୍ତାଲପୁରୀ ଗାଁର ବାସିନ୍ଦା ଥିଲେ।
ଜୁଲାଇ ୨୫ରେ ଶପଥ ନେବେ ଭାରତର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ମହାମହିମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ଯିଏକି ଦେଶର ସର୍ବୋଚ୍ଚ ପଦ ପାଇଁ ନେବେ ଶପଥ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସୁଥିବା ପ୍ରଥମ ନାଗରିକଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶପଥପାଠ କରାଇଥାନ୍ତି । ବର୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆଗାମୀ ୨୪ ତାରିଖରେ ଶେଷ ହେଉଛି ।
ମୁର୍ମୁଙ୍କ ବିଜୟ ସାରା ଓଡିଶା ପାଇଁ ଗର୍ବ ଆଉ ଗୌରବର ବିଷୟ । ପ୍ରଥମ ଓଡିଆ ଝିଅ ଭାବେ ସେ ରାଇସିନା ହିଲକୁ ନିର୍ବାଚିତ ହୋଇଛନ୍ତି । ତାଙ୍କର ବିଜୟରେ ଓଡିଶାରେ ଉତ୍ସବ ପାଳନ କରାଯାଇଛି । ଦ୍ରୌପଦୀଙ୍କ ଜନ୍ମମାଟି ମୟୁରଭଞ୍ଜର ରାଇରଙ୍ଗପୁରରେ ଜନ ସମୁଦ୍ର ଦେଖା ଦେଇଛି । ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କ ଗାଁ ମାଟିରେ ପହଞ୍ଚିଛନ୍ତି । ଗାଁ ମାଟିରେ ପାରମ୍ପରିକ ନୃତ୍ୟ, ଗୀତ ଓ ବାଜା ବାଣରେ ସାରା ଅଞ୍ଚଳ ଉତ୍ସବମୁଖର ଦେଖିବାକୁ ମିଳିଛି । ପ୍ରଥମ ଓଡିଆ ମହିଳା ଏବଂ ଦ୍ୱିତୀୟ ଓଡିଆ ଭାବେ ସେ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ଭିଭି ଗିରି ପ୍ରଥମେ ରାଷ୍ଟ୍ରପତି ହୋଇଥିଲେ । ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କ ବିଜୟ ପରେ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବୃହତ ବିଜୟ ପରେ ଶୁଭେଚ୍ଛା ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁର୍ମୁଙ୍କ ଘର ଅଭିମୁଖେ ବାହାରିଛନ୍ତି ।
ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତୃତୀୟ ରାଉଣ୍ଡ ମତଗଣନାରେ ହିଁ ମ୍ୟାଜିକ ନମ୍ୱର ହାସଲ କରିଛନ୍ତି । ବିଜୟୀ ହେବା ପାଇଁ  ୫,୪୩,୨୧୬ ଭୋଟର ଆବଶ୍ୟକ ଥିବା ବେଳେ ଦ୍ରୌପଦୀଙ୍କୁ ତୃତୀୟ ରାଉଣ୍ଡରେ ହିଁ ୫,୭୭,୭୭୭ ମୂଲ୍ୟର ଭୋଟ ମିଳିଛି।
ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିଂହ୍ନାଙ୍କୁ ବିପୁଳ ଭୋଟରେ ପରାସ୍ତ କରି ସେ ରାଇସିନା ହିଲକୁ ଯାଇଛନ୍ତି । ନିର୍ବାଚନ ଜିତିବା ପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଓଡ଼ିଆଙ୍କ ପାଇଁ ଏହା ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି ନବୀନ । ଦେଶର ପ୍ରଥମ ନାଗରିକ ହେବା ପାଇଁ ତାଙ୍କର ଯାତ୍ରା ପ୍ରକୃତରେ ପ୍ରେରଣାଦାୟକ ଏବଂ ଏହି ଯାତ୍ରା ମହିଳା ସଶକ୍ତିକରଣର ଏକ ଉଜ୍ଜ୍ୱଳ ଉଦାହରଣ। ଆଗକୁ ଏକ ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି ବୋଲି ନବୀନ କହିଛନ୍ତି। ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ମୁର୍ମୁ। ତାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିଥିଲା ବିଜେଡି।