Maharashtra Political Crisis - The Sakala
ଆଜି ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ ସିନ୍ଦେ
ମୁମ୍ବାଇ : ଆଜି ମହାରାଷ୍ଟ୍ର ବିଧାନସଭାରେ ହେବ ଶକ୍ତି ପରୀକ୍ଷା। ଏହାପୂର୍ବରୁ ଗତକାଲି ହୋଇଥିବା ବାଚସ୍ପତି ନିର୍ବାଚନରେ ବିଜେପି ବିଧାୟକ ରାହୁଲ ନାର୍ଭେକର ବିଜୟୀ ହୋଇଥିଲା ବେଳେ ଆଜି ସିନ୍ଦେ ସରକାର ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କୁହାଯାଉଛି। କିନ୍ତୁ ବହୁମତ ସାବ୍ୟସ୍ତ କରିବା କ୍ଷେତ୍ରରେ ଯଦି ଉଦ୍ଧବ ଗୋଷ୍ଠୀ ବିଧାୟକମାନେ ସିନ୍ଦେ ସରକାର ପ୍ରତି ସମର୍ଥନ ନ ଦିଅନ୍ତି ତେବେ ବାଚସ୍ପତି ସେମାନଙ୍କ ବିରୋଧରେ କି ପଦକ୍ଷେପ ନେବେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଦୀର୍ଘ ୧୧ ଦିନ ଧରି ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଶିବସେନାର ପ୍ରାୟ ୪୦ ବିଧାୟକ ଉଦ୍ଧବ ଗୋଷ୍ଠୀକୁ ବିରୋଧ କରି ଆସିବା ପରେ ନାଟକୀୟ ଢଙ୍ଗରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରେ ପରେ ଏକ ଦୁଇ ଦିନିଆ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇ ବାଚସ୍ପତି ନିର୍ବାଚନ ଏବଂ ବହୁମତ ସାବ୍ୟସ୍ତ କରିବାକୁ ସରକାର କାର୍ଯ୍ୟକ୍ରମ ସ୍ଥିର କରିଥିଲେ। ସେହି ଅନୁସାରେ ରବିବାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ବିଜେପି ବିଧାୟକ ରାହୁଲ ନାର୍ଭେକର ୧୬୪ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ପଦ ନିମନ୍ତେ ଶିବସେନା ପକ୍ଷରୁ ଉଦ୍ଧବଙ୍କ ବିଶ୍ୱସ୍ଥ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଥିଲା। ସାଲଭି ଶିବସେନା ସମେତ ଏନସିପି ଓ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ୧୦୭ଟି ଭୋଟ ମିଳିଛି। ବାଚସ୍ପତି ନିର୍ବାଚନ ଲାଗି ବିଧାନସଭାରେ ବାଚନିକ ଭୋଟ ହୋଇଥିଲା। ଏଥିରେ ନାର୍ଭେକରଙ୍କ ସପକ୍ଷରେ ୧୬୪ଟି ଭୋଟ ହୋଇଛି। ତେବେ ସମାଜବାଦୀ ପାର୍ଟି (ସପା), ଏଆଇଏମଆଇଏମ ବିଧାୟକମାନେ ସଦନରେ ବାଚସ୍ପତି ନିର୍ବାଚନରୁ ନିଜକୁ ଦୂରେଇ ରଖିଥିଲେ।ନିର୍ବାଚନରେ ଶିବସେନା ବିଧାୟକମାନେ ହ୍ୱିପ୍ ନମାନି ଭୋଟ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇଛି। ତେବେ ଏହି ନିର୍ବାଚନରେ ସିନ୍ଦେ ଗୋଷ୍ଠୀ ବିଜୟୀ ହୋଇଥିବାରୁ ସରକାର ପାଇଁ ଆଉ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସ୍ପଷ୍ଟ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଉଦ୍ଧବ ସରକାରରେ ବାଚସ୍ପତି ରହିଥିବା କଂଗ୍ରେସ ସଦସ୍ୟ ନାନା ପଟୋଲେ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଉପବାଚସ୍ପତି ନରହରି ଜିରୱାଲ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଥିଲେ। ଏବେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନ ସରିଥିବା ବେଳେ ସିନ୍ଦେ ସରକାରଙ୍କୁ ସଦନରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ହେବ। ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୦୬ ବିଧାୟକଙ୍କ ସମେତ ସିନ୍ଦେ ଗୋଷ୍ଠୀ ଅନ୍ତର୍ଭୁକ୍ତ ଶିବସେନା ବିଧାୟକ ଏବଂ ଛୋଟ ଓ ସ୍ବାଧୀନ ୧୦ ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି। ତେଣୁ ଆସନ୍ତାକାଲି ହେବାକୁ ଥÒବା ଶକ୍ତି ପରୀକ୍ଷାରେ ସିନ୍ଦେ ସରକାର ବିଜୟୀ ହେବେ ବୋଲି କୁହାଯାଉଛି।
ମହାରାଷ୍ଟ୍ର ମହାନାଟକ : ୧୫ ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ରସରକାର ଯୋଗାଇଦେଲେ Y+ ସୁରକ୍ଷା
ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତକ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଦେବେ । ଦଳର ୧୫ ଜଣ ବିଧାୟକଙ୍କୁ ମିଳିବ ଓ୍ବାଇ ପ୍ଲସ୍ ସୁରକ୍ଷା। ବିଦ୍ରୋହୀ ବିଧାୟକଙ୍କ ଘର ଓ ଅଫିସରେ ଶିବ ସୈନିକଙ୍କ ଆକ୍ରମଣ ଦୃଷ୍ଟିରୁ ସେମାନଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ତରଫରୁ କୁହାଯାଇଛି । ଏବେ ଶିବସେନା ବିଦ୍ରୋହୀ ବିଧାୟକଙ୍କ ଓ ସେମାନଙ୍କ ପରିବାରକୁ ୨୪ ଘଣ୍ଟା ଜଗିବେ ସିଆରପିଏଫ ଯବାନ । ତେବେ ଶିବସେନା ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସୁରକ୍ଷା ଯୋଗାଇବା ନେଇ ପ୍ରଶ୍ନ ଉଠିଛି । ଏହି ନିଷ୍ପତ୍ତିରୁ ବିଦ୍ରୋହୀ ବିଧାୟକଙ୍କ ବିଜେପି ଲିଙ୍କ୍ ସ୍ପଷ୍ଟ ହୋଇଛି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି ।
ସିନ୍ଦେ କ୍ୟାମ୍ପର ଆବେଦନ ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଜୁନ୍ ୨୫ ତଥା ଶନିବାର ଦିନ ଏକନାଥ ସିନ୍ଦେ ଗୋଷ୍ଠୀ କେନ୍ଦ୍ର ଗୃହ ସଚିବ ଏବଂ ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ବିଧାୟକଙ୍କ ଘରେ ସିଆରପିଏଫ୍ କର୍ମଚାରୀ ମୁତୟନ ହେବେ। କେନ୍ଦ୍ର ସରକାରଙ୍କ ପୂର୍ବରୁ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଠାରୁ ତାଙ୍କ ପରିବାର ପାଇଁ ସୁରକ୍ଷା ମାଗିଥିଲେ। ତେବେ ଏହାର ଜବାବରେ ରାଜ୍ୟ ସରକାର କହିଥିଲେ ଯେ ବିଧାୟକଙ୍କ ସୁରକ୍ଷା କୌଣସି ଭାବେ ହ୍ରାସ କରାଯାଇ ନାହିଁ। ଏହା ସହିତ ଯାହାର ଘରେ ଭଙ୍ଗାରୁଜା କରାଯାଇଥିଲା, ସେହି ବିଧାୟକମାନଙ୍କ ଘରେ ପୁଲିସ ଫୋର୍ସ ମୁତୟନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ସରକାର କହିଥିଲେ ।
ଅନ୍ୟପଟେ ଏସବୁ ଭିତରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି । ରାଜ୍ୟରେ ଶିବସେନା କର୍ମୀଙ୍କ ବିରୋଧ ପ୍ରଦର୍ଶନକୁ ପ୍ରୋତ୍ସାହିତ କରିଛନ୍ତି ସଞ୍ଜୟ ରାଉତ୍ ସେ କହିଛନ୍ତି କି, କଣ୍ଟାକୁ କଣ୍ଟାରେ କଢାଯାଏ । ସିନ୍ଦେ ଯେଭଳି ଭାବେ ଶିବସେନାକୁ ପଛରୁ ଛୁରୀ ମାରିଛନ୍ତି ତାହାର ଜବାବ ଏବେ ଶିବସୈନିକମାନେ ଦେଉଛନ୍ତି ବୋଲି ସେ କହିଛନ୍ତି । ସେହିପରି ସଞ୍ଜୟ ରାଉତ୍ ମଧ୍ୟ ଟ୍ବିଟ କରି ବିଦ୍ରୋହୀ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି । ଶିବସେନା ନେତା ସଞ୍ଜୟ ରାଉତ୍ କହିଛନ୍ତି, ଯଦି ନୂଆ ଦଳ ଗଢିବାର ଅଛି ତେବେ ନିଜ ବାପାଙ୍କ ନାଁରେ ଗଢ, ଭୋଟ ମାଗ ।ଆମ ଦଳର ଗୋଟିଏ ବାପା, ବାଲାସାହେବ ଠାକରେ । ତାଙ୍କ ନାଁ କାହିଁକି ବ୍ୟବହାର କରୁଛ । ତମର ଶହେ ବାପା, କିଏ ଦିଲ୍ଲୀରେ କିଏ ନାଗପୁରରେ ବସିଛନ୍ତି । କିନ୍ତୁ ଆମର ନିଷ୍ଠା ଓ ବିଶ୍ୱାସ ବାଲାସାହେବଙ୍କ ପ୍ରତି ରହିଛି ଏବଂ ରହିଥିବ । ଆଉ ଉଦ୍ଧବ ହେଉଛନ୍ତି ଶିବସେନାର ପ୍ରମୁଖ । ତେଣୁ ତାଙ୍କ ନେତୃତ୍ୱରେ ଶିବସେନା ଆଗକୁ ବଢିବ ।
ବାଲାସାହେବଙ୍କ ଆଦର୍ଶରେ ଚାଲୁଥିବା ଶିବସୈନିକ କେବେ ବିଶ୍ୱାସଘାତ କରେନି, ପଛରୁ ଛୁରାଘାତ କରେନି । ଯାହା ହଉଛି ହେବାକୁ ଦିଅ, ଶେଷରେ ମୁମ୍ବାଇ ତ ଆସିବାକୁ ପଡିବ ନା । ଲକ୍ଷ ଲକ୍ଷ ଶିବସୈନିକ ତୃଣମୂଳସ୍ତରରେ ଚାହିଁ ବସିଛନ୍ତି, ଇସାରାକୁ ଅପେକ୍ଷା କରିଛନ୍ତି । କିନ୍ତୁ ଆମେ ଏଯାଏଁ ସଂଯମତା ବଜାୟ ରଖିଛୁ । ବିଧାୟକ ମାନଙ୍କୁ ଜୋରଜବରଦସ୍ତି ସେଠାରେ ରଖାଯାଇଛି । କିଛି ବିଧାୟକ ଫେରିବାକୁ ଚାହୁଁଛନ୍ତି କିନ୍ତୁ ସେମାନଙ୍କୁ ଛଡା ଯାଉନାହିଁ ବୋଲି ସଞ୍ଜୟ କହିଛନ୍ତି । ଯଦି ସାହସ ଅଛି ମୁମ୍ବାଇ ଆସ, ମୁଁ ତୁମକୁ ସ୍ୱାଗତ କରିବାକୁ ଯିବି ବୋଲି ସଞ୍ଜୟ କହିଛନ୍ତି ।
ମୁମ୍ବାଇ : କାହା ପାଇଁ ମହାରାଷ୍ଟ୍ରରେ ଚାଲିଥିବା ଶକ୍ତି ସଂଗ୍ରାମ ସାଂଘାତିକ ପ୍ରମାଣିତ ହେବ, ତାହା କେବଳ ସମୟ କହିବ। କିନ୍ତୁ ଏକନାଥ ସିନ୍ଧେ କ୍ରମାଗତ ଭାବରେ ଉଦ୍ଧବ ସରକାରଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ଉଭୟ ବିଦ୍ରୋହୀ ଓ ଉଦ୍ଧବ ଠାକରେ ଶକ୍ତି ପ୍ରଦର୍ଶନରେ ଲାଗିଛନ୍ତି । ଏହାରି ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ବିଜେପି ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଗତକାଲି ରାତିରେ ଭେଟିଛନ୍ତି । ବଡୋଦରାରେ କାଲି ରାତିରେ ହୋଇଥିବା ଏହି ଭେଟଘାଟରେ ସରକାର ଗଠନ ନେଇ ଚର୍ଚ୍ଚା ହୋଇଥିଲା ବୋଲି ଜଣାପଡିଛି। ତେବେ ସବୁଠୁ ବଡ କଥା ହେଉଛି ବଡ଼ୋଦରାରେ ଦୁହେଁ ବୈଠକ କରିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସେହି ସମୟରେ ବଡୋଦରାରେ ଥିଲେ ବୋଲି ଆଲୋଚନା ହେଉଛି। ତେବେ ଅମିତ ଶାହା ଏହି ବୈଠକରେ ସାମିଲ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ।
ଗତକାଲି ଗୁପ୍ତ ଭାବେ ମହାରାଷ୍ଟ୍ରର ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ଭେଟିବା ଖବର ସାମ୍ନାକୁ ଆସିବା ପରେ ଏବେ ରାଜନୈତିକ ମହଲରେ ଆଲୋଚନା ତୀବ୍ର ହୋଇଛି ଯେ ଶିବସେନାରେ ବିଦ୍ରୋହ ହେବା ପରେ ସିନ୍ଦେ ଶୀଘ୍ର ବିଜେପିକୁ ସମର୍ଥନ କରୁଥିବା ଘୋଷଣା କରିପାରନ୍ତି। ସୂତ୍ରରୁ ପ୍ରକାଶ ଯେ ‌ସିନ୍ଦେ ଓ ଫଡନାଭିସ ବୈଠକ କରିିବା ପରେ ମହାରାଷ୍ଟ୍ରରେ ସିନ୍ଦେଙ୍କ ସମର୍ଥନରେ ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତିକୁ ଜୋରଦାର କରିଛି।
ମିଳିଥିବା ସୂଚନା ଅନୁସାରେ ଆସାମର ଗୌହାଟୀରେ ୩୮ବିଦ୍ରୋହୀ ଶିବସେନା ବିଧାୟକଙ୍କ ସହ କ୍ୟାମ୍ପ କରିଥିବା ଏକନାଥ ସିନ୍ଧେ ମଧ୍ୟ ଗୁଜୁରାଟକୁ ଯାଇ ବଡ଼ୋଦରାଠାରେ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ ଦେବେନ୍ଦ୍ର ଫଡନାଭିସ୍ ରାତି ୧୦.୩୦ରେ ବୈଠକ ପାଇଁ ମୁମ୍ବାଇ ଛାଡିଥିଲେ ଓ ଚାର୍ଟର ବିମାନରେ ବଡୋଦରାରେ ପହଞ୍ଚିଥିଲେ। ଏକନାଥ ସିନ୍ଦେ ଗୌହାଟୀରୁ ବଡ଼ୋଦରା ଅଭିମୁଖେ ଯାତ୍ରା କରିଥିଲେ।  ଏହା ପରେ ରାତି ୨ଟା ବେଳେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହା ମଧ୍ୟ ସାମ୍ନାକୁ ଆସୁଛି ଯେ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲା। ଯଦି ଏହି ତଥ୍ୟ ପକ୍କା ହୋଇଥାଏ ତେବେ ବିଜେପି ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଲାଣି।
୧୬ ବିଦ୍ରୋହୀ ବିଧାୟକଙ୍କୁ ଉପ-ବାଚସ୍ପତିଙ୍କ ନୋଟିସ୍, ୨୭ତାରିଖ ସନ୍ଧ୍ୟା ସୁଦ୍ଧା ରଖିବେ ଜବାବ୍
ମୁମ୍ବାଇ : ମହାରାଷ୍ଟ୍ର ରାଜନୀତି ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି। କେଉଁ ମୁହୁର୍ତ୍ତରେ ସେଠି କଣ ହେଉଛି ତାହା କହିବା ସମ୍ଭବ ନୁହେଁ। ମହାରାଷ୍ଟ୍ର ରାଜନୀତିରେ ଲଗାତାର ଟ୍ୱିଷ୍ଟ ଭିତରେ ଶିବସେନା ପକ୍ଷରୁ ସେନା ଭବନରେ ଜାତୀୟ କାର୍ୟ୍ୟକାରିଣୀ କମିଟି ବୈଠକ ଡକାଯାଇଥିଲା। ଅପରାହ୍ନ ୧ଟାରେ ବୈଠକ ଆରମ୍ଭ ହୋଇଥିବା ବେଳେ ଏହି ବୈଠକରେ ୧୬ଜଣ ବିଦ୍ରୋହୀ ବିଧାୟକ ଯୋଗ ଦେଇନଥିଲେ। ଏବେ ଯୋଗ ଦେଇନଥିବା ୧୬ଜଣଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଜାରି କରାଯାଇଥିବା ନୋଟିସ‌ରେ ଜୁନ୍ ୨୭ତାରିଖ ସନ୍ଧ୍ୟା ୫.୩୦ଭିତରେ ଉତ୍ତର ଦେବାକୁ କୁହାଯାଇଛି। ଯଦି କୌଣସି ବିଧାୟକ ଦିଆଯାଇଥିବା ସମୟ ମଧ୍ୟରେ ଅନୁପସ୍ଥିତିର କାରଣ ନଜଣାନ୍ତି ତେବେ ଏହା ଅନୁମାନ କରାଯିବ ଯେ ଆପଣଙ୍କର କିଛି କହିବାର ନାହିଁ ଏବଂ ନିୟମ ଅନୁଯାୟୀ ଏକ ନିଷ୍ପତ୍ତି ନିଆଯିବ ବୋଲି ନୋଟିସରେ ସ୍ପଷ୍ଟ କରାଯାଇଛି। ପାର୍ଟିର ମୁଖ୍ୟ ହ୍ୱିପ୍ ସୁନୀଲ ପ୍ରଭୁ ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିବା ନୋଟିସ୍ ଜାରି କରିଛନ୍ତି । ତା ସହିତ ଆସନ୍ତା ଜୁନ୍ ୨୭ ତାରିଖ ସନ୍ଧ୍ୟା ୫ଟା ଭିତରେ ସେମାନେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ କାହିଁକି ଅନୁପସ୍ଥିତ ରହିଲେ ସେନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେପଟେ,ମହାରାଷ୍ଟ୍ରରେ ଲାଗିରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକରେ । ‘ଯେଉଁମାନେ ଯିବାକୁ ଚାହୁଁଛନ୍ତି ସେମାନେ ବିନା ଦ୍ୱିଧାରେ ଯାଇପାରନ୍ତି, ମୁଁ ନୂଆ ଶିବସେନା ଗଢିବି’ ବୋଲି ଉଦ୍ଧବ କହିଛନ୍ତି । ଅନ୍ୟପକ୍ଷରେ ଉଦ୍ଧବ ଠାକରେ ସ୍ପଷ୍ଟ କରିଛନ୍ତି ଯେ, ସିନ୍ଦେଙ୍କ ନୂଆ ଦଳ ‘ବାଲା ସାହେବ’ ଏବଂ ‘ଶିବସେନା’ର ନାଁ ବ୍ୟବହାର କରିପାରିବେ ନାହିଁ। ମୁମ୍ବାଇରେ ଶିବସେନାର ଜାତୀୟ କାର୍ୟ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବାଲ ଠାକରେଙ୍କ ନାମ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ବାଲାସାହେବ ଠାକରେଙ୍କ ନାଁର ଅପବ୍ୟବହାର ନହେବା ପାଇଁ ଶିବସେନା ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବ ବୋଲି ସ୍ପଷ୍ଟ କରିଛି।
ସେପେଟ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଅଭିଯୋଗ କରିଛନ୍ତି ଯେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହା ବିକାଶ ଆଗାଡି ସରକାର ତାଙ୍କ ପରିବାର ତଥା ଗୁଆହାଟୀରେ ତାଙ୍କ ସହ କ୍ୟାମ୍ପ କରୁଥିବା ଅନ୍ୟ ବିଧାୟକଙ୍କ ସୁରକ୍ଷା କଭର ପ୍ରତ୍ୟାହାର କରି ନେଇଛନ୍ତି। ଯେହେତୁ ଆମେ ବର୍ତ୍ତମାନର ବିଧାୟକ ଅଟୁ, ତଥାପି, ଆମ ବାସଭବନରେ ତଥା ଆମ ପରିବାର ସଦସ୍ୟଙ୍କୁ ପ୍ରୋଟୋକଲ୍ ଅନୁଯାୟୀ ଦିଆଯାଇଥିବା ସୁରକ୍ଷା ପ୍ରତିଶୋଧର କାର‌୍ୟ୍ୟ ଭାବରେ ବେଆଇନ ତଥା ବେଆଇନ ଭାବେ ପ୍ରତ୍ୟାହାର କରାଯାଇଛି ବୋଲି କହିଛନ୍ତି। ବିଦ୍ରୋହୀ ବିଧାୟକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏମଭିଏ ମିଳିତ ମଞ୍ଚର ଗଠନକାରୀ ଦଳ ସେମାନଙ୍କ କ୍ୟାଡରଙ୍କୁ ବିଧାୟକଙ୍କ ବିରୋଧରେ ହିଂସା ପ୍ରଦର୍ଶନ କରୁଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଯଦି ବିଧାୟକଙ୍କ ପରିବାର ସଦସ୍ୟଙ୍କ ଉପରେ କୌଣସି ଅନିଷ୍ଟ ଘଟେ, ତେବେ ଏନସିପି ମୁଖ୍ୟ ଶରଦ ପାୱାର, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ସେନା ସାଂସଦ ସଞ୍ଜୟ ରାଉତଙ୍କ ସମେତ ମହା ବିକାଶ ଆଗାଡିର ବରିଷ୍ଠ ନେତାମାନେ ଦାୟୀ ରହିବେ।
ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବଙ୍କ ବାର୍ତ୍ତା : ଯାହା କରିବା କଥା କର, କିନ୍ତୁ ବାଲାସାହେବ କିମ୍ବା ଶିବସେନା ନାମକୁ ବ୍ୟବହାର କରନ୍ତୁ ନାହିଁ
ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଦୁଇ ଫାଳ ହେବା ଉପରେ ଶିବସେନା। ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶବିସେନାର ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ରହିଥିବା ବେଳେ ଆଉ ଗୋଟିଏ ଗୋଟିଏ ଗୋଷ୍ଠୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମେଳି କରିଛନ୍ତି। ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ନିଜକୁ ବାଲାସାହେବଙ୍କ ପ୍ରକୃତ ଶିବ ସୈନିକ ବୋଲି ଦାବି କରିଛନ୍ତି।
ଏଥିପାଇଁ ସେମାନେ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇ ଆଉ ଗୋଟିଏ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦଳର ନାଁ ‘ଶିବସେନା ବାଲାସାହେବ ଠାକରେ’ ରହିବ ବୋଲି ଜଣାପଡ଼ିଛି। ସାୱନ୍ତବାଡି ବିଧାୟକ ଦୀପକ କେସାରକରଙ୍କ ମତରେ ବିଦ୍ରୋହୀ ବିଧାୟକଙ୍କ ପାଖରେ ନୂଆ ଦଳ ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ରହିଛି। ସେମାନେ କେବଳ ବିଧିବଦ୍ଧ ମାନ୍ୟତା ହାସଲ ପାଇଁ ଅପେକ୍ଷା କରିଥିବା ସେ କହିଛନ୍ତି। ଏହି ନୂଆ ଦଳର ମୁଖପାତ୍ର ଭାବେ ବିଧାୟକ ଦୀପକ ନିଜେ ନିଯୁକ୍ତି ପାଇବେ ବୋଲି ମଧ୍ୟ ଜଣାପଡ଼ିଛି।
ଅନ୍ୟପଟେ ସିନ୍ଦେ ଏବେ ନିଜ ସମର୍ଥନରେ ଥିବା ବିଧ‌ାୟକଙ୍କୁ ନେଇ ନୂଆ ଦଳ ଶିବସେନା ବାଲାସାହେବ ଠାକରେ ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ନେଇ ଖବର ଆସିବା ପରେ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଉଦ୍ଧବ ଠାକରେ କହିଛନ୍ତି ଯେ ସିନ୍ଦେଙ୍କ ନୂଆ ଦଳ ‘ବାଲା ସାହେବ’ ଏବଂ ‘ଶିବସେନା’ର ନାଁ ବ୍ୟବହାର କରିପାରିବେ ନାହିଁ। ମୁମ୍ବାଇରେ ଶିବସେନାର ଜାତୀୟ କାର୍ୟ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବାଲ ଠାକରେଙ୍କ ନାମ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ବାଲାସାହେବ ଠାକରେଙ୍କ ନାଁର ଅପବ୍ୟବହାର ନହେବା ପାଇଁ ଶିବସେନା ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବ ବୋଲି ସ୍ପଷ୍ଟ କରିଛି।
ସୂଚନାଯୋଗ୍ୟ କିଛି ଦିନ ହେବ ରାଜନୈତିକ ଦଳ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆଇନଗତ ଯୁଦ୍ଧରେ ପଣିଣତ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହା ବିକାଶ ଅଘାଡି ସରକାର ଏବଂ ଶିବସେନାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଉପବାଚସ୍ପତି ନରହରୀ ଜିରୱାଲ ଅନାସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ବିଦ୍ରୋହୀ ଗୋଷ୍ଠୀକୁ ଏକ ଝଟକା ଦେଇଛି। ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ଏକନାଥ ସିନ୍ଦେଙ୍କ ସହ ଥିବା ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରିଥିବାରୁ ଏହାକୁ ଏକନାଥ ସିନ୍ଦେଙ୍କ ସମେତ ଏକାଧିକ ବିଧାୟକ ବିରୋଧ କରିଛନ୍ତି। ସେମାନେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମେଣ୍ଟରୁ ଓହରି ପୁଣି ବିଜେପି ସହ ହାତ ମିଳାଇବାକୁ ପରାମର୍ଶ ଦେଇଛନ୍ତି। ହେଲେ ଉଦ୍ଧବ ଏଥିରେ ରାଜି ହେଉ ନାହାନ୍ତି। ତେଣୁ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ପ୍ରାୟ ୪୦ ଜଣ ବିଧାୟକ ଆସାମର ଗୌହାଟୀରେ କ୍ୟାମ୍ପ କରି ରହିଛନ୍ତି। ସେମାନଙ୍କ ସହ ପ୍ରାୟ ୧୦ ଜଣ ସ୍ୱାଧୀନ ବିଧାୟକ ବି ରହିଛନ୍ତି।
ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ବିଧାୟକଙ୍କ ସଂଖ୍ୟା ୫୫। ଏହା ମଧ୍ୟରୁ ୪୦ ଜଣ ଏକନାଥଙ୍କ କ୍ୟାମ୍ପକୁ ଚାଲି ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ ଟଳମଳ ହେଉଛି। ଏକନାଥଙ୍କ ପାଖରେ ୪୦ ଜଣ ବିଧାୟକଙ୍କ ସମର୍ଥନ ଥିବାରୁ ସେ ଚାହିଁଲେ ବିଧାନସଭାରେ ନିଜର ସ୍ୱତନ୍ତ୍ର ଦଳ ଗଠନ କରିବା ସହ ଶିବସେନାର ଦଳୀୟ ଚିହ୍ନ ପାଇଁ ମଧ୍ୟ ନିର୍ବାଚନ କମିଶନଙ୍କ ପାଖରେ ଆବେଦନ କରିପାରିବେ। କାରଣ ଦଳ ବଦଳ ନିରୋଧ ଆଇନକୁ ମାତ ଦେବା ପାଇଁ ଓ ଦଳ ବିଭାଜନ ପାଇଁ ଏକନାଥ ସିନ୍ଦେଙ୍କୁ ୩୭ ଜଣ ବିଧାୟକଙ୍କ ସମର୍ଥନ ଦରକାର।
ମୁମ୍ବାଇ: ଶିବସେନା ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏକନାଥଙ୍କ ପାଇଁ ଆଜି ମହାରାଷ୍ଟ୍ରର ମହାଅଘାଡି ସରକାର ଭୁଷୁଡ଼ିବାକୁ ବସିଛି। ନିଜ ଦଳରେ ବିଦ୍ରୋହ କରି ଏକନାଥ ୨୧ ଶିବସେନା ବିଧାୟକଙ୍କ ସହ ସୁରତ ଫେରାର ହୋଇଯାଇଥିଲା ବେଳେ ସେଠାରୁ ଗତକାଲି ଗୌହାଟୀ ପହଞ୍ଚିଥିଲେ। ପରେ ପରେ ଆଉ କିଛି ଦଳୀୟ ବିଧାୟକ ମଧ୍ୟ ଏକନାଥଙ୍କ କ୍ୟାମ୍ପରେ ଯୋଗ ଦେଇଥିଲେ। ବର୍ତ୍ତମାନ ମହାବିକାଶ ଅଘାଡ଼ି ସରକାରରେ ଶିବସେନାର ୫୫ ବିଧାୟକ ରହିଥିଲା ବେଳେ ତାଙ୍କ ନିକଟରେ ଏବେ ୪୬ ବିଧାୟକଙ୍କ ସମର୍ଥନ ରହିଛି ଏବଂ ଆଗକୁ ଏହି ସଂଖ୍ୟା ଆହୁରି ବଢିବ ବୋଲି ଏକନାଥ କହିଛନ୍ତି। ଏପରିକି ସେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଚିଠି ଲେଖି ସେ ହିଁ ଶିବସେନା ବିଧାୟକ ଦଳର ନେତା ବୋଲି ଦାବି କରିଛନ୍ତି। ଫଳରେ ମହାରାଷ୍ଟ୍ରର ଉଦ୍ଧବ ସରକାର ଏବେ ଭୁଷୁଡ଼ି ଯିବାକୁ ବସିଛି। ମୁଖ୍ୟମନ୍ତ୍ରୀ ଅନ୍ୟ ବିଧାୟକମାନଙ୍କୁ ଡକାଇ ବୈଠକ କରିବା ସହିତ ସରକାର ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ ହେଁ ସବୁକିଛି ଓଲଟପାଲଟ ହୋଇଯାଇଛି। ତେବେ ଏକଦା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅତ୍ୟନ୍ତ ବିଶ୍ବସ୍ତ ରହିଥିବା ଏବଂ ମହାଅଘାଡି ସରକାରର ‘କ୍ରାଇସିସ୍‌ ମ୍ୟାନେଜର’ ଭାବେ ପରିଚିତ ଥିବା ଏକନାଥ ସିନ୍ଧେ ନିଜ ମୁରବୀଙ୍କ ବିରୋଧରେ କିଭଳି ଏମିତି ବିଦ୍ରୋହ କଲେ ଏବଂ ଏହାର କାରଣ କ’ଣ ବୋଲି ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି।
ଅଟୋ ଚାଳକରୁ ନେତା…
ଏକନାଥ ସିନ୍ଧେ କେବଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବିଶ୍ବସ୍ତ ନଥିଲେ ବରଂ ବିଗତ ୪୦ ବର୍ଷ ଧରି ଶିବସେନାର ଜଣେ ଅକୁଣ୍ଠଚିତ ଅନୁଗାମୀ ଥିଲେ। ମାଟ୍ରିକ ପାସ୍‌ କରିନଥିବା ଏକନାଥ ସ୍କୁଲ ଛାଡି ଅଟୋ ଚଳାଉଥିଲେ। ତେବେ ୧୯୮୦ ମସିହାରେ ଶିବସେନାରେ ଜଣେ ପ୍ରାଥମିକ ସଦସ୍ୟ ଭାବେ ସେ ଦଳରେ ଯୋଗ ଦେଇ ଥାନେ କିଶନ ନଗର ଶାଖା ପ୍ରମୁଖ ହୋଇଥିଲେ। ସେତେବେଳେ ଥାନେ ଜିଲ୍ଲା ପ୍ରମୁଖ ଥିଲେ ଆନନ୍ଦ ଦିଘେ। ଏକନାଥଙ୍କ କାର୍ଯ୍ୟକଳାପକୁ ନେଇ ସନ୍ତୁଷ୍ଟି ପ୍ରକାଶ କରି ଆନନ୍ଦ ଏକନାଥଙ୍କୁ ଅଧିକ ପ୍ରୋତ୍ସାହନ ଦେଇଥିଲେ। ପରେ ପରେ ୨୦୦୦ରେ ଏକନାଥ କର୍ପୋରେଟର ହୋଇଥିଲେ। ଏହି ସମୟରେ ସେ ବାଲା ସାହେବ ଠାକରେଙ୍କ ସହ ମଧ୍ୟ ଘନିଷ୍ଠ ରହିଥିଲେ।
ତେବେ ପରବର୍ତ୍ତୀ ସମୟରେ ଏକନାଥଙ୍କ ତିନୋଟି ସନ୍ତାନ ମଧ୍ୟରୁ ଦୁଇ ଜଣ ବୁଡ଼ି ପ୍ରାଣ ହାରାଇବା ପରେ ଏକନାଥ ନିଜର ମାନସିକ ଭାରସାମ୍ୟ ହରାଇଥିଲେ। ଏପରିକି ସେ ଦୁଃଖ ସହି ନପାରି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ହେଲେ ତାଙ୍କର ନିକଟତମ ଦଳୀୟ ହିତୈଶୀ ଭାବେ ଆନନ୍ଦ ତାଙ୍କୁ ଦଳରେ ବିଭିନ୍ନ ଦାୟିତ୍ବ ଦେଇ ତାଙ୍କ ମନରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିଥିଲେ। ପରେ ପରେ ଏକନାଥଙ୍କୁ ଥାନେ ପୌର ମହାନଗର ନିଗମର ଦଳୀୟ ମୁଖ୍ୟ ଭାବେ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ୨୦୦୧ରେ ଆନନ୍ଦଙ୍କ ଅଚାନକ ମୃତ୍ୟୁ ହେବା ପରେ ଥାନେ ଜିଲ୍ଲାର ସମ୍ପୂର୍ଣ୍ଣ ଦାୟିତ୍ବ ଏକନାଥଙ୍କ ଉପରେ ପଡ଼ିଥିଲା। ଦଳ ପ୍ରତି ଏକନାଥଙ୍କ ନିଷ୍ଠା ଏବଂ ସାମାଜିକ ସ୍ତରରେ ତାଙ୍କର ବଢୁଥିବା ପ୍ରତିପତିକୁ ନେଇ ଶିବସେନା ତାଙ୍କୁ ୨୦୦୪ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା। ସେ ଏହି ନିର୍ବାଚନରେ ବହୁମତ ସହ ବିଜୟ ଲାଭ କରିଥିଲା ବେଳେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ତାଙ୍କର ପ୍ରତିପତି ବୃଦ୍ଧି ପାଇଥିଲା।
୨୦୦୫ରେ ରାଜ ଠାକରେ ଏବଂ ନାରାୟାଣ ରାଣେଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ଶିବସେନାରେ ଫାଟ ସୃଷ୍ଟି କରିଥିଲେ ହେଁ ଏକନାଥଙ୍କ ଯୋଗୁଁ ଥାନେ ଜିଲ୍ଲାର ଦଳୀୟ ସ୍ଥିତି ଅତୁଟ ରହିଥିଲା। ୨୦୦୯ନିର୍ବାଚନରେ ମଧ୍ୟ ଏକନାଥ ବିଜୟୀ ହୋଇଥିଲେ। ଏହାପରେ ଏସ ଜୁନିୟର ଠାକରେ ଭାବେ ଉଦ୍ଧବଙ୍କ ଅତ୍ୟନ୍ତ ଘନିଷ୍ଠ ହେବାରେ ଲାଗିଥିଲେ। ପରେ ପରେ ୨୦୧୪ରେ ଏକନାଥ ପୁଣିଥରେ ନିର୍ବାଚନରେ ବିଜୟୀ ହୋଇ ବିରୋଧୀ ଦଳର ନେତା ହୋଇଥିଲେ। ସେତେବେଳେ ମହାରାଷ୍ଟ୍ରରେ ବିଜେପି ସରକାର ଥିଲା ଏବଂ ଦେବେନ୍ଦ୍ର ଫଡ଼ନଭିସ ମୁଖ୍ୟମନ୍ତ୍ରୀ ରହିଥିଲେ। କିନ୍ତୁ ୨୦୧୯ ନିର୍ବାଚନ ହିଁ ଏହିକ୍ରମରେ ବ୍ୟତିକ୍ରମ ଆଣିଥିଲା। ସେତେବେଳେ ବିଜେପି ଏବଂ ଶିବସେନା ମିଳିତ ଭାବେ ନିର୍ବାଚନ ଲଢିଥିଲେ ହେଁ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଉଭୟ ଦଳ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଉଦ୍ଧବ ଠାକରେ ବିଜେପି ଠାରୁ ଦୂରେଇ ଯାଇ ଏନସିପି ଏବଂ କଂଗ୍ରେସ ଦଳର ହାତ ଧରିଥିଲେ। କିନ୍ତୁ ଉଦ୍ଧବଙ୍କ ଏହି ନିଷ୍ପତ୍ତି ଏକନାଥଙ୍କ ପାଇଁ ଆଦୌ ଗ୍ରହଣୀୟ ନଥିଲା। ସେ ଏହି ସମୟରେ ଉଦ୍ଧବଙ୍କୁ ବିରୋଧ କରିଥିଲେ ହେଁ ତାଙ୍କ ପ୍ରସ୍ତାବକୁ ଉଦ୍ଧବ ଗ୍ରହଣ କରିନଥିଲେ। ପରେ ପରେ ଏକନାଥ ମନ୍ତ୍ରୀ ପଦ ପାଇଥିଲେ ବି ଶିବସେନାର ମୂଳ ଆଧାରକୁ ନେଇ ତାଙ୍କ ମନରେ ଅସନ୍ତୋଷ ରହିଆସିଥିଲା।
ଶିବସେନା ହିନ୍ଦୁତ୍ବ ଭାବନାରୁ ଦୂରେଇ ଯାଉଥିବା ଏକନାଥ ଅନୁଭବ କରିଥିଲେ। ତେବେ କିଛି ମାସ ଧରି ଦଳରେ ଆଦିତ୍ୟ ଠାକରେଙ୍କ ବଢୁଥିବା ପ୍ରତିପତି ଏବଂ ବହୁ ବରିଷ୍ଠ ନେତାଙ୍କୁ ତାଙ୍କର ଅଣଦେଖା ଏକନାଥଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ଖେରାକ୍‌ ଯୋଗାଇଥିଲା। ଯାହାର ପ୍ରତିଫଳନ ନିକଟରେ ଶେଷ ହୋଇଥିବା ବିଧାନସଭା ପରିଷଦ ନିର୍ବାଚନରେ ଦେଖିବାକୁ ମିଳିଥିଲା। ଏଥିରେ କେବଳ ଏକନାଥ ନୁହନ୍ତି ବରଂ ତାଙ୍କ ସହ ଅସନ୍ତୁଷ୍ଟ ରହିଥିବା ଅନ୍ୟ କିଛି ବିଧାୟକ ମଧ୍ୟ କ୍ରସଭୋଟିଂ କରି ବିଜେପିକୁ ଫାଇଦା ଦେଇଥିବା କୁହାଯାଇଥିଲା। ଆଉ ଶେଷରେ ୪୬ ବିଧାୟକଙ୍କୁ ନିଜ ସପକ୍ଷରେ ନେଇ ଏକନାଥ ଉଦ୍ଧବ ସରକାରଙ୍କ ବିରୋଧରେ ବିଦ୍ରୋହର ରେଖା ଟଣାଇଥିଲେ।
ରାଜ୍ୟପାଳଙ୍କ ପରେ କୋଭିଡ ପଜିଟିଭ୍‌ ହେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଭିସି ମାଧ୍ୟମରେ କ୍ୟାବିନେଟ୍‌ ବୈଠକରେ ଯୋଗଦେବେ
ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା ଭିତରେ ଗୋଟିଏ ପରେ ଗୋଟିଏ ରୋଚକ ଖବର ସାମ୍ନାକୁ ଆସିବାରେ ଲାଗିଛି। ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୟାରି କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ବୁଧବାର ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏଚଏନ୍ ରିଲାଏନ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି। ଆଉ ରାଜ୍ୟପାଳଙ୍କ ପରେ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସୂଚନା କଂଗ୍ରେସ ନେତା କମଲନାଥ ସ୍ପଷ୍ଟ କରିଛନ୍ତି ।
କୋଭିଡ ପଜିଟିଭ୍ ହୋଇଥିବା କାରଣରୁ ଆଜି ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭିଡିଓ କନ୍‌ଫରେନ୍‌ସିଙ୍ଗ ମାଧ୍ୟମରେ ଯୋଗବେବେ ବୋଲି ଜଣାପଡିଛି। କଂଗ୍ରେସ ନେତା କମଲ୍‌ ନାଥ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ରାଜନୈତିକ ସଙ୍କଟ ବୃଦ୍ଧି ପାଉଥିବା ବେଳେ ସେ ତାଙ୍କୁ ଭେଟିବାକୁ ଅସମର୍ଥ ହୋଇଥବା କଥା କହିଛନ୍ତି।ସେ କୋଭିଡ୍‌ ପଜିଟିଭ୍‌ ବାହାରିଛନ୍ତି। ସେଥିପାଇଁ ମୁଁ ତାଙ୍କୁ ଭେଟି ପାରିଲି ନାହିଁ। ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଫୋନ୍‌ ମାଧ୍ୟମରେ କଥାବାର୍ତ୍ତା କରିଛି। ସେ କହିଛନ୍ତି ଯେ, ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭା ଭଙ୍ଗ କରାଯିବାର ପ୍ରସ୍ତାବ ନାହିଁ ବୋଲି କଂଗ୍ରେସ ନେତା କମଲନାଥ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ଏକ ଟ୍ୱିଟ ଚର୍ଚ୍ଚାର ବିଷୟ ପାଲଟିଛି । ମହାରାଷ୍ଟ୍ରରେ ଭଙ୍ଗ ହୋଇପାରେ ବିଧାନସଭା । ବିଧାନସଭା ଭଙ୍ଗ ନେଇ ସଙ୍କେତ ଦେଇଛନ୍ତି ସଞ୍ଜୟ ରାଉତ । ଦଳୀୟ ଅନ୍ତକନ୍ଦଳ ଓ ରାଜନୈତିକ ସଙ୍କଟକୁ ନେଇ ସ୍ବୀକାର କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ଦଳ ଭିତରେ ମତଭେଦ ରହିବା ସ୍ବାଭାବିକ, ତେବେ ଏହାର ସମାଧାନ ବାହାର କରାଯିବ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।
ସପେଟେ ସରକାରରେ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ ନିକଟରେ ଟ୍ୱିଟରରୁ ମନ୍ତ୍ରୀ ବାଓ ହଟାଇଛନ୍ତି । ଏହାପରେ ସରକାର ଭଙ୍ଗ ହେବା ନେଇ ମଧ୍ୟ ଆଭାସ ମିଳୁଛି । ତେବେ ବର୍ତ୍ତମାନ ଦଳ ବଦଳ ଆଇନ ଅନୁସାରେ ଯଦି ମୋଟ ବିଧାୟକର ମଧ୍ୟରୁ ଦୁଇ-ତୃତୀୟାଂଶ ବିଧାୟକ ଅନ୍ୟ ଦଳରେ ଯୋଗଦିଅନ୍ତି ତେବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥାଏ । ଶିବସେନା ପାଖରେ ବର୍ତ୍ତମାନ ବିଧାନସଭାରେ ୫୫ ବିଧାୟକ ରହିଛନ୍ତି । ଏଥିରେ ଯଦି ଦଳବଦଳ ଆଇନରୁ ବର୍ତ୍ତିବାକୁ ବିଦ୍ରୋହୀ ଙ୍କୁ ୩୭ ବିଧାୟକଙ୍କ ଆବଶ୍ୟକତା ରହିଛି । ଯଦି ସେମାନେ ଏହି ସଂଖ୍ୟା ହାସଲ ନକରିପାରିବେ ସେମାନଙ୍କ ବିଧାୟକ ପଦ ରଦ୍ଦ ହେବା ସେପଟେ ଏକନାଥ ସିନ୍ଧେନିଜ ସପକ୍ଷରେ ୪୦ ବିଧାୟକ ରହିଥିବା ଦାବି କରୁଛନ୍ତି । ଯେଉଁମାନଙ୍କୁ ଶିବସେନା ମନାଇବାରେ ବିଫଳ ହୋଇଛି । ଏଭଳି ପରିସ୍ଥିତିରେ ଦଳ ପାଖରେ କୌଣସି ବିକଳ୍ପ ନାହିଁ । ଆଜି ଉଦ୍ଧବ ଠାକରେ ସିଏମ ପଦରୁ ଇସ୍ତଫା ଦେଇ ପାରନ୍ତି । ସେ ଅପରାହ୍ନରେ କ୍ୟାବିନେଟ ବୈଠକ ଡାକିଛନ୍ତି ଏବଂ ଏହା ପରେ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି।
ମହାରାଷ୍ଟ୍ର ମହାସଙ୍କଟ : ସିଏମ୍ ପଦରୁ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ
ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ସରକାରରଙ୍କ ପ୍ରତି ରାଜନୈତିକ ସଙ୍କଟ ଉଗ୍ର ହେବାରେ ଲାଗିଛି। ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡି (ଏମଭିଏ) ସରକାର ବିଧାନସଭା ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ କରିପାରନ୍ତି। ଶିବସେନା ସାଂସଦ ସଞ୍ଜୟ ରାଉତ ଏପରି ସଙ୍କେତ ଦେଇଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ବିଧାନସଭା ଭଙ୍ଗ ଆଡକୁ ଗତି କରୁଛି।
କିଏ ମହାରାଷ୍ଟ୍ରରେ ସରକାର କରିବା ତାହା ଏପର୍ଯ୍ୟନ୍ତ  ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହାରି ମଧ୍ୟରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ଏକ ଟ୍ୱିଟ ଚର୍ଚ୍ଚାର ବିଷୟ ପାଲଟିଛି । ମହାରାଷ୍ଟ୍ରରେ ଭଙ୍ଗ ହୋଇପାରେ ବିଧାନସଭା । ବିଧାନସଭା ଭଙ୍ଗ ନେଇ ସଙ୍କେତ ଦେଇଛନ୍ତି ସଞ୍ଜୟ ରାଉତ । ଦଳୀୟ ଅନ୍ତକନ୍ଦଳ ଓ ରାଜନୈତିକ ସଙ୍କଟକୁ ନେଇ ସ୍ବୀକାର କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ଦଳ ଭିତରେ ମତଭେଦ ରହିବା ସ୍ବାଭାବିକ, ତେବେ ଏହାର ସମାଧାନ ବାହାର କରାଯିବ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।
ଅନ୍ୟପଟେ ମହାରାଷ୍ଟ୍ର ମହାନାଟକ ମଧ୍ୟରେ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ହେଉଛି ଚର୍ଚ୍ଚା । ସମସ୍ତଙ୍କ ନଜର ସେହି କ୍ୟାବିନେଟ ବୈଠକ ଉପରେ ରହିଛି । କ୍ୟାବିନେଟ ବୈଠକ ପରେ କିଛି ଗୋଟେ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଇସ୍ତଫା ପୂର୍ବରୁ ଉଦ୍ଧବ ଠାକରେ ଶିବସେନା ଦଳର ସମସ୍ତ ସାଂସଦ ଏବଂ ବିଧାୟକଙ୍କ ସହ କଥା ହେବେ ।
ସପେଟେ ସରକାରରେ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ ନିକଟରେ ଟ୍ୱିଟରରୁ ମନ୍ତ୍ରୀ ବାଓ ହଟାଇଛନ୍ତି । ଏହାପରେ ସରକାର ଭଙ୍ଗ ହେବା ନେଇ ମଧ୍ୟ ଆଭାସ ମିଳୁଛି । ତେବେ ବର୍ତ୍ତମାନ ଦଳ ବଦଳ ଆଇନ ଅନୁସାରେ ଯଦି ମୋଟ ବିଧାୟକର ମଧ୍ୟରୁ ଦୁଇ-ତୃତୀୟାଂଶ ବିଧାୟକ ଅନ୍ୟ ଦଳରେ ଯୋଗଦିଅନ୍ତି ତେବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥାଏ । ଶିବସେନା ପାଖରେ ବର୍ତ୍ତମାନ ବିଧାନସଭାରେ ୫୫ ବିଧାୟକ ରହିଛନ୍ତି । ଏଥିରେ ଯଦି ଦଳବଦଳ ଆଇନରୁ ବର୍ତ୍ତିବାକୁ ବିଦ୍ରୋହୀ ଙ୍କୁ ୩୭ ବିଧାୟକଙ୍କ ଆବଶ୍ୟକତା ରହିଛି । ଯଦି ସେମାନେ ଏହି ସଂଖ୍ୟା ହାସଲ ନକରିପାରିବେ ସେମାନଙ୍କ ବିଧାୟକ ପଦ ରଦ୍ଦ ହେବା ସେପଟେ ଏକନାଥ ସିନ୍ଧେନିଜ ସପକ୍ଷରେ ୪୦ ବିଧାୟକ ରହିଥିବା ଦାବି କରୁଛନ୍ତି । ଯେଉଁମାନଙ୍କୁ ଶିବସେନା ମନାଇବାରେ ବିଫଳ ହୋଇଛି । ଏଭଳି ପରିସ୍ଥିତିରେ ଦଳ ପାଖରେ କୌଣସି ବିକଳ୍ପ ନାହିଁ । ଆଜି ଉଦ୍ଧବ ଠାକରେ ସିଏମ ପଦରୁ ଇସ୍ତଫା ଦେଇ ପାରନ୍ତି । ସେ ଦିନ ଗୋଟାଏରେ କ୍ୟାବିନେଟ ବୈଠକ ଡାକିଛନ୍ତି ଏବଂ ଏହା ପରେ ଇସ୍ତଫା ଦେବେ ।
ପ୍ରକୃତରେ ଏକନାଥ ସିନ୍ଧେଙ୍କ ନିକଟରେ ୪୦ ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି । ଫଳରେ ସେ ବର୍ତ୍ତମାନ ବିଜେପି ନିକଟକୁ ଯାଇପାରିବେ । ସେମାନଙ୍କର ଦୁଇ ତୃତୀୟାଂଶରୁ ଅଧିକ ବିଧାୟକ ଅଛନ୍ତି, ତେଣୁ ବିରୋଧୀ ନିୟମ ମଧ୍ୟ ଲାଗୁ ହେବ ନାହିଁ । ଏହି କାରଣରୁ ଶିବସେନା ବର୍ତ୍ତମାନ ସରକାରଙ୍କୁ ବଞ୍ଚାଇବାର ଆଶା ଛାଡିଛନ୍ତି ।
ସଙ୍କଟରେ ମହାରାଷ୍ଟ୍ରର ମହାମେଣ୍ଟ ସରକାର : ଏକନାଥ ସିନ୍ଧେଙ୍କୁ ମନାଇବାରେ ବିଫଳ ଶିବସେନା
ମୁମ୍ବାଇ : ସଙ୍କଟରେ ମହାରାଷ୍ଟ୍ରର ମହାମେଣ୍ଟ ସରକାର। ସୋମବାର ବିଧାନ ପରିଷଦ ନିର୍ବାଚନ ପରେ ପରେ ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଦେ ଦଳର ଅନ୍ୟ କିଛି ଜଣ ବିଧାୟକଙ୍କ ସହ ମିଶି ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି ବୋଲି କୁହାଯାଉଛି। ଗୁଜରାଟର ସୁରଟ ସ୍ଥିତ ଏକ ହୋଟେଲ ଏମନେ ସମସ୍ତେ ରହିଛନ୍ତି। ଆଉ ଏହି ବିଧାୟକ ସରକାର ଭାଙ୍ଗିବାରେ ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି । ଶିବସେନା, କଂଗ୍ରେସ ଏବଂ ଏନସିପି ଦଳ ମେଣ୍ଟରେ ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାର ଉପରେ ସଙ୍କଟ ଜାରି ରହିଥିବା ବେଳେ ବିଦ୍ରୋହୀ ମନ୍ତ୍ରୀ ତଥା ବିଧାୟକ ଏକନାଥ ସିନ୍ଧେଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉଦ୍ଧବ ଠାକରେ । ବିଧାନସଭାରେ ମୁଖ୍ୟ ସଚେତକ ପଦରୁ ସିନ୍ଦେଙ୍କୁ ବହିସ୍କାର କରାଯାଇଛି ।
ଅନ୍ୟପଟେ ଉଦ୍ଧବ ଠାକରେ ଏହି ମାମଲାରେ ଆଲୋଚନା ପାଇଁ ମଙ୍ଗଳବାର ଅପରାହ୍ନରେ ବୈଠକ ଡକାଇଥିଲେ । ଏଥିରେ ମାତ୍ର ୨୦ ବିଧାୟକ ଯୋଗ ଦେଇଛନ୍ତି । ଏହା ଉଦ୍ଧବ ଠାକରେ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଶିବସେନାର ମୋଟ୍ ବିଧାୟକ ସଂଖ୍ୟା ହେଉଛି ୫୫ । ଯଦି ପାର୍ଟିରୁ ୨୭ ବିଧାୟକ ଅଲଗା ହୋଇଯିବେ ତେବେ ଦଳ ଅଦଳ ବଦଳ ଆଇନ ଲାଗୁ ହେବ ନାହିଁ । ଏମିତିରେ ଉଦ୍ଧବ ଠାକରେଙ୍କ ବୈଠକରୁ ୩୫ ବିଧାୟକ ଦୂରେଇ ରହିବା ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଶିବସେନା ବର୍ତ୍ତମାନ ଡ୍ୟାମେଜ କଂଟ୍ରୋଲରେ ଜୁଟି ଯାଇଛି । ଗୋଟିଏ ପଟେ ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳର ନେତା ପଦରୁ ହଟାଇ ଅଜୟ ଚୌଧୁରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ବିଜେପିର ଦୃଢୋକ୍ତି ଶିବସେନା ଏବଂ ଅଘାଡି ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି । ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଆମ ପାଖରେ ଯେଉଁ ଖବର ରହିଛି, ତାହା ଅନୁଯାୟୀ ଏକନାଥ ସିନ୍ଧେ ୩୫ ଜଣ ବିଧାୟକଙ୍କ ସହିତ ସୁରଟ ଯାଇଛନ୍ତି ।
ଏହାର ଅର୍ଥ ଉଦ୍ଧବ ଠାକରେଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି । ହେଲେ ବ୍ୟବହାରିକ ଭାବେ ସରକାର ସଂଖ୍ୟା ଲଘୁ ହେବାରେ ଏବେ ଆଉ କିଛି ସମୟ ଲାଗିବ । ଚନ୍ଦ୍ରକାନ୍ତ ପାଟିଲ୍ କହିଛନ୍ତି, ବିଜେପି ଏଥର ଅତିତ୍ତଉତ୍ସାହିତ ହେବାକୁ ଚାହୁଁନାହିଁ । ସଂପ୍ରତି ଅନାସ୍ଥା ପ୍ରସ୍ତାବ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଇବରା ସ୍ଥିତି ଉତ୍ପନ ହୋଇ ନାହିଁ । ଜୁଲାଇ ୧୮ରୁ ଗୃହର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ସରକାର ଗଠନ ଦାବି ଉପରେ ଏବେଠୁ କିଛି କହିବା ତରବରିଆ ହେବ ବୋଲି ପାଟିଲ୍ କହିଛନ୍ତି । ସଂପ୍ରତି ଆମେ ସ୍ଥିତି ଉପରେ ନଜର ରଖିଛୁ ।ନା ଏକନାଥ ସିନ୍ଧେ ଆମ ନିକଟକୁ କୌଣସି ପ୍ରସ୍ତାବ ଦେଇଛନ୍ତି ଏବଂ ନା ବିଜେପି ପକ୍ଷରୁ ତାଙ୍କୁ କିଛି ଅଫର ଦିଆଯାଇଛି । ସେ କହିଛନ୍ତି, ରାଜନୀତିରେ କୌଣସି ମୂହୁର୍ତ୍ତରେ କିଛି ବି ଘଟିପାରେ ।
ମହାରାଷ୍ଟ୍ର ବିଧାନସଭାରେ ବିଜେପିର ବିଧାୟକ ସଂଖ୍ୟା ୧୦୬ । ଦଳକୁ ୧୩ ସ୍ୱାଧୀନ ବିଧାୟକ ସମର୍ଥନ ମିଳିଛି । ଯଦି ବିଜେପିକୁ ୨୬ ଶିବସେନା ବିଧାୟକଙ୍କ ସମର୍ଥନ ମିଳିଯାଏ ତେବେ ଦଳ ସରକାର ଗଠନ କରିବାର ମ୍ୟାଜିକ ନମ୍ବରରେ ପହଞ୍ଚିପାରେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।
ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନରେ ବିଜେପି ଏକାକୀ ୫ଟି ଆସନରେ ବିଜୟୀ ହେବା ପରେ ଏପରି ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ପୂର୍ବରୁ ରାଜ୍ୟସଭା ନିର୍ବାଚନରେ ମଧ୍ୟ ଫଡନାଭିସଙ୍କ ଗୋଟି ଆଗରେ ଫେଲ୍ ମାରିଥିଲା ମେଣ୍ଟ ସରକାର ।ଶିବସେନା ବିଧାୟକ ବିଜେପି ଶାସିତ ରାଜ୍ୟ ଗୁଜରାଟର ହୋଟେଲରେ ଅଟକିବା ଏହି ହଟଚମଟ ପଛରେ ବିଜେପିର ଅପରେସନ ଲୋଟସ ବୋଲି କୁହାଯାଉଛି । ଅନ୍ୟପଟେ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଦିଲ୍ଲୀରେ ଡେରା ପକାଇଥିବା ବେଳେ ବିଜେପି ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବୈଠକ ବସିଥିବା ଜଣାପଡିିଛି ।
ମହାରାଷ୍ଟ୍ରରେ ସରକାର ଗଢିବାକୁ କଣ ରହିଛି ସଂଖ୍ୟାର ଖେଳ
ମହାରାଷ୍ଟ୍ରର ବିଧାନସଭା ଆସନ ସଂଖ୍ୟା ୨୮୮। ଜଣେ ବିଧାୟକ ପ୍ରାଣ ହରାଇଥିବାରୁ ଏବେ ଏହା ୨୮୭ ହୋଇ ଯାଇଛି। ଏହାର ଅର୍ଥ ଆସ୍ଥା ଭୋଟରେ ଜିତିବା ପାଇଁ ହେଲେ ୧୪୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ପାଖରେ ଏବେ ୧୫୨ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଶିବସେନାର ମୋଟ ବିଧାୟକଙ୍କ ସଂଖ୍ୟା ୫୫। ଏମାନଙ୍କ ମଧ୍ୟରୁ ୨୧ ଜଣ ସଦସ୍ୟ ଓ ଜଣେ ସ୍ୱାଧୀନ ବିଧାୟକ ସୁରତର ହୋଟେଲରେ ଥିବା କୁହାଯାଉଛି। ଯଦି ଏକନାଥ ସିନ୍ଧେଙ୍କ କଥାରେ ଏହି ବିଧାୟକମାନେ ଇସ୍ତଫା ଦିଅନ୍ତି, ତା’ହେଲେ ଶବିସେନାର ସଂଖ୍ୟା ୩୪କୁ ଖସି ଆସିବ। ଏଥିଯୋଗୁ ମହା ବିକାଶ ଅଘାଡ଼ି ସରକାରଙ୍କ ସପକ୍ଷରେ ଥିବା ବିଧାୟକଙ୍କ ସଂଖ୍ୟା ମଧ୍ୟ ୧୩୧କୁ ଖସିବ। ଯଦି ଏକନାଥଙ୍କ ଟିମ୍‌ର ୨୨ ଜଣ ବିଧାୟକ ଇସ୍ତଫା ଦେଇଦେବେ, ତା’ହେଲେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ମଧ୍ୟ ୧୩୩କୁ ଖସି ଆସିବ।
ବିଜେପି ପାଖରେ ୧୦୬ ବିଧାୟକ ରହିଛନ୍ତି। ହେଲେ ବିଜେପି କହିଛି ଯେ ତା’ ପାଖରେ ୧୩୫ ବିଧାୟକଙ୍କ ସମର୍ଥନ ରହିଛି। ଏହି ସଂଖ୍ୟା ବିଜେପି କେଉଁଠୁ ପାଇଲା, ସେକଥା ଜଣାପଡ଼ିନି।ଯଦି ଶିବସେନାର ୨୧ ଜଣ ବିଧାୟକ ଦଳ ବଦଳ କରନ୍ତି, ତା’ହେଲେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ। ଏପରି ସ୍ଥିତିରେ ସମସ୍ତଙ୍କୁ ଇସ୍ତଫା ଦେଇ ଉପ ନିର୍ବାଚନର ସମ୍ମୁଖୀନ ହେବାକୁ ପଡ଼ିବ।ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ୫୫, ଏନସିପି ୫୩, କଂଗ୍ରେସ ୪୪, ସ୍ୱାଧୀନ ୧୩ ଓ ଅନ୍ୟାନ୍ୟ ଦଳ ୧୬ ଟି ଆସନରେ ଜିତିଥିଲେ।
ଏକନାଥ ସିନ୍ଧେଙ୍କୁ ମନାଇବାରେ ବିଫଳ ଶିବସେନା
ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କୁ ମନାଇବାରେ ବିଫଳ ଶିବସେନା । ଗୁଜରାଟର ସୁରଟ ସ୍ଥିତ ଏକ ହୋଟେଲରେ ଭେଟିବାକୁ ପହଞ୍ଚିଥିବା ଉଦ୍ଧବ ଠାକରେଙ୍କ ପ୍ରତିନିଧିଙ୍କୁ ସିନ୍ଧେ ସ୍ପଷ୍ଟ ଜବାବ ଦେଇଛନ୍ତି । ସେ କହିଛନ୍ତି, ହିନ୍ଦୁତ୍ୱ ଛାଡିଥିବା ଶିବସେନାକୁ ତାଙ୍କର ଫେରିବା ଏବେ ସମ୍ଭବ ନୁହେଁ । ଏକନାଥ ସିନ୍ଧେଙ୍କ ଏହି ଆଭିମୁଖ୍ୟ ମହାବିକାଶ ଅଘାଡି ସରକାରକୁ ଆହୁରି ସଙ୍କଟରେ ପକାଇପାରେ।
ମହାରାଷ୍ଟ୍ରରେ ସୃଷ୍ଟି ରାଜନୈତିକ ଝଡକୁ ପ୍ରଶମିତ କରିବା ପାଇଁ ଜୁଟିଥିବା ଶିବସେନାର ଉଦ୍ୟମ ଫିକା ପଡୁଥିବା ଦେଖିବାକୁ ମିଳିଛି । ପ୍ରାୟ ୩୦ ବିଧାୟକଙ୍କୁ ନେଇ ସୁରଟର ଏକ ହୋଟେଲରେ ଡେରା ପକାଇଥିବା ସିନ୍ଧେ ନରମ ପଡିବା ପରି ଲାଗୁନାହାନ୍ତି। ତାଙ୍କୁ ମନାଇବା ପାଇଁ ଉଦ୍ଧବ ଠାକରେ ଶିବସେନା ବିଧାୟକ ମିଲିନ୍ଦ ନାର୍ଭେକରଙ୍କୁ ସୁରଟ ପଠାଇଥିଲେ । ମାତ୍ର ସିନ୍ଧେ ସିଧା ସିଧା କହି ଦେଇଛନ୍ତି ଯେ, ମୁଁ ହିନ୍ଦୁତ୍ୱ ସହିତ ରହିଛି ଏବଂ ଶିବସେନା ହିନ୍ଦୁତ୍ୱ ଛାଡି ସାରିଛି । ଏବେ ମୁଁ ଶିବସେନାକୁ ଫେରିବି ନାହିଁ । ସିନ୍ଧେ ନିଜର ଟୁଇଟର ବାୟୋରୁ ଶିବସେନାର ଫଟୋ ମଧ୍ୟ ହଟାଇ ଦେଇଛନ୍ତି ।
ଅନ୍ୟପଟେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିଦ୍ରୋହୀ ଏକନାଥଙ୍କ ସହିତ ହୋଟେଲରେ ୨୫ରୁ ୩୦ ବିଧାୟକ ରହିଥିବା ସୂଚନା ରହିଛି । କଂଗ୍ରେସର ୧୦ ବିଧାୟକଙ୍କ ସହ ମଧ୍ୟ ଯୋଗାଯୋଗ ହୋଇପାରୁନଥିବା ଜଣାପଡିଛି । ଏପରି ସ୍ଥିତିରେ ବିଦ୍ରୋହୀଙ୍କ ଉପରେ ନଜର ରଖିଛି ବିଜେପି । ହେଲେ ଏପରି ପ୍ରସଙ୍ଗରେ କିଛି ଖୋଲାଖୋଲି ମତ ରଖିନି ବିଜେପି । ମହାରାଷ୍ଟ୍ର ବିଜେପି ସଭାପତି ଅତି ଚତୁରତାର ସହିତ ଅପରେସନ ଲୋଟସ ଅଭିଯୋଗକୁ ଖାରଜ କରିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ପର୍ୟ୍ୟବେକ୍ଷକ ଭାବେ କମଲନାଥଙ୍କୁ ଦାୟିତ୍ୱ ଦେଇଛି ।
ପୂର୍ବରୁ ମଧ୍ୟପ୍ରଦେଶ, କର୍ଣ୍ଣାଟକରେ ମଧ୍ୟ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ଥିଲା । କିନ୍ତୁ ଏଠାରେ ବିରୋଧୀ ଏକ ହୋଇ ସରକାର ଗଢିଥିଲେ । ପରେ କିନ୍ତୁ ଅପରେସନ ଲୋଟସ ଜରିଆରେ ମଧ୍ୟପ୍ରଦେଶ, କର୍ଣ୍ଣାଟକରେ ସରକାର ପଲଟିଥିଲା । ଆଉ ଏବେ ମହାରାଷ୍ଟ୍ରରେ ମଧ୍ୟ ସମାନ ଅବସ୍ଥା ରହିଛି । ତେଣୁ ଏଠାରେ ମଧ୍ୟ ସରକାର ବଦଳିପାରେ ବୋଲି ଚର୍ଚ୍ଚା ହେଉଛି ।