Petrol Diesel - The Sakala

ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୦ ଟଙ୍କା ହ୍ରାସ, ଲାଭ ପାଇବେ କି ଗ୍ରାହକ ?
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଏବଂ ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ଦେଶବାସୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟିକୁ ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି। ବିଶ୍ୱ ଶକ୍ତି ବଜାରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ଉଭୟ ଗ୍ରାହକ ଏବଂ ତୈଳ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ତେବେ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ଦ୍ୱାରା ଏହାର ସିଧାସଳଖ ଲାଭ ତୈଳ ଉତ୍ପାଦିତ କମ୍ପାନୀ ପାଇବେ। ଏହାର ଲାଭ ଗ୍ରାହକଙ୍କୁ ମିଳିବ ନାହିଁ।

ଗୁରୁବାର ଜାରି ହୋଇଥିବା ଏକ ସରକାରୀ ଆଦେଶ ଅନୁଯାୟୀ, ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୩ ଟଙ୍କାରୁ ୩ ଟଙ୍କା କୁ ହ୍ରାସ ପାଇଛି। ସେହିପରି ଡିଜେଲ ଉପରେ ଏହି ଶୁଳ୍କ ଲିଟର ପିଛା ୧୦ ଟଙ୍କାରୁ ଶୂନ (୦) କରିଦିଆଯାଇଛି। କେନ୍ଦ୍ର ସରକାର ଏକ ଗେଜେଟ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଆଭିଏସନ୍ ଟର୍ବାଇନ୍ ଫୁଏଲ୍ (ATF) ବା ବିମାନ ଇନ୍ଧନ ଉପରେ ମଧ୍ୟ ସ୍ୱତନ୍ତ୍ର ଅତିରିକ୍ତ ଏକ୍ସାଇଜ୍ ଡ୍ୟୁଟି ଲାଗୁ କରାଯାଇଛି ଏବଂ ଏହାର ପ୍ରଭାବୀ ହାର ଲିଟର ପିଛା ୨୯.୫ ଟଙ୍କା ରଖାଯାଇଛି। ଏହି ନୂତନ ନିୟମ ମାର୍ଚ୍ଚ ୨୬ ରୁ ଲାଗୁ ହୋଇଛି।

ଆମେରିକା-ଇସ୍ରାଏଲ୍ ସହିତ ଇରାନର ଯୁଦ୍ଧ କାରଣରୁ ବିଶ୍ୱ ଶକ୍ତି ବଜାର ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ତେହେରାନ୍ ଦ୍ୱାରା ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରାଯିବା ଫଳରେ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହି ମାର୍ଗ ଦେଇ ଦୈନିକ ପ୍ରାୟ ୨୦ ରୁ ୨୫ ନିୟୁତ ବ୍ୟାରେଲ୍ ତୈଳ ଏବଂ ଗ୍ୟାସ୍ ଯୋଗାଣ ହୋଇଥାଏ, ଯାହା ବିଶ୍ୱର ମୋଟ ଯୋଗାଣର ଏକ ପଞ୍ଚମାଂଶ ଅଟେ। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟବର୍ତ୍ତୀ ବୟାନ ପରେ ବଜାରରେ କିଛିଟା ଆଶ୍ୱସ୍ତି ଦେଖାଦେଇଛି। ଇରାନ ସହିତ ଆଲୋଚନା ସକାରାତ୍ମକ ଦିଗରେ ଯାଉଛି ଏବଂ ଆକ୍ରମଣ ସ୍ଥଗିତ ରହିବ ବୋଲି ସେ କହିଛନ୍ତି। ଏହା ପରେ ବ୍ରେଣ୍ଟ କ୍ରୁଡ୍ (Brent crude) ଦର ୧.୨୮% ହ୍ରାସ ପାଇ ବ୍ୟାରେଲ ପିଛା ୧୦୬.୬୩ ଡଲାର ଏବଂ ଡବ୍ଲୁଟିଆଇ କ୍ରୁଡ୍ (WTI crude) ଦର ୧.୦୪% ହ୍ରାସ ପାଇ ବ୍ୟାରେଲ ପିଛା ୯୩.୫୦ ଡଲାର ରେ କାରବାର କରୁଛି।

ଯୁଦ୍ଧ ପୂର୍ବରୁ ଭାରତ ଏହି ଅଶୋଧିତ ତୈଳର ୧୨ ରୁ ୧୫ ପ୍ରତିଶତ ଆମଦାନୀ କରୁଥିଲା। ଭାରତ ବ୍ୟାପକ ପରିମାଣରେ ତରଳ ପ୍ରାକୃତିକ ଗ୍ୟାସ (LNG) ଏବଂ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ପାଇଁ ହର୍ମୁଜ୍ ପ୍ରଣାଳୀ ଉପରେ ନିର୍ଭର କରିଥାଏ, ଯାହା କତାର ଏବଂ ୟୁଏଇରୁ ଆସିଥାଏ। ଏହି ଆମଦାନୀ ଦ୍ୱାରା ଦେଶର ପ୍ରାୟ ୩୩ କୋଟି ପରିବାର ଙ୍କୁ ଗ୍ୟାସ ଯୋଗାଣ କରାଯାଏ। ଏତେ ମାତ୍ରାରେ ନିର୍ଭରଶୀଳତା କାରଣରୁ ଦେଶରେ ତୈଳ ଓ ଗ୍ୟାସ ସଙ୍କଟ ନେଇ ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ କୌଣସି ତୁରନ୍ତ ବିପଦ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସରକାରଙ୍କ ଏହି ଟିକସ ହ୍ରାସ ପଦକ୍ଷେପ ଦ୍ୱାରା ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକୁ ମୂଲ୍ୟ ବୃଦ୍ଧିର ପ୍ରଭାବରୁ ରକ୍ଷା କରାଯାଇପାରିବ। ବର୍ତ୍ତମାନ ପାଇଁ ଖୁଚୁରା ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଛି।

ଝାରସୁଗୁଡ଼ାକୁ ପାଇପଲାଇନରେ ପେଟ୍ରୋଲ, ଡିଜେଲ୍‍ ଯୋଗାଣ ବନ୍ଦ; ଟାଙ୍କିରେ ଝୁଲୁଛି ‘ଆଉଟ ଅଫ୍‍ ଷ୍ଟକ’ ବୋର୍ଡ
ବରଗଡ଼଼: ଆଗାମୀ କିଛିଦିନ ମଧ୍ୟରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଉତ୍କଟ ତୈଳ ସଙ୍କଟ ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି। ପଶ୍ଚିମ ଓଡ଼ିଶାର ଏସାର୍‍, ରିଲାଏନ୍ସ ଆଦି ଘରୋଇ ପେଟ୍ରୋଲ ପମ୍ପଗୁଡ଼ିକ ସେମାନଙ୍କ ପେଟ୍ରୋଲ, ଡିଜେଲ ଦେବା ବନ୍ଦ କରିଦେଲେଣି। ବିପିସିଏଲ, ଏଚପିସିଏଲର ଅଧିକାଂଶ ପେଟ୍ରୋଲ ପମ୍ପରେ ଏବେ ଆଉଟ ଅଫ୍‍ ଷ୍ଟକ ବୋର୍ଡ ଝୁଲୁଛି। ବରଗଡ଼଼, ବଲାଙ୍ଗିର, ନୂଆପଡ଼ା ସବୁଠି ସେହି ସମାନ ଅବସ୍ଥା।

ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଆମଦାନି ହେଉଥିବା ଅଶୌଧିତ ତୈଳର ବିଶୋଧନ ପରେ ରେଲୱେ ରେକ ଓ ପାଇପ୍‍ ଲାଇନରେ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ। ମାତ୍ର ଗତ ଗ୍ରୀଷ୍ଣ ଋତୁରେ ଦେଶବ୍ୟାପି ବିଦ୍ୟୁତ୍‍ ସଙ୍କଟ ସୃଷ୍ଟି ହୋଇଥିଲା। ମୁଖ୍ୟତଃ ତାପଜ ବିଦ୍ୟୁତ୍‍ କେନ୍ଦ୍ରଗୁଡ଼ିକ ପର୍ଯ୍ୟାପ୍ତ ପରିମାଣର କୋଇଲା ପାଇ ନ ପାରିବାରୁ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି ହୋଇଥିଲା। ଏହି କାରଣରୁ ତାପଜ ବିଦ୍ୟୁତ୍‍ କେନ୍ଦ୍ରଗୁଡ଼ିକୁ ଅଧିକ ପରିମାଣର କୋଇଲା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରେଳପଥ ଯୋଗେ କୋଇଲା ପରିବହନକୁ ପ୍ରାଧାନ୍ୟ ଦିଆଯାଇଥିଲା। ଏହାଫଳରେ ରେଳପଥ ମାଧ୍ୟମରେ ତୈଳ ପରିବହନ ପ୍ରଭାବିତ ହୋଇଥିଲା। ଏଣୁ ମୁଖ୍ୟତଃ ପାଇପଲାଇନ ଯୋଗେ ଓଡ଼ିିଶାକୁ ପେଟ୍ରୋଲ, ଡିଜେଲ ପରିବହନ କରାଯାଉଥିଲା। ମାତ୍ର ଇଣ୍ଡିଆନ ଅଏଲ କର୍ପୋରେସନ ଝାରସୁଗୁଡ଼ାକୁ ସଂଯୋଗ କରିଥିବା ପାଇପଲାଇନ ଗତ କିଛି ସପ୍ତାହ ହେଲା ଅଚଳ ହୋଇ ପଡ଼ିଛି। ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ଏଠାରୁ ଅଏଲ ଟ୍ୟାଙ୍କର ମାଧ୍ୟମରେ ତୈଳ ଯୋଗାଇ ଦିଆଯାଉଥିଲା। ଏହି ପାଇପଲାଇନ ଅଚଳ ହୋଇପଡ଼ିବାରୁ ଏବେ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ପାରାଦୀପରୁ ଟ୍ୟାଙ୍କର ଯୋଗେ ପେଟ୍ରୋଲ ଡିଜେଲ ଯୋଗାଇ ଦିଆଯାଉଛି। ଝାରସୁଗୁଡ଼ା ଡିପୋରୁ ତୈଳ ପରିବହନ କଲେ ଗୋଟିଏ ଦିନରେ

ଟ୍ୟାଙ୍କରଗୁଡ଼ିକ ଦୁଇଥର ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପଗୁଡ଼ିିକୁ ତେଲ ଯୋଗାଇ ପାରୁଥିଲେ। ଏବେ ପାରାଦୀପରୁ ତେଲ ଆସିବା ଦ୍ୱାରା ଦୁଇ ଦିନରେ ଗୋଟିଏ ଟ୍ୟାଙ୍କର ତେଲ ମିଳୁଛି। ଏହି କାରଣରୁ ପଶ୍ଚିମ ଓଡ଼ିିଶାର ଅଧିକାଂଶ ଜିଲ୍ଲାର ପେଟ୍ରୋଲ ପମ୍ପ ଗୁଡ଼ିକରେ ‘ଆଉଟ ଅଫ୍‍ ଷ୍ଟକ’ ବୋର୍ଡ଼ ଝୁଲୁଥିବା ଦେଖାଯାଉଛି।

ଝାରସୁଗୁଡ଼ା ପାଇପଲାଇନ ଠିକ୍‍ ହେବାକୁ ଆହୁରି କିଛି ସପ୍ତାହ ଲାଗିବ ବୋଲି କୁହାଯାଉଛି। ପୂର୍ବରୁ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଓ ଭାରତ ପେଟ୍ରୋଲିୟମ କର୍ପେରେସନ ପେଟ୍ରୋଲ ପମ୍ପ ମାଲିକମାନଙ୍କୁ ସୀମିତ ସମୟ ପାଇଁ ଉଧାର ସୂତ୍ରରେ ତେଲ ଯୋଗାଇ ଦେଉଥିଲେ। ମାତ୍ର ନିକଟରେ ଏହି ଦୁଇ ତୈଳ ସଂସ୍ଥା ଅଗ୍ରୀମ ପେମେଣ୍ଟ ବ୍ୟବସ୍ଥାର ପ୍ରଚଳନ କରିଥିବାରୁ ପେଟ୍ରୋଲ ପମ୍ପ ମାଲିକମାନଙ୍କ ପାଇଁ କ୍ୟାସ୍‍ ମେନେଜମେଣ୍ଟ ଓ ଷ୍ଟକ ମେନେଜମେଣ୍ଟ କରିବା ସମ୍ଭବପର ହେଉନାହିଁ। ଏଣୁ ଆନ୍ତର୍ଜାତିକ ସ୍ତରରୁ ଗ୍ରାମୀଣ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ସର୍ବତ୍ର ସମସ୍ୟା ଲାଗିରହିଛି। ରାଜ୍ୟର ତୈଳ କମ୍ପାନୀଗୁଡ଼ିକର ସପ୍ଲାଇ ଚେନ୍‍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏଣୁ ବେଳ ହୁଁ ସତର୍କତାମୂଳକ ପଦକ୍ଷେପ ନ ନେଲେ ପଶ୍ଚିମ ଓଡ଼ିଶାରେ ତୈଳ ସଙ୍କଟ ଗୁରୁତର ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ତାନ ପେଟ୍ରୋଲିୟମର ରିଟେଲ ଆଉଟ୍‍ଲେଟଗୁଡ଼ିକର ସପ୍ଲାଇ ଚେନ୍‍ ନେଟୱର୍କ ସମ୍ପୂର୍ଣ୍ଣ ଭୁଶୁଡ଼ିି ପଡ଼ିିଥିବାରୁ ପଶ୍ଚିମ ଓଡ଼ିଶାର ରିଟେଲ ଆଉଟଲେଟ୍‍ଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ଯୋଗାଇବା ସମ୍ଭବପର ହେଉନାହିଁ। ତେବେ ଇଣ୍ଡିଆନ ଅଏଲ କର୍ପୋରେସନର ଡିପୋଗୁଡ଼ିକ ଅପେକ୍ଷାକୃତ ସ୍ୱାଭାବିକ ଅବସ୍ଥାରେ ଚାଲିଛି। ଏ ସମ୍ପର୍କରେ ଏଫ୍‍ଆଇପିଆଇର ଡାଇକ୍ଟେର ଜେନେରାଲ ଗୁରୁମିତ ସିଂ କହିଛନ୍ତି ଯେ ଗତ ମାର୍ଚ୍ଚ ୨୦୨୨ରେ ପ୍ରକାଶିତ ଚଳିତ ବର୍ଷର ପ୍ରଥମ କ୍ୱାର୍ଟର ରିପୋର୍ଟରେ ଭାରତରେ ଦେଖାଯାଇଥିବା ତୈଳ ସଙ୍କଟ ପାଇଁ ଋଷ-ୟୁକ୍ରେନ ଯୁଦ୍ଧକୁ ଏକ ପ୍ରମୁଖ କାରଣ ରୂପେ ବର୍ଣ୍ଣନା କରିଛନ୍ତି। ଯୁଦ୍ଧ ଯୋଗୁଁ ଜାହାଜ ଚଳାଚଳ ବ୍ୟାହତ ହୋଇଥିବା ଯୋଗୁଁ ଆର୍ନ୍ତଜାତିକ ସ୍ତରରେ ସପ୍ଳାଇ ଚେନ୍‍ରେ ସମସ୍ୟା ଦେଖାଯାଇଛି। ଏହି ସମୟରେ ଋଷରୁ ଭାରତ ଅଶୌଧିତ ତୈଳ ଆମଦାନି ବୃଦ୍ଧି କରିଛି। ସମ୍ପ୍ରତି ଭାରତୀୟ ତୈଳ କମ୍ପାନୀଗୁଡ଼ିକ ପ୍ରତି ଲିଟର ଡିଜେଲରେ ୨୦ରୁ ୨୫ ଟଙ୍କାର କ୍ଷତି ସହୁଥିବା ବେଳେ ପ୍ରତିଲିଟର ପେଟ୍ରୋଲରେ ୧୪ରୁ ୧୮ ଟଙ୍କାର କ୍ଷତି ସହୁଛନ୍ତି। ଏଣୁ ଦେଶର ଅଧିକାଂଶ ଘରୋଇ ପେଟ୍ରୋଲିୟମ ସଂସ୍ଥା ସେମାନଙ୍କର ରିଟେଲ ଆଉଟଲେଟ ବନ୍ଦ କରି ଦେଇଛନ୍ତି।