InternationalYogaDay - The Sakala
ଭୁବନେଶ୍ୱର: ଆଜିର ଦିନରେ ଅନେକ ପହଁରା ଜାଣି ନାହାନ୍ତି। ଏପରିସ୍ଥଳେ ‘ଜଳ ଯୋଗ’ ହେଉଛି ପ୍ରମୁଖ ବିକଳ୍ପ ଯାହା ଅଭ୍ୟାସ କରିବା ଦ୍ୱାରା ଜଳବୁଡ଼ି ଅପମୃତ୍ୟୁକୁ ଆମେ ରକ୍ଷା ପାଇପାରିବା। ଯେଉଁ ଯୋଗ ପ୍ରତି ଆଜିର ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବଢ଼଼ିବାରେ ଲାଗିଛି।
ଅନ୍ତର୍ଜାତିକ ଜଳ ଯୋଗଗୁରୁ ଅଶୋକ କୁମାର ବରାଳ କୁହନ୍ତି ଏହି ଯୋଗ ମାଧ୍ୟମରେ ଆମେ ପାଣିରେ ଯୋଗ ଓ ପ୍ରାଣାୟମ କରିବା ସହିତ ପାଣିରେ ବସିପାରିବା ଓ ଶୋଇପାରିବା। ଏଭଳି ଭାସିବା ଜାଣିଲେ ପାଣିରେ ବୁଡି କାହାର ମୃତ୍ୟୁ ଘଟିବ ନାହିଁ। ଏହି ଯୋଗାଭ୍ୟାସ କଲେ ପୃଥିବୀରେ ମଣିଷକୁ ମିଶାଇ ଯେତେ ପ୍ରାଣୀ ଅଛନ୍ତି ସମସ୍ତଙ୍କର ଡେନସିଟି ହେଉଛି ପାଣି ଠାରୁ କମ୍‌‌। ତେଣୁ ସମସ୍ତେ ଭାସିବେ। ସେ ଆହୁରି କହିଛନ୍ତି ଯେ, ପାଣିରେ ଭାସିବାର କୌଶଳ ଜାଣି ନ ଥିବାରୁ ପ୍ରତି ବର୍ଷ ପାଣି ବୁଡ଼ି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ଏହି ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଜଳ ଯୋଗ ପ୍ରଶିକ୍ଷଣ ଦିଆଯାଉଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ପ୍ରଶିକ୍ଷଣ ନେବା ସହ ବିଶେଷ କରି ଓଡ୍ରାଫ, ଅଗ୍ନିଶମ ଏବଂ ପୁଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଛି। ବନ୍ୟା ହେଉ କିମ୍ବା ଉଦ୍ଧାର କରିବା ବେଳେ ପାଣିର ପ୍ରଖର ସୁଅରେ ଭାସି ଯାଉଥିବା ବେଳେ ଏହି କୌଶଳ ଜାଣିଥିବା ବ୍ୟକ୍ତି କେବେ ବୁଡ଼ିବ ନାହିଁ ବୋଲି ସେ କହିଛନ୍ତି।
ଏନେଇ ଅନ୍ତର୍ଜାତୀୟ ଯୋଗ ଶିକ୍ଷକ ଗଣେଶ୍ୱର ଗୋଚ୍ଛିକାର କହିଛନ୍ତି ଯେ, ସମସ୍ତେ ଯୋଗ କରିବା ନିହାତି ଆବଶ୍ୟକ। କାରଣ ଶରୀର ସହ ମନ ସୁସ୍ଥ ରଖିବା ଉଚିତ୍‌‌। ସାରା ବିଶ୍ୱରେ ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଭିନ୍ନ ଭିନ୍ନ ମାନସିକ ଚିନ୍ତାରେ ରହୁଛନ୍ତି। ଏଥିରୁ ମୁକ୍ତି ପାଇବାକୁ ହେଲ ଯୋଗ କରିବା ଉଚିତ୍‌‌। ଯୋଗ ଓ ପ୍ରାଣାୟମ ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ପାଇପାରିବେ। ଆଜିକାଲି ଘରେ ଘରେ ଅଣ୍ଟା, ଆଣ୍ଠୁ ଓ ମେରୁଦଣ୍ଡ ବିନ୍ଧା ସମସ୍ୟା ଦେଖାଦେଇଛି। ସେହିପରି ବରିଷ୍ଠ ନାଗରିକମାନେ କାଲସିୟମ୍‌‌ ଅଭାବରୁ ଅନେକ ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଶିକାର ହେବା ସହ କ୍ରୀଡ଼ାବିତ୍‌‌ ଟେନିସ୍‌‌ସେଲଭୋର୍‌‌ ରୋଗର ଶିକାର ହୋଇଥାନ୍ତି। ଏସବୁରୁ ମୁକ୍ତି ପାଇବାକୁ ଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ଯୋଗ ଆଜି ବିଶ୍ବ ସ୍ବାସ୍ଥ୍ୟକୁ ନୂଆ ବାଟ ଦେଖାଇଛି- ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ବ ଯୋଗ ଦିବସ ପାଇଁ କର୍ଣ୍ଣାଟକର ଐତିହ୍ୟ ସହର ମହୀଶୂରରେ ଜାତୀୟସ୍ତରୀୟ ସମାବେଶର ଆୟୋଜନ କରାଯାଇଛି । ସକାଳ ପ୍ରାୟ ସାଢ଼େ ୫ଟାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ପହଞ୍ଚିଥିଲେ। ପ୍ରାୟ ୧୫ ହଜାର ଲୋକଙ୍କ ସହ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ । ୪୫ ମିନିଟ୍‌ ଧରି ଏହି କାର୍ଯ୍ଯକ୍ରମ ଜାରି ରହିଥିଲା। ସକାଳ ୫.୩୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ପରେ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଯୋଗ ଦିବସ ଉତ୍ସବର ଥିମ୍‌ ରହିଛି ‘ଯୋଗ ଫର୍‌ ହ୍ୟୁମାନିଟି’ ଅର୍ଥତା ମାନବିକତା ଲାଗି ଯୋଗ। ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରାୟ ୨୫ କୋଟି ଲୋକ ଯୋଗ କରୁଛନ୍ତି । ଭାରତର ୭୫ଟି ଐତିହ୍ୟସ୍ଥଳୀରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ।
କାର୍ଯ୍ଯକ୍ରମ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଯୋଗ ଜୀବନରେ ଶାନ୍ତି ଆଣିଦିଏ। ଯୋଗ ଦ୍ବାରା ସାରା ଦେଶର ନାଗରିକଙ୍କୁ ଏକତ୍ର କରିହେବ। ପ୍ରତ୍ୟେକ ‌ପ୍ରତ୍ୟହ ଯୋଗ କରିବାକୁ ଭୁଲିବେ ନାହିଁ। ତେଣୁ ସମସ୍ତେ ଯୋଗ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ । ଯୋଗ ଆଜି ବିଶ୍ବ ସ୍ବାସ୍ଥ୍ୟକୁ ନୂଆ ବାଟ ଦେଖାଇଛି। ପୂର୍ବରୁ ଘରେ ସୀମିତ ଥିଲା ଏବେ ବିଶ୍ୱରେ ପହଞ୍ଚିଛି। ନୀରୋଗ ଜୀବନ ପାଇଁ ବିଶ୍ୱାସ ଦେଉଛି ଯୋଗ ବୋଲି ମୋଦୀ କହିଛନ୍ତି।
ସୂଚନା ଅନୁଯାୟୀ, କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ଭର୍ଚୁଆଲ ଭାବେ ଯୋଗ ଦିବସ ପାଳିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଭର୍ଚୁଆଲ ନୁହେଁ ସିଧାସଳଖ ଲୋକମାନେ ଯୋଗ ଦିବସ  କାର୍ଯ୍ଯକ୍ରମରେ ଯୋଗଦାନ କରିଛନ୍ତି।