Leopard - The Sakala

ବିବାହ ଭୋଜିରେ ପଶି ଆସିଲା ବାଘ, ଜୀବନ ବିକଳରେ ଦୌଡିଲେ ବର-କନିଆ
ନୂଆଦିଲ୍ଲୀ: ବିବାହ ପାଇଁ ମଣ୍ଡପ ସଜା ହୋଇଥିଲା। ଭୋଜିଭାତରେ ହସଖୁସିରେ ମସଗୁଲ ଥିଲେ ନିମନ୍ତ୍ରୀତ ଅତିଥି। ହାତଗଣ୍ଠି ପକାଇବାକୁ ପ୍ରସ୍ତୁତ ହେଉଥିଲେ ବର-କନିଆ। ଚାଲିଥିଲା ଫଟୋସୁଟ୍‌, ଚାରିଆଡେ ଖୁସିର ମାହୋଲ। ହେଲେ ଏତିକି ବେଳେ ବିବାହ ମଣ୍ଡପକୁ ପଶି ଆସିଲା ବିନା ନିମନ୍ତ୍ରିତ ହିଂସ୍ର ଅତିଥି। ଆଉ କ୍ଷଣିକରେ ବଦଳିଗଲା ପୂରା ବିବାହର ମାହୋଲ। ଯିଏ ଯୁଆଡେ ପାରିଲେ ଜୀବନ ବିକଳରେ ଦଉଡିବାକୁ ଲାଗିଲେ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବୁଦ୍ଦେଶ୍ୱର ଅଂଚଳର ଏକ ବିବାହ ଉତ୍ସବ ଚାଲିଥିବା ବେଳେ ହଠାତ ପଶି ଆସିଥିଲା କଲରାପତରିଆ ବାଘ। କ୍ଷଣିକରେ ସୃଷ୍ଟି ହୋଇଗଲା ଆତଙ୍କର ମାହୋଲ। ବାଘକୁ ଦେଖି ଯିଏ ଯୁଆଡେ ପାରିଲେ ଜୀବନ ବଂଚାଇବାକୁ ଦୌଡିବାକୁ ଲାଗିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ବାଘକୁ ଦେଖି ନିଜ ସାଙ୍ଗସଥୀଙ୍କ ସହ କନିଆ ମଣ୍ଡପ ବାହାରକୁ ଦୌଡିବାକୁ ଲାଗିଥିବା ବେଳେ ମଣ୍ଡପର ଛାତରୁ ଡେଇଁ ଗାଡିରେ ବସିପଡିଥିଲା ବର। ଭୟରେ ଯିଏ ଯୁଆଡେ।ରିଲେ ଜୀବନ ବଂଚାଇବାକୁ ଦୌଡିଲେ। ଖୁସିରେ ଫାଟି ଉଠୁଥିବା ବିବାହ ମଣ୍ଡ କିଛି ମିନିଟରେ ଆତଙ୍କର ବାତାବରଣରେ ପରିଣତ ହୋଇଯାଇଥିଲା।

ଖବର ପାଇ କିଛି ସମୟ ପରେ ବିବାହ ମଣ୍ଡପରେ ପହଂଚିଥିଲେ ପୁଲିସ ଓ ବନ ବିଭାଗ। କଲରାପତରିଆ ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଆରମ୍ଭ ହୋଇଥିଲା କସରତ। ମଣ୍ଡପକୁ ସମ୍ପୂର୍ଣ୍ଣ ଖାଲି କରି ବାଘ ଧରିବାରେ ଲାଗି ପଡିଥିଲେ ଉଦ୍ଧାରକାରୀ ଦଳ। ହେଲେ ବେକାବୁ ହୋଇଥିବା ବାଘ କେତେବେଳେ ମଣ୍ଡପର ତଳ ମହଲା ତ କେତେବେଳେ ଉପର ମହଲାରେ ଘୂରି ବୁଲୁଥିଲା। ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କଲାବେଳେ ଜଣେ ବନ କର୍ମଚାରୀଙ୍କୁ ପଞ୍ଝା ମାରିଥିଲା ବାଘ। ଆକ୍ରମଣରେ ବନ କର୍ମଚାରୀଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ ଡ୍ରୋନ ସହାୟତାରେ ମଧ୍ୟ ବାଘର ସଠିକ ଲୋକେସନ ଜାଣିବା ପାଇଁ ଚେଷ୍ଟା କରାଯାଇଥିବା ବେଳେ ପଞ୍ଝା ମାରି ଡ୍ରୋନକୁ ମଧ୍ୟ ଖସାଇଦେଇଥିଲା କଲରାପତରିଆ। ଦୀର୍ଘ ୮ ଘଣ୍ଟା ଧରି ନାକେଦମ ହେବା ପରେ ଶେଷ ଭୋର ୪ଟାରେ ବାଘକୁ କାବୁ କରିବାରେ ସଫଳ ହୋଇଥିଲା ବନ ବିଭାଗ। ବାଘକୁ ଟ୍ରାଙ୍କୁଲାଇଜ କରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ଏ ବାଘଟି ବିବାହ ମଣ୍ଡ ଭିତରକୁ କେଉଁଠୁ ଓ କିଭଳି ପ୍ରବେଶ କଲା ତାହା ଜଣାପଡିନାହିଁ।

ଶିକାରୀ ଫାସରେ ଫସିଲା କଲରାପତରିଆ ବାଘ, ୮ଘଣ୍ଟା ପରେ ଉଦ୍ଧାର କଲା ବନ ବିଭାଗ
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି। ଗତ ସପ୍ତାହରେ ପମ୍ପାସର ବନାଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା ବେଳେ ଆଜି ଶିକାରୀ ଫାସରେ ଏକ କଲରାପତରିଆ ବାଘ ପଡିଛି।

ସୂଚନା ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗ୍ରାମ ନିକଟରେ ଆଜି ସକାଳେ ଏକ କଲରାପତରିଆ ବାଘ ଶିକାରୀଙ୍କ ଫାସରେ ପଡିଥିବା ବନ ବିଭାଗର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏହି ଖବର ପାଇବା ପରେ ସାତକୋଶିଆ ଅଭୟାରଣ୍ୟର ଡିଏଫଓ ଡ଼ ସରୋଜ ପଣ୍ଡା, ଏସିଏଫଓ ଶୁଭେନ୍ଦୁ ବେହେରା ପ୍ରମୁଖ ପହଞ୍ଚିଥିଲେ। ଗୋପାଳପୁର ଗାଁ ନିକଟ ନାଳର ଏକ ବୁଦା ପାଖରେ ବାଘଟି ଫସି ରହିଥିଲା । ତାର ଗୋଡ଼ରେ ଲାଗିଥିବା ଫାସ ବୁଦାରେ ଅଟକି ରହିଥିବାରୁ ବାଘଟି ସେଠାରେ ପଡି ଗର୍ଜନ କରୁଥିବା ଦେଖିବାକୁ ମିଳିଥିଲା। ତାକୁ ଉଦ୍ଧାର କରିବା ପାଇଁ ସାତକୋଶିଆର ବନ୍ୟପ୍ରାଣୀ ଡାକ୍ତର କିଶୋର ସାହୁଙ୍କୁ ଡକାଯାଇଥିଲା। ତେବେ ବାଘ ଥିବା ସ୍ଥାନଟି ଜନବସତି ପାଖରେ ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ସେଠାରେ ଜାଲ ବିଛାଯାଇଥିଲା । ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଡ଼ଃ କିଶୋର ସାହୁ ବାଘକୁ ଟ୍ରାଙ୍କୁଲାଇଜ କରିଥିଲେ। ତାକୁ ସେଠାରୁ ଯନ୍ତାରେ ଭର୍ତ୍ତି କରି କୋର ଏରିଆକୁ ବନ ବିଭାଗ ନେଇଛି। ସେଠାରେ ତାକୁ ଛାଡି ଦିଆଯିବ ବୋଲି ଡିଏଫଓ ପ୍ରକାଶ କରିଛନ୍ତି। ଏହି ଅଣ୍ଡିରା ବାଘର ବୟସ ପ୍ରାୟ ୩ବର୍ଷ ହେବ। ତାର ଓଜନ ୨୮କିଲୋ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ସାତକୋଶିଆ ଏବେ ବନ୍ୟଜନ୍ତୁ ଶିକାରୀଙ୍କ ଭୂସ୍ବର୍ଗ ପାଲଟିଛି। ବନ ବିଭାଗର ଅପାରଗତା ତଥା ଉଚିତ ପାଟ୍ରୋଲିଂ ଅଭାବରୁ ଶିକାରୀମାନେ ସକ୍ରିୟ ହୋଇଉଠିଛନ୍ତି। ଫଳରେ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।