Rashmirekha ojha - The Sakala

କାହିଁକି ଆତ୍ମହତ୍ୟା କରିଥିଲେ ଟେଲି ଅଭିନେତ୍ରୀ ରଶ୍ମିରେଖା, ପୁଲିସ ଜାଣିବାକୁ ପାଇଲା କାରଣ
ଭୁବନେଶ୍ୱର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଛି। ରଶ୍ମିରେଖା ଆତ୍ମହତ୍ୟା କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହାର କାରଣ ଖୋଜୁଛି ପୁଲିସ। ଦୁଇ ପ୍ରେମିକ ରାଜା ଏବଂ ସନ୍ତୋଷ ପାତ୍ରକୁ ପୁଲିସ ପଚରାଉଚରା କରି ସାରିଛି। ଦୁଇ ଜଣ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ତେଣୁ ସେମାନେ ଦେଇଥିବା ଉତ୍ତର ଆଧାରରେ ପୁଲିସ ତଦନ୍ତ କରି ସବୁ ପ୍ରମାଣ ଯୋଗାଡ଼ କରି ସାରିଛି। ତେଣୁ ଉଭୟଙ୍କୁ ନୂଆପଲ୍ଲୀ ଥାନା ପୁଲିସ ମୁହାଁମୁହିଁ ଜେରା କରିବ। ଏନେଇ ପୁଲିସ ଉଭୟଙ୍କୁ ନୋଟିସ୍‍ କରିଛି। ସୋମବାର କିମ୍ବା ମଙ୍ଗଳବାର ସେମାନେ ଥାନାରେ ହାଜର ହେବେ। ଆଉ ତଦନ୍ତ ଅଧିକାରୀଙ୍କ ଉପସ୍ଥିତିରେ ଥାନା ଅଧିକାରୀ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି। ଏଥିସହ ରଶ୍ମିରେଖାଙ୍କ ଘରୁ ଜବତ ହୋଇଥିବା ମଦ ବୋତଲ ଏବଂ ସିଗାରେଟ୍‍କୁ ଫୋରେନ୍‍ସିକ୍‍ ଲ୍ୟାବ୍‍କୁ ପଠାଇ ଦିଆଯାଇଛି। ଏହାକୁ କିଏ ପିଉଥିଲା ସେ ନେଇ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ। ଉକ୍ତ ଘରେ ସନ୍ତୋଷ ଏବଂ ରଶ୍ମିରେଖା ସହିତ ଅନ୍ୟ କେଉଁମାନେ ଥିଲେ ସେନେଇ ମଧ୍ୟ ସ୍ପଷ୍ଟ ହେବ।

ସେହିପରି ଜବତ ହୋଇଥିବା ଡାଏରୀକୁ ହିଁ ମୃତ୍ୟୁ ପୂର୍ବରୁ ରଶ୍ମିରେଖା ଲେଖିଥିବା ଜଣାପଡ଼ିଛି। ଜବତ କରିଥିବା ଡାଏରୀକୁ ପୁଲିସ ରାଜ୍ୟ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଥିଲା। ସେଠାରୁ ରବିବାର ପୁଲିସକୁ ରିପୋର୍ଟ ଆସିଛି। ଏହି ରିପୋର୍ଟରେ ଡାଏରୀରେ ଲେଖିଥିବା କଥାକୁ ହିଁ ରଶ୍ମିରେଖା ଲେଖିଥିବା ସ୍ପଷ୍ଟ ହୋଇଛି। ତେବେ ଜବତ ଫୋନ୍‍, ଲ୍ୟାପ୍‍ଟପରେ କଣ ଅଛି, ତାହା ସ୍ପଷ୍ଟ ହୋଇନାହିଁ। ଏକ୍ସପର୍ଟ ଲ୍ୟାବ୍‍ରୁ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ।

ରଶ୍ମିରେଖା ରାଜା ପାଇଁ ହିଁ ଆତ୍ମହତ୍ୟା କରିଛି

ରଶ୍ମିରେଖା ରାଜା ପାଇଁ ହିଁ ଆତ୍ମହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି। କାରଣ ରଶ୍ମିରେଖା ପ୍ରଥମେ ରାଜାଙ୍କୁ ଭଲ ପାଉଥିଲେ। ଉଭୟଙ୍କ ପରିବାର ମଧ୍ୟରେ ମନ ନମିଶିବାରୁ ସେମାନେ ଅଲଗା ହୋଇଯାଇଥିଲେ। ପରେ ରଶ୍ମିରେଖା ଅନ୍ୟ ଜଣେ ଯୁବକଙ୍କ ସହ ରହୁଥିଲେ। ଯେଉଁଥିପାଇଁ ସେ ମଧ୍ୟ ପୂର୍ବରୂ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ସେଥିରେ ସେ ସଫଳ ହୋଇପାରି ନ ଥିଲେ। କୋଭିଡ୍‌ ପରେ ସେ ସୁଟିଂ ନକରି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେହି କମ୍ପାନୀରେ ଉପରିସ୍ଥ ଅଧିକାରୀ ଥିବା ସନ୍ତୋଷଙ୍କ ସହ ଚିହ୍ନାଜଣା ହେବା ପରେ ଉଭୟ ଭଲ ପାଇ ବସିଥିଲେ। ଏପରିକି ଦୁହେଁ ନୂଆପଲ୍ଲୀ ଗଡ଼ସାହିରେ ଘର ଭଡ଼ା ନେଇ ରହିଲେ। କିନ୍ତୁ ଏହାପରେ ରଶ୍ମିରେଖା ପୂର୍ବତନ ପ୍ରେମିକ ରାଜାଙ୍କ ସହ ଯୋଗାଯୋଗ କରିଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲୁଥିଲା। ଏନେଇ ସନ୍ତୋଷ ଜାଣିବା ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ସନ୍ତୋଷ ରଶ୍ମିରେଖାଙ୍କୁ କୋର୍ଟ ମ୍ୟାରେଜ କରି ନ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। ଏହାପରଠୁ ରଶ୍ମିରେଖା ମାନସିକ ଚାପରେ ଥିଲେ। ଏଥିପାଇଁ ସେ ନିଶାଦ୍ରବ୍ୟ ମଧ୍ୟ ସେବନ କରୁଥିବା ପୁଲିସ ପ୍ରମାଣ ପାଇଛି। ରଶ୍ମିରେଖାଙ୍କ ରୁମ୍‍ରୁ ପୁଲିସ ଏକାଧିକ ସିଗାରେଟ୍‍ ପ୍ୟାକେଟ୍‍ ଏବଂ ମଦ ବୋତଲ ଜବତ କରିଥିଲା। ଏନେଇ ପୁଲିସ ସନ୍ତୋଷକୁ ପଚାରିଥିଲେ। ସେ ମଧ୍ୟ ରଶ୍ମିରେଖା ମଦ ପିଉଥିବା ସ୍ପଷ୍ଟ କରିଛି।

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା : ନୟାପଲ୍ଲୀ ଥାନାରେ ହାଜର ହୋଇ ଏପରି କହିଲେ ରଶ୍ମିଙ୍କ ଦ୍ୱିତୀୟ ପ୍ରେମିକ ସନ୍ତୋଷ
ଭୁବନେଶ୍ବର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲାରେ ଗତକାଲି ପ୍ରଥମ ପୁରୁଷ ବନ୍ଧୁ ରାଜା ଓରଫ ଜ୍ୟୋତିରଞ୍ଜନ ନାଥଙ୍କୁ ନୟାପଲ୍ଲୀ ଥାନା ପୁଲିସ ପଚରାଉଚରା କରିଥିବା ବେଳେ ଆଜି ଦ୍ୱିତୀୟ ପ୍ରେମିକ ସନ୍ତୋଷ ପାତ୍ରଙ୍କୁ ପଚରାଉଚୁରା କରିଛି। ୨୫ ତାରିଖ ଭିତରେ ଥାନାରେ ହଜାର ହେବାକୁ ସନ୍ତୋଷଙ୍କୁ ନୋଟିସ କରିଥିଲା ପୁଲିସ । ସନ୍ତୋଷ ରଶ୍ମିରେଖାଙ୍କ ସହ ଦେଢ଼ ମାସ ହେବ ଲିଭ-ଇନରେ ରହୁଥିଲେ । ରଶ୍ମିରେଖା ଆତ୍ମହତ୍ୟା କରିବାର ୪ ଦିନ ପୂର୍ବରୁ ସନ୍ତୋଷ ଭୁବନେଶ୍ୱର ବାହାରେ ଥିଲେ। ତେବେ ରଶ୍ମିରେଖାକଣ ପାଇଁ ଆତ୍ମହତ୍ୟ କଲେ । ଦୁହିଁଙ୍କ ଭିତରେ କିଛି ଝଗଡା ହୋଇଥିଲା କି। ଏକ୍ସ ବୟଫ୍ରେଣ୍ଡ ରାଜାକୁ ନେଇ ରଶ୍ମିରେଖା ଓ ସନ୍ତୋଷ ମଧ୍ୟରେ ଝଗଡ଼ା ହୋଇଥିଲା କି? ରାଜାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଥିଲା କି? ସେଥିପାଇଁ ମାନସିକ ଚାପରେ ଥିଲେ କି ରଶ୍ମିରେଖା? ଏସବୁ ପ୍ରଶ୍ନ ସନ୍ତୋଷଙ୍କୁ ପଚାରିଛି ପୁଲିସ।

ତେବେ ନୟାପଲ୍ଲୀ ଥାନା ପୁଲିସ ପଚରାଉଚୁରା କରିବା ପରେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଦ୍ୱିତୀୟ ପ୍ରେମିକ ସନ୍ତୋଷ ପାତ୍ର ଗଣାମଧ୍ୟକୁ କହିଛନ୍ତି ଯେ ୧୭ ତାରିଖ ରାତିରେ ରଶ୍ମୀରେଖାଙ୍କ ସହ କଥା ହୋଇଥିଲି। ଆଉ ୧୮ ତାରିଖ ସାନ୍ଧ୍ୟାରେ ରଶ୍ମୀରେଖାଙ୍କ ମୃତ୍ୟୁ ଖବର ପାଇଥିଲି। ଆମେ ଆଇନ ଅନୁସାରେ ବାହା ହୋଇନଥିଲୁ। କିନ୍ତୁ ସ୍ୱାମୀ-ସ୍ତ୍ରୀ ପରି ରହୁଥିଲୁ। ଆମେ ଦୁହେଁ ମନ୍ଦିରରେ ବିବାହ କରି ସ୍ୱାମୀସ୍ତ୍ରୀ ଭଳି ଚଳୁଥିଲୁ। ଏହି ମାସ ଶେଷ ଆଡକୁ କୋର୍ଟରେ ମ୍ୟାରେଜ କରିବାର ପ୍ଲାନ ଥିଲା। ହେଲେ କ’ଣ ପାଇଁ ରଶ୍ମୀରେଖା ଆତ୍ମହତ୍ୟା କଲେ, ସେନେଇ କହିପାରିବେନି ବୋଲି ସନ୍ତୋଷ କହିଛନ୍ତି।

ତେବେ ସନ୍ତୋଷ ଓ ରଶ୍ମିରେଖା ସ୍ୱାମୀ-ସ୍ତ୍ରୀ ପରି ପହୁଥିବା ସତ୍ବେ ରଶ୍ମିରେଖାଙ୍କ ମୃତ୍ୟୁ ପରେ କଣ ପାଇଁ ଫେରାର ଥିଲେ। ଯଦି ସେ ରଶ୍ମିରେଖାଙ୍କୁ ଭଲ ପାଉଥିଲେ ତାଙ୍କ ମତ୍ୟୁ ପରେ ସେ କେଉଁଠି ଥିଲେ, ପୁଲିସ ନୋଟିସ ପରେ ସାମ୍ନାକୁ ଆସିଲେ , ଆଗରୁ କେଉଁଠି ଥିଲେ ଏପରି ବହୁ ପ୍ରଶ୍ନ ଆଜି ସନ୍ତୋଷକୁ ପଚାରିଛି ପୁଲିସ।

ତେବେ ଗତକାଲି ରଶ୍ମିରେଖା ଓଝାଙ୍କ ପ୍ରଥମ ପୁରୁଷ ବନ୍ଧୁ ରାଜା ଓରଫ ଜ୍ୟୋତିରଞ୍ଜନ ନାଥଙ୍କୁ ପାଖାପାଖି ଅଢ଼େଇ ଘଣ୍ଟା ଧରି ପୁଲିସ ତାଙ୍କୁ ଜେରା କରିଛି। କେବେଠୁ ରଶ୍ମିରେଖାଙ୍କ ସହ ତାଙ୍କର ପରିଚୟ ହେଇଥିଲା। ସେମାନଙ୍କ ମଧ୍ୟରେ କିପରି ସମ୍ପର୍କ ଥିଲା ଆଦି ଅନେକ ବିଷୟରେ ତାଙ୍କୁ ପୁଲିସ ପଚରାଉଚରା କରିଛି। ରଶ୍ମିରେଖାଙ୍କ ସହ ତାଙ୍କର ଏକ ସୁଟିଂ ସେଟ୍‍ରେ ପରିଚୟ ହୋଇଥିବା ଓ ପରବର୍ତ୍ତୀ ସମୟରେ ପରସ୍ପରକୁ ଭଲ ପାଉଥିବା ସେ ଉତ୍ତର ଦେଇଛନ୍ତି। ଏପରିକି ତାଙ୍କ ଜନ୍ମଦିନରେ ରଶ୍ମୀରେଖା ହାତରେ ତାଙ୍କ ନାମ ଲେଖିଥିବା ପୁଲିସକୁ କହିଛନ୍ତି ରାଜା।

ରଶ୍ମୀରେଖା ତାଙ୍କୁ ବହୁତ ଭଲ ପାଉଥିଲେ। ବିବାହ ପାଇଁ ଉଭୟ ପରିବାର ରାଜି ହୋଇଥିଲେ। ହେଲେ ଉଭୟ ପରିବାରର ମାନସିକତା ମିଶିଲା ନାହିଁଁ ବୋଲି ରଶ୍ମୀରେଖା ବିବାହ ପାଇଁ ରାଜି ହେଲେ ନାହିଁ ବୋଲି ରାଜା କହିଥିବା ସୂଚନା ମିଳିଛି। ହେଲେ ଦୁଇ ଜଣ ଭଲ ବନ୍ଧୁଭାବେ କଥା ହେଉଥିଲେ। ମୃତ୍ୟୁ ପୂର୍ବରୁ ରଶ୍ମୀରେଖା ତାଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ। ଯେଉଁଥି ପାଇଁ ସନ୍ତୋଷ ତାଙ୍କୁ ବାରମ୍ବାର ଫୋନ୍‍ କରୁଥିଲେ। ସେ ସନ୍ତୋଷ ପାତ୍ର ବିଷୟରେ ଜାଣି ନାହାନ୍ତି। ରଶ୍ମୀରେଖା ତାଙ୍କୁ କେବେ ବିବାହ କଲେ, ତାହା ମଧ୍ୟ ସେ ଜାଣି ନାହାନ୍ତି। ଗଣମାଧ୍ୟମରୁ ସେ ରଶ୍ମିରେଖା ବିବାହ ସମ୍ପର୍କରେ ଜାଣିବାକୁ ପାଇଥିଲେ। ତେବେ ପୁଲିସ ଅଭିନେତ୍ରୀ ମୃତ୍ୟୁ ଉପରୁ ରହସ୍ୟ ହଟାଇବା ପାଇଁ ପୁଲିସ ତାଙ୍କ ମୋବାଇଲ୍‍ ଏବଂ ଲାପ୍‍ଟପ୍‍କୁ ରାଜ୍ୟ ଫୋରେନ୍‍ସିକ ଲ୍ୟାବ୍‍କୁ ପଠାଇଛି। ସେଠାରେ ଯାଞ୍ଚ କରାଯିବା ପରେ ରଶ୍ମୀରେଖାଙ୍କ ମୃତ୍ୟୁର କାରଣ ଜଣାପଡ଼ିଛି।

ଅନ୍ୟପଟରେ ମୃତ୍ୟୁ ପୂର୍ବରୁ ରଶ୍ମୀରେଖା ମନଖୋଲି ନାଚିଥିଲେ। କୌଣସି ଏକ ବାର୍‍ରେ ତାଙ୍କର ଧୁମ୍‍ ନାଚର ଏକ ଭିଡିଓ ଭାଇରାଲ ହୋଇଛି। ତାଙ୍କର ଜଣେ ବନ୍ଧୁ ଏହାକୁ ରେକର୍ଡ଼ିଂ କରିଥିବା ମନେ କରାଯାଉଛି। ପୁଲିସ ଏହି ଭିଡିିଓକୁ ସଂଗ୍ରହ କରିଛି ଓ କିଏ ଏହାକୁ ସୋସିଆଲ ମିଡିଆରେ ଅପ୍‍ଲୋଡ୍‍ କରିଛି ସେ ସମ୍ପର୍କରେ ତଦନ୍ତ ଚାଲିଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲା : ଆସିଲା ପୋଷ୍ଟମର୍ଟମ ରିପୋର୍ଟ
ଭୁବନେଶ୍ୱର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲା ଏବେ ରହସ୍ୟ ବଢ଼଼ାଇ ଦେଇଛି। କ’ଣ ପାଇଁ ରଶ୍ମିରେଖା ଆତ୍ମହତ୍ୟା କଲେ? ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି। ତାହାକୁ ନେଇ ଏବେ ସନ୍ଦେହ ଲାଗିଥିବା ବେଳେ ପୁଲିସ ହାତରେ ରଶ୍ମିରେଖାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଥିବା ଜଣାପଡ଼ିଛି। ଯେଉଁଥିରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ଭାବେ ଜଣାପଡ଼ିଛି। ଏଥିସହ ତାଙ୍କ ଶରୀରରେ କୌଣସି ସ୍ଥାନରେ କ୍ଷତଚିହ୍ନ ନ ଥିବା ବେଳେ କେବଳ ବେକରେ ରଶି ଲଗାଇବାର ଚିହ୍ନ ରହିଛି। ଜଣେ ଆତ୍ମହତ୍ୟା କଲେ ଯେଉଁ ସବୁ ଲକ୍ଷଣ ଦେଖିବାକୁ ମିଳେ, ତାହା ରଶ୍ମିରେଖାଙ୍କ ଠାରୁ ଦେଖିବାକୁ ମିଳିଥିବା ଡାକ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ରିପୋର୍ଟରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ବେକରେ ଦଉଡି ଦେଇଥିବାରୁ ଶ୍ବାଶରୁଦ୍ଧ ହୋଇଥିଲା। ପୋଷ୍ଟମର୍ଟମ ର ୨୪ ରୁ ୩୬ ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଛି। ଏନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ଆତ୍ମହତ୍ୟା କରିବା ପୂର୍ବରୁ ସେ ବିଷ ପିଇଥିଲେ କି ଅନ୍ୟ କିଛି ତାହା ଭିସେରା ରିପୋର୍ଟରୁ ସ୍ପଷ୍ଟ ହେବ। ତେଣୁ ଭିସେରା ରିପୋର୍ଟ ପାଇଁ ରଶ୍ମିରେଖାଙ୍କ ଶରୀରରୁ କିଛି ଅଭ୍ୟନ୍ତରୀଣ ଅଂଶକୁ ପଠାଇ ଦିଆଯାଇଛି। ଅନ୍ୟପଟରେ ରଶ୍ମିରେଖା କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ଜାଣିବା ପାଇଁ ତାଙ୍କର ଦୁଇ ପୁରୁଷବନ୍ଧୁଙ୍କୁ ଜେରା କରିବ ନୂଆପଲ୍ଲୀ ଥାନା ପୁଲିସ। ପ୍ରେମିକ ସନ୍ତୋଷ ପାତ୍ର ଓ ପୂର୍ବତନ ପ୍ରେମିକ ରାଜାଙ୍କୁ ତଦନ୍ତ ଅଧିକାରୀ ଜେରା କରିବ। ଖୁବ୍‍ଶୀଘ୍ର ଦୁଇ ଜଣଙ୍କୁ ଥାନାରେ ହାଜର ହେବା ଲାଗି ସମନ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଭୁବନେଶ୍ୱର ନୂଆପଲ୍ଲୀ ଗଡ଼ସାହିସ୍ଥିତ ଭଡ଼ା ଘରେ ସନ୍ତୋଷଙ୍କ ସହ ଲିଭ୍‍ ଇନ୍‍ ରିଲେସନ୍‍ସିପ୍‍ରେ ରହୁଥିଲେ ରଶ୍ମିରେଖା। ଘର ମାଲିକଙ୍କୁ ସ୍ୱାମୀ, ସ୍ତ୍ରୀ ପରିଚୟ ଦେଇ ସନ୍ତୋଷ ଭଡ଼ା ନେଇଥିଲେ। ଘର ନେବାର ପ୍ରାୟ ୮ ଦିନ ପରେ ରଶ୍ମିରେଖା ସେଠାରେ ପହଞ୍ଚି ଥିଲେ। ଉଭୟ ପତିପତ୍ନୀ ହୋଇ ରହୁଥିଲେ। ଉଭୟ ପତିପତ୍ନୀଙ୍କ ପ୍ରେମରେ କଣ୍ଟା ସାଜିଥିଲେ ପୂର୍ବତନ ପୁରୁଷବନ୍ଧୁ ରାଜା। ସେ ବାରମ୍ୱାର ରଶ୍ମିରେଖାଙ୍କ ପାଖକୁ ଫୋନ କରୁଥିଲେ। ଏକଥା ଜାଣିବା ପରେ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ତିକ୍ତତା ବଢ଼଼ିଥିଲା। ରାଜାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ଲାଗିଥିବା ଶୁଣିବାକୁ ମିଳିଥିଲା।

ଯାହାର ଅଡିଓ ସୋଶାଲ ମିଡିଆରେ ଭାଇରାଲ୍‍ ହୋଇଛି। ଅଡିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ। ଅଡିଓରୁ ଯାହା ଜଣାପଡୁଛି, ରାଜାକୁ ଆଦୌ ବରଦାସ୍ତ କରିପାରୁ ନ ଥିଲେ ସନ୍ତୋଷ। ରାଜା ସନ୍ତୋଷଙ୍କ ନମ୍ବର ବ୍ଲକ କରି ଦେବାକୁ ନେଇ ସନ୍ତୋଷ ରାଗିଯାଇଥିଲେ। ତେଣୁ ସେ ବାରମ୍ବାର ରଶ୍ମିରେଖାଙ୍କୁ ତାଗିଦା କରୁଥିଲେ। ରାଜାଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ଲାଗୁଥିଲା। ଗତ ୧୨ତାରିଖରେ ରଶ୍ମିରେଖାଙ୍କ ଘରକୁ ଫୋନ୍‍ କରି ଧମକାଇଥିଲେ ସନ୍ତୋଷ। ତାଙ୍କ ଝିଅକୁ ନେଇଯିବାକୁ କହିଥିଲେ। ନ ହେଲେ ତାର ମୃତଦେହ ଘରକୁ ଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ରଶ୍ମିରେଖାଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି। ତେଣୁ ଏହି ଟଙ୍କା କିଏ ପଠାଇଛି? ଏବଂ କେଇଁ କାରଣ ପାଇଁ ଟଙ୍କା ପଠାଯାଇଛି। ତାହାର ତଦନ୍ତ ମଧ୍ୟ ପୁଲିସ କରୁଛି। ରଶ୍ମିରେଖାଙ୍କ ଫୋନ୍‍ କଲ୍‍ର ସିଡିଆର ରିପୋର୍ଟ ମଧ୍ୟ ପୁଲିସ ଘାଣ୍ଟୁଛି। ଦୁଇ ପୁରୁଷବନ୍ଧୁ ସହ ରଶ୍ମିରେଖା କେବେ, କେଉଁ ସମୟରେ କଥା ହୋଇଛନ୍ତି ତାହା ଯାଞ୍ଚ କରାଯାଉଛି।

ଓଡିଆ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ଆତ୍ମହତ୍ୟା, ଶେଷ ଥର ପାଇଁ ‘କେମିତି କହିବି କହ’ ସିରିଏଲରେ କରିଥିଲେ ଅଭିନୟ
ଭୁବନେଶ୍ବର : ଓଡିଆ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ଆତ୍ମହତ୍ୟା ।ନୟାପଲ୍ଲୀ ଥାନା ଗଡ଼ସାହିରେ ରଶ୍ମି ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ନୟାପଲ୍ଲୀ ଥାନା ପୁଲିସ ଏକ ସୁଇସାଇଡିଆଲ ନୋଟ ଜବତ କରିଛି । ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି । ଗତକାଲି ରାତି ପ୍ରାୟ ୧୦ଟାରେ ରଶ୍ମି ଆତ୍ମହତ୍ୟା ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ଶବ ଜବତ କରିଥିଲା ।

ମୃତଦେହ ନିକଟରୁ ନୟାପଲ୍ଲୀ ଥାନା ପୁଲିସ ଏକ ସୁଇସାଇଡାଲ ନୋଟ ଜବତ କରିଛି । ଯେଉଁଥିରେ ଲେଖାଅଛି ମିସ ୟୁ ବାବା, ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି । ମୁଁ ଗୋଟେ ଖରାପ ଝିଅ । ଏଭଳି କିଛି ସୁଇସାଇଡ଼ ନୋଟରେ ଲେଖିଛନ୍ତି ଅଭିନେତ୍ରୀ। ଏଥି ସହିତ ବାପା ଓ ପରିବାର ଲୋକଙ୍କୁ କାହାରିକୁ ଦାୟୀ କରିବାକୁ ଚିଠିରେ ମନା କରିଛନ୍ତି ରଶ୍ମିରେଖା ।

କୌଣସି ଅଘଟଣ କିମ୍ବା ମାନସିକ ଚାପକୁ ନେଇ ରଶ୍ମି ଏଭଳି ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢାଯିବ ବୋଲି ପୁଲିସ ସୂଚନା ଦେଇଛି । ଓଡ଼ିଆ ଟେଲି ଧାରାବାହିକ କେମିତି କହିବି କହରେ ଅଭିନୟ କରିଥିଲେ ରଶ୍ମିରେଖା ।