cm visit rome - The Sakala

ରୋମ୍ ଅଭିମୁଖେ ମୁଖ୍ୟମନ୍ତ୍ରୀ : ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବେ ଓଡ଼ିଶାର ଗୌରବ ଗାଥା
ନୂଆଦିଲ୍ଲୀ : ଆଜିଠୁ ୧୦ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀରୁ ରୋମ୍ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୋର ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିଛନ୍ତି । ଆଜି ଅପରାହ୍ନ ୩ଟାରେ ଇଟାଲୀରେ ପହଞ୍ଚିବେ ନବୀନ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମରେ ଆୟୋଜିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ଉପରେ ବକ୍ତବ୍ୟ ରଖିବେ। ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ରାଜ୍ୟକୁ ବିକାଶ ମାର୍ଗରେ ଆଗେଇନେବାର ସଫଳତାର ବାର୍ତ୍ତା ବିଦେଶ ମାଟିରେ ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ୧୦ ଦିନିଆ ରୋମ୍‍ ଓ ଦୁବାଇ ଗସ୍ତ ଅବସରରେ ସେ ବିପର୍ଯ୍ୟୟ ପ୍ରଶମନ, ଖାଦ୍ୟ ସୁରକ୍ଷା, ଶିଳ୍ପାନୁକୂଳ ବାତାବରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡ଼ା,କୃଷି ଓ ସାମଗ୍ରିକ ଭିତ୍ତିଭୂମିର ରୂପାନ୍ତରଣ ସହ ସନ୍ତୁଳିତ ଆର୍ଥିକ ପରିଚାଳନା ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟରୁ ପ୍ରଗତିଶୀଳ ଓଡ଼ିଶାର ଚିତ୍ର ଉପସ୍ଥାପନ କରିବେ।

୧୯୯୯ ମହାବାତ୍ୟାରେ ବିପର୍ଯ୍ୟସ୍ତ ଓଡ଼ିଶା ଓ ୨୦୨୨ରେ ଆତ୍ମନିର୍ଭରଶୀଳ ଓଡ଼ିଶାକୁ ତୁଳନା କଲେ ରୂପାୟଣର ବାସ୍ତବତା ପ୍ରତୀୟମାନ ହୁଏ। ଏକ ସମୟରେ ନିଜର ସ୍ଥିତି ଓ ସ୍ଥିତାବସ୍ଥା ନିମନ୍ତେ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା ଦେଶର ୪ର୍ଥ ବୃହତ୍ତମ ଧାନ ଉତ୍ପାଦନ ରାଜ୍ୟର ମାନ୍ୟତା ପାଇଛି। ଭାରତବର୍ଷର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ଆଜି ପ୍ରମୁଖ ଅଂଶୀଦାର। ଖାଦ୍ୟଶସ୍ୟ ଉତ୍ପାଦନ, ବଣ୍ଟନ ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ସମୟକ୍ରମେ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ରାଜ୍ୟ ଢେର ଆଗରେ। ବିପର୍ଯ୍ୟୟ ପରିଚାଳନାର ମଡେଲ ଆଜି ବିଶ୍ୱବିଦିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏହି ସଫଳତାର ମୁଖ୍ୟ ବିନ୍ଧାଣୀ ନବୀନ ବିଶ୍ୱକୁ ଦେବେ ଏହି ବାର୍ତ୍ତା। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟୁଏଫ୍‍ପି) ସଂସ୍ଥାର ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଏହାର ମୁଖ୍ୟାଳୟ ଭମ୍ରଣ କରିବା ସହ ସେଠାରେ ଏକ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିବେ ବୋଲି ଜଣାପଡ଼ିଛି।

ସେଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବେସ୍‍ଲେ ଏବଂ ଅନ୍ୟ ବରିଷ୍ଠ ନେତୃବର୍ଗଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଏହି ନେତୃବର୍ଗଙ୍କ ସହ ରାଜ୍ୟରେ ହେବାକୁ ଥିବା ଆଗାମୀ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ। ଯାହା ରାଜ୍ୟକୁ ନିରନ୍ତର ଖାଦ୍ୟ ସୁରକ୍ଷା ଦିଗରେ ଅଗ୍ରସର କରିବ ବୋଲି ଆଶା କରାଯାଉଛି।  ଏହି ଗସ୍ତ ସମୟରେ ରୋମସ୍ଥିତ ଭାଟିକାନ୍‍ ସିଟିରେ ପୋପ୍‍ ପ୍ରାନସିସ୍‍ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି। ଏହାପରେ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆ ସମାଜର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବେ। ପ୍ରବାସୀ ଓଡ଼ିଆଙ୍କୁ ନେଇ ରାଜ୍ୟର କଳା, ସଂସ୍କୃତିର ବିକାଶ ଏବଂ ଏହାର ବିଶ୍ୱଦରବାରରେ ପ୍ରଚାରକୁ ଗୁରୁତ୍ୱ ଦିଆଯିବ।

ଏହାପରେ ୨୪ ତାରିଖରେ ରୋମରୁ ୟୁରୋପ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୨୬ ତାରିଖରେ ଇନଭେଷ୍ଟର ମିଟ୍ ପାଇଁ ଦୁବାଇ ଗସ୍ତ କରିବେ । ଏହି ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟପ୍ରାଚ୍ୟରେ କେତେକ ନିବେଶକଙ୍କ ସହ ଆଲୋଚନା କରିବେ। ଦୁବାଇରେ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଏହି କାର୍ଯ୍ୟକ୍ରମଟି ରାଜ୍ୟ ସରକାର ଏବଂ ଫିକିର ମିଳିତ ପ୍ରଚେଷ୍ଟାରେ କରାଯାଉଛି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ। ଏହି ସମୟରେ ଓଡ଼ିଶା ଶିଳ୍ପ ସମାଜର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ସେଠାରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଓଡ଼ିଶାର ରୂପାନ୍ତରଣରେ ସହାୟକ ହେବ ବୋଲି ଆଶା କରାଯାଉଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଆନ୍‍, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଭି.ଭି ଯାଦବ, ଶିଳ୍ପ ପ୍ରମୁଖ ସଚିବ ହେମନ୍ତ ଶର୍ମା ଏବଂ ନୂଆଦିଲ୍ଲୀ ସ୍ଥିତ ରାଜ୍ୟ ସରକାରଙ୍କ ଆବାସିକ କମିସନର ମଧ୍ୟ ବିଦେଶ ଗସ୍ତରେ ଯାଇଛନ୍ତି।