India vs South Africa 5th T20 - The Sakala

ଆଜି ବାଙ୍ଗାଲୋରରେ ନିର୍ଣ୍ଣାୟକ ଲଢ଼େଇ : ସିରିଜ ଲକ୍ଷ୍ୟରେ ଭାରତ- ଦ. ଆଫ୍ରିକା
ବେଙ୍ଗାଲୁରୁ୍‍ : ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ପଞ୍ଚମ ତଥା ଅନ୍ତିମ ଟି-୨୦ ମାଚ୍‍ ଖେଳାଯିବ। ସିରିଜ ୨-୨ ବରାବର ସ୍ଥିତିରେ ରହିଥିବାରୁ ଏହି ମ୍ୟାଚ୍‍ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ। ସ୍ଥାନୀୟ ଏମ୍‍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭାରତ ଫେବରାଇଟ୍‍ ମନେହେଉଛି। ପ୍ରଥମ ଦୁଇଟି ମ୍ୟାଚ୍‍ରେ ପରାଜୟ ବରଣ କରି ଭାରତ ୨-୦ ପଛରେ ପଡ଼ିଥିଲା। ତେବେ ପରବର୍ତ୍ତୀ ଦୁଇଟି ମ୍ୟାଚ୍‍ରେ ଦମ୍‍ଦାର ପ୍ରତ୍ୟାବର୍ତ୍ତନ କରି ଭାରତ ବିଜୟୀ ହୋଇ ସିରିଜକୁ ସମାନ ସ୍ଥିତିକୁ ଆଣିଥିଲା। ତେଣୁ ଭାରତ ଏହି ବିଜୟ ଧାରା ତଥା ମୁମେଣ୍ଟମ ବଜାୟ ରଖିବାକୁ ପ୍ରୟାସ କରିବ।

ତୃତୀୟ ଓ ଚତୁର୍ଥ ମ୍ୟାଚ୍‍ରେ ଭାରତ ୪୭ ଓ ୮୨ ରନରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଦୁର୍ବଳତାକୁ ପଦାରେ ପକାଇଛି। ଇନ୍‍ଫର୍ମ ତଥା ଅଭିଜ୍ଞ ବ୍ୟାଟର ଦୀନେଶ କାର୍ତ୍ତିକ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ହର୍ଶଲ ପଟେଲ ଓ ଆଭେସ୍‍ ଖାନ୍‍ଙ୍କ ଭଳି ଦ୍ରୁତ ବୋଲର ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ଭାରତକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ସୁନ୍ଦର ବୋଲିଂ କରି ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ଚକ୍‍ମା ଦେବାରେ ସଫଳ ହୋଇଛନ୍ତି।

ଅଧିନାୟକ ତେମ୍ବା ବଭୁମା ଫିଟ୍‍ ନହେଲେ ଦକ୍ଷିଣ ଆଫ୍ରିକାର ସମସ୍ୟା ଦ୍ୱିଗୁଣିତ ହେବ। ଚଳିତ ସିରିଜରେ ତାଙ୍କ ବ୍ୟାଟିଂ ଅପେକ୍ଷା ନେତୃତ୍ୱ ଦୃଷ୍ଟାନ୍ତମୂଳକ ସାବ୍ୟସ୍ତ ହୋଇଛି। କ୍ରମାଗତ ଦୁଇଟି ମ୍ୟାଚ୍‍ରେ ପରାସ୍ତ ହେବା ପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଲାଇନ୍‍ ଆତ୍ମବିଶ୍ୱାସ ହରାଇବା ଭଳି ମନେ ହେଉଛି। ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିବ। ପରାଜୟ ଓ ବିଜୟ ସତ୍ତ୍ବେ ଭାରତ ତା’ର ଦଳରେ କୌଣସି ପରିବର୍ତ୍ତନ କରିନାହିଁ। କେତେଜଣ ଖେଳାଳିଙ୍କୁ ବାଦ୍‍ ଦେଲେ ବାକି ଭାରତୀୟ କ୍ରିକେଟରଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ। ଅଧିନାୟକ ଋଷଭ ପନ୍ତ ବ୍ୟାଟିଂରେ ନିରାଶ କରିଛନ୍ତି। ତେବେ ତାଙ୍କ ନେତୃତ୍ୱରେ ଉନ୍ନତି ପରିଲକ୍ଷିତ ହୋଇଛି।

ଆଗକୁ ଟି-୨୦ ବିଶ୍ୱକପ୍‍ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ଦଳ ଚୟନ ପାଇଁ ଏହି ସିରିଜର ଗୁରୁତ୍ୱ ରହିଛି ଓ ଏହି ସିରିଜ ଉପରେ ଚୟନକର୍ତ୍ତାଙ୍କ ଦୃଷ୍ଟି ରହିଛି। ୪ଟି ଯାକ ମ୍ୟାଚ୍‍ରେ ଭାରତର ବ୍ୟାଟିଂ ଆଶାନୁରୂପ ହୋଇଥିଲା। ବୋଲିଂରେ ଉନ୍ନତି ଆଣି ଭାରତ ତୃତୀୟ ଓ ଦ୍ୱିତୀୟ ଟି-୨୦ରେ ବିଜୟୀ ହୋଇଥିଲା। ଦ୍ରୁତ ଓ ସ୍ପିନ ବୋଲିଂରେ ଯଥେଷ୍ଟ ଉନ୍ନତି ଆଣିଛି ଭାରତ। ତେଣୁ ଏହି ପ୍ରଦର୍ଶନକୁ ବଜାୟ ରଖିବାର ଅବଶ୍ୟକତା ରହିବା କଥା କୋଚ୍‍ ରାହୁଲ ଦ୍ରାଭିଡ୍‍ ଓ ଅଧିନାୟକ ପନ୍ତ ହୃଦୟଙ୍ଗମ କରିଥିବେ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଉନ୍ନତି ଆଣିବାକୁ ପ୍ରୟାସ କରିବ। ହଠାତ ବ୍ୟାଟିଂର ଅବନତୀ ଦକ୍ଷିଣ ଆଫ୍ରିକା ଟିମ୍‍ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। ସିରିଜ ହାତେଇବା ପାଇଁ ଉଭୟ ଦଳ ବିଜୟୀ ହେବାକୁ ପ୍ରୟାସ କରିବେ। କାର୍ତ୍ତିକଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଉଭୟ ଦଳ ଏପର୍ଯ୍ୟନ୍ତ ୨୧ଟି ମ୍ୟାଚ୍‍ରେ ମୁହାଁମୁହିଁ ହୋଇଛନ୍ତି। ଭାରତ ୧୧ ଓ ଦକ୍ଷିଣ ଆଫ୍ରିକା ୮ଟିରେ ବିଜୟୀ ହୋଇଥିବା ବେଳେ ୨ଟି ମ୍ୟାଚ୍‍ର ଫଳାଫଳ ମିଳିପାରି ନାହିଁ। ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବାଉଣ୍ଡରୀ ଛୋଟ ହୋଇଥିବାରୁ ମ୍ୟାଚ୍‍ ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି। ଟସ୍‍ ଜିତିବା ଦଳ ଚେଜ୍‍ କରିବାକୁ ପସନ୍ଦ କରିବ।