Crimeless Village - The Sakala

ଦେଶର ଏପରି ଏକ ଗାଁ, ଯେଉଁଠାରେ ଗତ ୩୯ ବର୍ଷ ଧରି ହୋଇନାହିଁ କୌଣସି ଅପରାଧ
ଦେଶରେ ଦିନକୁ ଦିନ ଅପରାଧ ମାମଲା ବଢ଼ି ଚାଲୁଥିବା ବେଳେ, ଅପରାଧୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଦେଶରେ ଏଭଳି ଏକ ଗାଁ’ ଅଛି ଯେଉଁଠାରେ, ଗତ ୩୯ ବର୍ଷ ଧରି ଗ୍ରାମବାସୀଙ୍କ ପକ୍ଷରୁ ପୋଲିସ୍‌ ଷ୍ଟେସନ୍‌ରେ କୌଣସି ମାମଲା ରୁଜୁ ହୋଇନାହିଁ। ଯଦି ଗାଁ’ରେ କିଛି ବିବାଦ ଦେଖାଦିଏ, ତେବେ ଗାଁ’ର ବୟୋଜ୍ୟେଷ୍ଠ ବ୍ୟକ୍ତି ପଞ୍ଚାୟତ ଡାକି ଆପୋସ ବୁଝାମଣାରେ ତାହାର ସମାଧାନ କରିଦିଅନ୍ତି। ଏହି ଗାଁ’ଟି ହେଉଛି, ମଧ୍ୟପ୍ରଦେଶର ନିୱାରୀ ଜିଲ୍ଲାର ହାଥିୱର ଖିରକ୍‌ ଗ୍ରାମ। ୧୯୮୩ ମସିହା ପରଠାରୁ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଗୋଟିଏ ବି ମାମଲା ରୁଜୁ ହୋଇନାହିଁ। ଗାଁ’ର ଲୋକମାନେ ଥାନା ଏବଂ କୋର୍ଟଠାରୁ ବହୁତ ଦୂରରେ ରୁହନ୍ତି।

ଗ୍ରାମର ଜଣେ ବୃଦ୍ଧା ପ୍ୟାରୀ ବାଇ ପାଲ କୁହନ୍ତି, ‘ସେ ଗାଁରେ କୌଣସି ବିବାଦ ହେବାର କେବେ ଦେଖି ନାହାନ୍ତି । ଗାଁ’କୁ କେବେ ପୋଲିସ୍‌ ଆସିବା କିମ୍ବା ପୋଲିସ୍‌ କ’ଣ ସେ ଜାଣି ନାହାନ୍ତି।’ ଅନ୍ୟପକ୍ଷରେ ଗ୍ରାମର ଅନେକ ଯୁବକ କୁହନ୍ତି ଯେ, ସେମାନେ ହେତୁ ପାଇବା ଦିନରୁ ଗାଁରେ କୌଣସି ଅପରାଧ ହେବାର ଜାଣି ନାହାନ୍ତି । ତେବେ ଗ୍ରାମର ଉପୁଜୁଥିବା ଛୋଟ ଛୋଟ ବିବାଦକୁ ପଞ୍ଚାୟତ ଦ୍ୱାରା ଫଇସଲା କରାଯାଏ।