Odisha elephants - The Sakala

ବିଦେଶୀ ମାଫିଆଙ୍କ ନଜରରେ ଓଡ଼ିଶା ହାତୀ : ସୋସିଆଲ୍‍ ମିଡିଆରେ ଯୋଗାଯୋଗ, ରାଜଧାନୀରେ ହେଉଛି ଡିଲ୍‌
ଭୁବନେଶ୍ୱର : ଓଡ଼ିଶା ହାତୀ ଉପରେ ଏବେ ବିଦେଶୀ ମାଫିଆଙ୍କ ନଜର ରହିଛି। କାରଣ ଓଡ଼ିଶା ହାତୀଙ୍କଠାରୁ ମିଳୁଥିବା ଦାନ୍ତର ବିଦେଶରେ ଅଧିକ ଚାହିଦା ରହିଛି। ଦାନ୍ତ ପାଇଁ ବିଦେଶୀ ମାଫିଆଙ୍କ ମୋହରା ସାଜିଛନ୍ତି ହାତୀ ଶିକାରୀ। ଯାହାର ଉଦାହରଣ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରୁ ଦେଖିବାକୁ ମିଳୁଛି। କାରଣ କେଉଁଠୁ ମାଟିତଳୁ ହାତୀ ଶରୀରର ଅଂଶବିଶେଷ ମିଳିଲାଣି ତ, ଆଉ କେଉଁଠୁ ଗୁଳିବିଦ୍ଧ ହାତୀ ମୃତ୍ୟୁ ସହ ସଂଘର୍ଷ କରୁଛି। ବିଶେଷ କରି ଆଠଗଡ଼ ଅଞ୍ଚଳରେ କାମ କରୁଛି ଶିକରୀଙ୍କ ବଡ଼ ଗ୍ୟାଙ୍ଗ। ଗତ ୩ ମାସରେ ଆଠଗଡ଼ ବନଖଣ୍ଡରେ ୫ ହାତୀ କଙ୍କାଳ ମିଳିବା ଘଟଣା ଏଭଳି କିଛି ଦିଗ ଆଡ଼କୁ ଇସାରା କରୁଛି। ମାଟିତଳୁ ମିଳିଥିବା ହାତୀ କଙ୍କାଳ ଗୁଡ଼ିକରେ ଦାନ୍ତ କାଟି ନିଆଯାଇଥିବା ଘଟଣା ଅଧିକ ସନ୍ଦେହ ବଢ଼଼ାଇଛି।

ବଡ଼ କଥା ହେଲା ରାଜଧାନୀର ବିଭିନ୍ନ ତାରକା ହୋଟେଲ ଏବଂ ଲଜ୍‍ରେ ରାଜ୍ୟ ବାହାରର ମାଫିଆମାନେ ଡେରା ପକାଇଛନ୍ତି। ସେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଶିକାରୀମାନଙ୍କୁ ଶିକାର କରିବା ପାଇଁ ପଠାଇଛନ୍ତି। ଶିକାରୀମାନେ କିଛି ଟଙ୍କା ଲୋଭରେ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ଯାଇ ହାତୀ ଶିକାର କରୁଛନ୍ତି। ଏଥିପାଇଁ ଏକ ବଡ଼ଧରଣର ରାକେଟ୍‍ କାମ କରୁଛି। ହାତୀ ଶିକାର କରିବା ପରେ ଏହାର ଦାନ୍ତକୁ କଟର୍‍ ମେସିନ୍‍ ସାହାଯ୍ୟରେ କାଟି ନେଉଛନ୍ତି। ପରେ ଜେସିବି ମେସିନ୍‍ ସାହାଯ୍ୟରେ ହାତୀକୁ ଜଙ୍ଗଲ ଭିତରେ ଗାତ ଖୋଳି ପୋତି ଦେଉଛନ୍ତି।

ଅନ୍ୟପଟରେ ଏସ୍‍ଟିଏଫର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ବିଦେଶରୁ ହାତୀ ଶିକାର କରିବା ପାଇଁ କେବଳ ନିର୍ଦ୍ଦେଶ ଆସୁୁନି। ବରଂ ରାଜ୍ୟ ବାହାରର ମାଫିଆମାନେ ହାତୀଦାନ୍ତ ନେବା ପାଇଁ ରାଜଧାନୀରେ ଡେରା ପକାଇଛନ୍ତି। ସେମାନେ ସହରର ହୋଟେଲ ଏବଂ ଲଜ୍‍ରେ ରହି ହାତୀ ମାରିବା ଠାରୁ ଦାନ୍ତ ସଂଗ୍ରହ ପର୍ଯ୍ୟନ୍ତ ସବୁ ଖବର ନେଉଛନ୍ତି। ରାଜଧାନୀକୁ ଆସିବା ପରେ ଏଠାରେ ଡିଲିଂ ହେଉଛି। ଡିଲିଂ ପରେ ଏହାକୁ ଅତି ସତର୍କତାର ସହ ରାଜ୍ୟ ବାହାରକୁ ରାତାରାତି ଚାଲାଣ କରାଯାଉଛି।

ବିଦେଶରୁ ଆସୁଛି ଅତ୍ୟାଧୁନିକ ବନ୍ଧୁକ

ହାତୀ ଭଳି ଜନ୍ତୁଙ୍କୁ ଚ୍ଛର୍‍ରା ବନ୍ଧୁକରେ ଶିକାର କରିବାରେ ସମସ୍ୟା ରହିଛି। କାରଣ ହାତୀର ମୁଣ୍ଡରେ ଗୁଳି ନ ବାଜିଲେ ତାର ମୃତ୍ୟୁ ଘଟିବ ନାହିଁ। ଯଦି ମୁଣ୍ଡରେ ଗୁଳି ବାଜିଛି ତଥାପି ହାତୀ ମରିବାକୁ କଷ୍ଟକର ହେଉଛି। ଯେଉଁଥି ପାଇଁ ହାତୀ ଗର୍ଜନ କରିବା ଦ୍ୱାରା ବନ ବିଭାଗ ଜାଣିବା ଅଧିକ ସମ୍ଭାବନା ରହିଛି। ତେଣୁ ହାତୀ ଶିକାର ପାଇଁ ବିଦେଶରୁ ମାଫିଆମାନେ ଅତ୍ୟାଧୁନିକ ବନ୍ଧୁକ ଯୋଗାଇ ଦେଉଛନ୍ତି। ଶିକାରୀମାନେ ଜଙ୍ଗଲରେ ପଶି ଏହି ଶବ୍ଦ ବିହୀନ ବନ୍ଧୁକରେ ହାତୀ ଶିକାର କରିବା ସହ ଦାନ୍ତ ନେଇ ଚମ୍ପଟ ମାରୁଛନ୍ତି।

ହୋଟେଲରେ ହେବ ଚଢ଼ଉ

ହୋଟେଲରେ ମାଫିଆମାନେ ଡେରା ପକାଇଥିବା ବିଶ୍ୱସ୍ତ ସୂତ୍ରରୁ ଏସ୍‍ଟିଏଫ ଖବର ପାଇଛି। ତେଣୁ କମିସନ୍‍ରେଟ୍‍ ପୁଲିସ ସହ ଏସ୍‍ଟିଏଫ ଯୋଗାଯୋଗ ରଖିଛି। ହୋଟେଲ ପାଇଁ ବ୍ୟବହାର ହେଉଥିବା ସରାଇ ଆପ୍‍ ଗୋଟି ଗୋଟି କରି ଯାଞ୍ଚ କରାଯାଉଛି। ଏଥିସହ ହୋଟେଲ ଏବଂ ଲଜ୍‍ରେ ଚଢ଼ଉ ପାଇଁ ଏକ ଟିମ୍‍ କରାଯାଇଛି। ଏହି ଟିମ୍‍ ସହରର ବିଭିନ୍ନ ହୋଟେଲରେ ଚଢ଼ଉ କରି ଯାଞ୍ଚ କରିବ।

ସୋସିଆଲ୍‍ ମିଡିଆରେ ଯୋଗାଯୋଗ

ହାତୀ ଦାନ୍ତ ଡିଲିଂ ପାଇଁ ମାଫିଆମାନେ ସୋସିଆଲ ମିଡିଆ ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା ସ୍ୱତନ୍ତ୍ର ଆପ୍‍ ବ୍ୟବହାର କରୁଛନ୍ତି। ଯେଉଁଥି ପାଇଁ ପୁଲିସ ଶିକାରୀଙ୍କୁ ଗିରଫ କଲେ ମାଷ୍ଟରମାଇଣ୍ଡ ନିକଟରେ ପହଞ୍ଚି ପାରୁନି। କେବଳ ଶିକାରୀ ପାଖରେ ହିଁ ତାର ତଦନ୍ତ ଅଟକି ରହିଛି। ଏସ୍‍ଟିଏଫ୍‍ ତଥ୍ୟ କହୁଛି ୨୦୨୦ରୁ ଏପର୍ଯ୍ୟନ୍ତ ୨୬ଟି ହାତୀ ଦାନ୍ତ ଜବତ ହୋଇଛି।