vigilance scanner - The Sakala

କୋଟିପତି ବିଡିଓ ବାବୁ : କଟକ-କେନ୍ଦ୍ରାପଡ଼ାରେ ୨୪ ପ୍ଲଟ, ୪ଟି ଦାମୀ କାର୍‌
ଭୁବନେଶ୍ବର : କୋଟିପତି ବିଡିଓ ବାବୁଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ। ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ଅଫିସ ଓ ଘର ସମେତ ୫ଟି ସ୍ଥାନରେ ଆଜି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ବେଳେ ତାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କଠାରୁ ୨୪ଟି ପ୍ଲଟ, ଦୁଇ ବଡ଼ ଅଟ୍ଟାଳିକା ଓ ଇଟା ଫେକ୍ଟ୍ରୀ ଠାବ କରିଛି। ଏବେ ମଧ୍ୟ ଭିଜିଲାନ୍ସ ଚଢ଼ଉ ଜାରି ରଖିଛି।

କଟକ ଡିଭିଜନର ୫ ଜଣିଆ ଟିମ ଆଜି ଭୋର ସମୟରେ ଜଳେଶ୍ଵର ବିଡ଼ିଓଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଛନ୍ତି। ଅନୁଗୁଳ ଭିଜିଲାନ୍ସ ଏସପି ସୋମନାଥ ବାରିକ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ। କେବଳ ଜଳେଶ୍ଵର ସରକାରୀ ବାସଭବନ ନୁହେଁ ବିଡ଼ିଓଙ୍କ ଘର ସମେତ ଏକକାଳୀନ ୫ ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି ବୋଲି ସୂଚନା ମିଳିଛି।ବିଡ଼ିଓ ଶ୍ରୀ ଦାସ ପୂର୍ବରୁ ସେ କେନ୍ଦ୍ରାପଡ଼ା ମହାକାଳପଡାରେ ବିଡ଼ିଓ ଭାବେ କାର୍ୟ୍ୟରତ ଥିବାବେଳେ ଗତ କିଛି ମାସ ପୂର୍ବରୁ ସେ ବିଡିଓ ଭାବେ ଜଳେଶ୍ଵରରେ ଯୋଗଦେଇ ଥିଲେ।ଏକା ସାଙ୍ଗରେ କେନ୍ଦ୍ରାପଡାରେ ଥିବା ପୈତୃକ ଘର, କଟକ ଶଶୁର ଘର ସମେତ ଆଉ ଦୁଇଟି ଜାଗାରେ ଚଢ଼ାଉ କରିଥିବାର ସୂଚନା ରହିଛି।

ଭିଜିଲାନ୍ସ ଜାରି କରିଥିବା ପ୍ରେସ୍‌ରିଲିଜ ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ରହିଛି ୨୪ଟି ପ୍ଲଟ୍‌। ସେହିପରି କଟକ ୪୨ ମୌଜା କଳାପଡ଼ାରେ ଗୋଟିଏ ତିନି ମହଲା ବିଶିଷ୍ଟ କୋଠା ରହିଛି। ଯାହାର ଆନୁମାନିକ ମୂଲ୍ୟ ୧.୨୨ କୋଟି ଟଙ୍କା ହେବ। ଏହାଛଡ଼ା କଟକ ୪୨ ମୌଜାର ଶ୍ରୀକୃଷ୍ଣ ବିହାର ଝିଙ୍କିରିଆରେ ତାଙ୍କର ଆଉ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର ରହିଛି। ଯାହାର ଆନୁମାନିକ ମୂଲ୍ୟ ୧.୧୦ କୋଟି ଟଙ୍କା ହେବ। ଏହା ବ୍ୟବୀତ ଶ୍ରୀ ଦାସଙ୍କର କଟକରେ ଗୋଟିଏ ଇଟା ଫେକ୍ଟ୍ରୀ ରହିଥିବା ଭିଜିଲାନ୍ସ ଦର୍ଶାଇଛି।ବିଡିଓ ଶ୍ରୀ ଦାସଙ୍କଠାରୁ ଭିଜିଲାନ୍ସ ନଗଦ ୧.୭୦ ଲକ୍ଷ ଟଙ୍କା, ୩୩୦ ଗ୍ରାମ ସୁନା, ୧ କେଜି ରୁପା, ୪ଟି ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଠାବ କରିଛି। ଏବେ ମଧ୍ୟ ଖାନତଲାସ ଜାରି ରହିଛି।