Nupur Sharma - The Sakala

ନୂପୁର ଶର୍ମାଙ୍କୁ ହତ୍ୟା ଷଡଯନ୍ତ୍ର : ପାକିସ୍ତାନରୁ ଆସିଥିଲା ଯୁବକ, ସୀମାରେ ଅନୁପ୍ରବେଶ ବେଳେ ଧରିଲା ବିଏସ୍‌ଏଫ୍‌
ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର। ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଜଣେ ପାକିସ୍ତାନୀ ଯୁବକ ସୀମାରେ ଅନୁପ୍ରବେଶ କରିବା ସମୟରେ ତାକୁ ଗିରଫ କରି ବିଏସ୍‌ଏଫ୍‌ ଏବଂ ରାଜସ୍ଥାନ ପୁଲିସ  ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି। ରାଜସ୍ଥାନର ଶ୍ରୀ ଗଙ୍ଗନଗର ଅନ୍ତର୍ଗତ ଭାରତ-ପାକ୍ ସୀମାରେ ଜଣେ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯିବା ପରେ ସେ ନୂପୁର ଶର୍ମାଙ୍କୁ ହତ୍ୟା ପାଇଁ ଆସିଥିବା ଜଣାପଡିଛି। ପାକିସ୍ତାନୀ ଯୁବକର ବୟସ ୨୪ ହୋଇଥିବା ବେଳେ ତାର ନାମ ରିଜୱାନ୍ ଅଶରଫ ବୋଲି ଜଣାପଡିଛି। ଅଭିଯୁକ୍ତକୁ ଅଟକ ରଖାଯାଇ ଅଧିକ ପଚରାଉଚରା ଚାଲିଛି।

ଶ୍ରୀ ଗଙ୍ଗନଗର ଏସପି ଆନନ୍ଦ ଶର୍ମା କହିଛନ୍ତି ଯେ ଅଭିଯୁକ୍ତ ସୀମା ପାର ହୋଇ ଦେଶରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଗିରଫ କରାଯାଇଥିଲା। ସୁରକ୍ଷା ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନୁପ୍ରବେଶକାରୀଙ୍କୁ ଗିରଫ କରିଥିଲା। ଅନୁପ୍ରବେଶ କରିଥିବା ପାକିସ୍ତାନୀ ଯୁବକ ନିକଟରୁ କେତେକ ଧାର୍ମିକ ପୁସ୍ତକ ଏବଂ ଦୁଇଟି ଛୁରୀ ମଧ୍ୟ ଉଦ୍ଧାର କରାଯାଇଛି। ଅଭିଯୁକ୍ତଙ୍କ ପଚରାଉଚୁରାରେ ଆହୁରି ଅନେକ ବଡ଼ ଖୁଲାସା ହୋଇପାରେ ବୋଲି ପୁଲିସ କହିଛି। ତେବେ ମିଳିଥିବା ସୂଚନା ମୁତାବକ, ରିଜୱାନକୁ ଗିରଫ କରାଯିବା ସମୟରେ ତା’ର ଯୋଜନା କ’ଣ ଥିଲା, ସେ ବିଷୟରେ କେହି ଜାଣିନଥିଲେ। ହେଲେ ପଚରାଉଚରା କରାଯିବାରୁ ଆଜି ଭାରତ ଆସିବାର ପ୍ରକୃତ କାରଣ ଜଣାପଡ଼ିଛି। ବିଏସଏଫ ଅଧିକାରୀ ରିଜୱାନକୁ ଭାରତ ଆସିବା ପଛର କାରଣ ପଚାରିବା ପରେ ସେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଭାରତ ଆସିଥିବା କହିଥିଲା। ପ୍ରଫେଟ ମହମ୍ମଦଙ୍କୁ ନେଇ ନୂପୁରୁ ଦେଇଥିବା ବୟାନକୁ ନେଇ ସେ ଦୁଃଖିତ ଥିବାରୁ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିବା କହିଥିଲା।

ଅନ୍ୟପଟେ  ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବିବାଦୀୟ ବୟାନ ମାମଲାରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଅଗଷ୍ଟ ୧୦ ପର୍ଯ୍ୟନ୍ତ ତାଙ୍କୁ ଗିରଫ କିମ୍ବା ତାଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନେବା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।ମହାପୁରୁଷ ମହମ୍ମଦଙ୍କ ବିବୃତ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଜି ଶୁଣାଣୀ ହୋଇଥିବା ବେଳେ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି ମଧ୍ୟ ସ୍ଥିର କରାଯାଇଛି।

ସୂଚନାଯୋଗ୍ୟ ଗତ ମେ ମାସରେ ଏକ ଟିଭି ବିତର୍କରେ ଯୋଗ ଦେବାବେଳେ ନୂପୁର କେତେକ ବିବାଦୀୟ ଇସଲାମ ବିରୋଧୀ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ମୁସଲିମ ଜଗତରେ ତୀବ୍ର ବିରୋଧ ହେବା ପରେ ବିଜେପି ପକ୍ଷରୁ ନୂପୁର ଓ ଦିଲ୍ଲୀ ୟୁନିଟ ମିଡିଆ ସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା । ଏହା ସତ୍ତ୍ବେ ବିଶ୍ବର ମୁସଲିମ ଦେଶମାନେ ଏହାକୁ ନିନ୍ଦା କରିଥିଲେ ଓ ଏହାକୁ ନେଇ ଭାରତ ସରକାରଙ୍କ ନିକଟରେ ପ୍ରତିବାଦ କରିଥିଲେ । ଏହା ପରେ ଭାରତରେ ମୁସଲିମମାନେ ବି ଆନ୍ଦୋଳନ କରିଥିଲେ ।

ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି : ଅଗଷ୍ଟ ୧୦ ଯାଏଁ କରାଯାଇପାରିବ ନାହିଁ ଗିରଫ, ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବିବାଦୀୟ ବୟାନ ମାମଲାରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଅଗଷ୍ଟ ୧୦ ପର୍ଯ୍ୟନ୍ତ ତାଙ୍କୁ ଗିରଫ କିମ୍ବା ତାଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନେବା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।ମହାପୁରୁଷ ମହମ୍ମଦଙ୍କ ବିବୃତ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଜି ଶୁଣାଣୀ ହୋଇଥିବା ବେଳେ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି ମଧ୍ୟ ସ୍ଥିର କରାଯାଇଛି।

ଏନେଇ କୋର୍ଟ କେନ୍ଦ୍ର ସରକାରଙ୍କ ସହିତ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ରାଜ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି।ଏଥିସହ ନୂପୁର ଶର୍ମାଙ୍କ ନାଁରେ ରୁଜୁ ହୋଇଥିବା ଏକାଧିକ ଏଫଆଇଆରକୁ ଏକାଠି କରିବା ପାଇଁ ସେ କରିଥିବା ଆବେଦନର ଜବାବ ରଖିବାକୁ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକୁ କହିଛନ୍ତି। ରାଜ୍ୟଗୁଡ଼ିକ ଜବାବ ଦେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମାମଲାର ଶୁଣାଣି ନ ହେବା ଯାଏ ନୂପୁର ଶର୍ମା ଗିରଫ ହୋଇପାରିବେ ନାହିଁ। ତାଙ୍କ ନାଁରେ ମୋଟ ୯ଟି ଏଫଆଇଆର ବିଭିନ୍ନ ରାଜ୍ୟରେ ରୁଜୁ ହୋଇଛି। ଏଗୁଡ଼ିକ ଏକାଠି କରି ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ସେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଏବେ ଏହାର ଶୁଣାଣି ଅଗଷ୍ଟ ୧୦ରେ କରିବେ।ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଦିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି

ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ କୋର୍ଟ କହିଛନ୍ତି । ଏପରି ସ୍ଥିତିରେ ବିଭିନ୍ନ ହାଇକୋର୍ଟ ଯାଇପାରିବେ ନାହିଁ ଏବଂ ତାଙ୍କ ଜୀବନର ସୁରକ୍ଷା କରିବା ଆମର କର୍ତ୍ତବ୍ୟ ବୋଲି କୋର୍ଟ କହିଛନ୍ତି ।ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏପରି ଅନେକ ଘଟଣା ସାମନାକୁ ଆସିଛି ଯେଉଁଥିରେ ନୂପୁର ଶର୍ମାଙ୍କୁ ଧମକ ଦିଆଯାଇଛି । ଏଥିରେ ଆଜମେର ସରିଫର ସଲମାନ ଚିସ୍ତିର ବୟାନ ଏବଂ ୟୁପିର ଜଣେ ନାଗରିକ ମଧ୍ୟ ନୂପୁରଙ୍କ ଧମକ ଦେଇଥିଲେ । ପଶ୍ଚିମବଙ୍ଗରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ କୋଲକାତା ପୋଲିସ ତାଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ ଜାରି କରିଛି । ତେବେ ଏପରି ସ୍ଥିତିରେ ସେ ହାଇକୋର୍ଟ ଯିବାକୁ ସକ୍ଷମ ନୁହନ୍ତି ।

ଏହି ବିଜ୍ଞପ୍ତିରେ ନୂପୁର ଶର୍ମାଙ୍କ ବିରୋଧରେ ପଞ୍ଜୀକୃତ ମାମଲା କାହିଁକି ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରାଯିବା ଉଚିତ କି ନୁହେଁ ତାହା କୋର୍ଟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି। ରାଜ୍ୟ ତଥା କେନ୍ଦ୍ରର ଉତ୍ତର ପରେ ମାମଲା ହସ୍ତାନ୍ତର ନିଷ୍ପତ୍ତି କୋର୍ଟ ଗ୍ରହଣ କରିବେ ।ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଆମର ପୂର୍ବ ଆଦେଶରେ ସାମାନ୍ୟ ସଂଶୋଧନ କରୁଛୁ। ଆମେ ଚାହୁଁନାହୁଁ ତୁମେ ପ୍ରତ୍ୟେକ କୋର୍ଟକୁ ଯାଅ। ନୂପୁର ଶର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ୯ ଟି ଏଫଆଇଆର୍‌ ପଞ୍ଜୀକୃତ ହୋଇଛି ଏବଂ ଏସବୁକୁ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରାଯିବା ଉଚିତ ଯାହା ଦ୍ୱାରା ତାଙ୍କୁ ଦେଶର ବିଭିନ୍ନ ସହରକୁ ଯିବାକୁ ପଡିବ ନାହିଁ। ନୂପୁର ଶର୍ମାଙ୍କ ଓକିଲ ମନିନ୍ଦର ସିଂ କହିଛନ୍ତି ଯେ ନୂପୁରଙ୍କ ଜୀବନ ପ୍ରତି ବିପଦରେ ଅଛି । ତାଙ୍କୁ ଏନେଇ ଧମକ ମଧ୍ୟ ମିଳିଛି। ଏହାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ଆମେ ଆପଣଙ୍କର ଆଇନଗତ ବିକଳ୍ପକୁ ସମର୍ଥନ କରିବାକୁ ଚାହୁଁଛୁ ।

ସୂଚନାଯୋଗ୍ୟ ଗତ ମେ ମାସରେ ଏକ ଟିଭି ବିତର୍କରେ ଯୋଗ ଦେବାବେଳେ ନୂପୁର କେତେକ ବିବାଦୀୟ ଇସଲାମ ବିରୋଧୀ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ମୁସଲିମ ଜଗତରେ ତୀବ୍ର ବିରୋଧ ହେବା ପରେ ବିଜେପି ପକ୍ଷରୁ ନୂପୁର ଓ ଦିଲ୍ଲୀ ୟୁନିଟ ମିଡିଆ ସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା । ଏହା ସତ୍ତ୍ବେ ବିଶ୍ବର ମୁସଲିମ ଦେଶମାନେ ଏହାକୁ ନିନ୍ଦା କରିଥିଲେ ଓ ଏହାକୁ ନେଇ ଭାରତ ସରକାରଙ୍କ ନିକଟରେ ପ୍ରତିବାଦ କରିଥିଲେ । ଏହା ପରେ ଭାରତରେ ମୁସଲିମମାନେ ବି ଆନ୍ଦୋଳନ କରିଥିଲେ ।

ନୂପୁରଙ୍କ ପତ୍ତା ପାଉନି ମୁମ୍ବାଇ ପୁଲିସ
ନୂଆଦିଲ୍ଲୀ : ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନକୁ ନେଇ ଏବେ ବିଜେପିର ପୂର୍ବତନ ପ୍ରବକ୍ତା ନୂପୁର ଶର୍ମାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଛି। ଏହିକ୍ରମରେ ମୁମ୍ବାଇରେ ତାଙ୍କ ବିରୋଧରେ କରାଯାଇଥÒବା ମାମଲାକୁ ନେଇ ମୁମ୍ବାଇ ପୁଲିସ ତାଙ୍କୁ ଦିଲ୍ଲୀରେ ଖୋଜୁଥÒବା ବେଳେ ନୂପୁରଙ୍କ ପତ୍ତା ମିଳୁନାହିଁ ବୋଲି କୁହାଯାଇଛି। ଦିଲ୍ଲୀରେ ଗତ ୪ଦିନ ହେଲା ମୁମ୍ବାଇ ପୁଲିସ ତାଙ୍କୁ ଖୋଜୁ ଥÒଲେ ହେଁ ତାଙ୍କର କୌଣସି ଖୋଜ ଖବର ନାହିଁ। ମୁମ୍ୱାଇ ପୁଲିସ ରଜା ଏକାଡେମୀର ଅଭିଯୋଗକ୍ରମେ ନୂପୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହା ସହିତ ତାଙ୍କୁ ପଚରା ଉଚୁରା ପାଇଁ ନୋଟିସ୍‌ ଜାରି କରିଥÒଲା। ପଚରାଉଚରା ପାଇଁ ମୁମ୍ବାଇ ପୁଲିସର ଏକ ଟିମ୍ ଦିଲ୍ଲୀ ଆସିଥିବା ବେଳେ ନୂପୁରଙ୍କୁ ପାଇନଥିବା ଜଣାପଡ଼ିଛି।