Bhubaneswar Railway Station - The Sakala

ମରିଗଲା ମଣିଷ ପଣିଆ: ସାମାନ୍ୟ କଥାକୁ ନେଇ ମାନସିକ ବିକାରଗ୍ରସ୍ତଙ୍କୁ ଗୋଡ଼ହାତ ବାନ୍ଧି ପିଟିଲେ ଦୁର୍ବୃତ୍ତ
ଭୁବନେଶ୍ୱର: ପୁଣି ସୀମା ଟପିଲା ବର୍ବରତା। ଆଉ ମରିଗଲା ମଣିଷ ପଣିଆ। ସାମାନ୍ୟ କଥାରୁ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଗୋଡ଼ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ଦୁର୍ବୃତ୍ତ। ଦୋକାନୀଙ୍କ ଜିନିଷପତ୍ର ଫିଙ୍ଗି ଦେଇଥିବା ଅଭିଯୋଗରେ ଯୁବକଙ୍କୁ ଏଭଳି ନିର୍ଯାତନା ଦିଆଯାଇଛି। ଭୁବନେଶ୍ୱର ରେଳଷ୍ଟେସନରେ ଏଭଳି ଅମାନୁଷିକ ଘଟଣା ଘଟିଛି। ଯୁବକ ଜଣକ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁର ଭରତ ବେହେରା।

ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ଦିନ ଭରତ ଭୁବନେଶ୍ୱର ରେଳଷ୍ଟେସନରେ ଥିବା ଏକ ଦୋକାନକୁ ଯାଇଥିଲେ। କୌଣସି କାରଣକୁ ନେଇ ଦୋକାନୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାପରେ ଭରତ ସମ୍ପୃକ୍ତ ଦୋକାନର ଜିନିଷପତ୍ର ଫୋପାଡ଼ି ଦେଇଥିଲେ। ଏତିକିରେ ଦୋକାନୀ ଜଣକ ରାଗିଯାଇ ଭରତଙ୍କୁ ଧକ୍କା ଦେଇଥିଲେ। ଅନ୍ୟ ଦୋକାନୀମାନେ ମିଶି ଭରତଙ୍କ ହାତ ଗୋଡ଼ ବାନ୍ଧି ଦେଇ ଭୟଙ୍କର ମାଡ଼ ମାରିଥିଲେ। ପ୍ଲାଟଫର୍ମରେ ତାଙ୍କୁ ଘୋଷାରି ଅତ୍ୟନ୍ତ ଅମାନୁଷିକ ପ୍ଲାଷ୍ଟିକ ପାଇପରେ ଆକ୍ରମଣ କରିଥିଲେ। ଉପସ୍ଥିତ ଥିବା ଲୋକମାନେ ଦେଖଣାହାରୀ ପାଲଟିଥିଲେ। ଅଧଘଣ୍ଟା ଧରି ମାଡ଼ ମାରିବା ପରେ ଭରତଙ୍କ ହାତଗୋଡ଼ ଖୋଲି ଦେଇଥିଲେ। କିଛି ଲୋକ ଏହି ଆକ୍ରମଣ ସମୟର ଭିଡିଓ କରିଥିଲେ। ସମ୍ପୃକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବାପରେ ଜିଆରପି ପୁଲିସ୍‌‌ କେସ୍‌‌ ନଂ ୧୬୮/୨୬ରେ ବିଏନ୍‌‌ଏସ୍‌‌ର ଦଫା ୧୨୭(୨), ୧୧୫(୨), ୨୯୬(ବି), ୩୫୧(୨) ଓ ୩(୫) ଲଗାଇ ମାମଲା ରୁଜୁ କରିଛି। ନବୀନ କୁମାର ଜେନା, ଜିତେନ୍ଦ୍ର ରାଉତଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ହେଲେ ମାନସିକ ଅସୁସ୍ଥ ଭରତଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ତାଙ୍କୁ ବାନ୍ଧି ମାଡ଼ ମାରିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଘଟଣା ମାନବିକତା ଓ ସାମାଜିକ ସମ୍ବେଦନଶୀଳତା ପ୍ରତି ଗୁରୁତର ପ୍ରଶ୍ନ ଉଠାଇଛି।

ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌
ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ଗୋଟିଏ ଟ୍ରାକ ଉପରେ ମୁହାଁମୁହିଁ ହେଲା ଦୁଇ ଟ୍ରେନ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦୁଇ ଟ୍ରେନ । ଝାରପଡ଼ା ବ୍ରିଜ୍ ନିକଟରେ ଟ୍ରାକରେ ଗୋଟିଏ ଟ୍ରେନ ଠିଆ ହୋଇଥିବାବେଳେ ସାମ୍ନାପଟୁ ଆସିଲା ଆଉ ଏକ ଟ୍ରେନ । ଗୋଟିଏ ଟ୍ରେନ୍ କୋଣାର୍କ ଏକ୍ସପ୍ରେସ୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଟ୍ରେନ୍ ସଂପର୍କରେ କୌଣସି ସୂଚନା ମିଳିନାହିଁ। ବେଗ କମ୍ ଥିବାରୁ ଟଳିଗଲା ବଡ଼ ଦୁର୍ଘଟଣା ।  ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷଙ୍କ ଛାନବିନ । ଅଳ୍ପକେ ଶତାଧିକ ଲୋକଙ୍କ ଜୀବନ ବଞ୍ଚି ଯାଇଥିବା ସୂଚନା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

ଅଘଟଣ ସଂପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କାହାର ଦୋଷ ତ୍ରୁଟି ରହିଲା ସେ ନେଇ ଚାଲିଛି ଅଧିକ ଖୋଳତାଡ଼ ।

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଓଡିଶାରେ ମିଳିବ ୫ଜି ସେବା: କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର: ଆସନ୍ତା ମାସେ ଭିତରେ ଓଡିଶାରେ ମିଳିବ ୫ଜି ସେବା । ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡିଶାରେ ୫ଜି ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ 5G କାମ ଶେଷ ହେବ । ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ଏହା କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ଲକ୍ଷ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୩୦୮ କୋଟିର ବ୍ୟୟବରାଦ କରାଯାଇଛି। ଯାହାକି ୨୪ ମାସ ମଧ୍ୟରେ ସରିବ।

ଭୁବନେଶ୍ୱର ରେଳ ଷ୍ଟେସନ୍‍ ବିକାଶ ପାଇଁ ୩୦୮ କୋଟି
ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ରେଳବାଇ ୩୦୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଛି। ତେବେ ପ୍ରଥମ ପର୍ଯ୍ୟାୟ ଉନ୍ନୟନ କାର୍ଯ୍ୟ ପାଇଁ ଏହି ଅର୍ଥ ବ୍ୟୟ କରାଯିବ। ୨୦୨୪ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ରେଳ ଷ୍ଟେସନ୍‍ ଉନ୍ନୟନ ପାଇଁ ପୂର୍ବତଟ ରେଳପଥ ଡିପିଆର ପ୍ରସ୍ତୁତ କରିଛି। ଗତ ୭ ତାରିଖରେ ପୂର୍ବତଟ ରେଳପଥ ଏଥିପାଇଁ ଟେଣ୍ଡର ଆହ୍ୱାନ କରିଛି। ୨୪ ମାସ ମଧ୍ୟରେ କାମ ଶେଷ କରିବା ପାଇଁ ସର୍ତ୍ତ ରଖାଯାଇଛି। ତେବେ ୨୭୫ କୋଟି ଟଙ୍କାର କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। କିନ୍ତୁ ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଆରଟିଆଇରେ ମଗାଯାଇଥିବା ପ୍ରଶ୍ନରେ କୁହାଯାଇଛି।

ପ୍ରସ୍ତୁତ ଡିଜାଇନ୍‍ ଅନୁସାରେ ନୂଆ ଷ୍ଟେସନ୍‍ର ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା ରହିବ। ଏଥିରେ ସୌର ପ୍ଲାଣ୍ଟ ସ୍ଥାପନ କରାଯିବ ଏବଂ ସବୁ ଦୃଷ୍ଟିରୁ ଏହା ଏକ ଗ୍ରୀନ୍‍ ବିଲ୍ଡିଂ ହେବ। ସେହିପରି ବର୍ଷା ଜଳ ସଂରକ୍ଷଣ ଓ ପରିମଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଯାତ୍ରୀସ୍ଥଳ ସମ୍ପୂର୍ଣ୍ଣ ଭାବେ ବାତାନୁକୂଳିତ ହେବା ସହିତ ଲିଫ୍ଟ ଓ ଏସ୍କାଲେଟର ବ୍ୟବସ୍ଥା ରହିବ। ମାଷ୍ଟର କ୍ୟାଣ୍ଟିନ୍‍ ପଟକୁ ଆଉ ଦୁଇଟି ପ୍ଲାଟଫର୍ମ ନିର୍ମାଣ କରାଯିବ। କହିବାକୁ ଗଲେ ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ କାର୍ଯ୍ୟ ଶେଷ ହେଲେ ସେଠାରେ ବିମାନବନ୍ଦର ଭଳି ସୁବିଧା ସୁଯୋଗ ଉପଲବ୍ଧ ହେବ। ନିର୍ମାଣ କାର୍ଯ୍ୟ କିପରି ଚାଲୁଛି ତାହା ତଦାରଖ କରିବା ପାଇଁ ସଫ୍ଟୱେର ଆଧାରିତ କୌଶଳ ଅବଲମ୍ବନ କରାଯିବ। ମାଷ୍ଟର କ୍ୟାଣ୍ଟିନ୍‍ ପଟୁ ପ୍ରଶସ୍ତ ସଡ଼କ ସଂଯୋଗ, ପାର୍କିଂ, ବ୍ୟାରିକେଡ୍‍, ସ୍କାନର୍‍ ବ୍ୟବସ୍ଥା ଆଦି ରହିବ।

ଭୁବନେଶ୍ୱର ରେଳ ଷ୍ଟେସନ୍‍ର ସମ୍ମୁଖ ଭାଗ ସହିତ ଆଭ୍ୟନ୍ତରୀଣ ଅଞ୍ଚଳର ବିକାଶ କରାଯିବ। ପ୍ରବେଶ ଟର୍ମିନାଲ ଉପରେ ତିନି ମହଲା କୋଠାରେ ଯାତ୍ରୀ ବିଶ୍ରାମସ୍ଥଳ, କାଫେଟେରିଆ, ଶୌଚାଳୟ ଆଦି ରହିବ। ସେହିପରି ପ୍ରଥମ ମହଲାରେ ଅନୁସନ୍ଧାନ କାଉଣ୍ଟର, ସୁରକ୍ଷା କର୍ମଚାରୀଙ୍କ କାର୍ଯ୍ୟାଳୟ ରହିବ। ସେହିପରି ଆରପିଏଫ୍‍, ଜିଆରପି କାର୍ଯ୍ୟାଳୟ ସମେତ ନୂଆ ଟିକଟ ବୁକିଂ କାଉଣ୍ଟର ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ।