Agniveer - The Sakala

INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
ଖୋର୍ଦ୍ଧା: ପୁଣି ଆତ୍ମହତ୍ୟା କଲେ ଆଉ ଜଣେ ଭାରତୀୟ ନୌସେନାର ଅଗ୍ନିବୀର ପ୍ରଶିକ୍ଷାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକା ପରିସରରେ ଘଟିଛି ଏପରି ଅଘଟଣ । ଚଳିତ ମାସ ୮ ତାରିଖରେ ଉତ୍ତର ପ୍ରଦେଶର ଜଣେ ଅଗ୍ନିବୀର ପ୍ରଶିକ୍ଷାତ୍ରୀ ଆତ୍ମହତ୍ୟା କରିଥିଲେ । ୧୧ ଦିନ ପରେ ଗତକାଲି ଆଉ ଜଣେ ଅଗ୍ନିବୀର ପ୍ରଶିକ୍ଷାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି ।

ପ୍ରଶିକ୍ଷାତ୍ରୀ ଜଣଙ୍କ ରହୁଥିବା ବ୍ୟାରେକ ପାଖରେ ଥିବା ଜିମ ହଲ ଘର ଭିତରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି  । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ, ନୌସେନା ବିଭାଗ କର୍ମଚାରୀ ମୃତଦେହକୁ ଉଦ୍ଧାର କରି କ୍ୟାମ୍ପ ଭିତରେ ଥିବା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ଅଗ୍ନିବୀର ପ୍ରଶିକ୍ଷାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଅଗ୍ନିବୀର ପ୍ରଶିକ୍ଷାତ୍ରୀ ହେଲେ ବିହାରର ଭୋଜପୁର ଜିଲ୍ଲା ସନ୍ଦେଶ ଥାନା ଅନ୍ତର୍ଗତ ସାରିପୁର ଗ୍ରାମର ବିକାଶ କୁମାର । ଖବର ପାଇ ମୃତ ବିକାଶଙ୍କ ବାପା ପିଣ୍ଟୁ ସାଏ ଚିଲିକା ନୌସେନା କ୍ୟାମ୍ପରେ ପହଞ୍ଚି ପୁଅକୁ ଚି଼ହ୍ନଟ କରିଥିଲେ । ପରେ ବିକାଶଙ୍କ ବାପା ବାଲୁଗାଁ ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିବା ପରେ  ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ନୌସେନା ଚିଲିକା କ୍ୟାମ୍ପ ପରିସରରେ ପହଞ୍ଚି ଏକ ମାମଲା ରୁଜୁ କରି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ସାଇଣ୍ଟିଫିକ ଟିମ ସହିତ ତଦନ୍ତ ଜାରି ରଖିଛି  ।

‘ଅଗ୍ନିବୀର’ପାଇଁ ଅନ୍‌‌ଲାଇନ୍‌‌ ପଞ୍ଜୀକରଣ ଆରମ୍ଭ
ଭୁବନେଶ୍ୱର: ଭାରତୀୟ ସେନା ଏହାର ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିଛି। ପ୍ରଥମ ଫିଲ୍ଟର ଭାବରେ ଅନ୍‌‌ଲାଇନ୍‌‌ ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରବର୍ତ୍ତନ କରିଛି। ଅଗ୍ନିବୀର ଯୋଜନାରେ ନିଯୁକ୍ତି ନିମନ୍ତେ ଅନ୍‌‌ଲାଇନ୍‌‌ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜ୍ଞପ୍ତିରେ ଦିଆଯାଇଥିବା ବିଭିନ୍ନ ବୟସ ବର୍ଗର ଯୋଗ୍ୟ ଆଶାୟୀମାନେ ସାଧାରଣ ପ୍ରବେଶିକା ପରୀକ୍ଷାରେ ଯୋଗଦେବା ପାଇଁ ଅନ୍‌‌ଲାଇନ୍‌‌ରେ ଚଳିତ ଫେବୃଆରୀ ୧୬ରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ www.joinindianarmy.nic.inୱେବ୍‌‌ସାଇଟ୍‌‌ରେ ଆବେଦନ କରିପାରିବେ।

ଚଳିତ ବର୍ଷଠାରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଆଶାୟୀଙ୍କୁ କମ୍ପ୍ୟୁଟର ଆଧାରିତ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ। ସେଥିପାଇଁ ପ୍ରତ୍ୟେକ ଆଶାୟୀଙ୍କୁ ଅନ୍‌‌ଲାଇନ୍‌‌ରେ ୨୫୦ ଟଙ୍କା ଫି ଦେବାକୁ ପଡ଼ିବ। ଅନ୍‌‌ଲାଇନ୍‌‌ ସାଧାରଣ ପ୍ରବେଶିକା ପରୀକ୍ଷା ୨୦୨୩ ଅପ୍ରେଲ ୧୭ରୁ ମଇ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଆୟୋଜନ କରାଯିବ। ଆଶାୟୀଙ୍କ ସାହାଯ୍ୟ ନିମନ୍ତେ କମ୍ପ୍ୟୁଟର ଆଧାରିତ ଅଭ୍ୟାସ ପରୀକ୍ଷା www.joinindianarmy.nic.in ୱେବ୍‌‌ସାଇଟ୍‌‌ରେ ଉପଲବ୍ଧ ରହିଛି। ଓଡ଼ିଶାର ଅନୁଗୋଳ, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ସମ୍ୱଲପୁର ଆଦି ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀମାନେ ଅଧିକ ସୂଚନା ପାଇଁ ସେବା ନିଯୁକ୍ତି କାର୍ଯ୍ୟାଳୟ, ସମ୍ୱଲପୁର ସହିତ ଯୋଗାଯୋଗ କରିପାରିବେ।

ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା ଭାରତୀୟ ସେନା, ଜାଣନ୍ତୁ କେବେ ଠୁ ଆରମ୍ଭ ହେବ ପଞ୍ଜିକରଣ
ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା କ୍ଷେତ୍ରର ତିନି ପ୍ରମୁଖ ବିଭାଗ ସ୍ଥଳସେନା, ବାୟୁ ସେନା ଏବଂ ନୌସେନାରେ ୪ ବର୍ଷିଆ ନିଯୁକ୍ତି ଦେବାକୁ ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିବା ‘ଅଗ୍ନିପଥ’ ଯୋଜନାକୁ ନେଇ ଏବେ ସାରା ଦେଶରେ ନିଆଁ ଜଳୁଛି। ଏହି ଯୋଜନାକୁ ବିରୋଧ କରି ଯୁବବର୍ଗ ରାଜରାସ୍ତାକୁ ଓହ୍ଲାଇଥିଲା ବେଳେ ବିକ୍ଷୋଭ ଏବଂ ହିଂସା ଦ୍ବାରା କୋଟି କୋଟି ଟଙ୍କାର ସରକାରୀ ଏବଂ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ଗୋଟିଏ ପଟେ ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଥିବା ବେଳେ ସ୍ଥଳସେନା ପକ୍ଷରୁ ଅଗ୍ନିବୀର ଯୋଜନା ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରାଯାଇଛି । ଏଥିରେ ଅଗ୍ନିବୀର ଭାବେ ଯୋଗ ଦେବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଶିକ୍ଷଗତ ଯୋଗ୍ୟତା ଓ ଶାରୀରିକ ସକ୍ଷମତା କଣ ରହିବ ତାହା ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି । JOININDIANARMY.NIC.IN ୱେବସାଇଟ ପରିଦର୍ଶନ କରି  ସେଥିରେ ସମ୍ପୂର୍ଣ୍ଣ ବିବରଣୀ ପଢିବା ସହ ପଞ୍ଜିକରଣ କରିପାରିବେ। ଆଗାମୀ ଜୁଲାଇ ୨୨ ତାରିଖରୁ ନିଯୁକ୍ତି ନେଇ ପଞ୍ଜିକରଣ ଆରମ୍ଭ କରାଯିବ ।

Indian Army issues notification for Agniveer recruitment rally, registration to open from July onwards#AgnipathScheme pic.twitter.com/VnrAiOXibU

— ANI (@ANI) June 20, 2022

ଭାରତୀୟ ସ୍ଥଳସେନାର ବିଜ୍ଞପ୍ତି ମୁତାବକ ଅଗ୍ନିବୀର ଭାବେ ସାମିଲ ହେବାକୁ ଚାହୁଁଥିବା ଯୁବକମାନେ ସର୍ବନିମ୍ନ ୮ମ ରୁ ୧୦ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ସେପଟେ ଅଗ୍ନିବୀରମାନେ ସ୍ଥଳସେନାର ୪ ଟି ବିଭାଗରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ଜେନରାଲ ଡ୍ୟୁଟି, ଟେକ୍ନିକାଲ, କ୍ଲର୍କ ଓ ଟ୍ରେଡସମ୍ୟାନ ଭାବେ ୪ ଟି ବିଭାଗ ରଖା ଯାଇଛି ।ତେବେ ଏହି ଯୋଜନାରେ ୪ ବର୍ଷ ପାଇଁ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ସେମାନଙ୍କୁ କୌଣସି ପ୍ରକାର ଗ୍ରାଚ୍ୟୁଟି କିମ୍ବା ପେନସନ୍ ମିଳିବ ନାହିଁ ।

ସର୍ଭିସରେ ୪ ବର୍ଷ ପୂରଣ ହେଲା ପରେ ପ୍ରତି ବ୍ୟାଚର ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ଭାରତୀୟ ସେନାରେ ଭର୍ତ୍ତି କରାଯିବ । ଏହି ୨୫ ପ୍ରତିଶତ ଅଗ୍ନିବୀର ୨୫ ବର୍ଷ ଯାଏଁ ସେନାରେ ଚାକିରୀ କରିପାରିବେ ।ଆହୁରି ମଧ୍ୟ କୁହାଯାଉଛି ଯେ, ଅଗ୍ନିବୀରଙ୍କୁ ବର୍ଷକୁ ମୋଟ୍ ୩୦ଟି ଛୁଟି ମିଳିବ । ତେବେ ଅସୁସ୍ଥ ହେଲେ କେତେଦିନ ଛୁଟି ମିଳିବ ତାହା ଅସୁସ୍ଥତା ଉପରେ ନିର୍ଭର କରିବ ।

ବିଜେପି ପାର୍ଟି ଅଫିସରେ ସିକ୍ୟୁରିଟ୍‌ ଗାର୍ଡ ଦରକାର ହେଲେ ‘ଅଗ୍ନିବୀର’ଙ୍କୁ ଅଗ୍ରାଧିକାର ଦିଆଯିବ : କୈଳାଶ ବିଜୟବର୍ଗୀୟ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରି ବିଗତ ୪ ଦିନ ହେଲା ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାକୁ ନେଇ ଚାଲିଥିବା ପ୍ରତିବାଦ ରାଜନିତୀରେ ପରିଣତ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ କଂଗ୍ରେସ ବିରୋଧ କରି ସତ୍ୟାଗ୍ରହ କରୁଛି। ଦଳ ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସତ୍ୟାଗ୍ରହ କରାଯାଉଛି। ଏଥିରେ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଟ୍ୱିଟରରେ ବିଜେପି ସରକାରକୁ କଡା ଭାଷାରେ ଟାର୍ଗେଟ କରିଛନ୍ତି ।ରାହୁଲ ଗାନ୍ଧି ଟ୍ୱିଟରରେ ଲେଖିଛନ୍ତି, ‘କେନ୍ଦ୍ର ସରକାର ବାରମ୍ବାର ନିଯୁକ୍ତି ଦେବା ନାମରେ ଦେଶରେ ବେରୋଜଗାରଙ୍କୁ ପ୍ରତାରିତ କରୁଛନ୍ତି। ମୋଦି ସରକାର ଦେଶର ବେରୋଜଗାର ଯୁବକଙ୍କୁ ଅଗ୍ନିପଥ ଉପରେ ଚାଲିବାକୁ ବାଧ୍ୟ କରୁଛନ୍ତି। ଏହାସହ ସେ କହିଛନ୍ତି ମୋଦି ସରକାର ଶାସନର ୮ ବର୍ଷ ମଧ୍ୟରେ ୧୬ କୋଟି ଚାକିରି ମିଳିବା କଥା, କିନ୍ତୁ ସେ କେବଳ ଯୁବକମାନଙ୍କୁ ‘ପକୁଡି ଛାଣିବା’ ପାଇଁ ଜ୍ଞାନ ବାଣ୍ଟୁଛନ୍ତି। ଦେଶର ଏଭଳି ପରିସ୍ଥିତି ପାଇଁ କେବଳ ପ୍ରଧାନମନ୍ତ୍ରୀ ଦାୟୀ ବୋଲି କଂଗ୍ରେସ ୟାଇନାଡ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।’

ଦେଶର ବିଭିନ୍ନ ବିରୋଧୀଦଳ ଦେଶବ୍ୟାପୀ ଜଳୁଥିବା ଅଗ୍ନିପଥ ନିଆଁକୁ ସମର୍ଥନ କରୁଥିବା ବେଳେ ବିଜେପି ନେତା ମଧ୍ୟ ନିଜ ସରକାରଙ୍କ ପଦକ୍ଷେପ ସପକ୍ଷରେ ବାହାରିଛନ୍ତି। ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀ ଦଳମାନେ ଲଗାତାର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗୀୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ ଅଗ୍ନିପଥ ଯୋଜନା ଦେଶ ପାଇଁ ଠିକ୍ ବୋଲି କହିଛନ୍ତି।

ବରିଷ୍ଠ ବିଜେପି ନେତା କୈଳାଶ ବିଜୟବର୍ଗୀୟଙ୍କ ବିବାଦୀୟ ବୟାନ :ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିକ୍ଷୋଭ ଓ ହିଂସା ମଧ୍ୟରେ କହିଛନ୍ତି ‘ ଯଦି ତାଙ୍କୁ ବିଜେପି କାର୍ଯ୍ୟାଳୟରେ ସିକ୍ୟୁରିଟ୍‌ଗାର୍ଡ ରଖିବାକୁ ପଡିବ, ତେବେ ସେ ଅଗ୍ନିବୀରଙ୍କୁ ଅଗ୍ରାଧିକାର ଦେବେ #AgnipathScheme #Agnipath #AgnipathProtests #Agniveers pic.twitter.com/6dJXwVzg7m

— Sakala (ସକାଳ) (@TheSakala) June 19, 2022

ସେ କହିଛନ୍ତି ଯେ ଆମେରିକା, ଚୀନ୍ ଏବଂ ଫ୍ରାନ୍ସରେ ଚୁକ୍ତିନାମା ଆଧାରରେ ସେନା ନିଯୁକ୍ତ କରାଯାଏ। ଆମ ସେନାବାହିନୀରୁ ଅବସର ବୟସ ଅଧିକ ଥିଲା। ଯାହାକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ସେନାରେ ଅଧିକ ଯୁବକ ସାମିଲ ହୋଇପାରିବେ। ଯାହା ଫଳରେ ସେନାର ସାମର୍ଥ୍ୟ ବଢିବ। ତେବେ ସେନାରେ କାମ କରି ୪ ବର୍ଷ ପରେ ଜଣେ ଯୁବକ କ’ଣ କରିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଜଣେ ଅଗ୍ନିବୀର ଟ୍ୟାଗ୍ ସହିତ ସେନାରୁ ଅବସର ନେବ, ସେହି ସମୟରେ ଯଦି ବିଜେପି କାର୍ଯ୍ୟାଳୟରେ ସିକ୍ୟୁରିଟ୍‌ ଗାର୍ଡ ରଖିବାକୁ ପଡିବ, ତେବେ ମୁଁ କେବଳ ଅଗ୍ନିବୀରଙ୍କୁ ଅଗ୍ରାଧିକାର ଦେବି।

ଅଗ୍ନିପଥ ଯୋଜନାକୁ ନେଇ ରାଜନାଥ ସିଂହଙ୍କ ଘୋଷଣା : କୋଷ୍ଟଗାର୍ଡ ଓ ପ୍ରତିରକ୍ଷା ଉଦ୍ୟୋଗରେ ଅଗ୍ନିବୀରଙ୍କ ପାଇଁ ରହିବ ୧୦% ସଂରକ୍ଷଣ
ନୂଆଦିଲ୍ଲୀ : ସେନାରେ ସୈନିକ ନିଯୁକ୍ତି ପାଇଁ ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନା ଏବେ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ହିଂସାତ୍ମକ ପ୍ରଦର୍ଶନ ହୋଇଛି। ଏଭଳି ପରିସ୍ଥିତିରେ ଆଶାୟୀ ଯୁବକଙ୍କ କ୍ରୋଧକୁ ପ୍ରଶମିତ କରିବା ପାଇଁ ସରକାର ଏହି ନିଯୁକ୍ତି ଯୋଜନାରେ କିଛି କୋହଳ କରିଛନ୍ତି । ଅଗ୍ନିବୀରମାନଙ୍କ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ସଂରକ୍ଷଣ ଘୋଷଣା କରାଯାଇଛି । ନିଯୁକ୍ତି ଆଶାୟୀ ଯୁବକଯୁବତୀମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।

ଦିନକୁ ଦିନ ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଏହାକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି। ଏହିକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଗ୍ନିବୀରଙ୍କ ପାଇଁ ନୂଆ ସଂରକ୍ଷଣ ନିୟମ ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି। ୪ ବର୍ଷ ପରେ ସେନାରୁ ଅବ୍ୟାହତି ନେଉଥିବା ଅଗ୍ନିବୀରଙ୍କୁ ପ୍ରତିରକ୍ଷା ବିଭାଗରେ ଚାକିରି ମିଳିବ। ସେମାନଙ୍କ ପାଇଁ ୧୦% ପଦ ସଂରକ୍ଷଣ କରି ରଖାଯିବ ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେଉଥିବାରୁ ଆଜି ଶ୍ରୀ ସିଂହ ୩ ସେନା ବାହିନୀର ମୁଖ୍ୟଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଅଗ୍ନିବୀରଙ୍କ ପାଇଁ ପ୍ରତିରକ୍ଷା ବିଭାଗରେ ୧୦% ଚାକିରି ସଂରକ୍ଷଣ ହୋଇ ରହିବ ବୋଲି ନିଷ୍ପତ୍ତି ହୋଇଛି। ଅଗ୍ନିବୀରମାନଙ୍କ ପାଇଁ ତଟରକ୍ଷୀ ବାହିନୀ, ଡିଫେନ୍ସ ସିଭିଲିଆନ ପୋଷ୍ଟ ଓ ସମସ୍ତ ୧୬ଟି ଡିଫେନ୍ସ ପବ୍ଲିକ ସେକ୍ଟରରେ ୧୦% ଚାକିରି ସଂରକ୍ଷିତ ହୋଇ ରହିବ।

ଏହା ପୂର୍ବରୁ ଗୃହ ମନ୍ତ୍ରଣାଳୟ ମଧ୍ୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍) ଏବଂ ଆସାମ ରାଇଫଲ୍ସରେ ‘ଅଗ୍ନିବୀର’ଙ୍କୁ ୧୦% ସଂରକ୍ଷଣ ଦେବାକୁ ଘୋଷଣା କରିଥିଲା । ଅଗ୍ନିପଥ ଯୋଜନାରେ ଚାରି ବର୍ଷର କାର୍ଯ୍ୟକାଳ ପରେ ଅଗ୍ନିବୀର ମାନଙ୍କୁ ସିଏପିଏଫ୍ ଓ ଆସାମ ରାଇଫଲ୍ସରେ ନିଯୁକ୍ତି ମିଳିବ । ଏହା ସହିତ ପ୍ରାର୍ଥୀଙ୍କ ବୟସ ସୀମା ମଧ୍ୟ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି।ଏଥିସହ ‘ଅଗ୍ନିବୀର’ଙ୍କ ନିଯୁକ୍ତି ବେଳେ ବୟସ ସୀମାକୁ ୩ ବର୍ଷ ଯାଏ କୋହଳ କରାଯିବ। ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ବେଳେ ବୟସ ସୀମାକୁ ୫ ବର୍ଷ କୋହଳ କରାଯିବ।

ଦେଶର ଲୋକମାନେ କ’ଣ ଚାହୁଁଛନ୍ତି ତାହା ପ୍ରଧାନମନ୍ତ୍ରୀ ବୁଝନ୍ତି ନାହିଁ, ତାଙ୍କ ବନ୍ଧୁମାନେ ଯାହା କୁହନ୍ତି ସେ ତାହା କରନ୍ତି : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ‘ଅଗ୍ନିପଥ’ ବିରୋଧୀ ନିଆଁ ବର୍ତ୍ତମାନ ସାରା ଦେଶକୁ ବ୍ୟାପିବାରେ ଲାଗିଛି। ଏହି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ବିକ୍ଷୋଭ, ହିଂସା ତୃତୀୟ ଦିନରେ ପହଞ୍ଚିଛି। ଗତକାଲି ଦିଲ୍ଲୀ ସମେତ ହରିୟାଣା, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଆଦି ରାଜ୍ୟରେ ଏହି ଯୋଜନାକୁ ତୀବ୍ର ବିରୋଧ କରାଯାଇଥିଲା ବେଳେ ଶୁକ୍ରବାର ଏହା ତେଲଙ୍ଗାନକୁ ବ୍ୟାପିଛି। ସିକନ୍ଦରାବାଦ ଷ୍ଟେସନରେ ଶହ ଶହ ଯୁବକ ଏହି ଯୋଜନାକୁ ବିରୋଧ କରି ଏକାଠି ହେବା ସହିତ ଭଙ୍ଗାରୁଜା କରିଥିଲେ। ସେମାନେ ଦୁଇଟି ଟ୍ରେନରେ ନିଆଁ ଲଗାଇ ଦେଇଥିଲା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ରେଳବାଇ ପୁଲିସ ଗୁଳି ଚଳାଇଥିଲା। ଏହି ଘଟଣାରେ ଜଣେ ବିକ୍ଷୋଭକାରୀ ଯୁବକଙ୍କ ମୃତ୍ୟୁ ହେବା ସହିତ ୧୨ ଜଣ ଆହତ ହୋଇଛନ୍ତି। ତୃତୀୟ ଦିନରେ ବିହାର ଏବଂ ଉତ୍ତରପ୍ରଦେଶରେ ବିକ୍ଷୋଭ ଆହୁରି ଜୋରଦାର ହୋଇଛି। ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାକୁ ନେଇ ରାଚନୀତି ମଧ୍ୟ ଆରମ୍ଭ ହୋଇଯାଇଛି।

8 सालों से लगातार भाजपा सरकार ने ‘जय जवान, जय किसान' के मूल्यों का अपमान किया है।

मैंने पहले भी कहा था कि प्रधानमंत्री जी को काले कृषि कानून वापस लेने पड़ेंगे।

ठीक उसी तरह उन्हें ‘माफ़ीवीर' बनकर देश के युवाओं की बात माननी पड़ेगी और 'अग्निपथ' को वापस लेना ही पड़ेगा।

— Rahul Gandhi (@RahulGandhi) June 18, 2022

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ଜଳୁଥିବା ନିଆଁ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କେନ୍ଦ୍ର   ସରକାର ଗତ ୮ ବର୍ଷ ହେବ ଯବାନ ଓ କିଷାନଙ୍କୁ ଅପମାନିତ କରୁଛନ୍ତି। ତେଣୁ କୃଷି ଆଇନ୍‌ ପରି ‘ଅଗ୍ନିପଥ’ ଆଇନକୁ ମଧ୍ୟ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ବାଧ୍ୟ ହେବେ ବୋଲି ଟ୍ୱିଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ରାହୁଲ ଟ୍ବିଟ୍ କରି କହିଛନ୍ତି “ଲଗାତାର ୮ ବର୍ଷ ଧରି ସରକାର ‘ଜୟ ଯବାନ, ଜୟ କିଷାନ’ର ମୂଲ୍ୟବୋଧକୁ ଅପମାନିତ କରିଛନ୍ତି। ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଯେ ପ୍ରଧାନମନ୍ତ୍ରୀଙ୍କୁ କଳା କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ। ସେହିଭଳି ଅଗ୍ନିପଥ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସମାନ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ତାଙ୍କୁ ଦେଶର ଯୁବବର୍ଗଙ୍କ କଥା ମାନିବାକୁ ପଡ଼ିବ ଓ ‘ଅଗ୍ନିପଥ’ ଯୋଜନାକୁ ଫେରାଇ ନେବାକୁ ପଡ଼ିବ।’

अग्निपथ – नौजवानों ने नकारा

कृषि कानून – किसानों ने नकारा

नोटबंदी – अर्थशास्त्रियों ने नकारा

GST – व्यापारियों ने नकारा

देश की जनता क्या चाहती है, ये बात प्रधानमंत्री नहीं समझते क्यूंकि उन्हें अपने ‘मित्रों’ की आवाज़ के अलावा कुछ सुनाई नहीं देता।

— Rahul Gandhi (@RahulGandhi) June 17, 2022

ଅନ୍ୟପଟେ ରାହୁଲ ଗାନ୍ଧୀ ଗତକାଲି କରିଥିବା ଆଉ ଏକ ଟ୍ବିଟ୍ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ନେତୃତ୍ବାଧିନ ସରକାରକୁ ଟାର୍ଗେଟ କରିଥିଲେ। ରାହୁଲ ଟ୍ବିଟ କରି କହିଥିଲେ ଯେ ଦେଶର ଲୋକମାନେ କ’ଣ ଚାହୁଁଛନ୍ତି ତାହା ପ୍ରଧାନମନ୍ତ୍ରୀ ବୁଝନ୍ତି ନାହିଁ, ତାଙ୍କ ବନ୍ଧୁମାନେ ଯାହା କୁହନ୍ତି ସେ ତାହା କରନ୍ତି। ଏହାର ବହୁ ପ୍ରମାଣ ମଧ୍ୟ ରହିଛି। ମୋଦୀ ସରକାରଙ୍କ ଅଗ୍ନିପଥ ଯୋଜନାକୁ ଯୁବକମାନେ ପ୍ରତ୍ୟାଖ୍ୟାନ କଲେ । କୃଷି ଆଇନକୁ କୃଷକମାନେ ପ୍ରତ୍ୟାଖ୍ୟାନ କଲେ। ବିମୁଦ୍ରୀକରଣକୁ ଅର୍ଥନୀତିଜ୍ଞମାନେ ଅସ୍ୱୀକାର କଲେ ସେହିପରି ଜିଏସ୍‌ଟିକୁ ମଧ୍ୟ ବ୍ୟବସାୟୀମାନେ ପ୍ରତ୍ୟାଖ୍ୟାନ କଲେ।

ଅଗ୍ନିପଥ ଯୋଜନାକୁ ବିରୋଧ ମଧ୍ୟରେ ସେନାର ବଡ ଘୋଷଣା : ଖୁବ୍‌ ଶିଘ୍ର ୩ ସେନା ଆରମ୍ଭ କରିବେ ଅଗ୍ନିବୀରଙ୍କୁ ବାଛିବା ପ୍ରକ୍ରିୟା
ନୂଆଦିଲ୍ଲୀ : ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଚାଲିଛି। କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଚାଲିଥିବା ହିଂସା, ପ୍ରତିବାଦ ଓ ଆକ୍ରୋଶର ନିଆଁ ଦେଖାଦେଇଛି। କେଉଁଠି ଟ୍ରେନକୁ ଜାଳି ଦେଉଛନ୍ତି ତ କେଉଁଠି ଷ୍ଟେସନ ଭିତରେ ଭଙ୍ଗାରୁଜା କରୁଛନ୍ତି । ଆଖି ପିଛୁଳାକେ ନଷ୍ଟ ହେଉଛି ଜାତୀୟ ସମ୍ପତି । ୧୦ରୁ ଅଧିକ ରାଜ୍ୟରେ ବ୍ୟାପୁଥିବା ଏହି ହିଂସା ଅଧିକ ଉଗ୍ର ହେବାରେ ଲାଗିଛି । ଉତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀକୁ ଆନ୍ଦୋଳନ ବ୍ୟାପିଛି । ବିହାରରେ ଉତ୍ୟକ୍ତ ପ୍ରତିବାଦକାରୀ ବିଭିନ୍ନ ରେଳ ଷ୍ଟେସନରେ ଟ୍ରେନ୍ ଜାଳି ଦେବା ସହ ଏକ୍ସପ୍ରେସରେ ଝରକା କାଚକୁ ପିଟି ଭାଙ୍ଗି ପକାଇଛନ୍ତି ।

ସାରା ଦେଶରେ ‘ଅଗ୍ନିପଥ’ ଯୋଜନା ବିରୋଧରେ ଦେଶର ବହୁ ଅଞ୍ଚଳରେ ନିଆଁ ଜଳୁଥିବା ବେଳେ ଏହି ଯୋଜନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇସାରିଛନ୍ତି ୩ ସେନା। ସରକାର ଅଗ୍ନିପଥ ସ୍କିମରେ ପୂର୍ବରୁ ଥିବା ବୟସ ସୀମାକୁ ବଢ଼ାଇ ୨୩ବର୍ଷ କରିଛନ୍ତି। ପୂର୍ବରୁ ବୟସ ସୀମା କେବଳ ୧୭-୨୧ବର୍ଷ ଥିଲା। ତେବେ ବୟସ ସୀମା ବଢ଼ାଇବା ସହ ଆସନ୍ତା ଦୁଇ ଦିନ ମଧ୍ୟରେ ଏଥିପାଇଁ ଏକ ବିଜ୍ଞପ୍ତି ଜାରି ହେବ ବୋଲି କହିଥିଲେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ। ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର କହିଛନ୍ତି, ୨୦୨୨ରେ ଭର୍ତ୍ତି ପାଇଁ ବୟସକୁ ବଢାଇ ୨୩ ବର୍ଷ କରିବା ନେଇ ସରକାରଙ୍କ ନିଷ୍ପତ୍ତି ସହ ଅବଗତ ହୋଇଛି । ଏହି ନିଷ୍ପତ୍ତି ଆମ ଉର୍ଜାବାନ ଏବଂ ଦେଶଭକ୍ତ ଯୁବକଙ୍କୁ ସୁଯୋଗ ପ୍ରଦାନ କରିବ । ଯେଉଁମାନେ କରୋନା ମହାମାରୀ ସତ୍ତ୍ୱେ ରାଲିରେ ସାମିଲ ହେବା ପାଇଁ ପ୍ରସ୍ତୁତି କରୁଥିଲେ, କିନ୍ତୁ ଦୁଇ ବର୍ଷର କରୋନା କଟକଣା ଯୋଗୁଁ ପୂରଣ ହୋଇପାରି ନଥିଲା।

ସ୍ଥଳସେନା ମୁଖ୍ୟ ଜନେରାଲ ପାଣ୍ଡ କହିଛନ୍ତି, ଖୁବଶୀଘ୍ର ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୨ ଦିନ ଭିତରେ https://joinindianarmy.nic.in/ ରେ ବିଜ୍ଞପ୍ତି ପ୍ରକାଶ କରାଯିବ। ଚଳିତ ଡିସେମ୍ୱରଠୁ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚର ପ୍ରଶିକ୍ଷଣ ଆରମ୍ଭ ହେବ। ଏହାସହ ଭାରତୀୟ ସେନାରେ ଅଗ୍ନିବୀର ଭାବେ ସାମିଲ ହେବାର ଏହି ସୁଯୋଗର ଲାଭ ଉଠାଇବାକୁ ଯୁବକଙ୍କୁ ସ୍ଥଳ ସେନା ମୁଖ୍ୟ ଆହ୍ୱାନ ଦେଇଛନ୍ତି।

ଅନ୍ୟପଟେ ଆସନ୍ତା ଶୁକ୍ରବାର ୨୪ତାରିଖ ଦିନ ବାୟୁସେନାରେ ଅଗ୍ନିବୀରକୁ ଭର୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଭି.ଆର. ଚୌଧୁରୀ । ଏହାସହ ଅଗ୍ନିପଥ ନିଯୁକ୍ତି ଯୋଜନାର ବୟସ ସୀମା ମଧ୍ୟ ବଢାଯାଇଥିବା ନେଇ ସୂଚନା ଦେଇଛନ୍ତି ଏୟାର ଚିଫ୍ ମାର୍ଶଲ। ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ କହିଛନ୍ତି, ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୨୩ ବର୍ଷ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ଯୁବପିଢ଼ିଙ୍କୁ ଫାଇଦା ଦେବ। ଭାରତୀୟ ବାୟୁସେନାର ନିଯୁକ୍ତି ପ୍ରକ୍ରିୟା ଜୁନ୍ ୨୪ ତାରିଖରୁ ଆରମ୍ଭ ହେବ।କୋଭିଡ୍ ଯୋଗୁ ଦୁଇ ବର୍ଷ ହେଲା ସ୍ଥଳ ସେନାର ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଥିଲା। ୨୦୧୯-୨୦୨୦ରେ ସ୍ଥଳସେନା ପକ୍ଷରୁ ଯବାନମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ତା’ପରଠୁ ଆଉ କୌଣସି ନିଯୁକ୍ତି ହୋଇନାହିଁ। ଅନ୍ୟପକ୍ଷରେ ଭାରତୀୟ ନୌସେନା ଓ ବାୟୁସେନାରେ ଗତ ଦୁଇ ବର୍ଷରେ ନିଯୁକ୍ତି ହୋଇଥିଲା।

ସେହିପରି ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଭିତରେ ନୌସେନା ମୁଖ୍ୟ ଆଡମିରାଲ ହରି କୁମାରଙ୍କ ବଡ ବୟାନ ସାମ୍ନାକୁ ଆସିଛି।ନୌସେନା ମୁଖ୍ୟ କହିଛନ୍ତି, ମୋତେ ଏହି ଧରଣର ବିରୋଧ ପ୍ରଦର୍ଶନର ଆଶା ନଥିଲା। ଆମେ ପ୍ରାୟ ଦେଢ ବର୍ଷ ପର୍ଯ୍ୟନ୍ତ ଅଗ୍ନିପଥ ଯୋଜନା ଉପରେ କାମ କରିଛୁ। ଏହି ଯୋଜନାକୁ ପରିବର୍ତ୍ତନକାରୀ ଦର୍ଶାଇ ଆଡମିରାଲ କୁମାର କହିଛନ୍ତି, ଏହା ଭାରତରେ ନିର୍ମିତ ଏବଂ ଭାରତ ପାଇଁ ହିଁ କରାଯାଇଛି। ମୁଁ ଲୋକଙ୍କୁ କହିବାକୁ ଚାହୁଁଛି ଯେ, ଏହାର ବିରୋଧ କରନ୍ତୁ ନାହିଁ ଏବଂ ହିଂସାତ୍ମକ ହୁଅନ୍ତୁ ନାହିଁ। ଏହି ଯୋଜନାକୁ ବୁଝିବା ଉଚିତ୍ ଏବଂ ଶାନ୍ତି ବଜାୟ ରଖିବା ଉଚିତ୍। ଯୁବ ପିଢିଙ୍କ ପାଇଁ ଦେଶର ସେବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।