Swiss Banks - The Sakala

ଭାରତକୁ ମିଳିଲା ସ୍ବିସ୍‌ ବ୍ୟାଙ୍କର ୪ର୍ଥ ସେଟ୍‌ ଜମାକାରୀଙ୍କ ତାଲିକା; ତାଲିକାରେ ଅଛନ୍ତି ଅଧିକାଂଶ ବ୍ୟବସାୟୀ ଏବଂ ଏନ୍‌ଆର୍‌ଆଇ
ନୂଆଦିଲ୍ଲୀ/ବର୍ନ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଆଜି ଭାରତକୁ ମିଳିଛି ସ୍ୱିସ୍ ବ୍ୟାଙ୍କ ଜମାକାରୀଙ୍କ ୪ର୍ଥ ସେଟ୍‌ ତାଲିକା। ବାର୍ଷିକ ସ୍ୱୟଂଚାଳିତ ସୂଚନା ବିନିମୟ (ଏଇଓଆଇ) ଅଧୀନରେ ସ୍ୱିଜରଲ୍ୟାଣ୍ଡ ୧୦୧ ଟି ଦେଶ ସହିତ ପ୍ରାୟ ୩୪ ଲକ୍ଷ ଜମାକାରୀଙ୍କ ଆକାଉଣ୍ଟର ବିବରଣୀ ସେୟାର କରିଛି। ତେବେ ମିଳିଥିବା ଜମାକାରୀ ତାଲିକାରେ ଅଧିକାଂଶ ହେଉଛନ୍ତି ବ୍ୟବସାୟୀ ଏବଂ ପ୍ରବାସୀ ଭାରତୀୟ ବା ଏନ୍‌ଆର୍‌ଆଇ। ଏହି ତଥ୍ୟ ଭାରତ ସରକାରଙ୍କୁ ଟିକସ ଠକେଇ, ମନିଲଣ୍ଡରିଂ ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଭଳି ଘଟଣାର ତଦନ୍ତରେ ବିଶେଷ ସହାୟକ ହେବ। ଏଠରେ ସୂଚନାଯୋଗ୍ୟ ଯେ, ଭାରତକୁ ସ୍ବିସ୍‌ ବ୍ୟାଙ୍କରୁ ପ୍ରଥମ ସେଟ୍‌ ଜମାକାରୀ ତାଲିକା ୨୦୧୯ରେ ମିଳିଥିଲା। ସେତେବେଳେ ସ୍ବଜରଲ୍ୟାଣ୍ଡ୍‌ ସରକାର ଜମାକାରୀଙ୍କ ତଥ୍ୟ ୭୫ ଦେଶ ସହ ସେୟାର କରିଥିଲେ। ଏବେ ପରବର୍ତ୍ତୀ ସେଟ୍‌ ୨୦୨୩ରେ ମିଳିବ ବୋଲି ଜଣାପଡିଛି।

ଡାଟା ସୁରକ୍ଷା ଏବଂ ଗୋପନୀୟତା ଉପରେ ଭାରତରେ ଆବଶ୍ୟକ ଆଇନଗତ ଢାଞ୍ଚାର ସମୀକ୍ଷା ସହିତ ଏକ ଦୀର୍ଘ ପ୍ରକ୍ରିୟା ପରେ ସ୍ୱିଜରଲ୍ୟାଣ୍ଡ ସରକାର ଭାରତ ସହିତ ବାର୍ଷିକ ସ୍ୱୟଂଚାଳିତ ସୂଚନା ବିନିମୟ ପାଇଁ ରାଜି ହୋଇଥିଲେ। ଭାରତ ସହିତ ଅଂଶୀଦାର ହୋଇଥିବା ତଥ୍ୟଗୁଡିକ ଏକାଧିକ ଆକାଉଣ୍ଟ ସହ ଜଡିତ ଯେଉଁଗୁଡିକ ସହିତ ସଂଯୁକ୍ତ। ଏହି ତଥ୍ୟକୁ ଟିକସ ଫାଙ୍କି, ମନି ଲଣ୍ଡରିଂ ଏବଂ ଆତଙ୍କବାଦ ପାଣ୍ଠି ଭଳି ଘଟଣାର ଅନୁସନ୍ଧାନ ପାଇଁ ବ୍ୟବହାର କରାଯିବ। ମିଳିଥିବା ଜମାକାରୀଙ୍କ ତଥ୍ୟଗୁଡିକ ନାମ, ଠିକଣା, ବାସସ୍ଥାନ ଏବଂ ଟିକସ ପରିଚୟ ନମ୍ବର ସହିତ ଆକାଉଣ୍ଟ ବାଲାନ୍ସ ଏବଂ ପୁଞ୍ଜି ଆୟ ସହିତ ଜଡିତ ସୂଚନା ଅନ୍ତର୍ଭୁକ୍ତ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଯେଉଁମାନଙ୍କର ଆୟବର୍ହିିଭୂତ ସମ୍ପତ୍ତି ରହିଛି ସେମାନଙ୍କ ବିରୋଧରେ ଏକ କଠୋର ମାମଲା ରୁଜୁ କରିବାରେ ଭାରତ ପାଇଥିବା ଏହି କରିଥିବା ଏଇଓଆଇ ତଥ୍ୟ ଅତ୍ୟନ୍ତ ଉପଯୋଗୀ। ଏହି ତଥ୍ୟରେ ଆକାଉଣ୍ଟରେ ଅର୍ଥ ଜମା ଏବଂ ସ୍ଥାନାନ୍ତର ସହିତ ଜମାକାରୀଙ୍କ ସମସ୍ତ ଆୟ ଉପରେ ସମ୍ପୂର୍ଣ୍ଣ ସୂଚନା ରହିଛି। ସିକ୍ୟୁରିଟି ଏବଂ ଅନ୍ୟାନ୍ୟ ସମ୍ପତ୍ତିରେ ବିନିଯୋଗ ବାବଦ ତଥ୍ୟ ମଧ୍ୟ ଏଥିରେ ଅଛି।

ନିଜ ନାମ ଗୋପନ ରଖିବା ସର୍ତ୍ତରେ ସ୍ବିସ୍‌ ବ୍ୟାଙ୍କର ଅଧିକାରୀମାନେ କହିଛନ୍ତି ଯେ ଅଧିକାଂଶ ବିବରଣୀ ବ୍ୟବସାୟୀଙ୍କ ସହ ଜଡିତ। ଏଥିରେ କେତେକ ଏନ୍‌ଆର୍‌ଆଇଙ୍କ ସମ୍ପର୍କରେ ତତ୍ୟ ମଧ୍ୟ ରହିଛି, ଯେଉଁମାନେ ବର୍ତ୍ତମାନ ଦକ୍ଷିଣ-ପୂର୍ବ ଏସୀୟ ଦେଶ ତଥା ଆମେରିକା, ବ୍ରିଟେନ ଏବଂ ଏପରିକି କେତେକ ଆଫ୍ରିକୀୟ ଏବଂ ଦକ୍ଷିଣ ଆମେରିକୀୟ ଦେଶରେ ବସବାସ କରୁଛନ୍ତି। ଫେଡେରାଲ ଟ୍ୟାକ୍ସ ଆଡମିନିଷ୍ଟ୍ରେସନ (ଏଫଟିଆର) କହିଛି ଯେ ଚଳିତ ବର୍ଷ ପାଞ୍ଚଟି ନୂଆ ଦେଶକୁ ସୂଚନା ଆଦାନ ପ୍ରଦାନ ତାଲିକାରେ ଯୋଡି ହୋଇଛି। ସେଗୁଡିକ ହେଉଛି ଆଲବାନିଆ, ବ୍ରୁନେଇ ଦାରୁସଲାମ, ନାଇଜେରିଆ, ପେରୁ ଏବଂ ତୁର୍କୀ। ଆକାଉଣ୍ଟଧାରୀଙ୍କ ସଂଖ୍ୟାରେ ପ୍ରାୟ ଏକ ଲକ୍ଷ ବୃଦ୍ଧି ଘଟିଛି।

ସରକାରଙ୍କୁ ଜଣାନାହିଁ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଗଚ୍ଛିତ ଟଙ୍କାର ପରିମାଣ
ନୂଆଦିଲ୍ଲୀ(ଏଜେନ୍ସି): ଭାରତୀୟ ନାଗରିକ ତଥା କମ୍ପାନୀଗୁଡିକ ଦ୍ୱାରା ସ୍ୱିସ୍ ବ୍ୟାଙ୍କରେ କେତେ ଟଙ୍କା ଜମା କରାଯାଇଛି ସେ ସମ୍ପର୍କରେ ସରକାରଙ୍କ ନିକଟରେ କୌଣସି ସୂଚନା ନାହିଁ। ଏହି ଜମା ଅର୍ଥର ପ୍ରକୃତ ପରିମାଣ ନେଇ କୌଣସି ସରକାରୀ ଆକଳନ କରାଯାଇ ନ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି।

ସ୍ୱିସ୍ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଉପରେ ଏକ ପ୍ରଶ୍ନର ଉତ୍ତରରେ ସୀତାରମଣ କହିଛନ୍ତି ଯେ, ୨୦୨୦ ତୁଳନାରେ ୨୦୨୧ ମସିହାରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କର ଜମା ପରିମାଣ ବୃଦ୍ଧି ପାଇଛି। ଏହି ଜମା ଅର୍ଥଗୁଡିକ ସ୍ୱିଜରଲ୍ୟାଣ୍ଡରେ ଭାରତୀୟଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା କଳା ଟଙ୍କା ପରିମାଣକୁ ସୂଚିତ କରେ ନାହିଁ। ସେ କହିଛନ୍ତି ଯେ, ସ୍ୱିଜରଲ୍ୟାଣ୍ଡ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ଭାରତୀୟଙ୍କ ଦ୍ୱାରା ସ୍ୱିଜରଲ୍ୟାଣ୍ଡରେ ଜମା ହୋଇଥିବା ଅର୍ଥର ବିଶ୍ଳେଷଣ ପାଇଁ ଏସ୍‌ଏନ୍‌ବି ବାର୍ଷିକ ବ୍ୟାଙ୍କିଙ୍ଗ ପରିସଂଖ୍ୟାନ ବ୍ୟବହାର କରାଯିବା ଉଚିତ ନୁହେଁ। ଏହା ପରିବର୍ତ୍ତେ, ଲୋକାଲ୍ ବ୍ୟାଙ୍କିଙ୍ଗ୍ ପରିସଂଖ୍ୟାନ ଯାହା ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସ୍ (ବିଏସ୍) ର ସହଯୋଗରେ ଏସ୍‌ଏନ୍‌ବି ସଂଗ୍ରହ କରିଥାଏ ତାହା ବ୍ୟବହାର କରାଯିବା ଉଚିତ୍‌। ସୀତାରମଣ କହିଛନ୍ତି, ବିଏସ୍‌ର ଲୋକାଲ ବ୍ୟାଙ୍କିଙ୍ଗ୍ ପରିସଂଖ୍ୟାନ ୨୦୨୧ ମସିହା ରିପୋର୍ଟ ଅନୁଯାୟୀ ସ୍ୱିସ୍ ବ୍ୟାଙ୍କରେ ଭାରତୀୟ ବ୍ୟକ୍ତି ବିଶେଷଙ୍କ ଜମା ରାଶିରେ ୮.୩ ପ୍ରତିଶତ ହ୍ରାସ ପାଇଛି।

ସେ କହିଛନ୍ତି ଯେ ନିକଟ ଅତୀତରେ ଅଘୋଷିତ ବିଦେଶୀ ସମ୍ପତ୍ତି ଏବଂ ଆୟକୁ ଟିକସ ପରିସର କରିବା ପାଇଁ ସରକାର ଅନେକ ଠୋସ୍ ଏବଂ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର କଳା ଟଙ୍କା ଏବଂ ଟିକସ ଆଇନ ୨୦୧୫ ଆଣିଛନ୍ତି ଯେଉଁଥିରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଏହି ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ସମଗ୍ର ଦେଶରେ ଆୟକର (ଅନୁସନ୍ଧାନ) ନିର୍ଦ୍ଦେଶକ ଜେନେରାଲଙ୍କ ଅଧୀନରେ ୨୯ ଟି ବିଦେଶୀ ସମ୍ପତ୍ତି ଅନୁସନ୍ଧାନ ୟୁନିଟ୍ ଗଠନ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି। ବିଭିନ୍ନ ବର୍ଗର ବିଦେଶୀ ସମ୍ପତ୍ତି ମାମଲାର ତ୍ୱରିତ ତଥା ସମନ୍ୱିତ ଅନୁସନ୍ଧାନ(ପାନାମା ପେପର ଲିକ୍, ପାରାଡାଇଜ୍ ପେପର ଲିକ୍ ଏବଂ ସମ୍ପ୍ରତି) ପାଇଁ ଭିନ୍ନ କାର୍ଯ୍ୟନିର୍ବାହୀ ଏଜେନ୍ସି ଏବଂ ସଂଗଠନର ପ୍ରତିନିଧିଙ୍କୁ ନେଇ ସରକାର ଏକ ମଲ୍ଟି ଏଜେନ୍ସି ଗ୍ରୁପ୍ ଗଠନ କରିଛନ୍ତି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଦ୍ବୈତ ଟିକସ ଏଡାଣ ଚୁକ୍ତିନାମା ଅନୁଯାୟୀ ସମ୍ପୃକ୍ତ ମାମଲାଗୁଡ଼ିକରେ ସୂଚନା ପାଇବା ପାଇଁ ଭାରତ ସ୍ୱିଜରଲ୍ୟାଣ୍ଡ ସହିତ ସକ୍ରିୟ ଭାବେ ଜଡ଼ିତ। ସୂଚନାର ଆଦାନପ୍ରଦାନ ଲାଗି ଭାରତ ସରକାର ବିଭିନ୍ନ ରାଷ୍ଟ୍ର ସହ ଦ୍ବୈତ ଟିକସ ଏଡାଣ ଚୁକ୍ତି/ଟିକସ ସୂଚନା ଏକ୍ସଚେଞ୍ଜ ଚୁକ୍ତି/ସାର୍କ ମଲ୍ଟି ଲାଟେରାଲ ଚୁକ୍ତି ସ୍ଵାକ୍ଷର କରିଛି।

କଳାଧନ ଉପରେ ଅଙ୍କୁଶ ଲଗାଇବାରେ ବିଫଳ କେନ୍ଦ୍ର ସରକାର, ଗତ ୧୪ ବର୍ଷର ରେକର୍ଡ ଭାଙ୍ଗିଲା ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି
ନୂଆଦିଲ୍ଲୀ : କଳାଧନ ଉପରେ ଅଙ୍କୁଶ ଲଗାଇବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ସ୍ବିଜରଲ୍ୟାଣ୍ଡର ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି। ୨୦୨୧ରେ ଭାରତୀୟ କମ୍ପାନୀ ଏବଂ ଭାରତୀୟଙ୍କ ଜମା ୫୦ ପ୍ରତିଶତ ବୃଦ୍ଧି ପାଇ ୩୦,୫୦୦ କୋଟିରେ ପହଞ୍ଚି ଯାଇଛି। ଏହା ଗତ ୧୪ ବର୍ଷରେ ସର୍ବାଧିକ। ସ୍ବିଜରଲ୍ୟାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି ବାର୍ଷିକ ତଥ୍ୟରେ ଏହି ସୂଚନା ଦିଆଯାଇଛି।

୨୦୨୦ରେ ଭାରତୀୟ ସ୍ବିସ ବ୍ୟାଙ୍ଗରେ ୨୦,୭୦୦ କୋଟି ଟଙ୍କା ଜମା କରିଥିଲେ। କ୍ରମାଗତ ଦ୍ବିତୀୟ ବର୍ଷରେ ଜମାରାଶି ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ ଭାରତୀୟଙ୍କ ସଞ୍ଚୟ (ସେଭିଂ ଆକାଉଣ୍ଟ) ଏବଂ ଚଳନ୍ତି (କରେଣ୍ଟ ଆକାଉଣ୍ଟ) ଖାତାରେ ଜମା ରାଶି ୭ ବର୍ଷର ସର୍ବୋଚ୍ଚ ସ୍ତରରେ ୪,୮୦୦ କୋଟି ଟଙ୍କାରେ ପହଞ୍ଚି ଯାଇଛି। ତେବେ ପୂର୍ବ ୨ ବର୍ଷ ଏଥିରେ ହ୍ରାସ ପରିଲକ୍ଷିତ ହୋଇଥିଲା। ସ୍ବିସ ନ୍ୟାସନାଲ ବ୍ୟାଙ୍କ (ଏସଏନବି) ଅନୁଯାୟୀ ୨୦୨୧ ଶେଷ ସୁଦ୍ଧା ଭାରତୀୟ ଗ୍ରାହକ ୩୦,୮୩୯ କୋଟି ଟଙ୍କା (ସ୍ବିସ୍‌ ମୁଦ୍ରା ସିଏଚଏଫରେ ୩୮୩.୧ କୋଟି) ର କାରବାର ହୋଇଥିଲା। ଏଥିରୁ ୪,୮୦୦ କୋଟି ଟଙ୍କା ଖାତାରେ ଜମା କରାଯାଇଛି। ୨୦୨୦ରେ ଏହା ୪ ହଜାର କୋଟି ଥିଲା। ଅନ୍ୟ ବ୍ୟାଙ୍କ ଦ୍ବାରା ୯,୭୬୦ କୋଟି ଟଙ୍କା ଜମା କରାଯାଇଥିଲା। ଏହା ୨୦୨୦ରେ ୩,୦୬୪ କୋଟି ଥିଲା। ସେହିପରି ଟ୍ରଷ୍ଟ ମାଧ୍ୟମରେ ୨.୪୦ କୋଟି ଟଙ୍କା ଜମା କରାଯାଇଥିଲା। ବଣ୍ଡ, ପ୍ରତିଭୂତି ଏବଂ ଅନ୍ୟ ଉପାୟ ମାଧ୍ୟମରେ ପ୍ରାୟ ୧୬ ହଜାର କୋଟି ଟଙ୍କା ଡିପୋଜିଟ କରାଯାଇଛି।

ଏହା ପୂର୍ବରୁ ୨୦୦୬ରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ସର୍ବୋଚ୍ଚ ସ୍ତରରେ ରହିଥିଲା ।ପରେ ୨୦୧୧, ୨୦୧୩, ୨୦୧୭, ୨୦୨୦ ଓ ୨୦୨୧କୁ ବାଦ୍ ଦେଲେ ଅନ୍ୟ ସବୁ ବର୍ଷ ଜମା ରାଶି ହ୍ରାସ ପାଇଥିଲା । ୨୦୧୯ରେ ସବୁ ବର୍ଗରେ ଜମା ରାଶି ହ୍ରାସ ପାଇଥିବା ବେଳେ ୨୦୨୧ରେ ସବୁ ବର୍ଗରେ ଜମା ରାଶି ବଢିଛି । ସ୍ୱିସ୍ ବ୍ୟାଙ୍କରେ ସର୍ବାଧିକ ଜମା ରାଶି ରଖିବା ତାଲିକାର ୪୪ ତମ ସ୍ଥାନରେ ରହିଛି ଭାରତ । ବ୍ରିଟେନ୍, ଆମେରିକା, ୱେଷ୍ଟ ଇଣ୍ଡିଜ୍ ପରି ଦେଶ ଆଗରେ ରହିଛନ୍ତି । ଚୀନ୍ ୨୪ ତମ ଓ ରୁଷ୍ ୧୫ ତମ ସ୍ଥାନରେ ରହିଛି ।

ସୂଚନାଯୋଗ୍ୟ ନରେନ୍ଦ୍ର ମୋଦୀ ସରକାରକୁ ଆସିବା ପୂର୍ବରୁ କଳାଧନ ପ୍ରସଙ୍ଗକୁ ଏକ ମୁଖ୍ୟ ପ୍ରସଙ୍ଗ କରିଥିଲେ। ତାଙ୍କ ନେତୃତ୍ବାଧିନ ସରକାର ଆସିଲେ ସେ ସବୁ କଳାଧନକୁ ଭାରତ ଫେରାଇ ଆଣିବା ସହ ବିଦେଶରେ ଲକ୍ଷ ଲକ୍ଷ କୋଟି ଜମା କରିଥିବା ଭାରତୀୟଙ୍କ ପର୍ଦାଫାସ କରିବେ ବୋଲି କହିଥିଲେ। ଯାହାପରେ ଭାରତର ସ୍ୱିସ୍ ବ୍ୟାଙ୍କରେ ଜମା ଏକ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଥିଲା। କିନ୍ତୁ ମୋଦୀ ସରକାର ପ୍ରଥମ ପାଳି ସରକାରରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟ ଜମାଟଙ୍କା ଉପରେ କୌଣସି ପଦକ୍ଷେପ ନେଇ ନଥିବା ବେଳେ ଦ୍ବିତୀୟ ପାଳି ସରକାରରେ ମଧ୍ୟ ପୂର୍ବପରି କୌଣସି ପଦକ୍ଷେପ ନେଇନାହାନ୍ତି। ଆଉ ସବୁଠୁ ବଡ କଥା ହେଉଛି ମୋଦୀ ସରକାର ଅମଳରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ଟଙ୍କା ବଢିବାରେ ଲାଗିଛି। ଆଉ ଏଥିରୁ ଜଣାପଡୁଛି କଳାଧନକୁ ଭାରତ ଫେରାଇ ଆଣିବା କହି ସରକାର ଗଠନ କରିଥିବା ମୋଦୀ ସରକାର କଳାଧନ ଉପରେ ଅଙ୍କୁଶ ଲଗାଇବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି।